ପାରଳାଖେମୁଣ୍ଡି ସ୍ଥିତ ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକୀ ମହୋତ୍ସବ-୨୦୧୯ ପାଳିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ଶ୍ରୀକରଣ ସାହି ସ୍ଥିତ ରାଧା ମୋହନ ମନ୍ଦିର ପ୍ରାଙ୍ଗଣରେ ନିତ୍ୟାନନ୍ଦ ପାଠାଗାରର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଗୌରହରି ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ପାଠାଗାର ଗୁଡ଼ିକ ଧରାଶାୟୀ ହେଉଥିବା ବେଳେ ନିତ୍ୟାନନ୍ଦ ପାଠାଗାରର ପ୍ରମୁଖ ଭୂମିକାକୁ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ପାରଳା ରାଜଜେମା କଲ୍ୟାଣୀ ଗଜପତି , ପ୍ରାକ୍ତନ ପାରଳାଖେମୁଣ୍ଡି ବିଧାୟକ ବିଜୟ କୁମାର ଜେନା , ମୁଖ୍ୟବକ୍ତା ଭାବେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା ଯୋଗ ଦେଇ ମଞ୍ଚାସୀନ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ଉପ-ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ସ୍ୱାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ। ଗୁରୁ କୈଳାସ ଚନ୍ଦ୍ର ପଟ୍ଟନାୟକ ଓ ସାଥି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ପରେ ସ୍ଥାନୀୟ କଳାକାର ଓ ବଜାରରୁ ଆସିଥିବା କଳାକାର ଙ୍କ ଦ୍ଵାରା ଭଜନ ସନ୍ଧ୍ୟା ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଇ ଅବସରରେ ବହୁମୁଖୀ ପ୍ରତିଭାଧର କନ୍ଦର୍ପ ପାତ୍ର ଏବଂ ଭଜଗୋବିନ୍ଦ ପାତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ନିତ୍ୟାନନ୍ଦ ସ୍ମାରକୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ। ବିଦ୍ୟାଳୟ ସ୍ତରୀୟ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଅନୁଷ୍ଠିତ ତର୍କ,ସୃଜନାତ୍ମକ ଲିଖନ, ଚିତ୍ର ପ୍ରତିଯୋଗିତା ର ବିଜୟ/ ବିଜୟିନୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ମଞ୍ଚାସୀନ ଅତିଥି ମାନେ।

ସମସ୍ତ କାର୍ଯ୍ୟକ୍ରମକୁ ରବି ନାରାୟଣ ଚୌଧୁରୀ , ମଲ୍ଲିକଅର୍ଜୁନ ପଟ୍ଟନାୟକ , ହରିଶ ଚନ୍ଦ୍ର ପାତ୍ର, ନଳିନୀ ପଟ୍ଟନାୟକ , ରବିନ ପଟ୍ଟନାୟକ , ଦ୍ଵାରିକାନାଥ ପଟ୍ଟନାୟକ , ଜୟକୁମାର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।

ମହିଳା ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବୈଠକ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳ-ବିଭାଜିକା କାର୍ଯ୍ୟାଳୟ ସଭାକକ୍ଷ ଠାରେ ମହିଳା ବିକାଶ ପ୍ରତିଷ୍ଠାନ ଓ ଅଲିଭା ମହାସଂଘର ମିଳିତ ସହଯୋଗରେ ଦି ହଙ୍ଗର ପ୍ରୋଜେକ୍ଟ ଓଡିଶା , ସହାୟତାରେ ମହିଳା ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା-ସ୍ତରୀୟ ସରକାରୀ ଅଧିକାରୀ ମାନଙ୍କ ମଧ୍ୟରେ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମହିଳା ବିକାଶ ପ୍ରତିଷ୍ଠାନର ସଂଯୋଜକ ନଟବର ପାଢ଼ୀ ଯୋଗଦେଇ ପଞ୍ଚାୟତ ସ୍ତରରେ ରହିଥିବା ରାଜନୀତିରେ ମହିଳା ମାନଙ୍କୁ ଅଧିକା ସଂଖ୍ୟାରେ ଏହି ଶାସନ ବ୍ୟବସ୍ଥାକୁ ଆଣିବା , ଗ୍ରାମର ସର୍ବାଙ୍ଗୀନ ବିକାଶ ଦିଗରେ ନିଷ୍ପତ୍ତି ନେବାରେ ଭାଗିଦାରୀ କରାଇବା ଉଦ୍ଦେଶ୍ୟ ନେଇ ମହିଳା ମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି ।ତେବେ ମହିଳା ମାନଙ୍କୁ ସଶକ୍ତ କରାଇବା ସହ ମହିଳା ମାନଙ୍କୁ ସମାଜର ଆଗ ଧାଡିକୁ ଆଣି ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରାଇବା ପ୍ରଭୃତି ଏକ ଦୃଢ଼ ଓ ଉତ୍ତମ ପଦକ୍ଷେପ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମିନତୀ ଦେଇ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ଏବଂ ଜିଲ୍ଲା ଶିକ୍ଷା ବିଭାଗର ପ୍ରମୋଦ କୁମାର ପାଢୀ ପ୍ରମୁଖ ଯୋଗଦେଇ ପଞ୍ଚାୟତ ମହିଳା ପ୍ରତିନିଧି ମାନଙ୍କ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଦିଗରେ ସେମାନଙ୍କ ଦାୟିତ୍ୱ , କର୍ତ୍ତବ୍ୟ ଓ ଭୂମିକାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟତଃ ପଞ୍ଚାୟତର ମହିଳା ନିର୍ବାଚିତ ପ୍ରତିନିଧି ମାନେ ସେମାନଙ୍କ ଅଭିଯୋଗ ମୌଖିକ ଭାବରେ ନ ଜଣାଇ ସବୁବେଳେ ଅଭିଯୋଗ ଗୁଡାକ ଲିଖିତ ଭାବେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଲେ ଏହା ପରବର୍ତ୍ତୀ କାଳରେ ପଞ୍ଚାୟତର ବିକାଶରେ କାର୍ଯ୍ୟକାରୀ ହେବାର ବିଶେଷ ସହାୟକ ହୋଇଥାଏ ବୋଲି କହିଥିଲେ ।

ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ , ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

ଏହି ଆଲୋଚନା ବୈଠକରେ ପ୍ରତିଷ୍ଠାନର ସମ୍ପାଦିକା ମିନତୀ ପାଢ଼ୀ , ଭାଗ୍ୟଲକ୍ଷ୍ମୀ ନାୟକ ଏବଂ ସନ୍ୟାସୀ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟତ ଭାବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ରା:-ଉଦୟଗିରି ଓ ରାୟଗଡ ବ୍ଲକର ପଞ୍ଚାୟତର ୫୦ ରୁ ଉର୍ଦ୍ଧ୍ବ ମହିଳା ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗର ଆଲୋଚନା ଚକ୍ର; କାର୍ଯ୍ୟକ୍ରମରେ ଯୋଗଦେଲେ ଆନ୍ତର୍ଜାତୀୟ ପର୍ବତାରୋହୀ ଯୋଗାଭ୍ୟାସ ଭୋଇ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଦୁଇଦିନ ଧରି ଗଜପତି ଜିଲ୍ଲା ଗ୍ରସ୍ତରେ ଆସିଥିବା ଆନ୍ତର୍ଜାତିକ ସ୍ତରର ଖ୍ୟାତି-ସମ୍ପନ୍ନ ପର୍ବତାରୋହୀ ଯୋଗାଭ୍ୟାସ ଭୋଇଙ୍କୁ ନେଇ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ବୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଯୋଗାଭ୍ୟାସ ଭୋଇ ବିଭାଗୀୟ ଛାତ୍ରଛାତ୍ରୀ ମାନଙ୍କୁ ପର୍ବତାରୋହଣର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ଏକ ଶୃଙ୍ଖଳିତ ଜୀବନ ତଥା ଜୀବନର ଚଲାପଥରେ ଅନେକ ବାଧାବିଘ୍ନକୁ କିଭଳି ବିନା ଦ୍ଵିଧା ତଥା ଅକ୍ଳେଶରେ ସମ୍ମୁଖୀନ କରା ଯାଇପାରିବ ସେ ସମ୍ପକରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ପର୍ବତାରୋହୀ ଶ୍ରୀ ଭୋଇଙ୍କୁ ଭୌଗୋଳିକ ଜ୍ଞାନର ଅତ୍ୟନ୍ତ ଆବଶ୍ୟକ ତଥା ଅପରିହାର୍ଯ୍ୟ ପ୍ରସଙ୍ଗ ଉଲ୍ଲେଖ କରି ୨୦୧୧ ମସିହାରେ ଏଭେରେଷ୍ଟ ଶୃଙ୍ଗ ଆରୋହଣର ଦୁଃସାହସିକ ଯାତ୍ରାର ପ୍ରାଞ୍ଜଳ ଚିତ୍ର ପରିପ୍ରକାଶ କରି ବିଶ୍ବର ଅନ୍ୟ ୫ ଟି ଗିରିଶୃଙ୍ଗ ଆରୋହଣର ନିଜସ୍ୱ ଅନୁଭୂତି ବର୍ଣ୍ଣନା କରି ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବାପାଇଁ ପରାମର୍ଶ ଦେଇଥିଲେ ।

