ମଥୁରା ପଞ୍ଚାୟତ ସ୍ବାଭିମାନ ମଞ୍ଚ ପକ୍ଷରୁ ବାବା କେଦାରେଶ୍ବର ପୀଠରେ ପଞ୍ଚାୟତ ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରୁ ଶକଳେଶ୍ୱର ରଥ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଖଲ୍ଲିକୋଟ) – ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ମଥୁରା ଗ୍ରାମ ସ୍ଥିତ ବାବା କେଦାରେଶ୍ବରଙ୍କ ପୀଠରେ ମଥୁରା ପଞ୍ଚାୟତ ସ୍ବାଭିମାନ ମଞ୍ଚ ପକ୍ଷରୁ ଏକ ପଞ୍ଚାୟତ ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ଦଳବଳ ନିର୍ବିଶେଷରେ ପଞ୍ଚାୟତର ସ୍ବେଚ୍ଛାସେବୀ, ସମାଜସେବୀ, ଯୁବକ ଓ ବୁଦ୍ଧିଜୀବୀ ମାନେ ଏକାଠି ହୋଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ସହ ପ୍ରତ୍ୟେକ ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ନିଜ ବ୍ୟକ୍ତି ଗତ ସ୍ବାର୍ଥ ହାସଲ ପାଇଁ ଦଲାଲଗିରୀ କରୁଥିବା ବ୍ୟକ୍ତି ମାନଙ୍କ ଠାରୁ ଦୂରରେ ରହି ପଞ୍ଚାୟତ ବାସୀଙ୍କ ସ୍ବାର୍ଥ ହାସଲ ପାଇଁ ଗୁରୁତ୍ୱ ଦେବା ପାଇଁ ଆଲୋଚନା ହୋଇଥିଲା। ଏତଦ୍ବ୍ୟତୀତ ଜନପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସରେ ସାରା ଦେଶରେ ସେବା ପକ୍ଷ ପାଳନ ହେବା ସହ ଆମ ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ କରା ଯାଉଥିବା ବେଳେ ସ୍ବାଭିମାନ ମଞ୍ଚ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା। ଶେଷରେ ସମସ୍ତଙ୍କ ପାଇଁ ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ତିନି ଶହରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ।

ଘାଟି ଉପରୁ ତଳକୁ ଖସିଲା ତେଲ ବୋଝେଇ ଟ୍ରକ, ଡ୍ରାଇଭର ଓ ହେଲ୍ପର ଆହତ…!

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଶକଳେଶ୍ୱର ରଥ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥର ହରିଡାମୂଳ ଘାଟିରୁ ତଳକୁ ଖସିଲା ରୁଚି ଗୋଲ୍ଡ ତେଲ ବୋଝେଇ ଟ୍ରକ । ଟ୍ରକଟି କାକିନାଡାରୁ କଟକ ଅଭିମୁଖେ ଯାଉଥିବା ବେଳେ ଘଟିଛି ଦୂର୍ଘଟଣା। ଟ୍ରକର ଡ୍ରାଇଭର ଆଇ ଶ୍ରିନୁ ଓ ହେଲ୍ପର ଶେସା ରାଓଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମ କେ ସି ଜିକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତାରେ ପଡିଥିବା ତେଲକୁ ପାଣି ସ୍ପ୍ରେ କରି ରାସ୍ତା ସଫା କରିବା ସହ ଯାନବାହନ ଚଳାଚଳକୁ ସ୍ବାଭାବିକ କରିଥିଲେ ଏବଂ ଲୁଟ ଦାଉରୁ ରକ୍ଷା କରିଥିଲେ। ପୋଲିସ ଘଟଣା ସ୍ଥଳରେ ତଦନ୍ତ କରୁଛି।

ରୋଟାରୀ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧନା ପାଇଲେ ଶିକ୍ଷକ ପ୍ରସନ୍ନ କୁମାର ନାୟକ

