ଆଜି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ !

ଏଥର ସମ୍ଭାଳ ବ୍ୟୁରୋ – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ହେଲେ ଏଥର ବାତ୍ୟା ଫୋନି ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଲାଗି ଜନ୍ମଦିନ ପାଳନ ନ କରିବାକୁ ମନସ୍ଥ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସମର୍ଥକମାନଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରିବର୍ତ୍ତେ ଅନାଥାଶ୍ରମ, ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ସେମାନଙ୍କ ପାଇଁ କିଛି କରିବାକୁ ପରାମର୍ଶ ଦେଇଛନ୍ତି। ସାଥୀରେ ପିଲାଙ୍କୁ ମଧ୍ୟ ନେବାକୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତାସହ ‘ହାପି ବାର୍ଥ ଡେ ନବୀନ ପଟ୍ଟନାୟକ’ ବୋଲି ମଧ୍ୟ ବାଲିରେ ଉଲ୍ଲେଖ କରିଛନ୍ତି ।  ଏହି ବାଲୁକା କଳାକୁ ଦେଖିବା ପାଇଁ  ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।

ଜିଲ୍ଲାପାଳଙ୍କୁ ପରିବହନ ସଚିବ ଙ୍କ ଚିଠି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ସଡ଼କ ନିରାପତ୍ତା ଓ ନୂତନ ମୋଟର ଯାନ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାସ୍ତରରୁ ସଚେତନତା ଅଭିଯାନକୁ ବ୍ୟାପକ କରିବା ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛିା ରାଜ୍ୟର ପରିବହନ ଜିଲ୍ଲାଗୁଡ଼ିକରେ ଏହି ଅଭିଯାନକୁ ସଶକ୍ତ କରାଯାଇଛିା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତିା

ଗତ ସେପ୍ଟେମ୍ବର ପହିଲାରୁ ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ରାଜ୍ୟରେ କାର୍ଯ୍ୟକାରୀ ହୋଇଛିା ଇତି ମଧ୍ୟରେ ସମସ୍ତ ଯାନଚାଳକ/ମାଲିକମାନଙ୍କୁ କାଗଜାତ୍ ନବୀକରଣ କରିବା ପାଇଁ ରାଜ୍ୟ ସରକାର ତିନିମାସ ସମୟ ଦିଆଯାଇଛିା ଏହା ବ୍ୟତୀତ ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ ଫିଟନେସ ପ୍ରମାଣପତ୍ରର ନବୀକରଣ ଇତ୍ୟାଦି ପାଇଁ ପରିବହନ ବିଭାଗ ଅନ୍ଲାଇନ୍ ସେବା ଆରମ୍ଭ କରିଛିା ଏହି ପ୍ରକ୍ରିୟାକୁ ବ୍ୟାପକ କରିବା ନିମନ୍ତେ ବିଭିନ୍ନ ସୁବିଧା କେନ୍ଦ୍ର, ଅତିରିକ୍ତ କାଉଣ୍ଟର ତଥା ଶିବିରମାନ ଆୟୋଜନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତିା ବିଶେଷ କରି ଆରଟିଓ ଅଫିସ୍ ତଥା ଅନ୍ୟ ସ୍ଥାନଗୁଡ଼ିକୁ ଦଲାଲମାନଙ୍କ କବଳରୁ ମୁକ୍ତ କରିବା ପାଇଁ ବିଶେଷ ଦୃଷ୍ଟି ଦିଆଯାଇଛିା

