ନୁଆଁ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବିଜୁ ଜନତା ଦଳ ଶୁକ୍ରବାର ନୂଆ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି। ୩୩ଟି ସାଙ୍ଗଠନିକ ଜିଲା ପାଇଁ ଘୋଷଣା ହୋଇଥିବା  ଜିଲା ସଭାପତି ତାଲିକାରେ ୧୯ ଜଣ ନୂଆ ମୁହଁ ସ୍ଥାନ ପାଇଥିବା ବେଳେ ୧୪ ଜଣ ପୁରୁଣା ସଦସ୍ୟଙ୍କୁ ସ୍ଥାନ ମିଳିଛି। ଘୋଷଣା ହୋଇଥିବା ତାଲିକାରେ ଭୁବନେଶ୍ୱର ପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଷ ସାମନ୍ତରାୟ, ଗଞ୍ଜାମ ପାଇଁ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖୋର୍ଦ୍ଧା ପାଇଁ ବିଭୂତି ଭୂଷଣ ବଳବନ୍ତରାୟ, ମୟୂରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡି, ପୁରୀ ପାଇଁ ମହେଶ୍ୱର ମହାନ୍ତି, ରାଉରକେଲା ପାଇଁ ସାରଦା ପ୍ରସାଦ ନାୟକ ଏବଂ ସମ୍ବଲପୁର ପାଇଁ ସିର୍ଦ୍ଧାଥ ଦାସଙ୍କ ନାଁକୁ ଘୋଷଣା କରାଯାଇଛି। ସେହିପରି ବଲାଙ୍ଗିର ପାଇଁ ମନ୍ତ୍ରୀ ଟୁକୁନି ସାହୁ, ଅନୁଗୁଳ ପାଇଁ ମହେନ୍ଦ୍ର ବସ୍ତିଆ, ବାଲେଶ୍ୱର ପାଇଁ ରବୀନ୍ଦ୍ର କୁମାର ଜେନା, ବରଗଡ଼ ପାଇଁ ବିଜୟ ରଞ୍ଜନ ସିଂ ବରିହା, ଭଦ୍ରକ ପାଇଁ ଜଗନ୍ନାଥ ସ୍ୱାଇଁ, ବୌଦ୍ଧ ପାଇଁ ମହିଧର ରଣା, ଦେବଗଡ଼ ପାଇଁ ରୋମାଞ୍ଚ ରଂଜନ ବିଶ୍ୱାଳ, ଢେଙ୍କାନାଳ ପାଇଁ ପ୍ରଫୁଲ୍ଲ ମଲ୍ଲିକ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡ଼ା ପାଇଁ କିଶୋର ମହାନ୍ତି, କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ସିଂଦେଓ, କେନ୍ଦ୍ରାପଡ଼ା ପାଇଁ ଉତ୍କଳ କେଶରୀ ପରିଡ଼ା ଏବଂ କନ୍ଧମାଳ ପାଇଁ ସରୋଜ କୁମାରଙ୍କ କର୍ଣ୍ଣଙ୍କୁ ଦାୟିତ୍ୱ ଦିଆଯାଇଛି।

 

ଏହାଛଡ଼ା କେନ୍ଦୁଝର ପାଇଁ ମାଧବ ସର୍ଦ୍ଦାର, କୋରାପୁଟ ପାଇଁ ଈଶ୍ୱର ପାଣିଗ୍ରାହୀ, ମାଲକାନଗିରି ପାଇଁ ପୂର୍ଣ୍ଣଚନ୍ଦ୍ର ବାକା, ମୟୂରଭଞ୍ଜ ପାଇଁ କାଶୀନାଥ ହେମ୍ବ୍ରମ, ନବରଙ୍ଗପୁର ପାଇଁ ରମେଶ ଚନ୍ଦ୍ର ମାଝୀ, ନୟାଗଡ ପାଇଁ ରମେଶ ବେହେରା, ନୂଆପଡ଼ା ପାଇଁ ମନୋଜ ମିଶ୍ର, ରାୟଗଡ଼ା ପାଇଁ ସୁଧୀର ଦାସ, ସୁବର୍ଣ୍ଣପୁର ପାଇଁ ସରୋଜ କମ୍ପ ଏବଂ ସୁନ୍ଦରଗଡ଼ ପାଇଁ ବିନୟ ଟପ୍ପୋ ଜିଲା ସଭାପତି ଭାବେ ଦାୟିତ୍ବ ନେଇଛନ୍ତି

