ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ୧୪୬ ତମ ଜୟନ୍ତୀ ପାଳନ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ଗଜପତି ମିଳିତ ସହଯୋଗରେ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅଧ୍ୟାପିକା ଶୁଭ୍ରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା କବି ଭବାନୀ କର ଏବଂ କବି ବବିତା ପୁରୋହିତଙ୍କ ସଂଯୋଜନାରେ ୪୦ରୁ ଉର୍ଦ୍ଧ୍ବ ସ୍ବରଚିତ କବିତା ଆବୃତ୍ତି କରାଯାଇଥିଲା। ଦ୍ଵିତୀୟ ଅଧିବେଶନ ରେ ଆପନ୍ନl ପରିଛlଙ୍କ ସ୍ମୃତି ଚାରଣ ଏବଂ ସମ୍ବର୍ଥନା କାର୍ଯ୍ୟକ୍ରମ ଥିଲା। ମଞ୍ଚ ଆହ୍ଵାନ ଓ ସ୍ଵାଗତ ସମ୍ଭାଷଣ ସ୍ନିଗ୍ଧା ମିଶ୍ର ଦେଇଥିବାବେଳେ ଡ.କଲ୍ୟାଣୀ ମିଶ୍ର ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ କବି ବିଚିତ୍ରାନନ୍ଦ ବେବର୍ତ୍ତା ସଭାମୁଖ୍ୟ ଥିଲେ। ସମ୍ପାଦକ ମୁରଲୀଧର ପରିଚ୍ଛା ବିବରଣୀ ପାଠପରେ ସ୍ଵତନ୍ତ୍ର ଅତିଥି ବିଘ୍ନେଶ୍ୱର ସାହୁ(ଭୁବନେଶ୍ବର)ଙ୍କୁ ମୁଖ୍ୟ ଅତିଥି ବିରେନ୍ଦ୍ର କୁମାର ଦାସ ଅତିରିକ୍ତ ଜିଲ୍ଲାପାଳ, ସମ୍ବର୍ଥନା ପ୍ରଦାନ କରିଥିଲେ। ତତସହିତ ଆପନ୍ନl ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବହୁମୁଖି ଦକ୍ଷତା ଲାଭ କରିଥିବା ଛାତ୍ର ହରପ୍ରସାଦ ନଗବଂଶଙ୍କୁ ମଧ୍ୟ ସମ୍ବର୍ଥନl ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ଏହି ଅବସରରେ ବିଘ୍ନେଶ୍ୱର ସାହୁଙ୍କ ପୁସ୍ତକ ସ୍ଵାଭିମାନୀ ଆପନ୍ନl ପରିଚ୍ଛା _ଓ ପାରାଳର ସାଂସ୍କୃତିକ ବିବିଧତା ଲୋକାର୍ପଣ ହୋଇଥିଲା। ମୁଖ୍ୟ ବକ୍ତା ଡ .ରୀନା ସାହୁ ତାଙ୍କରି ବକ୍ତବ୍ୟରେ ନାଟ୍ୟକାର ଆପନ୍ନl ପରିଚ୍ଛାଙ୍କ ସ୍ଵତନ୍ତ୍ର ନାଟ୍ୟ ଶୈଳୀ ଏବଂ ବହୁମୁଖି ପ୍ରତିଭା ସମ୍ପର୍କରେ କହିଥିଲେ।ସମ୍ମାନିତ ଅତିଥି ଅର୍ଚ୍ଚନା ମଙ୍ଗରାଜ ,ଜିଲ୍ଲା ସଂସ୍କୃତି ଅଧିକାରୀ,ଗଜପତି , ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,କବି ନରସିଂହ ପଟ୍ଟନାୟକ, ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଆ ଭାଷା ଓ ସାହିତ୍ୟ ର ବିକାଶରେ ଦିବଙ୍ଗତ ପରିଚ୍ଛା ଙ୍କୁ ମନେପକାଇ ଯୁବପିଢୀ ତାଙ୍କର ପଦାଙ୍କ ଅନୁକରଣ କରିବା ପାଇଁ ଉଦବୋଧନ ଦେଇଥିଲେ। ସଙ୍ଗୀତା ପାତ୍ର, ସ୍ଵର୍ଣ୍ଣ ପ୍ରଭା ପାଠୀ, ସଚଳl ପାତ୍ର ,ପ୍ରଭାବତୀ ପଟନାୟକ ଜଗନ୍ନାଥ ପଟ୍ଟନାୟକ,ଅଞ୍ଜନା ପଟନାୟକ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ତନୁଜା ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ କାର୍ଯକ୍ରମ ଅନୁଷ୍ଠିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦରମହକୁମା ବିଜୁ କଲ୍ୟାଣ ମଣ୍ଡପ ଠାରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମରୀୟମ ରଇତ,ଅଧ୍ୟକ୍ଷା ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ଶ୍ରୀ ଫାଲଗୁନି ମାଝୀ, ପ୍ରକଳ୍ପ ପ୍ରଶାସକ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି , ସିସିଡ଼ି ଏନଜିଓ ର ମୁଖ୍ୟ ଶ୍ରୀ ଏ.