ନିଲମ୍ବିତ ହେଲେ ରାୟଗଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ନିୟମ କଣ ଅଲଗା କି ? ଗତ ତିତିଲି ସମୟ ରେ ଗୋଟିଏ ରାତ୍ର ପାଈଁ ଛୁଟି ରେ ଯାଇଥିବା ରୁ ପୂର୍ବତନ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀମତୀ ବିମଳା ସାହୁ ଙ୍କୁ ନିଲମ୍ବିତ କରାଯାଇ ତୁରନ୍ତ ତାଙ୍କ ପଦବୀ ରେ ଏକ ଦିନ ମଧ୍ୟରେ ଡ଼ଃ ଶ୍ରୀ ଶିବ ପାଢ଼ୀ ଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଭାବେ ନିୟୋଜିତ କରାଯାଇଥିଲା , କିନ୍ତୁ ରାୟଗଡ଼ା ବାସୀ ଙ୍କ ଦୁର୍ଭାଗ୍ୟ ଆସିଥିବା ର ଅଳ୍ପ ଦିନ ମଧ୍ୟରେ ବିଭିନ୍ନ ଦୁର୍ନୀତି ରେ ସମ୍ପୃକ୍ତ ଥାଇ ଜାଣିଶୁଣି ମହାବାତ୍ୟା ” ଫୋନି ” ଆସୁଥିବା ପରିସ୍ଥିତି ରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସରକାର ଙ୍କ ନିର୍ଦ୍ଧେଶ କୁ ବେଖାତିର କରି ରାୟଗଡ଼ା ରେ ଅବସ୍ଥାପିତ ନ ରହିବା ଓ ରାୟଗଡ଼ା ବାସୀ ଙ୍କ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅବହେଳା ପ୍ରଦର୍ଶନ କରିବା କୁ ନେଇ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ର ମୁଖ୍ୟ ଆବାହକ ଶ୍ରୀ ପ୍ରଦୀପ କୁମାର ଦାଶ ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।

ଉକ୍ତ ଦାବି କୁ ଦୃଷ୍ଟି କୁ ନେଇ ଓଡିଶା ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ପତ୍ର ନମ୍ବର ୧୧୨୧୭ ତା ୦୨/୦୫/୨୦୧୯ ରିଖ ରେ ନିଲମ୍ବନ ଆଦେଶ ପ୍ରଦାନ କରିଛନ୍ତି ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ରାୟଗଡ଼ା ରେ ଆସି ପୁର୍ବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଧେଶ ଦେଇନଥିବାରୁ ରାୟଗଡା ଜିଲ୍ଲା ବିକାଶ ପରିଷଦ କ୍ଷୋଭ ପ୍ରକାଶ କରିବା ସହ ମହାବାତ୍ୟା ” ଫୋନି ” ସମୟ ରେ କିଭଳି ଜିଲ୍ଲା ରେ ସ୍ବାସ୍ଥ୍ୟ ବ୍ୟବସ୍ଥା ପରିଚାଳନା କରାଯିବ ତାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହ ଆଗାମୀ କାଲି ରାୟଗଡ଼ା ଜିଲ୍ଲାପାଳ ଙ୍କ ସହ ସାକ୍ଷାତ କରିବାର ସୁଚନା ପ୍ରଦାନ କରିଛନ୍ତି ।

ଗୁଣପୁର ବଂଶଧାରା ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ଯୋଗ ଶିବିର ଅନୁଷ୍ଠିତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ବଂଶଧାରା ଯୁକ୍ତ ଦୁଇ ବିଜ୍ଞାନ ଦୈନିକ ଏବଂ ଆବାସିକ ମହାବିଦ୍ୟାଳୟ ଠାରେ କ୍ରିକେଟ ମ୍ୟାଚ୍ , ବକୃତା , ସଙ୍ଗୀତ ଓ ମ୍ୟୁଜିକାଲ୍ ଚେୟାର ଏବଂ ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଯୋଗ ଶିବିର କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ଏବଂ ଏହି ଯୋଗ ଶିବିର କୁ ଯୋଗ ଗୁରୁ ଶ୍ରୀ ଉମା ଶଙ୍କର ଦାଶ ପରିଚାଳନା କରିଥିଲେ ।

ବଂଶଧାରା ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଲକ୍ଷ୍ମୀ ନାରାୟଣ ମହାଙ୍କୁଡ , ଉପ ଅଧକ୍ଷ ଶ୍ରୀ ଲାଡ଼ି ରାଜ କୁମାର , ସମ୍ପାଦକ ଶ୍ରୀ ହରି କୃଷ୍ଣ ପୁରୁଷୋତ୍ତମ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ଉପସ୍ଥିତି ରେ ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।

ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ବିଜେପି ର ବିଜୟ ସଂକଳ୍ପ ସଭା ରେ ନବୀନ ଙ୍କୁ ଟାର୍ଗେଟ କଲେ ରାଷ୍ଟ୍ରୀୟ ଅଧକ୍ଷ ଶ୍ରୀ ଅମିତ୍ ସାହା !

!!! ଭୃଗୁ କହିଲେ ରାଣୀ କଲ୍ୟାଣୀ ଗଜପତି ଭାରି ପଡିବେନି ବିଜେପି ପାଇଁ !!!

ଏଥର ସମ୍ଭାଳ ବ୍ୟୁରୋ (ଗଜପତି) –  ଦୀର୍ଘ ୧୯ ବର୍ଷ ହେଲା ଏକ ସ୍ଥାଣୁ ଓ ଅପାରଗ ସରକାର ର ଅତ୍ୟାଚାର କୁ ସହି ଆସିଲେଣୀ ଓଡିଶା ବାସୀ । ଚଳିତ ନିର୍ବାଚନ ଦେଶ ଓ ଓଡିଶା ର ଭବିଷ୍ୟତ ନିର୍ଧାରଣ କରିବ । କେନ୍ଦ୍ର ରେ ମୋଦୀ ଙ୍କ ସରକାର ହେବା ନିଶ୍ଚିତ ବୋଲି କହିଥିଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡିଶା କୁ ଏକ ଓଡ଼ିଆ କହୁଥିବା , ଲୋକ ଙ୍କ ସହ ଓଡ଼ିଆ ରେ କଥା ହେଉଥିବା ଏବଂ ଲୋକ ଙ୍କ କଷ୍ଟ ବୁଝି ପାରୁଥିବା ଓଡ଼ିଆ ମୁଖ୍ୟମନ୍ତ୍ରୀ ଦରକାର କୌଣସି ଇଂଲଣ୍ଡ ର ଇଂରେଜ ରେ କହୁଥିବା ମୁଖ୍ୟମନ୍ତ୍ରୀ ଆବଶ୍ୟକ ନାହିଁ ବୋଲି ଶ୍ରୀ ଅମିତ ସାହ କହିଥିଲେ ।

ଗତ କାଲି ଅର୍ଥାତ ଏପ୍ରିଲ ୧ ରେ ପାରଳାଖେମୁଣ୍ଡି ର ବିଜୟ ସଂକଳ୍ପ ସଭା ରେ ଯୋଗ ଦେଇ ନିଜକୁ ଗର୍ବିତ ଅନୁଭବ କରିଥିଲେ ଶ୍ରୀ ସାହା ।

ଏପ୍ରିଲ ୧ ରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡିଶା ଙ୍କୁ ସ୍ବତନ୍ତ୍ର ରାଜ୍ୟ ର ମାନ୍ୟତା ମିଳିଥିଲା । ୧୯ ବର୍ଷ ହେବ ଯିଏ ଓଡ଼ିଶା ର ମୁଖ୍ୟ ଭାଷା ଓଡ଼ିଆ କହି ପାରୁନାହାନ୍ତି ସେହି ନବୀନ ସରକାର ବଦଳାଇବା ସମୟ ଆସିଛି , ପଦ୍ମ ଫୁଟାଇବା ସମୟ ଆସିଛି , ଯୁବକ ମାନେ ରୋଜଗାର ନିମନ୍ତେ ବାହାର ରାଜ୍ୟ କୁ ଆଉ ଯିବେନି ବୋଲି ଶ୍ରୀ ସାହା କହିଥିଲେ ।

ବିଜେଡ଼ି ପାରଳାଖେମୁଣ୍ଡି ରାଣୀ ସୁଶ୍ରୀ କଲ୍ୟାଣି ଗଜପତି ଙ୍କୁ ପ୍ରାର୍ଥୀ କରିବା ପଛରେ ବହୁ କାରଣ ରହିଛି ଏବଂ ବିଜେଡ଼ି ନିଜ ପ୍ରଚାର ନିମନ୍ତେ ରାଜ ପ୍ରାସାଦ କୁ ବ୍ୟବହାର କରୁଛି ବୋଲି ଆରୋପ ଲଗାଇଥିଲେ ଶ୍ରୀ ଭୃଗୁ ବକ୍ସି ପାତ୍ର ।

ଶ୍ରୀ ପାତ୍ର କହିଥିଲେ ଆଜ ଙ୍କୁ ଦୀର୍ଘ ଦିନ ଧରି ବିଜେଡ଼ି ସରକାର ରେ ରହି ରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜ ଙ୍କ ନହର ର ରକ୍ଷଣା ବେକ୍ଷଣ କରିପାରିଲା ନାହିଁ କିମ୍ବା ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେଇ ପାରିଲା ନାହିଁ କିନ୍ତୁ ବିଜେପି ସରକାର କୁ ଆସିଲେ ଏବଂ ପାରଳାଖେମୁଣ୍ଡି ବିଧାୟକ ଭାବେ ଶ୍ରୀ କେ ନାରାୟଣ ରାଓ ବିଜୟୀ ହେଲେ ସେ ଏହା କରି ଦେଖାଇବେ ।

ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ ହେବ: ରାହୁଲ !

ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼) – ରାଜ୍ୟରେ ୫୦ହଜାର କୋଟି ଟଙ୍କାର ଖଣି ଦୁର୍ନୀତି କରି ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଟଙ୍କା ତାଙ୍କ ବନ୍ଧୁମାନଙ୍କୁ ଦେଇଛନ୍ତି। ସାରାରାଜ୍ୟ ଜାଣିଛି, ଚିଟଫଣ୍ଡ ଦୁର୍ନୀତିରେ ୫ହଜାର କୋଟି ଟଙ୍କା ଚୋରି ହୋଇଛି। ଦିଲ୍ଲୀ ହେଉ କିମ୍ବା ଓଡ଼ିଶା, କଂଗ୍ରେସ ସରକାର ଆସିବା ମାତ୍ରେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ କରାଯିବ ବୋଲି କଂଗ୍ରେସ  ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ବରଗଡ଼ ସହର ଉପକଣ୍ଠ ନୂଆ ସରସରା ପଡ଼ିଆରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ରାହୁଲ କହିଛନ୍ତି ଯେ, ଓଡ଼ିଶାକୁ କିଛି ବଛାବଛା ଅଫିସର ଶାସନ କରୁଛନ୍ତି। ରାଜ୍ୟରେ ଜନତାଙ୍କ ସ୍ବର ଶୁଣାଯାଏ ନାହିଁ । ନବୀନ ପଟ୍ଟନାୟକ ଓଡ଼ିଶାକୁ ଶାସନ କରନ୍ତି, ହେଲେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିମୋର୍ଟ କଣ୍ଟ୍ରୋଲ ଦ୍ୱାରା ପରିଚାଳନା କରିଥାନ୍ତି । ରାଜ୍ୟରେ ଆଦିବାସୀ ମହିଳାଙ୍କ ସ୍ବର ସରକାରଙ୍କ ପାଖେ ପହଞ୍ଚେ ନାହିଁ । ସାରା ଓଡ଼ିଶାରେ ପ୍ରାୟ ଦେଢ଼ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି। ତନ୍ମଧ୍ୟରୁ ୩୦ ହଜାର ଶିକ୍ଷକ ପଦବୀ ଖାଲି, ୫ହଜାର ମେଡ଼ିକାଲ ପଦବୀ ଖାଲି। ଓଡ଼ିଶାର ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ନାହିଁ । କଂଗ୍ରେସ ଶାସନ ଆସିବା ମାତ୍ରେ ଖାଲିଥିବା ପଦବୀ ପୂରଣ କରାଯିବ ବୋଲି ରାହୁଲ ପ୍ରତିଶୃତି ଦେଇଛନ୍ତି ।

ଅପରପକ୍ଷେ ମୋଦି ସରକାରଙ୍କ ଜିଏସଟି, ବିମୁଦ୍ରୀକରଣ ଯୋଗୁ ସାଧାରଣ ଜନତା ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ କଂଗ୍ରେସ ସରକାର କେନ୍ଦ୍ରରେ ଆସିଲେ ଜିଏସଟି ପରିବର୍ତ୍ତେ ସମସ୍ତଙ୍କ ପାଇଁ ଏକ ସାଧାରଣ ଟ୍ୟାକ୍ସ ପ୍ରଚଳନ କରିବ ବୋଲି ସେ କହିଥିଲେ । ତେବେ ସେ ନିଜ ଅଭିଭାଷଣରେ ଯେଉଁ ପ୍ରତିଶୃତି ଦିଅନ୍ତି, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି ଏବଂ ପଡ଼ୋଶୀ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ କଂଗ୍ରେସ ଶାସନକୁ ଆସିବା ପରେ ତାଙ୍କ ପ୍ରତିଶୃତି ଯଥାର୍ଥତା ପ୍ରତିଫଳିତ ହୋଇ ସାରିଥିବା ରାହୁଲ କହିଥିଲେ । ଉକ୍ତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ଜଗନ୍ନାଥ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ, ପୂର୍ବତନ ଅତାବିରା ବିଧାୟକ ନିହାର ମହାନନ୍ଦ, ହମ୍ମିଦ ହୁସେନ, ପ୍ରଫୁଲ୍ଲ ମାଝି, ସୁରେନ୍ଦ୍ର ସିଂ ଭୋଇ, ଶରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ମାଲକାନଗିରି ମାଟ୍ରିକ୍ ଖାତା ହଜିବା ଘଟଣାରେ ବଢୁଛି ସସପେନ୍ସ ! ପତା ମିଳୁନି କୁଆଡେ ଗଲା ଉତ୍ତର ଖାତା, କ’ଣ ହେବ ପରୀକ୍ଷାର୍ଥୀଙ୍କ ଭାଗ୍ୟ ?

ଏଥର ସମ୍ଭାଳ ବ୍ୟୁରୋ (ମାଲକାନଗିରି) – ଶନିବାର ପିଲା ପରୀକ୍ଷା ଦେଇଥିଲେ, ସୋମବାର ହୋଇଗଲା, ହେଲେ ମିଳୁନି ଓଏମଆର୍ ଉତ୍ତର ଖାତା । ମାଲକାନଗିରି ଜିଲ୍ଲା ପଡିଆ ଏସଏସଡି ସ୍କୁଲରୁ ମାଟ୍ରିକ ଉତ୍ତର ଖାତା ଗାଏବ ଘଟଣା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ପଡିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ତନାଘନା କରୁଛି ପୋଲିସ । ସୁପେରିଟେଣ୍ଡେଂଟ, ଡେପୁଟି ସୁପେରିଟେଣ୍ଡେଂଟଙ୍କ ଠାରୁ ଆରମ୍ଭ କରି ଅବଜର୍ଭର ଓ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଡାକି ଥାନାରେ ମାରାଥନ ଜେରା କରାଯାଉଛି । ତେବେ ଶିକ୍ଷକଙ୍କ ମଧ୍ୟରେ ଆପୋସ କଳହ ଯୋଗୁଁ ଏପରି ବିଭ୍ରାଟ ହୋଇଥିବା ଅନୁମାନ କରାଯାଉଛି ।

କୁଆଡ଼େ ଗଲା ଓଏମଆର୍ ସିଟ୍ ? କ’ଣ ହେବ ୧୦୮ ପରୀକ୍ଷାର୍ଥୀଙ୍କ ଭାଗ୍ୟ ? ମାଟ୍ରିକ ପରୀକ୍ଷାକୁ ନେଇ ବିବାଦ ଥମିବାର ନାଁ ନେଉନି । ତେବେ ସବୁଠୁ ବଳିଯାଇଛି ମାଲକାନଗିରି ପଡ଼ିଆ ଏସଏସଡି ହାଇସ୍କୁଲର ବିଭ୍ରାଟ । ପରୀକ୍ଷା ଦେଇସାରିବା ପରେ ପରୀକ୍ଷାକେନ୍ଦ୍ରରୁ ସମସ୍ତଙ୍କ ଉତର ଖାତା ଉଭାନ ହୋଇଯିବା ଖବର ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଚାଂଚଲ୍ୟ ମଧ୍ୟ ଖେଳାଇ ଦେଇଛି ।

ଦୁଇ ଦିନ ଧରି ଘଟଣାକୁ ଚାପି ରଖିବା ପରେ ପଡ଼ିଆ ଥାନାରେ ଏତଲା ଦେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ  । ଜଣେ ଆଡିସନାଲ ଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଚାଲିଛି ତଦନ୍ତ । ପରୀକ୍ଷା ଦାୟିତ୍ୱରେ ଥିବା ସୁପେରିଟେଣ୍ଡେଂଟ୍, ଡେପୁଟି ସୁପେରିଟେଣ୍ଡେଂଟ, ଅବଜର୍ଭର, ପ୍ରଧାନ ଶିକ୍ଷକ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅଟକ ରଖିବା ସହ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଥାନାକୁ ଡାକି ମାରାଥନ ଜେରା କରୁଛି ପୁଲିସ । ଆବାସିକ ବିଦ୍ୟାଳୟ ହୋଇଥିବାରୁ ବିଦ୍ୟାଳୟର ମେସ ପରିଚାଳନା ନେଇ ଶିକ୍ଷକଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଏହାର କାରଣ ବୋଲି ସଂଦେହ କରାଯାଉଛି ।

ଶନିବାର ଦିନ ଓ.ଏମ.ଆର ସିଟ୍ ଜରିଆରେ ପ୍ରଥମେ ଅବଜେକଟିଭ ପ୍ରଶ୍ନର ଉତର ଲେଖିଥିଲେ ଛାତ୍ରଛାତ୍ରୀ  । ପରେ ସବଜେକ୍ଟିଭ ପ୍୍ରଶ୍ନର ଉତ୍ତର ଖାତା ସଂଗ୍ରହ କରି ନୋଡାଲ ସେଂଟରରେ ଦାଖଲ କରିବା ବେଳକୁ ଓ.ଏମ.ଆର ସିଟ୍ ଗୁଡିକ ପାଇ ନଥିଲେ ବିଦ୍ୟାଳୟ କର୍ତୃପକ୍ଷ । ରଖା ଯାଇଥିବା ଡ୍ରରୁ ଗାଏବ ହୋଇ ଯାଇଥିଲା ଓ.ଏମ.ଆର ଉତର ଖାତା । ଜିଲ୍ଲା ପ୍ରଶାସନ ଓ ପଡ଼ିଆ ପୋଲିସର ତନାଘନା ପରେ ବି ଉତର ଖାତାର ପତା ମିଳିନଥିଲା ।

ଗଣିତ ପରୀକ୍ଷା ଦେଇସାରିବା ପରେ ପିଲା ଭାବିଥିଲେ ସେମାନଙ୍କ ମୁଣ୍ଡରୁ ବଡ଼ ବୋଝ ହଟିଗଲା । ହେଲେ ପରଦିନ ଯେତେବେଳେ ଜାଣିଲେ, ଅବଜେକଟିଭ ପ୍ରଶ୍ନର ଉତର ଲେଖିଥିବା ଓଏମଆର୍ ସିଟ୍ ଗାଏବ ହୋଇଯାଇଛି, ସେମାନଙ୍କ ମନରେ ଅଜଣା ଭୟ ଖେଳିଯାଇଛି । କୁହାଯାଏ, ମାଟ୍ରିକ ପରୀକ୍ଷା ହେଉଛି ଛାତ୍ର/ଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ପ୍ରଥମ ସୋପାନ । ତେବେ ପଡିଆ ଏସଏସଡି ହାଇସ୍କୁଲର ୧୦୮ ଜଣ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲାଗିଯାଇଛି ।

ଔଷଧ ମାଗିବାରୁ ଲହୁଲୁହାଣ ହେଲେ ରୋଗୀଙ୍କ ସମ୍ପର୍କୀୟ ! ନିରାମୟ ଯୋଜନା କାହା ପାଇଁ ?

ଏଥର ସମ୍ଭାଳ ବ୍ୟୁରୋ (ବାରିପଦା) – ଔଷଧ ବଦଳରେ ମିଳିଲା ମାଡ । କେବଳ ମାଡ ନୁହେଁ ଅପରେସନ ବ୍ଲେଡରେ ମରଣାନ୍ତକ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜର ପାଞ୍ଜପୀଢ ଉପଖଣ୍ଡ କରଞ୍ଜିଆ ହସ୍ପିଟାଲରେ । ମେଡିକାଲକୁ ଆସିଥିବା ଜଣେ ରୋଗୀ ଡାକ୍ତରଙ୍କୁ ଦେଖା କରିଥିଲେ । ଡାକ୍ତର ଜଣକ ତାଙ୍କର ଟ୍ରିଟମେଣ୍ଟ କରି ମେଡିକାଲ ପରିସରରେ ଥିବା କାଉଣ୍ଟରରୁ ମେଡିସିନ୍ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ରୋଗୀଙ୍କ ସମ୍ପର୍କୀୟ ରହିତ ଦାସଅଧିକାରୀ କାଉଣ୍ଟର ଜାଣିନପାରିବାରୁ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ଏ ବାବଦରେ ପଚାରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ରହିତ ଏହି ଘଟଣା ପରେ ସେଠାରୁ ଚାଲିଆସିଥିଲେ । କିନ୍ତୁ କିଛି ସମୟ ପରେ  ମେଡିକାଲ କର୍ମଚାରୀ ତାଙ୍କୁ ପୁଣି ଥରେ ଡକେଇ ଯୁକ୍ତିତର୍କ କରିବା ସହ ମାରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ରହିତଙ୍କ ପେଟ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଏହି ଘଟଣା ପରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ତେବେ ମେଡିକାଲ ଯାଇ ଥିବା ଜଣେ ରୋଗୀ ପ୍ରଥମେ ଶୋଷଣ ଏହାପରେ ଆକ୍ରମଣର ଶିକାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି । ସେପଟେ ମେଡିକାଲ କର୍ତ୍ତୃପକ୍ଷ କର୍ମଚାରୀଙ୍କ ଏଭଳି ଆଚରଣ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନନେଇ ପାଲଟା ରୋଗୀମାନଙ୍କୁ ନାଲି ଆଖି ଦେଖାଇବାକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

ଚିଲିକା କୂଳରେ ଡଲଫିନ୍‌ର ମୃତଦେହ ।

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମଗିରି) – ପୁରୀ ଜିଲ୍ଲା ଚିଲିକା ଘାଟପେଣ୍ଟ ନିକଟରେ ଗତକାଲି ସନ୍ଧ୍ୟାରୁ ଏକ ବିରଳ ଇରାୱାଡ଼ି ଡଲଫିନ୍‌ର ମୃତଦେହ ପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

ଏହି ବିରଳ ପ୍ରଜାତିର ଡଲଫିନ୍ ସଂଖ୍ୟା  ଚିଲିକାରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ଜାନୁଆରୀ ୧୭ରେ ଚିଲିକାରେ ଡଲଫିନ୍‌ ଗଣନା କରାଯାଇଥିଲା। ଚିଲିକାରେ ୧୧୩ଟି ଡଲଫିନ୍‌ ଥିବା ଜଣାପଡ଼ିଥିଲା। ତେବେ ଚଳିତ ମାସ ୩ଟି ଡଲଫିନ୍‌ଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି।

 

ତେଲୁଗୁ ଭୋଟରଙ୍କ ଉପରେ ବିଜେଡିର ନଜର, ମନ ଜିଣିବାକୁ ଦଳ ଆଣିଲା ଆନ୍ଧ୍ର କଳାକାର ।

ଏଥର ସମ୍ଭାଳ ବ୍ୟୁରୋ (ନବରଙ୍ଗପୁର) – ଆଗାମୀ ନିର୍ବାଚନ ପାଇଁ ବଳ କଷୁଛି ବିଜେଡି । ସବୁ ବର୍ଗର ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଭୋଟ୍ ହାତେଇବାକୁ ଗୋଟିଚାଳନା କରୁଛି ବିଜେଡି । ଏନେଇ ନବରଙ୍ଗପୁର ଠାରେ ବିଜେଡି ତେଲୁଗୁ ସେଲ ପକ୍ଷରୁ ଆୟୋଜିତ ହୋଇଛି ସାଂସ୍କୃତି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ତେଲୁଗୁର ଷ୍ଟାର କଳାକାରଙ୍କୁ ଦେଖିବାକୁ ମିଳିଥିଲା । ଏହାସହ ମନ୍ତ୍ରୀ ରମେଶ ମାଝୀ, ମନ୍ତ୍ରୀ ଉଷାଦେବୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ସମେତ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମ ନେଇ ବିଜେଡି କହିଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ରାଜ୍ୟର ହିତ ପାଇଁ କାର୍ଯ୍ୟ କରିଆସୁଛନ୍ତି । ଏହି ମର୍ମରେ ରାଜ୍ୟରେଥିବା ସମସ୍ତ ସମ୍ପ୍ରଦାୟର ଲୋକମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ରାଜ୍ୟରେ ଥିବା ତେଲୁଗୁ ସମାଜର ଭାଇ ଓ ଭଉଣୀଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ରାଜ୍ୟ ସରକାର ବୋଲି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି ।

ସେହିଭଳି ନବରଙ୍ଗପୁର ବିଜେଡି ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ । ଅନେକ ସମୟରେ ବିଭିନ୍ନ ଦଳ ପରି ସମସ୍ତ ସମ୍ପ୍ରଦାୟକୁ ନେଇ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହା କେବଳ ବିଜେଡି ତେଲୁଗୁ ସେଲ୍ ପକ୍ଷରୁ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା  । ଆଗମୀ ନିର୍ବାଚନ ପାଇଁ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ସାଂସଦ ।
ରୋଗୀ ସହାୟକ ଙ୍କ ହୃଦୟ ସ୍ପର୍ଶୀ ଗାଥା …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ କୁ ରୋଗୀ ନେଇ ଯାଇଥିବା ରୋଗୀ ସହାୟକ ଙ୍କ ହୃଦୟ ସ୍ପର୍ଶୀ ଗାଥା ଆପଣ ଙ୍କ ଅବଗତି ନିମନ୍ତେ ଏଠି ଉପସ୍ଥାପନା କରୁଛୁ।

“ଭାଇ ରେ କେମିତି ଅଛୁ, କିଛି କଥା ଆଜି ର ମନ ଭିତରେ ଘାନ୍ତି ହେଉଛି ବୋଲି ତତେ କହି ଦେଉଛି l ଆଜି ମୁଁ ବହୁତ ଦିନ ପରେ ଗୁଣୁପୁର ମେଡିକାଲ କୁ ମୋ ନାନୀ ଆଉ ଜିଜୁ ମିଶିକି ଯାଇଥିଲୁ ସେଥି ଯାହା ଦେଖିଲି ମୋ ଆଖି ହୁଏତ ବିଶ୍ୱାସ କରିପାରିଲା ନାହିଁ l opd ରେ ଗୋଟେ ଵି dr. ନାହାନ୍ତି ମୁଁ କହିଲି ଏଠି 5:40 ହେଲାଣି dr କୁଏଡ଼େ ଗଲେ l କେହି ଜଣେ କହିଲେ ଆସିବେ ବସନ୍ତୁ l କିଛି ସମୟ ଜଗିବା ଭିତରେ କିଛି dr ନିଜ ଘରେ ହସ୍ପିଟାଲ ପାଖରେ ସରକାରୀ ଘରେ ରହି ରୋଗୀ ଙ୍କର ସେବା କରୁଛନ୍ତି l ବହୁତ ଖୁସିରେ ଲାଗିଲା l ଏ କଥା ଟା ଶୁଣିକି ଆମେ ଵି ଗଲୁ dr sir ବହୁତ ଖୁସିରେ ରେ ଥାନ୍ତି l ହାତରେ ସୁନା ଘଣ୍ଟା ହାତରେ ସୁନା ମୁଦି ଦାମୀ duechakia l ମୋ ଜିଜୁ ସରକାରୀ ଚାକିରି କରନ୍ତି dr sir ଆସିଲେ ଆମେ କହିଲୁ ମୋ ନାନୀ ଙ୍କୁ ତକ ଜର ଅଛି ସିର କଣ କରିବା ଆଗକୁ ପିଲା ଛୁଆ ହେବାର ଅଛି l ସାର କହିଲେ ହସି ହସି ମୁଁ ଏବେ ଦେଖି ପାରିବି ନାହିଁ 6 ରେ ଦେଖିବି ଆସନ୍ତୁ ଆମେ ଜଗି ବସିଲୁ ସେଥି l ମନ ରେ ଭାବୁ ଥାଏ ଏମିତି ଲୋକ ଅଛନ୍ତି ଲୋକ ଙ୍କ ପାଇଁ ଏମିତି ସେବା କରୁଛନ୍ତି ନିଜ କାର୍ଯ୍ୟ ବ୍ୟସ୍ତ ଟା ଛାଡିକି ଵି ନିଜ ସରକାରୀ ବାସ ଭବନ ରେ l ଠିକ 6 ଟା ବାଜିଲା ଦେଖିଲି ଯାହା ଆଖି ରେ ବିଶ୍ୱାସ ଵି କରିପାରିଲିନି ନିଜ ରୋଗୀ ଦେଖିବା ପାଇଁ ନେଲେ 200 ଟଙ୍କା ହଉ l କିଛି ରୋଗ ଜାଣିବା ପାଇଁ test ଲେଖିଦେଲେ l ସେ ଥିଲା urin ଟେଷ୍ଟ l ହେଇଗଲା ସେଟା ପୁଣି 300 ଟଙ୍କା chage କରିଲେ l ମୁଁ ମୋ ପାଟି ରେ ଭାଷା ନଥାଏ ଶୁଣିକି l ଯଦି ରକ୍ଷକ ଭକ୍ଷକ ସାଜିଵ କହିବ କାହାକୁ l ଯଦି ଜଣେ 500 ଦେବ ପୁଣି ମେଡିକାଲ 500 ଆଣିବ ଏହା କଣ ଗୋଟେ ଛୋଟ କାମ କରୁଥିବା ଲୋକ ପାଇଁ ଠିକ କି ”

ଏଭଳି ବି ଏକ ଘଟଣା ଘଟି ଯାଇଛି ଜଣେ ସମ୍ବାଦଦାତା ଙ୍କ ପିତା ଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଗୁଣପୁର ଠାରୁ ନେବା ବେଳେ।

” ଘଟଣା ଟି ହେଲା ; ଗତ 26/12/2018 ତାରିଖ ଦିନ ଦେହ ଅସୁସ୍ଥ କାରଣରୁ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିବା ରୋଗୀଣା ବାପାଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଡାକ୍ତର ଙ୍କ ପରାମର୍ଶ କ୍ରମେ ବିଭାଗୀୟ ଆମ୍ବୁଲାନ୍ସ ଦ୍ଵାରା ବିଶାଖାପାଟଣମ କୁ ବାପା ଙ୍କୁ ନେଇ ଯାଇଥିଲେ। ନିକଟ ରାସ୍ତା ଦେଇ ଆମ୍ବୁଲାନ୍ସ ନେବା ବଦଳରେ ଗାଡି ଚାଳକ ଆବଡ଼ା ଖାବଡ଼ା ଦୂରାନ୍ତ ରାସ୍ତା ଦେଇ ଆମ୍ବୁଲାନ୍ସ ନେଇ ଥିଲେ। ଏହି ସମୟରେ ଗାଡି ଚାଳକ ଜଣକ ମଦ୍ୟପାନ କରି ରାସ୍ତା ରେ ଦୁଇ ଘଣ୍ଟା ଶୋଇ ଯାଇଥିଲେ। କିଛି କମିସନ ପାଇବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର୍ ଜଣକ ରୋଗୀ ଙ୍କୁ ତାଙ୍କ ସହ ସମ୍ପର୍କ ରେ ଥିବା ଗୋଟିଏ ହସ୍ପିଟାଲ କୁ ନେଇ ଥିଲେ। ଯଦ୍ଵାରା ରୋଗୀ ର ଠିକ୍ ଚିକିତ୍ସା ହୋଇ ନ ପାରି ମୃତ୍ୟୁବରଣ ହୋଇଥିଲା। ଏହାକୁ ନେଇ ଦୀପକ କୁମାର ବେହେରା ବିଭାଗୀୟ କତୃପକ୍ଷ ଙ୍କ ନିକଟ ରେ ଅଭିଯୋଗ କରିଛନ୍ତି। ପିତାଙ୍କ ମୃତ୍ୟୁ ପାଇଁ ଗାଡି ଚାଳକ ସିମାଞ୍ଚଳ ରାଓ ପରୋକ୍ଷରେ ଦାଇ ଥିବା ଶ୍ରି ବେହେରା ଙ୍କ ଲିଖିତ ଅଭିଯୋଗ ରୁ ସୂଚନା ମିଳିଛି। ଡ୍ରାଇଭର୍ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି”।

ଜନ୍ ସାଧାରଣ ଙ୍କ ସ୍ଵାସ୍ଥ୍ଯ ସେବା ନିମନ୍ତେ ରାଜ୍ଯ ଏବଂ କେନ୍ଦ୍ର ସରକାର ଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଅନୁନ୍ନତ ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା କିଭଳି ଚାଲିଛି ଏଥିରୁ ସ୍ପଷ୍ଟ ଜାଣିହୁଏ। ଏଭଳି ପରିସ୍ଥିତିରେ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଯୋଜନା କିଭଳି ଫଳ ପ୍ରଦ ହେବ ଏନେଇ ଏକ ବିରାଟ ପ୍ରଶ୍ନବାଚି ସୃଷ୍ଟି ହୁଏ। ଉଚ୍ଚ କତୃପକ୍ଷ ଙ୍କ ଦ୍ଵାରା ଏହି ଘଟଣା ର ସତ୍ୟା ସତ୍ୟ କୁ ଯାଞ୍ଚ କରି ଦୃଢ଼ ପଦକ୍ଷେପ ଗ୍ରହଣ କରାଗଲେ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ର ଉନ୍ନତି ହୋଇପାରିବ ବୋଲି ବୁଦ୍ଧିଯିବି ମହଲରେ ମତ ପ୍ରକାଶ ପାଇଛି। ଦେଖିବାକୁ ରହିଲା ଏହାକୁ ନେଇ କିଏ ଉଚିତ୍ ପଦକ୍ଷେପ ଗ୍ରହଣ କରୁଛନ୍ତି ; ରାଜ୍ଯ ନା କେନ୍ଦ୍ର।

ତାରା କହିଲେ ରୋକ୍‌ଠୋକ୍‌ କଥା , ହେମାଙ୍କ ଘର ବାହୁଡ଼ା ନେଇ ଖୁସି ନୁହଁ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କଂଗ୍ରେସକୁ ହେମା ଗମାଙ୍ଗଙ୍କ ବାହୁଡ଼ାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ସେପଟେ ଏହାକୁ ନେଇ ପ୍ରତିକିୟା ରଖିଛନ୍ତି ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ  ତାରା ପ୍ରସାଦ ବାହିନୀପତି । ହେମା ଗମାଙ୍ଗ ଦଳକୁ ଆସନ୍ତୁ କିନ୍ତୁ କୌଣସି ପଦ ପଦବୀ ଆଶା ରଖନ୍ତୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି ତାରା । ଦଳକୁ କିଏ ଆସିଲା, କିଏ ଗଲା କୌଣସି ଫରକ ପଡିବନି। କିନ୍ତୁ ହେମାଙ୍କ ଉପରେ ଲୋକେ ଅସନ୍ତୁଷ୍ଟ ଥିବା କହିଛନ୍ତି ତାରା। ଗତକାଲି ଓଟିଭିକୁ  ସୂଚନା ଦେଇ କଂଗ୍ରେସକୁ ଫେରିବା ନେଇ ସଂକେତ ଦେଇଥିଲେ ହେମା ଗମାଙ୍ଗ। କଂଗ୍ରେସର ଟପ୍ ନେତାଙ୍କୁ ଭେଟିବା ପାଇଁ ସେ ଏବେ ଦିଲ୍ଲୀରେ ଅଛନ୍ତି। ତେଣୁ ତାରାଙ୍କ ମନ୍ତବ୍ୟ ନେଇ ହେମାଙ୍କ ପ୍ରତିକ୍ରିୟା ମିଳିନାହିଁ ।