ପବିତ୍ର ଶିବରାତ୍ରୀ ଅବସରରେ ବେଗୁନିଆପଡା ବ୍ଲକର ବିଭିନ୍ନ ଶୈବ ପୀଠ ଲୋକାରଣ୍ୟ।

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବେଗୁନିଆପଡା) -ପବିତ୍ର ଶିବରାତ୍ରୀ ଅବସରରେ ବେଗୁନିଆପଡା ବ୍ଲକର ବିଭିନ୍ନ ଶୈବପୀଠ ରେ ଭକ୍ତଙ୍କ ଢେର ସମାଗମ ହୋଇଥିଲା l ଏହି ବ୍ଲକର ସାଙ୍କୁଡା ସ୍ଥିତ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଦଶ ହଜାରରୁଅଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ କେ. ବରିଡା ସ୍ଥିତ ଅମରେଶ୍ବର, ବେଗୁନିଆପଡା ସିଦ୍ଧେଶ୍ୱର, କୋଦଳା ସ୍ଥିତ ଶ୍ରୀ ଦଣ୍ଡେଶ୍ଵର, ଷଣ୍ଢମୂଳ ସ୍ଥିତ ତୁମ୍ବେଶ୍ୱର, ତାଳସର ସ୍ଥିତ ତlଳେଶ୍ଵର, ଏ. ଶାଳବଣ ସ୍ଥିତ ସିଦ୍ଧେଶ୍ଵର, ପାଇକପଡl ସ୍ଥିତ ବଟେଶ୍ୱର, ସାଙ୍କୁଡା ସ୍ଥିତ ଜଗତେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା l ସନ୍ଧ୍ୟାରେ ମନ୍ଦିର ବେଢାରେ ଭକ୍ତ ମାନେ ଦୀପ ଲଗାଇ ପୂଜାର୍ଚନା କରିଥିଲେ l ମନ୍ଦିର କମିଟି, ବେଗୁନିଆପଡା ଓ କୋଦଳା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା l ବିଭିନ୍ନ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l