ଜଗନ୍ନାଥ ରାଜୁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ ଆଦିବାସି ଯୁବକଯୁବତୀ ଉଦ୍ୟୋଗୀ ମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଭଲ ଉଦ୍ୟୋଗୀ ହେବାପାଇଁ କହିଥିଲେ। ଏହାସହ ଜିଲ୍ଲାପାଳ ଯୁବ ଉଦ୍ୟୋଗୀ ମାନଙ୍କୁ ଚେକ୍ ପ୍ରଦାନ କରିବା ସହ ବ୍ୟବସାୟ କ୍ଷେତ୍ରରେ କିଭଳି ସଫଳତା ପାଇପାରିବା ସେ ନେଇ ଆସିଥିବା ଯୁବ ଉଦ୍ୟୋଗୀ ଙ୍କୁ ଜିଲ୍ଲାପାଳ ଉତ୍ସାହିତ କରିବା ସହିତ ମନବଳ ବଡେଇ ଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୨୨୫ ଜଣ ଜନଜାତି ଯୁବ ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ଲେଖଏଁ ଆର୍ଥିକ ସହାୟତା ରାଶି ଚେକ୍ ପ୍ରଦାନ କରାଯାଇଥିବା ବେଳେ ୧୪୩ ଗୋଟି ଜନଜାତି ଜୀବିକା ବିକାଶ ପରିଷଦକୁ ମାନ୍ୟତା ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆକର୍ଷଣ କରିବା ପାଇଁ ଲାଞ୍ଜିଆ ସୌରା ଓ ସୌରା ଜନଜାତି ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ପ୍ରକଳ୍ପ ପରିଚାଳକ ଶ୍ରୀ ଶିବାଜୀ ପ୍ରଧାନ, କୃଷି ବିଶେଷଜ୍ଞ ଶ୍ରୀ ସିମାନ୍ଦ୍ରି ଭଗବାନ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ପରିଚାଳକ ଶ୍ରୀ ଆଲୋକ ସାହୁ ଉପସ୍ଥିତ ଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଗଜପତି ଜିଲ୍ଲା ଗ୍ରସ୍ତ ରେ ଆସି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସମୀକ୍ଷା…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାରେ ଦିନିକିଆ ଗସ୍ତ ଅବସରରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକ ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବ୍ରହ୍ମପୁର ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ଯୋଜନା ଗୁଡ଼ିକ ଯଥାଶୀଘ୍ର ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସର ରେ ଯୋଜନର ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ବେଳେ ସ୍ୱଚ୍ଛତା ଅବଲମ୍ବନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ବ୍ୟତୀତ ଆଗାମୀ ସାଧାରଣ ନିର୍ବାଚନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଜିଲ୍ଲାରେ ରାଜସ୍ୱ ଆଦାୟ, ରେକର୍ଡ ରୁମ୍ ପରିଚାଳନା,ଜାଗା ମିଶନ ସମେତ ବିଭିନ୍ନ ଉନ୍ନତ ମୂଳକ ଯୋଜନା ବିଷୟରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ଆୟୁକ୍ତ ଙ୍କୁ ଅବଗତ କରାଇଥିଲେ ।

