ରାଜ୍ୟସ୍ତରୀୟ ଚାଷୀ ସମାବେଶ ; ଆଦିବାସୀ ଅଞ୍ଚଳରେ ଜଳବାୟୁ ଉପଯୋଗୀ ଏବଂ ନିରନ୍ତର ଜୀବିକା ପାଇଁ ପାରିବେଶିକ ଓ ବ୍ୟବହାରିକ ସାକ୍ଷ୍ୟରତା ପ୍ରକଳ୍ପ…!

ରାୟଗଡା ଜିଲ୍ଲା କାଶିପୁର ବ୍ଲକ ସ୍ଥାନ କାଶିପୁର ଅଗ୍ରଗାମୀ ଅଫିସ ଜିଲ୍ଲା: ରାୟଗଡା ଅଗ୍ରଗାମୀ ତରଫରୁ ୧୫-୧୬ ଅକ୍ଟୋବର ୨୦୨୫ ଦୁଇଦିନ ଧରି ଏକ ରାଜ୍ୟସ୍ତରୀୟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥ‌ିରେ ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରୁ ମୋଟ ଶତାତ୍ତ୍ଵିକ ଅଂଶଗ୍ରହଣକାରୀ ଯଥା ସରକାରୀ କର୍ମକର୍ତ୍ତା, ସାମାଜିକ ସଂଗଠନ, ପଞ୍ଚାୟତ ପ୍ରତିନିଧ୍ଵ, ମହିଳା ଚାଷୀ, ନରିନେତ୍ରୀ, ପ୍ରକଳ୍ପ ହିତାଧ୍ୟାକାରୀ, ଗଣମାଧ୍ୟମ ପ୍ରତିନିଧ୍, ସ୍ଥାନୀୟ ଚାଷୀ ଏବଂ ଅଗ୍ରଗାମୀ କର୍ତ୍ତୃପକ୍ଷ ଓ ଏହାର ସହକର୍ମୀ ବୃନ୍ଦ ଏଥ‌ିରେ ଯୋଗଦାନ କରିଛନ୍ତି। ଏହି ରାଜ୍ୟସ୍ତରୀୟ ଚାଷୀ ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଫଳ ଜୈବିକ ଚାଷୀ ମାନଙ୍କ ମଧ୍ୟରେ ନିରନ୍ତର ଜୀବିକା ଏବଂ ଆତ୍ମନିର୍ଭରଶୀଳତା ବିଷୟରେ ନିଜସ୍ଵ ଅନୁଭୂତିର ଆଦାନ ପ୍ରଦାନ। ଏହାଦ୍ଵାରା ଚାଷୀମାନେ ପ୍ରେରଣା ପାଇ ନିଜ ନିଜ ଗାଁରେ ନିଜେ ସେଇଭଳି ସଫଳ ନିରନ୍ତର ଜୈବିକ ଚାଷ ପଦ୍ଧତି ଅବଲମ୍ବନ କରିବେ। ଫଳରେ, ଏହି ସଫଳ ଦୃଷ୍ଟାନ୍ତକୁ ଗାଁର ଅନ୍ୟ ଚାଷୀଭାଇ ମାନେ ତାହାକୁ ଅନୁସରଣ କରି ସଠିକ ଭାବେ ଲାଭାନ୍ବିତ ହେବେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଦିବାସୀ ଏବଂ ଗରିବ ସମ୍ପ୍ରଦାୟ/ଗୋଷ୍ଠୀ ମାନଙ୍କର ଜୀବିକା ଏବଂ ଆତ୍ମନିର୍ଭରଶୀଳତା ନେଇ ଉଭୟ ଜଳବାୟୁ ପରିବର୍ତନ ଏବଂ ରାସାୟନିକ ସାର ଓ କୀଟନାଶକ ଔଷଧର ପ୍ରୟୋଗ, ଚାଷୀ ପ୍ରତି ବିଭିନ୍ନ ଅତ୍ୟାବଶ୍ୟକୀୟ ସହାୟତା ଏପର୍ଯନ୍ତ ଉପଲବ୍ଧ ନହେବା ଫଳରେ ଏହି ଚାଷୀ, କୃଷି ପରିବେଶ, ଆମର ସ୍ଵାସ୍ଥ୍ୟବସ୍ଥା କ୍ରମଶଃ ଶୋଚନୀୟ ହେବାରେ ଲାଗିଛି। ଅନେକ ଆଦିବାସୀ ଜିଲାରୁ ବହୁ ସଂଖ୍ୟାରେ ଯୁବକ ଯୁବତୀ ମାନେ ପେଟପାଟଣା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି।
ଅଣଜୈବିକ ଚାଷ ଲାଭଜନକ ହେଉନଥିବାରୁ ସେମାନେ କ୍ରମଶଃ ଗାଁରେ ରହି ଚାଷରୁ କ୍ଷତି ସହି ବଞ୍ଚିବା ପରିବର୍ତ୍ତେ ରାଜ୍ୟ ବାହାରକୁ ଚେନ୍ନାଇ,ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ, କେରଳ ଆଦି ସ୍ଥାନକୁ ଦାଦନ ଖଟିବାକୁ ଉଚିତ ମନେ କରୁଛନ୍ତି। ଆଜି ଆଦିବାସୀ ଅଞ୍ଚଳରେ ମଧ୍ୟ ଭାଗଚାଷ,
ହାଇବ୍ରୀଡ ବିହନ ଚାଷ ଓ ରାସାୟନିକ ସାର ଓ କୀଟନାଶକ ଔଷଧର ପ୍ରୟୋଗ ଏକ ସାଧାରଣ ଜିନିଷ ପାଲଟି ଯାଇଛି।ଏସବୁକୁ ଆଖ୍ ଆଗରେ ରଖ୍ ଏହାର ସମାଧାନ ସ୍ଵରୂପ ଅଗ୍ରଗାମୀ ତରଫରୁ ଜଳବାୟୁ ଉପଯୋଗୀ ଓ ନିରନ୍ତର ଜୀବିକା ପାଇଁ ସ୍ଟାମିଲି ଫାର୍ମବା ପାରିବାରିକ ବଗିଚା ପାଇଁ ରାୟଗଡା ଜିଲ୍ଲାର କାଶୀପୁର ଓ ରାୟଗଡା ବ୍ଳକ ଓ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ମୋଟ ୧୩୧ ଗାଁର ସର୍ବମୋଟ ୧୨୬୪ ଜଣ ହିତାଧିକାରୀ ଚାଷୀଙ୍କୁ ଆମ୍ବ, କାଜୁ, ଲିଚୁ, ପିଜୁଳି, ସେଓ, କମଳା, ଲେମ୍ବୁ ଆଦି ଫଳଗଛ ସହିତ ମାଟିଆଳୁ, ଓଲୁଅ, ପୋଟଳ, ହଳଦୀ ଇତ୍ୟାଦି ୨୦୨୩ ଜୁଲାଇ ମାସରୁ ବଣ୍ଟନ କରାଯାଇଛି। ଏହା ବ୍ୟତୀତ ହିତାଧିକାରୀ ଚାଷୀ ମାନଙ୍କୁ ପାଞ୍ଚ ପ୍ରକାରର ଦେଶୀ ବିହନ ଯଥା କଳାମଲ୍ଲୀ, କଳାଜୀରା, କୁଳେଇଚୁଡି, ଗୋବିନ୍ଦ ଭୋଗ, ମାଛକଣ୍ଟା, ରଘୁସାହି ଏବଂ କାନ୍ଦୁଲ, ରାଇକିଆ ବିନ୍ସ ଓ ଅନ୍ୟାନ୍ୟ ପନିପରିବାବିହନ ବଣ୍ଟନ କରାଯାଇଛି I