!!! ଗଞ୍ଜାମ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ(ବେଗୁନିଆପଡ଼ା)- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍ ଏ ସି ଅନ୍ତର୍ଗତ ଅଶୋକ ନଗରସ୍ଥିତ ଉମା ମହେଶ୍ୱର ବଣିକ ସଂଘ ଠାରେ ରୋଟାରୀ କ୍ଲବ ବାଣପୁର ଓ ବାଲୁଗାଁ ଦ୍ଵାରା ନେସନ୍ ବିଲଡର ଆୱାଡ ସେରୋମନି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟରୀୟାନ ଡ. ଶ୍ରୀନିବାସ ମହାପାତ୍ର, ମୁଖ୍ୟବକ୍ତା ଭାବେ ଭିକାରି ଚରଣ ମହାପାତ୍ର ସମେତ ଅନ୍ୟମାନେ ଯୋଗ ଦେଇ ପ୍ରଥମେ ଜାତୀୟ ସଙ୍ଗୀତ ଗାନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଉପସ୍ଥିତ ଅତିଥି ମାନେ ରୋଟାରୀ କ୍ଲବ ର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହ ଆଗକୁ କେମିତି ଆହୁରି ଅଧିକ ସେବା କାର୍ଯ୍ୟ ହାତକୁ ନିଆଯାଇପାରିବ ସେନେଇ ଆଲୋକପାତ କରିଥିଲେ । ଏଥିରେ ବହୁ ବଦାନ୍ୟ ବ୍ୟକ୍ତିବିଶେଷ ଙ୍କୁ ନେସନ୍ ବିଲଡର ଆୱାଡ ରେ ମାନପତ୍ର,ଉପଢୌକନ, ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ନେସନ୍ ବିଲଡର ଆୱାଡ ରେ ମାନପତ୍ର,ଉପଢୌକନ, ପୁଷ୍ପଗୁଚ୍ଛ ଆଦି ପ୍ରଦାନକରି ଉପସ୍ଥିତ ଅତିଥି ମାନେ ସମ୍ମାନିତ କରିଥଲେ । ଏନେଇ ଶିକ୍ଷକ ଶ୍ରୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ଏଥିରେ ରୋଟାରୀ କ୍ଳବ୍ ସଭାପତି ରୋଟରୀୟାନ ଶ୍ୟାମ ସୁନ୍ଦର ପୃଷ୍ଟି, ସମ୍ପାଦକ ରୋଟରୀୟାନ ଅଶୋକ କୁମାର ନାୟକ,ରୋଟରୀୟାନ ସରୋଜିନୀ ଦାଶ , ସୁରେଶ ଚନ୍ଦ୍ର ବେହେରା, ଧୀରେନ୍ଦ୍ର ପାତ୍ର,ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଅନ୍ୟମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

