ଭିଜିଲାନ୍ସ ଜାଲରେ ବିଇଓ ଅଫିସର କନିଷ୍ଠ କିରାଣି ….!

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ମାଗୁଣୀ ନାୟକ ଙ୍କ  ରିପୋର୍ଟ  !!!

ଏଥର ସମ୍ଭାଳ (କାମାକ୍ଷାନଗର) – ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କନିଷ୍ଠ କିରାଣି। ତାଙ୍କ ନାଁ ଜୀବନାନନ୍ଦ ଶତପଥୀ। ସେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ୍‌ରେ କାର୍ଯ୍ୟ କରନ୍ତି। କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ସ୍ଥିତ ସିଦ୍ଧାଶ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକଙ୍କ ଠାରୁ ବିଦ୍ୟାଳୟର ଏରିଅର ବିଲ୍ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜୀବନାନନ୍ଦ। ସେ ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଗତ ମାସ ୬ ତାରିଖରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜଣେ ଶିକ୍ଷୟିତ୍ରୀଙ୍କର ମେଡିକାଲ ବିଲ୍‌ କରେଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ବିଇଓ ଅଫିସ୍‌ ଗୁଡ଼ିକରେ ଏଭଳି ଘଟଣା ଘଟୁଥିବା ବେଳେ ଶିକ୍ଷା ବିଭାଗ ଏହାକୁ ଗୁରୁତ୍ୱ ଦେଇ ଠୋସ୍ ବ୍ୟବସ୍ଥା କରିବା ଉଚିତ୍ ବୋଲି ଦାବି ହେଉଛି।

ସମିତି ସଭ୍ୟା ଭାବେ ନାମାଙ୍କନ ଦାଖଲ କଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ।

ଏଥର ସମ୍ଭାଳ ବ୍ୟୁରୋ (ଢେଙ୍କାନାଳ) –  ସମିତି ସଭ୍ୟା ଭାବ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ମନ୍ତ୍ରୀ। ୩ ଥର ବିଧାୟିକା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଳୀ ବେହେରା ଗତକାଲି ସମିତି ସଭ୍ୟା ଭାବେ ନାମାଙ୍କନ ଦାଖଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧରପ୍ରସାଦ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟା ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା । ଅଞ୍ଜଳୀ ପୂର୍ବରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟିକା ହେବା ପରେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବରେ ମନୋନୀତ ହୋଇଥିଲେ। ପରେ ଦଳ ବିରୋଧୀ କାର୍ଯ୍ୟପାଇଁ ଦଳରୁ ନିଲମ୍ବିତ ହୋଇଥିଲେ ଓ ଟିକେଟ୍ ମଧ୍ୟ ପାଇ ନ ଥିଲେ। ଗତ କିଛି ଦିନ ହେବ ଅଞ୍ଜଳୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଗତକାଲି ନାମାଙ୍କନ ଦାଖଲର ଶେଷ ଦିନରେ ସେ  ସମିତି ସଭ୍ୟା ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏନେଇ ଅଞ୍ଜଳୀ କହିଛନ୍ତି, ନିର୍ବାଚନ ଲଢ଼ିବାକୁ ପଡ଼ିବ । ତୃଣମୂଳ ସ୍ତରରେ ସଙ୍ଗଠନ କରିବାକୁ ହେଲେ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ । ଦଳ ପରିବର୍ତ୍ତନ ହେତୁ ୭ ବର୍ଷ ହେଲା ଲୋକଙ୍କଠାରୁ ଦୂରେଇ ଯାଇଥିଲି। ତେଣୁ ଲୋକଙ୍କ ନିକଟକୁ ଯିବାକୁ ହେଲେ ଏବେ ନିର୍ବାଚନ ଥିବାରୁ ନିର୍ବାଚନ ଲଢ଼ୁଛି।

 

ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ;ଅନ୍ଧାରରେ କୋଟପାଳ ଗ୍ରାମ ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋଟପାଳ ଗ୍ରାମରେ ପ୍ରାୟ ୬୦ରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି । ହେଲେ ଏବେ ବିନା କାରଣର ଗ୍ରାମରେ ଘଣ୍ଟା ଘଣ୍ଟାଧରି ଲାଇନ କାଟିଦିଆଯାଉଛି । ବର୍ଷା ଦିନ ହୋଇଥିବାରୁ ଗ୍ରାମଟି ଉଭୟ ପାଖରୁ ଦୁଇଟି ନଦୀ ଓ ନାଳ ମଧ୍ୟରେ ରହିଥିବାରୁ ପ୍ରାୟତଃ ଗ୍ରାମବାସୀମାନେ ଜଳବନ୍ଦି ଭାବରେ ଜୀବନ କରୁଥିବାବେଳେ ବିନା କାରଣରେ ଲାଇନ କାଟିବା ଯୋଗୁଁ ଲୋକମାନଙ୍କର ମୁଣ୍ଡବଥାର କାରଣ ପାଲଟିଛି।ଲାଇନମ୍ୟାନକୁ କିମ୍ଵା ଜେଇଙ୍କୁ ଫୋନ କଲେ ସେମାନେ ଶୁଣୁ ନାହିଁନ୍ତି । ଚାଷ ପାଇଁ ଗାଁରେ ଦୁଇ ୨ଟି ଏଲାଇପଏଣ୍ଟ ରହିଛି ହେଲେ ଲାଇନ ନରହୁ ଥିବା ଯୋଗଁ ତାହା କେଉଁ କାମରେ ଆସୁନାହିଁ । ଆଜି ଗ୍ରାମରୁ ସମସ୍ତ ବିଦ୍ୟୁତ ଉପଭୋକ୍ତାମାନେ ଇଲେକ୍ଟ୍ରି ଅଫିସ ଆସି ଗୁହାରି ଜଣାଇଛନ୍ତି । ଯଦି ଖୁବ୍ ଶିଘ୍ର ଏହାର ସ୍ଥାୟୀ ପ୍ରତିକାର କରାନଯାଏ ତେବେ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

୪ ଦିନ ସଟ ଡାଉନ ଢେଙ୍କାନାଳ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ପୌରାଞ୍ଚଳରେ ୪ଦିନ ପାଇଁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିଷ୍ପତି କ୍ରମେ ପୌରପାଳିକା ଅଧିକାରୀ ଅତନୁ ସାମନ୍ତ ସଟଡାଉନ ଘୋଷଣା କରିଛନ୍ତି।କରୋନା ସଂକ୍ରମଣକୁ ରୋକିବା ପାଇଁ ୨୭ ଏବଂ ୨୮ ତାରିଖ ଦୁଇ ଦିନ ସଟଡାଉନ ଘୋଷଣା ଏବଂ ସପ୍ତାହିକ ସଟଡାଉନ ଶନିବାର ଏବଂ ରବିବାର ପୂର୍ବପରି ବଳବତର ରହିଛି ବୋଲି ସେ କହିଛନ୍ତି । ସମୁଦାୟ ୪ ଦିନ ସଟଡାଉନ ହେଉଥିବାରୁ ଗତକାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସହରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକ ମାନଙ୍କୁ ସଚେତନ କରାଯାଇଥିଲା l ହେଲେ ହଠାତ୍ ସଟ ଡାଉନ ଯୋଗୁଁ ବ୍ୟବସାୟୀମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଚଢା ଦାମରେ ବିକ୍ରି କରିଥିଲେ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ସଟ୍ ଡାଉନର ପ୍ରଥମ ଦିନ । ସଂପୂର୍ଣ୍ଣ ପୌରାଞ୍ଚଳ ଶୁନ ସାନ ଦେଖିବାକୁ ମିଳିଥିଲା । କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବନ୍ଦ ରହିବା ସହିତ ସାରା ସହର ଜନଶୁନ୍ୟ ଦେଖିବାକୁ ମିଳିଥିଲା ।

ଢେଙ୍କାନାଳ ଧିରପାଟଣା ପଞ୍ଚାୟତ ଶରଧାପୂର ହରିଜନ ସାହି ର ଲୋକମାନେ କରେଣ୍ଟ ନପାଇ ହନ୍ତସନ୍ତ।

!!! ଢେଙ୍କାନାଳ ଜିଲ୍ଲା ରୁ ଢେଙ୍କାନାଳ ଟାଉନ ପ୍ରତିନିଧି ମାଗୁଣି ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ଧିରପାଟଣା ପଞ୍ଚାୟତ ଶରଧାପୂର ହରିଜନ ସାହି ର ଲୋକମାନେ ଆଜକୁଗତ ପଚାଶ ଷାଠିଏ ବର୍ଷ ହେଲା ଉକ୍ତ ଗାଁ ରେ ବାସ କରି ଆସୁଛନ୍ତି। ଚରି ବର୍ଷ ହେଲା ମଧ୍ୟ ୱାର୍କ ଅଡରପାଇଥି ମଧ୍ୟ ସେ ମାନେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ କରିପାରୁନାହାଁନ୍ତି। କାରଣ ସେମାନଙ୍କ ପାଖରେଜାଗା ପଟାନାହିଁ।ସେହିସାହିର ଅନ୍ୟ ଚାରିଜଣଙ୍କ ସରକାରଙ୍କ ତରଫରୁ ଜାଗାପଟା ପଟା ମିଳିଛି ଏବଂ ସେମାନେ ଏବଂ ସେମାନେ ଆବାସ ଘର କରିଛନ୍ତି। ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଏମାନଙ୍କ ପାଇଁ ସରକାରଙ୍କ ବୈମାତୄକ ମନୋଭାବ କାହିଁକି?ଏମାନେ ଜାଗା ପଟାପାଇବାପାଇଁ ସରପଞ୍ଚ, ବିଧାୟକ, ତହସିଲଦାର, ବି ଡି ଓ ,ଜିଲ୍ଲା ପାଳ,ସମସ୍ତକୁଂ ଅବଗତ କରାଇଥିଲେ ,ହେଲେ ଫଳ ଶୂନ, । ଯଦି ଏହାର ବିହିତ ବିଚାର କରିଜାଗାପଟା ନ ଦିଆଯାଏ, ତେବେ ଆଗାମୀ ଦିନ ରେ ଏମାନେ ରାଜ ରାସ୍ତା ରେ ଠିଆ ହେବା କୁ ବାଧ ହେବେ ବୋଲି ଚେତାବନୀ ଦେଇଛନ୍ତି।