ଜିଲ୍ଲା ରେ ଚାଲୁଥିବା ବିଭିନ୍ନ ଯୋଜନା ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ଆୟୁକ୍ତ ସନ୍ତୋଷ ପ୍ରକାଶ କରିଥିଲେ । ଆଜିର ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ (ରାଜସ୍ବ) ଓ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଅଧିକାରୀ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ, ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ, ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଫାଲଗୁନି ମାଝୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

“ସଂଗୀତମୟ ପଚାଶ ବର୍ଷ ” କାର୍ଯ୍ୟକ୍ରମ ର ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଐତିହ୍ୟ ସମ୍ପନ୍ନ ସହର ପାରଳାଖେମୁଣ୍ଡିରେ ଜନ୍ମ ହୋଇ ଓଡିଶୀ ସଂଗୀତକୁ ସମୃଦ୍ଧ କରିବା ସହ ତା’ର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୁରୁ ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ଜୀବନର ୫୦ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ତାଙ୍କ ଅମ୍ଲାନ ସର୍ଜନା ଓ ବିତି ଯାଇଥିବା ମୂହୁର୍ତ୍ତୁକୁ ରୋମନ୍ଥନ ଉଦ୍ଦେଶରେ ଆୟୋଜିତ ହେଉଛି ଉତ୍ସବ, ” ସଂଗୀତ ମୟ ପଚାଶ ବର୍ଷ “। ରଘୁନାଥଙ୍କ ଶିଷ୍ୟଶିଷ୍ୟାମାନଙ୍କ ଉତ୍ସର୍ଗୀକୃତ ପ୍ରଚେଷ୍ଟାରେ ଆୟୋଜିତ ହେଉଥିବା ଏହି ଉତ୍ସବ ଆସନ୍ତା ଫେବୃୟାରୀ ୧୧ ତାରିଖ ସନ୍ଧ୍ୟା ୬ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ବ୍ୟାଙ୍କ ପଡିଆ ଠାରେ ଅନୁଷ୍ଠିତ ହେବ। ଆଜି,ଏଇ କାର୍ଯ୍ୟକ୍ରମ ର ଚୂଡାନ୍ତ ବୈଠକ ରେ ଆବାହକ ଡାକ୍ତର ଚନ୍ଦନ ଗନ୍ତାୟତ ପ୍ରାରମ୍ଭରେ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଏବଂ ଧାରା ସମ୍ପର୍କ ରେ ବିବରଣୀ ରଖିଥିଲେ। ଉତ୍ସବ ପାଳନ କମିଟି ର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ କାର୍ଯ୍ୟକ୍ରମ ର ସଫଳତା ପାଇଁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ , ସଂଗୀତ ପ୍ରେମୀ ତଥା ଗୁରୁ ରଘୁନାଥ ଙ୍କ ଶୁଭଚିନ୍ତକ ଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମ ରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ , ଶ୍ରୀ ଦୁର୍ଗା ମାଧବ ପଣ୍ଡା , ଇଂ ଗିରିଜା ଶଙ୍କର ମିଶ୍ର , ଶ୍ରୀ ରାମ ଚନ୍ଦ୍ର ମିଶ୍ର , ଶ୍ୟାମ ସୁନ୍ଦର ଗନ୍ତାୟତ , ହରିହର ପଟ୍ଟନାୟକ , ରୁପେଶ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ଙ୍କ ସହମତି କ୍ରମେ ଏବର୍ଷ ପାଇଁ ସମ୍ମାନ ଜନକ ପଣ୍ଡିତ ଭକ୍ତ ବତ୍ସଳ ପାତ୍ର ସମ୍ମାନ ବିଶିଷ୍ଟ ଓଡିଶୀ କଣ୍ଠ ଶିଳ୍ପୀ ଏବଂ ଗବେଷିକା ଡ଼ ସଂଗୀତ ମହାପାତ୍ର ଗୋସାଇଁ (ଭୁବନେଶ୍ୱର ) ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା , ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ( ପାରଳାଖେମୁଣ୍ଡି) ଙ୍କୁ ପ୍ରଦାନ କରିବା ପାଇଁ ସ୍ଥିରୀକୃତ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଆଦର୍ଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଝିଅ କୁ ଦିଅ ଶିକ୍ଷା ସମ୍ମାନ ସେ ରଖିବ ଜାତିର ମାନ…!