ସେମାନଙ୍କୁ ମାନଙ୍କୁ ଜୈବିକ ପଦ୍ଧତିରେ ଚାଷ ପାଇଁ ଦେଶୀ ବିହନ, ଜୈବିକ ଖତସାର ଯଥା ହାଣ୍ଡିଖତ, ଜୀବାମୃତ,ବୀଜାମୃତ ପ୍ରସ୍ତୁତି ଟ୍ରେନିଂ, କଲମୀକରଣ ଓ ନର୍ସରିପରିଚାଳନା ଟ୍ରେନିଂ ଆଦି ପ୍ରଦାନ କରାଯାଇଛି।ମ୍ଫାମିଲି ଫାର୍ମ ବା ପାରିବାରିକ ବଗିଚା ବିଭିନ୍ନ ଚାଷ କରି ଓ ବିଭିନ୍ନ ଫଳଗଛ ଓ ବିନା ଖର୍ଚ୍ଚରେ ହେଉଥ‌ିବା କନ୍ଦମୂଳ ଚଷାରୁ ଯେମିତି ବର୍ଷ ତମାମ ଚାଷୀ ପରିବାରକୁ ସଠିକ ଖାହୁ ସୁରକ୍ଷା ସହିତ ଉପରୋକ୍ତ ଚାଷ ଅମଳରୁ ବଳକା ପନିପରିବା, କନ୍ଦମୂଳ, ଫଳମୂଳ ବିକ୍ରି କରି ଦେଶୀବିହନ,ଜୈବିକ ଚାଷ ପଦ୍ଧତିରେ ସେମାନେ ସ୍ବାବଲମ୍ବୀ ହୋଇ ଖୋଦ ନିଜ ଗାଁରେ ଯେମିତି ବର୍ଷସାରା ନିୟମିତ ରୋଜଗାର ପାଇ ପାରିବେ ସେଥ‌ିପାଇଁ ଏହି ଆଦର୍ଶ ତଥା ବହୁମୁଖୀ ହିତ ସାଧନକାରୀ ପ୍ରକଳ୍ପ କାର୍ଯକ୍ରମକୁ ସଫଳତାର ସହ ପରିଚାଳନା କରାଯାଉଛି। ଅଗ୍ରଗାମୀ ତରଫରୁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଏବଂ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ଏହି ଫ୍ଲାମିଲି ଫାର୍ମ ବା ପାରିବାରିକ ବଗିଚା କାର୍ଯକାରୀ ହୋଇ ବହୁତ ସଫଳତା ମିଳିଛି I ବିଶ୍ବସ୍ତରରେ ମ୍ଫାମିଲି ଫାର୍ମ ବା ପାରିବାରିକ ବଗିଚା କାର୍ଯକ୍ରମର ସଫଳତା ନେଇ ଖୋଦ ଜାତିସଂଘ ତରଫରୁ ୨୦୨୩-୨୪ ବର୍ଷକୁ ଷ୍ଟାମିଲି ଫାର୍ମ ବା ପାରିବାରିକ ବଗିଚାର ବର୍ଷ ବୋଲି ଘୋଷଣା କରାଯାଇଥିବା ବିଭିନ୍ନ ମିଡିଆରେ ପ୍ରକାଶିତ ହୋଇଛି। ମ୍ଫାମିଲି ଫାର୍ମ ବା ପାରିବାରିକ ବଗିଚା ଦ୍ଵାରା ଇକୋସିଷ୍ଟମର ସୁରକ୍ଷା, ମାଟିର ଉର୍ବରତା ସୁରକ୍ଷା, ବର୍ଷ ତମାମ ଖାଦ୍ୟ ଓ ରୋଜଗାର ସୁରକ୍ଷା, ଦେଶୀ ବିହନରେ ଜୈବିକ ପଦ୍ଧତିରେ ଚାଷ ଓ ନିରନ୍ତର ଜୀବିକାର ବିକାଶ ସହ ସମ୍ପୂର୍ଣ ଆତ୍ମନିର୍ଭରଶୀଳତା, ଜଳବାୟୁ ପରିବର୍ତନ ଓ ସର୍ବୋପରି ଦାଦନ ଭଳି ସାଂଘାତିକ ସମସ୍କା ଆଦିର ଏଭଳି କାର୍ଯକ୍ରମ ପରିଚାଳନାରୁ ସୁନିଶ୍ଚିତ ହୋଇପାରିବ। ଏଥରେ ବନୀକରଣ କୃଷି, ସ ମନ୍ଦିତ କୃଷି, ନର୍ସରି ପରିଚାଳନା ଆଦି ସବୁକିଛି ସମ୍ଭବ ହୋଇପାରିବ। ଉଭୟ ପରିବେଶ ଏବଂ ମଣିଷ ସ୍ଵାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ ହୋଇପାରିବ । ଏ ଦିଗରେ ଅଗ୍ରଗାମୀର ନିଜସ୍ଵ ସଫଳତାକୁ ଆଧାର କରି ଓଡ଼ିଶାର ପ୍ରତ୍ୟେକ ଆଦିବାସୀ ଜିଲ୍ଲାର ପ୍ରତି ଗାଁରେ କାର୍ଯକାରୀ କରିବାକୁ ଚାହୁଁଛୁ ବୋଲି ଅଗ୍ରଗାମୀ ନିର୍ଦେଶକ ଶ୍ରୀ ଅଚ୍ୟୁତ ଦାସ ଏବଂ ଶ୍ରୀମତୀ ବିଦ୍ୟା ଦାସ ଏହି କାର୍ଯକ୍ରମର ଉଦଘାଟନୀ ଅବସରରେ ଦର୍ଶାଇଛନ୍ତି ।

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ;ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/ରାୟଗଡ଼)- ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଆର୍‌.ଏସ୍‌. ଗୋପାଳନ (ଭା. ପ୍ର. ସେ.)ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇଥିଲେ ।
ସ୍ୱତନ୍ତ୍ର ସଘନ ସଂଶୋଧନର ମହତ ଉଦ୍ଦେଶ୍ୟ ଓ ସମୟୋଚିତ ଆବଶ୍ୟକତା, ମତଦାତାଙ୍କ ଯୋଗ୍ୟତା, ବିଭ୍ରାନ୍ତକାରୀ ସୂଚନାର ମୁକାବିଲା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ବିଷଦ ସୂଚନା ଦେବା ସହ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ । ଅନେକ ବର୍ଷ ଧରି ନିଷ୍ଠାପର ଓ ନିରପେକ୍ଷ ଭାବରେ କାର୍ଯ୍ୟକରି ନିର୍ବାଚନ ଆୟୋଗ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସମ୍ମାନ ପ୍ରତିଷ୍ଠା କରିପାରିଛନ୍ତି । ସେହି ସମ୍ମାନକୁ ଅକ୍ଷୁଣ୍ଣ ରଖିବାକୁ ହେଲେ ଭ୍ରମାତ୍ମକ ତଥା ବିଭ୍ରାନ୍ତକାରୀ ସୂଚନାର ସଠିକ ମୁକାବିଲା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଭୋଟର ତାଲିକାରୁ ଜଣେବି ଯୋଗ୍ୟ ମତଦାତା ନାମ ନ କଟିବା ଏବଂ ଜଣେ ବି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସଂଯୁକ୍ତ ନ ହେବା ଉପରେ ଭାରତ ନିର୍ବାଚନ ଆୟୋଗ ସର୍ବାଧିକ ଗୁରୁତ୍ୱ ଦେବା ସହ ସେହି ଅବଲୋକନରେ ଓଡିଶାରେ ସମସ୍ତ କାର୍ଯ୍ୟ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡ. ସାହୁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସବିଶେଷ ତଥ୍ୟ ପିପିଟି ମାଧ୍ୟମରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ତା’ସହିତ ବିହାର ନିର୍ବାଚନ ପରିପ୍ରେକ୍ଷୀରେ ଭାରତ ନିର୍ବାଚନ କମିଶନ ନେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଭ୍ରମାତ୍ମକ ସୂଚନା ଯଥା-ଗୁଡ଼ାଏ ଲୋକଙ୍କ ନାମ ଏକା ସହିତ କଟିଯିବ, ବୁଥ୍‌ ଲେବୁଲ୍‌ ଅଧିକାରୀମାନେ ଭୁଲ ତଥ୍ୟ ଦେଉଛନ୍ତି, ଘର ନମ୍ବର ନଥିବା ଘର, ଗୋଟିଏ ଠିକଣାରେ ଅନେକ ଲୋକଙ୍କ ପଞ୍ଜିକରଣ ଭଳି ଭ୍ରମାତ୍ମକ ତଥ୍ୟ ବିଷୟରେ ଜାଣିବା ପରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ସଠିକ୍‌ ତଥ୍ୟ ଲୋକଲୋଚନକୁ ଆଣି ଭୁଲ ତଥ୍ୟର ତ୍ୱରିତ ମୁକାବିଲା କରିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନିୟମିତ ପ୍ରେରିତ ପ୍ରେସ ବିଜ୍ଞପ୍ତି ଓ ସୂଚନାକୁ ସାମାଜିକ ଓ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ତୃଣମୂଳସ୍ତରର ଜନସାଧାରଣଙ୍କ ଅବଗତି ନିମନ୍ତେ ନିରବଛିନ୍ନ ଭାବେ ପ୍ରେରଣ କରିବା ସହିତ ସୃଜନାତ୍ମକ ମତାମତ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି l

ଉତ୍ସବ ପୂର୍ବକ ଭାବେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୫ ପାଳନ, ସଫଳତାର ସହିତ ରାୟଗଡାଠାରେ ଆୟୋଜିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)-  ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ, ରାୟଗଡାଙ୍କ ଉଦ୍ୟମରେ ଆଜି ରାୟଗଡା ବ୍ଲକ୍ କନ୍ଫରେନ୍ସ ହଲ୍‌ରେ ଜିଲ୍ଲା ସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାସ – ୨୦୨୫ ଉତ୍ସବପୂର୍ବକ ଭାବେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅକ୍ଷୟ କୁମାର ଖାମୁଣ୍ଡୁ,(CDO, Rayagada ) ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସରସ୍ୱତୀ ମାଝୀ (Zilla parishad President, Rayagada ), ଡ଼ା. ସରସ୍ୱତୀ ରାୟ,(Principal, Autonomous college, Rayagada ), ଶ୍ରୀମତୀ ଶାନ୍ତିଲତା ମୁଣି(ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ), ଶ୍ରୀମତୀ ମିନତି ଦେଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO), ଶ୍ରୀମତୀ ଅହଲ୍ୟା ସୁନା, ଜିଲ୍ଲା ପ୍ରକଳ୍ପ ଅଧିକାରୀ (DPO), ଶ୍ରୀମତୀ ପ୍ରତିମା ରାଣୀ ଦାସ,(PO cum PO), ଓ ଶ୍ରୀମତୀ ଶୈଳଜା ଦାସ,(PO, Rayagada Sub-Division) ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍ ICDS ପ୍ରକଳ୍ପ ଅଧୀନର ସିଡିପିଓମାନେ, ପୋଷଣ BCs, ଅଙ୍ଗନୱାଡ଼ି ସୁପରଭାଇଜର, କର୍ମୀ, ହେଲ୍ପର ଓ ମହିଳା ଓ ଶିଶୁ ବିକାଶ ବିଭାଗ ରାୟଗଡାର ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ସେପରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଅତିଥି ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ପୋଷଣ ମାସର ମୂଖ୍ୟ ଉଦ୍ଦେଶ୍ୟ ହେଉଛି — ଜିଲ୍ଲାର କୌଣସି ମା’ ଓ ଶିଶୁ କୁପୋଷଣର ଶିକାର ହେବା ନାହିଁ। ସନ୍ତୁଳିତ ଓ ପୋଷଣଯୁକ୍ତ ଖାଦ୍ୟ ଦ୍ୱାରା ଆମେ ସୁସ୍ଥ ସମାଜ ଗଠନ କରିପାରିବୁ। ପ୍ରୋଜେକ୍ଟ ଅଫିସର-କମ୍-ପ୍ରୋଗ୍ରାମ ଅଫିସର ଶ୍ରୀମତୀ ପ୍ରତିମା ରାଣୀ ଦାସ ତାଙ୍କ ଭାଷଣରେ ସ୍ଥୂଳତା (Obesity) ଓ ଏହାର ସ୍ୱାସ୍ଥ୍ୟ ଓ ସମାଜ ଉପରେ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅସନ୍ତୁଳିତ ଖାଦ୍ୟ ଅଭ୍ୟାସ ଓ ଅକ୍ରିୟ ଜୀବନଶୈଳୀ ଦ୍ୱାରା ସ୍ଥୂଳତା ବଢ଼ି ଚାଲିଛି ଯାହା ହୃଦରୋଗ, ଡାୟାବେଟିଜ୍‌ ଓ ଅନ୍ୟାନ୍ୟ ଦୀର୍ଘ ରୋଗର ମୂଳ କାରଣ ହେଉଛି। ସେହିପରି ପୋଷଣ ଯୋଗୁଁ ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ ବୋଲି ତାଙ୍କ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ICDS ପ୍ରକଳ୍ପ ପକ୍ଷରୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦର୍ଶନ (Recipe Demonstration) କରାଯାଇଥିଲା। ବିଭିନ୍ନ ମା’ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ତିଆରି ପୋଷଣଯୁକ୍ତ ଖାଦ୍ୟ – ଶଷ୍ୟ, ଡାଲି, ସବୁଜ ସାଗ, କ୍ଷୀର, ଅଣ୍ଡା ଓ ପିଠା ପ୍ରଦର୍ଶିତ ହୋଇଥିଲା। ସେଥିରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପ୍ରାପ୍ତ ମାନଙ୍କୁ ପୁରସ୍କାର, ଟ୍ରୋଫି ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା। ଏହାସହିତ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୋଷଣ ଭିତ୍ତିକ ଚିତ୍ରାଙ୍କନ, ତର୍କ , କୁଇଜ୍ ଓ ଭାଷଣ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ବିଜେତାମାନଙ୍କୁ ମଧ୍ୟ ସମ୍ମାନ ପତ୍ର ଓ ଟ୍ରୋଫି ଦେଇ ସମ୍ମାନିତ କରାଯାଇଥିଲା। ଏହି ସମଗ୍ର କାର୍ଯ୍ୟକ୍ରମକୁ ମଧୁଲତା ଦଣ୍ଡସେନା, (D.C.ପୋଷଣ , ରାୟଗଡା) , ଦିବାକର ପରିଛା ସଂଯୋଜକ ମହିଳା ସଶକ୍ତି କରଣ କେନ୍ଦ୍ର ଓ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ (SRA) (W&CD Deptt.) ଙ୍କ ଦ୍ୱାରା ସଂଯୋଜନା ଓ ପରିଚାଳନା କରାଯାଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO) ଶ୍ରୀମତୀ ମିନତି ଦେଓ ଙ୍କ ନେତୃତ୍ୱ ଏବଂ ସହଯୋଗରେ ସଫଳତାପୂର୍ଣ୍ଣ ଭାବେ ଆୟୋଜନ କରାଯାଇଥିଲା। ପରିଶେଷରେ ଅତିଥିମାନଙ୍କ ଦ୍ୱାରା ପୋଷଣ ସଂକଳ୍ପ ଗ୍ରହଣ ଓ ସମସ୍ତ ଅଂଶଗ୍ରହୀମାନଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ ଘୋଷଣା କରାଯାଇଥିଲା।