ଜିଲ୍ଲାସ୍ତରରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଗଠନ ଓ ବୈଠକ ଆହ୍ୱାନ ସାଙ୍ଗକୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତା ଶିବିର ଆୟୋଜନ, ସଚେତନତା କାର୍ଯ୍ୟକ୍ରମରେ ସ୍ଵେଛାସେବୀ ଅନୁଷ୍ଠାନଗୁଡ଼ିକର ସହଯୋଗ, ସହରାଞ୍ଚଳରେ ଶିକ୍ଷାନୁଷ୍ଠାନ ଓ ଗୋଷ୍ଠୀକେନ୍ଦ୍ର ତଥା ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡ଼ିକରେ ଲର୍ଣ୍ଣର ଲାଇସେନ୍ସ ଦେବା ପାଇଁ କାଉଣ୍ଟର ଖୋଲିବା ନିମନ୍ତେ ପରାମର୍ଶ ଦିଆଯାଇଛିା ନବୀକରଣ, ନୂତନ ପଞ୍ଜୀକରଣ ଏବଂ ପାଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଦର ତାଲିକା ପ୍ରଦର୍ଶନ, ଦଲାଲଙ୍କ କବଳରୁ ମୁକ୍ତ ହେବା ଲକ୍ଷ୍ୟରେ ହେଲପ୍ ଲାଇନ୍ ପ୍ରତିଷ୍ଠା, ସର୍ବସାଧାରଣ ସ୍ଥାନରେ ସୂଚନା ଫଳକ ସ୍ଥାପନ ଏବଂ ଜିଲ୍ଲାସ୍ତରରେ ଆଲୋଚନା ଚକ୍ର ତଥା ପ୍ରତିଯୋଗିତା ଇତ୍ୟାଦି ଆୟୋଜନ ଏସବୁର ଅନ୍ତର୍ଭୁକ୍ତା ଏଥି ନିମନ୍ତେ “କ’, “ଖ’ ଓ “ଗ’ ଶ୍ରେଣୀଭୁକ୍ତ ପରିବହନ ଅଞ୍ଚଳଗୁଡ଼ିକୁ ଯଥାକ୍ରମେ ୧୦ ଲକ୍ଷ, ୭.୫ ଲକ୍ଷ ଓ ୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛିା ସଂପୃକ୍ତ ଅଞ୍ଚଳର ପରୀବହନ ଅଧିକାରୀମାନଙ୍କୁ ଏହି ଟଙ୍କା ଓଡ଼ିଶା ରାଜ୍ୟ ସଡ଼କ ସୁରକ୍ଷା ସମିତି ପାଣ୍ଠିରୁ ପ୍ରଦାନ କରାଯିବା ବାଲେଶ୍ୱର, ଭୁବନେଶ୍ୱର-୧ ଓ ୨, କଟକ, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା, ବରଗଡ଼, ଭଦ୍ରକକୁ “କ’ ଶ୍ରେଣୀଭୁକ୍ତ କରାଯାଇଥିବାବେଳେ ଅନୁଗୋଳ, ବଲାଙ୍ଗୀର, ଚଣ୍ଡିଖୋଲ, ଢେଙ୍କାନାଳ, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼କୁ “ଖ’ ଶ୍ରେଣୀଭୁକ୍ତ କରାଯାଇଛିା ସେହିପରି ଭଞ୍ଜନଗର, ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଫୁଲବାଣୀ, ସୋନପୁର ଓ ତାଳଚେରକୁ “ଗ’ ଶ୍ରେଣୀଭୁକ୍ତ କରାଯାଇଛିା

ଖୋଦ୍‌ ପଞ୍ଚାୟତରାଜ ମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳି ରେ ଆବାସ ଯୋଜନା କେଳେଙ୍କାରୀ ; ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା ବିଜେପି…।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ପୁଣି ସାମ୍ନାକୁ ଆସିଲା ଆବାସ କେଳେଙ୍କାରୀ । ଖୋଦ୍‌ ପଞ୍ଚାୟତରାଜ ମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳିରୁ ଆସିଲା ଏଭଳି ସଙ୍ଗୀନ ଅଭିଯୋଗ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ବିଜେପି ।

5T ନାରା ଦେଉଥିବା ସରକାର ଆଜି ନିଜେ ଅକଳରେ ପଡ଼ିଛନ୍ତି । ଖୋଦ୍‌ ପଞ୍ଚାୟତରାଜ ମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳିରେ ଆବାସ କେଳେଙ୍କାରୀ ସାମ୍ନାକୁ ଆସିଛି । ଗୋଟିଏ ଗାଁରେ ପାଞ୍ଚଟି ପ୍ରକୃତ ହିତାଧିକାରୀ ପରିବାର ଆବାସ ପାଇନଥିବା ବେଳେ କୋଠାଘର ଥିବା ବିଜେଡି କର୍ମୀ ହାତେଇଛନ୍ତି ଆବାସ ଅନୁଦାନ । ଏମିତିକି ଗୋଟିଏ ପରିବାରକୁ ଏକାଧିକ ଥର ଆବାସ ଅନୁଦାନ ମିଳିଥିବା ଅଭିଯୋଗ ମଧ୍ୟ କରିଛି ବିଜେପି । ବିଜେପି ନେତା ସାରଦା ପ୍ରଧାନ ଏନେଇ ଅଭିଯୋଗ କରିବା ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛନ୍ତି ।

ସାରଦା ଅଭିଯୋଗ କରିଛନ୍ତି ଯେ, ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ନମିଳିଥିବା ବେଳେ ଗୋଟିଏ ପରିବାରକୁ ଏକାଧିକ ବାର ଆବାସ ଯୋଜନା ପ୍ରଦାନ କରାଯାଇଛି । ଦୁଇ ମହଲା ଘର ଥିବା ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇଛି । କେଶବ ଜେନା ନାମକ ଜଣେ ସ୍ଥାନୀୟ ବିଜେଡି କର୍ମୀଙ୍କ ଘରର ଉପର ମହଲରେ ତାଙ୍କ ପୁଅ ଫକୀର ଜେନା ଘର କରିଛନ୍ତି । ଆଉ ତାଙ୍କ ନାଁରେ ଆବାସ ଟଙ୍କା ମଞ୍ଜୁର କରାଯାଇଛି ।

ସେହିଭଳି ଉକ୍ତ ନିର୍ବାଚନ ମଣ୍ଡଳିରେ 4ଜଣ ବିଜେଡି କର୍ମୀଙ୍କ ବିଳାଶ ପୂର୍ଣ୍ଣ ଘର ଥିବା ସତ୍ତ୍ୱେ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ କରିଛି ବିଜେପି । ଏମିତିକି ଆବାସ ଯୋଜନାରେ ସେମାନଙ୍କୁ ଅନୁଦାନ ମଧ୍ୟ ପ୍ରଦାନ କରାଯାଇଥିବା କହିଛି । ତେବେ ବିଜେଡି ସରକାର ଦଳୀୟ କର୍ମୀ ଭିତ୍ତିରେ ଆବାସ ଯୋଜନା ବଣ୍ଟନ କରୁଥିବା ଅଭିଯୋଗ କରିଛି ବିଜେପି ।

ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ଆବାସ ଯୋଜନାକୁ ହଡ଼ପ କରିଥିବା ଏବଂ ଦଳୀୟ କର୍ମୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଥିବା ଅଭିଯୋଗ କରିଥିଲା ବିଜେପି । ତେବେ ଏହି ଅଭିଯୋଗକୁ ନେଇ ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ପ୍ରତାପ ଜେନା ଅନିୟମିତତା ନେଇ ପ୍ରମାଣ ମାଗିଥିଲେ । ତେବେ ଆଜି ରାଜ୍ୟ ବିଜେପି ପକ୍ଷରୁ ଆବାସ କଳେଙ୍କାରୀ ହୋଇଥିବା ନେଇ ବରିଷ୍ଠ ନେତା ସାରଦା ପ୍ରଧାନ ପ୍ରମାଣ ଦେଇଛନ୍ତି ।

ଆଜିଠୁ ପ୍ଲାଷ୍ଟିକ୍ ବ୍ୟାନ୍

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାନ୍। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହାଦ୍ୱାରା ପ୍ଲାଷ୍ଟିକ ପ୍ରଚଳନ କରିବା ବେଆଇନ୍।

କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ପରିବହନ କିମ୍ବା ବଣ୍ଟନ କରିପାରିବେ ନାହିଁ। ବାୟୋ ଡିଗ୍ରେଡବଲ୍ ବା ମାଟିରେ ମିଶି ପାରୁଥିବା କ୍ୟାରି ବ୍ୟାଗ୍ ବ୍ୟତୀତ ଅନ୍ୟ କୌଣସି ପ୍ରକାର କ୍ୟାରି ବ୍ୟାଗ୍ ବ୍ୟବହାର ହୋଇପାରିବ ନାହିଁ।

ସେହିପରି ୨୦୦ ମିଲିଲିଟରଠାରୁ କମ୍ ପରିମାଣର ପାଣି ବୋତଲ ଉପରେ କଟକଣା ଲାଗିଛି। ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଥାଳି, କପ୍,ପ୍ଲେଟ୍, ବାଉଲ୍, ଗ୍ଲାସ୍, ଚାମଚ, ପାଉଚ୍ ସହ ଥର୍ମୋକୁଲ ସାମଗ୍ରୀ ବି ବ୍ୟବହାର ପାଇଁ ମନା ହୋଇଛି।

ତେବେ କ୍ଷୀର ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହୃତ ସିରିଞ୍ଜ, ମେଡିକାଲ ଇନଷ୍ଟ୍ରୁମେଣ୍ଟ ଓ ଅନ୍ୟ ସାମଗ୍ରୀ ପାଇଁ ଏହି କଟକଣା ଲାଗୁ ହେବନାହିଁ।

ବୈଜୟନ୍ତଙ୍କ ସ୍ଥାନ ନେବାକୁ ଅନୁଭବଙ୍କ ପ୍ରୟାସ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେଡି ସାଂସଦ ଅନୁଭବ ମହାନ୍ତି ଏବେ ଚର୍ଚ୍ଚାର ଆଗଧାଡ଼ିରେ ଅଛନ୍ତି । ବିଭିନ୍ନ ସମୟରେ ସେ ବିବାଦ ଭିତରକୁ ଆସୁଥିବା ଦେଖାଯାଉଛି । ଏବେ ଆଲୋଚନା ହେଉଛି ବିଜେପି ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସ୍ଥାନ ନେବା ପାଇଁ ଅନୁଭବ ବେଶ ତତ୍ପର । ବୈଜୟନ୍ତଙ୍କ କେନ୍ଦ୍ରାପଡ଼ା ସାଂସଦ ପଦ ହାତେଇବା ପରେ ତାଙ୍କଭଳି ଟ୍ୱିଟ ମାଷ୍ଟର ସାଜିବାକୁ ଉଦ୍ୟମ ଚଳାଇଛନ୍ତି ଅନୁଭବ ବୋଲି ଆଲୋଚନା ହେଉଛି । ବୈଜୟନ୍ତ ଯେଉଁଭଳି ଭାବରେ ପ୍ରତି କଥାରେ ଟ୍ୱିଟ କରୁଥିଲେ ଠିକ ସେହିଭଳି ଅନୁଭବ ଟ୍ୱିଟ କରୁଥିବା ଦେଖିବାକୁ ମିଳୁଛି । ଟ୍ୱିଟ ମାଷ୍ଟର ସାଜିବାକୁ ଉଦ୍ୟମ କରୁକରୁ ଅନୁଭବ ନିଜ ସରକାରଙ୍କ ଦୁର୍ବଳତା ପଦାରେ ପକାଇବାରେ ଲାଗିଛନ୍ତି । ସରକାରଙ୍କ କାର୍ଯ୍ୟଠିକ ଭାବେ ଚାଲୁ ନ ଥିବା ନେଇ ସେ ଜନସାଧାରଣଙ୍କୁ ପରୋକ୍ଷରେ ଜଣାଉଥିବା କଥା କୁହାଯାଉଛି ।
କେନ୍ଦ୍ରାପଡ଼ା ସାଂସଦ ହେବା ପରେ ଅନୁଭବ ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବା ସମୟରେ ବୈଜୟନ୍ତଙ୍କ ଭଳି ସବୁ କଥାକୁ ଟ୍ୱିଟ କରି ଜଣାଇବା ସହ ରେକର୍ଡ ରଖିବାକୁ ଚାହୁଁଛନ୍ତି । ଏହା ଭିତରେ ସେ କେନ୍ଦ୍ରାପଡ଼ା ଡାକ୍ତରଖାନା ଯାଇଥିଲେ । ସେଠାରେ ରୋଗୀଙ୍କଠାରୁ ଅର୍ଥ ନିଆଯାଉଥିବା କଥା ନେଇ ଜାଣିବା ପରେ ସରକାରଙ୍କୁ ଚିଠି ଲେଖି ଜଣାଇବା ବଦଳରେ ସେ ସିଧାସଳଖ ଟ୍ୱିଟ କରି ମେଡିକାଲରେ ଲାଞ୍ଚ କାରବାର ହେଉଥିବା ନେଇ ଉଲ୍ଲେଖ କରିଥିଲେ । ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗର ଶୋଷଣ କଥା ସେ ପରୋକ୍ଷରେ ଜଣାଇଥିଲେ । ସରକାରୀ ଦଳର ସାଂସଦ ଯେତେବେଳେ ଟ୍ୱିଟ କରି କହୁଛନ୍ତି ଡାକ୍ତରଖାନାରେ ଲାଞ୍ଚ କାରବାର ହେଉଛି ସେଥିରେ ଏହାକୁ କେହି ଅବିଶ୍ୱାସ କରିବେ ନାହିଁ । ତେଣୁ ସାଧାରଣ ଲୋକେ ସରକାରଙ୍କ ଉପରେ କିଭଳି ଆସ୍ଥା ପ୍ରକଟ କରିବେ ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା ।
ଏବେ ନିଜ ଦଳର ଜଣେ ଛାତ୍ରନେତାଙ୍କ ସହ ତାଙ୍କର କଳିକୁ ନେଇ ଅନୁଭବ ଟ୍ୱିଟ କରି ରାଜ୍ୟରେ ପୁଲିସ କାରବାର କିଭଳି ଚାଲିଛି ତାର ନଗ୍ନ ଚିତ୍ର ପ୍ରଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ଥିବା ପୁଲିସ ବିଭାଗ ଠିକ ଭାବରେ କାର୍ଯ୍ୟ କରୁ ନାହିଁ ବୋଲି ତାଙ୍କ ଟ୍ୱିଟରୁ ଯେକେହି ଜାଣିପାରିବ । କଟକରେ ବିଜେଡି ଛାତ୍ର ଉପସଭାପତି ମଞ୍ଜିତ ଦାସଙ୍କ ସହ ତାଙ୍କର ଝଗଡ଼ାକୁ ନେଇ ସେ ଯେଉଁ ଟ୍ୱିଟ କରିଛନ୍ତି ସେଥିରେ ସେ ଯେଉଁ ବିଷୟ ଦର୍ଶାଇଛନ୍ତି ତାହା ଅତ୍ୟନ୍ତ ସାଂଘାତିକ । ସେ ଉଲ୍ଲେଖ କରିଛନ୍ତି, ମଞ୍ଜିତ ଦାସ ତାଙ୍କୁ ଅସମ୍ମାନିତ କରୁଛନ୍ତି ଏ ନେଇ ସେ ଥାନାକୁ ଯୋଗାଯୋଗ କଲେ ବି କେହି ତାଙ୍କୁ ସହୟତା କରୁନାହାଁନ୍ତି । ଏକଥା ସେ କଟକ-ଭୁବନେଶ୍ୱର ପୁଲିସ କମିଶନରଙ୍କୁ ଟ୍ୱିଟ କରି ଜଣାଇଛନ୍ତି । ଆଉ ଏକ ଟ୍ୱଟରେ ସେ କହିଛନ୍ତି ପୁଲିଘାଟ ଥାନା ଆଇଆଇସିଙ୍କ ବ୍ୟବହାର ତାଙ୍କୁ ଆଘାତ ଦେଇଛି । ଅର୍ଥାତ ପୁରୀଘାଟ ଥାନାଅଧିକାରୀ ସାଂସଦଙ୍କୁ ଅସମ୍ମାନିତ କରିଥିବା ସେ ଦର୍ଶାଇଛନ୍ତି ।
ସାଂସଦଙ୍କ ଏହି ଟ୍ୱିଟର ବହୁ ସୁଦୂର ପ୍ରସାରୀ ପ୍ରଭାବ ରହିଛି । ବିଜେଡି ସାଂସଦ ଯେତେବେଳେ ଖୋଲାଖୋଲି କହୁଛନ୍ତି ଥାନାକୁ ଫୋନ କଲେ ତାଙ୍କ କଥା କେହି ଶୁଣୁନାହାଁନ୍ତି କି କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ ସେ କ୍ଷେତ୍ରରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ । କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ପୁରୀଘାଟ ଥାନା ଅଧିକାରୀ ତାଙ୍କୁ ଅସମ୍ମାନିତ କରିଛନ୍ତି । ଶାସକ ଦଳର ଜଣେ ଶକ୍ତିଶାଳୀ ସାଂସଦଙ୍କୁ ଯଦି ଏ ପୁଲିସ ଅଧିକାରୀ ବ୍ୟବହର ଖରାପ କରିପାରନ୍ତି ତେବେ ସାଧାରଣ ଜନତାଙ୍କ ସ୍ଥତିି କଣ ହେଉଥିବା ତାହା ସରକାର ଜାଣିବା ଦରକାର । ଏବେ ୫-ଟି କାର୍ଯ୍ୟକ୍ରରେ ମୁଖ୍ୟମନ୍ତ୍ରୀ ଯେଉଁ “ମୋ ସରକାର” ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି ଓ ଲୋକଙ୍କୁ ପ୍ରତ୍ୟେକ ଥାନା ଅଧିକାରୀ ଭଲ ବ୍ୟବହାର ଦେଖାଇବେ ଏବଂ ସେମାନଙ୍କ ସମସ୍ୟାର ଉପଯୁକ୍ତି ସମାଧାନ କରିବେ ବୋଲି କହିଛନ୍ତି, ସେଥିପ୍ରତି ଅନୁଭବଙ୍କୁ ଟ୍ୱିଟ ଉପହାସ ସଦୃଶ୍ୟ ହୋଇଛି ।
ଅନୁଭଙ୍କ ଏହି ୨ଟି ଟ୍ୱିଟକୁ ଦେଖିଲେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ବିଭାଗ ଠିକ ଭାବରେ କାର୍ଯ୍ୟକରୁନାହିଁ ଓ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେଇପାରୁ ନାହିଁ ବୋଲି ଖୋଦ ସାସଂଦ ରାଜ୍ୟବାସୀଙ୍କୁ ପରୋକ୍ଷରେ ଜଣାଉଥିôବା ଅନେକ ମତ ରଖୁଛନ୍ତି । ଅନୁଭବ ଟ୍ୱିଟ ନିଶାରେ ନିଜ ସରକାରଙ୍କୁ ପଦାରେ ପକାଉଥିବା କଥା ଏବେ ଦଳୀୟ ମହଲରେ ଆଲୋଚନା ହେଉଛି ।