!!! ଗଜପତି ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରାମଚନ୍ଦ୍ର ପାଢୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତୀୟ ଶିଶୁ କନ୍ୟା ଦିବସ – ୨୦୨୪ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ବୀରେନ୍ଦ୍ର କୁମାର ଦାସ ଯୋଗ ଦେଇଥିବା ବେଳେ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ , ଡ଼.ଗୁଣନିଧି ନାୟକ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ରଥ , ଡି ଏସ୍ ଡବ୍ଲ୍ୟୁଓ ଶ୍ରୀମତୀ ନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ପରିଡା , ପାରଳା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥି ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରତିବର୍ଷ ଜାନୁଆରୀ ୨୪ ତାରିଖକୁ ଜାତୀୟ କନ୍ୟା ଦିବସ ଓ ଅକ୍ଟୋବର ୧୧ ତାରିଖକୁ ଆନ୍ତର୍ଜାତୀୟ କନ୍ୟା ଦିବସ ରୂପେ ପାଳନ କରାଯାଏ। ଜାତୀୟ କନ୍ୟା ଦିବସ କନ୍ୟା ମାନଙ୍କ ପାଇଁ ପାଳନ କରାଯାଏ କାରଣ ବାଳିକା ମାନଙ୍କୁ ସଚେତନତା କରିବା ଏବଂ ସୁରକ୍ଷା କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ଝିଅ କୁ ଦିଅ ଶିକ୍ଷା ସମ୍ମାନ ସେ ରଖିବ ଜାତିର ମାନ। ସମାଜରେ କନ୍ୟା ଶିଶୁ ମାନଙ୍କୁ ସେମାନଙ୍କ ର ସମାନ ଅଧିକାର ଶିକ୍ଷା , ସ୍ବାସ୍ଥ୍ୟ ଓ ସାମାଜିକ ସ୍ତରରେ ପୁଅଙ୍କ ଭଳି ମିଳିବା ଦରକାର ତେଣୁ ବ୍ୟାପକ ସଚେତନତା କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମଞ୍ଚାସୀନ ଅତିଥି ମାନେ ନିଜନିଜ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ୨୦୦ ରୁ ଉର୍ଦ୍ଧ୍ବ ଶିଶୁ କନ୍ୟା ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥି ଙ୍କ ଗ୍ରହଣ ରେ କନ୍ୟା ଶିଶୁଙ୍କ ଦ୍ବାରା କେକ୍ କାଟି ଦିବସର ଉତ୍ସବ ପାଳନ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କୃତ ପ୍ରଦାନ କରିଥିଲେ। ପରେ ପରେ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , ସମଲେଇ ନୃତ୍ୟକଳା ପରିଷଦ , ପଦାମୃତ ନୃତ୍ୟାୟନ , ମିରାକେଲ୍ ଡେନ୍ସ ଷ୍ଟୁଡିଓ , ଉତ୍କଳ ବାଳାଶ୍ରମ , ପ୍ରୋଉଡ୍ ଓ ଏ ଏନ୍ ଏମ୍ ତାଲିମ କେନ୍ଦ୍ର ର କନ୍ୟା ଶିଶୁ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

ଗଜପତି ଜିଲ୍ଲା ସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ପାଳିତ;ମତଦାନର ନାହିଁ ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ପାରଳାଖେମୁଣ୍ଡି ପେଲେସ ରାଜଦାଣ୍ଡ ଠାରେ ମହସମରହୋରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜାତୀୟ ଭୋଟର ଦିବସରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରୀଯୁକ୍ତ ଦାସ ନିଜ ବକ୍ତବ୍ୟର ଜଣାଇ ଥିଲେ ଯେ,ଆମ ସମ୍ବିଧାନ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଭୋଟ ଦେବା ଅଧିକାର ରହିଛି । ଏଣୁ ପ୍ରତ୍ୟେକ ନିଜ ନିଜ ଅଧିକାର ସାବ୍ୟସ୍ତ କରିବା ଜରୁରୀ ତେବେ ଯାଇ ଆମ ସୁଦୃଢ ସରକାର ଗଠନ ହୋଇ ପାରିବ । ଏଣୁ ପ୍ରତ୍ୟେକ ଦେଶ ଗଠନରେ ସାମିଲ ହୋଇ ରାଷ୍ଟ୍ରକୁ ସମୃଦ୍ଧି ପଥରେ ଆଗେଇ ନେବା ଜରୁରୀ । ସମ୍ମାନିତ ଅତିଥି ରୂପେ ସୁଶ୍ରୀ ସ୍ଵାତୀ ଏସ କୁମାର, ଆରକ୍ଷୀ ଅଧିକ୍ଷକ ଗଜପତି,ଯୋଗଦାନ କରି ଭୋଟ ଦେବାର ଆବଶ୍ୟକତା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଜଣାଇ ଭୋଟର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ ଏବଂ ମତଦାତାଙ୍କ ସଂକଳ୍ପ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଅନ୍ୟତମ ଅତିଥି ଭାବେ ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ ଆନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ଭୋଟଦାତାଙ୍କ ଭୂମିକା ଏବଂ ଏହାର ଅପରିହାର୍ଯ୍ୟତା, ଭୋଟ ତାଲିକା ସଂଶୋଧନର ପ୍ରକ୍ରିୟାକରଣ ସମ୍ପର୍କରେ ଅବଗତ କରାଇ ଥିଲେ । ଉପସ୍ଥିତ ସମସ୍ତ ମତଦାତାଙ୍କୁ ସଂକଳ୍ପ କରାଯାଇଥିଲା ।

ଯୁବ,ନୂତନ ଭୋଟର ଦାତା ମାନଙ୍କୁ ଭୋଟ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରଯାଇଥିଲା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ନାରାୟଣ ବେହେରା,ଡେପୁଟୀ କଲେକ୍ଟର (ନିର୍ବାଚନ) ସୁଶ୍ରୀ ତୃପ୍ତିମୟୀ ଜେନା,ସମେତ ବିଭିନ୍ନ ବିଭାଗର ଅଧିକାରୀ ,ବିଭାଗୀୟ କର୍ମଚରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ଗଣ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଉପଖଣ୍ଡ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅବସରରେ ଆଜି ଗଜପତି ଜିଲ୍ଲା ସଦରମହକୁମା ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରଶିକ୍ଷଣ ସମ୍ମିଳନୀ କକ୍ଷ ପାରଳାଖେମୁଣ୍ଡି ଠାରେ ବିଭିନ୍ନ ପାଣି ପଞ୍ଚାୟତର ଚାଷୀ ଓ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ଉତ୍ସବ ପାଳିତ ହୋଇଯାଇଅଛି । ଗଜପତି ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ପ୍ରଭାଗ ଅଧୀନରେ ୧୪୪ଟି ଏବଂ ଉଠା ଜଳସେଚନ ପ୍ରଭାଗ ଅଧୀନରେ ଥିବା ୪୧୪ ଗୋଟି ପାଣିପଞ୍ଚାୟତର କାର୍ଯ୍ୟକରୀ ହେଉଅଛି । ଆଜିର ଏହି ଉତ୍ସବରେ ମାନ୍ୟବର ସାଂସଦ, ବ୍ରହ୍ମପୁର, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହିତ ସମ୍ମାନିତ ଅତିଥି ଭାବେ ମୁଖ୍ୟଯନ୍ତ୍ରୀ ଓ ଅବବାହିକା ପରିଚାଳକ ଋଷିକୁଲ୍ୟା ବାହୁଦା ବଂଶଧାରା ନାଗାବଳୀ ଅବବାହିକା ବ୍ରହ୍ମପୁର ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସଶର୍ମା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଜପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବଳରାମ ସୁବୁଦ୍ଧି, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ଏବଂ ମୃତ୍ତିକା ସଂରକ୍ଷଣ ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକ, ଉପ ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ ରଞ୍ଜନ ଦାଶ, ପ୍ରମୁଖ ଅତିଥି ବୃନ୍ଦ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନ ନିମନ୍ତେ ବିଭିନ୍ନ ପରାମର୍ଶ ଉପସ୍ଥିତ ଥିବା ବିଭିନ୍ନ ପାଣି ପଞ୍ଚାୟତର କୃଷକ ମାନଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଓଡିଆ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସାଧାରଣଜ୍ଞାନ, ଓଡିଆ ବକୃତା ଏବଂ ମଡେଲ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ କୃତିତ୍ଵ ହାସଲ କରିଥିବା ବିଭିନ୍ନ ବିଦ୍ୟାଳୟର ୮ମ ଠାରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ସଭା ମଞ୍ଚରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରଷ୍କୃତ କରାଗଲା ।    ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବିଭାଗ ଯଥା ପ୍ରାଣୀଚିକିତ୍ସା, କୃଷି, ଉଦ୍ୟାନ, ଜଳଛାୟା ବିଭାଗ ଦ୍ଵାରା ପ୍ରଦର୍ଶିତ କରାଯାଇଥିବା ବିଭିନ୍ନ କାର୍ଯ୍ୟନ୍ଵୟନର ମାର୍ଜିତ ରୂପରେଖ ଜନସାଧାରଣଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମଟି ଜଳସମ୍ପଦ ବିଭାଗର ଜିଲ୍ଲା ପାଣି ପଞ୍ଚାୟତ ନୋଡାଲ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପରିଚାଳିତ ହୋଇଥିଲା ।ଏଥିରେ ମଞ୍ଚ ସଞ୍ଚାଳିତ ରୂପରେ ଇଞ୍ଜିନିୟର ଶ୍ରୀ ମୋହିତ ଆଚାର୍ଯ୍ୟ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଗଜପତି ଜଳସେଚନ ଉପ-ପ୍ରଭାଗ, ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କର ସମ୍ମିଳିତ ଉଦ୍ୟମରେ, ସୂଚାରୁରୂପେ ସମ୍ପାଦନ କରିଥିଲେ ।

ଜିଲ୍ଲାସ୍ତରୀୟ ସ୍ତରୀୟ ନୂଆ-ଓ,ଯୁବ ଓଡ଼ିଶା ନବୀନ ଓଡ଼ିଶା, କ୍ରୀଡ଼ା ଉତ୍ସବ ଉଦ୍ଘାଟିତ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଜପତି) – ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ପାରଳାଖେମୁଣ୍ଡି ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ଓ ଖେଳ ପ୍ରତିଯୋଗିତାର ଶୁଭ ଉଦଘାଟନ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।ଏହି ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ,ଅତିରିକ୍ତ ଜିଲ୍ଲାପାଳ ଗଜପତି,ଶ୍ରୀମତୀ ମାରୀୟମ ରାଇତ, ଅଧ୍ୟକ୍ଷା,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ,ଅଧ୍ୟକ୍ଷା, ପୌରପରିଷଦ,ପାରଳାଖେମୁଣ୍ଡି, ଶ୍ରୀମତୀ ପୂର୍ଣାବାସି ନାୟକ,ଅଧ୍ୟକ୍ଷା, ପଞ୍ଚାୟତ ସମିତି ରାୟଗଡ଼,ଶ୍ରୀଯୁକ୍ତ ଏନ୍. ବିରାରାଜୁ,ଅଧ୍ୟକ୍ଷ,ପଞ୍ଚାୟତ ସମିତି ଗୋସାଣୀ,ଶ୍ରୀଯୁକ୍ତ ରଞ୍ଜୀବ ଶବର, ଅଧ୍ୟକ୍ଷ ପଞ୍ଚାୟତ ସମିତି ମୋହନା ସମେତ ବିଭିନ୍ନ ବ୍ଲକ୍ ନିର୍ବାଚିତ ପ୍ରତିନିଧି ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସିନ ଥିଲେ ।

ଏହି ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବରେ ସାତ ଗୋଟି ବ୍ଲକ ସମେତ କାଶୀନଗର ଓ ପାରଳାଖେମୁଣ୍ଡି ପୌରପରିଷଦର ଯୋଗ ଦେଇଥିଲେ ,ଏହି ସମସ୍ତ ଖେଳ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବ,ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟଖେଳ ପଡିଆ ଠାରେ କ୍ରିକେଟ୍ ଖେଳ, ସେଞ୍ଚୁରୀୟନ୍ ପବ୍ଲିକ ସ୍କୁଲ ଖେଳ ପଡିଆ ଠାରେ ହକି ଖେଳ,କେନ୍ଦ୍ରୀୟ ବିଦ୍ୟାଳୟ ଠାରେ କବାଡି ଓ ଖୋ-ଖୋ ଖେଳ, ଜବାହାର ନେହୁର ବିଦ୍ୟାଳୟ ଠାରେ ଭଲିବଲ୍ ଓ ଫୁଟବଲ ଖେଳ ଆଜି ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଖେଳ ଅନୁଷ୍ଠିତ ହେବ। ଆସନ୍ତା ୨୩ ତାରିଖ ରେ ଗଜପତି ଷ୍ଟାଡିୟମ୍ ଠାରେ ମୁଖ୍ୟ ଜିଲ୍ଲାସ୍ତରୀୟ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବିଜେତା ଦୋଳକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମ ଶେଷରେ ସହକାରୀ ଜିଲ୍ଲାପାଳ ତଥା ଜିଲ୍ଳା କ୍ରୀଡ଼ା ଅଧିକାରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ, କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଇଭିଏମ୍ ଏବଂ ଭିଭିପ୍ୟାଟ ପ୍ରଦର୍ଶନ ସଚେତନାର ରଥ ଶୁଭାରମ୍ଭ…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଜପତି) – ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ ର ବ୍ୟବହାର କରି କିଭଳି ଭୋଟଦାତା ଗଣ ନିଜର ମତ ସାବ୍ଯସ୍ତ କରିବେ ସେ ସମ୍ପର୍କରେ ଏକ ସଚେତନତା ରଥ ସମଗ୍ର ଜିଲ୍ଲାରେ ସଚେତନତା କରିବ। ଏଥି ନିମନ୍ତେ ଆଜି ଗଜପତି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତିନି ଗୋଟି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜାନୁୟାରୀ ୧୬ ତାରିଖ ଠାରୁ ପେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ୍, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପାରଳାଖେମୁଣ୍ଡି ପୌରାଞ୍ଚଳରେ ସଚେତନତା ରଥ ଭୋଟଦାତା ମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଅଛି । ଏହି ସଚେତନତା ରଥ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଠାରେ ଭୋଟଦାତା ଗଣ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ ।ଏହା ସଙ୍ଗେ ସଙ୍ଗେ ଭୋଟଦାତା ଗଣ ଉକ୍ତ ଇଭିଏମ୍ ଦ୍ବାରା କିଭଳି ଭୋଟ ଦେବେ ତାହା ନିଜେ ଉକ୍ତ ସ୍ଥାନରେ ଭୋଟ ଦେଇ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ । ନୂତନ ତଥା ଯୁବ ଭୋଟ ଦାତାଗଣ ଏହି ଭୋଟଦାନ ପ୍ରକ୍ରିୟା ସମ୍ପର୍କରେ ଜାଣି ସଚେତନ ହୋଇପାରିବେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ନିର୍ବାଚନ ଡେପୁଟି ଜିଲ୍ଲାପାଳ କମଳକାନ୍ତ ପଣ୍ଡା, ସୁଶ୍ରୀ ତୃପ୍ତିମୟୀ ଜେନା, ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

ବାରଣାସୀ-ପ୍ରୟାଗରାଜ ଅଭିମୁଖେ ଗଜପତିରୁ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା…!