ପୋଖରୀ ରେ ବୁଡ଼ି ୨ ଶିଶୁ ମୃତ, ଜଣେ ଗୁରୁତର

!!! ଖଲ୍ଲିକୋଟ ରୁ ସକଳେଶ୍ୱର ରଥ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଖଲ୍ଲିକୋଟ) – ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମରେଇ ନୂଆଗାଁ ଗ୍ରାମର କେତେକ ଛୁଆ ଖେଳି ଖେଳି ନିକଟସ୍ତ ପୋଖରୀ ପାଖକୁ ପଳାଇ ଯାଇଥିଲେ ଏବଂ ପୋଖରୀ ତୁଠରେ ଖେଳୁ ଖେଳୁ ପାହାଚରେ ଗୋଡ଼ ଖସି ଯାଇ ବୁଡ଼ି ଗଲେ ୩ଶିଶୁ….୩ ଶିଶୁ ଙ୍କ ମଧ୍ୟରୁ ୨ ଶିଶୁ ଉଭୟେ ଭାଇ ଭଉଣୀ ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ, ଅନ୍ୟ ଜଣେ ଗୁରୁତର…. ଗୁରୁତର ଶିଶୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଚାଲିଛି… ମରେଇ ନୂଆଗାଁ ଗ୍ରାମର ରାଜେନ୍ଦ୍ର ସବର ଏବଂ ସଜନୀ ସବରଙ୍କ ପୁଅ ଏବଂ ଝିଅ… ପୁଅର ବୟସ ୬ବର୍ଷ ଏବଂ ଝିଅ ର ବୟସ ୩ବର୍ଷ ଉଭୟ ଭାଇ-ଭଉଣୀ ପୋଖରୀରେ ବୁଡି ପ୍ରାଣ ହରାଇଥିବା ବେଳେ ଯଶୋଦା ସବରଙ୍କ ଜଣେ ୨ବର୍ଷୀୟ ଶିଶୁ ଗୁରୁତର ଭାବେ ଉଦ୍ଧାର କରା ଯାଇଅଛି । ଭାଇ-ଭଉଣୀ ଙ୍କୁ ନିଜ ବାପା ରାଜେନ୍ଦ୍ର ସବର ପୋଖରୀ ରୁ ଖୋଜି ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲ ରେ ଭର୍ତି କରିଥିଲେ ତେବେ ମେଡିକାଲ ରେ ଭାଇଭଉଣୀ ଙ୍କ ମୃତ ହୋଇଥିବା ଘୋଷଣା କରିଥିଲେ…. ଗୋଟିଏ ମାଆ ର ୨ ସନ୍ତାନ ଙ୍କ ମୃତ୍ୟୁପରେ… ୨ ଛୁଆ କୁ କୋଳରେ ଧରି ବାହୁନି ବାହୁନି କାନ୍ଧୁଛି ମାଆ…. ଅନ୍ୟପଟେ ୨ ଭାଇ-ଭଉଣୀ ଙ୍କ ମୃତ୍ୟୁ ପରେ ମରେଇନୂଆଁ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି.. ଖଲ୍ଲିକୋଟ ମେଡିକାଲ କାନ୍ଦ ବୋବାଳି ରେ ଫଟି ପଡ଼ୁଥିବା ର ଦେଖିବାକୁ ମିଳିଛି ।ଜନ୍ମ କଲା ମାର କୋହଭରା କାନ୍ଦ ରେ ମେଡିକାଲ ପରିସର ଦୁଃଖ ରେ ଫାଟି ପଡ଼ୁଥିବା ର ଦେଖିବାକୁ ମିଳିଛି ।ସେପଟେ ଖଲ୍ଲିକୋଟ ପୋଲିସ ଏକ ଅପମୃତ ମାମଲା ରୁଜୁ କରିବା ସହ ୨ ଶିଶୁ ଙ୍କ ଶବ ବ୍ୟବଛେଦ ପାଇଁ ବ୍ୟବସ୍ଥା କରୁଛନ୍ତି.. ଖବର ନେବାରେ ଜଣା ଯାଉଛିକି. ଉଭୟ ମୃତ ଦୁଇ ଶିଶୁଙ୍କ ପିତା ମାତା ବିଲ କୁ ଧାନ ରୋଇବାକୁ ଯାଇଥିବା ବେଳେ । ଏପରି ଘଟଣା ଘଟି ଯାଇଛି ।ପିଲାଙ୍କୁ ଖୋଜି ଖୋଜି ପୋଖରୀ ତୁଠ କୁ ବାପା ମା ଯାଈ ଛୁଆ ଦୁଇଜଣଙ୍କୁ ଉଧାର କରିଥିଲେ ।

କେଶପୁର କଲେଜରେ ଭଞ୍ଜ ଜୟନ୍ତୀ ପାଳିତ…!

