ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ଆନୁକୁଲ୍ୟରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ୬୭ତମ ‘ଜଗଦଗୁରୁତ୍ତମ ଦିବସ’ ପାଳନ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (‌ପାରଳାଖେମୁଣ୍ଡି)- ଭାରତ ଇତିହାସର ସର୍ବଶ୍ରେଷ୍ଠ ପଞ୍ଚମ ମୂଳ ଜଗଦଗୁରୁ ତଥା ସମଗ୍ର ପୃଥିବୀର ଆଧ୍ୟାତ୍ମିକ ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କୁ ‘ଜଗଦଗୁରୁତ୍ତମ’ ଉପାଧିରେ କାଶୀ ବିଦ୍ଵତ୍ ପରିଷଦ ଦ୍ବାରା ୧୯୫୭ ମସିହା ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ବିଭୂଷିତ କରିଥିଲେ । ଏହି ଅବସରରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ନୃତ୍ୟଗୁରୁ ଡି.ପ୍ରିୟଙ୍କା ଙ୍କ ପ୍ରତିନିଧିତ୍ଵରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ୬୭ତମ ‘ଜଗଦଗୁରୁତ୍ତମ ଦିବସ’ ବାଲନୃତ୍ୟ ପ୍ରଶିକ୍ଷାର୍ଥୀଙ୍କ ଗହଣରେ ପାଳନ କରାଯାଇଛି । ଏଥିରେ ଜଗଦଗୁରୁ କୃପାଳୁ ପରିଷଦ ଦ୍ବାରା ଆୟୋଜିତ ‘ଜଗଦଗୁରୁ କୃପାଳୁ ବୋଲେ ଚେଲେଞ୍ଜ’ ର ବିଷୟ ବସ୍ତୁକୁ ବିଦ୍ୟାର୍ଥୀ ପ୍ରଜ୍ୟୋତି ଓ ପ୍ରଣତି ଦୁଇ ଭଉଣୀ ପଠନ କରିଥିଲେ । ଏହାକୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ବୁଝାଇବା ସହ ମହାରାଜ ଜୀଙ୍କ ଉପାଧି ଗୁଡ଼ିକୁ ବର୍ଣ୍ଣନା କରିଥିଲେ। ଉପାଧି ଗୁଡ଼ିକ ହେଲା – ବେଦ ପ୍ରଦର୍ଶିତ ସଠିକ ମାର୍ଗର ପ୍ରତିଷ୍ଠାତା, ସମସ୍ତ ଶାସ୍ତ୍ରୀୟ ସିଦ୍ଧାନ୍ତର ସମନ୍ୱୟକାରୀ, ବିଶ୍ୱରେ ସନାତନ ବୈଦିକ ଧର୍ମର ପୁନଃ ପ୍ରତିଷ୍ଠାତା ଏବଂ ଆଧ୍ୟାତ୍ମିକ ଜ୍ଞାନର ବାସ୍ତବିକ ପରମ୍ପରାର ସଂସ୍ଥାପକ। ଏହି କାର୍ଯ୍ୟକ୍ରମରେ ସଂଯୋଜିକା ନମିତା ଚୌଧୁରୀ ସହଯୋଗ କରିଥିଲେ ।

ନିର୍ବାଚନରେ ବ୍ଯବହୃତ ହେବାକୁ ଥିବା ଇଭିଏମ୍ ଏବଂ ଭିଭିପ୍ୟାଟ ପ୍ରଦର୍ଶନ ସଚେତନା କେନ୍ଦ୍ର ଶୁଭାରମ୍ଭ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଜପତି) – ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ ର ବ୍ୟବହାର କରି କିଭଳି ଭୋଟଦାତାଗଣ ନିଜର ମତ ସାବ୍ଯସ୍ତ କରିବେ ସେ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଆରମ୍ଭ ହେବ । ଏଥି ନିମନ୍ତେ ରବିବାର ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଇଭିଏମ୍ ଦ୍ବାରା ଭୋଟଦାତା କିଭଳି ନିଜ ମତ ଉପସ୍ଥାପନ କରିବେ ତାହାର ସଚେତନତା କରିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଅଛି । ଏହାର ଅନୁପାଳନ କରାଯାଇ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୋଟଦାତାଗଣ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଏହି କେନ୍ଦ୍ର ମାନଙ୍କରୁ ଅବଗତ ହୋଇ ପାରିବେ । ଏହା