ରୁଜୁ ହେଉନି ଦୁଷ୍କର୍ମ ମାମଲା, ଅଭିଯୋଗକାରୀଙ୍କୁ କରାଯାଉଛି ଦୁର୍ବ୍ୟବହାର : ଏମିତି ଚାଲିଛି ରାଜଧାନୀର ମହିଳା ଥାନା !

 

ଏଥର ସମ୍ଭାଳ ବ୍ୟୁରୋ : ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି, ମହିଳାଙ୍କୁ ସୁରକ୍ଷା ଦିଅ। ମହିଳା ସଂକ୍ରାନ୍ତୀୟ ମାମଲା ତୁରନ୍ତ ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। କିନ୍ତୁ ରାଜଧାନୀର ମହିଳା ଥାନା ଚିତ୍ର ଏବେ କିଛି ଅଲଗା ବୟାନ କରୁଛି। ସ୍ୱତନ୍ତ୍ର ଭାବେ ମହିଳାଙ୍କ ଅଭିଯୋଗ ଶୁଣିବା ପାଇଁ ଥିବା ଏହି ମହିଳା ଥାନା ଏବେ ମହିଳାଙ୍କ ଅଭିଯୋଗ ଶୁଣିବାକୁ ନାରାଜ। ଏପରିକି ଦୁଷ୍କର୍ମ ଓ ଅସଦାଚରଣ ମାମଲା ନେବାକୁ ସିଧାସିଧା ମନା କରି ଦିଆଯାଉଛି। ଥାନାକୁ ଯାଉଥିବା ଅଭିଯୋଗକାରୀଙ୍କୁ ଥାନା ମୁହଁରୁ ଦୁରଦୁର ମାରମାର କହି ବିଦା କରି ଦେଉଛନ୍ତି। ନଚେତ ଥାନାରେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଆପୋସ ସମାଧାନ କରାଇ ଦେଉଛନ୍ତି।

ଏବେ ମହିଳା ଥାନା ଉପରୁ ରାଜଧାନୀବାସୀଙ୍କ ଆସ୍ଥା ତୁଟି ଗଲାଣି। ଶେଷରେ ବାଧ୍ୟ ହୋଇ ଅନ୍ୟ ଥାନାରେ ଅଭିଯୋଗ କରୁଛନ୍ତି। ଶୁକ୍ରବାର ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇଟି ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମହିଳା ଥାନାର ଅସଲ ଚିତ୍ର ପଦାକୁ ଆସିଛି। ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢ଼ି ବଢ଼ି ଚାଲିଛି। ବିଶେଷ କରି ରାଜଧାନୀରେ ଏଭଳି ଅଭିଯୋଗର ସଂଖ୍ୟା ଅଧିକ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୦୧ରେ ସ୍ୱତନ୍ତ୍ର ଭାବେ ମହିଳା ଥାନା ପ୍ରତିଷ୍ଠା କରିଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ସେହି ଦିନଠାରୁ ମହିଳାଙ୍କ ସମ୍ପର୍କିତ ସମସ୍ତ ମାମଲା, ଦୁଷ୍କର୍ମ, ଅସଦାଚରଣ ଭଳି ଅଭିଯୋଗ ମହିଳା ଥାନାରେ ରୁଜୁ ହେଲା।

ବ୍ୟାଙ୍କରୁ ୩୬ଶହ ଟଙ୍କା ଅଧିକା ବାହାରିଲା ! ଅଧିକ ଟଙ୍କା ବାହାରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଭେଟିଲେ ଓ ଟଙ୍କା ଫେରାଇଲେ ଯୁବକ !

