ଗୁଣପୁର ଠାରେ ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ !

!!! ଗୁଣପୁର ରୁ ଡ଼ି କିରଣ କୁମାର ଓ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରେ ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି ।

ଆଜି ର ଦିନ ରେ ଗୁଣପୁର ଜଙ୍ଗଲ ବିଭାଗ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଛାତ୍ର ଛାତ୍ରୀ ମାନଂକ ମିଳିତ ଆନୁକୁଲ୍ୟ ରେ ଗୁଣପୁର ଏସ୍ ଡ଼ି ଜେ ଏମ କୋର୍ଟ ପରିସର ଏବଂ ଗୁଣପୁର ରେଳ ଷ୍ଟେସନ ପରିସର ରେ ପ୍ରାୟ ୭୦ ଗୋଟି ଚାରା ଗଛ ଲଗାଯାଇଥିଲା ।

କେବଳ ଗଛ ଲଗେଇବା ନୁହଁ ଏହି ଗଛ ଗୁଡ଼ିକ ବଢିବା ଏବଂ ଏହାର ସୁରକ୍ଷା ନେଇ ନିୟମିତ ଏଥିରେ ପାଣି ଦେବା ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଛାତ୍ର ଛାତ୍ରୀ ସଂକଳ୍ପ ନେଇଥିଲେ ।

ଏହି କାର୍ଯ୍ୟକ୍ରମ କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଜିଲ୍ଲା ବିଭାଗ ପ୍ରମୁଖ ଶ୍ରୀ ଉମା ଶଙ୍କର ଦାଶ , ଜିଲ୍ଲା ସଂଯୋଜକ ଶ୍ରୀ ବି ସତୀଶ କୁମାର ଓ ପୂର୍ବତନ ନଗର ସଭାପତି ତଥା ଆଇନଜୀବି ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ , ଅଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ହୋତା ପ୍ରମୁଖ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ନାଗଭୂଷଣ ରାଓ , ରାଧାକାନ୍ତ ପଣ୍ଡା , ଦୀପକ ବେହେରା , ଯୁବ ସାମ୍ବାଦିକ ଚିନ୍ମୟ ପାଣିଗ୍ରାହୀ , ଶକ୍ତି ଦାଶ , ସନ୍ତୋଷ ରଥ , ସିଦ୍ଧାର୍ଥ ଦାଶ, ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ କବି ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ର କବିତା ପସରା ‘ସ୍ୱର ଓ ସ୍ୱାକ୍ଷର’ ଲୋକାର୍ପଣ ମହୋତ୍ସବ !

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଜପତି ଠାରେ ଅନୁଷ୍ଠିତ ହୋଇଯାଇଛି ସ୍ୱର ଓ ସ୍ୱାକ୍ଷରର ଲୋକାର୍ପଣ ମହୋତ୍ସବ । ଡ.ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ମହାରଣା, ଡ.କଲ୍ୟାଣି ମିଶ୍ର, ବିରାଜିନି ବେବର୍ତ୍ତା, ବଟକୃଷ୍ଣ ପାତ୍ର ଏବଂ ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖା ସଦସ୍ୟ ବଳରାମ ନାଗା ଯୋଗଦାନ କରି ଅଧୁନା ଯୁବଗୋଷ୍ଠୀ କାଗଜ କଲମରେ ନିଜର ସୃଜନାତ୍ମକ ପ୍ରକ୍ରିୟାକୁ ଆଉ ଉନ୍ମେଷ କରି ପାରୁନାହାନ୍ତି, ତେଣୁ ଯେତେବେଳେ ଯାହା ମନକୁ ଆସେ ସମାଜର ହିତ ସାଧନ ନିମନ୍ତେ ସାରସ୍ୱତ ସାଧନା ଗୁଡିକ ଏକାଠି କରି ମୁଦ୍ରଣ ବହି ଆକାରରେ ପ୍ରକାଶ କରିବା ଉଚିତ । ଆଗଭଳି ଉପନ୍ୟାସ, କାବ୍ୟ ଗ୍ରନ୍ଥ, ମହାକାବ୍ୟ ସଂପ୍ରତି ନାହିଁ କହିଲେ ଚଳେ ।