ପର୍ବତ ଆରୋହଣ ସମୟରେ ସେ ଆଣିଥିବା ବ୍ୟବହୃତ ବିଭିନ୍ନ ଉପକରଣର ବିନିଯୋଗ ଓ ବ୍ୟବହାରିତାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ । ତାଙ୍କ ଟିମର ଅନ୍ୟାନ୍ୟ ସଦସ୍ୟ ରାଜୁ ବେହେରା , ତାରାକାନ୍ତ ପରିଡା , ରୋମାଞ୍ଚଳ ଭୋଇ , ଧନପତି ବାଗ୍ , ରାଜୁ କୁମାର ରାଣା , ଲଳିତ ପୋତ ଏବଂ ଦେବେନ୍ଦ୍ର ସେନାପତି ପ୍ରମୁଖ ପର୍ବତାରୋହଣର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ଭୂଗୋଳ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଇନ୍ଦୁଭୂଷଣ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଆଲୋଚନା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରି ଏଭଳି କାର୍ଯ୍ୟକ୍ରମ ବ୍ୟବହାରିକ ଭୂଗୋଳ ଅଧ୍ୟୟନ ଏବଂ ଜ୍ଞାନ ଅର୍ଜନରେ ଅତ୍ୟନ୍ତ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ ।

ଅଧ୍ୟାପକ ବୈଲୋଚନ ବେହେରା ଉପସ୍ଥିତ ରହି ଭୂଗୋଳ ଓ ପର୍ବତ ପଠନର ଗୁରୁତ୍ୱ ଏବଂ ଏହାର ଉତ୍ପତ୍ତି ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରି ଏଭଳି କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସାହୁଙ୍କ ଯୋଗୁଁ ପ୍ରଥମ ଥର ପାଇଁ ଭୂଗୋଳ ବିଭାଗରେ ଏବଂ ମହାବିଦ୍ୟାଳୟରେ ଆୟୋଜିତ ହୋଇ ପାରିଛି ବୋଲି କହିଥିଲେ ।

ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଭିଷେକ ମହାପାତ୍ର ଏବଂ ପ୍ରାକ୍ତନ କର୍ମଚାରୀ ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ ସହ କାର୍ଯ୍ୟକ୍ରମକୁ ଉପଭୋଗ କରି ପ୍ରଶ୍ନୋତ୍ତର ମାଧ୍ୟମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳ୍ପନା ଏବଂ ନିର୍ମଳା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସେହିଭଳି ଉପସ୍ଥିତ ମଞ୍ଚାସୀନ ଅତିଥି ମାନଙ୍କୁ ସହ-ସମ୍ପାଦିକା ରାବିଡ଼ି ଦେବୀ ପ ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ବେଳେ ରୂପାଲୀନ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପାଠ୍ୟ ଚକ୍ରର ସମ୍ପାଦିକା ଗୀତାଞ୍ଜଳି ପଣ୍ଡା ପରିଚାଳନା କରିଥିଲେ ।

ପ୍ରଥମ ଥର ପାଇଁ ଗଜପତି ଠାରେ ଅନୁଷ୍ଠିତ ବିଶ୍ଵ ପର୍ବତାରୋହଣ ଦିବସ ;ପୁଣି ଚର୍ଚ୍ଚା ରେ ଏସ୍.ପି ସାରା ଶର୍ମା…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଆଜି ବିଶ୍ଵ ପର୍ବତାରୋହଣ ଦିବସ। ଏହି ଅବସରରେ ଗଜପତି ଜିଲ୍ଲା ଠାରେ ପ୍ରଥମଥର ପାଇଁ ଏହି ଦିବସ ପାଳନ କରାଯାଇଛି। ଏହି କଥା କୁ ନେଇ ପୁଣି ଚର୍ଚ୍ଚା ରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା। ପୂର୍ବରୁ ଏରୋବିକ ମ୍ୟୁଜିକ୍ ରେ ନାଚି ଲୋକଙ୍କୁ ଫିଟନେସ ଫଣ୍ଡା ବତାଇ ଥିବା ସାରା ଆଜି ଲୋକଙ୍କୁ ପର୍ବତାରୋହଣ କରାଇଛନ୍ତି। ଫିଟନେସ ପାଇଁ ପର୍ବତାରୋହଣ କିଭଳି ସହାୟକ ହୋଇଥାଏ, ତାହା ସେ ବିଶ୍ଵ ପର୍ବତାରୋହଣ ଦିବସରେ ଶିଖାଇଛନ୍ତି। ସ୍ୱାସ୍ଥ୍ୟ ହିଁ ସମ୍ପଦ ଓ ସ୍ଵାସ୍ଥ୍ଯବାନ ହେବା ପାଇଁ ଫିଟନେସ ରହିବା ଜରୁରୀ। ଲୋକଙ୍କୁ ଏହି ମନ୍ତ୍ର ଦେବା ଉଦ୍ଦେଶ୍ଯରେ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ସାରା ଶର୍ମା। ଗତକାଲି ସକାଳ ସମୟରେ ପାରଳାଖେମୁଣ୍ଡି ଗଜପତି ଷ୍ଟାଡ଼ିୟମ୍ ପରିସରରେ ଏକାଠି ହୋଇଥିଲେ ପୋଲିସ ଓ ବନ ବିଭାଗ ଅଧିକାରୀ ଓ ସାଧାରଣ ଜନତା। ଏଠାରୁ ସମସ୍ତେ ସ୍ୱତନ୍ତ୍ର ଗାଡ଼ି ଯୋଗେ ବୁରୁଖତ ଯାଇ ସେଠାରୁ ୭ କିମି ପାହାଡ଼ ଚଢି ମହେନ୍ଦ୍ରଗିରି ଠାରେ ପହଂଚି ସେଠାରେ ଭୋଜି କରି ମଜା ନେଇଥିଲେ। ସାରା ଶର୍ମା ଙ୍କ ଏଭଳି ପ୍ରଚେଷ୍ଟାକୁ ବିଭିନ୍ନ ମହଲରେ ସ୍ୱାଗତ୍ କରିବା ସହ ଭୂୟସୀ ପ୍ରଶଂସା କରଯାଇଅଛି।

ସମ୍ପର୍ଣ୍ଣ ପରିଛା ମଠରେ ଗୀତା ଜୟନ୍ତୀ ଅବସରରେ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ !

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଐତିହ ସମ୍ପର୍ଣ୍ଣ ପରିଛା ମଠରେ ଗୀତା ଜୟନ୍ତୀ ଅବସରରେ ବାଳମୁକୁନ୍ଦ ଶିଶୁ ମାନଙ୍କ ଦ୍ବାରା ପୂର୍ବାହ୍ନରେ ପୂଜ୍ୟ ରାମାନନ୍ଦ ଜୀଙ୍କ ଉପସ୍ଥିତ ରେ ଗୀତା ପାରାୟଣ ଏବଂ ଅପରାହ୍ନରେ ସମ୍ବର୍ଦ୍ଧନା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ମାର୍ଗଦର୍ଶକ ଭାଗବତ ପାଢୀଙ୍କ ଅଧ୍ୟକ୍ଷତାରେ ରାଧିକା ବାତ୍ସଲ୍ୟ ଧାମ, ଭୂବନେଶ୍ୱରର ମୁଖ୍ୟ ସାଧ୍ଵୀ ଗୀତା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ରର ପରାମର୍ଶ ଦାତା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ଵାମୀ ନିଗମାନନ୍ଦ ଜୀ , ସୀତାରାମ ମହାରଜ ଅତିଥି ରୂପେ ଯୋଗ ଦେଇଥିଲେ।ଆୟୋଜକ ତଥା ମନ୍ଦିର ପରିଚାଳକ ମୂରଲୀଧର ପରିଛା ବିବରଣୀ ପାଠ କରିଥିଲେ। ଏହି ଅବସରରେ ଯୋଗଗୁରୁ ଲଷ୍ମୀ ଚରଣ ପଟ୍ଟନାୟକଙ୍କୁ ଜଗତ୍ ଗୁରୁ କୃପାଳୁ ଜୀ ମହାରଜ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ। ସେହି ପରି ଶିଶୁ ପ୍ରେମୀ ତଥା ଶିକ୍ଷା ଗୁରୁ , ଅଭିଭାବକ , ପୁରାତନ ଛାତ୍ର ଛାତ୍ରୀ , ବୃଦ୍ଧି ଜୀବୀ ଏବଂ ଖବର ଦାତା ମାନଙ୍କୁ ଧର୍ମ ପରାୟଣା ନକ୍ଷତ୍ର ମାଳା ପରିଛା , ସମାଜସେବୀ ଭୂବନେଶ୍ୱର ପରିଛା , ପଣ୍ଡିତ ଗୋପିନାଥ ନନ୍ଦ , ନାଟ୍ୟକାର ଆପନ୍ନା ପରିଛା , ପଦ୍ମଶ୍ରୀ ଡ଼ଃ. ସତ୍ୟ ନାରାୟଣ ରାଜୁଗୁରୁ ସ୍ମୃତି ସମ୍ମାନରେ ୭୨ ଜଣଙ୍କୁ ସମ୍ବର୍ଦ୍ଧନା କରିଥିଲେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ ମାନେ ।