!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଆଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଖଲ୍ଲିକୋଟ) – “ଅନନ୍ୟ ଉତ୍କଳ “ବହୁମୁଖୀ ସମାଜ ସଂସ୍କୃତି ପରିଷଦ” ଓ “ଓଡ଼ିଆ ଭାଷା – ସାହିତ୍ୟ ବିଭାଗ କେଶପୁର ସ୍ନାତ୍ତକ ମହାବିଦ୍ୟାଳୟ” ର ମିଳିତ ଆନୁକୁଲ୍ୟରେ ପବିତ୍ର ଶ୍ରୀପଞ୍ଚମୀ ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବି ସୂର୍ଯ୍ୟ ବଳଦେବ ରଥ ଙ୍କ ଜୟନ୍ତୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଲେଇ ଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ‘ଅନନ୍ୟ ଉତ୍କଳ’ଅଧ୍ୟକ୍ଷ ତଥା ଶିକ୍ଷାବିତ ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି,ଡ଼ଃ ବିଷ୍ଣୁ ପ୍ରସାଦ ଦାସ ମୁଖ୍ୟ ବକ୍ତା,ଡ଼ଃ ପ୍ରଜ୍ଞାପାରମିତା ଆର୍ଯ୍ୟ କୁମାରୀ,ସବିତା ପାଢ଼ୀ ତଥା ଇତିହାସ ଓ ଉଦ୍ଭିଦ ବିଜ୍ଞାନ ର ଦୁଇ ବିଭାଗୀୟ ମୁଖ୍ୟ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ।ଅଧ୍ୟାପକ ଵିଷ୍ଣୁ ଦାସ ସ୍ଵାଗତ ଭାଷଣ ଦେଇଥିଲା ବେଳ କଲେଜ ର ଛାତ୍ରୀ ମାନେ ଉତ୍କଳୀୟ ଢଙ୍ଗରେ ଦୀପ ପୁଷ୍ପ ହୁଳହୁଳୀ ଓ ଓଡିଶୀ ନୃତ୍ୟ ସହ ସ୍ଵାଗତ କରିଥିଲେ।ବଳଦେବ ରଥ ଓ କବିସମ୍ରାଟ ଙ୍କ ଉପରେ ସନ୍ଦର୍ଭ ପ୍ରସ୍ତୁତ କରି ଛାତ୍ରଛାତ୍ରୀ ମାନେ ଉପସ୍ଥାପନ କରିଥିଲେ। ଭଞ୍ଜ,ସଂସ୍କୃତ ଭାଷାର ସମକକ୍ଷ କରି ଓଡିଆ ଭାଷାରେ ଏତେ ସୁନ୍ଦର ମାନର ଓ ପରିମାଣର କାବ୍ୟ କବିତା ଓ ଛନ୍ଦ ରଚନା କରିଛନ୍ତି ଯେ ସମଗ୍ର ବିଶ୍ଵ ସ୍ତରରେ ସେ ଯେ ଜଣେ ଅନତିକ୍ରମଣୀୟ କବି ଏହା କହିବା ବାହୁଲ୍ୟ ମାତ୍ର।କାଳୀଦାସ ଙ୍କ କୃତି ଇଂରାଜୀ ଭାଷାରେ ଅନୁଦିତ ହୋଇଥିବା ବେଳେ ଉପେନ୍ଦ୍ରଭଞ୍ଜ ଙ୍କ କୃତି ଗୁଡ଼ିକୁ ଇଂରାଜୀ ରେ ଅନୁଦୀତ କରିବା ଆପାତତଃ ଅସମ୍ଭବ ମନେହୁଏ।ନିର୍ବିବାଦୀୟ ଭାବରେ ଭଞ୍ଜ ଜଣେ ଅତ୍ୟନ୍ତ ଉଚ୍ଚ ମାନର ତଥା ସର୍ବାପେକ୍ଷା ଲୋକପ୍ରିୟ କବି ଅଟନ୍ତି,ଯେହେତୁ ବିଲବାଡ଼ିର ସାଧାରଣ ଚଷା ଠାରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ର ପଣ୍ଡିତ ଗବେଷକ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭଞ୍ଜ ସାହିତ୍ୟ କୃତି ସର୍ବମାନ୍ୟ ତଥା ସର୍ବାଦୃତ ଅଟେ।ଏହି ସମାବେଶ ରେ ୫୦ ଜଣ ଛାତ୍ରଛାତ୍ରୀ ଓ ୧୫ ଜଣ ଅଧ୍ୟାପକ ଓ ଅନ୍ୟାନ୍ୟ ବୁଦ୍ଧିଜୀବି ଯୋଗ ଦେଇଥିଲେ।