ବନ୍ୟା ଜଳରେ ବୁଡ଼ି ରହିଛି ସମସ୍ତ ଘର ; ଜନ ଜୀବନ ବିପର୍ଯ୍ୟସ୍ତ..!

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଢେଙ୍କାନାଳ) – ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ପୋରୁହଖୋଜ ଗ୍ରାମପଞ୍ଚାୟତ ଅଧୀନରେ ଥିବା ୪ ନମ୍ବର ୱାର୍ଡର ସଡକ ସାହିରେ ବନ୍ୟା ଜଳରେ ବୁଡ଼ି ରହିଛି ସମସ୍ତ ଘର । ଏହା ଦ୍ଵାରା ଜନ ଜୀବନ ବିପର୍ଯ୍ୟସ୍ତ ହୋଇ ଯାଇଛି। PWD ଦ୍ଵାରା କରାଯାଇଥିବା ରାସ୍ତାରଉଚ୍ଚତା ଅନୁସାରେ ରାସ୍ତାର ଉଭୟ ପାର୍ଶ୍ବରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ସାହି ବସ୍ତିରେ ପାଣି ପଶୁଥିବାର ସ୍ଥାନୀଅ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ।
ସେପଟେ ପର୍ଜଙ୍ଗ ବ୍ଳକର ଦୃଶ୍ୟ ଦେଖିବାକୁ ଗଲେ ପାଟରପଦା ଗ୍ରାମପଞ୍ଚାୟତର ବଡ଼କମର ଗ୍ରାମର ପ୍ରାୟ ଶତାଧିକ ଗୋରୁ ପ୍ରତିଦିନ ବ୍ରାହ୍ମଣୀ ନଦି ପଠାକୁ ଚରିବା ପାଇଯାଆନ୍ତି । ହଠାତ ନଦୀରେ ପାଣିର ପରିମାଣ ବଢିଯିବାରୁ କିଛି ଗୋରୁକୁ ଗୋରୁଜଗୁଆଳୀ ନଦୀ ପାର କରିଥିବାବେଳେ ପ୍ରାୟ ୫୦ ରୁ ଉର୍ଦ୍ଧ ଗୋରୁ ସେଠାରେ ରାତି ତମାମ ଫଷି ରହିଥିବାର ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।ଖବର ପାଇ ପର୍ଜଙ୍ଗ ତହସିଲଦାର, ଅତିରିକ୍ତ ତହସିଲଦାର, ସ୍ଥାନୀୟ ଥାନା ଅଧିକାରୀ, ଅଗ୍ନିଶ୍ରମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୋରୁମାନଙ୍କୁ ଉଦ୍ଧାର ପାଇଁ ଶତଚେଷ୍ଟା କରିଥିଲେ। ହେଲେ ରାତି ଯୋଗଁ ଗୋରୁମାନେ ସେଠାରୁ ଆସିନଥିଲେ । ।ସକାଳୁ ଗୋରୁମାନକୁ ଉଦ୍ଧାର କାର୍ଯ୍ୟା କରାଯାଇଛି ।