କବିସୂର୍ଯ୍ୟ ନଗର ମା ମହାମୟୀ ଙ୍କ ଯାତ୍ରା ପାଇଁ ଜିଲ୍ଲାପାଳ ଙ୍କ ସ୍ୱିକୃତୀ

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଞ୍ଜାମ) – : ବହୁ ଦିନର ଅପେକ୍ଷା ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ କବିସୂର୍ଯ୍ୟ ନଗର ମହାମୟୀ ଙ୍କ ପ୍ରସିଦ୍ଧ ଯାତ୍ରା ପାଇଁ ବିଧିବଦ୍ଧ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି ।ଆଜି କବିସୂର୍ଯ୍ୟ ନଗର ମା ମହାମୟୀ ଯାତ୍ରା କମିଟି ର ସଦସ୍ୟ ବିଜୟ କୁମାର କଂହର, ମନୋରଞ୍ଜନ ମହାପାତ୍ର, ଭଗବାନ ସ୍ୱାଇଁ, ଭଗବାନ ମହାପାତ୍ର, ଜି ଶମ୍ଭୁଲିଙ୍ଗମ ଆଚାରୀ, ରସଲ ଦାଶ,ପ୍ରଶ୍ନନ ନାୟକ ,ମନ୍ମମଥ ପରିଡା, ସୁର୍ଯ୍ୟ ନାରାୟଣ ନାୟକ, ଯୋଗେନ୍ଦ୍ର ସେନାପତି, ବିବେକାନନ୍ଦ ସାହୁ ପ୍ରମୁଖ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଯାତ୍ରା ସମୟ ଧାର୍ଯ୍ୟ କରିବା ପାଇଁ ଅନୁରୋଧ କରି ଯାତ୍ରା ପାଇଁ ସମୟ ମାଗିଥିଲେ ସେଥିରେ ଜିଲ୍ଲା ପାଳ ମୋହର ଲଗାଇ ସହର ବାସୀଙ୍କ ପାଇଁ ଖୁସିର ଭେଟି ଦେଇଥିଲେ ।ଯାହାକି କବିସୂର୍ଯ୍ୟ ନଗର ବାସୀଙ୍କ ପାଇଁ ଏହା ଏକ ଖୁସିର ଖବର ।ଦୀର୍ଘ ୧୦ ବର୍ଷ ପରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମସ୍ତ ଙ୍କ ମନରେ ଉତ୍କୃଷ୍ଣା ଓ ଉତ୍ସାହ ଦେଖିବାକୁ ମିଳୁଛି ।ଏହି ଯାତ୍ରା ୩୪ ଦିନ ଧରି ଅନୁଷ୍ଠିତ ହେବ ।ଫେବ୍ରୁଆରୀ ମାସ ୨୮ ତାରିଖ ଅପରାହ୍ନ ୪ ଠାରୁ ୫ ଟା ସମୟ ମଧ୍ୟରେ ମା ମହାମୟୀ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ । ଅପ୍ରେଲ ୨୭ ରେ ମାଆ ଙ୍କ ଅସ୍ଥାୟୀ ଘର ପ୍ରତିଷ୍ଠା।ଅପ୍ରେଲ।୨୯/୪/୨୦୨୦ ବୁଧୁବାର ଦିନ ୪.୨୦ ମିନିଟ ଠାରୁ ୬.୦୫ ମିନିଟ ମଧ୍ୟରେ ମା ମହାମୟୀ ଙ୍କ ଆସ୍ଥାୟୀ ଗୃହ କୁ ଆଗମନ ଯାତ୍ରା ଆରମ୍ଭ ।ଜୁନ ୧ ରେ ଯାତ୍ରା ଶେଷ ହେବ ବୋଲି ସୂଚନା ମିଳିଛି ।

ବହୁ ଚର୍ଚିତ ବିଜୟଲକ୍ଷ୍ମୀ ହତ୍ୟାକାଣ୍ଡ ପର୍ଦାଫାସ, ସାମ୍ବାଦିକ ସମିଳନୀରେ ଖୁଲାସା କଲେ ଏସଡିପିଓ, ବିନାୟକ ସାହୁ ମୁଖ୍ୟ ଅଭିଯୁକ୍ତ l  

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକ ଓ ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝରୀ ଠାରେ ଗତ ଏପ୍ରିଲ ମାସରେ ଘଟିଥିବା ଏକ ବହୁ ଚର୍ଚିତ ହତ୍ୟାକାଣ୍ଡର ହତ୍ୟାକାରୀ ଶେଷରେ ଦୀର୍ଘ ନଅ ମାସ ପରେ ଗିରଫ ହୋଇଛି l କୋଦଳାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମିଳନୀରେ ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ ଏହାର ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ ଗତ ଏପ୍ରିଲ ମାସରେ ବୁରୁଝରୀ ଗ୍ରାମର ବିଶ୍ୱନାଥ ନାୟକଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କୁ ତାଙ୍କ ଘରେ କେହି ଦୁର୍ବୁତ୍ତ ହତ୍ୟାକରି ଫେରାର ହୋଇଯାଇଥିଲା l ପୋଲିସ ଓ ସାଇଣ୍ଟିଫିକ ଦଳ ପହଂଚି ତଦନ୍ତ ଆରମ୍ଭ କରିଥିଲେ l ତାଙ୍କ ମୁଣ୍ଡ ଏବଂ ଦେହରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା l ଏହାକୁ ନେଇ କୋଦଳା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା l କୋଦଳା ଓ ବେଗୁନିଆପଡା ପୁଲିସ ବିଭିନ୍ନ ପରିପାର୍ଶ୍ଵିକ ସ୍ଥିତିରୁ ତଦନ୍ତକରି ସେହି ଗ୍ରାମର ପୂର୍ଣଚନ୍ଦ୍ର ସାହୁଙ୍କ ପୁଅ ବିନାୟକ ସାହୁଙ୍କୁ ଗିରଫ କରି ପଚରାଉଚରା କଲାପରେ ସେ ଦୋଷ ସ୍ୱୀକାର କରିଥିଲା l ତା’ଠାରୁ କାଠ ଫାଳିଆ ଓ ରକ୍ତଭିଜା ରୁମାଲ ଜବତ ହୋଇଛି l ତାକୁ ଆବଶ୍ୟକୀୟ ଡାକ୍ତରୀ ମାଇନା ପରେ ଖଲ୍ଲିକୋଟ ଜେଏମଏଫସି କୋର୍ଟରେ ହାଜର କରାଯିବ ବୋଲି ଏସଡିପିଓ ସ୍ୱାଇଁ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି l ସମିଳନୀରେ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଉପସ୍ଥିତ ଥିଲେ l

କୋଦଳା ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ !

!!!  ଗଞ୍ଜାମ୍ ଜିଲ୍ଲା କୋଦଳା ରୁ ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା କୋଦଳା ପୁରୁଣା ବଜାର ସାହି ଠାରେ ରବିବାର ଦିନ ଶ୍ରୀ ଗଣେଶ ଯୁବକ ସଙ୍ଘ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଦକ୍ଷିଣ ଓଡିଶା ସାହିତ୍ୟ ସମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଗଣେଶ ଯୁବକ ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ମନୋରଞ୍ଜନ ଡାକୁଆ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ l ଉକ୍ତ ଶିବିରରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଅତିରିକ୍ତ ଅଧିକ୍ଷକ ଶାନ୍ତନୁ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, କୋଦଳା ତହସିଲଦାର  ପ୍ରଭାତ ପରିଡା ସାମ୍ନାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ l ଏହି ଅବସରରେ ଶିକ୍ଷାବିତ ରାମଚନ୍ଦ୍ର ପାତ୍ର,ଶ୍ରୀମତୀ ସରୋଜିନୀ ବ୍ରହ୍ମା, ଉପମନ୍ୟୁ ଶତପଥି, ପ୍ରକାଶ ଚନ୍ଦ୍ର ପାତ୍ର, ବିଭୁତି ଭୂଷଣ ମହାପାତ୍ରଙ୍କୁ ମାନପତ୍ର ଏବଂ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯିବା ସହ କଳାକାର ରଘୁନାଥ ମହାରଣା, ଅଶୋକ ମୁନି, ରମେଶ ଚନ୍ଦ୍ର ବାଡ଼ତ୍ୟାଙ୍କୁ ସାମ୍ନାନିତ କରାଯାଇଥିଲା l ଡ଼.ବିଷ୍ନୁପ୍ରିୟା ମିଶ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଆସିଥିବା ଡାକ୍ତରୀ ଦଳ ମୁକ ବଧିର ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ ନଳିନୀ କାନ୍ତ ରାଉତଙ୍କ ନେତୃତ୍ୱରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଚକ୍ଷୁ ଚିକିତ୍ସା କରିଥିଲେ l ଏହା ସହିତ ବ୍ରହ୍ମପୁର ଏମକେସିଜିରୁ ଆସିଥିବା ଅଭିଜ୍ଞ ଡାକ୍ତରୀ ଦଳ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ l ଉକ୍ତ ଶିବିରରେ ବଦ୍ରିନାରାୟଣ ପାତ୍ର, ଅଶ୍ୱିନୀ କୁମାର ସାହୁ, ସାଧାରଣ ସମ୍ପାଦକ ସଞ୍ଜୟ ଆଚରି, ଏମ ସତୀଶ ଆଚରି, ସହସଂପାଦ ପ୍ରଶାନ୍ତ ମହାନ୍ତି, କୋଷାଧକ୍ଷ ଚନ୍ଦନ ସ୍ୱାଇଁ, ଉତ୍ତମ ନାୟକ, ପ୍ରିୟା ଆଚରି, ସୁଧାଂଶୁ ନାୟକ, ଶିବ ପାତ୍ର ସମେତ ସତ୍ୟସାଇ ସେବା ସମିତି, ଦିବ୍ୟ ଜୀବନ ସଙ୍ଘ, ଶ୍ରୀ ଦାଣ୍ଡିଶ୍ୱର ଇଲେକ୍ଟ୍ରିକାଲ ପ୍ଲମ୍ବର ଆସୋସିଏସନ, କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ସଦସ୍ୟ ମାନେ ସହଯୋଗ କରିଥିଲେ l

ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ମାତୃପିତୃ ପୂଜନ ଦିବସ ପାଳିତ ।


!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ  ଅଶ୍ଵିନ ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲିକୋଟ) – ଫେବୃଆରୀ ୧୪ ତାରିଖକୁ ପାଶ୍ଚାତ୍ୟ ଦେଶମାନଙ୍କରେ ଭ୍ୟାଲେଣ୍ଟାଇନ ଡେ ଭାବରେ ପାଳନ କରାଯାଇଥିବା ବେଳେ ଆମ ଦେଶରେ ଅନେକ ଯୁବକ ଯୁବତୀ ମଧ୍ୟ ଏହି ଦିବସକୁ ପାଳନ କରିଥାନ୍ତି । ଏହି ଅପସଂସ୍କୃତିର ବିସ୍ତାର ନ ହେବା ପାଇଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ମାତୃପିତୃ ପୂଜନ ଦିବସ ରୂପେ ପାଳନ କରାଯାଉଛି । ଗଂଜାମ ଜିଲ୍ଲାର ଖଲିକୋଟ ବ୍ଳକ ଅନ୍ତର୍ଗତ ଆଇତିପୁର ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିର ଠାରେ ମାତୃପିତୃ ପୂଜନ ଦିବସ ରୂପେ ପାଳନ କରାଯାଇଛି । ବିଦ୍ୟାଳୟର ଶିଶୁ କଳିକା ମାନେ ନିଜ ପିତା ମାତାଙ୍କୁ ଚନ୍ଦନ ଲଗାଇ ଦୀପଧୂପ ଦ୍ବାରା ଆଳତି କରି ପୁଷ୍ପ ଦ୍ବାରା ପୂଜା ଅର୍ଚ୍ଚନା କରିଥିଲେ । ମାତାପିତା ମାନେ ମଧ୍ୟ ନିଜର ସନ୍ତାନ ମାନଙ୍କୁ କୋଳରେ ବସେଇ ଗେଲ କରିଥିଲେ । ହୁଳହୁଳି ଶବ୍ଦରେ ବିଦ୍ୟାଳୟ ପ୍ରାଙ୍ଗଣ ପ୍ରକମ୍ପିତ ହେଉ ଥିଲା । ଏକ ଆନନ୍ଦ ମୟ ଓ ପ୍ରେମ ମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଶିକ୍ଷାବିଦ୍ ପଦ୍ମ ଚରଣ ସାହୁ ମଞ୍ଚାସୀନ ଥିବା ବେଳେ ସାମ୍ବାଦିକ ତଥା ସାମାଜିକ କର୍ମୀ ଅଶୋକ କୁମାର ତ୍ରିପାଠୀ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ସଭାପତି ଭାଗିରଥି ସ୍ବାଇଁ , ସମ୍ପାଦକ ରୋହିତ ସ୍ବାଇଁ ,ଶିକ୍ଷକ ଶଙ୍କର ସାହୁ ଓ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ କାହ୍ନା ପରିଡା ମଞ୍ଚାସୀନ ଥିଲେ । ଗୁରୁଜୀ ଓ ଗୁରୁମା ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଥମେ ପୁଲବାମା ସହୀଦ ମାନଙ୍କ ପାଇଁ ନୀରବ ପ୍ରାଥନା କରାଯାଇଥିଲା ଏବଂ ଅତିଥି ମାନେ ମାତୃପିତୃ ପୂଜନର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ଦେଇ ଥିଲେ ।

ସାଙ୍କୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପିତୃ ମାତୃ ପୂଜନ ଦିବସ ମହା ଆଡମ୍ବର ସହକାରେ ଅନୁଷ୍ଠିତ।