କ୍ଷୁଦ୍ରଗଳ୍ପ, କ୍ଷୁଦ୍ରକବିତା କ୍ଷୁଦ୍ର ଆଲୋଚନାରେ ଲେଖକଗଣ ଅଣନିଶ୍ୱାସୀ ହେଲାବେଳେ ପାଠକ ମାନେ ହତାଶ ହୋଇ ପଡୁଛନ୍ତି ତେଣୁ ସମାଜର ହିତ ସାଧନ ଓ ପାଠକଙ୍କ ମନକୁ ଛୁଇଁଲା ଭଳି ଲେଖା ଲେଖିବା ବିଧେୟ । କାର୍ଯ୍ୟକ୍ରମକୁ ନିତ୍ୟାନନ୍ଦ ଚୌଧୁରୀ, ତ୍ରିପତି ପ୍ରସାଦ ପଣ୍ଡା, ଶାଶ୍ୱତି ବେବର୍ତ୍ତା,ସ୍ନେହଲତା ପାଣିଗ୍ରାହୀ, ଜ୍ୟୋତ୍ସ୍ନା ଡାକୁଆ ପ୍ରଭୃତି ପରିଚାଳନା କରିଥିବାବେଳେ ସ୍ୱର୍ଣ୍ଣ ପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବିନା ଫଳକରେ ଚାଲିଛି ତହସିଲ କାର୍ଯ୍ୟାଳୟ !

!!! ରାୟଗଡ଼ା ଜିଲ୍ଲା ପଦ୍ମପୁର ରୁ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକ ରେ ତହସିଲ କାର୍ଯ୍ୟାଳୟର ରୂପରେଖ କାର୍ଯ୍ୟକାରୀ ନେଇ ରାୟଗଡା ଜିଲ୍ଲାର ପଦ୍ମପୁର ଠାରେ ଦୀର୍ଘ 4 ବର୍ଷରୁ ଉର୍ଦ୍ଧ୍ବହେବ ପ୍ରତିଷ୍ଠା ହୋଇଛି ତହସିଲ କାର୍ଯ୍ୟାଳୟ ।କାର୍ଯ୍ୟାଳୟର ସ୍ଥାୟୀ ଗୃହନିମନ୍ତେ ରାଜ୍ୟ ପାଣ୍ଠିର ଅର୍ଥରେ ଗୃହନିର୍ମାଣ କରାଯାଇଛି । ଏହି ନୂତନ କୋଠାରେ କାର୍ଯ୍ୟାଳୟ ଚାଲୁଥିଲେ ବି ଏଠାରେ ନାମ ଫଳକ ନାହିଁ । ଦୀର୍ଘ ବର୍ଷ ମଧ୍ୟରେ ଏହି କାର୍ଯ୍ୟାଳୟ ପରିଦର୍ଶନରେ ରାଜସ୍ବ ବିଭାଗୀୟ ଅଧିକାରୀ ମାନେ ଆସି ସାରିଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ପଡିନଥିବା ଦୁଃଖ ଦାୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। କାର୍ଯ୍ୟାଳୟର ନାମ ଫଳକ ନଥିବାରୁ ବ୍ଲକ ର କୋଣ ଅନୁକୋଣରୁ ଆସୁଥିବା ଅନେକ ବ୍ୟକ୍ତି ଅଫିସ ଖୋଜା ଲୋଡ଼ା କରିବାକୁ ପଡୁଛି ବୋଲି କୁହାଯାଉଛି। ଯଥା ଶୀଘ୍ର କାର୍ଯ୍ୟାଳୟର ନାମଫଳକ ଲଗାଇବା ନିମନ୍ତେ ସାଧରଣ ରେ ଦାବୀ ହେଉଛି।

ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ର ଆରଟିଆଇ କୁ ବେଖାତିର ଓ ଅକାମୀ କରିବା ର ପ୍ରୟାସ !

(ରାୟଗଡ଼ା/ଗୁଣପୁର – ଡି. କିରଣ କୁମାର ଓ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍, ଏଥର ସମ୍ଭାଳ LIVE)

ରାୟଗଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ରେ ହୋଇ ଆସିଥିବା ବିଭିନ୍ନ ନିଯୁକ୍ତି ତଥା ANM, GNM, Pharmacist , DPM, GPM, କିରାଣୀ ଓ ଅନ୍ୟାନ୍ୟ ପଦବୀ ଗୁଡିକର ନିଯୁକ୍ତି ରେ ଅନିୟମିତତା ତଥା ସ୍ଥାୟୀ ଭାବରେ କର୍ମଚାରୀ ଙ୍କ ସ୍ଥାନ ପ୍ରଦତ୍ତ ରେ ଅନିୟମିତତା ନେଇ ବିଭିନ୍ନ ବିରୋଧୀ ଦଳ ଓ ପତ୍ର ପତ୍ରିକା ବାରମ୍ଵାର ପ୍ରତିବାଦ କରି ଆସିଛନ୍ତି।

ଏତତ୍ ବ୍ୟତୀତ ଦିର୍ଘ ଦିନ ହେବ ଥଇଥାନ ନିଯୁକ୍ତି ନିମନ୍ତେ ଆବେଦନ କରିଥିବା ବ୍ଯକ୍ତି ଙ୍କ ନିଯୁକ୍ତି ହୋଇ ପାରିନଥିବା ନେଇ ମଧ୍ଯ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ ବଣ୍ଟନ ରେ ଅନିୟମିତତା ହେଇଥିବା ନେଇ ମଧ୍ଯ ଅଭିଯୋଗ ଆସୁଅଛି। ଏ ସମସ୍ତ ତଥ୍ଯ କୁ ରାୟଗଡ଼ା ର ବରିଷ୍ଠ ସାମ୍ବାଦିକ, ଆଇନ୍ ଜିବି ଓ ବୁଦ୍ଧୀଯିବି ସୂଚନା ଆଇନ ବଳରେ ତଥ୍ୟ ପ୍ରଦାନ ନିମନ୍ତେ ଆବେଦନ କରିଥିଲେ ମଧ୍ଯ ଆବେଦନ ତାରିଖ ଓ ଅପିଲ ତାରିଖ ଗୁଡିକ ଚାଲି ଯାଉଥିଲେ ସୁଦ୍ଧା କୌଣସି ସୂଚନା ପ୍ରଦାନ କରାଯାଉନାହିଁ।

ଅପର ପକ୍ଷରେ ଏହି ଦାୟିତ୍ଵ ରେ ଥିବା ଅଧିକାରୀ ବୃନ୍ଦ ପ୍ରଚାର କରୁଛନ୍ତି କି ସୂଚନା ମାଗୁଥିବା ବ୍ଯକ୍ତି ଙ୍କୁ ଅର୍ଥ ଦେଇ ଆମେ ସନ୍ତୁଷ୍ଟ କରୁଛୁ।

ଏହା କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରହୁଥିବା କେତେଜଣ ବରିଷ୍ଠ କିରାଣୀ ଓ ଦୀର୍ଘ 5 ବର୍ଷ ରୁ ଉର୍ଦ୍ଧ ରହି ଆସିଥିବା କର୍ମଚାରୀ ଙ୍କ ମନଗଢା କାହାଣୀ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

ଏଣୁ ଉଚ୍ଚ କତୃପକ୍ଷ ତଥା ସ୍ୱାସ୍ଥ୍ୟ ବିଭାଗର ପଦସ୍ଥ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ସୂଚନା ଅଧିକାରୀ ଆଇନ କୁ କଡ଼ାକଡି ଭାବରେ କାର୍ଯ୍ୟକାରୀ କରିବା ସହ ଦୀର୍ଘ ଦିନରୁ ସୂଚନା ପ୍ରଦାନ କରାନଯାଇ ପଡି ରହିଥିବା ଦରଖାସ୍ତ ଗୁଡିକ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପାଞ୍ଚ ବର୍ଷ ରୁ ଉର୍ଦ୍ଦ ରହିଥିବା କର୍ମଚାରୀ ଙ୍କୁ ଅନ୍ୟତ୍ର ବଦଳି ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧି ଯିବି, ଜନ ସାଧାରଣ ଓ ସ୍ୱେଚ୍ଛାସେବି ସଂଗଠନ ଗୁଡିକ ଦାବି କରୁଛନ୍ତି।

ରାୟଗଡ଼ା ନିର୍ବାଚନ ମଣ୍ଡଳୀ ରେ ଶ୍ରୀ ମୁଦୁଲି ଙ୍କ ଚାଞ୍ଚଲ୍ୟକର ବିଜୟ !

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) –  ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସ୍ଵାଧୀନ ପ୍ରାର୍ଥୀ (କେଟଲି) ଶ୍ରୀ ମକରନ୍ଦ ମୁଦୁଲି ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ଶ୍ରୀ ଲାଲ୍ ବିହାରୀ ହିମିରିକା ଙ୍କ ଠାରୁ ଅଧିକା ୪,୮୩୮ ଭୋଟ ପାଇ ବିଜୟ ହାସଲ କରିଛନ୍ତି ।

ନବ ନିର୍ବାଚିତ ବିଧାନସଭା ସଦସ୍ୟ ତଥା ଲୋକପ୍ରିୟ ଜନପ୍ରତିନିଧି ଶ୍ରୀ ମକରନ୍ଦ ମୁଦୁଲି ଙ୍କୁ ଆମ ଏଥର ସମ୍ଭାଳ LIVE ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୁ ଜଗନ୍ନାଥ ଶ୍ରୀ ମୁଦୁଲି ଙ୍କ ଚଲାପଥ ସୁଗମ କରିବା ସହ ଜନ ସେବାରେ ସହଯୋଗ କରିବା ନିମନ୍ତେ କାମନା କରୁ ।

ବର୍ତ୍ତମାନ ଦେଖିବାକୁ ବାକି ରହିଲା ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ମୁଦୁଲି ଆଗାମୀ ଦିନ ରେ କେଉଁ ଦଳ କୁ ସମର୍ଥନ କରିବେ ।

ଅଚଳ ନୁହେଁ କୌଣସି ବି କଏନ ! ଆରବିଆଇର କଡା ନିର୍ଦ୍ଦେଶ, ଏଣିକି ଖୁଚୁରା ନେବାକୁ ମନା କଲେ ହେବ ସାତ ବର୍ଷ କାଳ ଜେଲ୍ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବିମୁଦ୍ରାକରଣକୁ ନେଇ ପାଖାପାଖି ୨ ବର୍ଷ ବିତିଗଲାଣି, ହେଲେ ଆଜି ବି ବଜାରରେ କଏନ ଗ୍ରହଣକୁ ନେଇ ଅରାଜକତା ଦେଖାଦେଉଛି । କେଉଁଠି ୧୦ ଟଙ୍କିଆ କଏନ ଅଚଳ ହୋଇଗଲାଣି ତ ପୁଣି କେଉଁଠି ୧ ଟଙ୍କିଆ ବାଲା ଛୋଟିଆ କଏନ ଲୋକେ ନେବାକୁ ରୋକଠୋକ୍ ମନା କରିଦେଉଛନ୍ତି । ତେବେଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟାଙ୍କକୁ ବି ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ବଡ କଥା ହେଲା, ବ୍ୟାଙ୍କ ତରଫରୁ ଏସଂକ୍ରାନ୍ତରେ ଅନେକ ଗାଇଡନାଇନ୍ ଜାରି କରାଯିବା ସତ୍ୱେ ବି ଲୋକେ ତାକୁ ଗ୍ରହଣ କରିବାକୁ ପୂରା ଅମଙ୍ଗ ।

ସରକାରଙ୍କ କହିବା କଥା ହେଲା, ସମସ୍ତ ପ୍ରଚଳିତ କଏନ ବୈଧ ଅଟେ । କିନ୍ତୁ ଏବେବି ଲୋକେ ଏହାକୁ ମାନିବାକୁ ସଂପୂର୍ଣ୍ଣ ନାରାଜ । ଓଡିଶାରୁ ଆରମ୍ଭ କରି ଦେଶର ଅଧିକାଂଶ ରାଜ୍ୟରେ କଏନକୁ ନେଇ ଏବେ ଅନେକ ଅନିଶ୍ଚତତା ଦେଖିବାକୁ ମିଳୁଛି । କଏନକୁ ଏବେ ଦେଖିବା ମାତ୍ରେ ବ୍ୟାଙ୍କ ନେଉନାହାନ୍ତି କହି ନାକ ଟେକୁଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ । ଗ୍ରାହକ କହୁଛନ୍ତି ବ୍ୟବସାୟୀ ନେଉନାହାନ୍ତି, ବ୍ୟବସାୟୀ କହୁଛନ୍ତି ଗ୍ରାହକ ନେଉ ନାହାନ୍ତି । ଏଭଳି ସ୍ଥିତିରେ କଏନ ଅଚଳ ହୋଇନାହିଁ, ବରଂ ଏହା ଏକ ଗୁଜବ ବୋଲି କହିଛି ବ୍ୟାଙ୍କ ।

ବଜାରରେ ଖୁଚୁରା ଗ୍ରହଣ କରିବାକୁ ରାଜି ହେଉନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ । ସହର ହେଉ ଅବା ଗାଁ ଗହଳି ସବୁଠି କଏନ୍ ଅଚଳ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେହିଭଳି କଏନ୍ କେହି ନନେବାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଖୁଚୁରା ବ୍ୟବସାୟୀ । ସେପଟେ ବ୍ୟାଙ୍କ କର୍ତୃପକ୍ଷ ଏନେଇ ସ୍ପଷ୍ଟିକରଣ ରଖିଛନ୍ତି । ବ୍ୟାଙ୍କର କହିବା କଥା କଏନ ଅଚଳ ଏକ ଗୁଜବ । ଏହାକୁ ବିଶ୍ୱାସ ନକରି ସମସ୍ତେ କଏନ ଗ୍ରହଣ କରନ୍ତୁ । ନଚେତ୍ ଆଇନଗତ ପ୍ରକ୍ରିୟାରେ ଦଣ୍ଡ ଭୋଗିବାକୁ ପଡିପାରେ । ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଯଦି କୌଣସି ବ୍ୟକ୍ତି କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ଏନେଇ ଆପଣ ପୁଲିସରେ ଅଭିଯୋଗ କରିପାରିବେ, ଯାହା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କୁ ସାତ ବର୍ଷ କାଳ ଜେଲର ହାୱା ଖାଇବାକୁ ପଡିପାରେ ।

ରିଜର୍ଭ ବ୍ୟାଙ୍କର ପ୍ରବକ୍ତାଙ୍କ କହିବା କଥା ହେଲା କି, ଯେଉଁ ସବୁ କଏନ ଜାରି କରାଯାଇଛି , ତାହା ରିଜର୍ଭ ବ୍ୟାଙ୍କର ନିୟମ ଆଧାରରେ ଜାରି କରାଯାଇଛି । ଏଥିପାଇଁ ବଜାରରେ ଉପଲବ୍ଧ ସମସ୍ତ କଏନ ବୈଧ ଅଟେ । ଯଦି କୌଣସି ବ୍ୟକ୍ତି କିମ୍ବା ବ୍ୟାଙ୍କ ଏହି କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ତାର ସୂଚନା ପୁଲିସକୁ ଦେଇଦେବା ଉଚିତ , କାରଣ ଏଭଳି କରିବା ଅପରାଧ ଅଟେ । ଗତ କିଛି ମାସ ହେବା କଏନ ସବୁ ଅଚଳ ହୋଇଗଲାଣି ବୋଲି ଜୋରସୋରରେ ଚର୍ଚ୍ଚା ହେଉଛି । ତେବେ ଏହା ଏକ ଗୁଜବ ହୋଇଥିବା ବେଳେ ଏଥିପ୍ରତି ଲୋକେ ସଚେତନ ହେବା ଜରୁରୀ ।

ଗୁଣପୁର ଓ ବିଷମକଟକ ନିର୍ବାଚନ ମଣ୍ଡଳୀ ରେ ଶୁଭିଲା ଶଙ୍ଖ ନାଦ !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର/ବିଷମକଟକ) – ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ରଘୁନାଥ ଗମାଙ୍ଗ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଶ୍ରୀ ପୁରୁଷୋତ୍ତମ ଗମାଙ୍ଗ ଙ୍କ ଠାରୁ ୬,୨୪୩ ଭୋଟ ପାଇ ବିଜୟ ହାସଲ କରିଛନ୍ତି ଏବଂ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ସାରକା ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଶ୍ରୀ ନୀଳମାଧବ ହିକକା ଙ୍କ ଠାରୁ ୧୪,୫୩୩ ଭୋଟ ପାଇ ବିଜୟ ହାସଲ କରିଛନ୍ତି ।