ବାବା ତୁମ୍ବେଶ୍ୱର ମନ୍ଦିର ପ୍ରତିଷ୍ଠା ମହୋତ୍ସବ, ମନ୍ଦିର ପିଠ ପରିଦର୍ଶନ କରିବା ସହିତ କମିଟି ସଦସ୍ୟ ଙ୍କ ସହିତ ଆଲୋଚନା କଲେ ବିଜେପି ନେତା ପ୍ରତାପ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ସ୍ଥିତ ଶ୍ରୀ ଶ୍ରୀ ବାବା ତୁମ୍ବେଶ୍ୱର ଶୈବ ମନ୍ଦିର ର ପୁନରୋଦ୍ଧାର ଓ ନୂତନ ମନ୍ଦିର ପ୍ରାସାଦ ର ପ୍ରତିଷ୍ଠା ଆସନ୍ତା ୧୪ ତାରିଖ ଠାରୁ ଶୁଭାରମ୍ଭ ହେଉଥିବା ବେଳେ ୧୮ ତାରିଖ ଦିନ ଅନ୍ନ ଯଜ୍ଞ ଏବଂ ଘୃତ ଯଜ୍ଞ, ନାମ ଯଜ୍ଞ ର ଯାବତୀୟ ଖର୍ଚ୍ଚ କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ ର ବରିଷ୍ଠ ବିଜେପି ନେତା ଶ୍ରୀ ପ୍ରତାପ ନାୟକ ବହନ କରିବେ ବୋଲି ଆଜି ମନ୍ଦିର ପିଠ କୁ ଆସି ମନ୍ଦିର କାର୍ଯ୍ୟ ପରିଦର୍ଶନ କରିବା ସହିତ କମିଟି ସଦସ୍ୟ ଙ୍କ ସହିତ ଯଜ୍ଞ ସମ୍ବଦ୍ଧରେ ଆଲୋଚନା କରିଛନ୍ତି ।

ଶ୍ରୀ ନାୟକଙ୍କ ମନ୍ଦିର ପରିଦର୍ଶନ ଓ ଆଲୋଚନା ସମୟରେ ମନ୍ଦିର କମିଟି ସଭାପତି ଜୟରାମ ସ୍ଵାଇଁ, ସଦସ୍ୟ ବୁଲା ଜେନା, ରମେଶ ପଣ୍ଡା, ସୀମାଞ୍ଚଳ ପାତ୍ର, ସମେତ ବିଜେପି ନେତା ନାରାୟଣ ସୁମନ୍ତରାୟ, ପଙ୍କଜ ନାୟକ, ସୂର୍ଯ୍ୟାସୁ ବେହେରା, ସମାଜସେବୀ ଜଗମୋହନ ଦାଶ, ପୂର୍ବତନ ସରପଞ୍ଚ ପ୍ରତିନିଧି ଅକ୍ଷୟ ପ୍ରଧାନ ଶ୍ରୀକାନ୍ତ ପଣ୍ଡା ସମେତ ଅନ୍ୟାନ୍ୟ କମିଟି ସଦସ୍ୟ ଓ ବିଜେପି ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।

