ବାଲିବଣ ବନାଶ୍ରମ ଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝୁରି ନିକଟସ୍ଥ ବାଲିବଣ ବନାଶ୍ରମ ଠାରେ ଶ୍ରୀ ଶ୍ରୀ ବଳକେଶ୍ୱର ମହାଦେବ, ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଓ ହରିହରାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୧ ଦିନ ବ୍ୟାପି ଚାଲୁଥିବା ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ପଣ୍ଡିତ ଶ୍ରୀ ଜଗନ୍ନାଥ ଶତପଥିଙ୍କ ତତ୍ୱାବଧାନ ବହୁ ବିଜ୍ଞ ପଣ୍ଡିତ ନେତୃତ୍ୱରେ କଳସ ଯାତ୍ରା , ସୂର୍ଯ୍ୟପୂଜା, ଗୋ ପୂଜା, ବନଜାଗ, ରତ୍ନମୁଦ, ଅଙ୍କୁରାରୋପଣ, ଶାଲାପୁଜା, ଦେବତା ପ୍ରବେଶ, ସ୍ଥାପନ ସହ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ବୁରୁଝୁରି, ସୁମଣ୍ଡଳ, ବଡଖଇରଖମା, ଚନ୍ଦନପୁର, ସୌରା ଛଚିନା ଗ୍ରାମ ପଞ୍ଚାୟତବାସୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ବାଲିବଣ ବନାଶ୍ରମ ପରିସର ଉତ୍ସବ ମୁଖର ପାଲଟିଛି । ପ୍ରତିଦିନ ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଉଥିବାର ଦେଖିବାକୁ ମିଳିଛି ।

ଚାକିରି ହରାଇଲେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୫୦ ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ନ ମାନିବା ମହଙ୍ଗା ପଡ଼ିଲା…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଖଲ୍ଲିକୋଟ) – ଉଚ୍ଚଶିକ୍ଷା ବିଭାଗର ନିୟମ ଅବମାନନା ଅଭିଯୋଗରେ ଚାକିରିରୁ ବିଦା ହୋଇଛନ୍ତି ୫୦ ଜଣ ଅଧ୍ୟାପକ । ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଏହି ଅଧ୍ୟାପକମାନେ କାର୍ଯ୍ୟ କରୁଥିଲେ । ଗତମାସ ୩୦ ତାରିଖରେ ସମସ୍ତ ଅତିଥି ଅଧ୍ୟାପକମାନଙ୍କୁ କାର୍ଯ୍ୟରୁ ଅନ୍ତର କରି ଦିଆଯାଇଥିବା ଜଣାପଡ଼ିଛି ।ଅଧ୍ୟାପକମାନେ ମେ ମାସ ପହିଲାରୁ କାର୍ଯ୍ୟକୁ ନ ଆସିବା ପାଇଁ ରେଜିଷ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ହୋଇଥିଲା ।ତେବେ ନୂଆ ଅତିଥି ଅଧ୍ୟାପକଙ୍କ ଚୟନ ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଲା ପରେ ଅତିଥି ଅଧ୍ୟାପକଙ୍କ ଚୟନ କରିବା ପାଇଁ ଏହି ଉଚ୍ଚଶିକ୍ଷାନୁଷ୍ଠାନ ନିଜର ଗାଇଡଲାଇନ୍ ପ୍ରସ୍ତୁତ କରିପାରିବ କି ନାହିଁ ତାହା ବର୍ତ୍ତମାନ ପ୍ରଶ୍ନ ଘେରରେ ।ଜଣାପଡ଼ିଛି ଯେ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୧୮ଟି ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ଥିବା ବେଳେ ସ୍ଥାୟୀ ଅଧ୍ୟାପକଙ୍କ ସଂଖ୍ୟା ୨୦ରେ ସୀମିତ ରହିଛି । ସେମାନଙ୍କ ମଧ୍ୟରେ କିଛି ଆଡହକ୍ ଶିକ୍ଷକ ରହିଛନ୍ତି । ଅତିଥି ଅଧ୍ୟାପକଙ୍କ ଦ୍ୱାରା ଶିକ୍ଷାଦାନର ଅଭାବ ପୂରଣ ହେଉଥିଲା । ବର୍ତ୍ତମାନ ପିଲାଙ୍କର ଶେଷ ସେମିଷ୍ଟର ପାଠପଢ଼ା ସମାପ୍ତ ହୋଇନଥିବା ବେଳେ ଚଳିତ ମାସ ପହିଲାରୁ ସମସ୍ତ ଅତିଥି ଅଧ୍ୟାପକଙ୍କୁ କାର୍ଯ୍ୟରୁ ଅନ୍ତର କରିଦେବା ଫଳରେ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି । ଇକୋନୋମିକ୍, ପରିସଂଖ୍ୟାନ, ହିନ୍ଦି ଓ ବି.ଇଡିରେ ଜଣେ ବି ସ୍ଥାୟୀ ଶିକ୍ଷକ ନାହାନ୍ତି । ଏପରି ସ୍ଥିତିରେ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇ ନଥିବାରୁ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି ।

କୋଦଳା ଏନଏସିରେ ବିଜେପି ପକ୍ଷରୁ ବିଶାଳ ବିଜୟ ଶୋଭାଯାତ୍ରା ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ବିଜେପି ପକ୍ଷରୁ ବିଶାଳ ବିଜୟ ଶୋଭାଯାତ୍ରା । କୋଦଳା ଏନଏସିରେ ବିଜେପି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ସୁର୍ଯ୍ୟନାରାୟଣ ନାୟକ ବିଜୟ ଲାଭ କରିଥିବା ବେଳେ ଉପାଧ୍ୟକ୍ଷା ଭାବେ ବିଜେପି ପ୍ରାର୍ଥୀନୀ ରଞ୍ଜିତା ସେଠୀ ବିଜୟ ଲାଭ କରିବା ସହ କୋଦଳା ଏନଏସିର ୧୩ ଟି ୱାର୍ଡ ମଧ୍ୟରୁ ୮ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିଲେ। କୋଦଳାବାସୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ବିଜେପି ପକ୍ଷରୁ ବିଜୟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭା ଯାତ୍ରାରେ କୋଦଳା ଏନଏସି ଅଧ୍ୟକ୍ଷ ସୁର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀଙ୍କ ସମେତ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଓ ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା, ସମ୍ପାଦକ ଆଲୋକ କୁମାର ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଲାଇ, ଘୁମୁସର ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ମୀରା ଦେଓ, ସ୍ୱପ୍ନା ପ୍ରଧାନ, ବରିଷ୍ଠ ବିଜେପି ନେତା ନୀଳମଣି ବିଶୋଇ, ଅନୀଲ ପଣ୍ଡା, ସନ୍ତୋଷ କୁମାର ନାୟକ, ଶଙ୍କର ନାୟକ, ଯଜ୍ଞ ନାରାୟଣ ଦାଶ, ସନ୍ତୋଷ କୁମାର ଡାକୁଆଙ୍କ ସମେତ କୋଦଳା ଏନଏସିର ସମସ୍ତ ବିଜୟୀ ବିଜେପି କାଉନସିଲର ଓ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

କୋଦଳାରେ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଛନ୍ତି ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ନାୟକ ଓ ଉପାଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ସେଠୀ । ଏନଏସିରେ ଥିବା ନୋଡାଲ ଉଚ୍ଚ ବିଦ୍ୟାଳୟ, ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଅପରିଷ୍କାର ଥିବା ସ୍ଥାନକୁ ତୁରନ୍ତ ସଫା କରିବା ପାଇଁ କହିଥିଲେ। ଛାତ୍ରଛାତ୍ରୀମାନଙ୍କ ସହ କଥା ହେବା ସହ ସେମାନେ କରିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ।

ସେହିପରି ଲଷ୍ମୀନାରାୟଣ ମହାବିଦ୍ୟାଳୟକୁ ଯାଇ ସେଠାରେ ପାନୀୟ ଜଳର ଅସୁବିଧା ଥିବା ଜାଣିବା ପରେ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଥିଲେ । ୪ଟି ଅଙ୍ଗନବାଡି କେନ୍ଦ୍ରର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ । ସେଠାରେ ବିଦ୍ୟୁତ ସଂଯୋଗ ନଥିବା ହେତୁ ସିଡିପିଓଙ୍କ ସହ ଯୋଗାଯୋଗ କରି ସେ ବିଷୟରେ ଜଣାଇଥିଲେ । ଏହା ସହ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ।

ଓଏଭି ପ୍ରବେଶିକା ପରୀକ୍ଷାରେ ତେଜସ୍ମିନିଙ୍କ ସଫଳତା…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରାଜପୁର ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ବେଗୁନିଆପଡା ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରୀ ତେଜସ୍ମିନି ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେଜସ୍ମିନି ମିନତୀ ଦାସ ତଥା ସରୋଜ କୁମାର ମିଶ୍ରଙ୍କ ଝିଅ ଅଟନ୍ତି । ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିଥିବାରୁ ଛାତ୍ରୀ ତେଜସ୍ମିନି ନିଜର ସଫଳତା ପାଇଁ ନିଜ ବାପା ସରୋଜ କୁମାର ମିଶ୍ର ମାତା ମିନତୀ ଦାସ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆଶୀର୍ବାଦ ବୋଲି ମତ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଆହୁରି ଅଧିକ ସଫଳତା ହାସଲ କରିବେ ବୋଲି ତେଜସ୍ମିନି ଆଶା ରଖିଛନ୍ତି ।

କୋଦଳା ଲଷ୍ମୀନାରାୟଣ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ର ଶୁଭାରମ୍ଭ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା କୋଦଳା ରେ ଥିବା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଆତ୍ମ ସୁରକ୍ଷା ତାଲିମ । ଏହି କାର୍ଯ୍ୟକ୍ରମ ଦୀର୍ଘ ୮ ଦିନ ଧରି ଚାଲୁ ରହିବ ।ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ହେଲା କେମିତି ଛାତ୍ରୀ ମନେ ନିଜକୁ ସୁରକ୍ଷା ରଖିପାରିବେ । ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ଡ଼ଃ ସିମାଞ୍ଚଳ ମୁନି ଅଧ୍ୟକ୍ଷତା କରିଥିବାବେଳେ,ଅତିଥି ଭାବରେ ଡ଼ଃ କ୍ଷୀରୋଦ ଚନ୍ଦ୍ର ମହାପାତ୍ର,ମୌସୁମୀ ମିଶ୍ର,କାଳନ୍ଦୀ ଚରଣ ଦାଶ,ଅନିଲ କୁମାର ସାହୁ ଯୋଗ ଦେଇଥିଲେ ତାଲିମ ଶିବିରର ଉପଦେଷ୍ଟା ଅଧ୍ୟାପିକା ସାସାଲିପି ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସୁଧଷ୍ଠା ପ୍ରଧାନ ସହଯୋଗ କରିଥିଲେ । ମାଷ୍ଟର ଟ୍ରେନର ଭାବରେ ଭାରତୀ ଗୌଡ଼ ଓ ପୂଜାରାଣୀ ଦାଶ ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମ ବିଷୟର ଉଦେଶ୍ୟ ପ୍ରକାଶ କରିବା ସହ ତାଲିମ ପ୍ରଦାନର ଶୁଭଆରମ୍ଭ କରିଥିଲେ । ଉଦ୍ଧାଟନି କାର୍ଯ୍ୟକ୍ରମରେ +୨ପ୍ରଥମ ବର୍ଷର ଛାତ୍ରୀ ବୃନ୍ଦ ଉପସ୍ଥିତ ରହି ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ ।

ଉଲ୍ଲେଖନୀୟ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ରୋଟାରୀ କ୍ଳବ ଇଷ୍ଟ ସଭାପତି କାମରାଜୁ ମହାରଣା ସମ୍ମାନିତ ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ପଶ୍ଚିମ ବଙ୍ଗର ଦିଘା ଠାରେ ରୋଟାରୀ ଜିଲ୍ଲା ୩୨୬୨ ର ପରିବାର ସମାବେଶ ‘ପରିବର୍ତ୍ତନ ‘ ର ଦୁଇ ଦିନିଆ ସମ୍ମିଳନୀରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟର ସଭାପତି କାମରାଜୁ ମହାରଣା ଉଲ୍ଲେଖନୀୟ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି ।ରୋଟାରୀ ଆନ୍ତର୍ଜାତୀୟ ସଭାପତି ଶେଖର ମେହେଟା ଙ୍କ ପ୍ରତିନିଧି ରୂପେ ପୂର୍ବତନ ଗଭର୍ଣ୍ଣର ପିନାକି ପ୍ରସାଦ ଘୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନିତ କରିଥିଲେ ।ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ପରିଚାଳିତ ଏଇ ଦୁଇ ଦିନିଆ ସମ୍ମିଳନୀରେ ରୋଟାରୀ ଜିଲ୍ଲା-୩୨୬୨ ଅନ୍ତର୍ଗତ ସମସ୍ତ ରୋଟାରୀ କ୍ଳବର କର୍ମକର୍ତ୍ତା ଓ ସଭ୍ୟ ବୃନ୍ଦ ଯୋଗଦେଇଥିଲ ।ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ମଧ୍ୟ ବିଭିନ୍ନ ସେବା ମୂଳକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଭାବରେ ମାନପତ୍ର ସହ ସମ୍ମାନିତ ହୋଇ ଛି ।ଏଇ କ୍ଳବର ପୂର୍ବତନ ସଭାପତି ତଥା ଆସିଷ୍ଟାଣ୍ଟ ଗଭର୍ଣ୍ଣର ରେପେ ପ୍ରଦୀପ କୁମାର ପଣ୍ଡା ଓ ମାଗଣାରେ କୃତ୍ରିମ ହସ୍ତ ପ୍ରଦାନ ସେବା ପାଇଁ ପୂର୍ବତନ ସଭାପତି ସୁଧାଂଶୁ ଶେଖର ଖଡ୍ଗରାୟ ମଧ୍ୟ ସ୍ବତନ୍ତ୍ର ରୂପେ ସମ୍ମାନିତ ହୋଇଥିବା ଯୋଗୁଁ କ୍ଳବର ସଦସ୍ୟ ମାନଙ୍କ ମଧ୍ୟରେ ଉତ୍ସାହ ଓ ଉଲ୍ଲାସ ଖେଳିଯାଇଛି ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଶିବବ୍ରତ ଦାଶ, ଭବାନି ପ୍ରସାଦ ଚୌଧୁରୀ ଯୋଗଦେଇ ଉଦ୍ବୋଧନ ଦେଇଥିଲେ ।

ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମେତ ଅନ୍ୟାନ୍ୟ ସ୍ଥାନରେ ଉତ୍କଳ ଦିବସ ପାଳିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମଧୁବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ପ୍ରାରମ୍ଭିକ ସଙ୍ଗୀତ ଗାନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଶିଶୁମନ୍ଦିରର କୁନି କୁନି ଭାଇ ଓ ଭଉଣୀ ମାନେ ସମେତ ଗୁରୁଜୀ, ଗୁରୁମା ମାନେ ପବିତ୍ର ଉତ୍କଳ ଦିବସ ପାଳନ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ବେଗୁନିଆପଡା ବ୍ଲକ ଅଞ୍ଚଳର ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ମଧ୍ଯ ଉତ୍କଳ ଦିବସ ପାଳନ ହୋଇଯାଇଛି ।

ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଆରମ୍ଭ ହେଲା ୧୩ ଦିନିଆ ଦଣ୍ଡନାଚ ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେଲା ଗଞ୍ଜାମ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡନାଚ । ଗତ ଦୁଇ ବର୍ଷ କୋଭିଡ୍ କଟକଣା ଭିତରେ ନିରାଡମ୍ବର ଭାବେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥିଲା । ଏ ବର୍ଷ କୋଭିଡ୍ କଟକଣା ନିୟମ କୋହଳ ଥିବାରୁ ବହୁ ଆଡମ୍ବର ସହକାରେ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ବେଗୁନିଆପଡା ଅଞ୍ଚଳର ବେଲପଡା , ଷଣ୍ଢମୂଳ, ତାଳସର, ନୂଆଁଗଡ଼ ଆଦି ବିଭିନ୍ନ ସ୍ଥାନରେ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । ମା ଙ୍କ ନୀତିକାନ୍ତି ଅନୁଯାୟୀ ମା ଙ୍କ ପୀଠରେ ପୂଜାର୍ଚ୍ଚନା, ହୋମଯଜ୍ଞ ସହ ଆଜ୍ଞାମାଳ ଆଣି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗ୍ରାମରେ ୧୩ ଦିନ ନଗର ପରିକ୍ରମା ପରେ ମା ଙ୍କ ପୀଠରେ ଶେଷ ଦିନ ମେରୁ ଯାତ୍ରା ଅନୁଷ୍ଠିତ ହୋଇ ଯାତ୍ରା ସମାପନ ହେବ । 

ଅଣଓଡ଼ିଆ ଏଜେନ୍ସି କୁ କାମ ଯୋଗାଇ ଶ୍ରମିକ ମାରଣ ନୀତି ଅପଣାଇଛି ଟାଟା ପାୱାର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଟାଟା ପାୱାର କମ୍ପାନୀ ଓଡ଼ିଶାରେ ଅଣ ଓଡ଼ିଆ ଏଜେନ୍ସି କୁ କାମ ଯୋଗାଇ ଶ୍ରମିକ ମାରଣ ନୀତି ଅପଣାଇଥିବା ଅଭିଯୋଗ ଉଠିଛି । ଖୁବ କମ ପାରିଶ୍ରମିକ ଦେଇ ଯୁବକ ମାନଙ୍କୁ ୪୪୦ ଭୋଲଟ୍ ଭଳି ବିପଦ ସଂକୁଳ କାର୍ଯ୍ୟରେ ଖଟାଉଥିବା କୁହାଯାଉଛି ।କାର୍ଯ୍ୟରତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦେବା ନିମନ୍ତେ ପ୍ରତିଶୃତି ଦେଇ ପ୍ରତିଶୃତି ଭୁଲିଯାଇଛି କମ୍ପାନୀ ।ଯାହାଫଳରେ ଦୁର୍ଘଟଣା ର ଶିକାର ହୋଇଛନ୍ତି ଲାଇ ଲାଇ ପଞ୍ଚାୟତ ତିଲି ଗ୍ରାମର ନିରୀହ ଆଦିବାସୀ ଯୁବକ ସୁରେଶ ଶବର । ୨୦୨୧ ମସିହା ଜୁଲାଇ ମାସରେ ରାୟଗଡା ଓ ଜୟପୁର ସର୍କଲରେ ତ୍ରିଫେଜ ରିଡିଙ୍ଗ କାର୍ଯ୍ୟ ସମ୍ପାଦନା କରିବା ନିମନ୍ତେ ଟାଟା କମ୍ପାନୀ ରାଜସ୍ଥାନ ର ଭନମାରିଆ ଏଜେନ୍ସିକୁ କାର୍ଯ୍ୟଭାର ଦେଇଥିଲା । ଏହି କାର୍ଯ୍ୟ ସମ୍ପାଦନ କରିବା ସମୟରେ ଜଙ୍ଗଲ ଭିତରେ ଗଜପତି ଜିଲ୍ଲା ଗାରାବନ୍ଧ ବ୍ଲକ ଲାଇଲାଇ ପଞ୍ଚାୟତ ତିଲି ଗ୍ରାମ ର ନିୟୋଜିତ ୨୫ ବର୍ଷୀୟ ଆଦିବାସୀ ଯୁବକ ସୁରେଶ ଶବର ସାପ କାମୁଡ଼ାରେ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏଥିପାଇଁ ପରିବାର ଲୋକ ଟାଟା କମ୍ପାନୀର ଅସୁରକ୍ଷିତ ବ୍ୟବସ୍ଥା କୁ ଦାୟୀ କରିଛନ୍ତି । ପରେ ସୁରେଶ ଙ୍କ ପରିବାର ଟାଟା ସହ ଚୁକ୍ତିବଦ୍ଧ ରହି ଏହି ଅଂଚଳର ଦାୟିତ୍ୱ ନେଇଥିବା ଭନମାରିଆ କମ୍ପାନୀ ର ଜେନେରାଲ ମ୍ୟାନେଜର ଅଙ୍କିତ ସିଂହାଲ ଙ୍କ ସହ ସର୍କଲ ସର୍କଲ ଇନଚାର୍ଜ ହରିହର ଶତପଥୀ ଓ ସୁପର ଭାଇଜର ୱାଇ ମନମାଧା ଙ୍କ ମାଧ୍ୟମରେ ଯୋଗାଯୋଗ କରିବାରୁ ଭାନମରିଆ କମ୍ପାନୀ ପକ୍ଷରୁ ୨୫୦୦୦ ଟଙ୍କା ଶବ ସତ୍କାର ନିମନ୍ତେ ପାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ସୁବିଧା ପାଇନାହାନ୍ତି । ପରିବାରର ଭରଣପୋଷଣ ନିମନ୍ତେ କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ସହ ପରିବାରର ଜଣେ ବ୍ୟକ୍ତିଙ୍କୁ ଚାକିରୀ ଯୋଗାଇ ଦେବାକୁ ଦାବୀ ହେଉଛି । ଅନ୍ୟ ପକ୍ଷରେ ସୁରେଶ ଶବର ଙ୍କ ଗ୍ରାମବାସୀ ବିଶ୍ୱ ହିନ୍ଦୁ ପରିଷଦ ର କର୍ମକର୍ତ୍ତା ବୃନ୍ଦ ହୋଇ ଥିବାରୁ ପରିଷଦ ପକ୍ଷରୁ ଦାବୀ ପୁରଣ ନିମନ୍ତେ ଆନ୍ଦୋଳତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।