ରାଧାକୃଷ୍ଣ ଯୁବ ନାଟ୍ୟ ସଂସଦ ଦ୍ୱିତୀୟ ଅବଦାନରେ ଭିନ୍ନ ଏକ ସାମାଜିକ ନାଟକ “ଦୁଃଖ ସରିବନି ମରିବା ଯାଏଁ “ଅନୁଷ୍ଠିତ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍.!!!

ଏଥର ସମ୍ଭାଳ (ଗଞ୍ଜାମ) – : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଋଖାକଣା ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ଯୁବ ନାଟ୍ୟ ସଂସଦ ଦ୍ୱିତୀୟ ଅବଦାନରେ ଭିନ୍ନ ଏକ ସାମାଜିକ ନାଟକ “ଦୁଃଖ ସରିବନି ମରିବା ଯାଏଁ “ଅନୁଷ୍ଠିତ ହୋଇଯାଇଛି। ଏହାକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମବାସୀ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନିରାଡାମ୍ବର ରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନି କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଛି। ଏକ ଭିନ୍ନ ଚିତ୍ର ଦୀର୍ଘ ବର୍ଷ ର ପରମ୍ପରା ରେ ଲାଗିଛି ରୋକ। ୭୧ ତମ ସାଧାରଣତନ୍ତ୍ର ଦିବସ ରେ ସ୍ଥାନୀୟ ଏନ୍.ଏସ.ସି ର ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ, ଦେଶ ପ୍ରେମୀ ଓ ସହିଦ୍ ଙ୍କ ଉଦ୍ଦେଶ୍ଯ ରେ ମିଠା ବଣ୍ଟନ ବଦଳରେ ପାଳନ କରାଯାଇଛି ନୀରାଡମ୍ବର ସାଧାରଣତନ୍ତ୍ର ଦିବସ। ଯାହାକି ରାଣୀ ସାହେବା ଙ୍କ ଦୀର୍ଘ ବର୍ଷ ର ସ୍ଵଚ୍ଛ ଶାସନ କାଳରେ ହେଉ ବା ଆଧ୍ୟନ୍ତରୀଣ ରାଜନୈତିକ ଛକା ପଞ୍ଜା ଦେଇ ଗତି କରିଥିବା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ଶାସନ କାଳରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିନଥିଲା। ଆଜିର ଏହି ନିରାଡମ୍ବର ପତାକା ଉତ୍ତୋଳନ ଓ ସାଧାରଣତନ୍ତ୍ର ଦିବସ ପାଳନ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଉପରେ ପ୍ରଶ୍ନ ଉଠାଇଛି। ଏମାନେ ଏନ୍.ଏସି.ସି ପ୍ରତି ଅଣଦେଖା କରିନାହାଁନ୍ତି ତ ? ତଥାପି ପୂର୍ବ ପରମ୍ପରା କୁ ବଜାଇ ରଖି ସ୍ଥାନୀୟ କରଣ ସାହି ର ଜନ ସାଧାରଣ ଓ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ନିଜ ଫାଣ୍ଡି ଠାରେ ପତାକା ଉତ୍ତୋଳନ କରିବା ସହ ମିଷ୍ଟାନ ବଣ୍ଟନ କରିଥିବା ଘଟଣା ଖଲିକୋଟ ଜନ ସାଧାରଣ ସାମାନ୍ୟ ଆଶ୍ୱସ୍ତ ଦେଇଛି।

ବନ ବିଭାଗ କର୍ମଚାରୀ ଙ୍କୁ ଅଟକ ଘଟଣା ତଦନ୍ତ ସାପେକ୍ଷ।

!!! ଗଞ୍ଜାମ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗଞ୍ଜାମ) – ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢାମ୍ବ ଗ୍ରାମ ରେ ଗ୍ରାମବାସୀ ଏବଂ ଚାରି ମହାରଣା ପରିବାର ମିଳିତ ଭାବେ ପୋଲସରା ବନବିଭାଗ କର୍ମକର୍ତ୍ତା ଙ୍କୁ ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ଚାପାଉତ୍ତେଜନା ଦେଖାଦେଇଥିଲା । ଖବର ନେବାରେ ଜଣାପଡିଛି ପୋଲସରା ବନବିଭାଗ ପକ୍ଷରୁ ଅତର୍କିତ ଭାବେ ବୁଢାମ୍ବ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ୪ ମହାରଣା ପରିବାର ଙ୍କ କାର୍ଯ୍ୟସ୍ଥଳୀ ଉପରେ ଅତର୍କିତ ଭାବେ ଚଢ଼ାଉ କରି ସେମାନେ ତିଆରି କରିଥିବା ପେଢି , ଆଲମିରା ସମେତ ଅନ୍ୟାନ୍ୟ ଜିନିଷ ଜବତ କରି ନେଇଯାଇଥିଲେ । ଫଳରେ ବୁଢ଼ାମ୍ବ ଗ୍ରାମବାସୀ ଏବଂ ଚାରି ମହାରଣା ପରିବାର ମିଳିତ ଭାବେ କିଛି ବନବିଭାଗ କର୍ମକର୍ତ୍ତା ଙ୍କୁ ଅଟକାଇ ରାସ୍ତା ଉପରେ ନାରାବାଜି କରିଥିଲେ । କୌଣସି ଅଘଟଣ କୁ ଦୃଷ୍ଟି ଆଗରେ ରଖି କବିସୂର୍ଯ୍ୟ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ବନବିଭାଗ ନେଇଥିବା ଜିନିଷ ଫେରେଇବା ପାଇଁ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଉକ୍ତ ଚାରି ମହାରଣା ପରିବାର କହିବା ଅନୁଯାୟୀ ସେମାନଙ୍କ କାର୍ଯ୍ୟପାଇଁ ରଖି ଥିବା ଜିନିଷ ର ଆବଶ୍ୟକ କାଗଜପତ୍ର ଅଛି। ବନବିଭାଗ ର କର୍ମକର୍ତ୍ତା ମାନେ କିଛି ନ ପଚାରି ଏବଂ ନବୁଝି ଏ ଭଳି କରିଛନ୍ତି ।ଅନ୍ୟପକ୍ଷରେ ବନବିଭାଗ କର୍ମକର୍ତ୍ତା ମାନେ ସଠିକ୍ କଥା କହିପାରିନାହାନ୍ତି । ଏହାର ସତ୍ୟତା ତଦନ୍ତ ସାପେକ୍ଷ ।

ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ସମସ୍ୟା ସଂପର୍କିତ ଆଲୋଚନା ଚକ୍ର।

!!! ଗଞ୍ଜାମ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ) – ଖଣ୍ଡ ସମ୍ପାଦକ ଆମ୍ବିରୀ ଜେନାଙ୍କ ଆବାହକତ୍ବ ରେ ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ସମସ୍ୟା ସଂପର୍କିତ ଆଲୋଚନା ଚକ୍ର ଗଞ୍ଜାମ ଜୀବନ କ୍ଳବ୍ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସଭାପତିତ୍ବ କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରୀ ସଭାପତି କବିରାଜ ସାହୁ,କାର୍ଯକାରୀ ଉପସଭାପତି ରବିକୁମାର ପାଣିଗ୍ରାହୀ ଏବଂ ଉପସଭାପତି ଟୁନା ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକ ରେ ରେଗୁଲାର କର୍ମଚାରୀ ମାନଙ୍କ ଆର୍ ଏସ୍ ପି ସମସ୍ୟା ସମାଧାନ। ଓ୍ବାର୍କଚାର୍ଯ କର୍ମଚାରୀ ମାନଙ୍କୁ ରେଗୁଲାର କର୍ମଚାରୀ ମାନ୍ୟତା ପ୍ରଦାନ ସହ ଇପିଏଫ୍ ସମସ୍ୟା ସମାଧାନ, ଏବଂ ଏନ୍ ଏମ୍ ଆର୍ ଓ ହେଚ୍ ଆର ର୍କର୍ମଚାରୀ ମାନଙ୍କୁ ସରକାରୀ ଅନୁମୋଦିତ ବେତନ ପ୍ରଦାନ ଇତ୍ୟାଦି ସମସ୍ୟା ନେଇ ବୈଠକ ରେ ଆଲୋଚନା କରାଯାଇଥିଲା। ଏହି ସବୁ ସମସ୍ୟା ସମ୍ପର୍କରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଅପର ପକ୍ଷରେ ଏହି ସମସ୍ୟା ଗୁଡିକ ସମାଧାନ ହେଉନଥିବାରୁ ବିଭାଗ କୁ ତୀବ୍ର ସମାଲୋଚନା କରିଥିଲେ। କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଅୟୋଜିତ ସଭାରେ ସଂଘ ର କେନ୍ଦ୍ରକ ର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ରଘୁନାଥ ପାତ୍ର,ଯୁଗ୍ମ ସମ୍ପାଦକ ହରିହର ବେହେରା ପୂର୍ଣ୍ଣଚନ୍ଦ୍ର କୋଠିଆ ,ଗିରିଜା ପ୍ରସାଦ ସିଂହ, ଜି.ଭେଙ୍କଟ,ଚନ୍ଦ୍ର ମୋହନ ମାଝୀ ଙ୍କ ସମେତ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ।କାର୍ଯ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଚୌଧୁରୀ ପରିଚାଳନା ରେ ସହଯୋଗ କରି ଧନ୍ୟବାଦ ଅର୍ପଣ କରିଥିଲେ।

ମିନିଷ୍ଟାଡିୟମର ଭାଗ୍ୟ ବଦଳିବ କେବେ ?

!!! ଗଞ୍ଜାମ୍ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ଗଞ୍ଜାମ) – ଗଞ୍ଜାମ ଜିଲ୍ଳା କବିସୂର୍ଯ୍ୟନଗର ଠାରେ ଫସର ଫାଟିଛି ପନ୍ଦର ଦିନର ପ୍ରତିଶ୍ରୁତି । ପାଣିର ଗାର ଭଳି ଉଦାହରଣ ସୃଷ୍ଟି କରିଛି ଖୋଦ୍ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି । ଏବେ ପୁଣି ଥରେ ଅନିଶ୍ଚିତତା ମଧ୍ୟରେ ପଡ଼ିରହିଛି ମିନିଷ୍ଟାଡିୟମର ଭାଗ୍ଯ । ଏଠି ନା ବଦଳୁଛି ଭିତ୍ତିଭୂମୀ ନା ପୂରଣ ହେଉଛି କ୍ରୀଡାବିତ୍ ଙ୍କ ଦାବି । ଏବେ ବି ଅସଜଡ଼ା, ଅବ୍ଯବହୃତ ହୋଇ ରହିଛି ଷ୍ଟାଡିୟମ ।

ବାରମ୍ବାର ଅଭିଯୋଗ ପରେ ମଧ୍ୟ ହଟୁନି ଜବର ଦଖଲ। ଜନସାଧାରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇ ଥିବା ମିନିଷ୍ଠାଡିୟମ ଏବେ ସମ୍ପୂର୍ଣ୍ଣ ଜୈନକ ବ୍ୟକ୍ତି ଙ୍କ କବଜା ରେ । ସତେ ଯେମିତି ଏହା ତାଙ୍କରି ନିଜ ଡ଼ମ୍ପିଙ୍ଗ ୟା୍ର୍ଡ ବା ଖୁଆଡ଼ ବୋଲି ମାନେହେଉଛି । ଉକ୍ତ ବ୍ୟକ୍ତି ଙ୍କୁ ଏଠାରୁ ହଟାଇବା ଦିଗରେ କିଏ ବା କାହିଁକି ଏହି ବ୍ୟକ୍ତି କୁ ଘଣ୍ଟ ଘୋଡାଉଛି ବୋଲି କବିସୂର୍ଯ୍ୟନଗର ବାସୀ ପ୍ରଶ୍ନ ଉଠାଇଛନ୍ତି ।

କବିସୂର୍ଯ୍ୟନଗର ମିନିଷ୍ଟାଡିୟମର ଦୂରାବସ୍ଥା ନେଇ ସ୍ଥାନୀୟ ଜନସାଧାରଣଙ୍କ ଏବଂ କ୍ରୀଡାପ୍ରେମୀ ପୂର୍ବରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ସ୍ଥାନୀୟ ଜିଲ୍ଲାପ୍ରଶାସନ ଏପରିକି କ୍ରୀଡ଼ା ବିଭାଗ ମଧ୍ୟ ଏହାକୁ ଗୋଚର ଜମି ଭାବେ ଛାଡ଼ିଦେବାକୁ ମନସ୍ଥ କରିଛନ୍ତି କି ବୋଲି ଅଭିଯୋଗ ଉଠୁଛି । ଆଗାମୀ ଦିନରେ ଯଦି ସରକାର ସ୍ଥାନୀୟ ବାସିନ୍ଦା, କ୍ରୀଡାପ୍ରେମୀ, କ୍ରୀଡାବିତ୍ ଙ୍କ ଦାବିକୁ ଦୃଷ୍ଟି ନ ଦେଇ ଏମିତି ଚୁପ ରହିବେ ତେବେ ଏହା ଏକ ବଡ଼ ଜନଆନ୍ଦୋଳନ ରୂପ ନେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

ବେଗୁନିଆପଡ଼ା ଠାରେ ଆଇନ ସଚତେନତା ଶିବିର ଅନୁଷ୍ଠିତ।

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡାରୁ ମୁନା ନାୟକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ବେଗୁନିଆପଡ଼ା ଖଲିକୋଟ ତାଲୁକା ଆଇନ ସେବା କେନ୍ଦ୍ର ଆନୁକୂଲ୍ୟରେ ରବିବାର ଦିନ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀନିବାସ ପ୍ରତିହାରୀ, ଆସିଷ୍ଟାଣ୍ଟ ସେସନ ଜଜ ଶ୍ରୀ ଅଲେଖ କୁମାର ପ୍ରଧାନ, ଜଜ ଶ୍ରୀମତୀ ଶାନ୍ତlଶ୍ରୀ ମହାନ୍ତି, ବାର ସଭାପତି ରାଜେନ୍ଦ୍ର ପ୍ରସାଦ ରଥ, ସରପଞ୍ଚ ସନ୍ତୋଷିନି ସାହୁ ଯୋଗ ଦେଇ ଆଇନର ବିଭିନ୍ନ ଦିଗ ଓ ଅସହାୟ ବ୍ଯକ୍ତି, ଜନଜାତି, ଅନୁସୂଚିତ ଜନଜାତି, ଦିବ୍ୟlଙ୍ଗ, ସ୍ଵଲ୍ପ ଆୟ ବ୍ୟକ୍ତି ମାନଙ୍କ ପାଇଁ ଆଇନର ସହାୟତା ଉପରେ ଆଲୋକପାତ କରିଥିଲେ l ଏଥିପାଇଁ ଲୋକମାନେ ସଚେତନ ରହିଲେ ଏହା ର ସୁଫଳ ପାଇପାରିବେ ବୋଲି କହିଥିଲେ l ଅନେକ ସମୟରେ ଗରିବ ଲୋକ ଆଇନର ସହାୟତା ବିଷୟରେ ଜାଣିପାରନ୍ତି ନାହିଁ ଏଣୁ ସହାୟତାରୁ ବଞ୍ଚିତ ହୋଇଥାନ୍ତି ସେଥିପାଇଁ କୋର୍ଟରେ ଏକ କମିଟି ଗଠନ କରାଯାଇଛି ଏହାର ସହାୟତା ନେବା ପାଇଁ କହିଥିଲେ l ଏଥିରେ ବାର ସମ୍ପାଦକ ନୀଳାମ୍ବର ଶତପଥୀ, ଓକିଲ, ଦିବାକର ପ୍ରଧାନ, ଅଭିମନ୍ୟୁ ଗଉଡ, ସନ୍ତୋଷ କୁମାର ମିଶ୍ର, ସମାଜସେବୀ ସନ୍ତୋଷ କୁମାର ସାହୁ ଓ ମହେନ୍ଦ୍ର କୁମାର ଗଉଡ ସହଯୋଗ କରିଥିଲେ l

ଦିର୍ଘ ଦିନ ର ଦାବୀ ପରେ ପ୍ରତିଷ୍ଠା ହେଲା ଅତିରିକ୍ତ ଜିଲ୍ଲା ଫୌଜଦାରୀ କୋର୍ଟ!