ସଙ୍ଗେ ସଙ୍ଗେ ଚଳିତ ଜାନୁୟାରୀ ୧୬ ତାରିଖ ଠାରୁ ପେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ୍, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌରାଞ୍ଚଳରେ ଏକ ସ୍ବତନ୍ତ୍ର ପ୍ରଚାର ଗାଡିରେ ଭୋଟଦାତା ମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଅଛି । ଭୋଟଦାତାଗଣ ଉକ୍ତ ଇଭିଏମ୍ ଦ୍ବାରା କିଭଳି ଭୋଟ ଦେବେ ତାହା ନିଜେ ଉକ୍ତ ସ୍ଥାନରେ ଭୋଟ ଦେଇ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ । ବିଶେଷ ଭାବେ ନୂତନ ତଥା ଯୁବ ଭୋଟ ଦାତାଗଣ ଏହି ଭୋଟଦାନ ପ୍ରକ୍ରିୟା ସମ୍ପର୍କରେ ଜାଣି ସଚେତନ ହୋଇପାରିବେ।


ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ,ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ, ନିର୍ବାଚନ ଡେପୁଟି ଜିଲ୍ଲାପାଳ କମଳକାନ୍ତ ପଣ୍ଡା, ସୁଶ୍ରୀ ତୃପ୍ତିମୟୀ ଜେନା, ସହକାରୀ ଜିଲ୍ଲାପାଳ ମଞ୍ଜୁଲତା ବେହେରା ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ତଥା କଂଗ୍ରେସରୁ ଶ୍ରୀ ବସନ୍ତ କୁମର ପଣ୍ଡା, ବିଜେଡ଼ି ରୁ ଶ୍ରୀ ଜମାଦାର ପଟ୍ଟନାୟକ, ବିଜେପି ରୁ ଇ.ପ୍ରଶାନ୍ତ ଓ ଆମ ଆଦମୀ ପାର୍ଟି ରୁ ଶ୍ରୀ ତ୍ରିନାଥ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ଓ ନିର୍ବାଚନ ବିଭାଗର ସମସ୍ତ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲୋକ କଳା କର୍ମଶାଳା

!!!  ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗଜପତି) – ଗଜପତି ଜିଲ୍ଲାର ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ  ଗଜପତି ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆମ ବ୍ୟାଙ୍କ, ଲକ୍ଷ୍ମୀ ବସ, ଆମ ଐତିହ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସମେତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ମମତା, ମିଶନ ଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ରିହାତି, ଆମ ହସ୍ପିଟାଲ, କ୍ରୀଡ଼ା, ୫ଟି ହାଇ ସ୍କୁଲ ରୂପାନ୍ତରୀକରଣ, ଆମ ଓଡ଼ିଶା ନବୀନ ଓଡ଼ିଶା ବୋଲି ୧୫ ଗୋଟି ଯୋଜନା ବିଷୟରେ ସୂଚନା ଦିଆଯାଇଛି। ଏହି ସମସ୍ତ ଯୋଜନା ବିଷୟରେ ନିଜ ନିଜ ବିଭାଗୀୟ ଅଧିକାରୀ ମାନେ ଯୋଜନା ବିଷୟରେ ପୁଙ୍ଖାନପୁଙ୍ଖ ଆଲୋକପାତ କରିଥିଲେ।