ନବ ନିର୍ବାଚିତ ବିଧାନସଭା ସଦସ୍ୟ ତଥା ଲୋକପ୍ରିୟ ଜନପ୍ରତିନିଧି ଶ୍ରୀ ରଘୁନାଥ ଗମାଙ୍ଗ ଓ ଶ୍ରୀ ଜଗନ୍ନାଥ ସାରକା ଙ୍କୁ ଆମ ଏଥର ସମ୍ଭାଳ LIVE ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୁ ଜଗନ୍ନାଥ ଉଭୟ ଙ୍କ ଚଲାପଥ ସୁଗମ କରିବା ସହ ଜନ ସେବାରେ ସେମାନେ ସହଯୋଗ କରିବା ନିମନ୍ତେ କାମନା କରୁ ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ଫୁଟିଲା ପଦ୍ମ ।

ଏଥର ସମ୍ଭାଳ ବ୍ୟୁରୋ (ଗଜପତି) – ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ପ୍ରାର୍ଥୀ ଶ୍ରୀ କେ ନାରାୟଣ ରାଓ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ସ୍ଵାଧୀନ ପ୍ରାର୍ଥୀ (ହାଣ୍ଡି) ଶ୍ରୀ ତିରୁପତି ପାଣିଗ୍ରାହୀ ଙ୍କ ଠାରୁ ୧୫,୧୧୦ ଭୋଟ ପାଇ ବିଜୟ ହାସଲ କରିଛନ୍ତି ।

ନବ ନିର୍ବାଚିତ ବିଧାନସଭା ସଦସ୍ୟ ତଥା ଲୋକପ୍ରିୟ ଜନପ୍ରତିନିଧି ଶ୍ରୀ କେ ନାରାୟଣ ରାଓ ଙ୍କୁ ଆମ ଏଥର ସମ୍ଭାଳ LIVE ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୁ ଜଗନ୍ନାଥ ଶ୍ରୀ ରାଓ ଙ୍କ ଚଲାପଥ ସୁଗମ କରିବା ସହ ଜନ ସେବାରେ ସହଯୋଗ କରିବା ନିମନ୍ତେ କାମନା କରୁ ।

ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ କର୍ମଚାରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ପକ୍ଷରୁ ଫନି ବାତ୍ୟା ବିପନ୍ନଙ୍କୁ ଆର୍ଥିକ ସହାୟତା ପ୍ରଦାନ!

!!! ଦକ୍ଷୀଣ ଓଡ଼ିଶା ଜୋନ୍ ମୁଖ୍ୟ ଡି କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ଗତ ୩ ତାରିଖରେ ହୋଇଥିବା ଫନି ତ ପ୍ରଭାବ ରେ ବାତ୍ୟା କ୍ଷତିଗ୍ରସ୍ତ ଜନସାଧାରଣଙ୍କ ସାହାଯ୍ୟ ନିମନ୍ତେ ରାୟଗଡା ଜ଼ିଲ୍ଲାର ମଙ୍ଗଳ ବିଭାଗର ସମସ୍ତ କର୍ମଚାରୀ ସାଙ୍ଗକୁ ସମସ୍ତ ସ୍କୁଲର ଟିଚିଙ୍ଗ ଓ ନନ ଟିଚିଙ୍ଗ କର୍ମଚାରୀ ମିଲତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩,୧୬,୫୦୦ ଟଙ୍କାର ଏକ ଚେକ ରାୟଗଡା ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି |

ଏହି ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ସୁଧାକର ଶବର ଜ଼ିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ଉପସ୍ଥିତ ଥିଲେ | ଜ଼ିଲ୍ଲା ଶିକ୍ଷାନୁଷ୍ଠାନ ପରିଦର୍ଶକ ଶ୍ରୀ ଶ୍ୟାମଘନ ଭୂୟାଁ ଙ୍କ ବଳିଷ୍ଠ ଉଦ୍ୟମ କ୍ରମେ ଜ଼ିଲ୍ଲାର ସମସ୍ତ ସ୍କୁଲର କର୍ମଚାରୀ ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନେ ବାତ୍ୟା ପୀଡିତାଙ୍କ ପାଇଁ ସାହାଯ୍ୟର ହାତ ବଢାଇଥିଲେ | ସେଥିପାଇଁ ୩,୧୬,୫୦୦ ଟଙ୍କା ଆଦାୟ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିଲେ | ଏହି ଅବଶରରେ ସହାୟତା ରାଶି ପ୍ରଦାନ ବେଳେ ମଣ୍ଡଳ ଶିକ୍ଷାଧିଶ କୃଷ୍ଣ ଚନ୍ଦ୍ର ମହଲ ଜ଼ିଲ୍ଲା ଶିକ୍ଷାନୁଷ୍ଠାନ ପରିଦର୍ଶକ ଶ୍ୟାମଘନ ଭୂୟାଁ ଜ଼ିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ ସଂଘ ସଭାପତି ସଂଜୟ କୂମତ ବେହରା ସମ୍ପାଦକ ସୁନୀଲ କୁମାର ଗୌଡ଼ ବରିଷ୍ଠ ପ୍ରଧାନ ଶିକ୍ଷକ ବେଣୁଧର ଚୌଧୁରୀ ସୁଶାନ୍ତ ପାଣିଗ୍ରାହୀ ଶିବ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ | ଏହି ଦୁଃଖଦ ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସାହାଯ୍ୟର ହାତ ବଡ଼ାଇଥିବାରୁ ଜ଼ିଲ୍ଲାପାଳ ସମସ୍ତ ମଙ୍ଗଳ ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହିତ ବହୁ ପ୍ରସଂଶା କରିଥିଲେ |

ଖଣିଜ ଉତ୍ତୋଳନ ଅନିୟମିତତା ମାମଲା:୧୫ ଖଣି ଲିଜ୍‌ଧାରୀ ଙ୍କୁ ଝଟକା !

!!! ପଶ୍ଚିମ ଓଡିଶା ଜୋନ୍ ମୁଖ୍ୟ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦୁଝର) – ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜ୍‌ଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟକା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜ୍‌ଧାରୀ କେନ୍ଦ୍ର ଇସ୍ପାତ୍‌ ଓ ଖଣି ମନ୍ତ୍ରଣାଳୟଙ୍କ ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଏମ୍‌ଏମ୍‌ଡିଆର ଆଇନ ୧୯୫୭ ଅଧୀନରେ କେନ୍ଦ୍ର ଖଣି ଓ ଖଣିଜ ବିଭାଗର ଅଭିଯୋଗ ଶୁଣାଣି ଟ୍ରିବ୍ୟୁନାଲ ତଥା ଯୁଗ୍ମ ସଚିବ ନିରଞ୍ଜନ କେ.ସିଂ ଫାଇନାଲ ଅର୍ଡର ନଂ ୩୧/୨୦୧୯ରୁ ୪୫/୨୦୧୯/ତା. ୯।୫।୨୦୧୯ ରିଖରେ ଲିଜ୍‌ଧାରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଏପରି କି ଯେଉଁ ଖଣି କମ୍ପାନୀ କ୍ଷତିପୂରଣ ଦାଖଲ ନ କରିବେ ସେମାନଙ୍କ ଲିଜ୍‌ ବାତିଲ ପାଇଁ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଟ୍ରିବ୍ୟୁନାଲ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ମିନେରାଲ କନ୍‌ସେସନ ରୁଲ୍‌- ୨୦୧୬ ର ରୁଲ୍‌ ନଂ୧୨(୧୦) ଓ ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅଧୀନରେ ୧୫ ଖଣି ଲିଜ୍‌ଧାରୀଙ୍କ ବିରୋଧରେ କ୍ଷତିପୂରଣ ଦାଖଲ ନୋଟିସ ଦେଇଥିଲେ। ଏପରି କି ଉକ୍ତ ନୋଟିସ ପାଇବାର ୬୦ ଦିନ ମଧ୍ୟରେ ପ୍ରଚଳିତ ସୁଧ ହାର ସହ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରାପ୍ୟ ଅନାଦାୟ କ୍ଷେତ୍ରରେ ରାଜ୍ୟ ସରକାର ଖଣି ଲିଜ୍‌ ବାତିଲ ସହ ସେମାନଙ୍କ ପରଫର୍ମାନ୍ସ ସିକ୍ୟୁରିଟି ବାଜ୍ୟାପ୍ତ କରିପାରିବେ ବୋଲି ଉଲ୍ଲେଖ ରହିଥିଲା। ରାଜ୍ୟ ସରକାରଙ୍କ ଏହି ନୋଟିସ ବିରୋଧରେ ଖଣି ଲିଜ୍‌ଧାରୀମାନେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ଟ୍ରିବ୍ୟୁନାଲ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ଖଣି ଲିଜ୍‌ଧାରୀଙ୍କ ଉକ୍ତ ଆବେଦନର ଶୁଣାଣି କରି ଟିବ୍ୟୁନାଲ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କ୍ଷତିପୂରଣ ନୋଟିସ ବୈଧ ବୋଲି ଉଲ୍ଲେଖ କରିଛନ୍ତି। ପ୍ରକାଶ ଥାଉ କି, ଓଡ଼ିଶା ସରକାର ବହୁ ପୂର୍ବରୁ ଖଣିଲିଜ୍‌ଧାରୀଙ୍କୁ ଡିମାଣ୍ଡ ନୋଟିସ ପଠାଇ ସାରିଛନ୍ତି। କାରଣ ସମ୍ପୃକ୍ତ ଖଣି ଲିଜ୍‌ଧାରୀମାନେ ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅନୁଯାୟୀ ଜଙ୍ଗଲ ଓ ପରିବେଶ ଆଇନର ଉଲ୍ଲଂଘନ କରି ଖଣି ଖନନ କରିଛନ୍ତି। ଏନେଇ ସୁପ୍ରିମ କୋର୍ଟରେ ମଧ୍ୟ ଏକ ମାମଲା(ନଂ ୧୧୪/୨୦୧୪) ରୁଜୁ ହୋଇଥିଲା। ସେଥିରେ କ୍ଷତିପୂରଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ଏମ୍ପାଓ୍ବାର୍ଡ କମିଟି ସୁପାରିସ କରିଥିଲା। ଏହାକୁ ଆଧାର କରି ରାଜ୍ୟ ସରକାର ଉକ୍ତ ୧୫ ଖଣି ଲିଜ୍‌ଧାରୀଙ୍କୁ ନୋଟିସ ଜାରି କରିଥିଲେ। ମାତ୍ର ଏହାକୁ ବିରୋଧ କରି ସେମାନେ ପୁଣି ଖଣି ମନ୍ତ୍ରଣାଳୟ ନିକଟରେ ଆବେଦନ କରିଥିଲେ। ତେବେ କୋଟି କୋଟି ଟଙ୍କାର ସମ୍ପତ୍ତି ଲାଭ କରିଥିବା ୧୫ଖଣି
କମ୍ପାନୀର ଆର୍ଥିକ ସ୍ବାର୍ଥ, ସାମାଜିକ ଓ ବାଣିଜି୍ୟକ ପ୍ରତି ଏବେ ଆହ୍ବାନ ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣି ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଥିବା ଖଣି ଲିଜ୍‌ଧାରୀ ହେଲେ ମାଲା ରାୟ ଆଣ୍ଡ ଅଦର୍ସ, ସତ୍ୟଜିତ ପ୍ରଧାନ, ସୁନନ୍ଦନ ପ୍ରଧାନ, ସୁଶୀଲ କୁମାର ପାଢୀ, ଏସ୍‌.ଡି.ଶର୍ମା, ନାରାୟଣୀ ସନ୍ସ, ରାଜ କୁମାର ଅଗ୍ରୱାଲ, ଡି.ସି ଡୋଗ୍ରାଙ୍କ ଉତ୍ତରାଧିକାରୀ ସଞ୍ଜୟ କୁମାର ଡୋଗ୍ରା, ଦୀନେଶ ଚନ୍ଦ୍ର ଦାସ, ଓ ଜୟକିଶୋର ଚୌବେ।