ଜିଲ୍ଲା ଖଣିଜ ଭିତ୍ତିଭୂମି ଫାଣ୍ଟି ଟ୍ରଷ୍ଟ ବୈଠକ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକାର୍ଣ୍ଣି, ଭl. ପ୍ର.ସେ.ଙ୍କ ଅଧ୍ୟକ୍ଷତlରେ ଜିଲ୍ଲା ଖଣିଜ ଭିତ୍ତିଭୂମି ଫାଣ୍ଟି ଟ୍ରଷ୍ଟ ବୈଠକ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର କୋରାପୁଟ ଲୋକସଭା ସାଂସଦ, ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲକା, ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ଅପ୍ପଲା ସ୍ୱାମୀ କାଡ୍ରାକl, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇ ଶିଳ୍ପ ସଂସ୍ଥା ମାନଙ୍କ ତରଫରୁ ପ୍ରାପ୍ତ ପରିପlର୍ଷିକ ଉନ୍ନୟନ ପାଣ୍ଠି ଜିଲ୍ଲା ଅଂଶର ବିନିଯୋଗ ଉପରେ ଆଲୋଚନା କରିଥିଲେ l ଖଣୀ ଖାଦାନ ଦ୍ୱାରା ପ୍ରଭାବିତ ଲୋକଙ୍କର ବିକାଶ ନିମନ୍ତେ ପାଣ୍ଠି ବିନିଯୋଗ କରିବା,ରାୟଗଡ଼ ଜିଲ୍ଲାରେ ଖଣୀ ଖାଦାନ ଓ କାରଖାନା ଯୋଗୁଁ ପରିବେଶ, ସ୍ୱାସ୍ଥ୍ୟ ଓ ସାମାଜିକ ଆର୍ଥିକ ପ୍ରଭାବିତ ଅଂଚଳରେ ଲୋକଙ୍କ ଦୀର୍ଘ ମିଆଦି ସ୍ଥାୟୀ ଜୀବନଜୀବିକା ଦୀର୍ଘ ମିଆଦି ପ୍ରକଳ୍ପ କାର୍ଯ୍ୟକ୍ରମ କାର୍ଯ୍ୟକlରୀ କରି ବିଶେଷ ପ୍ରଭାବିତ ଲୋକଙ୍କ ସମସ୍ୟା ଗୁଡିକ ଦୁରକରିବା କରିବା ଜିମନ୍ତେ ଉଦୁଷ୍ଟ l ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପ୍ରଭାବିତ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ କରlଯିବ l ଏହି ବୈଠକରେ ମାନ୍ୟବର ସାଂସଦ ଜିଲ୍ଲା ଖଣିଜ ପାଣ୍ଠି ପ୍ରଭାବିତ ଅଂଚଳର ଲୋକଙ୍କ ବିକାଶ ନିମନ୍ତେ ସଦୁପଯୋଗ କରିବାକୁ କହିଥିଲେ ଓ ବିନିଯୋଗ ବିବରଣୀ ପ୍ରାଦlନ କଲେ ଆମେ ସେଠାକୁ ଯାଇ ଆବୁଧ୍ୟାନ କରିବୁ ବୋଲି କହିଥିଲେ l ସେହିପରି ମାନ୍ୟବର ବିଧାୟକ ୨୦୨୨-୨୩ର ବିନିଯୋଗ ବିବରଣୀ ଉପସ୍ଥାପନା କରିବାକୁ କହିଥିଲେ l ତଟା ସାହିରୁ ସୋରିଷ ପଦର ଛକ ପର୍ଯ୍ୟନ୍ତ ଟ୍ରାଫିକ ଜlମ ହେଉଛି ଯଦି ରୋଗୀ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଆମ୍ବୁଲାନ୍ସ ସେବା ବଦା ପ୍ରାପ୍ତ ହେଉଥିବା କଥା ପ୍ରକାଶ କରି ଗୋଟିଏ ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ l ସେହି ଅଂଚଳର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିନିଯୋଗ କରିବାକୁ କହିଥିଲେ l ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ବାର୍ଷିକ ଯୋଜନା ଓ ପଞ୍ଚ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲା ଗତ ୨୦୧୫ ମସିହାରୁ ଏଯାଏଁ ୪୨୦କୋଟି ଖଣିଜ ପାଣ୍ଠି ବିଭିନ୍ନ ଶିଳ୍ପାନୁଷ୍ଠାନରୁ ଜିଲ୍ଲାକୁ ମିଳିଛି l ସେଥିରୁ ଆସନ୍ତା ବର୍ଷ ମାଙ୍କରେ ୧୩୬କୋଟି ଟଙ୍କlର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ବିନିଯୋଗ କରାଯିବା ନିମନ୍ତେ ପଦ୍ଧକ୍ଷେପ ନିଆଯିବ l ଏହି ବୈଠକରେ ଜିଲ୍ଲା ବନଖଣ୍ଡ ଅଧିକାରୀ ସଚିନ ଅହ୍ନା ସାହେବ ଓହଲେ, ସିଡିଏମଓ ଡା. ବି. ସରୋଜିନୀ ଦେବୀ, ଖଣୀ ଉପନିର୍ଦ୍ଧେଶକ କୋରାପୁଟ, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ ଶ୍ରୀ ଆମ୍ଭିକେୟ ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ, ଗୁଣୁପୁର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳାଯୋଗାଣ ସଂସ୍ଥା, ରାୟଗଡ଼, ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟ ସଦସ୍ୟ ପିଲକୁ ମାଝୀ, ସଦସ୍ୟା ରୁଆଡେଇ ମାଝୀ, ସୁରେନ୍ଦରୀ ମାଝୀ, ଅନି ମାଝୀ ଆଦି ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରିଥିଲେ l

କଲ୍ୟାଣସିଂପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ/କଲ୍ୟାଣସିଂପୁର)-୧୩.୧୦.୨୦୨୫ତାରିଖ ଦିନ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ ଅଧିକାରୀ ସ୍ୱାତୀ ଏସ କୁମାର, ସିଡ଼ିଓ ଅକ୍ଷୟ କୁମାର ଖେମୁଣ୍ଡୁ,ଉପ ଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଵି ସରୋଜିନୀ ଦେବୀ, ସମିତି ଅଧ୍ୟକ୍ଷା ଶ୍ରୀମତୀ ଅମ୍ରିତା କାଦ୍ରାକା ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l ଆଜି ମୋଟ୭୫ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୬୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୮ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l

ଏହି ଶିବିରରେ ବିଭିନ୍ନ ସମସ୍ୟା ମାନ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ନିମନ୍ତେ ୪ଜଣକୁ ୬୦ହଜାର ଟଙ୍କା ରେଡ କ୍ରସ ପାଣ୍ଠିରୁଜିଲ୍ଲାପାଳ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଆଜିର ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ଅଭିଯୋଗ ଶିବିରରେ ତହସିଲଦାର,କଲ୍ୟାଣ ସିଂପୁର, ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ଶିବିରକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମନୀଷା ଦାସ,ସହକାରୀ ଜିଲ୍ଲାପାଳ (ଗ୍ରୀଭାନ୍ସ) ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ ।

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳନ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ମୋ ସ୍ଵର, ମୋ ଅଧିକାର ନୂଆ ଚେତନା, ନୂଆ ଭାବନାରେ, ନୂଆ ସୃଜନର ଧ୍ୱଜାଧାରଣୀ ଆମ ଝିଅ — ଝିଅଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଶିକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଓଡ଼ିଶା ସରକାର” ଏହି ବାର୍ତା କୁ ନେଇ ଆଜି ତା ୧୧.୧୦.୨୦୨୫ ରିଖ , ଦିବା ୧୦ ଘଟିକା ସମୟ ରେ ରାୟଗଡ଼ ର ଜିଲ୍ଲା-ପରିଷଦ ସମୀଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ, ଶ୍ରୀ ଆଶୁତୋଷ କୁଲକର୍ଣୀ , ଜିଲ୍ଲାପାଳ, ରାୟଗଡ଼ ଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । କାର୍ୟକ୍ରମର ଲକ୍ଷ୍ୟ ଥିଲା କନ୍ୟା ଶିଶୁଙ୍କ ସୁରକ୍ଷା, ଶିକ୍ଷା, ସମାନ ସୁଯୋଗ ଓ ସଶକ୍ତିକରଣ ପାଇଁ ସଚେତନତା ସୃଷ୍ଟି କରିବା। ଆସିଷ୍ଟାଣ୍ଟ କଲେକ୍ଟର ଲିପ୍ଶା ପଟେଲ ରାୟଗଡା, ଶ୍ରୀ ସ୍ଵସ୍ତିକ ପଣ୍ଡା , ଅତିରିକ୍ତ ଜିଲ୍ଲା ପୋଲିସ୍ ଅଧୀକ୍ଷକ (ASP), ରାୟଗଡା, ଅଧକ୍ଷ୍ୟା , ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ନାନୀତ ଅତିଥି ଭାବେ ଉପସ୍ଥିତି ଥିଲେ । ଶ୍ରୀମତୀ ମିନତୀ ଦେଓ ସମାଜ ମଙ୍ଗଳ ଅଧିକାରୀ ରାୟଗଡା ଅତିଥି ମାନଙ୍କୁ ସ୍ବାଗତ ଜଣେଇ ଥିଲେ ଓ କହିଥିଲେ ଯେ ସମାଜର ଉନ୍ନତି ପାଇଁ କନ୍ୟା ଶିଶୁଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଆଶୁତୋଷ କୁଲକର୍ଣୀ , ଜିଲ୍ଲାପାଳ, ରାୟଗଡ଼ କହିଥିଲେ ଅନେକ ଆନ୍ଦୋଳନ ପରେ ନାରୀ ମାନଙ୍କୁ ଭୋଟ ଦେବାର ଅଧିକାର ୧୯୨୦ ମସିହା ରେ ମିଳିଥିଲା । କିଶୋରୀ ବାଳିକା ଉପଯୁକ୍ତ ଶିକ୍ଷା ପାଇଲେ ସଶକ୍ତ ହୋଇ ପାରିବ । ଅତିରିକ୍ତ ଜିଲ୍ଲା ପୋଲିସ୍ ଅଧୀକ୍ଷକ (ASP)କନ୍ୟାମାନଙ୍କ ସୁରକ୍ଷା ଓ ଆଇନ ସହାୟତା ବିଷୟରେ ସଚେତନତା ପ୍ରସାର କରିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ, ଆଇନ କୁ ଜାଣିବା, ସାହସୀ ହେବ, ପରି ସ୍ତିତି କୁ ସାମନା କରିବା ଶିଖିବା , ନିଜେ ସଶକ୍ତ ହେଲେ ସମାଜ ସଶକ୍ତ ହେବ କହିଥିଲେ ।

ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ୍ୟା, କନ୍ୟା ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ଓ ନେତୃତ୍ୱରେ ଆଗୁଆ ହେବାକୁ ପ୍ରେରିତ କଲେ। କଳ୍ପନା ଚାୱଲା ,ସୁନିତା ୱିଲ୍ଲିଅମ ର ଉଦାହରଣ ଦେଇ ଉଚ୍ଛାହୀତ କରିଥିଲେ, ୫୯ ଶତକଡା ବାଳିକା କଲେଜରେ ନାମ ଲେଖେଇ ପାରୁନାହାନ୍ତି । ପିରାମଲ ଫାଉଣ୍ଡେସନ ର ନରେଶ ଶର୍ମା ବାଲ୍ୟ ବିବାହ ତଥା ଋତୁସ୍ରାବ ବିଷୟ ରେ ସମାଜର ମାନସିକତା କଣ ଜଣେଇ ଥିଲେ , ନିଜର ଆତ୍ମବିଶ୍ବାସ ବଢାନ୍ତୁ , ସ୍ବର ଉଠାନ୍ତୁ , ଆଖିରେ ଆଖି ମିଶେଇ କଥା ହେବା ଶିଖିବା ପାଇଁ ବୁଝିଥିଲେ। ଆସିଷ୍ଟାଣ୍ଟ କଲେକ୍ଟର ଲିପ୍ଶା ପଟେଲ କବିତା ମାଧ୍ୟମ ରେ ଉଚ୍ଛାହୀତ କରିଥିଲେ । କିଶୋରୀ ବାଳିକା ମାନଙ୍କ ମଧ୍ୟରେ କୁଇଜ,ନୃତ୍ୟ, ବକୃତା, ଗଳ୍ପ ଲିଖନ ଓ ସଙ୍ଗୀତ ପ୍ରତିଯୋଗିତା କରାଯାଇ,କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଗଲା । କିଶୋରୀ ବାଳିକା ମାନେ କାହାଣୀ କାନ୍ଥ ରେ “ମୋ ସ୍ବର ମୋ ଅଧିକାର” ଥିମ କୁ ନେଇ କାହାଣୀ ଲେଖି କାହାଣୀ କାନ୍ଥ ରେ ଓ ଚିତ୍ର ଅଙ୍କନ କରି ଗ୍ରାଫିଟି ବୋର୍ଡ ରେ ଲଗାଇ ଥିଲେ । ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୫ ର ବାର୍ତା “ ମୁଁ ହେଉଛି ସେହି ଝିଅ , ଯେଉଁ ପରିବର୍ତନ ର ମୁଁ ନେତୃତ୍ବ ନେଉଛି : ସଙ୍କଟର ଅଗଧାଡ଼ିରେ ଝିଅମାନେ “ ଉପରେ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ରାଣୀ ଦାସ ଆଲୋକପାତ କରିଥିଲେ । । କାର୍ୟକ୍ରମ କୁ ଜିଲ୍ଲା ସଂଯୋଜକ ଶ୍ରୀ ଦିବାକର ପରିଚ୍ଛା ପରିଚାଳନା କରିଥିଲେ। ଏହି କାର୍ଯକ୍ରମରେ ଉପଖଣ୍ଡ ପି. ଓ.ଶୈଳଜା ଦାସ ଗୁଣୁପୁର ସିଡିପିଓ , ଜିଲ୍ଲା ପ୍ରଶାସନ, ହେନା ରାଣୀ ପ୍ରଧାନ,ଶିଶୁ ଅଧିକାର କର୍ମୀ ଆଭା ସଂସ୍ଥା, ରାଣୀ ସାହୁ, ଅରେଡା Technical professional , ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ରର କର୍ମକର୍ତ୍ତା , କିଶୋରୀ ବାଳିକା , ସୁପର ଭାଇଜର, ଅଙ୍ଗନବାଡି କର୍ମୀ , ସମାଜସେବୀମାନେ ଉପସ୍ଥିତ ହେଇଥିଲେ। ଶେଷରେ ଶ୍ରୀମତୀ ମିନତୀ ଦେଓ , ସମାଜ ମଙ୍ଗଳ ଅଧିକାରୀ ଧନ୍ୟବାଦ ଜଣାଇ କାର୍ୟକ୍ରମ ସମାପ୍ତ କରିଥିଲେ ।

ବେସରକାର ଅଧ୍ୟାପକ ଙ୍କ ସରକାରୀ ଅନୁଦାନ ପରିସରଭୁକ୍ତ ପାଇଁ ସାମ୍ବାଦିକ ସମ୍ମିଳନୀ …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂହ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ (OSNLEA ) କଳାହାଣ୍ଡି ଶାଖା ତରଫରୁ ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା ଜିଲ୍ଲା ସଂଯୋଜକ କଳାହାଣ୍ଡିଙ୍କ ନେତୃତ୍ୱରେ ଭବାନୀପାଟଣା ହୋଟେଲ ମିଡ୍ ଟାଉନ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ବେସରକାରୀ ଅନୁଦାନ ପ୍ରାପ୍ତ ଏବଂ ଅଣ ଅନୁଦାନ ମହାବିଦ୍ୟାଳୟ ମାନଙ୍କରେ ପରିଚାଳନା କମିଟି ଦ୍ବାରା ୦୧ ଜୁନ୍ ୨୦୦୮ ରୁ ୦୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ସମସ୍ତ ଅଧ୍ୟାପକ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବାପାଇଁ ସଂଘର ବାରମ୍ବାର ଦାବି ସତ୍ତ୍ୱେ ସରକାର କୌଣସି ନିଷ୍ପତ୍ତି ନେଲେ ନାହିଁ। ତେଣୁ ସଂଘ ଅଗଷ୍ଟ ୧୬ ତାରିଖରୁ ସମସ୍ତ ମହାବିଦ୍ୟାଳୟ ସ୍ତରରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରାୟ ୩୨ ଦିନ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ସ୍ବଳ୍ପ ଦରମା ବା ପାରିଶ୍ରମିକ ପାଇ ନିଜର ଜୀବନ ଧାରଣ ତଥା ପରିବାର ଭରଣପୋଷଣ ପାଇଁ ବାଧ୍ୟ ହୋଇ ଧାରଣା ଦେଇଥିଲେ। କିନ୍ତୁ ସରକାର ନିଦାବିଷ୍ଣୁ ସାଜିଥିଲେ। ପରିଶେଷରେ ସେପ୍ଟେମ୍ବର ୧୮ ତାରିଖରେ ଗାନ୍ଧୀ ମାର୍ଗରେ କର ବା ମର ସମାଵେଶ କରିଥିଲେ। ତତ୍ ପାଶ୍ଚାତ ସଂଘର ସଭାପତି ଶ୍ରୀଯୁକ୍ତ ବିଶ୍ବରଂଜନ ଦାସ ସେପ୍ଟେମ୍ବର ତା ୧୯ ରେ ଆମରଣ ଅନଶନରେ ବସିଥିଲେ। ଲୋକଙ୍କ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ତାଙ୍କ ପ୍ରତିନିଧି ମାନ୍ୟବର ବିଧାୟକ ପିପିଲି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟକ ଏକାମ୍ର ବାବୁ ସିଂ ଏବଂ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ରହି ଏକ ଲିଖିତ ପ୍ରତିଶ୍ରୁତି ଦେଲେ ଯେ ଆସନ୍ତା ଅକ୍ଟୋବର ୧୦ ରୁ ଅକ୍ଟୋବର ୨୦ ମଧ୍ୟରେ ସଂଘ ସହିତ ଆଲୋଚନା କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉପରେ ଆସ୍ଥା ପ୍ରକଟ କରି ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା। ସରକାରଙ୍କ ଠାରେ ଅନୁରୋଧ ଲିଖିତ ପ୍ରତିଶ୍ରୁତି ମୁତାବକ ଚଳିତ ମାସ ୧୦ ରୁ ୨୦ ତାରିଖ ମଧ୍ୟରେ ସଂଘକୁ ଆଲୋଚନା ପାଇଁ ଡାକିବା ପାଇଁ ତତ୍ପରତା ପ୍ରକାଶ କରନ୍ତୁ। ଯଦି ସରକାର ଏଥିପାଇଁ କିଛି ବ୍ୟତିକ୍ରମ କରନ୍ତି ତାହାହେଲେ ସଂଘ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ। ସରକାର ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନ ପରିସରଭୁକ୍ତ କରନ୍ତୁ ଏବଂ ନିଜର ପ୍ରତିଶ୍ରୁତି ରକ୍ଷା କରନ୍ତୁ। ଏହା ଆମର ଆଶା ଏବଂ ଦୃଢ଼ ବିଶ୍ୱାସ। ଏହି ପ୍ରେସମିଟ ବିବୃତିରେ ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା, ଅଧ୍ୟାପକ ସଚିନ୍ କୁମାର ସାହୁ, ଅଧ୍ୟାପିକା ସୁସ୍ମିତା ପଣ୍ଡା, ଅଧ୍ୟାପକ ଦେବେନ୍ଦ୍ର ସୁନାନି, ଅଧ୍ୟାପକ ଥବିର ନାୟକ, ଅଧ୍ୟାପକ ଗିରିରାଜ ଗହିର, ଅଧ୍ୟାପକ ରଶ୍ମି ରଞ୍ଜନ ମିଶ୍ର, ଅଧ୍ୟାପକ ହେମନ୍ତ କୁମାର ରଣା, ଅଧ୍ୟାପିକା ପୂଣ୍ୟତୋୟା ପାଢ଼ୀ, ଅଧ୍ୟାପିକା ବେବିନା ମୁଣ୍ଡ୍, ଅଧ୍ୟାପକ ସୁଜିତ କୁମାର ପଣ୍ଡା ଓ ଅଧ୍ୟାପକ ଜୟନ୍ତ ବାଗ ଉପସ୍ଥିତ ଥିଲେ।

ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଗମନାଗମନକୁ ସହଜ କରୁଛି ପିଏମ ଜନମନ୍…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଅଧୀନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ସଡ଼କ ପ୍ରକଳ୍ପର ନିର୍ମାଣ ସଫଳତାର ସହିତ ଶେଷ କରିଛନ୍ତି । ରାଜ୍ୟର ଦୂରଦୂରାନ୍ତ ଆଦିବାସୀ ଅଞ୍ଚଳରେ ଏହି ପ୍ରକଳ୍ପ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିଛି । ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲାର ତେଲଗୁଡୁଠାରୁ ତାରବେଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବଂ ଦେବଗଡ଼ ଜିଲ୍ଲାର ପୂର୍ତ୍ତ ରାସ୍ତାଠାରୁ ସିଆରହୁଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଯୋଗୁଁ ପ୍ରଥମ ଥର ପାଇଁ ସ୍ଥାନୀୟ ଲୋକଙ୍କୁ ନିରାପଦ ଏବଂ ସବୁଦିନିଆ ଯୋଗାଯୋଗର ସୁବିଧା ମିଳିଛି ଏବଂ ସେମାନଙ୍କ ଜୀବନଯାପନରେ ଉନ୍ନତି ଦେଖାଦେଇଛି । ରାୟଗଡା ଜିଲ୍ଲାରେ, ୩୦ ମଇ ୨୦୨୫ ରେ ସମାପ୍ତ ହୋଇଥିବା ତେଲଗୁଡୁ ରାସ୍ତା ପ୍ରକଳ୍ପ ଯୋଗୁଁ ତେଲଗୁଡୁ ଗ୍ରାମଠାରୁ ୨.୫ କିଲୋମିଟର ଦୂର ତାରବେଲର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଯୋଗାଯୋଗ ସହଜ ହୋଇଛି । ପୂର୍ବରୁ, ଗ୍ରାମକୁ ଯିବା ପାଇଁ ଏକମାତ୍ର ରାସ୍ତା କାଦୁଅ ଏବଂ ବିପଦପୂର୍ଣ୍ଣ ଥିବାରୁ ବର୍ଷା ଋତୁରେ ଗ୍ରାମବାସୀମାନେ ନିକଟବର୍ତ୍ତୀ ପ୍ରମୁଖ ସହରରୁ ବିଚ୍ଛିନ୍ନ ରହୁଥିଲେ । ପିଲାମାନେ ସ୍କୁଲ ଯିବାରୁ ବଞ୍ଚିତ ହେଉଥିଲେ, ଚାଷୀମାନେ ଉଚିତ ସମୟରେ ସେମାନଙ୍କର ଫସଲ ବିକ୍ରି କରିପାରୁ ନଥିଲେ ଏବଂ ଯୋଗାଯୋଗ ଅଭାବରୁ ଜରୁରୀକାଳୀନ ଚିକିତ୍ସା ମଧ୍ୟ ମିଳିପାରୁନଥିଲା । ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ଏହି ନୂତନ ରାସ୍ତା ଯୋଗୁଁ ବର୍ଷସାରା ଗ୍ରାମକୁ ଯାନବାହାନ ପହଞ୍ଚିପାରିବ । ସ୍କୁଲରେ ପିଲାଙ୍କ ଉପସ୍ଥାନରେ ଉନ୍ନତି ଆସିପାରିବ, ଗର୍ଭବତୀ ମହିଳାମାନଙ୍କୁ ଏବେ ସୁରକ୍ଷିତ ଭାବରେ ଡାକ୍ତରଖାନାକୁ ନେଇହେବ, ଏବଂ ଗ୍ରାମବାସୀମାନେ ନିକଟସ୍ଥ ବଜାର ଏବଂ ସରକାରୀ କାର୍ଯ୍ୟାଳୟକୁ ସହଜରେ ଯାତ୍ରା କରିପାରିବେ । ଚାଷୀମାନେ ଏବେ ପନିପରିବା, ଧାନ ଏବଂ ଜଙ୍ଗଲଜାତ ଦ୍ରବ୍ୟକୁ ଗୁଣୁପୁର ମଣ୍ଡିକୁ ନେଇପାରିବେ । ଏହା ଦ୍ୱାରା ସେମାନଙ୍କର ଆୟରେ ନିଶ୍ଚିତ ଭାବେ ବୃଦ୍ଧି ଘଟିବ । ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ବାସିନ୍ଦାଙ୍କୁ ଶ୍ରମିକ ଭାବରେ ମଧ୍ୟ ସାମିଲ କରାଯାଇଥିଲା । ଏହା ଦ୍ୱାରା ସେମାନେ ମଜୁରୀଭିତ୍ତିକ ଆୟରେ ସମର୍ଥ ହୋଇଥିଲେ ଏବଂ ଏହା ଗୋଷ୍ଠୀସଂପୃକ୍ତିକୁ ସୁଦୃଢ଼ କରିଥିଲା । ପ୍ରକଳ୍ପ ଅଧିନରେ ରାସ୍ତାକୁ ଦୀର୍ଘସ୍ଥାୟୀ ଏବଂ ସୁରକ୍ଷିତ ରଖିବା ପାଇଁ ବୃକ୍ଷରୋପଣ ଏବଂ ଉପଯୁକ୍ତ ଜଳ ନିଷ୍କାସନ ଭଳି ପରିବେଶ ଅନୁକୂଳ ପଦ୍ଧତି ଗ୍ରହଣ କରାଯାଇଥିଲା । ଗ୍ରାମବାସୀମାନେ ଏହି ପ୍ରକଳ୍ପରେ ଗଭୀର ସନ୍ତୋଷ ପ୍ରକାଶ କରି ଏହି ରାସ୍ତା ସେମାନଙ୍କ ପିଲାମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ଦ୍ୱାର ଖୋଲିଛି ବୋଲି ପ୍ରକାଶ କରିଛନ୍ତି ।


ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅଧୀନରେ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ ସିଆରିହୁଲିର ଦୂରବର୍ତ୍ତୀ ବସତିକୁ ସବୁଦିନିଆ ଯୋଗାଯୋଗ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପିଡବ୍ଲìଡି ରାସ୍ତାଠାରୁ ସିଆରିହୁଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ୧୪୧.୬୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨.୧୯୮ କିଲୋମିଟର ଦୀର୍ଘ ରାସ୍ତା, ମୁଖ୍ୟତଃ PVTG (ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ) ପରିବାର ବାସ କରୁଥିବା ଏହି ଆଦିବାସୀ ଗ୍ରାମକୁ ବର୍ଷସାରା ଯୋଗାଯୋଗ ସୁବିଧା ଯୋଗାଇ ଦେଇଛି । ଏହି ରାସ୍ତା ଜନଜାତି ସମ୍ପ୍ରଦାୟ ପାଇଁ ଏକ ଜୀବନରେଖା ପାଲଟିଛି । ଏହା ଦ୍ୱାରା ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଏବଂ ସ୍ୱାସ୍ଥ୍ୟସେବା ସୁବିଧା ସୁନିଶ୍ଚିତ ହୋଇପାରିଛି । ଗ୍ରାମବାସୀମାନେ ଏବେ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ଲାଭ ପାଇବା ସହ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି । ଉନ୍ନତ ଯୋଗାଯୋଗ ସୁବିଧା ଯୋଗୁଁ ବ୍ୟବସାୟୀ ଏବଂ ସେବା ପ୍ରଦାନକାରୀମାନେ ଏବେ ଗାଁରେ ପହଞ୍ଚି ପାରୁଛନ୍ତି, ଯାହା ସ୍ଥାନୀୟ ଯୁବକମାନଙ୍କ ପାଇଁ ନୂତନ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରୁଛି । ଏହି ପ୍ରକଳ୍ପଗୁଡ଼ିକର ସଫଳତା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱକୁ ପ୍ରତିଫଳିତ କରୁଛି । ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅଞ୍ଚଳର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରୁଛି ଏବଂ ତୃଣମୂଳସ୍ତରେ ଥିବା ଲୋକଙ୍କର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ସମ୍ଭବ ହୋଇପାରିଛି । ଏହି କାର୍ଯ୍ୟକ୍ରମ ଆଦିବାସୀ ସମ୍ପ୍ରଦାୟର ଜୀବନରେ ଏକ ଉଲ୍ଲେଖନୀୟ ଉନ୍ନତି ଆଣିଛି । ମାନ୍ୟବର ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କ ନିରନ୍ତର ମାର୍ଗଦର୍ଶନ ଏବଂ କ୍ଷେତ୍ରସ୍ତରୀୟ ତଦାରଖ, ସମନ୍ୱୟ ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଯୋଗୁଁ ଏହି ପ୍ରକଳ୍ପଗୁଡ଼ିକ ସମୟସୀମା ମଧ୍ୟରେ ଶେଷ ହୋଇପାରିଛି । ଉନ୍ନତ ଗ୍ରାମୀଣ ସଂଯୋଗୀକରଣ ଜୀବନକୁ କିପରି ଜନଜୀବନକୁ ପରିବର୍ତ୍ତନ କରିପାରିବ, ଏହି ପ୍ରକଳ୍ପଗୁଡ଼ିକ ତାହାର ନିଦର୍ଶନ ପାଲଟିଛି । ରାସ୍ତାଗୁଡ଼ିକ କେବଳ ଯୋଗାଯୋଗ ସୁବିଧା ପ୍ରଦାନ କରିନଥାଏ ବରଂ ଲୋକମାନଙ୍କୁ ସୁଯୋଗ, ସମ୍ମାନ ଏବଂ ପ୍ରଗତି ସହିତ ମଧ୍ୟ ଯୋଡ଼ିଥାଏ । ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନରେ ଦୁର୍ଗମ ଅଞ୍ଚଳର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚାଇବାକୁ ସୁନିଶ୍ଚିତ କରୁଛି ଏବଂ ସାମାଜିକ ଏବଂ ଅର୍ଥନୈତିକ ବ୍ୟବଧାନକୁ ହ୍ରାସ କରୁଛି । ତେଲଗୁଡୁ ଏବଂ ସିଆରିହୁଲିରେ ନବନିର୍ମିତ ରାସ୍ତାଗୁଡ଼ିକ ତୃଣମୂଳସ୍ତରରେ ଥିବା ଲୋକ ପାଖରେ ଅନ୍ତର୍ଭୁକ୍ତିମୂଳକ ବିକାଶ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ଉଦାହରଣ ଭାବରେ ଉଭା ହୋଇଛି । ସଶକ୍ତିକରଣ ଏବଂ ସମୃଦ୍ଧି ଦିଗରେ ସଂଯୋଗୀକରଣ ପ୍ରଥମ ଭିତ୍ତିଭୂମି ବୋଲି ଏହି ପ୍ରକଳ୍ପ ଦୁଇଟି ପ୍ରମାଣିତ କରିଛି ଏବଂ ଲୋକଙ୍କ ଦୀର୍ଘକାଳୀନ ସ୍ୱପ୍ନ ବାସ୍ତବରେ ରୂପାନ୍ତରିତ ହୋଇଛି ।

ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ର ମୋହନଗିରି ଠାରେ ଅଞ୍ଚଳର ଇଷ୍ଟ ଦେବୀ ପ୍ରତ୍ୟକ୍ଷ ମାଁ ଡୋକରି ଦେବୀଙ୍କ ଯାତ୍ରା ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- ବଣ ପାହାଡ ଘେରା କୁଳୁ କୁଳୁ ନାଦ ଜଙ୍ଗଲ ଝରଣା ସହ ପ୍ରାକୃତିକ ଖଣିଜ ସମ୍ପଦ ରେ ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲା ଥୁଆ ମୂଲ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ର ମୋହନଗିରି ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦେଶ ବିଦେଶ ଓ ଅନ୍ୟ ଜିଲ୍ଲା ମଧ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ କୁମାର ପୂର୍ଣ୍ଣିମା ଦିନ ଅଞ୍ଚଳର ଇଷ୍ଟ ଦେବୀ ଡୋକରି ଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି । ଏହା ଏକ ବହୁ ପୁରାତନ ପ୍ରତ୍ୟକ୍ଷ ଶକ୍ତିପୀଠ। ପୁରାତନ କାଳରେ ନାଗବଂଶୀୟ ରାଜା ଆସି ପ୍ରଥମେ ଏହି ମୋହନଗିରୀ ର ଏହି ପୀଠରେ ଡୋକରି ଦେବୀଙ୍କ ସ୍ଥାପନା କରି ପୂଜା ଅର୍ଚ୍ଚନା ଆରମ୍ଭ କରି ଆସୁଥିଲେ ।ପାହାଡ଼ ପର୍ବତ ରେ ଭରା ପ୍ରାକୃତିକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ସିଜିମାଲି ପାହାଡ଼, ଓ ଏପଟେ କଳାହାଣ୍ଡି ଇତିହାସ ରେ ଉଲ୍ଲେଖ ଥିବା ଖଣ୍ଡିଆଳ ଜଳ ପ୍ରପାତ, ଖଣ୍ଡୁଆଳ ଦେବୀଙ୍କ ବିରାଟ ଗୁମ୍ଫା ଖଣ୍ଡୁଆଳ ପାହାଡ଼ କୁ ସ୍ପର୍ଶ କରୁ ଥିବା ଏହି ମୋହନଗିରି ଗାଁ କୁ ଲାଗିରହିଥିବା ବିରାଟ ବିରାଟ ବୃକ୍ଷ ଜଙ୍ଗଲ ମଧ୍ୟରେ ଦେବୀଙ୍କ ସର୍ବ ପୁରାତନ ଆସ୍ଥାନ ରହିଛି। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଏହି ଅଞ୍ଚଳ ତଥା ଅନ୍ୟ ଜିଲ୍ଲା ମଧ୍ୟରୁ ତାଙ୍କର ମନସ୍କାମନା ପୂରଣ ପାଇଁ ଦେବୀଙ୍କ ପାଖରେ ଶରଣାର୍ଥୀ ହୋଇ ମାନସିକ କରିଥାନ୍ତି । ମନସ୍କାମନା ପୂର୍ଣ୍ଣ ହେଲେ ଏହି ଯାତ୍ରା ସମୟରେ ଶହ ଶହ ଭକ୍ତମାନସିକ ଧାରୀ ଆସି ବଳି ପୂଜା ଦେଇଥାନ୍ତି ଓ ମାଁ ଙ୍କୁ ସନ୍ତୁଷ୍ଟ କରିଥାନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦେଢ଼ ଶହ ରୁ ଉର୍ଦ୍ଧ ବୋଦା ବଳି , ପାରା, କୁକୁଡ଼ା ପୁଜା ସାଙ୍ଗକୁ ଗୋଟିଏ ପୋଡ଼ ବଳି ପଡ଼ିଥିଲା । ଏଠାରେ ଦୁଇ ଦିନ ଧରି ପୂଜାର୍ଚ୍ଚନା କରି ମାନସିକ ଧାରୀଙ୍କ ବଳି ପୂଜା କରାଯାଇଥାଏ ।

ଏହି ଡୋକରୀ ଦେବୀଙ୍କ ମୁଖ୍ୟ ପୂଜକ କର୍ଲାପାଟ ର ସୁଦର୍ଶନ ପୁଝାରୀ , ବିଘ୍ନେଶ୍ୱର ପୁଝାରୀ , ଚତୁର୍ଭୁଜ ପାତ୍ର ଥିବା ବେଳେ ସହଯୋଗୀ ଭାବେ ଗୁଣପୁର ର ଘେନୁ ପ୍ରଧାନୀ, କର୍ଲାପାଟ ର ସତ୍ୟ ନାରାୟଣ ବାଣୁଆ, ଆକାଶ ଦଣ୍ଡସେନା , କାର୍ତ୍ତିକ ନାୟକ, ଶରତ ଚନ୍ଦ୍ର ସିଂହ , ପେରମଞ୍ଜି ର ଶଶି ଶେଖର ସିଂହ , ପୁରୁଣାଗୁମା ର ଦଧିମନ୍ଥନ ସିଂହ,ମୋହନଗିରି ର ସାନ ମାଝୀ, ଚିନ୍ତାମଣି ନାଏକ, ଅଖିଳ ନାଏକ , ନାରନ ଗୌଡ ସହ ଗାଁ କମିଟି ସାମିଲ ରହିଥିଲେ। ଏବଂ ପ୍ରତିବର୍ଷ ମାଁ ଙ୍କ ନୃତ୍ୟ , ପୂଜା ବିଧି ରେ ପୂର୍ବ ପୁରୁଷନୁକ୍ରମେ ଏହି ମୋହନଗିରୀ ବାସୀ ଅଖିଳ ନାଏକ ଓ ତାଙ୍କ ମହୁରୀ, ନିଶାନ ବାଦ୍ୟ ଦଳ ମାଁ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆସି ବାଜା ବଜାଇ ଦେବୀଙ୍କୁ ଖୁସି କରାଇ ଥାନ୍ତି । ମୋହନଗିରୀ ଗ୍ରାମବାସୀ ଙ୍କ ସହଯୋଗ ରେ ଦେବୀଙ୍କ ଏକ ଗୃହ ନିର୍ମାଣ କରି ସେଠାରେ ପୂଜା କରାଯାଉଛି ହେଲେ ଦୁଃଖର ବିଷୟ ଏହା ଅଞ୍ଚଳର ପ୍ରସିଦ୍ଧ ପ୍ରତ୍ୟକ୍ଷ ମାଁ ଡୋକରୀ ଦେବୀ ଙ୍କ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ସମାଗମ ହୋଇ ଶହ ଶହ ବଳିପୂଜା ଦେଇ ଯାତ୍ରା ହେଉ ଥିଲେ ବି ପ୍ରଶାସନ ର ଦୃଷ୍ଟି ପଡୁନାହିଁ କି କୌଣସି ଅନୁଦାନ ଦେବାରେ ଚେଷ୍ଟା ମଧ୍ୟ କରି ନାହାନ୍ତି । ପ୍ରତି ସହରାଞ୍ଚଳରେ କି ରାସ୍ତା କଡ଼ ଗ୍ରାମମାନଙ୍କରେ ପ୍ରଶାସନ ତରଫରୁ ଲକ୍ଷ୍ୟ ଲକ୍ଷ ଟଙ୍କାର ଅନୁଦାନ ରେ ଦେବୀ ପୀଠ, ଠାକୁରାଣୀ ମନ୍ଦିର ତିଆରି ହେଉଅଛି । ସେଥିପାଇଁ ଡୋକରୀ ମାଁ ଙ୍କ ମନ୍ଦୀର ଓ ଭକ୍ତ ମାନଙ୍କ ପାଇଁ ବିଶ୍ରାମ କକ୍ଷ ତିଆରି କରିବା , ମନ୍ଦିର ପାଖରେ ପାଣିର ସୁବିଧା ପାଇଁ ଅନୁଦାନ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି। ତାହା କେବେ ସରକାରୀ ସହାୟତା ମିଳିବ ଦେଖିବାକୁ ବାକି ରହିଲା।

କେସିଙ୍ଗା ଜଗନ୍ନାଥ ପଡ଼ା ୪୫ତମ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭାବନିପାଟଣ।)- କେସିଙ୍ଗା ଜଗନ୍ନାଥ ପଡ଼ା  ଗଜଲକ୍ଷ୍ମୀ ପୂଜା ପାଇଁ ରବିବାର ଅପରାହ୍ନରେ ଆମ୍ବଜି ମନ୍ଦିର ଠାରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର ସଭାପତି ସୁଶାନ୍ତ ମହାପାତ୍ର ଉପ ସଭାପତି  ସମ୍ପାଦକ ସଂତୋଷ କୁମାର କୋଷଧକ୍ଷ ସଞ୍ଜୟ ମହାନ୍ତିଙ୍କ  ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶହ ଶହ ସଂଖ୍ୟାରେ ମାଁ ଓ ଭଉଣୀ ମାନେ ଏଥିରେ ଯୋଗ ଦେଇ ସ୍ଥାନୀୟ ଅମ୍ବାଜି ମନ୍ଦିର ରୁ ଜଳ ଆଣି ଲକ୍ଷ୍ମୀ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ କଳସ ସ୍ଥାପନ କରି ଥିଲେ।

ଏହି ପୂଜାରେ ବରିଷ୍ଟ ସହଯୋଗୀ ନଳୀନ ପଟ୍ଟନାୟକ ଓ ସହଧର୍ମିଣୀ କର୍ତ୍ତା ଭବରେ ପୂଜା ବିଧି କରିବେ। ପ୍ରତିବର୍ଷ ଭଳି ୧୦ ଦିନ ଧରି ପାଳନ ହେବ। ସମସ୍ତ ପ୍ରକାର ପ୍ରସ୍ତୁତି ଯଥା ତୋରଣ, ଆଲୋକ ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଳୁ ପୂଜା ଦିନକୁ ଅପେକ୍ଷା କରିଛନ୍ତି।