!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରୁ ମୁନା ନାୟକଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପିତୃ ମାତୃ ପୂଜନ ଦିବସ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସଂସ୍କୃତିର ମାତୃ ପିତୃ ଭକ୍ତିର ଭାବନା କୁ ପ୍ରୋତ୍ସାହିତ କରିବା ପାଇଁ ମାତୃ ପିତୃ ପୂଜନ ଛାତ୍ରଛାତ୍ରୀ ମାନେ ହାତରେ ଦୀପ, ଧୂପ, ଫୁଲ, ଚନ୍ଦନ, ସିନ୍ଦୂର, ମିଷ୍ଟାନ୍ନ ଆଦି ପୂଜା ସାମଗ୍ରୀ ଧରି ବସି ମାତୃ ଦେବଭବ, ପିତୃଦେବଭବ ଭାବନା ନେଇ ନିଜର ପିତାମାତାଙ୍କ ସମ୍ମୁଖ ରେ ବସି ସ୍ନେହ, ପ୍ରେମ, ଭକ୍ତି, ଭାବରେ ପୂଜା ଅର୍ଚନା କରିଥିଲେ । ଉକ୍ତ ଦିବସ କୁ ସନ୍ଥ ଶ୍ରୀ ଆଶାରାମ ବାପୁ ଗୋଟିଏ ଆହ୍ଵାନ ଦେଇ କହିଥିଲେ ଫେବୃଆରୀ ୧୪ ତାରିଖ କୁ ପ୍ରେମ ଦିବସ ରୂପେ ପାଳନ ନକରି ପିତୃ ମାତୃ ପୂଜନ ଦିବସ ଭାବେ ପାଳନ କରନ୍ତୁ । ଏଥିରେ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ପ୍ରମୂଖ ଉପସ୍ଥିତ ଥିଲେ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସମସ୍ତ ଗୁରୁଜୀ, ଗୁରୁମା ଏବଂ ଆଶାରାମ ବାପୁ ତିରିଡା ଆଶ୍ରମ ର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାମ ଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ଵିନ କୁମାର ମହାନ୍ତି ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ସ୍ଥାନୀୟ ରାମ ଚନ୍ଦ୍ର ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି ।ଆର. ସି.ଏମ୍. କଲେଜର ଅଧ୍ୟକ୍ଷ ଶ୍ୟାମସୁନ୍ଦର ପାଢ଼ୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ପରିଷଦ ର ଉପ ସଚିବ ଡକ୍ଟର କୁଳମଣି ଓଝା ଓ ମୁଖ୍ୟ ବକ୍ତା ଭାବେ ଧନ୍ଦାମୂଳକ ଶିକ୍ଷା ଉପ ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ କଲେଜର ପ୍ରଶାସନିକ ଅଧିକାରୀ ଡକ୍ଟର ବିମଳ ପ୍ରସାଦ ସାହୁ, ଶୈକ୍ଷିକ ବିକାଶ ଅଧିକାରୀ ଡକ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ ।ଅତିଥି ମାନେ କଲେଜରେ ଚାଲିଥିବା ଆତ୍ମ ସୁରକ୍ଷା କୌଶଳ ତାଲିମ ରେ ବିଦ୍ୟାର୍ଥୀ ଙ୍କୁ ଉତ୍ସ।ହିତ କରିଥିଲେ ।ଅତିଥି ମାନେ ନିଜ ବକ୍ତବ୍ୟ ରେ ରାମ ଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ୫୬ ବର୍ଷ ଅତିକ୍ରମ କରି ୫୭ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଏହାର ଗୌରବ ମୟ ଇତିହାସ କୁ ମନେପକାଇ ଥିଲେ ।ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢିବା ପାଇଁ ପାଠ ପଢିବା ସହ ପ୍ରଥମେ ଭଲ ମଣିଷ ଟିଏ ହେବା ପାଇଁ ଚେଷ୍ଟା କରିବା ଏବଂ ସାମ୍ପ୍ରତିକ ସମୟରେ ଏକାଧିକ ଭାଷା ଜାଣିବା ନିହାତି ଜରୁରୀ ବୋଲି କହିଥିଲେ ।କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରକାଶ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଯୁକ୍ତ ଦୁଇ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରଯାଇଥିବା ବେଳେ ଖଲ୍ଲିକୋଟ ରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ପୂଜ୍ଯ ପାଦ ଶ୍ରୀ ଶ୍ରୀ ବାବାଇଦା ଙ୍କ ଶୁଭ ଆଗମନି ସ୍ମୃତି ଉତ୍ସବ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମ ମହୋତ୍ସବ ପାଳିତ ।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସତସଙ୍ଗ ବିହାର ର ଚତୁର୍ଥ ପ୍ରତିଷ୍ଠା ଓ ପୂଜ୍ଯ ପାଦ ଶ୍ରୀ ଶ୍ରୀ ବାବାଇଦା ଙ୍କ ଶୁଭ ଆଗମନି ସ୍ମୃତି ଉତ୍ସବ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ଯସୂଚୀ ଅନୁଯାୟୀ ବେଦ ମାଙ୍ଗଳିକ, ନହବତ, ଉଷା କୀର୍ତ୍ତନ, ପ୍ରାତଃ ବିନତି ପ୍ରାର୍ଥନା, ନଗର ସଙ୍କୀର୍ତ୍ତନ, ଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ ସତସଙ୍ଗ ସଦା ଆଲୋଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କର୍ମୀ ଏମ୍. ରାଘବ ସୁବୁଦ୍ଧି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଙ୍କ ରିତିକ୍ ଡଃ ହରପ୍ରସାଦ ସାହୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଙ୍କ ଜୀବନୀ, ଏବଂ ସତସଙ୍ଗ ହେଉଛି ମଣିଷ ତିଆରି କାରଖାନା ଏବଂ ସତସଙ୍ଗ କୁ ମଣିଷ ଆସିଲେ ନିଶ୍ଚିତ ଭାବରେ ତାହାର ଚଳନୀ ରେ ପରିବର୍ତ୍ତନ ହୁଏ ବୋଲି ଆଲୋଚନା କରିଥିଲେ । ଉତ୍ସବ କମିଟି ସଭାପତି ଅନୁ ସ୍ଵାଇଁ ଧନ୍ୟ ବାଦ ଅପର୍ଣ କରିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ରିତିକ୍ ତ୍ରିନାଥ ପରିଡ଼ା, କର୍ମୀ ମନୋଜ କୁମାର ସାହୁ, ଦୁର୍ଯ୍ୟୋଧନ ମହାନ୍ତି, ବି. ପାରସ୍ୟା, ବୈକୁଣ୍ଠନାଥ ପାଇକରାୟ ସମେତ ଅନ୍ୟାନ୍ୟ କର୍ମୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଅତିଥି ମାନେ, ସତାଧିକ ଗୁରୁ ଭାଇ ଓ ମା ମାନେ, ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ । ବି ଜେ ଡି ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ, ବ୍ଲକ ଉପାଧ୍ୟକ୍ଷ ଭ୍ରମର ବର ଭୂୟାଁ, ଜିଲାପରିଷଦ ସଭ୍ଯ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ବିଜେପି ନେତା ରଞ୍ଜନ କୁମାର ପଲାଇ, ସରପଞ୍ଚ ସନ୍ତୋଷ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଶେଷ ରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦବୋସ୍ତ ହୋଇଥିଲା ।

