କୋଦଳା ଠାରେ ଜାତୀୟ ଭୋଟର ଦିବସ ପାଳିତ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କୋଦଳା) – ଗୁରୁବାର ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ନବ ମତଦାତା ସମ୍ମିଳନୀ ହୋଇଥିବା ବେଳେ ବେଳେ ଗଞ୍ଜାମ ଜିଲ୍ଲା କୋଦଳା ଠାରେ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୂଆ ଭୋଟରଙ୍କ ସହ ସିଧାସଳଖ ପ୍ରଧାନମନ୍ତ୍ରୀ ଯୋଡି ହୋଇଥିବା ବେଳେ ଏନେଇ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ଯାରେ ଯୁବ ଭୋଟର ସାମିଲ ହୋଇଥିବା ଦେଖିବାକୁ ମିଳିଛି ।କୋଦଳା ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଜୟନ୍ତୀ ପଢିଆରୀ, ଘୁମୁସର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀରାବାଈ ଦେଓ, କୋଦଳା ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କାଉନସିଲର ରୀତାଞ୍ଜଳୀ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

୨୦୧୪ ଓ ୨୦୧୯ରେ ନୂଆ ଭୋଟର ମୋଦିଙ୍କ ପାଖରେ ଥିଲେ। ୨୦୨୪ରେ ମଧ୍ୟ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ତତ୍ପରତା ଓ ଉତ୍ସାହ ଅଛି । ସେହି ଦୃଷ୍ଟିରୁ ଯୁବ ଭୋଟରଙ୍କୁ ଦଳରେ ସାମିଲ କରିବା ଉଦେଶ୍ୟ ଥିବା କହିଛନ୍ତି କୋଦଳା ଏନଏସି ଅଧ୍ଯକ୍ଷ ।ଏହି ସମ୍ମିଳନୀରେ ୯ ବର୍ଷରେ ମୋଦି ସରକାରଙ୍କ ଯୁବ କଲ୍ୟାଣ ଯୋଜନା ବିଷୟରେ ଯୁବ ବର୍ଗଙ୍କୁ ଅବଗତ କରାଯାଇଥିଲl।

ସ୍ୱାଦିଷ୍ଟ ଚା ଓ କଫି ପାଇଁ ଲୋକଙ୍କ ଲମ୍ବା ଲାଇନ ନୂଆଗଡ଼ ଛକ ଚର୍ଚ୍ଚାରେ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଭୋର୍ ସମୟ ହେଉ କି ସନ୍ଧ୍ୟାରେ ହେଉ ଲୋକଙ୍କ ଲମ୍ବା ଲାଇନ୍ ଲାଗିଯାଏ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ଛକରେ ଥିବା ଜଗନ୍ନାଥ ପାଢ଼ୀଙ୍କ ଚା ଓ କଫି ଷ୍ଟଲ୍ ରେ । ସ୍ୱାଦିଷ୍ଟ ଚା ଓ କଫି ପିଇବା ପାଇଁ ଲୋକ ଅନ୍ୟ ଗାଁ ରୁ ମଧ୍ୟ ଆସିଥାନ୍ତି । ରାତି ୮ ଟା ପର୍ଯ୍ୟନ୍ତ ଲୋକଙ୍କ ଗହଳି ଲାଗିଥିବା ବେଳେ ସକାଳ ୫ ଟା ରୁ ମଧ୍ୟ ଲୋକଙ୍କ ଗହଳି ଲାଗିଥାଏ । ଆଦର୍ଖ ଚା ସହିତ ଚାରେ ଗୋଲମରିଚ ଗୁଣ୍ଡ ସହ ଭାଗ ମାପ ଚା କୁ ସ୍ୱାଦିଷ୍ଟ କରିଥିବା କଥା ଜଗନ୍ନାଥ କହନ୍ତି । ଏହା ସହିତ ଲୋକଙ୍କ ଭଲ ପାଇବା ତାଙ୍କ ବ୍ୟବସାୟ କୁ ଆଗକୁ ବଢ଼ାଇବ ବୋଲି ସେ କହନ୍ତି ।

ବେଗୁନିଆପଡ଼ା ବ୍ଲକର ୨୫ଜଣ ଶିକ୍ଷକଙ୍କ ୨ ବର୍ଷରୁ ଅଧିକ ସମୟ ହେଲାଣି ଏମ ଏ ସି ପି ହୋଇପାରୁନି । ଆଗରୁ ଆସିଥିବା ଅନୁମୋଦନ ଚିଠି ଗଲା କୁଆଡେ ?

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ୨୦୦୫ ମସିହାରେ ନିୟୋଜିତ ହୋଈ ୨୦୧୧ମସିହାରେ ନିୟମିତ ହୋଇଥିବା ୨୫ ଜଣ ଶିକ୍ଷକଙ୍କୁ ୨ ବର୍ଷ ହେଲା ଏମ ଏ ସି ପି (Modified Assured Career Progression (MACP) ମିଳୁନଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ । ସରକାରୀ ନିୟମ ଅନୁସାରେ ଶିକ୍ଷକ ମାନେ ନିୟମିତ ହେବା ବର୍ଷ ଠାରୁ ୧୦ବର୍ଷ ପରେ ଏହି ଏମ ଏ ସି ପି ସୁବିଧା ମିଳିବା କଥା। ୨୦୦୫ ମସିହାରେ ନିୟୋଜିତ ହୋଇଥିବା ୨୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ୨୦୧୧ ମସିହାରେ ନିୟମିତ ହୋଇଥିଲେ ଓ ଏହାର ୧୦ବର୍ଷ ପରେ ଅର୍ଥାତ୍ ୨୦୨୧ମସିହାରେ ଏହି ସୁବିଧା ସେମାନଙ୍କୁ ମିଳିବା କଥା। କିନ୍ତୁ ପରିତାପର ବିଷୟ ଏହା ଯେ ଆଜି ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ଦେବା ପରେ ବି ତାହା ଶିକ୍ଷକଙ୍କୁ ମିଳୁନି। ଏମାନଙ୍କୁ ଏହି ସୁବିଧା ଦେବା ପାଇଁ ତତ୍କାଳୀନ ଜିଲ୍ଲା ଶିକ୍ଷାଧିକରୀ ଅନୁମୋଦନ ପତ୍ର ପ୍ରଦାନ କରିଥଲେ ବି ତାହା ଲୁକ୍କାୟିତ ଭାବରେ କେଉଁ ଠାରେ କିଏ ରଖିଛି ତାହା ତଦନ୍ତ ସାପେକ୍ଷ ? ସେପଟେ ଏହି ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ମଧ୍ୟ ପଠାଯାଇଥିବା ବେଳେ ରିପୋର୍ଟ କଣ ଆସିଛି ଓ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ତାହାନେଇ ଶିକ୍ଷକ ଓ ଶିକ୍ଷୟିତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ନେଇ ବେଗୁନିଆପଡ଼ା ବି ଇ ଓ ରୁଦ୍ର ନାରାୟଣ ସାହୁ କହିଛନ୍ତି ଯେ ସେ ବର୍ତ୍ତମାନ ନୂଆ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଓ ଏହା ଉପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବେ। ସେପଟେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତୁରନ୍ତ ଏମ ଏ ସି ପି ପ୍ରଦାନ ପାଈଁ ଆଶାୟୀ ଦାବୀ କରିଛନ୍ତି ।

ସୁମଣ୍ଡଳରେ ଅକ୍ଷତ ଏବଂ ନିମନ୍ତ୍ରଣ ପତ୍ର ବଣ୍ଟନ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟେକ ସନାତନୀ ହିନ୍ଦୁ ପରିବାରରେ ପହଞ୍ଚାଇବାର ଅଭିଯାନ ଆରମ୍ଭ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ସୁମଣ୍ଡଳ ର ବିଭିନ୍ନ ଗ୍ରାମରେ ଭବ୍ୟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା ସହ ସମସ୍ତ ଗ୍ରାମବାସୀ ଙ୍କୁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ କମଳଲୋଚନ ରାଉତ, ଶରତ ଚନ୍ଦ୍ର ପାଣ୍ଡି , ହର୍ଷ ବାରିକ , ଜ୍ଞାନ ପ୍ରସାଦ ପରିଡାଙ୍କ ସହ ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ । ଏ ନେଇ ସୁମଣ୍ଡଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା ।

ନୂଆଁଗଡ଼ ରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଁଗଡ଼ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ଦୁଇ ଦିନିଆ ଖେଳଣା ପ୍ରସ୍ତୁତି କର୍ମଶାଳା ‘ଆମ ସଂସ୍କୃତି ଆମ ଖେଳଣା’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି
।ଏହା ଆସନ୍ତା କାଲି ଅର୍ଥାତ୍ ୧୯ ତାରିଖ ଦିନ ଶେଷ ହେବ ବୋଲି ସୂଚନା ମିଳିଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସୁମନ୍ତରାୟ, ମୁଖ୍ଯବକ୍ତା ଭାବେ ଶିକ୍ଷକ ପ୍ରକାଶ ଚନ୍ଦ୍ର ଭୂୟାଁ, ସମ୍ମାନିତ ଅତିଥି ଭାବେ ସି ଆର୍ ସି ସି ନାରାୟଣ ସେଠୀ, ଜଗନ୍ନାଥ ବାରିକ, ହରମୋହନ ଜେନା, ବାଳକୃଷ୍ଣ ମହାନ୍ତି, ପ୍ରଧାନ ଶିକ୍ଷକ ହରିହର ପ୍ରଧାନ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ବାବଦରେ ସୂଚନା ଦେଇଥିଲେ । ଏଥିରେ ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ନୂଆଁଗଡ଼ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ନୂଆଁଗଡ଼ ରେ ଅକ୍ଷତ ଏବଂ ନିମନ୍ତ୍ରଣ ପତ୍ର ବଣ୍ଟନ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟେକ ସନାତନୀ ହିନ୍ଦୁ ପରିବାରରେ ପହଞ୍ଚାଇବାର ଅଭିଯାନ ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ନୂଆଁଗଡ଼ ଗ୍ରାମ ସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ସହ ସମସ୍ତ ଗ୍ରାମବାସୀ ଙ୍କୁ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ସମେତ ବିଜେପି ନେତା ପ୍ରତାପ ନାୟକ, ନାରାୟଣ ସୁମନ୍ତରାୟ, ନାରାୟଣ ପ୍ରଧାନ, ପ୍ରଭାତ ସ୍ଵାଇଁ, ଶ୍ରୀକାନ୍ତ ପଣ୍ଡା ସମେତ ଶତାଧିକ ମହିଳା ଓ ପୁରୁଷମାନେ ଯୋଗ ଦେଇଥିଲେ । ଏ ନେଇ ନୂଆଁଗଡ଼ ରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା ।

ବେଗୁନିଆପଡା ରେ ଆତ୍ମାରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଦିନ ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଏଥିରେ ପ୍ରଶିକ୍ଷିକା ଭାବେ ଦିବ୍ୟାନି ସାହୁ ଓ ପୁଜାରାଣୀ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମାରକ୍ଷା କୌଶଳ ସମ୍ବଦ୍ଧରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦୀର୍ଘ ଆଠ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି ।

ସ୍କାଉଟ ଗାଇଡର ଦୀକ୍ଷାନ୍ତ ଦିବସ ସମାରୋହ ପାଳିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା) – ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ କୁମାରିପାରୀ ଉତିନ୍ନ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ଅମିତ ପଟ୍ଟନାୟକଙ୍କ ନିର୍ଦ୍ଧେଶରେ ସ୍କାଉଟ ଗାଇଡର ଦୀକ୍ଷାନ୍ତ ଦିବସ ସମାରୋହ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରଘୁନାଥ ପ୍ରଧାନ ହରିଚନ୍ଦନଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୀଳକଣ୍ଠ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୧୮ ଜଣ ସ୍କଉଟ୍ ଓ ୧୨ ଜଣ ଗାଇଡଙ୍କୁ ଶପଥ ପାଠ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ବେହେରା, ସମିତି ସଭ୍ୟ ସତିଶ କୁମାର ତାରିଣୀ, ବିଦ୍ୟାଳୟ ପରିଚାଳନା କମିଟି ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସ୍ଥାନୀୟ ସ୍ଵେଚ୍ଛାସେବୀ ଙ୍କ ଦ୍ଵାରା ଶାଳିଆ ଡ୍ୟାମରେ ସଫେଇ କାର୍ଯ୍ୟକ୍ରମ ଦ୍ଵିତୀୟ ପର୍ଯ୍ୟାୟ ରେ…!

!!! ଗଞ୍ଜାମରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ଶାଳିଆ ଡ୍ୟାମ ସରକାରୀ କଳର ଅବହେଳା ହେଉ କିମ୍ବା ପର୍ଯ୍ୟଟକଙ୍କ ବେଖିଆଲ ମନୋଭାବ କାରଣରୁ ଏବେ ଅଳିଆ ଆବର୍ଜନା ଅବସ୍ଥାରେ ପଡିଛି l ବଣଭୋଜି ପାଇଁ ଦୈନନ୍ଦିନ ଶତାଧିକ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏହି ସ୍ଥାନରେ । ସରକାରଙ୍କ ତରଫରୁ ନିର୍ମାଣ ହୋଇଥିବା ପିଣ୍ଡି ସ୍ଥାନୀୟ ଜନସାଧାରଣ ମାନେ ଭୋଜି କରି ଖାଇବା ସହ ସେହି ସ୍ଥାନ କୁ ସଫା ନ କରି ଅଇଁଠା ପତ୍ର, ବୋତଲ ଆଦି ପକାଇ ଅପରିଷ୍କାର କରୁଛନ୍ତି । ଗମନାଗମନ ର ଅସୁବିଧା ସହିତ ପରିମଳ ବ୍ୟବସ୍ଥା କଥା ନ କହିବା ଆହୁରି ଭଲ l ରାସ୍ତା ଉପରେ ବିଦ୍ୟୁତ ତାର ଝୁଲି ରହିଛି କେତେ ବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ l ଠୁଳ ଠୁଳ ମଦ କାଚ ଓ ପ୍ଲାଷ୍ଟିକ ବୋତଲ ପଡି ରହିଛି l ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କିଛି ସ୍ଥାନୀୟ ବାସିନ୍ଦା ଗତ କିଛିଦିନ ତଳେ ୱାଚ ଟାୱାର ଠାରେ ଏକ ସଫେଈ କାର୍ଯ୍ୟକ୍ରମ ମାଧ୍ୟମରେ ୧୦ରୁ ଉର୍ଦ୍ଧ ବ୍ୟାଗ କାଚ, ଟିଣ ଓ ପ୍ଲାଷ୍ଟିକ ବୋତଲ ଗୋଟେଇବା ସହ ସଫା କରିଥିଲେ । ଆଜି ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ଆହୁରି ସଫା କରିବା ସହ ଡିସ୍ପୋଜ କରିଥିଲେ l ଏଥିରେ ଗୌତମ ସ୍ୱାଇଁ, ପବିତ୍ର ସ୍ୱାଇଁ ,ନାରାୟଣ ସ୍ୱାଇଁ ,ପ୍ରକାଶ ସ୍ୱାଇଁ ଓ ନତୀପ ପ୍ରମୁଖ ସମେତ ଅନ୍ୟମାନେ ଯୋଗ ଦେବା ସହ ସହଯୋଗ କରିଥିଲେ l
ଏଥିସହିତ ଅନ୍ୟ ସ୍ଵେଚ୍ଛାସେବୀ ଙ୍କୁ ମଧ୍ଯ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି l ଆଗାମି ଦିନରେ ମଧ୍ଯ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି ।

ସେଦିନ ଥିଲା ସାଢେ ଏଗାର ଆଜି ସାଢେ ଦଶ ;ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଝୁଲୁଛି ତାଲା ?

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡା) – ଗତ ଏଗାର ତାରିଖ ଦିନ ଠିକ ୧୧.୩୦ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଭୁକ୍ତ ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ତାଲା ଝୁଲିଥିଲା | ଖବର ପ୍ରସାରଣ ର ଠିକ ଚାରି ଦିନ ପରେ ମଧ୍ୟ ସାଢେ ଦଶ ସମୟରେ ଝୁଲୁଛି ତାଲା । ଯାହା ଫଳରେ ପ୍ରଭାବିତ ହେଉଛି ତହସିଲ କାର୍ଯ୍ୟ ଏଵଂ ହଇରାଣ ହେଉଛନ୍ତି ଅନେକ ମହିଳା ଓ ପୁରୁଷ | ସ୍ଥାନୀୟ କୋଦଳା ତହସିଲଦାର ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରେ କହିଛନ୍ତି ଯେ ସରକାରି କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟ ଦଶ ଟା ରେ ଖୋଲିବା କଥା କିନ୍ତୁ କାହିଁକି ଖୋଲା ଯାଇନାହିଁ ସେ ଅନୁସନ୍ଧାନ କରିବେ | ହେଲେ ଏଠି ପ୍ରଶ୍ନ ଉଠୁଛି ତହସିଲଦାର ଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଷଣ୍ଢମୂଳ ରାଜସ୍ବ ନିରୀକ୍ଷକ କଣ ଅଧିକାରୀ ଙ୍କ ଠାରୁ ଉର୍ଦ୍ଧରେ କି? ନା ଅନ୍ୟ କାହାର ଆଶୀର୍ବାଦ ରହିଛି, ଯାହା କି ତଦନ୍ତ ସାପେକ୍ଷ | ଏହି କାର୍ଯ୍ୟାଳୟ ଉପରେ ସ୍ଥାନୀୟ ଅଞ୍ଚଳରୁ ଶହ ଶହ ଲୋକ ଜମିଜମା ସମ୍ବଦ୍ଧିୟ କାର୍ଯ୍ୟ ପାଇଁ ନିର୍ଭର କରୁଥିବା ବେଳେ ଏଠିକାର କର୍ମଚାରୀ ଙ୍କ ମନ ମୁଖୀ କାର୍ଯ୍ୟ କଳାପ କୁ ନେଇ ପ୍ରଶ୍ନ ଉଠୁଛି | ଯଦି ରାଜସ୍ୱ ନିରୀକ୍ଷକ ମହୋଦୟ କୌଣସି ଫିଲ୍ଡ କାର୍ଯ୍ୟ କିମ୍ବା ଅଫିସ କାର୍ଯ୍ୟରେ ଯାଇଛନ୍ତି ତାହା ହେଲେ କାର୍ଯ୍ୟାଳୟ ରେ ଅନ୍ୟମାନେ ଉପସ୍ଥିତ ଥାନ୍ତେ। ନତୁବା ସୂଚନା ଫଳକ ରେ କାର୍ଯ୍ୟକ୍ରମ ବିଷୟ ନେଇ ଲିପିବଦ୍ଧ କରିଥାନ୍ତେ । ଏସବୁ ରେ କିନ୍ତୁ ବାରମ୍ବାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ରେ ତାଲା ଝୁଲୁ ଥିଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ମଧ୍ୟ ଦେଖା ନାହିଁ । କିନ୍ତୁ ସରକାରୀ ଦପ୍ତର ରୁ ମୋଟା ଅଙ୍କର ଦରମା ପାଉଥିବା ବାବୁଙ୍କ ଏହା ମନମାନି ନା ବେଖାତିର ମନୋଭାବ ଯାହାକୁ ନେଇ ତାତିଲେଣି ସାଧାରଣ ଲୋକେ | ପୂର୍ବରୁ ଏ ନେଇ ଖବର ପ୍ରସାରଣ କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଟାନ ଅଭାବରୁ ଏମିତି ଘଟୁଥିବା ସାଧାରଣରେ ଆଲୋଚନା ହେଉଛି | ତେବେ ବାରମ୍ବାର ଖବର ପ୍ରସାରଣ ପରେ କଣ ପଦକ୍ଷେପ ନେଉଛନ୍ତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତାହା ଦେଖିବାକୁ ବାକି ରହିଲା ?