!!! ଗଜପତି ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ରାମ ଚନ୍ଦ୍ର ପାଢି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଜପତି) – ଆଜି ସଭାପତି, ଜିଲ୍ଲାପରିଷଦ, ଗଜପତି ଶ୍ରୀଯୁକ୍ତ ଜି. ତିରୁପତି ରାଓଙ୍କ ମୁଖ୍ୟ ଅତିଥି ଭାବେ ଉପସ୍ଥିତି, ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଅଧ୍ୟକ୍ଷା, ପାରଳା ପୌରପରିଷଦ ଶ୍ରୀମତୀ ନିର୍ମଳା ସେଠୀଙ୍କ ଉପସ୍ଥିତିରେ ବାରଣାସୀ-ପ୍ରୟାଗରାଜ ଅଭିମୁଖେ ଯାତ୍ରା କରିବାକୁ ଥିବା ଗଜପତିରୁ ୯୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି।
ସୂଚନା ପ୍ରକାରେ ଏହି ତୀର୍ଥ ଯାତ୍ରା କାର୍ଯ୍ୟକ୍ରମ ଚଳିତ ମାସ ୧୭-୦୧-୨୦୨୪ ରିଖରେ ବ୍ରହ୍ମପୁର ରୁ ଆରମ୍ଭ ହୋଇ ୨୨-୦୧-୨୦୨୪ ରେ ଶେଷ ହେବ।
ଏଥିପାଇଁ ରାଜ୍ୟ ତୀର୍ଥ ଯାତ୍ରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିଛି ଏବଂ ସେମାନେ ହିଁ ଏହିଯାତ୍ରାରେ ସାମିଲ ହେବେ I ଉକ୍ତ ଯାତ୍ରୀ ମାନେ ପର୍ଯ୍ୟଟନ ବିଭାଗ, ଓଡିଶା ସରକାରଙ୍କ ଦ୍ବାରା Online ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିଥିଲେ। ସେଥି ମଧ୍ୟରୁ ୯୦ ଜଣ ଯାତ୍ରୀଙ୍କୁ e-randomization ପ୍ରକ୍ରିୟା ମାଧ୍ୟମରେ ରାଜ୍ୟ ଚିହ୍ନଟ କରିଛି । ସେଥି ମଧ୍ୟରେ ଗୋଷାଣି ବ୍ଲକ ରୁ ୩୨ ଜଣ, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୯ ଜଣ, ଗୁମ୍ମା ବ୍ଲକ ରୁ ୧୫ ଜଣ, ମୋହନା ବ୍ଲକରୁ ୬ ଜଣ, କାଶିନଗର ବ୍ଲକ ରୁ ୨୧ ଜଣ ଏବଂ ପାରଳାଖେମୁଣ୍ଡି ମୁନିସିପାଲିଟିରୁ ୭ ଜଣ ତୀର୍ଥଯାତ୍ରୀ ଚିହ୍ନଟ ହୋଇଛନ୍ତି।

ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ ଯାତ୍ରା ପାଇଁ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି।
1. ଯାତ୍ରୀମାନେ ବ୍ରହ୍ମପୁର ଗସ୍ତ ପୂର୍ବରୁ ଏଠାରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।
2. ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ବ୍ଲକ କାର୍ଯ୍ୟାଳୟ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରୁ ସରକାରଙ୍କ ଖର୍ଚ୍ଚରେ ଅଣାଯାଇଛି ଏବଂ ଫେରିଲା ବେଳେ ମଧ୍ୟ ସେମାନଙ୍କୁ ସେମାନଙ୍କ ବ୍ଲକ କାର୍ଯ୍ୟାଳୟ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଛଡ଼ାଯିବ ।
3. ବ୍ରହ୍ମପୁର ପହଞ୍ଚିଲା ପରେ ସମସ୍ତଙ୍କୁ ଏକ କିଟ୍ ଦିଆଯିବ, ଯେଉଁଥିରେ କି ତାଙ୍କନ ନିତ୍ୟ ଆବଶ୍ୟକ ଜିନିଷ ରହିବ।
4. ଟ୍ରେନ୍ ଯାତ୍ରା ସମୟରେ IRCTC ତରଫରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇଁ ଆବଶ୍ୟକ ଡ଼ାକ୍ତର ଟିମ୍ ଟ୍ରେନ୍ ରେ ରହିବେ।
5. ଆମ ଜିଲ୍ଲାରୁ ସମସ୍ତ ଯାତ୍ରୀଙ୍କ ତତ୍ତ୍ବାବଧାନ ପାଇଁ ତିନିଜଣ Escort Officer ସେମାନଙ୍କର ସାଙ୍ଗରେ ଯାତ୍ରା କରିବେ।
6. ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ ରେ ବସାଇବା ଏବଂ ଆସିବା ସମୟରେ ଯତ୍ନ ଓ ସୁରକ୍ଷାରେ ଆଣିବା ପାଇଁ ପର୍ଯ୍ୟଟନ ଅଧିକାରୀଙ୍କ ସହ ଏକ ଟିମ୍ ରହିବେ।
7. ଯାତ୍ରୀ ମାନଙ୍କର ଯାତ୍ରା ସମୟରେ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ।
ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ନେତୃତ୍ବରେ ପରିଚାଳନା କରିଥିଲେ।