ଜିଲ୍ଳାର ୭ଗୋଟି ବ୍ଲକର ଉପସ୍ଥିତ ବି ଏସ୍ ଏସ ଓ ଉପ ସଭାପତି ଓ ବୟୋଜ୍ୟେଷ୍ଠ କଳାକାର ମାନଙ୍କୁ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ପ୍ରଚାର ଓ ପ୍ରସାର କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରି ସରକାରଙ୍କ ମାର୍ଗ ଦର୍ଶିକା ସମ୍ପର୍କରେ ଅବଗତ କରାଇ ଥିଲେ । ଶୁକ୍ରବାର ଅନୁଷ୍ଠିତ ଏହି  ପ୍ରଶିକ୍ଷଣ ଶିବିରରେ  ବ୍ଲକ ଉପ-ସଭାପତି ଓ ବିଏସଏସଓ ଆଲୋଚନା କରି ଆସନ୍ତା ୨୦ ତାରିଖ ମଧ୍ୟରେ ବ୍ଳକ ସ୍ତରରେ ବ୍ଳକ କଳା ସଂସ୍କୃତି ସଂଘ ରେ ସାମିଲ୍ ଥିବା କଳାକାର ମାନଙ୍କୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବାକୁ ପରାମର୍ଶ ଦିଆଯାଇଥିଲା । ଆସନ୍ତା ଜାନୁୟାରୀ ୨୩ ତାରିଖ ଠାରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତି ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି ।
ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ ଗୁରୁମାଇ, ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ, ଓଏସଆରଟିସି ମ୍ୟାନେଜର ଶ୍ରୀ ନରସିଂହ ପ୍ରସାଦ ପ୍ରଧାନ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ଵାରା ନିର୍ମିତ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦ୍ଘାଟିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ହରଭଙ୍ଗୀ ଜଳଭଣ୍ଡାରରେ ନିର୍ଭର କରୁଥିବା ହରଭଙ୍ଗୀ ଆଦିବାସି ପ୍ରାଥମିକ ସମବାୟ ସମିତିର ସଭ୍ୟମାନଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ଵାରା ନିର୍ମିତ ଅବତରଣ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ଵାରା ଶୁଭ ଉଦ୍ଘାଟନ ହୋଇଯାଇଛି।

ତା ସଙ୍ଗେ ସଙ୍ଗେ ହରଭଙ୍ଗୀ ଜଳଭଣ୍ଡାରେ ଉନ୍ନତ ମାନର ଆଙ୍ଗୁଳିକା ଯାଆଁଳ ମାଛ ଛଡ଼ାଗଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁରେଶ ଚନ୍ଦ୍ର ବେହେରା, ମତ୍ସ୍ୟ ଉପ ନିର୍ଦ୍ଦେଶକ, ଶ୍ରୀମତୀ ଲିସା ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ, ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହଳଧର ଶବର ଓ ହରଭଙ୍ଗୀ PFCS ର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ବିଏସକେୱାଇ-ନବୀନ କାର୍ଡ ସଚେତନତା ରଥ ଉଦ୍‌ଘାଟିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗଜପତି) – ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଏସକେୱାଇ-ନବୀନ କାର୍ଡର ୨ଗୋଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ। ଏହି ସଚେତନତା ରଥ ଜିଲ୍ଳାର ୭ଗୋଟି ବ୍ଲକର ପ୍ରତି ଗ୍ରାମକୁ ଯାଇ ଜନସାଧାରଣଙ୍କୁ ସଚେତନ କରାଇବ । ଯେଉଁମାନେ ବିଏସକେୱାଇ ରୁ ବାଦ ପଡ଼ିଛନ୍ତି ସେମାନେ ୬ରୁ ୧୬ ତାରିଖ ମଧ୍ୟରେ ଆବେଦନ କରିପାରିବେ । ପ୍ରତି ପରିବାର ପାଇଁ ବାର୍ଷିକ ୫ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ପ୍ରାବଧାନ କରାଯାଇଛି।ଏହି କାର୍ଡ ଆସନ୍ତା ୨୦୨୪ ମସିହା ମେ ୧ ତାରି ତାରିଖରୁ କାର୍ଯ୍ୟ କରିବ। ଆବେଦନ ପାଇଁ ଅନଲାଇନ୍ ରେ www.bskynabin.odisha.gov.in ସାଇଟ୍ କୁ ଯାଇ ନିଜେ ପଞ୍ଜିକରଣ କରିପାରିବେ କିମ୍ବା

ମୋ ସେବା କେନ୍ଦ୍ରରେ ବିନା ଦେୟରେ ଆବେଦନ କରିପାରିବେ ସମୟ ଉପଯୋଗୀ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଲକ୍ଷ୍ୟରେ ସରକାରୀ ଓ ବେସରକାରୀ ହସ୍ପିଟାଲ ମାନଙ୍କରେ ଉପଲବ୍ଧ ସୁବିଧାରେ ସର୍ବାଧିକ ଉପଯୋଗ ସହ ପର୍ଯ୍ୟାୟକ୍ରମେ ବିଏସକେୱାଇ ପରିସରକୁ ସମ୍ପ୍ରସାରଣ କରାଯାଇଛି। ଓଡ଼ିଶାର ଜନସାଧାରଣଙ୍କ ପାଇଁ ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନ ପରବର୍ତ୍ତୀ ସମୟରେ ସହରାଞ୍ଚଳରେ ବାସ କରୁଥିବା ପରିବାର ସରକାରୀ କର୍ମଚାରୀ, ପେନସନ ଭୋଗୀ ଏବଂ ଅନ୍ୟାନ୍ୟ ସହାୟତା ଯୋଗ୍ୟ ବର୍ଗମାନଙ୍କୁ ସାମିଲ କରାଯିବା ପ୍ରସ୍ତାବ ଉପରେ ନୀତିଗତ ନିଷ୍ପତ୍ତି ନିଆଯାଉଛି ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଡ଼ା.ମହମ୍ମଦ ଅଲ୍ଲୀ, ଅତିରିକ୍ତ ଜିଲ୍ଲା ଚକିତ୍ସାଧିକାରୀ, ଡ଼ା.ନେତ୍ରାନନ୍ଦ ଶତପଥୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଖରିଫ ଧାନ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି) – ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ପକ୍ଷରୁ ଚଳିତ ଖରିଫ ଧାନ ସଂଗ୍ରହ ୨୦୨୩-୨୪ ପାଇଁ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅଜି ଶୁଭାରମ୍ଭ ହୋଇଯାଇଛି । ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଗୋସାଣୀ, କାଶୀନଗର,ସମେତ ଜିଲାର ସମସ୍ତ ବ୍ଲକରେ ସଚେତନତା କରାଯିବ। ଗଜପତି ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆସନ୍ତା ୨୯.୧୨.୨୦୨୩ ଶୁକ୍ରବାର ଦିନ ଠାରୁ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ଏଥି ନିମନ୍ତେ ସମସ୍ତ ଚାଷୀମାନଙ୍କୁ ଅନୁରୋଧ ସରକାରଙ୍କ ନିୟମ ବଳୀ ଅନୁସରଣ କରିବେ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଗଜପତି ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତି କ୍ରମେ ଚଳିତ ୨୦୨୩-୨୪ ଖରିଫ ବର୍ଷରେ ଉତ୍ପାଦିତ ଧାନ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତକାର କୃଷି ସମବାୟ ସମିତି ଏବଂ ୧୯ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହିତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ସେମାନଙ୍କର ଧାନ ବିକ୍ରୟର ପ୍ରାପ୍ୟ, ପୂର୍ବରୁ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସିଧାସଳଖ ପାଇପାରିବେ ଏବଂ ଧାନ ବିକ୍ରୟ ସମୟରେ ଆଧାର କାର୍ଡ, ବ୍ୟାଙ୍କ ପାସ୍ ବହିର ପ୍ରଥମ ପୃଷ୍ଠାର ନଖଳ ଓ SMS Token ପତ୍ର ସହ ଧାନ କ୍ରୟ କେନ୍ଦ୍ରକୁ ଆଣିବାକୁ ଆବଶ୍ୟକ।
ଏହି ଅବସରରେ ଜିଲ୍ଲା ସହକାରୀ ନିବନ୍ଧକ ପାରଳାଖେମୁଣ୍ଡି,ଶ୍ରୀଯୁକ୍ତ ହରିହର ସେଠ, ସେକ୍ରେଟାରୀ ଶ୍ରୀ ରେବତୀ ମୋହନ ରାଉତ ଓ ଜିଲ୍ଲା ଯୋଗାଣ ଅଧିକାରୀ ସମେତ ବିଭାଗୀୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

ଗଜପତି ଉତ୍ସବ ୨୦୨୩ ମହା ସମାରୋହ ରେ ଉଦଘାଟିତ

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

 ଏଥର ସମ୍ଭାଳ(ଗଜପତି) – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ଗଜପତି ଉତ୍ସବ ୨୦୨୩ ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଆଜି ପ୍ରଥମେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥବା ମଶାଲ କୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାର କରାଯାଇ ସହର ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ଉତ୍କଳ ହିତୈଷୀନୀ ଅନୁଷ୍ଠାନ ପକ୍ଷରୁ ଗୁରୁ କୈଳାଶ ପଟ୍ଟନାୟକ ଙ୍କ କଳାକାର ମାନଙ୍କ ଦ୍ଵାରା ସ୍ୱାଗତ୍ ସଙ୍ଗୀତ ପରିବେଷଣ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆନୁସାଙ୍ଗୀକ ଭାବେ ପ୍ରାରମ୍ଭ ହୋଇଥିଲା l ପ୍ରଥମ ଦିନ ସଂଧ୍ୟା ରଜନୀରେ ୧୦ ଟି ସାଂସ୍କୃତିକ ଦଳ ଭାଗ ନେଇଥିବା ବେଳେ ସୁଦୂର ଆସାମ ର ବିହୁ ନୃତ୍ୟ, ରାଜସ୍ଥାନୀ ନୃତ୍ୟ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଯୋଡ଼ି ଶଙ୍ଖ, ଉତ୍ତର ପ୍ରଦେଶ ନୃତ୍ୟ, ମହାରାଷ୍ଟ୍ରର ଲାଭନି ନୃତ୍ୟ ପ୍ରମୁଖ ଲୋକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିବା ସହ ସାଂସ୍କୃତିକ ସନ୍ଧ୍ୟାର ଭରପୁର ମଜା ଉଠାଇ ଥିଲେ ଦର୍ଶକ l ଆଜିର ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଜପତି ଅଧ୍ୟକ୍ଷା ମାରୀୟମ ରଇତ, ଜିଲ୍ଲା ପରିଷଦ ସଭାପତି ଗଜପତି ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ମହାଦେଇ କଲ୍ୟାଣୀ ଗଜପତି, ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ସିନେ ଜଗତର ସୁନାମଧନ୍ୟ କଳାକାର ତଥା ଉଦଘୋଷୀକା ସୁମନ ଓ କୁଇନ ସୂଚାରୁ ରୂପେ ଉପସ୍ଥାପନା କରିଥିଲେ l ଏହି ଉତ୍ସବରେ ହଜାର ହଜାର ସଂଖ୍ୟାର ଦର୍ଶକ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l 

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ଉତ୍ସବ ପାଳିତ …!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ କ୍ରୀଡା ଉତ୍ସବର ଶୁଭାରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ସମ୍ମାନୀତ ଅତିଥି ରୂପେ ପାରଳାଖେମୁଣ୍ଡି ୧୫ ନଂ ଓ୍ବାର୍ଡ କାଉନସିଲର ଶ୍ରୀଯୁକ୍ତ ସୁରଜିତ ତ୍ରିପାଠୀ ଯୋଗ ଦେଇଥିଲେ। ଆୟୋଜିତ ଉତ୍ସବରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଅଧ୍ୟକ୍ଷତା କରିବା ସହ ତାଙ୍କ ବକ୍ତବ୍ୟରେ ଛାତ୍ରୀମାନଙ୍କ ପାଇଁ ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନିର୍ମଳା ସେଠୀ କ୍ରୀଡାର ଉପକାରିତା ଉପରେ ନିଜ ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସୁରଜିତ ତ୍ରିପାଠୀ ଛାତ୍ରଛାତ୍ରୀଙ୍କ କଲ୍ୟାଣ ନିମିତ୍ତ ସରକାରୀ କାର୍ଯ୍ୟକ୍ରମ ଆଦିର ଗୁରୁତ୍ବ ଦର୍ଶାଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ କ୍ରୀଡା ବିଭାଗର ମୁଖ୍ୟ ଡଃ ମହେନ୍ଦ୍ର ରଇତ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ଦିନର କାର୍ଯ୍ୟକ୍ରମରେ ୨୫୦ ଜଣରୁ ଉର୍ଦ୍ଧ୍ୱ ଦୌଡ଼ , ପୁଟିଙ୍ଗ ସଟ୍ , ଡିସକସ୍ ଥ୍ରୋ , ଲଙ୍ଗ ଜମ୍ପ୍ , ହାଇ ଜମ୍ପ୍ ଆଦି ଖେଳର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପକ ଡଃ ବାଗ୍ମୀ ରଂଜନ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କ୍ରୀଡା ପ୍ରତିଯୋଗିତାର ଦ୍ୱିତୀୟ ଦିବସର କ୍ରୀଡା ପ୍ରଶିକ୍ଷିକା ଶ୍ରୀମତି ବିଜୟ ଲକ୍ଷ୍ମୀ ପଣ୍ଡା , କ୍ରୀଡା ବିଭାଗର ମୁଖ୍ୟ ଡଃ ମହେନ୍ଦ୍ର ରଇତ , ଡଃ ବାଗ୍ମୀ ରଂଜନ , ତ୍ରିଲୋଚନ ବାରିକ , ବି.ରଜନୀ , ସଂଯୁକ୍ତା ପାତ୍ର , ନୋଡାଲ୍ ଅଫିସର ଶ୍ରୀମତି ସୋଫିଆ ମଣ୍ଡଳ ଆଦିଙ୍କ ତତ୍ତ୍ଵାବଧାନରେ ୩୦୦ ଜଣରୁ ଉର୍ଦ୍ଧ୍ୱ ଛାତ୍ରୀ ମାନେ ୨୦୦ମି.ଦୌଡ଼ , ରିଲେ ରେସ୍ , କବାଡ଼ି , ଖୋ-ଖୋ ଆଦି ପ୍ରତିଯୋଗିତାରେ ରେ ଅଂଶ ଗ୍ରହଣ କରିଥିଲେ।

ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମୀନକେତନ ସ୍ନାତକ ମହାବିଦ୍ୟାଳୟ , ଗୁରାଣ୍ଡି ରେ ଆଜି ଉଦ୍ ଘାଟନ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ , ଗୁରୁ ଶ୍ରୀ ରଘୁନାଥ ପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଯୁବପିଢ଼ି ମାନକୁ କଳା , ସଂସ୍କୃତିର ମୁଖ୍ୟ ଆଭିମୁଖ୍ୟ ବିଷୟ ରେ ନିଜର ମତ ପ୍ରକାଶ କରିଥିଲେ ଏବଂ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ କଳା ସଂସ୍କୃତି କ୍ଷେତ୍ରରେ ବିପୁଳ ପରିମାଣରେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା କୁ ପ୍ରଦର୍ଶନ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ବୋଲି ନିଜର ଅଭିଭାଷଣ ରେ ମତ ରଖିଥିଲେ। ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଜି.ନାଗେଶ୍ୱର ରାଓ ଛାତ୍ର , ଛାତ୍ରୀ ମାନଙ୍କୁ କଳା , ସଂସ୍କୃତି , କ୍ରୀଡା ପ୍ରତି ଥିବା ଗୁରୁତ୍ୱ ବର୍ଣ୍ଣନା କରିଥିଲେ ଯାହା ଦ୍ୱାରା ଶରୀର ସୁସ୍ଥ ରହିବ କଥା ବି ଛାତ୍ର ଛାତ୍ରୀ ମାନଙ୍କୁ କହି ନିଜର ଅଭିଭାଷଣ ରଖିଥିଲେ। ନୋଡାଲ ଅଫିସର ତଥା ରାଜନୀତି ବିଜ୍ଞାନ ର ଅଧ୍ୟାପକ ପ୍ରତ୍ୟେକ ମାନବ କଳା ସଂସ୍କୃତିର ଅଂଶବିଶେଷ। ପ୍ରତ୍ୟେକର ପ୍ରତିଭା ରହିଛି ଲୁକାୟିତ ଅବସ୍ଥାରେ ସେହି ପ୍ରତିଭା କୁ ପ୍ରଦର୍ଶନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ପ୍ରତିଧ୍ୱନ୍ଦିତା ସୁବର୍ଣ୍ଣ ସୁଯୋଗ। ସୁନିତା ବେହେରା ଇତିହାସ ବିଭାଗ ର ଅଧ୍ୟାପିକା ଅତିଥି ପରିଚୟ ଦେଇଥିବା ବେଳେ , ଇଂରାଜୀ ବିଭାଗ ର ଅଧ୍ୟାପିକା ମିନାକ୍ଷୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅର୍ଥନୀତି ବିଭାଗ ର ଅଧ୍ୟାପକ ଲମ୍ଭୋଦର ରାଉତ ଉକ୍ତ କାର୍ଯ୍ୟକ୍ରମ ରେ ବିପୁଳ ପରିମାଣ ରେ ଯୋଗଦେବାପାଇଁ ଛାତ୍ର ଛାତ୍ରୀ ଙ୍କୁ ଅନୁରୋଧ କରିଥିଲେ। ତେଲୁଗୁ ଅଧ୍ୟାପକ ଭାନୁଶ୍ରୀ ଉକ୍ତ କାର୍ଯ୍ୟକ୍ରମ ପ୍ରତି ଛାତ୍ର ଛାତ୍ରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହାବିଦ୍ୟାଳୟ ର ଅନନ୍ୟ ସମସ୍ତେ ଅଧ୍ୟାପକ , ଅଧ୍ୟାପିକା , ସମସ୍ତ କର୍ମଚାରୀ , ବିପୁଳ ଛାତ୍ର , ଛାତ୍ରୀ ଯୋଗଦେଇଥିଲେ। ବହୁତ ଛାତ୍ର ଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ କାର୍ମଶାଳା…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ ସଭା ଗୃହରେ ଗ୍ରାମ୍ୟସ୍ତରୀୟ ବିର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ମାଝୀ , ଡିଆଇବି ଶ୍ରୀ ଶ୍ରୀନିବାସ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ବିପର୍ଯ୍ୟୟ କାର୍ଯ୍ୟକ୍ରମ ଅଧିକାରୀ (ଓଏସଡିଏମଏ)ଶ୍ରୀ ପ୍ରଦୋଷ କୁମାର ଶତପଥୀ କର୍ମଶାଳା ପରିଚାଳନା କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି କର୍ମଶାଳାରେ ବିର୍ଯ୍ୟୟର ମୂଲ୍ୟାଙ୍କନ , ପରିସ୍ଥିତି ବିଶ୍ଲେଷଣ , ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ , ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସମ୍ପ୍ରଦାୟର ଯୋଗଦାନ କୌଶଳ ଉପରେ ଆଲୋଚନା କରାଯାଇଥିଲା । ବିପର୍ଯ୍ୟୟ ପରିସ୍ଥିତିରେ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ଦଳ ଯଥା ପ୍ରାରମ୍ଭିକ ଚେତାବନୀ ଏବଂ ପ୍ରସାରଣ ଦଳ , ନିରାପତ୍ତା , ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ , ଡାକ୍ତରୀ ଏବଂ ପ୍ରଥମ ସହାୟତା ଦଳ , ଆଶ୍ରୟସ୍ଥଳ ପରିଚାଳନା ଦଳ , ଜଳ ଏବଂ ପରିମଳ ଦଳ , ରିଲିଫ ଏବଂ ସମନ୍ବୟ ଦଳ , ଶବ ନିଷ୍କାସନ ଦଳ , ଟ୍ରମା କାଉନସେଲିଂ ଦଳ , କ୍ଷତି ଏବଂ କ୍ଷତି ଆକଳନ ଦଳର କାର୍ଯ୍ୟକାରିତା ଉପରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ନିଜ ନିଜ ଗ୍ରାମ ଅନୁଯାୟୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ବିଭିନ୍ନ ବ୍ଲକର ଅଧ୍ୟକ୍ଷ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସ୍ୱେଚ୍ଛାସେବା ସଙ୍ଗଠନର ପ୍ରତିନିଧି ଓ ବିଭାଗୀୟ ପଦାଧୀକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ମାଝୀ ଧନ୍ୟବାଦ ଦେଇଥିଲେ।