!!! ବେଗୁନିଆପଡ଼ା ରୁ ପ୍ରତିନିଧି ମୁନା ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଞ୍ଜାମ) – ଦିର୍ଘ ଦିନ ଧରି କୋଦଳା ଅଞ୍ଚଳର ଜନସାଧାରଣ, ଜନପ୍ରତିନିଧି ଏବଂ ଆଇନଜିବୀ ସଂଘ ର ଦାବୀ କ୍ରମେ ମାନ୍ୟବର ଉଚ୍ଚ ନ୍ୟାୟଳୟ ଆଜି ଗଞ୍ଜାମ ଜିଲ୍ଲା କୋଦଳା ଠାରେ ଅତିରିକ୍ତ ଜିଲ୍ଲା ତଥା ଫୌଜଦାରୀ ଅଦାଲତ ସ୍ଥାପନା କରିଛନ୍ତି । ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ ବିଭୁପ୍ରସାଦ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଆଇନଜିବୀ ସଂଘ ସଭାପତି ଶ୍ରୀ ତାରିଣୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାଜର୍ଜ ଶ୍ରୀ ରାମ ଶଙ୍କର ହୋତା, ଅତିରିକ୍ତ ଜର୍ଜ ଡଃ ମୁନୁରାଣୀ ମିଶ୍ର, ଅତିରିକ୍ତ ଜର୍ଜ ବିଷ୍ନୁଦତ୍ତ ଜେନା, ଖଲ୍ଲିକୋଟ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ମାଜିଷ୍ଟ୍ରେଟ ସୁଶ୍ରୀ ସୁକନ୍ୟା ଶତପଥି ପ୍ରମୂଖ ଯୋଗଦେଇଥିଲେ । ଆଇନଜିବୀ ସଂଘ ସମ୍ପାଦକ ଶ୍ରୀ ସୁବ୍ର ମଣି ଦାଶ ବିବରଣୀ ପାଠ କରିଥିବା ବେଳେ ମାଜିଷ୍ଟ୍ରେଟ ସୁଶ୍ରୀ ସୁକନ୍ୟା ଶତପଥୀ ସଭାପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ ମାନେ ସଙ୍ଗୀତ ପରିବେଷଣ କରିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଉଦୟ ନାଥ ପ୍ରଧାନ, ପ୍ରଫୁଲ୍ଲ କୁମାର ମିଶ୍ର, କେ. ମୋହନ ରାଓ ଦୋରା, ମାନସ ମିଶ୍ର, ସପନ କୁମାର ମିଶ୍ର, ସମାଜସେବୀ ଚିତ୍ରସେନ ପରିଡ଼ା ସମେତ ବହୁ ଆଇନିଜୀବି ଓ ବହୁମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ଅତିଥିମାନେ ଯୋଗଦେଇଥିଲେ । ଶେଷ ରେ କୋର୍ଟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହେବାର କିଛି ଘଣ୍ଟା ପରେ ଦୁର୍ଘଟଣାରେ ଜଣେ ଗୁରୁତର।

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ସାରା ଦେଶରେ ଜାତୀୟ ସୁରକ୍ଷା ସପ୍ତାହ ସରକାରୀ ତହବିଲରୁ ବ୍ୟାପକ ଖର୍ଚ୍ଚାନ୍ତରେ ପାଳିତ କରାଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ମୃତ ଓ ଆହତଙ୍କ ସଂଖ୍ୟା ବୃଦ୍ଧିକୁ ରୋକା ନଯାଇ ପାରିବର ଦୁଷ୍ଟାନ୍ତ ବି କିଛି କମ୍ ନୁହେଁ । ସଦ୍ୟ ଖଲ୍ଲିକୋଟ ବସ୍ ଷ୍ଟାଣ୍ତ ରେ ଖଲ୍ଲିକୋଟ ପୋଲିସ୍ ତରଫରୁ ସୁରକ୍ଷା ସପ୍ତାହର ଷଷ୍ଠ ଦିନର ସଫଳ ବୈଠକର କିଛି ଘଣ୍ଟା ନ ପୁରୁଣୁ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜାତୀୟ ରାଜପଥ ନବିକରଣ କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ପାର୍ଶ୍ବ ରାସ୍ତା କୁ ସଂପୂର୍ଣ୍ଣ ରୂପେ ଅବରୋଧ କରାଯାଇଛି । ଯାହା ଫଳରେ ଆଜି ସଂନ୍ଧ୍ୟା ସମୟରେ ଭୁବନେଶ୍ବର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଅଟୋ OD33L9119 କୁ ବିପରିତ ଦିଗରୁ ଆସୁଥିବା ଟ୍ରାଭେରା କାର OD02C0599 ମୁହାଁ ମୁହିଁ ଧକା ହେବା ଫଳରେ ଭୁବନେଶ୍ବର ଅଞ୍ଚଳର ଅଟୋ ଚାଳକ ବିଜୟ ବାରିକ କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ବିଜୟଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଛନ୍ତି । ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଜାତୀୟ ରାଜପଥ କର୍ତ୍ତୁପକ୍ଷ, ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟ କରୁଥିବା ସି ପି ଆରୋରା ନାମକ ଏକ ଘରୋଇ କମ୍ପାନୀ ର ମଧୁଚନ୍ଦ୍ରିକାରେ ରାସ୍ତା କାମ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

ଖଲ୍ଲିକୋଟ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ…!

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ସଡକ ସୁରକ୍ଷା ସପ୍ତାହ ଦେଶର ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ପାଳନ ହୋଇଆସୁଥିବା ବେଳେ ଖଲ୍ଲିକୋଟ ପୋଲିସ ପକ୍ଷରୁ ବିଧିବଦ୍ଧ ଭାବେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି। ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ପ୍ରଧାନ ସ୍ଥାନୀୟ ନିର୍ମଳ ଝର ଛକ ନିକଟରେ କିପରି ଭାବରେ ଟ୍ରାଫିକ୍ ନିୟନ୍ତ୍ରଣ ହୋଇପାରିବ ଓ ଦୁଇ ଚକିଆ ଯାନ ଆରୋହି ହେଲମେଟ ପିନ୍ଧି ଗାଡି ଚଳାଇବା ଏବଂ ଟ୍ରାଫିକ୍ ନିୟମ ମାନିବା ପାଇଁ ସମସ୍ତ ଗାଡି ଚାଳକ ଙ୍କୁ ପ୍ରବତାଇ ଥିଲେ। ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ସହଯୋଗ କରିଥିଲେ। ପୋଲିସ ର ଏହିଭଳି କାର୍ଯ୍ୟକ୍ରମ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି।

ରାତି ଅଧରେ ୧୩ ମାରିଲେ ଚମ୍ପଟ; ୩ ଜଣ ସସ୍‌ପେଣ୍ଡ ।

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମପୁର): ରାତିର ଅନ୍ଧକାର ସୁଯୋଗ ନେଇ ବାଳାଶ୍ରମରୁ ୧୩ ଜଣ ନାବାଳିକା ଚମ୍ପଟ ମାରିଛନ୍ତି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗୋଷାଣୀ ନୂଆଗାଁ ଥାନା ପୁଲିସ ୭ ଜଣଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଏହି ଅଭିଯୋଗରେ ୩ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଗତକାଲି ବିଳମ୍ୱିତ ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରେ ରହୁଥିବା ୧୩ ନାବାଳିକା ଚମ୍ପଟ ମାରିଥିଲେ। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଚମ୍ପଟ ମାରିଥିବା ୧୩ ଜଣଙ୍କ ଭିତରୁ ୭ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୫ ଜଣ, ଜଗନ୍ନାଥପ୍ରସାଦ ଓ ଚିକିଟି ଅଞ୍ଚଳରୁ ଜଣେ ଲେଖାଏଁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି। ସେମାନଙ୍କ ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ପୁଲିସ ଚେଷ୍ଟା ଚଳାଇଛି।

ବ୍ରହ୍ମପୁର ଉପଜିଲ୍ଲା ସିନ୍ଧେ ଦତ୍ତାତ୍ରେୟ ଭାଓସାହେବ ଆଜି ବଳାଶ୍ରମ ଯାଇ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ସିକ୍ୟୁରିଟି ଗାର୍ଡ ଭାଗ୍ୟଶ୍ରୀ, ହାଉସ ମଦର ଲକ୍ଷ୍ମୀ ମହାରଣା ଓ ୱାଚମ୍ୟାନ ପର୍ଶୁରାମ ବେହେରାଙ୍କୁ ଜିଲ୍ଲାପାଳ ସସ୍‌ପେଣ୍ଡ କରିଛନ୍ତି।