ଢେଙ୍କାନାଳରେ ଡାକ୍ତରଙ୍କ ଅବହେଳାରୁ ପୁଣି ଏକ ନବଜାତକର ମୃତ୍ୟୁ ଅଭିଯୋଗ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳରେ ଡାକ୍ତରଙ୍କ ଅବହେଳାରୁ ପୁଣି ଏକ ନବଜାତକର ମୃତ୍ୟୁ ଅଭିଯୋଗ। ଜିଲ୍ଲାର ଗଁନ୍ଦିଆ ଥାନା ଅନ୍ତର୍ଗତ କାବେରା ଗ୍ରାମର ପ୍ରଶାନ୍ତ ଦେହୁରୀ ନିଜର ଗର୍ଭବତୀ ସ୍ତ୍ରୀଙ୍କୁ ଶୁକ୍ରବାର ପ୍ରସବ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ। କଟକ ଯିବା ପାଇଁ ଚାଲି ଚାଲି ଯାଉଥିବା ବେଳେ ମେଡିକାଲର ତଳ ଫ୍ଲୋରରେ ତାଙ୍କର ପିଲା ଜନ୍ମ ହୋଇ ତଳେ ପଡିଯାଇଥିଲା। ଫଳରେ ନବଜାତକଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ୧୦ ବର୍ଷ ପରେ ସୁଶାନ୍ତଙ୍କ ପତ୍ନୀ ଗର୍ଭବତୀ ହୋଇଥିବା ସତ୍ତ୍ୱେ ଆଶାଙ୍କ ପରାମର୍ଶ କ୍ରମେ କୌଣସି ଚିକିତ୍ସା କରାଉନଥିଲେ ବୋଲି ସିଡିଏମଓ କହିଛନ୍ତି। ତଥାପି ବି ଚିକିତ୍ସାଳୟ ପକ୍ଷରୁ କେଉଁଠି ନା କେଉଁଠି ତ୍ରୁଟି ରହିଛି ବୋଲି ସ୍ଵୀକାର ମଧ୍ୟ କରିଛନ୍ତି।

୫୫ ନମ୍ବର ଜାତୀୟ ରାଜପଥ ରସାସିଙ୍ଗ ନିକଟରେ ଏକ ଚାଳିଶି ଟିକିଆ ହାତିପଲ ର ରାସ୍ତାପାର।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ୫୫ ନମ୍ବର ଜାତୀୟ ରାଜପଥ ରସାସିଙ୍ଗ ନିକଟରେ ଏକ ଚାଳିଶି ଟିକିଆ ହାତିପଲ ପାର ହେଉଥିବାର ଦେଖିବାକୁ ମିଳିଛି।ଗତକାଲି ରାତିରେ ଏହି ହାତିପଲ ମଠରଗଡି ଜଙ୍ଗଲରୁ ବାହାରି ସଦର ରେଞ୍ଜ ର ରସାସିଙ୍ଗ ପଶାସିଙ୍ଗ ଗଇଲୋ ଅଞ୍ଚଳରେ କିଛି ଘଣ୍ଟା ରହିବା ପରେ ପୁଣି ଜାତୀୟ ରାଜପଥ ପାର ହୋଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଛନ୍ତି।ପାର ହେବା ସମୟରେ କିଛି ସମୟ ଧରି ଗାଡି ଚଳାଚଳ ଢେଙ୍କାନାଳ ଅନୁଗୁଳ ସମ୍ବଲପୁର ଜାତୀୟ ରାଜପଥ ଅଟକି ରହିଥିଲା।

ପେଟ୍ରୋଲ ଏବଂ ଡିଜେଲ ଦର ଵୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ବିଦ୍ରୋହ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – କେନ୍ଦ୍ର ସରକାର କରୋନା ମହାମାରୀ ନାମରେ ତୈଳ ଦର ଅହେତୁକ ଭାବରେ ବଢ଼ାଇ ଚାଲିଛନ୍ତି। ବିଗତ ୨୨ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୧୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ଆଜି ୮୦ ଟଙ୍କା ପାର ହୋଇଛି। ଏହାର ପ୍ରତିବାଦରେ ଢେଙ୍କାନାଳ ଆମ ଆଦମୀ ପାର୍ଟି ତୈଳ ଦର ବୃଦ୍ଧିର ତୀବ୍ର ନିନ୍ଦା କରୁଛି। କରୋନା ନାମରେ ଜନସାଧାରଣଙ୍କୁ ଲୁଟିବା ବିରୁଦ୍ଧରେ ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରିଛି। ଏବଂ ବର୍ଦ୍ଧିତ ତୈଳ ଦରକୁ ହ୍ରାସ କରିବା ପାଇଁ ଦାବି କରୁଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ।

ବିମାନ ଦୁଘଟଣା ୨ ମୃତ।

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ କଙ୍କଡାହାଡ ବ୍ଳକ ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ ଟ୍ରେନି ଚାଲିଥିବା ସମୟରେ ବିମାନ ଦୂର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ଉଡାଣ ଭରିବା ବେଳେ ଖସି ପଡିବାରୁଜଣେ ଟ୍ରେନର ଛାତ୍ରୀ ଓ ଅନ୍ୟ ଜଣେ ପ୍ରଶିକ୍ଷକ ମୃତ୍ୟୁ ହୋଇଥିବାର ଜଣା ପଡିଛି। ସେମାନେ ହେଲେ ତାମିଲନାଡୁର ଅନିଷା ଫାତିମା ଓ ବିହାରର ସଂଜୟ ଝା। ଦୁଘଟଣା ପରେ ସେମାନଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଡାକ୍ତର ମୃତ ଘୋଷଣା କରିଥିଲେ ।