ଏଥର ସମ୍ଭାଳ ବ୍ୟୁରୋ : ଏବେବି ମାନବିକତା ବଚିଂଛି । ଲେକାମାନଙ୍କ ପାଖରେ ଏବେବି ସ୍ୱାଭିମାନ ବଞ୍ଚିରହିଥିବା ଦେଖାଯାଉଛି । ତେବେ ବାଉଳା ହୋଇଗଲା ଏଟିଏମ୍ କିନ୍ତୁ ବାଉଳା ହେଲେ ନାହିଁ ଯୁବକ। ୨୫୦୦ ଟଙ୍କା ଉଠାଇଲା ବେଳକୁ ବାହାରିଲା ୬୧୦୦ ଟଙ୍କା। ତେବେ ଏହି ଅଧିକା ଟଙ୍କାକୁ ଚୁପଚାପ ନିଜ ପକେଟରେ ରଖି ଘରକୁ ଯିବା ବଦଳରେ ଜଣେ ଯୁବକ ସିଧା ବ୍ୟାଙ୍କକୁ ଯିବା ଓ ଅଧିକ ଉଠିଥିବା ଟଙ୍କା ଫେରାଇବା ବଲାଙ୍ଗୀର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ସିଭିଲ କୋର୍ଟରେ କାମ କରୁଥିବା ସମୀର ରଂଜନ ପ୍ରଧାନ ଗତ ୧୪ ତାରିଖରେ ମୁଖ୍ୟ ଡାକ୍ତରଖାନା ନିକଟରେ ଥିବା ସିଣ୍ଡିକେଟ ବ୍ୟାଙ୍କର ଏଟିଏମରୁ ୨୫ଶହ ଟଙ୍କା ଉଠାଇଥିଲେ। କିନ୍ତୁ ଏଟିଏମରୁ ବାହାରିଲା ୬ହଜାର ଶହେ ଟଙ୍କା। ୩୬ ଶହ ଟଙ୍କା ଅଧିକ! ତେବେ ଶ୍ରୀ ପ୍ରଧାନ ବଳକା ଟଙ୍କା ନେଇ ପହଞ୍ଚିଥିଲେ ସିଣ୍ଡିକେଟ ବ୍ୟାଙ୍କରେ। ଏଟିଏମରୁ ଟଙ୍କା ଉଠାଇବା ବେଳେ ଅଧିକ ୩୬ଶହ ଟଙ୍କା ବାହାରିଥିବା ସୂଚନା ଦେବା ପରେ ବ୍ୟାଙ୍କ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଖୋଦ୍ ବ୍ୟାଙ୍କର ପରିଚାଳକ ଆସି ତାଙ୍କୁ ଭେଟିଥିଲେ। ତେବେ ଏହି ଘଟଣାପରେ ବ୍ୟାଙ୍କ କର୍ମଚାରୀମାନେ ଯୁବକ ଜଣଙ୍କୁ ପ୍ରଶଂସା କରିଛନ୍ତି । ଅନେକ ସମୟରେ ଏପରି ଭାବରେ ଭୁଲରେ ଏଟିଏମରୁ ଅଧିକ ଟଙ୍କା ବାହାରି ଆସେ କିନ୍ତୁ କେହି ପେରି ଭାବରେ ଟଙ୍କା ଫେରାଇବାରେ ଦେଖାଯାଇନାହିଁ । କିନ୍ତୁ ଏହି ଯୁବକ ନିଜ ସ୍ୱାଭିମାନ ଓ ବିବେକ ଦୃଷ୍ଟିରୁ ଟଙ୍କା ଫେରାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ୟାଙ୍କ କର୍ତୃପକ୍ଷ । 

” ଧସିଲା ରଘୁବାରି ଘାଟି ” ୪୦ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ : ରାୟଗଡ଼ା

ବ୍ୟୁରୋ ରିପୋର୍ଟ  : ରାୟଗଡ଼ା : ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ରଘୁବାରି ଘାଟି ଧସିଯାଇଛି। ଘାଟି ଧସି ଯବାରୁ ରଘୁବାରି ଓ ଡିମିରିଗୁଡ଼ା ଅଞ୍ଚଳର ପ୍ରାୟ ୪୦ ଖଣ୍ଡ ଗାଁର ପାଞ୍ଚ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ରଘୁବାରିରୁ ପାତରପଡ଼ା, ହରିପୁର ଓ ଡିମିରିଗୁଡ଼ା ରାସ୍ତା ଧସି ହୋଇ ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅମ୍ବାଦଳାକୁ ଯାଇଥିବା ଲୋକେ ନିଜ ଗାଁକୁ ଫେରି ପାରୁ ନାହାନ୍ତି। ମୁନିଗୁଡ଼ା କିମ୍ବା ଅନ୍ୟ କୌଣସି ସ୍ଥାନକୁ ମଧ୍ୟ ଲୋକେ ଜରୁରୀ କାମରେ ଯାଇ ପାରୁ ନ ଥିବା ଜଣାପଡ଼ିଛି।