ହଂସତୁଳିରେ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କଲେ ବିଜେପି ନେତା ପ୍ରତାପ ନାୟକ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ , ରଙ୍କ ଡାକୁଆ, ନାରାୟଣ ଡାକୁଆ , ଅଜୟ ନାୟକ, ପ୍ରଭାକର ନାୟକ ଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡ ର ପ୍ରଭାବରେ ତ୍ରିନାଥ ପାତ୍ର ଙ୍କ ଆଜବେଷ୍ଟ ଘର ଟି ମଧ୍ୟ ନଷ୍ଟ ହୋଇ ଯାଇଅଛି । ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଥିଲେ। । ଏହି ପରିପ୍ରେକ୍ଷୀରେ ଆଜି ଖବର ପାଇ କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ ର ବରିଷ୍ଠ ବିଜେପି ନେତା ଶ୍ରୀ ପ୍ରତାପ ନାୟକ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ରାଶି ଏବଂ ଖାଦ୍ୟ ସାମଗ୍ରୀ, ଲୁଗାପଟା ଆଦି ପ୍ରଦାନ କରିଛନ୍ତି । ଏଥିରେ ବିଜେପି ନେତା ନାରାୟଣ ସୁମନ୍ତରାୟ,, ଶ୍ରୀକାନ୍ତ ପଣ୍ଡା, ସୂରିଆସୁଂ ବେହେରା, ପଙ୍କଜ ନାୟକ, ପ୍ରଭାତ ସ୍ଵାଇଁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ଏହି ସମୟରେ ହଂସତୁଳି ଗ୍ରାମର ଶତାଧିକ ଗ୍ରାମବାସୀ ସମେତ ଆନନ୍ଦ ସ୍ଵାଇଁ, ଛଇଲ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

କୋଦଳା ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଦଳା)- ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗ ଦେଲେ ଶ୍ରୀ ସୁବାଷ ବେହେରା । ଆଗରୁ ଶ୍ରୀ ବେହେରା ନୟାଗଡ଼ ଜିଲ୍ଲାର ଇଟାମାଟି ଥାନାରେ କାର୍ଯ୍ୟରତ ଥିଲେ। ନୂତନ ଥାନା ଅଧିକାରୀ ଶ୍ରୀ ବେହେରା ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି । ପୂର୍ବରୁ କୋଦଳା ଥାନାରେ କାର୍ଯରତ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ କଟକ ଜିଲ୍ଲା କୁ ବଦଳି ହୋଇଛି ।

ହଂସତୁଳିରେ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କଲେ ହରପ୍ରସାଦ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ , ରଙ୍କ ଡାକୁଆ, ନାରାୟଣ ଡାକୁଆ , ଅଜୟ ନାୟକ, ପ୍ରଭାକର ନାୟକ ଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡ ର ପ୍ରଭାବରେ ତ୍ରିନାଥ ପାତ୍ର ଙ୍କ ଆଜବେଷ୍ଟ ଘର ଟି ମଧ୍ୟ ନଷ୍ଟ ହୋଇ ଯାଇଅଛି । ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଥିଲେ। । ଏହି ପରିପ୍ରେକ୍ଷୀରେ ଆଜି ଖବର ପାଇ କୋଦଳା ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ତଥା କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ ର ବରିଷ୍ଠ ବିଜେଡି ନେତା ଶ୍ରୀ ହର ପ୍ରସାଦ ସାହୁ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ରାଶି ଏବଂ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି ।

ହଂସତୁଳି ରେ ଅଗ୍ନିକାଣ୍ଡ, ଛଅ ଜଣଙ୍କ ଘର ପୋଡି ନଷ୍ଟ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)-ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ , ରଙ୍କ ଡାକୁଆ, ନାରାୟଣ ଡାକୁଆ , ଅଜୟ ନାୟକ, ପ୍ରଭାକର ନାୟକ ଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡ ର ପ୍ରଭାବରେ ତ୍ରିନାଥ ପାତ୍ର ଙ୍କ ଆଜବେଷ୍ଟ ଘର ଟି ମଧ୍ୟ ନଷ୍ଟ ହୋଇ ଯାଇଅଛି । ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।ଅଗ୍ନିକାଣ୍ଡ ର କାରଣ ଜଣାପଡିନଥିବା ବେଳେ ଅଗ୍ନିକାଣ୍ଡ ଫଳରେ ବହୁ ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । କୋଦଳା ଅଗ୍ନିଶମ ବାହିନୀ ସମେତ ଗ୍ରାମବାସୀ ମାନେ ମିଶି ନିଆଁ କୁ ଆୟତ କରିଥିଲେ ।