ବରଯାତ୍ରୀ ବସ ରେ ଲଗିଲା ନିଆଁ ; ୧୧ ଜଣ ମୃତ୍ୟୁବରଣ କରିଥିବା ଅନ୍ୟ ସମସ୍ତ ଙ୍କ ଅବସ୍ତା ସଂକଟାପର୍ଣ୍ଣ ଥିବା ସୂଚନା।

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରଙ୍ଗେଇଲୁଣ୍ଡା) – ବରଯାତ୍ରୀ ବସ୍ ରେ ଲାଗିଲା ନିଆଁ। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଥିବା ସୂଚନା। ବର୍ତମାନର ସବୁଠାରୁ ବଡ ଖବର ତଥା ହୃଦୟ ବିଦାରକ ଘଟଣା ଘଟିଛି। ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଠାରେ। ତୁଳୁ ରୋଡ ନିକଟ ଡଙ୍କଲପଡା ଠାରେ ବସରେ ଲାଗିଲା ନିଆଁ , ୫ ରୁ ଉର୍ଦ୍ଧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ସଂଖ୍ଯାରେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ବସ ରେ ୪୦ ରୁ ଅଧିକ ଯାତ୍ରୀ ଥିଲେ l ବସ ଟି ଡଙ୍କଲପଡା ରୁ ଚିକରଡ଼ା ଯାଉଥିବା ସମୟରେ ଘଟିଛି ଏପରି ଦୁର୍ଘଟଣା l ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳିଯାଇଛି l