କାହା ବାହୁ ଛାୟା ତଳେ ସାଇ ମା’ ତାରିଣୀ ଟୋଲ ୱେଜ୍‌ ଲିମିଟେଡ ଠିକା ସ˚ସ୍ଥା !

!!! ପଶ୍ଚିମ ଓଡିଶା ଜୋନ୍ ମୁଖ୍ୟ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦୁଝର) –  ୨୧୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ସ˚ପୂର୍ଣ୍ଣ ନ ହେଉଣୁ କେନ୍ଦୁଝର ଜିଲ୍ଲାର ତିନୋଟି ସ୍ଥାନରେ ବର୍ଷ ବର୍ଷ ଧରି ଟୋଲ୍‌ ଆଦାୟ ଜାରି ରହିଥିବା ଖବର ମିଳିଛି । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା କୁ ସାଇ ମା’ ତାରିଣୀ ଟୋଲ ୱେଜ୍‌ ଲିମିଟେଡ ଠିକା ସଂସ୍ଥା କୁ ଜାତୀୟ ରାଜପଥ କତ୍ତୃର୍ପକ୍ଷ ବାରମ୍ବାର ଚିଠି ଲେଖିଲେ ବି ଏହାକୁ ଠିକା ସଂସ୍ଥା ମାନୁ ନଥିବା ନଥିବା ଜଣା ପଡିଛି । ଅସ˚ପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏହି ଅଞ୍ଚଳ ରେ ରେ ଲୋକ ଦୁର୍ଘଟଣାର ଶିକାର ହେଉଥିବା ବେଳେ ଠିକା ସ˚ସ୍ଥା ଟୋଲ୍‌ ଆଦାୟରେ ବ୍ୟସ୍ତ ଥିବା ଅଭିଯୋଗ ହେଉଛି ।

କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ପାଣିକୋଇଲି-ରିମୁଳି ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ସାଇ ମା’ ତାରିଣୀ ଟୋଲ ୱେଜ୍‌ ଲିମିଟେଡ୍‌ର ଗତ ୨୦୧୧ ମସିହା ସେପ୍ଟେମ୍ବର ୨୮ ରେ ଚୁକ୍ତିନାମା ହୋଇଥିଲା। ୨୧୫ ନମ୍ବର ଜାତୀୟ ରାଜପଥର ୧୬୬ କିଲୋମିଟର ରାସ୍ତା ନିର୍ମାଣ ର ଚୁକ୍ତିନାମା କୁ ଏହି ଠିକା ସଂସ୍ଥା ଉଲ୍ଲଂଘନ କରୁଥିବା କୁହା ଯାଉଛି ।

ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଉନଥିବା ରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ପରେ ଏକ ଇଞ୍ଜିନିୟର ଟିମ୍‌ ଅନୁଧ୍ୟାନ କରି ଏହାର ସତ୍ୟାସତ୍ୟ ଲୋକଲୋଚନ କୁ ଆଣିଥିବା ଜଣା ପଡିଛି । ଏସବୁ ସତ୍ତ୍ବେ ଗତ ୨୦୧୭ ମସିହାରୁ ଠିକା ସ˚ସ୍ଥା କେନ୍ଦୁଝର ଜିଲ୍ଲାର ବନାଯୋଡ଼ି, ଢେ଼ଙ୍କିକୋଟ ଓ ହସନପୁରଠାରେ ଟୋଲ ଆଦାୟ ଆରମ୍ଭ କରିଥିବା ନେଇ ଅଭିଯୋଗ ହେବାରୁ ଏହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଜାତୀୟ ରାଜପଥ ଜାତୀୟ ରାଜପଥ କତୃପକ୍ଷ ୨୭.୧୦.୨୦୧୭, ୨୨.୧୧.୨୦୧୭, ୨୫.୧.୨୦୧୮, ୨୧.୨.୨୦୧୮, ୧୦.୪.୨୦୧୮ ଓ ୨୩.୭.୨୦୧୮ରେ ବାରମ୍ବାର ଚିଠି ଲେଖି ଏହି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ରାସ୍ତା ନିର୍ମାଣ ସ୍ଥାନ ରେ ଠିକା ସଂସ୍ଥା ପକ୍ଷରୁ କୌଣସି ନିର୍ମାଣ ସରଞ୍ଜାମ ନ ଥିବା ନେଇ ମଧ୍ଯ ସୂଚନା ଦେଇଥିଲେ ।

ବାରମ୍ବାର ଅଭିଯୋଗ ଏବ୍ଂ ନିର୍ଦ୍ଦେଶନାମା ପରେ ବି ଠିକା ସଂସ୍ଥା ଏହାକୁ ଏଡ଼ାଇ ଗତ ୨୦୧୭ ଅଗଷ୍ଟ ୧୭ ତାରିଖରୁ ଟୋଲ ଆଦାୟ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କଠାରୁ ଏକ ପ୍ରଭିଜନାଲ ସାଟିର୍ଫିକେଟ ହାସଲ କରିଥିଲା।

ନିୟମ ଅନୁସାରେ, ପ୍ରଭିଜିନାଲ ସାର୍ଟିଫିକେଟ ପାଇବାର ୯୦ ଦିନ ମଧ୍ଯରେ ଅସ˚ପୂର୍ଣ୍ଣ କାମ ସ˚ପୂର୍ଣ୍ଣ କରିବା କଥା। ଅର୍ଥାତ ୨୦୧୭ ନଭେମ୍ବର ୧୭ ସୁଦ୍ଧା ଏହି ଅଧାପନ୍ତରିଆ ପଡ଼ିଥିବା ରାଜପଥ ନିର୍ମାଣ ସରିବା କଥା ; କିନ୍ତୁ ଠିକା ସଂସ୍ଥା ତାହା ସମ୍ପୂର୍ଣ୍ଣ ନ କରି ଟୋଲ ଆଦାୟ ରେ ବ୍ୟସ୍ତ ରହିଥିବା ସାଧାରଣ ରେ ଅଭିଯୋଗ ହୋଇଛି ।

କାର୍ଯ୍ୟ ସ˚ପୂର୍ଣ୍ଣ ନ ହେଲେ କ୍ଷତି ଭରଣା ପାଇଁ ମଧ୍ଯ ଚୁକ୍ତିରେ ଉଲ୍ଲେଖ ଥିଲା। ଏଥିପାଇଁ ପ୍ରାୟ ୨୮ କୋଟି ଟଙ୍କା କ୍ଷତି ହୋଇଥିଲା। ତାହାକୁ ମଧ୍ଯ ଦେଲା ନାହିଁ ଠିକା ସ˚ସ୍ଥା।

ସେହିପରି ଏହି ରାଜପଥରେ ହୋଇଥିବା ଖାଲଖମା ଓ ଅନ୍ୟାନ୍ୟ ମରାମତି ବାବଦରେ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହାକୁ ଭରଣା କରିବାକୁ ମଧ୍ଯ ଠିକା ସ˚ସ୍ଥା ରାଜି ନୁହେଁ। ଏହା ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ୧୫.୭.୨୦୧୮, ୩୦.୧୦.୨୦୧୮, ୩୧.୧.୨୦୧୯ରେ ବାରମ୍ବାର ଏ ସ˚ପର୍କରେ ଚିଠି ଲେଖିଥିଲେ। ଏହାକୁ ମଧ୍ଯ ଠିକା ସ˚ସ୍ଥା ଶୁଣିଲା ନାହିଁ। ଖାଲି ସେତିକି ନୁହେଁ, ଏହି ଅସ˚ପୂର୍ଣ୍ଣ କାର୍ଯ୍ୟ ପାଇଁ ହୋଇଥିବା କ୍ଷତି ୨୭.୯୭ କୋଟି ଟଙ୍କା ଭରଣା ପାଇଁ ସିଏଜି ଅଡିଟ୍‌ରେ ମଧ୍ଯ ମଞ୍ଜୁରି ମିଳିଥିଲା। ସିଏଜିଙ୍କ ଅଡିଟ୍‌ ସ˚ପର୍କରେ ଗତ ୨୦୧୮ ଡିସେମ୍ବର ୨୪ ରେ ଏକ ଚିଠି ଜରିଆରେ ଅବଗତ କରାଯାଇଥିଲା। କିନ୍ତୁ ଏ ଚିଠିର ଜବାବ ମଧ୍ଯ ଦେଲା ନାହିଁ ଠିକା ସ˚ସ୍ଥା। ଶେଷରେ ଗତ ୧୦.୪.୨୦୧୯ ରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଠିକା ସ˚ସ୍ଥା ସାଇ ତାରିଣୀ ଟୋଲ୍‌ ୱେଜ୍‌କୁ ରାଜପଥ ନିର୍ମାଣ ଅସ˚ପୂର୍ଣ୍ଣ ଥିବାରୁ କାହିଁକି ଚୁକ୍ତିନାମା ରଦ୍ଦ କରା ନଯିବ ବୋଲି ଚିଠି ଲେଖାଯାଇଛି।

କେନ୍ଦୁଝର ଜିଲ୍ଲାର ବୁଦ୍ଧିଜୀବୀଙ୍କ ମହଲରେ ଗୋଟିଏ ପ୍ରଶ୍ନ ଆସୁଛି, ଯଦି ବର୍ଷ ବର୍ଷ ଧରି ଏକ ଠିକା ସ˚ସ୍ଥା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମାନୁ ନାହିଁ କି ଚୁକ୍ତିନାମା ଅନୁସାରେ କାମ କରୁ ନାହିଁ। ଆଜିଯାଏ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଏ ସ˚ପର୍କରେ କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣ ଶଙ୍କର ସାହୁ କହିଛନ୍ତି, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସଲାସୁତରାରେ ହିଁ ଠିକା ସ˚ସ୍ଥା ଠକି ଚାଲିଛି। ଯଦି ଜାତୀୟ ରାଜପଥ ବିଭାଗ ପ୍ରକୃତରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହିଁଥାନ୍ତେ, କେବେଠୁ ନେଇ ସାରନ୍ତେଣି। ଖାଲି ଲୋକ ଦେଖାଣିଆ ଚିଠି ଲେଖି ଚୁପ୍‌ ବସୁଛି ଏନ୍‌.ଏଚ୍‌.ଏ.ଆଇ ବୋଲି ଶ୍ରୀ ସାହୁ କହିଛନ୍ତି।

ପୌର ପରିଷଦର ଏକି ଯୋଜନା ?

!!! ଦକ୍ଷିଣ ଓଡିଶା ଜୋନ୍ ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଜନ ସାଧାରଣ ଙ୍କ ଆବଶ୍ୟକୀୟ ବିଜୁଳି ଯୋଗାଇବା ଉଦ୍ଦେଶ୍ଯ ରେ କେନ୍ଦ୍ର ସରକାର ଙ୍କ ସୌଭାଗ୍ୟ ଯୋଜନା ଏବଂ ରାଜ୍ଯ ସରକାର ଙ୍କ ବିଜୁ କୁଟୀର ଜ୍ୟୋତି ଯୋଜନା ପ୍ରଣୟନ କରିଥିବା ବେଳେ ଗୁଣପୁର ସହରାଞ୍ଚଳ ର ଜନ ସାଧାରଣ ଙ୍କ ପାଇଁ ପୌର ପରିଷଦ ପକ୍ଷରୁ ରାସ୍ତାଘାଟ କୁ ଆଲୋକିତ କରିବା ଉଦ୍ଦେଶ୍ୟ ରେ ବହୁଳ ଅର୍ଥ ବ୍ୟୟରେ ଏଲ୍.ଇ.ଡି ଲାଇଟ୍ ସଂଯୋଗ ର ବ୍ୟବସ୍ତା କରାଯାଇଛି । ଅନେକ ସ୍ଥାନରେ ପୂର୍ବ ରୁ ଲାଇଟ୍ ସଂଯୋଗ କରାଯାଇଥିବା ବତୀ ଖୁଣ୍ଟ ର ଅନତି ଦୁରରେ ଏଲ୍.ଇ.ଡି ଲାଇଟ୍ ସଂଯୋଗ କରାଯାଇଥିବା ବତୀଖୁଣ୍ଟ ଦିଆଯାଇଛି । ଏପରିକି 100 ମିଟର ଦୂରତା ମଧ୍ୟରେ ବତୀଖୁଣ୍ଟ ଲଗାଯାଇ ସେହି ଅଞ୍ଚଳ କୁ ଆଲୋକିତ କରାଯାଇଛି ।

କିନ୍ତୁ ପୌରା ଅଞ୍ଚଳର କିଛି ସ୍ଥାନରେ ବତୀଖୁଣ୍ଟ ରେ ଏଲ୍.ଇ.ଡି ଲାଇଟ୍ ସଂଯୋଗ କରାଯାଇ ଦୀର୍ଘ 6 ମାସ ବିତିଯାଇଥିଲେ ମଧ୍ୟ ଆଲୋକ ଜଳିବାର ବ୍ୟବସ୍ଥା କରାଯାଇନାହିଁ । କିଛି ସ୍ଥାନର ବତୀଖୁଣ୍ଟ ରେ ଲଗାଯାଇଥିବା ଏଲ୍.ଇ.ଡି ଲାଇଟ୍ ଗୁଡିକ ଦିନ ରାତି ଜଳି ରହୁଥିବା ବେଳେ ଅନ୍ୟ ସ୍ଥାନ ଗୁଡିକ ର ଖୁଣ୍ଟ ରେ ସଂଯୋଗ ହୋଇଥିବା ଲାଇଟ୍ ଗୁଡିକ ଜଳୁ ନଥିବା ରୁ ଏହା ସାଧାରଣ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୌର କତୃପକ୍ଷ ଏହି ଅଞ୍ଚଳରେ ଲାଇଟ୍ ଜଳାଇବା ଦିଗରେ ଇଚ୍ଛା ପ୍ରକାଶ କରୁନାହାଁନ୍ତି ନା ସ୍ଥାନୀୟ ବିଦ୍ୟୁତ୍ ବିଭାଗ କରେଣ୍ଟ ସଂଯୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାଁନ୍ତି। ସାଧାରଣ ରେ ପ୍ରଶ୍ନ ଉଠୁଛି ଏହା ପୌର ପରିଷଦ ର କି ଯୋଜନା।

ସ୍ଥାଣୁ ପାଲଟିଛି ଗୁଣପୁର ତହସିଲ କାର୍ଯ୍ୟାଳୟ ! ସିଟିଜେନ ଚାରଟେର ପାଲଟିଛି ପ୍ରହସନ !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ତହସିଲ କାର୍ଯ୍ୟାଳୟ ରେ ଅପାରଗ କର୍ମଚାରୀ ଓ କଠୋର ପ୍ରଶାସନିକ ବ୍ୟବସ୍ଥା ନଥିବା ଯୋଗୁଁ ଗୁଣପୁର ତହସିଲ କାର୍ଯ୍ୟାଳୟ ରେ କୌଣସି ଜନସାଧାରଣ ଙ୍କ ସରକାରୀ କାର୍ଯ୍ୟ ହୋଇ ପାରୁ ନାହିଁ। କେବେ ଲିଙ୍କ ନାହିଁ ତ କେବେ ସର୍ଭର ଡାଉନ , କେବେ ବାବୁ ଛୁଟିରେ ଯାଇଛନ୍ତି ତ କେବେ ବାବୁ ଟ୍ରେନିଂ ରେ ଅଛନ୍ତି, କେବେ ବାବୁ ତିତିଲି ସର୍ଭେ କରୁଛନ୍ତି ତ କେବେ ଇଲେକ୍ସନ ଓ ସରକାରୀ ଡ଼ିମାର୍କେଷନ ରେ ଅଛନ୍ତି।

ଏଭଳି ଦିନକୁ ଗୋଟିଏ ବାହାନା ରେ ସାଧାରଣ ଜନତାଙ୍କ କାମ ବର୍ଷ ବର୍ଷ ସଂଖ୍ୟା ଧରି ପଡ଼ିରହୁଛି । ମ୍ୟୁଟେସନ କେସ ଗୁଡିକ 2017 ରୁ ଅଟକି ରହିଥିବା ବେଳେ ବେକ ଲୋଗ ଏଣ୍ଟ୍ରି ନାମରେ ଜନସାଧାରଣଙ୍କ ଘର ଓ ଘର ନକଲ, ଜମି ପଟା ଇତ୍ୟାଦି ନ ମିଳି ବ୍ୟାଙ୍କ ଲୋନ, ଟାଉନ ପ୍ଲାନ ଏପରୁଭାଲ ରୁ ଜନସାଧାରଣ ବଂଚିତ ହେଉଛନ୍ତି।

କର୍ମଚାରୀ ଓ ଆର ଆଇ ମାନଙ୍କ ଖାମଖିଆଲି ନୀତି ଯୋଗୁଁ ସାଧାରଣ ଜନତା ଓ ଅନେକ ଅନୁଷ୍ଠାନ ଗୁଡିକ ଜମି ଚିହ୍ନଟିକରଣ ପ୍ରକ୍ରିୟା ରୁ ବଂଚିତ ହେଉଛନ୍ତି ।

କାମ୍ପଗୁଡା ମୌଜା, ବେବର୍ତା ଢେପ ମୌଜା ମାନଙ୍କ ରେ ନାମ ମାତ୍ରକୁ ସର୍ଭେ କରି ତହସିଲ କର୍ମଚାରୀ ମାନେ ଅବହେଳା ରେ ଫାଇଲ ପକାଇ ରଖିଥିବା କାରଣରୁ ଘର ଡ଼ିହ ପଟା ନପାଇ ବିଜୁ ପକା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ହେଉଛନ୍ତି ଜନସାଧାରଣ।

ଜାତି ପ୍ରମାଣ ପତ୍ର, ଆବାସ ପ୍ରମାଣ ପତ୍ର ଇତ୍ୟାଦି ରେ ଘୋର ବିଳମ୍ବ ଓ ତହସିଲ କର୍ମଚାରୀ ମାନଙ୍କର ବେପରୁଆ ମନୋଭାବ ଯୋଗୁଁ ପ୍ରବଳ ଲାଞ୍ଚ କାରବାର ହେଉଅଛି ।

ସେ ଭଳି ଗୁଣପୁର ଆର ଆଇ ଙ୍କୁ ସଂଖ୍ୟାଧିକ କେସ ରହିଥିବା ଯୋଗୁଁ ସେଠାରେ ସମସ୍ତ କାର୍ଯ୍ୟ କେବଳ ଭଗବାନ ଭରସା ରେ ଚାଲିଛି। ଅନ୍ୟପକ୍ଷରେ ଦେବୋତ୍ତର ବିଭାଗ କାର୍ଯ୍ୟ ମଧ୍ୟ ଗୁଣପୁର ଆର ଆଇ ଙ୍କ ହାତରେ ଥିବା ଯୋଗୁଁ ତାଙ୍କ ଅତ୍ୟଧିକ କାର୍ଯ୍ୟଭାର କାରଣ ରୁ ପୂଜକ ମାନେ ସେମାନଙ୍କ ପ୍ରାପ୍ୟ ନପାଇ ପାରିବା ବେଳେ ଦେବୋତ୍ତର ର ସମ୍ପତ୍ତି ଗୁଡିକୁ ଲିଜରୁ ସବ ଲିଜ କୁ ଦେଇ ଦଲାଲ ମାଲାମାଲ ହେଉଛନ୍ତି ।

ଓଡିଶା ସରକାର ଙ୍କ ସିଟିଜେନ ଚାରଟେର ପ୍ରକାରେ ନିର୍ଧାରିତ ଅବଧି ଭିତରେ ସରକାରୀ କାର୍ଯ୍ୟ ହେବାକୁ ନିୟମ ଥିଲେ ମଧ୍ଯ ଏଠାରେ କିନ୍ତୁ ଏହା ପ୍ରହସନ ପାଲଟିଛି । ଏହି ସମସ୍ତ ବିଷୟରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ କରି ଆଜି ଗୁଣପୁର ଉନ୍ନୟନ ଯୁବ ସଂଗଠନ ତରଫରୁ କାର୍ଯ୍ୟକର୍ତ୍ତା ମାନେ ମିଶି ତହସିଲଦାର ଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ଆର ଡ଼ି ସି ବ୍ରହ୍ମପୁର ଓ ଜିଲ୍ଲାପାଳ ରାୟଗଡ଼ା ଙ୍କୁ ଲିଖିତ ଆକାରରେ ଜଣା କରିଛନ୍ତି ।

ଟ୍ରାଫିକ ସମସ୍ୟା ର ସୁଧାର ଆସିବ କେବେ ? ପ୍ରଶାସନ ଦୃଷ୍ଟି ଦେବା ନିମନ୍ତେ ଦାବି ହେଉଛି !

!!! ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରୁ ଜଗନ୍ ସୁବୁଦ୍ଧି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ LIVE (ବାଲୁଗାଁ) – ବହୁ ବର୍ଷ ଧରି ବାଲୁଗାଁ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଏନ୍.ଏ.ସି ର ମାନ୍ୟତା ପାଇବା ପରେ ମଧ୍ୟ ସହର ର ମୁଖ୍ୟ ପେଣ୍ଠ ସ୍ଥଳ ଗାନ୍ଧୀ ଛକ ଠାରେ ପ୍ରତ୍ୟେକ ଦିନ ଯାନ ବାହାନ ର ନାହିଁ ନଥିବା ଭିଡ ଦେଖିବାକୁ ମିଳେ ।

ବାଣପୁର ଏନ୍ ଏ ସି ଠାରୁ ବାଲୁଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିମନ୍ତେ ରେଳ ଧାରଣା ଫାଟକ ତଥା ଗୋପୀନାଥପୁର ଛକ ଠାରେ ସରକାର ଙ୍କ ପକ୍ଷରୁ ଏକ ଫ୍ଲାଏଓଭର ବ୍ରିଜ୍ ର ନିର୍ମାଣ ନିମନ୍ତେ ଏକ ପ୍ରକଳ୍ପ ବହୁ ଟଙ୍କା ଅଟକଳ ରେ ମଞ୍ଜୁର ହୋଇଥିଲେ ସୁଦ୍ଧା ଆଜକୁ ଦୀର୍ଘ ୭ ବର୍ଷ ଧରି କାର୍ଯ୍ୟରତ ଅଛି ।

ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ର କାର୍ଯ୍ୟ ଶେଷ ହେଉ ନଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ର ଏଥି ପ୍ରତି କୌଣସି ନିଘା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି ।

ପ୍ରତ୍ୟେକ ଦିନ ମୁଖ୍ୟ ରାସ୍ତା ରେ ସହ ସହ ଯାନ ବାହାନ ଅଟକି ରହୁଥିବାରୁ ଟ୍ରାଫିକ ସମସ୍ୟା ବଢ଼ିବାର ଲାଗିଛି ।

ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ସହର ବାସୀ ଙ୍କ ଟ୍ରାଫିକ ସମସ୍ୟା ର ଦୁଃଖ ଦୁର ହୋଇ ପାରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।

ଏହି ଫ୍ଲାଏ ଓଭର ବ୍ରିଜ୍ ର କାର୍ଯ୍ୟ ଯଥା ଶୀଘ୍ର ପରିସମାପ୍ତି କରାଇ ଟ୍ରାଫିକ ସମସ୍ୟା ଦୁର କରାଯିବା ନେଇ ନିର୍ବାଚନ ବେଳେ ସ୍ଥାନୀୟ ରାଜନୈତିକ ପ୍ରତି ନିଧି ମାନେ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଚାଲିଥିବା ବେଳେ ଦୁଇ ଦୁଇ ଟି ନିର୍ବାଚନ ପରି ସମାପ୍ତି ହୋଇ ସାରିଥିଲେ ମଧ୍ୟ ଓଭର ବ୍ରିଜ୍ କାର୍ଯ୍ୟ ସମାପ୍ତି ହୋଇପାରୁନଥିବାରୁ ଏହା ଆଉ କେତୋଟି ନିର୍ବାଚନ ଦେଖିବ ବୋଲି ବୁଦ୍ଧି ଜିବି ମହଲ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଯଥା ଶୀଘ୍ର ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଟ୍ରାଫିକ ସମସ୍ୟା ଦୁର କରିବା ନିମନ୍ତେ ସାଧାରଣ ରେ ଦାବି ହେଉଛି ।

କୃଷକ ସମ୍ବାଦ ଓ ପ୍ରେସ ୟୁନିୟନ ରାୟଗଡା ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୂର୍ତ୍ତ ବିଭାଗର ବଙ୍ଗଳା ଠାରେ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ !

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ସ୍ଥାନୀୟ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ କୃଷକ ସମ୍ବାଦ ଓ ପ୍ରେସ ୟୁନିୟନ ରାୟଗଡା ମିଳିତ ଭାବେ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ କରାଯାଇଛି ।

ଉକ୍ତ ଦିବସରେ ଆୟୋଜିତ ସଭାକୁ ପ୍ରେସ ୟୁନିୟନର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗୋପାଳ ସିଂ ଅଧିକାରୀ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ସୁରେଶ ଚନ୍ଦ୍ର ଦାଶ ଓ କୃଷକ ସମ୍ବାଦର ରାୟଗଡା ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁ ମଞ୍ଚାସିନ ଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥି ମାନେ ନିଜ ନିଜ ଭାଷଣ ପ୍ରସଙ୍ଗରେ ଆଜିର ଦିନ ଏକ ପବିତ୍ର ଦିନ ବୋଲି କହିବା ସହ ଅକ୍ଷୟ ତୃତୀୟା କାହିଁକି ପାଳନ କରାଯାଏ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ।

ଏହି ଶୁଭ ଅବସରରେ ସମସ୍ତଙ୍କ ଶୁଭ କାମନା କରିଥିଲେ । ଶେଷରେ କୃଷକ ସମ୍ବାଦର ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରେସ ୟୁନିୟନର ମନୋଜ କୁମାର ସାହୁ, ପ୍ରଦୀପ ପାତ୍ର, ସନ୍ତୋଷ କୁମାର ଦଳାଇ, ସନ୍ତୋଷ ପାଣିଗ୍ରାହୀ, ରାଜେଶ କୁମାର ମହାନ୍ତି, ପରମାନନ୍ଦ ପ୍ରଧାନ, ଶ୍ରୀନିବାସ ବଳିୟାର ସିଂ, ସନ୍ତୋଷ ପାଢ଼ୀ, ଶ୍ରୀଧର ଚୌଧୁରୀ ଓ ରାଜେନ୍ଦ୍ର ଗାଣ୍ଟା ପ୍ରମୁଖ ଉପସ୍ଥିତ ଥିଲେ।

ଗୁଣପୁର ପୌର ପରିଷଦ ଅଧିନ ରେ ଥିବା ୱାର୍ଡ ନଂ ୧୫ ର ଅଧିବାସୀ ମାନେ ପରିବେଶ ନିର୍ମଳ ପାଇଁ ଉପଜିଲ୍ଲାପାଳ ଙ୍କୁ କରିଲେ ଗୁହାରି !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ଅଧିନସ୍ଥ ଜେଲପେଟା ସାହି ରୁ ଘାସି ସାହି ଦେଇ ଯାଉଥିବା ଡ୍ରେନ୍ ଟି ଅଳିଆ ଆବର୍ଜନା ରେ ପୁରି ରହୁଛି । ବର୍ଷା ହେଲେ ଡ୍ରେନ୍ ରେ ବହୁତ ପାଣି ଆସି ଅଳିଆ ଗୁଡ଼ିକ ରାସ୍ତା କୁ କାଦୁଅ କରୁଛି । ଏପରିକି ଏଗୁଡିକ ଏଠାରେ ସାହି ବାସିନ୍ଦା ଙ୍କ ବ୍ୟବହାର ନିମନ୍ତେ ରହିଥିବା ନଳକୂପ ନିକଟ ରେ ଜମି ପାଣି କୁ ଦୂଷିତ କରୁଥିବା ନେଇ ଅଭିଯୋଗ ହୋଇଛି ।

ଏହି ଅଳିଆ ଆବର୍ଜନା କୁ ସଫା କରିବା ନିମନ୍ତେ ପୌର ପରିଷଦ କତୃପକ୍ଷ ଙ୍କୁ ବାରମ୍ବାର ସାହି ବାସୀନ୍ଦା କହି ଆସୁଥିଲେ ମଧ୍ୟ ପୌର କତୃପକ୍ଷ ଙ୍କ ଏଥି ପ୍ରତି ନିଘା ନାହିଁ ।

ଏ ଦିଗ ରେ ଉଚିତ ପଦକ୍ଷେପ ନେବା ନିମନ୍ତେ ସାହି ବାସିନ୍ଦା ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି , ଉପ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ତହସିଲଦାର ମୋହଦୟା ଙ୍କୁ ଏକ ପତ୍ର ମାଧ୍ୟମ ରେ ଜଣାଇ ଥିଲେ ଏବଂ ପୌର କତୃପକ୍ଷ ଙ୍କୁ କଡ଼ା ନିର୍ଦ୍ଧେଶ ଦେବା ନିମନ୍ତେ ଅନୁରୋଧ କରିଥିଲେ ।

ଆଗାମୀ ଦିନ ରେ ସାହି ବାସିନ୍ଦା ଙ୍କ ଅନୁରୋଧ ର ଉପଜିଲ୍ଲାପାଳ ମୋହଦୟ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଲା ।

ବିଇଓ ଙ୍କ କାର୍ୟ୍ୟାଳୟ ରେ ଲାଞ୍ଚ କାରବାର କୁ ନେଇ ଶିକ୍ଷକ ମହଲ ରେ ଅସନ୍ତୋଷ !

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦୁଝର) – ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ଲାଞ୍ଚ କାରବାରକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଖବରରୁ ଜଣାଯାଇଛି ଯେ ବ୍ଲକ କାର୍ୟ୍ୟାଳୟର ଜଣେ କର୍ମଚାରୀ ଶିକ୍ଷକ ମାନଙ୍କ ଏରିୟର ଓ ଶିକ୍ଷୟତ୍ରୀ ମାନଙ୍କ ପ୍ରସବ କାଳୀନ ଛୁଟି ମଞ୍ଜୁର ପାଇଁ ହଜାରେ ଟଙ୍କାରୁ ଦୁଇ ହଜାର ଟଙ୍କା ପର୍ୟ୍ୟନ୍ତ ଲାଞ୍ଚ ଆଦାୟ କରୁଛନ୍ତି। ଯଦି କେହି ଶିକ୍ଷକ ଲାଞ୍ଚ ଦେଉ ନାହାନ୍ତି ତାଙ୍କ ଫାଇଲ କାମକୁ ଅଧାପନ୍ତରିଆ କରି ପକାଇ ଦେଉଛନ୍ତି। ଦୀର୍ଘ ମାସ ହେଲା ଏପରି ଚାଲିଥିବାବେଳେ ଗତ ଦୁଇଦିନ ତଳେ ଏହାକୁନେଇ ଜଣେ ଶିକ୍ଷକଙ୍କ ସହିତ ସଂପୃକ୍ତ କର୍ମଚାରୀଙ୍କର ପାଟିତୁଣ୍ଡ ହେବାପରେ ଘଟଣା ଲୋକଲୋଚନକୁ ଆସିଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷକ ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ରାଉତଙ୍କୁ ପଚାରିବାରେ ସେ ଅଭିଯୋଗ ପାଇବାପରେ ଆଜି ସଂପୃକ୍ତ କର୍ମଚାରୀଙ୍କୁ ସ୍ଥାନାନ୍ତରିତ କରାଯାଇଛି, ଏବଂ ଶିକ୍ଷକ ମାନଙ୍କୁ ଗୋଟିଏବି ଟଙ୍କା ଲାଞ୍ଚ ନଦେବାକୁ କୁହାଯାଇଛି। ଯଦି କହି କର୍ମଚାରୀ ଲାଞ୍ଚ ନେଉଥିବା ଅଭିଯୋଗ ଆସେ ତେବେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ କାର୍ୟ୍ୟାଳୟର ଜଣେ କିରାଣୀ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ଏହିପରି ଲାଞ୍ଚ ଆଦାୟ କରୁଥିବା ଅଭିଯୋଗ ପାଇ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ରାତି ଅଧିଆ ତଦନ୍ତ କରିଥିଲେ। ପରବର୍ତ୍ତୀ ସମୟରେ କାର୍ୟ୍ୟଳୟର ମୁଖ୍ୟ କିରାଣୀ ଲାଞ୍ଚ ନେବାବେଳେ ଭିଜିଲାନସ ହାତରେ ଧରାପଡି ଥିଲେ।

ଅକ୍ଷୟ ତୃତୀୟା ଅବସରରେ ଉପଖଣ୍ଡ ସ୍ତରୀୟ କୃଷକ ଦିବସ ପାଳିତ : ଅକ୍ଷୀମୁଠି ବିଂଛି ଶୁଭାରମ୍ଭ କଲେ ଉପ ଜିଲ୍ଳାପାଳ । ଭଲ ଫସଲ ଅମଳ କିପରି କରିବ ସେହି ବିଷୟରେ ଚାଷୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏଥର ସମ୍ଭାଳ ବ୍ୟୁରୋ – (ଗୁଣପୁର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଉପଖଣ୍ଡ ସ୍ତରୀୟ କୃଷକ ଦିବସ ରାୟଗଡ ଜିଲ୍ଳା ଗୁଣପୁର ର କୃଷି ଉପନିର୍ଦ୍ଦେଶକ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି ଅବସରରେ ଉପ ଜିଲ୍ଳାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଥିବା ଫାର୍ମର ଜମିରେ ଅକ୍ଷିମୁଠି ବା ବିହନ ବୁଣି ହଳ ବୁଲାଇଥିଲେ ।

ଚଳିତ ବର୍ଷ ଚାଷିଭାଇମାନେ ଭଲ ଫସଲ ଅମଳ କରି ନିଜର ଆର୍ଥିକ ସ୍ୱଚ୍ଛଳତାକୁ ସୁଦୃଢ କରିବା ସହ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସହାୟକ ହୁଅନ୍ତୁ ବୋଲି ଉପ ଜିଲ୍ଳାପାଳ ଶ୍ରୀ ବନ୍ଦର ପ୍ରକାଶ କରିଥିଲେ । ଅକ୍ଷୟ ତୃତୀୟା ଅବସରରେ ପୂଜକ ଦ୍ୱାରା ପୂଜାପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦର, ଜିଲ୍ଲା କୃଷି ଅଧିକାରୀ ଶ୍ରି ବିଜୟ ସୋରେନ, କୃଷି ଅଧିକାରୀ ଶ୍ରି ରାଜେନ୍ଦ୍ର ସାହୁ ଓ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶ୍ରି ବିନୋଦ ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଅଂଚଳର ବହୁ ଚାଷୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ ।

ରାୟଗଡା ଜିଲ୍ଲା ଅଧୀନ ରେ ଥିବା ଆଞ୍ଚଳିକ ସଡକ ଓ ପରିବହନ ବିଭାଗ ର ଲୋକ ସୁଚନା ଅଧିକାରୀ ସୁଚନା ଅଧିକାର ଆଇନ କୁ ବେଖାତିର୍ କରି ଅକାମି କରିଦେବାକୁ ଚେଷ୍ଟା !

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ସାଧାରଣ ଜନତା ଙ୍କ ଅଧିକାର କୁ ଦୃଷ୍ଟି ରେ ରଖି ଦେଶ ରେ ରାଷ୍ଟ୍ରପତି ଓ ରାଜ୍ୟ ରେ ରାଜ୍ୟପାଳ ଙ୍କ ଅନୁମୋଦନ ରେ ସୁଚନା ଅଧିକାର ଆଇନ ୨୦୦୫ ଆଇନ ପ୍ରଣୟନ କରାଯାଇ ଜଣେ ସାଧାରଣ ଲୋକ ସୁଚନା ପାଇବାର ଅଧିକାର ରହିଥିବା ବେଳେ ଏବେ ଏ ଅଧିକାର କୁ ରାୟଗଡ଼ା ଜିଲ୍ଲା ଅଧୀନ ରେ ଥିବା ଆଞ୍ଚଳିକ ସଡକ ଓ ପରିବହନ ବିଭାଗ ର ଲୋକ ସୁଚନା ଅଧିକାରୀ ସୁଚନା ଅଧିକାର ଆଇନ କୁ ବେଖାତିର୍ କରି ଅକାମି କରି ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଏକ ସଙ୍ଗିନ୍ ଅଭିଯୋଗ ଆସିଛି ।

ସୁଚନା ଅଧିକାର ଆଇନ ୨୦୦୫ ଅନୁଯାୟୀ ଆବେଦନ ପତ୍ର ୫(କ) କ୍ରମେ ସୁଚନା ପାଇବା ନିମନ୍ତେ ଗତ ଦିନରେ କିଛି ତଥ୍ୟ ନିମନ୍ତେ ଆବେଦନ କରଯାଇଥିଲା ।

ଏହାର କୌଣସି ତଥ୍ୟ ପ୍ରଦାନ କରାନଯିବା ରୁ ଦୀର୍ଘ ୪୫ ଦିନ ପରେ ଅଧୀନିୟମ ର ୫ (ଘ) ମାଧ୍ୟମ ରେ ପ୍ରଥମ ଅପିଲ ଅଥରିଟି ଙ୍କୁ ପୁଣି ଏହି ତଥ୍ୟ ଯୋଗାଇ ଦିଆଯିବା ନେଇ ଆବେଦନ କରଯାଇଥିଲା ।

ତଥାପି ଏଯାବତ ଆବେଦନ କାରି ଙ୍କୁ କୌଣସି ତଥ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଯେମିତି କି ଏହି ଆଇନ କୁ ସମ୍ପୃକ୍ତ ଅଧିକାରୀ ବେଖାତିର୍ କରିବା ସହ ଜନତା ଙ୍କ ଅଧିକାର କୁ କ୍ଷୁର୍ଣ୍ଣ କରିଛନ୍ତି ।

ଏଥି ପ୍ରତି ରାଜ୍ୟ ସୁଚନା ଅଧିକାର କତୃପକ୍ଷ ଦୃଷ୍ଟି ଦେଇ ସମ୍ପୃକ୍ତ ଅଧିକାରୀ ଙ୍କ ବିରୋଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣ ରେ ଦାବି ହୋଇଛି ।

ଆଇ ଏସ୍ ଆଇ ମାର୍କ ଥିବା ୱାଟର ପ୍ରୋସେସିଂ ସଂସ୍ଥା ଦୂଷିତ ପାଣି ଯୋଗାଉଥିବା ନେଇ ଅଭିଯୋଗ ! ସ୍ଥାଣୁ ପାଲଟିଛି ଫୂଡ୍ ଆଣ୍ଡ ଆଡଳ୍ଟ୍ରେସନ ବିଭାଗ !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ସ୍ଥାନୀୟ ଦୈନିକ ହିତାଧିକାରୀ ପ୍ରତ୍ୟେକ ଦିନ ନିଜ ବ୍ୟବହାର ନିମନ୍ତେ ଗୁଣପୁର ଠାରେ ପ୍ରତିସ୍ଟିତ ଆଇ ଏସ୍ ଆଇ ମାର୍କ ପ୍ରାପ୍ତ ଏକ ୱାଟର ପ୍ରୋସେସିଂ ସଂସ୍ଥା ଠାରୁ ପାଣି ଆଣୁଥିଲେ ।

ପାଣି ଥଣ୍ଡା ନଥିବାରୁ ଗୋଟିଏ ବୋତଲ ରେ ପାଣି ବାହାର କରି ନିଜ ଫ୍ରିଜ ର ଡ଼ି ଫ୍ରିଜ ୟୁନିଟ ରେ ପାଣି ରଖିଥିଲେ । ତାକୁ ବାହାରକୁ ବାହାର କରି ଦେଖିଲା ବେଳ କୁ ପାଣି ବରଫ ପାଲଟି ଯାଇଥିବାରୁ ପିଇବା ଯୋଗ୍ୟ ହେବା ପର୍ଯ୍ୟନ୍ତ ପାଣି ବୋତଲ ଟିକୁ ବାହାରେ ରଖିଥିଲେ ।

ପିଇବା ପାଇଁ ପାଟି ପାଖକୁ ନେବା ବେଳେ ଦେଖାଗଲା ଏଥିରେ କିଛି ଅଂଶ ଭାଷମାନ ଅବସ୍ଥା ରେ ରହିଅଛି । ଏହା ପରେ ହିତାଧିକାରୀ ଜଣକ ଏହାର ଫୋଟ ଚିତ୍ର ଉଠାଇ ଜନସାଧାରଣ ଙ୍କ ଅବଗତି ନିମନ୍ତେ ଏହାକୁ ଏକ ସୋସିଆଲ ମିଡିଆ ରେ ଛାଡ଼ିଛନ୍ତି ।

ଜନତା ତଥା ଅନ୍ୟ ହିତାଧିକାରୀ ମାନଙ୍କୁ ସଚେତନ କରାଇବାକୁ ଯାଇ ସେ ପ୍ରଶ୍ନ କରିଛନ୍ତି ଯେ ” ଆମେ ପଇସା ଦେଇ ଏମିତି ପାଣି ପିଇବା ଫଳ ରେ କେଉଁ ପ୍ରକାର ରୋଗ କୁ ନିମନ୍ତ୍ରଣ କରୁଛୁ ଟିକେ ଚିନ୍ତା କରନ୍ତୁ ” ।

କିନ୍ତୁ ହିତାଧିକାରୀ ଜଣକ ସମ୍ପୃକ୍ତ ୱାଟର ପ୍ରୋସେସିଂ ସଂସ୍ଥା ର ନାମ କୁ ଉଲ୍ଲେଖ କରିନାହାଁନ୍ତି । ତଥାପି ଉଭୟ ସଂସ୍ଥା ମାଲିକ ଓ ହିତାଧିକାରୀ ଙ୍କ ମଧ୍ୟରେ ହୋଇଥିବା କଥୋପକଥନ ମଧ୍ୟ ଭାୟାରାଲ୍ ହୋଇଛି ।

ଏହାକୁ ପାଥେୟ କରି ଏହା ସ୍ଥାନୀୟ ମାରୁତି ଏକ୍ୱା ଓରଫ ଆୟୁର୍ ପ୍ଲସ୍ ୱାଟର ପ୍ରୋସେସିଂ ର ପାଣି ବୋଲି ସାଧାରଣ ରେ ଆଲୋଚନା ଜୋର ଧରିଛି । ପ୍ରକାଶ ଥାଉ କି ଏଥି ପୁର୍ବରୁ ଏହି ସଂସ୍ଥା ନାମ ରେ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଷ୍ଟପ୍ ମାର୍କେଟିଙ୍ଗ ର ନିର୍ଦ୍ଧେଶ ହେବା ପରେ ମାଲିକ ଜଣକ ସଂସ୍ଥା ର ନାମ ମାରୁତି ଏକ୍ୱା ନାମ କୁ ପରିବର୍ତ୍ତନ କରି ଆୟୁର୍ ପ୍ଲସ୍ ରଖି ନିଜ କାରବାର୍ ଚଲାଇଛନ୍ତି ।

ମାରୁତି ଏକ୍ୱା ରୁ ଆୟୁର୍ ପ୍ଲସ୍ ନାମ ପରିବର୍ତ୍ତନ ହେବା ପରେ ମଧ୍ୟ ପୁଣି ଆୟୁର୍ ପ୍ଲସ୍ ନାମ ରେ ପୁର୍ବ ଭଳି ଅନେକ ଅଭିଯୋଗ ଆସିଛି , ତଥାପି ଏହି ଅଞ୍ଚଳ ର ଦାୟିତ୍ୱ ରେ ଥିବା ଫୁଡ୍ ଆଣ୍ଡ ଆଡଳ୍ଟ୍ରେ ସନ ( Food & Adultration ) ଅଫିସର ଙ୍କ ଏଥି ପ୍ରତି ନିଘା ନାହିଁ ।

ବାରମ୍ବାର ମାରୁତି ଏକ୍ୱା ଓରଫ ଆୟୁର୍ ପ୍ଲସ୍ ସଂସ୍ଥା ନାମ ରେ ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଉଭୟ ସଂସ୍ଥା ର ମାଲିକ ଏବଂ ଏହି ଅଞ୍ଚଳ ପାଇଁ କାର୍ଯ୍ୟରତ Food & Adultration ଅଧିକାରୀ ଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତା ଖୋଲୁନି ବୋଲି ସାଧାରଣ ରେ ଅଭିଯୋଗ ହେଉଛି ।

ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ସ୍ବାସ୍ଥ୍ୟ ର ସୁରକ୍ଷା ଦୃଷ୍ଟି ରୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର ହୋଇଥିବା ଅଭିଯୋଗ କୁ ଆଧାର କରି ଏହି ୱାଟର ପ୍ରୋସେସିଂ ସଂସ୍ଥା କୁ ଠାବ କରିବା ସହ ଏହା ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସ୍ଥାନୀୟ ଉପଭୋକ୍ତା ମାନେ ଦାବି କରିଛନ୍ତି ।