ଯୁଗାନ୍ତକାରୀ ବିପ୍ଲବୀ କବି ରବି ସିଂହ ଙ୍କ ବିୟୋଗରେ ଖଲ୍ଲିକୋଟ ଠାରେ ସ୍ମୃତି ସଭା ଅନୁଷ୍ଠିତ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ଓଡ଼ିଶାର ଖ୍ୟାତନାମା ତଥା ଯୁଗାନ୍ତକାରୀ ବିପ୍ଲବୀ କବି ରବି ସିଂହ ଙ୍କ ବିୟୋଗରେ ଖଲ୍ଲିକୋଟ ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଡାକ୍ତର ଏ. ପି. ଜେ ଅବଦୁଲ କଲାମ ଜନକଲ୍ୟାଣ ପରିଷଦ ପକ୍ଷରୁ ସ୍ଥାନୀୟ ଗ୍ରାମ୍ୟଦେବୀ ମନ୍ଦିର ପରିସର ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଚଳିତ ମାସ୧୬ ତାରିଖ ରେ ହେବାକୁ ଥିବା ମେଗା ରକ୍ତଦାନ ଶିବିର ର ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ବୈଠକରେ ପ୍ରାରମ୍ଭିକ ଭକ୍ତି ସଂଗୀତ ପରିବେଷଣ କରିଥିଲେ ଯୁବ କଣ୍ଠଶିଳ୍ପୀ ଅଶ୍ୱିନୀ କୁମାର ମହାନ୍ତି ।ପରିଷଦର ସଭାପତି ତଥା ସ୍ବେଚ୍ଛାସେବୀ, ସମାଜସେବୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ୨ ମିନଟ ନିରବ ପ୍ରାଥନା କରାଯାଇଥିଲା ।ଯୁବ କବି ତଥା ଶିକ୍ଷକ ଡକ୍ଟର ଦ୍ଵାରିକାନାଥ ମହାରଣାଙ୍କ କବିତାର ପ୍ରତିଫଳିତ ସାମାଜିକ ବିଧିବ୍ୟବସ୍ଥା ବିରୁଦ୍ଧରେ ଆଜୀବନ ସଂଗ୍ରାମୀ ଚିନ୍ତାଧାରା, ଦୁର୍ନୀତି ବିରୁଦ୍ଧରେ ସମଗ୍ର ଜୀବନ ଲେଖନୀ ଚାଳନା କରି କିଭଳି ମାନବିକତା ଧର୍ମୀ କାବ୍ୟକବିତା ରଚିଯାଇଛନ୍ତି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ପରେ ପରେ ପରିଷଦର ସଭାପତି ଅନୁଷ୍ଟିତ ହେବାକୁଥିବା ରକ୍ତଦାନ ଶିବିର କିପରି ସୁଚାରୁ ରୁପେ ଅନୁଷ୍ଟିତ ହେବ ପରିଷଦର ସଦସ୍ୟମାନଙ୍କୁ ଅବଗତ କରାଇଥିଲେ ।ପରିଶେଷରେ ଆଗାମୀ ଦିନ ମାନଙ୍କରେ ପରିଷଦ କିପରି ତାର ଜନମଙ୍ଗଳ କାର୍ଯ୍ୟ କୁ ଲୋକାଭିମୁଖୀ କରାଯିବ ସେଉପରେ ଦୃଷ୍ଟି ଦିଆଯାଇଥିଲା ।ଏହି ବୈଠକରେ ମିତାଞ୍ଜଳି ମିଶ୍ର, ପ୍ରଭାତୀ ଦାସ, ବିଦ୍ୟୁତପ୍ରଭା ଦାଶ, ମିତାରାଣୀ ପଟନାୟକ, ଶ୍ରୀହର୍ଷ ମହାରଣା, ମଳୟ କୁମାର ମିଶ୍ର, ଧ୍ରୁବ ଦାସ, ରାଜକିଶୋର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

ବଡଖୋଲି ଗ୍ରାମ ପଞ୍ଚାୟତ ର ୧୮ଗୋଟି ପ୍ରକଳ୍ପ ଉଦଘାଟିତ…!

!!! ଗଞ୍ଜାମ୍ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଆସ୍କା) – ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ଅନ୍ତର୍ଗତ ବଡଖୋଲି ଗ୍ରାମ ପଞ୍ଚାୟତ ର ୧୮ଗୋଟି ପ୍ରକଳ୍ପକୁ ମାନ୍ୟବର ବିଧାୟକ ପୋଲସରା ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି।ମାନ୍ୟବର ବିଧାୟିକା ଆସ୍କା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଯୋଗ ଦେଇଛନ୍ତି।ଆସ୍କା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା,ସରପଞ୍ଚ ସମିତିସଭ୍ୟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବଡଖୋଲି ପଞ୍ଚାୟତ ର ସମସ୍ତ ଜନସାଧରଣ ଉପସ୍ଥିତ ଥିଲେ।

ଡୁରା ରାମନାରାୟଣ ମହାବିଦ୍ୟାଳୟ ର ୩୭ତମ ବାର୍ଷିକ ଉତ୍ସବ ପାଳନ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗୋପାଳପୁର) – ଗୋପାଳପୁର ଡୁରା ରାମନାରାୟଣ ମହାବିଦ୍ୟାଳୟ ର ୩୭ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ମାନ୍ୟବର ବିଧାୟକ ଗୋପାଳପୁର ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଛନ୍ତି।ଓଡ଼ିଆ ସିନେତାରକା ଅଭିନେତ୍ରୀ ଶିତଲ, ହାସ୍ୟ ଅଭିନେତା ମଣି, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ,ଅଧ୍ୟାପକ ଅଧ୍ୟାପିକା,ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ନୂଆଗଡ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ର ରତ୍ନ ମୁଦ ନିମନ୍ତେ କଳସ ଯାତ୍ରା…!

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ର ରତ୍ନ ମୁଦ ନିମନ୍ତେ ବନଯାଗ, ଅଙ୍କୁରାରୋପଣ, ମଙ୍ଗଳକରଣ, ନାମଯଜ୍ଞ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଅଗ୍ନି ସଂସ୍କାର,ଘୃତ ଯଜ୍ଞ, ଅନ୍ନ ଯଜ୍ଞ, କଳସ ଯାତ୍ରା ଆଦି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୋହିତ ଭାବେ ପଣ୍ଡିତ ବିରୂପାକ୍ଷ ଦାଶ ଶର୍ମା ଏବଂ ଅନ୍ୟାନ୍ୟ ପଣ୍ଡିତ ମାନେ ପୂଜା ନିର୍ବାହ କରିଛନ୍ତି ଏବଂ ନୂଆଗଡ଼ ଗ୍ରାମ ର ସମସ୍ତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଛନ୍ତି ।

ପଥରା ଠାରେ ସ୍ଵର୍ଗତ ଲଡୁ କିଶୋର ସ୍ଵାଇଁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ପାଳିତ।

!!! ଗଞ୍ଜାମ୍ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (କବିସୂର୍ଯ୍ୟନଗର ) – କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପଥରା ଠାରେ ପୂର୍ବତନ ସାଂସଦ ଆସ୍କା ସ୍ବର୍ଗତ ଲଡୁ କିଶୋର ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ପାଳନ ହୋଇଯାଇଛି।ଓଡିଶା ପୂର୍ତ୍ତ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ସ୍ବର୍ଗତ ଲଡୁ କିଶୋର ସ୍ୱାଇଁ ଙ୍କ ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରିଛନ୍ତି।ମାନ୍ୟବର ବିଧାୟକ ଗୋପାଳପୁର ତଥା ଗଞ୍ଜାମ ଜିଲ୍ଲା ସଭାପତି ଡ଼.ପ୍ରଦିପ କୁମାର ପାଣିଗ୍ରାହୀ ଓ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ,ବିଧାୟିକା ଯୋଗ ଦେଇଛନ୍ତି।ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଖଲ୍ଲିକୋଟ ଠାରେ ବିଶ୍ଵ କର୍କଟ ଦିବସ ପାଳିତ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ବିଶ୍ବ କର୍କଟ ଦିବସ ଅବସରରେ ବିଶ୍ବର ସବୁ ଦେଶରେ ଏହି ଦିବସକୁ ପାଳନ କରାଯାଇଥାଏ । କର୍କଟ ପରି ଏକ ମାରାତ୍ମକ ରୋଗରେ ବର୍ଷକୁ ପଚାଶ ହଜାରରୁ ଅଧିକ ଲୋକ ଓଡ଼ିଶାରେ ଆକ୍ରାନ୍ତ ହୋଇ ଥାନ୍ତି । ଏହି ରୋଗ ହେବାର ଅନେକ କାରଣ ମଧ୍ୟରୁ ପାନ, ବିଡ଼ି, ସିଗାରେଟ, ଗୁଟୁଖା ଓ ମଦ୍ୟ ସେବନ କରୁଥିବା ବ୍ୟକ୍ତି ବିଶେଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି । ଏଥି ନିମନ୍ତେ ଲୋକ ମାନଙ୍କୁ ସଚେତନ କରିବା ପାଇଁ ଭୂବନେଶ୍ୱର ସ୍ଥିତ ହେଲ୍ପ ଏଜ ଓଡ଼ିଆ ସଂଗଠନ ପକ୍ଷରୁ ଖଲିକୋଟ ସ୍ଥିତ ପ୍ରିମିୟର ଇଂରାଜୀ ମିଡ଼ିୟମ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଖଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ମାଟିଆ ସାହିରେ ସଚେତନତା ରାଲି ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହେଲ୍ପ ଏଜ ଓଡ଼ିଆର ମୂଖ୍ୟ ପରିଚାଳକ ରବୀନ୍ଦ୍ର କୁମାର ସାହୁ, ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ, ପ୍ରିମିୟର ଇଂରାଜୀ ମିଡିୟମ ସ୍କୁଲର ପରିଚାଳକ ତପନ ଆଚାର୍ଯ୍ୟ, ସାମ୍ବାଦିକ ପ୍ରଦୀପ୍ତ କୁମାର ସାହୁ, ଅଶ୍ୱିନୀ ମହାନ୍ତି ଓ ଅମର ସାହୁ ଯୋଗ ଦେଇଥିଲେ ।

ସଂଖ୍ୟାଲଘୁ ବିବାହିତ ଯୁବତୀଙ୍କ ସହ ପ୍ରେମିକ ଫେରାର । ପ୍ରେମିକଙ୍କ ବାସଭବନ ଭଙ୍ଗା ରୁଜା , ଥାନାରେ ଏତଲା ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

 ଏଥର ସମ୍ଭାଳ (ଖଲ୍ଲିକୋଟ) – ଗତ ୧୦ଦିନ ତଳେ ଖଲ୍ଲିକୋଟ ସହରର ଜଣେ ସଂଖ୍ୟାଲଘୁ ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ଏହି ସହର ଅନ୍ତର୍ଗତ ଶବର କଲୋନୀ ର ଜନୈକ ଯୁବକଙ୍କ ସହ ଫେରାର ହୋଇଥିବା ଘଟଣା ଖଲ୍ଲିକୋଟ ସହରରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ସଂଖ୍ୟାଲଘୁ ଯୁବତୀଙ୍କ ସହ ଜନୈକ ଯୁବକଙ୍କର ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକଙ୍କ ପରିବାରର ବାରଣ ସତ୍ୱେ ଯୁବକ ଜଣଙ୍କ ପ୍ରେମୀକାଙ୍କ ଘରକୁ ଯାଇ ବର୍ତ୍ତାଳାପ ସହ ସମ୍ପର୍କ ସ୍ଥାପନ କରିଆସୁଥିଲେ । ଇତି ମଧ୍ୟରେ ପ୍ରେମୀକାଙ୍କ ର ବିବାହ ହୋଇଯିବା ପରେ ମର୍ମାହତ ହୋଇ ପ୍ରେମିକାଙ୍କୁ କରାୟତ କରିବାପାଇଁ ଉଦ୍ୟମ ଜାରି ରଖି ଥିଲେ । ଗତକାଲି ବିବାହିତା ପ୍ରେମୀକା ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ । ତେବେ ଉକ୍ତ ଘଟଣାରେ ପ୍ରେମୀକାଙ୍କ ସମ୍ପର୍କୀୟମାନେ ଶବର କଲୋନୀରେ ଥିବା ପ୍ରେମିକର ବାସଭବନକୁ ଯାଇ ଭଙ୍ଗ। ରୁଜା କରିଥିବା ଖଲ୍ଲିକୋଟ ଥାନାରେ ଏତଲା ହୋଇଛି । ଖଲ୍ଲିକୋଟ ଆଇ ଆଇ ସି ସତ୍ୟ ରଂଞ୍ଜନ ପ୍ରଧାନ ଘଟଣା ସ୍ଥଳକୁ ଯାଇ ଆବଶ୍ୟକ ତଦନ୍ତ କରି ଫେରିଥିବାବେଳେ ଥାନା କେସ ନ୦ ୫୦/୨୦୨୦ ରେ ଏକ ମକଦମା ରୂଜୁ କରି ଭାରତୀୟ ଦଣ୍ଡ ବିଧି ସଂହିଁତ। ର ଧାରା 147, 148, 294, 427, 149 IPC ରେ ଦୁଇ ଜଣକୁ ଅଟକ ରଖି ତଦନ୍ତ ଚଳାଇବା ବେଳେ ଖୁବ ଶୀଘ୍ର ପ୍ରେମୀ ଯୁଗଳଙ୍କୁ ଠାବ କରାଯିବ ବୋଲି ପ୍ରକାଶ କରିଛନ୍ତି ।

କ୍ୟୁବା ରେ ରମେଶ ମୃତୁ କୁ ୩ ଦିନ ବିତିଲା , ମୃତ ଦେହ କୁ ଅନେଇ ରହିଛନ୍ତି ବିଧବା ପତ୍ନୀ ରେଣୁ ଓ କର୍କଟ ରୋଗଗ୍ରସ୍ତ ମା ସୁଭଦ୍ରା…!

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – କ୍ୟୁବା ରେ ୩ ମହଲା ଛାତ ରୁ କାର୍ଯ୍ୟରତ ଶ୍ରମିକ ରମେଶ ମହାରଣା ଖସି ମୃତୁବରଣ କରିବାକୁ ୩ ଦିନ ବ୍ୟାପିଥିଲେ ମଧ୍ୟ ଏଯାବତ ରମେଶ ର ସବ କୁ ଭିଟାମାଟି କୁ ଫେରିଆଣିବା ପାଇଁ କୌଣସି ବ୍ୟବସ୍ତା ହୋଇନାହିଁ | ଏପରିକି ମୃତୁ ଖବର ପହଂଚିବା ର ୪୮ ଘଣ୍ଟା ବିତିଥିଲେ ମଧ୍ୟ ଶ୍ରମ ବିଭାଗ ର କୌଣସି ପଦାଧିକାରୀ କିମ୍ବା ରାଜନେତା ଶୋକ କୋଳ ପରିବାର କୁ ଭେଟିନାହାନ୍ତି | ସ୍ୱାମୀ ର ମୃତୁ ଖବର ପାଇଁ ମ୍ରିୟମାଣ ହୋଇଥିବା ବିଧବା ପତ୍ନୀ ରେଣୁ ପିଲା ଙ୍କ ଭରଣପୋଷଣ ଓ ପେଟପାଟଣା ଚିନ୍ତା ରେ ଝାଟିମାଟି ଘରେ ପଡ଼ିରହି ଛଟପଟ ହେଉଥିବା ବେଳେ ସରକାରୀ ସହାୟତା ପାଇଁ ଅନେଇ ବସିଛି | ତେବେ ସମାଜ ରେ ପ୍ରକାଶିତ ରିପୋର୍ଟ କୁ ଭିତ୍ତିକରି ବଡ଼ଗଡ଼ ଜିଲ୍ଲା ର ବିଜେପୁର ବ୍ଲକ ର ଜଣେ ସାମାଜିକ କର୍ମୀ ଦିବସ କୁମାର ସାହୁ ରାଜ୍ୟ ଶ୍ରମକମିଶନର ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଶ୍ରମକମିଶନର ଏନ . ତିରୁମାଲା ନାଇକ ଏକ ଟୁଇଟ ଯୋଗେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ଖୁବ ଶୀଘ୍ର ରମେଶ ର ସବ କୁ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି |

ମହାନଗର ମହୋତ୍ସବର ଅଷ୍ଟମ ରଜନୀ ମନ ମୋହିଲା ମୟୁରଭଞ୍ଜ ର ଛଉ ନୃତ୍ୟ , ଦର୍ଶକ ଙ୍କୁ ଆକୃଷ୍ଟ କଲା ଆଧୁନିକ ନୃତ୍ୟ।

!!! ଗଞ୍ଜାମ୍ ଜିଲ୍ଲା ରୁ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଗଞ୍ଜାମ) – ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ମହାନଗର ମହୋତ୍ସବ ଅଷ୍ଟମ ଦିନରେ ପହଞ୍ଚିଛି। ଆସନ୍ତା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ମହୋତ୍ସବ ର ଅଷ୍ଟମ ସନ୍ଧ୍ୟା ରେ ଉଦ୍ଘାଟକ ରୂପେ ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଯୋଗଦେଇ ମହୋତ୍ସବ ସନ୍ଧ୍ୟା କୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଯୋଗଦେଇ କହିଥିଲେ ଯେ ଗଞ୍ଜାମ ଜିଲ୍ଲା ହେଉଛି ମହୋତ୍ସବ ର ଜିଲ୍ଲା , ଏହି ଜିଲ୍ଲାରେ କଳାକାରଙ୍କ ଅଭାବ ନଥିବା ବେଳେ ସେମାନଙ୍କ କଳାକୁ ଚିହ୍ନଟ କରିବା ସହ ପରିଚୟ ଦେବା ପାଇଁ ହେଲେ ଏଭଳି ମହୋତ୍ସବ ର ଆବଶ୍ୟକତା ରହିଛି । ଏହା ସହ ଦୀର୍ଘ ୧୦ ଦିନ ଧରି ଏହି ମହୋତ୍ସବ ଆୟୋଜିତ କରୁଥିବାରୁ ଆୟୋଜକ କମିଟି କୁ ଧନ୍ୟବାଦ ଜଣାଇଥିଲେ । ବରିଷ୍ଠ ସାମ୍ବାଦିକ ଶିବରାମ ପାଣିଗ୍ରାହୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟ ରେ ମହାନଗର ମହୋତ୍ସବ ର ସଭାପତି ନାରାୟଣ ମହାଙ୍କୁଡ ସଂଯୋଜନା କରିଥିଲେ । ସମ୍ମାନିତ ଅତିଥି ଭାବେ ଇନଟାକ୍ ର ସଭାପତି ଡ଼.ସୁଧାଂଶୁ ପତି ,ଡକ୍ଟର ଫୋରମ ର ସଭାପତି ଡ଼.ଶଙ୍କର୍ଷଣ ପାତ୍ର, ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ ,ବାସୁଦେବ ମହାପାତ୍ର, ମହୋତ୍ସବ ସମ୍ପାଦକ ଗୋପାଳ ପଟ୍ଟନାୟକ, ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ,ଗୋପାଳ କୃଷ୍ଣ ଡାକୁଆ ପ୍ରମୁଖ ମଞ୍ଚାସିନ ଥିଲେ । ପରିଶେଷରେ କୋଷାଧକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ ମଞ୍ଚରେ ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ମହୋତ୍ସବ ର ଅଷ୍ଟମ ସଂଧ୍ୟାରେ ବ୍ରହ୍ମପୁର ସେଣ୍ଟ ଜାଭିୟର ସ୍କୁଲ ପକ୍ଷରୁ ଦେଶାତ୍ମକ ବୋଧକ ନୃତ୍ୟ , ନାଳନ୍ଦା ଶିକ୍ଷା ଅନୁଷ୍ଠାନ ତରଫରୁ ଗଞ୍ଜାମୀ ଲୋକନୃତ୍ୟ, ବ୍ରହ୍ମପୁର ରକଷ୍ଟାର ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଆଧୁନିକ ନୃତ୍ୟ, ପଲ୍ଲବୀ କଳା ନିକେତନ ର ନୃତ୍ୟଶିଳ୍ପୀ ଙ୍କ ଦ୍ଵାରା ଲୋକ ନୃତ୍ୟ, ଗଂଜାମ କଳା ପରିଷଦ ପକ୍ଷରୁ ଆସାମର ବିହୁ ନୃତ୍ୟ,ପରିବେଷଣ ହୋଇଥିଲା। ଏଥିସହ ମହୋତ୍ସବ ଅଷ୍ଟମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ମୟୁରଭଞ୍ଜ ର ଛଉ ନୃତ୍ୟ ଓ ଭୁବନେଶ୍ୱରର ମର୍ଡନ ଡ୍ୟାନ୍ସ । ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ମୟୁରଭଞ୍ଜ ରୁ ଆସିଥିବା କଳାକାର ଙ୍କ ଛଉ ନୃତ୍ୟ ଦର୍ଶକ ଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ ଭୁବନେଶ୍ୱର ରୁ ଆସିଥିବା ଆରିୟାନସ ଡ୍ୟାନ୍ସ ଗ୍ରୁପ ର ନୃତ୍ୟଶିଳ୍ପୀ ଙ୍କ ଆଧୁନିକ ନୃତ୍ୟ ଦର୍ଶକ ଙ୍କୁ ଅନେକ ସମୟ ଧରି ମଞ୍ଚ ନିକଟରେ ବାନ୍ଧି ରଖିପାରିଥିଲା । ଅନ୍ୟପଟେ ମହୋତ୍ସବ ର ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଉପାନ୍ତ ସାହିତ୍ୟ ସାଂସ୍କୃତିକ ସେବା ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବହୁ ସାହିତ୍ୟ ପ୍ରେମୀ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ । ଏହାସହ ବିଶିଷ୍ଠ କବି ମାନଙ୍କୁ ମଞ୍ଚ ରେ ସମ୍ମାନିତ କରାଯାଇଥିଲା । ଏହି ମହୋତ୍ସବ ର ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ରୁ ଉର୍ଦ୍ଧ ଷ୍ଟଲ, ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରି କରାଯାଉଛି। ଦିନକୁ ଦିନ ମହୋତ୍ସବ ପଡ଼ିଆରେ ଦର୍ଶକ ଙ୍କ ଭିଡ଼ ଲାଗିବା ସହ ବିଭିନ୍ନ ଷ୍ଟଲ ଗୁଡିକରେ ଜନ ସାଧାରଣ ଙ୍କ ଭିଡ଼ ପରିଲିଖିତ ହେଉଛି । ଆୟୋଜିତ ଏହି ମହୋତ୍ସବ କୁ ଉପଦେଷ୍ଟା ମନୋଜ କାନ୍ତ ଦାଶ ,ପ୍ରଶାନ୍ତ ଦାସ, ଉମା ଶଙ୍କର ପାଣିଗ୍ରାହୀ, ଅଭିରାମ ପାତ୍ର, ଶଙ୍କର ରଣା,ସତ୍ୟ ଚେତନ ପରିଡା, ସୁଦୀପ ସାହୁ,କାର୍ତ୍ତିକ ପାଣିଗ୍ରାହୀ,ମିହିର ତ୍ରିପାଠୀ,କାହ୍ନୁ ରାଉତ ,କେ.ରବୀନ୍ଦ୍ର କୁମାର ଦାସ , ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ସହଯୋଗ କରିଥିଲେ ।

ବ୍ରହ୍ମପୁର ସହରରେ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ସାମାଜିକ କାର୍ଯ୍ୟ ଜାରି ରହିଛି।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଛତ୍ରପୁର) – ବ୍ରହ୍ମପୁର ସହରରେ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ସାମାଜିକ କାର୍ଯ୍ୟ ଜାରି ରହିଛି। ସପ୍ତାହର ଶେଷ ଦିବସ ରବିବାର ଦିନ ଟିମର ସଦସ୍ୟମାନେ ସହର ପରିକ୍ରମା କରି ରାସ୍ତାର ଉଭୟ ପର୍ଶ୍ୱର ପ୍ରାଚୀରରେ ଲାଗିଥିବା ବେନିୟମ ପ୍ରଚାର ପତ୍ର ବା ପୋଷ୍ଟର ଗୁଡିକୁ ବାହାର କରିଥିଲେ। ପରେ ସଦସ୍ୟମାନେ ଗୋଶାଣିନୁଆଗାଁ ମୁଖ୍ୟ ରାସ୍ତାକଡରେ ବସିଥିବା ଜନୈକ ପାଗଳ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କୁ ସହାୟତା କରିଥିଲେ। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାମ ବାବୁଲା ବୋଲି ଜଣାପଡିଛି। ତାଙ୍କର ଅସନାବସ୍ତ୍ରଗୁଡିକୁ ବାହାର କରିବା ପରେ ତାଙ୍କର ଦାଢ଼ି ଓ କେଶ ସଫା କରାଯାଇଥିଲା। ପରେ ତାଙ୍କୁ ସଫା କରି ଗାଧୋଇ ଦିଆଯିବା ସହ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଶେଷରେ ତାଙ୍କୁ ଖାଇବାକୁ ଦେଇଥିଲେ ଟିମର ସଦସ୍ୟମାନେ। ଟିମର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ। ଏହି ଉଦ୍ଧାର କାର୍ଯ୍ୟ ଟିମ କ୍ଲିନ ସିଟିର ୬୨ତମ ଉଦ୍ଧାର କାର୍ଯ୍ୟ ହୋଇଥିବା ବେଳେ ପୋଷ୍ଟର ଚିରା ଅଭିଯାନ ୯୯ଦିବସରେ ପହଞ୍ଚିଛି। ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହିବା ସହିତ ଅନ୍ୟ ନୂତନ ପ୍ରକଳ୍ପ ଓ ଯୋଜନା ସହିତ ଟିମ ସାମାଜିକ କାର୍ଯ୍ୟ ସମ୍ପାଦନ କରିବ ବୋଲି ଟିମ କ୍ଲିନ୍ ସିଟି ପକ୍ଷରୁ କୁହାଯାଇଛି।