ସମସ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଯୁବ ପ୍ରତିଭା ଦେବଦର୍ତ୍ତ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସମସ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଯୁବ ପ୍ରତିଭା ଦେବଦର୍ତ୍ତ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଗଜପତି ଠାରେ ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ ଶୁଣାଣୀ ଶିବିର ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଚଳିତ ମାସର ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଅଧ୍ୟକ୍ଷତାରେ ବୈଠକ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ମୁଖ୍ୟତଃ ଶିଶୁ ମାନଙ୍କ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର ଏବଂ ଶିଶୁ ଅଧିକାର ଉଲଂଙ୍ଘନ ଅଭିଯୋଗକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଶିବିର ବାର୍ତ୍ତା କିଭଳି ପ୍ରତ୍ୟେକ ଗ୍ରାମରେ ପହଞ୍ଚି ପାରିବ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିପାଇଁ ଜନ-ସଚେତନତା ସୃଷ୍ଟି କରିବା ନିମନ୍ତେ ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ବିଡ଼ିଓ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ବିଇଓ ଏବଂ ସମସ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ଜିଲ୍ଲାର ଶେଷ ଶିଶୁ ପାଖରେ ପହଁଞ୍ଚିବା ସହ ପ୍ରତ୍ୟେକ ଶିଶୁର ସୁରକ୍ଷା ଏବଂ ଅଧିକାର ଓ କୁ ସୁନିଶ୍ଚିତ କରିବ ।

ଏହି ପରିପ୍ରେକ୍ଷୀରେ ପ୍ରଚାର ପ୍ରସାର ପାଇଁ ପୋଷ୍ଟର , ଲିଫଲେଟ ଏବଂ ସୂଚନା ପତ୍ର ଉନ୍ମୋଚନ କରିବା ସହ ଶିବିରକୁ କିଭଳି ଲୋକାଭିମୁଖୀ କରାଯାଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କରାଯାଇଥିଲା ।

ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଠାରେ ଆସନ୍ତା ୯ ତାରିଖ ଏକ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ଖୋଲାଯାଇ ଜନ-ଶୁଣାଣୀ ଶିବିର ନିମନ୍ତେ ଅଭିଯୋଗ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ସମେତ ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ସଦସ୍ୟ ହରିହର ନାୟକ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , କିଶୋର ନ୍ୟାୟ ବୋର୍ଡର ଅଧ୍ୟକ୍ଷା ଶୁଭଶ୍ରୀ ପ୍ରଧାନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ . ଗୁଣୁରାଣୀ ପ୍ରମୁଖ ଯୋଗ ଦେଇ ଆଲୋଚନରେ ଅଂଶଗ୍ରହଣ କରିଥିଲେ ।

ପରେ ଅଧ୍ୟକ୍ଷା ପ୍ରଧାନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କ ମାଧ୍ୟମରେ ହିଁ ଅନୁଷ୍ଠିତ ହେବାକୁ ଥିବା ଆୟୋଗଙ୍କ ଜନ-ଶୁଣାଣି ଶିବିର କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ହୋଇପାରିବ , ଏଥି ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଗଜପତି ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ,ଗଣିତ ଓ ପରିବେଶ ପ୍ରଦର୍ଶନୀ -୨୦୧୯ ଉଦ୍ ଯାପିତ !

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସ୍ଥାନୀୟ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ -୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓ ଶିକ୍ଷକ , ଶିକ୍ଷା ନିର୍ଦ୍ଦେଶାଳୟ ତଥା ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଆନୁକୂଲ୍ୟରେ ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ସଭାପତିତ୍ୱ ରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରି ମଞ୍ଚାସୀନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୃଷକେତୁ ଦାଶ , ଡ଼.ଜିତେନ୍ଦ୍ର କୁମାର ପଟ୍ଟନାୟକ , ବିନୋଦ ଚନ୍ଦ୍ର ଜେନା , ଡ଼.ରମାକାନ୍ତ ସାହୁ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମନରେ ଉଙ୍କି ମାରୁ ଥିବା ବୈଜ୍ଞାନିକ ଚିନ୍ତାଧାର ଏହି ଭଳି ବିଜ୍ଞାନ ମେଳା ମାଧ୍ୟମରେ ପରିପ୍ରକାଶର ରହିଛି ବୋଲି କହିଥିଲେ।

ଉଦ୍ ଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଶେଷ ଦେବ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ କୁନିକୁନି ବୈଜ୍ଞାନିକ ମାନେ ନିଜର ଜ୍ଞାନ କୌଶଳ ବଳରେ ନୂତନ ଉଦ୍ଭାବନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂହ , ମନୋରଞ୍ଜନ ସେଠି , ବିଶ୍ଵନାଥ ଭୂୟାଁ , ବ୍ରଜ କୁମାର ନାୟକ , ପ୍ରଧାନଶିକ୍ଷକ ଡ଼. ବୃଷକେତୁ ଦାଶ , ବରିଷ୍ଠ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅବସର-ପ୍ରାପ୍ତ ସିଡିଏମଓ ଡାଃ . ପୂର୍ଣ୍ଣ ଚନ୍ଦ୍ର କୋରା ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗ ସଭାପତିତ୍ୱ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଯୋଗଦେଇ ବିଜ୍ଞାନ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । ଜିତେନ୍ଦ୍ର କୁମାର ପଟ୍ଟନାୟକ , ରମାକାନ୍ତ ସାହୁ , ଗଣେଶ ସତପଥି ବିଚାରକ ଭାବେ ଯୋଗ ଦେଇଥିଲେ।

ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ମୁଖ୍ୟତଃ ଭାବେ ସମ୍ବଳ ପରିଚାଳନା , ପ୍ରୟୋଗାତ୍ମକ ଗଣିତ , ପରିବେଶ , ଶିଳ୍ପ ବିକାଶ ଓ ପରିଚାଳନା , ପୋଷଣୀୟ ବିକାଶ , ସ୍ବାସ୍ଥ୍ୟ , ସ୍ୱଚ୍ଛତା ଓ ପରିଚ୍ଛନ୍ନତା , ପରିବହନ ଓ ଯୋଗାଯୋଗ , ଗାଣିତିକ ନମୁନା ପ୍ରଭୃତି ବିଷୟ ଉପରେ ବେଶ ଆକର୍ଷଣୀୟର ୭ଗୋଟି ବ୍ଳକରୁ ମୋଟ ୪୨ ଟି ବିଜ୍ଞାନ ପ୍ରକଳ୍ପ ଆସିଥିଲା ।

ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ଖଗେଶ୍ୱର କାଡମ୍ବଲା , ପରିମଳ ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ଅମିଲା ମାଝୀ ଓ ତ୍ରିନାଥ ରଇତ , ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଜୁଲି ସିଂ , ଖରଷଣ୍ଢା ସ୍ଥିତ ଆରଏମ୍ ଉଚ୍ଚ ବିଦ୍ୟାଳୟର ହରେଶ କୁମାର ରାଉଳ ଏବଂ ଛେଲାଗଡ ସ୍ଥିତ ସରକାରୀ ଏସଏସଡି ହାଇସ୍କୁଲର ହରିଷ କୁମାର ପାଇକଙ୍କ ପ୍ରକଳ୍ପ ଗୁଡିକ ଚଳିତ ମାସର ଆସନ୍ତା ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୁଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ।

ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବଡ ରାଧାକାନ୍ତ ମନ୍ଦିର ଝୁଲଣ ମଣ୍ଡପ ଠାରେ ପାରଳାଖେମୁଣ୍ଡି ସହରର ବରିଷ୍ଠ ମଞ୍ଚ ନିର୍ଦ୍ଦେଶକ ଓ କଳାକାର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଏହି ବୈଠକ ବ୍ରହ୍ମପୁର ଠାରେ ଥିବା ଦକ୍ଷିଣ ଓଡିଶା ବରିଷ୍ଠ କଳାକାର ମହାସଂଘଙ୍କ ପରାମର୍ଶ କ୍ରମେ ହୋଇଥିବା ବେଳେ ଏହା ସେହି ମହାସଂଘ ଅଧୀନରେ ପରିଚାଳିତ ହେବ ବୋଲି କୁହାଯାଇଛି । ଆୟୋଜିତ ବୈଠକରେ ବରିଷ୍ଠ ସାହିତ୍ୟିକ ତଥା ଗବେଷକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିଲେ। ବୈଠକରେ ମୁଖ୍ୟତଃ ଲୋକ-କଳାର ପୁନର୍ଗଠନ କରିବା ସହ କଳାକାର ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେବାରେ ସାହାଯ୍ୟ କରିବା ନିମନ୍ତେ ସଂଘ ଗଠନ ହୋଇ କାର୍ଯ୍ୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ ଜିଲ୍ଲାରେ ଥିବା ବହୁ ସଂଖ୍ୟାରେ କଳାକାର ଲୁକାୟିତ ଅବସ୍ଥାରେ ରହି ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଛନ୍ତି । ସେହି ମାନଙ୍କୁ ଲୋକ ଲୋଚନକୁ ଆଣିବା ସହ ସେମାନଙ୍କ ପେନସନ ବ୍ୟବସ୍ଥା କରିବା ଏବଂ ରହିଥିବା ପେନସନ ବ୍ୟବସ୍ଥାକୁ ୫ ହଜାର ଟଙ୍କାକୁ ବୃଦ୍ଧି କରିବା , ନୂତନ ରଙ୍ଗମଞ୍ଚ ନିର୍ମାଣ କରିବା ସହ ଜିଲ୍ଲାରେ ବର୍ଷ ବର୍ଷ ଧରି ରହିଥିବା ଗାଁ ଗହଳିର ଯାହାକି ଲୋପ ପାଇ ଯାଉଥିବା ଭାରତଲୀଳା , ଭୂତକେଳି , କୃଷ୍ଣଲୀଳା , ରାଧାକୃଷ୍ଣ ଲୀଳା , ଘୁଡୁକି , ପ୍ରହଲ୍ଲାଦ ନାଟକ , ଦାସକାଠିଆ , ସଙ୍ଗୀତ , ନୃତ୍ୟ ଓ ମଞ୍ଚ-ନାଟକର କଳାକାର ମାନଙ୍କୁ ଚିହ୍ନଟ କରାଯାଇ ପୁନରୁଦ୍ଧାର କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରା ଯାଇଥିଲା । ଆସନ୍ତା ଡିସେମ୍ବର ମାସ ୨୦ ତାରିଖ ଦିନ ବ୍ରହ୍ମପୁର ଠାରେ କଳାକାର ମହାସଂଘ ପକ୍ଷରୁ ଏକ ବିରାଟ କଳାକାର ପଟୁଆର ବାହାରିବା ସହିତ କଳାକାର ଓ ଲୋକକଳା ସମସ୍ୟା ଉପରେ ଏକ ସ୍ମାରକପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯିବ । ତେଣୁ ଜିଲ୍ଲାର ସମସ୍ତ କଳାକାର ମାନଙ୍କୁ ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ବଟକୃଷ୍ଣ ପାତ୍ରଙ୍କୁ ଯୋଗାଯୋଗ କରିବା ପାଇଁ ବିଶେଷ ଅନୁରୋଧ କରାଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , କାର୍ଯ୍ୟକାରୀ ସଭାପତି ବଟକୃଷ୍ଣ ପାତ୍ର , ଉପ-ସଭାପତି ନୃସିଂହାନନ୍ଦ ପାଣିଗ୍ରାହୀ ଏବଂ ଭାରତ ଭୂଷଣ ମହାନ୍ତି , ସମ୍ପାଦକ ମନୋଜ କୁମାର ପାଢୀ , ସହ-ସମ୍ପାଦକ ଆଦର୍ଶ ଦାସ , ଏବଂ କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରବୀଣ ପଣ୍ଡା , କୈଳାଶ ପଟ୍ଟନାୟକ , ବିଚିତ୍ରା ନନ୍ଦ ବେବର୍ତ୍ତା , ଜଟିଆ ଗୌଡ , ହିମାଂଶୁ ଶେଖର ପଟ୍ଟନାୟକ ଏବଂ ଶରତ ଚନ୍ଦ୍ର ସାହୁ ପ୍ରମୁଖ । ଶେଷରେ ଭାରତ ଭୂଷଣ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକ କାର୍ଯ୍ୟକ୍ରମରେ ସହରର ବହୁ ମଞ୍ଚ ନିର୍ଦ୍ଦେଶକ ଓ କଳାକାର ମାନେ ଯୋଗ ଦେଇଥିଲେ ।

ଉତ୍ସବ ମୁଖର ହେବ ଗଜପତି, ଜାନୁଆରୀ ୧୦ରୁ ଗଜପତି ଉତ୍ସବ ; ୫ଦିନ ଧରି ଅନୁଷ୍ଠିତ ହେବ ସାଂସ୍କୃତିକ ମହାପର୍ବ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ମହା-ଆଡମ୍ବରରେ ହେବାକୁ ବୈଠକରେ ସର୍ବସମ୍ମତି କ୍ରମେ ଆସନ୍ତା ଜାନୁଆରୀ ମାସର ୧୦ ରୁ ୧୪ ତାରିଖ ୫ଦିନ ଧରି ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟ ପକ୍ଷରେ ଏହି ବୈଠକରେ ମୁଖ୍ୟତଃ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର , କୋଲକାତା ସହିତ ଯୋଗସୂତ୍ର ରକ୍ଷା କରି ତାର ମାଧ୍ୟମରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ ଦଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଦଳ ସବୁ ଆସି ଗଜପତି ଉତ୍ସବରେ ସେମାନଙ୍କର ପାରମ୍ପରିକ ନୃତ୍ୟ , ଲୋକନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ପାଞ୍ଚଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ କାର୍ଯ୍ୟକ୍ରମର ସୁ-ପରିଚାଳନା କରାଯିବା ଅବସରରେ ବିଭିନ୍ନ କମିଟି ଯଥା:- ଅଭ୍ୟର୍ଥନା , ମଞ୍ଚ ଓ ଷ୍ଟଲ ନିର୍ମାଣ , ସାଂସ୍କୃତିକ ଓ ମଞ୍ଚ ପରିଚାଳନା , ଅର୍ଥ , ରହିବା-ଉପଯୋଗୀ, ପରିବହନ , ଖାଦ୍ୟ , ସ୍ମରଣୀକା , ମଶାଲ-ଜ୍ୟୋତି ଓ ମେମୋଣ୍ଟ ପ୍ରଭୃତି କମିଟି ମାନ ସବୁ ପୂର୍ବ ବୈଠକରେ ଗଠନ କରାଯାଇଥିଲା । ସମ୍ପୂର୍ଣ୍ଣ ଭାବେ ଜିଲ୍ଲାସ୍ତରୀୟ ଉତ୍ସବ କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ଅନୁପମ ଶାହା ରହିଛନ୍ତି । ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ଆସନ୍ତା ଜାନୁୟାରୀ ୧୦,୧୧,୧୨ ତିନି ଦିନ ଏବଂ ପଲ୍ଲୀଶ୍ରୀ ମେଳା ୧୦ ତାରିଖ ଠାରୁ ୧୪ ପର୍ଯ୍ୟନ୍ତ ଏହି ଭଳି ୫ଦିନ ଧରି ଅନୁଷ୍ଠିତ ହେବ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ବ୍ଲକ ସ୍ତରୀୟ ଗଜପତି ଉତ୍ସବ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗୋଷଣୀ ବ୍ଲକରେ ଜାନୁଆରୀ ୨ ଓ ୩ ତାରିଖ , କାଶୀନଗର ବ୍ଲକରେ ଜାନୁଆରୀ ୩ ଓ ୪ ତାରିଖ , ଗୁମ୍ମା ବ୍ଲକରେ ଜାନୁଆରୀ ୮ ଓ ୯ ତାରିଖ , ରାୟଗଡ଼ ବ୍ଲକରେ ଜାନୁଆରୀ ୪ ଓ ୫ ତାରିଖ ,ନୂଆଗଡ ବ୍ଲକରେ ଜାନୁଆରୀ ୬ ଓ ୭ ତାରିଖ , ମୋହନା ବ୍ଲକରେ ଜାନୁଆରୀ ୭ ଓ ୮ ତାରିଖ, ଏବଂ ପାରଳା ପୌର ପରିଷଦରେ ଜାନୁଆରୀ ୫ ତାରିଖରେ ରାହାଗିରି ଓ ମଶାଲ ଶୋଭାଯାତ୍ରା ୨୦୧୯ ଡିସେମ୍ବର ୩୦ତାରିଖରେ ହେବା ପାଇଁ ସ୍ଥିର କରାଯାଇଥିଲା। ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଅତିରିକ୍ତ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଗ୍ରନ୍ଥାଗାରକ ଅଚ୍ୟୁତା ନନ୍ଦ ବସ୍ତିଆ ଏଜେଣ୍ଡା ପ୍ରକାରେ ବୈଠକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ବୈଠକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ କର୍ମଚାରୀ , ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ ।

ଗଜପତି ଜିଲ୍ଲା ରା:ଉଦୟଗିରି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ରା:ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ମୋଟ ୧୦୨ ଗୋଟି ଅଭିଯୋଗର ଶୁଣାଣୀ କରିଥିଲେ । ଆସିଥିବା ମୋଟ ୧୦୨ ଗୋଟି ଅଭିଯୋଗ ଦରଖାସ୍ତ ମଧ୍ୟରୁ ୪୩ ଗୋଟି ଅଭିଯୋଗ ଦରଖାସ୍ତ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିବାବେଳେ ୫୯ ଟି ଅଭିଯୋଗ ଦରଖାସ୍ତ ଗ୍ରାମର ଗୋଷ୍ଠୀ ଭିତ୍ତିକ ସମସ୍ୟା ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଅତି ଆବଶ୍ୟକ ସହାୟତା କରୁଥିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ ୬ ଜଣଙ୍କୁ ୪୩ ହଜାର ଟଙ୍କା ଲେଖାଏଁ ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ର ଆର୍ଥିକ ପ୍ରଦାନ କରା ଯାଇଥିଲା । କାର୍ଯ୍ୟକ୍ରମରେ ମୋଟ ୩୪ ଗୋଟି ଅଭିଯୋଗ ଦରଖାସ୍ତ ଉପରେ ତ୍ୱରିତ ସମାଧାନ କରାଯାଇଥିଲା ।ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରା:ଉଦୟଗିରି ବିଡ଼ିଓ ପ୍ରଦୀପ କୁମାର ନାୟକ , ଜିଲ୍ଲା ପରିଷଦ ସଭ୍ୟା ଶୁପ୍ରଭା ମଣ୍ଡଳ ଏବଂ ସଭ୍ୟ ଯାକବ ମାଝୀ , ବ୍ଲକ ଅଧ୍ୟକ୍ଷ ଅନିତା ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଥିଲେ ।