କାଳିଆ ପାଇଁ ଠେଲା ପେଲା !

ଏଥର ସମ୍ଭାଳ ବ୍ୟୁରୋ (ନୟାଗଡ଼) – ଚାଷୀ ମାନଙ୍କୁ ଆର୍ଥିକ  ସହାୟତା ଯୋଗେଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ସେଥିମଧ୍ୟରୁ ନୟାଗଡ ଜିଲ୍ଲା ର ୬୫ ହଜାର ୯୧୯ ଚାଷୀ ଙ୍କୁ ପ୍ରାରମ୍ଭିକ ଭାବରେ ଏହି ଯୋଜନା ରେ ଅନ୍ତର୍ଭୁକ୍ତ କରା ଯାଇଥିବା ବେଳେ ବାଦ ପଡିଥିବା ଅନ୍ୟ ଚାଷୀ ମାନେ ୧୦ ତାରିଖ ସୁଦ୍ଧା ପଂଚାୟତ ଅଫିସରେ ଉପଲବ୍ଧ ଗ୍ରୀନ ଫର୍ମରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।    ନୟାଗଡ ଜିଲ୍ଲାର  ଅନେକ ପଂଚାୟତରେ ଏହାର ଅବ୍ୟବସ୍ଥା ଦେଖାଯାଇଥିବା ଅଭିଯୋଗ ହେଉଛି । ଫର୍ମ ଖଣ୍ଡିଏ ପାଇଁ ଚାଷୀ ଙ୍କ ମଧ୍ୟରେ ହେଉଥିବା ଠେଲା ପେଲା ଦେଖିଲେ ମାନେ ହେଉଛି ସତେ ଯେମିତି କାଳିଆ ଙ୍କ ପାଇଁ ଏଠି ଠେଲା ପେଲା । ସରକାର କେବେ ଏହି ଠେଲା ପେଲା କୁ ହଟାଇବେ ଦେଖିବାକୁ ରହିଲା ।

ଦିବ୍ୟାଙ୍ଗ ଙ୍କ ପାଇଁ ଅର୍ଥ ସାଜୁଛି ବାଧକ !

ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ । 

ବରୀ ବ୍ଲକ ବୋଦୁଅ ପଞ୍ଚାୟତ ର କନ୍ତିଆ ଗ୍ରାମ ର ୧୦ ନମ୍ବର ୱାର୍ଡ ରେ ଲକ୍ଷ୍ମୀଧର ଜେନା ଙ୍କ ଝିଅ ସୁନିତା ଜେନା (୧୪) ଓ ୨ ପୁଅ ଙ୍କୁ ନେଇ ତାଙ୍କ ପରିବାର । ଲକ୍ଷ୍ମୀଧର ଗାଁ ରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି । ଲକ୍ଷ୍ମୀଧର ଙ୍କ ଝିଅ ସୁନିତା ର ଡାହାଣ ଆଖି ପିଲା ଦିନୁ ଦେଖା ଯାଉନଥିବା ବେଳେ କେବଳ ବାମ ଆଖି ତା ନିତ୍ୟ କର୍ମ ର ସାହା ଭରସା । କିଛି ଦିନ ହେବ ଏହି ବାମ ଆଖି ରେ ଦେଖିବା କମଜୋର ହୋଇ ପଡିଥିବା ପରିବାର ଲୋକ କୁହନ୍ତି । ଚିକିତ୍ସା ପାଇଁ ସାହି ପଡିସା ଙ୍କ ସହଯୋଗ ରେ କଟକ ବଡ ମେଡିକାଲ ପର୍ଯ୍ୟନ୍ତ ଯାଇଥିବା ସତ୍ୱେ କିଛି ସୁଫଳ ହୋଇନଥିବା ଏବଂ ଏହାର ଅପରେସନ ନିମନ୍ତେ ଅଧିକ ଅର୍ଥ ଆବଶ୍ୟକତା ହେଉଥିବା ପରିବାର ପକ୍ଷରୁ ସୂଚନା ଦେଇଛନ୍ତି । ଦିବ୍ୟାଙ୍ଗ ଙ୍କ ପାଇଁ ସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଥିବା କୁହାଯାଉଥିବା ବେଳେ ଏଥିରୁ ସୁନିତା ବାଦ ପଡିଛନ୍ତି ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦ୍ରୁଷ୍ଟି ଦେଲେ ଲକ୍ଷ୍ମୀଧର ଙ୍କ ପରିବାର ଉପକୃତ ହୋଇପାରନ୍ତେ । ସହଯୋଗ ର ହାତ ବଢାଇବା ପାଇଁ ପରିବାର ଅନୁରୋଧ କରିଛନ୍ତି ।

ବରୀ ଠାରେ ବିଜେପି ର ଜନ ସମ୍ପର୍କ ପଦଯାତ୍ରା ।

ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ । 

ତା ୦୮.୦୧.୨୦୧୯ ରିଖ ଦିନ ଦିବା ୧୦ ଘଟିକା ସମୟରେ ବରୀ ଗ୍ରାମ ପଞ୍ଚାଯତ ର ଯଜ୍ଞ ମଣ୍ଡପ ଠାରୁ ବିଜେପି ର ଆଶାୟୀ ପ୍ରାର୍ଥୀ ଶ୍ରୀ ବିଶ୍ଵ ରଞ୍ଜନ ମଲ୍ଲିକ ଘର , ଘର ବୁଲି ଜନ ସମ୍ପର୍କର ପଦ ଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ରେ ସେ ରାଜ୍ୟ ସରକାର ଙ୍କ ୧୯ ବର୍ଷ ର ଶାସନ କାଳ ରେ ବିଫଳତା ଲୋକଙ୍କ ଆଗରେ ବଖାଣୂ ଥିଲେ । ଏହି ପଦଯାତ୍ରା ରେ ଯାଜପୁର ଜିଲ୍ଲା ର କିଛି ବଳିଷ୍ଟ ପୁରୁଖା ନେତା ଙ୍କୁ ଦେଖିବାକୁ ମିଲଥିଲା । ଯେଉଁ ମାନେ କି ବିଜେଡି ଓ କଂଗ୍ରେସ ଛାଡି ବିଜେପି ର ପଦଯାତ୍ରା ରେ ସାମିଲ ହୋଇଥିଲେ । ଶ୍ରୀ ବିଶ୍ଵ ରଞ୍ଜନ ଲୋକେ କହୁଥିବା କୋହ ଭରା କଥା କୁ ଶୁଣି ସେମାନଙ୍କୁ ସାନ୍ତ୍ଵନା ଓ ପ୍ରତିଶ୍ରୁତି ଦେବା ସହ ସେମାନ ଙ୍କ ଆଶ୍ରିବାଦ କାମନା କରୁଥିଲେ । ଏହି ପଦଯାତ୍ରା ରେ ବରୀ ବ୍ଲକ ଅଧକ୍ଷ୍ୟା ସୁନନ୍ଦା ଦାସ , ଗମୁଁ ସରପଞ୍ଚ ଯୋତ୍ସ୍ନା ରାନୀ ଶେଠୀ , ସମିତି ସଭ୍ୟ ଅଙ୍କୁର ମଲ୍ଲିକ ଏବଂ ସୁବୋଧ ଜେନା , ଦେବୁଲି ଦାଶ , ଦିଲ୍ଲୀପ ମହାନ୍ତି , ରବି ଧଳ , ଆରିଆ ସାମଲ ଓ ଅଲ୍ଲିପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ବିରେନ୍ଦ୍ର ମିଶ୍ର ପଦ ଯାତ୍ରା ରେ ସାମିଲ ହେବା ସହ ହଜାର ହଜାର ସମର୍ଥକ ବିଜେପି ଓ ବିଶ୍ଵ ବାବୁ ଙ୍କ ନାରା ବାଜି ଦେଇ ସହର ପରିକ୍ରମା କରିଥିଲେ ।

ଦୁଇ ଶହ ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅଲଓଡିଶା ଅଙ୍ଗନଵାଡି ଲେଡିସ୍‍ ୱାର୍କରସଁ  ଆସୋସିଏସନ, ଗଜପତି ଜିଲ୍ଲା ଶାଖା ପକ୍ଷରୁ  ବିଭିନ୍ନ ମୌଳିକ ଦାବୀ ଗୁଡିକ ନେଇ   ଜିଲ୍ଲାପାଳଙ୍କ କାର୍ଯ୍ୟାଳ ଘେରାଉ କରିବା ସହ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ ।

ଜିଲ୍ଲା ଶାଖାର ସଭାନେତ୍ରୀ ପୁଷ୍ପାଞ୍ଜଳୀ ପଣ୍ଡା, ସମ୍ପାଦିକା ଅଞ୍ଜଳୀ ନାୟକ ଏବଂ କୋଷାଧ୍ୟକ୍ଷ ଅଜନ୍ତୀ ନାୟକଙ୍କ ନେତୃତ୍ୱରେ ୫୦୦ରୁ ଉର୍ଧ୍ଵ  ଅଙ୍ଗନଵାଡି କର୍ମୀ ଓ ସହାୟିକା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ବିକ୍ଷୋଭ ଶୋଭଯାତ୍ରାରେ ବାହାରି ବିଭିନ୍ନ ମୌଳିକ ଦାବୀ ଗୁଡିକ ଉପରେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି କାର୍ଯ୍ୟାଳଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସଂଘର ଦାବୀ ଗୁଡିକ ଦୋହରାଇ ସଭାନେତ୍ରୀ ପୁଷ୍ପାଞ୍ଜଳୀ ପଣ୍ଡା ଏବଂ ସମ୍ପାଦିକା ଅଞ୍ଜଳୀ ନାୟକ କହିଥିଲେ ଯେ ଆମର ଦୀର୍ଘ ବର୍ଷର ଦାବୀ ଗୁଡିକ ରାଜ୍ୟ ସରକାରଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ସରକାର ଦାବୀ ପୁରଣ କରିବା ଦିଗରେ ଟାଳଟୁଳ ନୀତି ପ୍ରଦର୍ଶନ କରିଆସୁଛନ୍ତି । ଏହାର ପ୍ରତିବାଦରେ ଗତ ୨୬.୧୧.୨୦୧୮ର ତାରିଖ ଠାରୁ ଅଙ୍ଗନଵାଡି କର୍ମଚାରୀ ମାନେ ଗଣଧାରଣାରେ ବସି ରହିଛନ୍ତି ।

ଆମର ଦାବୀ ଗୁଡିକ ମଧ୍ୟରେ ମୁଖ୍ୟ ଦାବୀ ଗୁଡିକ ହେଲା ଅଙ୍ଗନଵାଡି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ନଚେତ ସର୍ବନିମ୍ନ ମାସିକ ବେତନ ୧୮ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରିବା, ସୁପରଭାଇଜର ପଦବୀକୁ କେବଳ ଅଙ୍ଗନଵାଡି କର୍ମୀମାନଙ୍କୁ ପଦୋନ୍ନତି ଦେବା, ମିନିଅଙ୍ଗନଵାଡି କର୍ମୀଙ୍କୁ ଅଙ୍ଗନଵାଡି କର୍ମୀର ମାନ୍ୟତା ଦେବା, ନୂତନ ଖାଦ୍ୟ ତାଲିକାର ମୁଲ୍ୟ ବୃଦ୍ଧି କରିବା, ସହରାଞ୍ଚଳରେ  ଟିଏ/ଡିଏ ଲାଗୁ କରିବା ସହ ଘରଭଡା ପ୍ରତ୍ୟେକ ମାସରେ ପ୍ରଦାନ କରିବା , ଗ୍ରୀଷ୍ମ ଦୀନରେ ୧ମାସ ଗ୍ରୀଷ୍ମଛୁଟି ଦିଆଯିବା, ଅଙ୍ଗନଵାଡି କର୍ମୀ ଓ ସହାୟିକାମାନଙ୍କୁୁ ୬୦ ବର୍ଷ ପରିବର୍ତ୍ତେ ୬୫ ବର୍ଷ ବୟସରେ କାର୍ଯ୍ୟ ରହିତ କରାଯିବ । ଅବସର ସମୟରେ ୨ଲକ୍ଷ ଟଙ୍କା ଗ୍ରାଚ୍ୟୁଟି ପ୍ରଦାନ କରିବା, ଅବସର କାଳୀନ ଭତ୍ତା ୩ ହଜାର ଟଙ୍କା ପ୍ରଦାନ କରାଯିବା ଓଡିଶାରେ ବୟନ ଶିଳ୍ପର ବିକାଶ ପାଇଁ ସମସ୍ତ ଅଙ୍ଗନଵାଡି ଓ ମିନି ଅଙ୍ଗନଵାଡି କର୍ମୀଙ୍କ ସମେତ ସହାୟିକା ମାନଙ୍କୁ ଓଡିଶା ନିର୍ମିତ ସମ୍ୱଲପୁରୀ ଶାଢୀ ପ୍ରଦାନ କରାଯାଉ । କାର୍ଯ୍ୟରତ ଥିବା ବେଳେ ଦୁର୍ଘଟଣା ଜନୀତ ମୃତ୍ୟୁ  ବରଣ କଲେ ୫ଲକ୍ଷ ଏବଂ ସାଧାରଣ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବା ପ୍ରଭୃତି ଆହୁରି ଅନେକ ମୌଳିକ ଦାବୀ ଗୁଡିକ ରହିଛି କହିଥିଲେ ।

ଏହି ସବୁ ଦାବୀ ଗୁଡିକ ଉପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ଜିଲ୍ଲା ସଂଘ ପକ୍ଷରୁ ।

 

ପ୍ରଶାସନର କଟକଣା ସତ୍ୱେ ଶହ ଶହ ସଂଖ୍ୟାରେ ଦିଆଗଲା ପଶୁବଳି , ପୁଣି ରକ୍ତରଂଜିତ ହେଲା ବଲାଙ୍ଗୀରର ଶୂଳିଆ ପୀଠ !

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗିର) – ଆଜି ପୁଣି ରକ୍ତରଂଜିତ ହେଲା ବଲାଙ୍ଗୀରର ଶୂଳିଆ ପୀଠ  । ପୁଣି ପଡିଲା ଶହ ଶହ ନୀରିହ ପଶୁଙ୍କ ବଳି । ଜିଲ୍ଲା ପ୍ରଶାସନ, ଶୂଳିଆ ସଂସ୍କାର ମଂଚ ତଥା ବଳି ବିପକ୍ଷବାଦୀଙ୍କ ସବୁ ପ୍ରଚେଷ୍ଟା ପୁଣି ଫେଲ ମାରିଛି । ପୂର୍ବ ବର୍ଷ ଭଳି ଆଜି ବି ଶୁଳିଆ ପୀଠରେ ବଳି ପଡିଛି ।  ପ୍ରଶାସନର କଟକଣା ସତ୍ୱେ ଶହ ଶହ ସଂଖ୍ୟାରେ ଦିଆଗଲା ପଶୁବଳି  । ପୁଲିସ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ମଧ୍ୟରେ ପଶୁବଳି ଦେଇ ପୂଜା କଲେ ମାନସିକଧାରୀ  । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶୂଳିଆ ଯାତ୍ରାକୁ ଦୁରଦୁରାନ୍ତରୁ ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାଳୁ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆସିଥିଲେ  । ଆଉ ପଶୁବଳି ଦେଇ ମାନସିକଧାରୀ ପୂଜାର୍ଚ୍ଚନା କରିଛନ୍ତି  । ପ୍ରତିବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ଶୂଳିଆ ପୀଠରେ ପଶୁପକ୍ଷୀଙ୍କୁ ବଳି ପକାଯାଇଥାଏ  । ଏହି ପ୍ରଥାକୁ ବନ୍ଦ କରିବାକୁ ଅତୀତରେ ଅନେକ ଥର ଉଦ୍ୟମ ହୋଇଛି  । ଏପରିକି ଶୂଳିଆ ପୀଠର ନିର୍ଦ୍ଦିଷ୍ଟ ଅଂଚଳରେ ପ୍ରଶାସନ ଅତୀତରେ କଟକଣା ମଧ୍ୟ ଲାଗୁ କରିଥିଲା  । କିନ୍ତୁ ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ବଲାଙ୍ଗୀରର ଶୂଳିଆ ପୀଠ ନିରୀହ ପଶୁପକ୍ଷୀଙ୍କ ରକ୍ତରେ ଓଦା ହୋଇଛି  ।

୨ ଦିନିଆ ଭାରତ ବନ୍ଦ ଡାକରା । ସ୍କୁଲ, କଲେଜ ସମେତ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ଆଜିଠାରୁ ଦେଶ ବ୍ୟାପୀ ଦୁଇ ଦିନିଆ ଧର୍ମଘଟ ହେବାକୁ ଯାଉଛି। ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍, ସ୍ବାଧୀନ ଫେଡେରେସନ୍ ଓ ଆସୋସିଏସନ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଦ୍ବାରା ଦିଆଯାଇଥିବା ଏହି ୪୮ ଘଣ୍ଟିଆ ଧର୍ମଘଟ ଡାକରାକୁ ବିଜେପିକୁ ଛାଡି ଅନ୍ୟ ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି। ଏପରିକି କଂଗ୍ରେସ ଓ ବିଜେଡି ଶ୍ରମିକ ସାମ୍ମୁଖ୍ୟ ମଧ୍ୟ ଏହି ହରତାଳକୁ ସମର୍ଥନ ଦେବାନେଇ ପୂର୍ବରୁ ଘୋଷଣା କରିଛି ।  ତେବେ ଏହି ହରତାଳରେ ଭାରତ ମଜଦୁର ସଂଘ ବା ବିଏମ୍ଏସ୍ ସାମିଲହେବ ନାହିଁ । ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ  ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ତେବେ ୯ ତାରିଖରେ ସ୍କୁଲଗୁଡ଼ିକ ବନ୍ଦ ରହିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି। ସେହିପରି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ୮ ତାରିଖ ପାଇଁ ବନ୍ଦ ରହିବ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଦୁଇ ଦିନ ପାଇଁ ବନ୍ଦ ରହିବ। ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ଅଧୀନ ବିଦ୍ୟାଳୟଗୁଡ଼ିକୁ ନେଇ ଗଠିତ ସହୋଦୟ ମଣ୍ଡଳ ଭୁବନେଶ୍ବର ଚାପ୍ଟରର ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରିବୋର୍ଡ ପରୀକ୍ଷାକୁ ମଧ୍ୟ ବାତିଲ୍ କରାଯାଇଛି। ୮ ତାରିଖରେ ହେବାକୁ ଥିବା ଉକ୍ତ ଦୁଇ ଶ୍ରେଣୀର ପରୀକ୍ଷାକୁ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।ଏ ନେଇ ସମସ୍ତ ବିଦ୍ୟାଳୟକୁ ଅବଗତ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ବରରେ ଥିବା ଡିଏଭି ସ୍କୁଲଗୁଡ଼ିକର କ୍ଲାସ ପରୀକ୍ଷା ବାତିଲ୍ ହୋଇଛି। ୩ୟରୁ ୮ମ ଶ୍ରେଣୀ , ନବମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବାତିଲ୍ ହୋଇଛି। ବାଣୀବିହାର ଡିଡିସିଇର ପିଜି ପରୀକ୍ଷା ଓ ବିଶ୍ବବିଦ୍ୟାଳୟ ଅଧୀନ ଲ’ କଲେଜଗୁଡିକରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ବାତିଲ କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ସୂଚନା ଦେଇଛନ୍ତି। ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସ˚ଘ(ଓଷ୍ଟା)। ଓଷ୍ଟା ପ୍ରତ୍ୟକ୍ଷ ଭାବେ ଏହି ଧର୍ମଘଟରେ ସାମିଲ ହେବ ବୋଲି ଏହାର ସାଧାରଣ ସ˚ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି। ଭୁବନେଶ୍ବରରେ ୨୦ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ଧର୍ମଘଟକୁ ଓହ୍ଲାଇବାକୁ ଯାଉଥିବା କୁହାଯାଉଛି। ସଚିବାଳୟରେ ସକାଳ ୧୦ଟା ୧୫ ପୂର୍ବରୁ ସମସ୍ତ କର୍ମଚାରୀ ପହଞ୍ଚିବା ଲାଗି ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା କହିଛନ୍ତି।

ପିପିଲି ପ୍ରସଙ୍ଗକୁ ନେଇ ହଟଚମଟ, ହେଲେ ଇତିଶ୍ରୀ ବେଳେ ଚୁପ୍ କାହିଁକି ?

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡା) – ପିପିଲି ପୀଡିତା ଘଟଣାରେ ବିବାଦୀୟ ବୟାନ ଦେଇ ମନ୍ତ୍ରୀପଦ ହରାଇଛନ୍ତି ପ୍ରଦୀପ ମହାରଥୀ । ଆଉ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ସରକାରଙ୍କ ଉପରେ ଅଧିକ ଚାପ ପକାଇଥିଲା ବିଜେପି । ଗୋଟିଏ ପଟେ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ପିପିଲି ପୀଡିତା ଘଟଣାରେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ହଲାପଟା କରୁଥିବା ବେଳେ ଅନ୍ୟପଟେ ଗତକାଲି ବାରିପଦା ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିପିଲି ପୀଡିତାଙ୍କୁ ନ୍ୟାୟ ନ ମିଳିବା କଥା ଉଠାଇ ପରୋକ୍ଷରେ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଥିଲେ । ମୋଦିଙ୍କ ପ୍ରତ୍ୟାବର୍ତନ ପରେ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇବା ଆରମ୍ଭ ହୋଇଥିଲା କାଉଣ୍ଟଡାଉନ । ଆଉ ବିବାଦୀୟ ବୟାନ ପାଇଁ ଆଜି ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟିବାକୁ ପଡିଲା ।

ପିପିଲି ପୀଡିତାଙ୍କ ପାଇଁ ବିଜେପିର ଏହି ପ୍ରୟାସ ବେଶ ପ୍ରଂଶସାଯୋଗ୍ୟ । କିନ୍ତୁ ଯେତେବେଳେ ମହିଳାଙ୍କ ସୁରକ୍ଷା କଥା ଉଠାଇ ବିଜେପି ରାଜରାସ୍ତାକୁ ଓହ୍ଲାଉଛି ସେତେବେଳେ ସମୟ ବିତିବା ସହ ଟିକିରିର ଇତିଶ୍ରୀଙ୍କ କଥା ବିଜେପି ଭୁଲିଯାଇଛି କି ବୋଲି ପ୍ରଶ୍ନ ଉଠୁଛି । ପିପିଲି ପୀଡିତାଙ୍କ ଭଳି ଇତିଶ୍ରୀଙ୍କ ଘଟଣା ମଧ୍ୟ ରାଜ୍ୟ ରାଜନୀତିରେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା । ଏହି ଦୁଇ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ସ୍ୱର ଉତ୍ତୋଳନ କରି ସରକାରଙ୍କୁ ପୂର୍ବରୁ ଅଡୁଆରେ ପକାଇଛି । କିନ୍ତୁ ଏବେ ପିପିଲି ପୀଡିତାଙ୍କ ପାଇଁ ବିଜେପି ଯେଉଁଭଳି ରାଜ୍ୟ ସରକାରଙ୍କୁ ଆଟାକ କରୁଛି ସେହିଭଳି ତତ୍ପରତା ଇତିଶ୍ରୀଙ୍କ ପାଇଁ କାହିଁକି ଦେଖାଉନାହିଁ । ସିବିଆଇ କ୍ଲୋଜର ରିପୋର୍ଟ ଦେବା ପରେ ସୁପ୍ରିମକୋର୍ଟ ଇତିଶ୍ରୀ ମାମଲାକୁ ବନ୍ଦ କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ କଣ ସତରେ ଇତିଶ୍ରୀକୁ ନ୍ୟାୟ ମିଳିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଇତିଶ୍ରୀ ମୃତ୍ୟୁକୁ ନେଇ ବିଜେପି ପୂର୍ବରୁ ବିଜେଡିରେ ଥିବା ଜୟରାମ ପାଙ୍ଗୀଙ୍କୁ ଟାର୍ଗେଟ କରି ଆସୁଥିଲା । ଯାହାଙ୍କୁ ବିରୋଧ କରି ରାଜ୍ୟପାଳଙ୍କ ନିକଟରେ ବିଜେପି ଫେରାଦ ହୋଇଥିଲା । ସେହି ବ୍ୟକ୍ତିଙ୍କୁ ସମୟ ବିତିବା ସହ ବିଜେପି ନିଜ ଦଳକୁ କୋଳେଇ ନେଇଥିଲା । ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ହତ୍ୟା ଘଟଣାରେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀକୁ ବିରୋଧ କରି କାଠଗଡାରେ ଠିଆ କରାଇଥିଲା ବିଜେପି । କିନ୍ତୁ ଏବେ ତାଙ୍କୁ ପାଛୋଟି ନେଇଛି ନିଜ ଦଳକୁ । ସମୟଚକ୍ରରେ ଶତ୍ରୁ ବନିଯାଇଛି ମିତ୍ର । ସମୟ ସହ ବଦଳିଯାଇଛି ଚରିତ୍ରର ଚିତ୍ର । କିନ୍ତୁ ଏହି ରାଜନୈତିକ ମିତ୍ରତା ଭିତରେ କଣ ବିଜେପି ଭୁଲିଯାଇଛି ଇତିଶ୍ରୀଙ୍କ କଥା । ୨୦୧୩ ମସିହାରେ ଟିକିରିର ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନରେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲା ବିଜେପି । ରାଜ୍ୟ ସରକାରଙ୍କୁ ବରଖାସ୍ତ କରିବା ସହ ସିବିଆଇ ତଦନ୍ତ ଦାବି କରିଥିଲା ଦଳ । ଏବେ ବିଜେଡିରୁ ବିଦା ହୋଇଥିବା ସେହି ନେତାକୁ ଆପଣେଇ ନେଇଛି ବିଜେପି । ଏହା ସହ ବଦଳିଛି ଦଳର ଆଭିମୁଖ୍ୟ । ଆଜି ଯିଏ ଶତ୍ରୁ, କାଲି ସେ ମିତ୍ର । ଏହା ରାଜନୀତିର ଏକ ମହାମନ୍ତ୍ରା ଏହା ପୁଣି ପ୍ରମାଣିତ ହୋଇଛି ।ଆଉ ଏସବୁ ଭିତରେ ବିଜେପି ପିପିଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ଦଳୀୟ ବନ୍ଧୁଙ୍କ ପାଇଁ ଇତିଶ୍ରୀଙ୍କୁ ଭୁଲି ଯାଇନି ତ ତାହା ଏବେ ସବୁଠୁ ପ୍ରଶ୍ନ ଭାବେ ଉଭା ହୋଇଛି ।

ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଇବାର ନିଷ୍ପତ୍ତି ରଦ୍ଦ ; ମୋଦି ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ଦେଶର ଚାଲିଥିବା ସିବିଆଇକୁ ନେଇ ଅନେକ ସମୟ ଧରି ବିବାଦ ଚାଲିଥିଲା । ଆଉ ଏନେି ଆଜି ଶୁଣାଶିକରିଛନ୍ତି ସୁପ୍ରିେକୋର୍ଟ । ସିଭିସି ନିଷ୍ପତିକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ । ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଏହି ନିଷ୍ପତିରୁ ସ୍ପଷ୍ଟ ହୋଇଯାଇଛି ଆଲୋକ ବର୍ମା ହିଁ ସିବିଆଇ ମୁଖ୍ୟ ରହିବେ । ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କ ମାମଲାରେ ସୁପ୍ରିମ୍ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ୍ କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁଣି ଥରେ ନିର୍ଦ୍ଦେଶକ ଭାବେ ପୂନଃଅବସ୍ଥାପିତ କରିବାକୁ ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ହୋଇଛି । ନିଷ୍ପତ୍ତି ଶୁଣାଇ କୋର୍ଟ କହିଛନ୍ତି, ନିୟମ ଅନୁସାରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବାର କୌଣସି ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ନାହିଁ । କେବଳ ଉଚ୍ଚସ୍ତରୀୟ କମିଟି ପାଖରେ ଏହି ଅଧିକାର ରହିଛି । ଉଚ୍ଚସ୍ତରୀୟ କମିଟିରେ ରହିବେ ପ୍ରଧାନମନ୍ତ୍ରୀ, ସିଜେଆଇ ଲୋକସଭା ବିରୋଧୀ ଦଳ ନେତା । ସୁପ୍ରିମକୋର୍ଟ କହିଛନ୍ତି ଉଚ୍ଚସ୍ତରୀୟ କମିଟି ହାତରେ ଅଛି ମାତ୍ର ଏକ ସପ୍ତାହ । ସେହି ସମୟ ଭିତରେ ହିଁ ନିଷ୍ପତ୍ତି ନେବା ଦରକାର । ତେବେ ଇତି ମଧ୍ୟରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ଆଲୋକ ବର୍ମା । ସୂଚନାଯୋଗ୍ୟ ଯେ ସିବିଆଇ ନିର୍ଦ୍ଦେଶକ ଭାବେ ଦୁଇବର୍ଷ କାର୍ଯ୍ୟ କରିବା ନେଇ ନିୟମ ଥିବା ସତ୍ତ୍ୱେ ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କୁ ଛୁଟିରେ ପଠାଇ ଦେଇଥିଲେ । ସେହିପରି ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସରକାର ଛୁଟିର ପଠାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମ କୋର୍ଟର ଆଶ୍ରୟ ନେଇଥିଲେ । ଏ ନେଇ ଗତ ଡିସେମ୍ବର ୬ ତାରିଖରେ ଶୁଣାଣି ହୋଇଥିଲେ ମଧ୍ୟ ଏହାର ରାୟ ପ୍ରକାଶ ପାଇ ନଥିଲା । ଅନ୍ୟପକ୍ଷରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପରଙ୍କ ବିରୋଧରେ ସଙ୍ଗିନ୍ ଲାଞ୍ଚ ଅଭିଯୋଗ ଆଣିଥିବାରୁ ତଦନ୍ତ ଲାଗି ଉଭୟଙ୍କୁ ଛୁଟିରେ ପଠାଯିବା ଜରୁରୀ ଥିଲା ବୋଲି ସରକାର ଦର୍ଶାଇଥିଲେ ।

ମହାରଥୀ ପଦ ଛାଡିଲେ ଚାପ ରେ ନା ତାପରେ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – କିଏ କହେ ମହାରଥୀ ନବୀନଙ୍କ ଚାପରେ ପଦ ଛାଡିଲେ । ଆଉ କିଏ କହେତ ଘଟଣାକୁ  ନେଇ ମହିଳା ସଂଗଠନରେ ଯେଉଁ ତାପ ସୃଷ୍ଟି ହୋଇଛି ଏହାକୁ ରୋକିବାରେ ମହାରଥୀଙ୍କ ପଦଗଲା। ମନେପଡେ ମହାରଥୀ ଙ୍କ ସେହି ଡାଇଲକ  ନପାହୁ ରାତି ନମରୁ ପତି …. ଏବେ କହିବେକି ଏହିରାତି ହେଲା ମୋ ଲାଗି ଶେଷ ରାତି ? ମୁଁ ନବୀନ ବାବୁଙ୍କ ଗେଲ୍ହା ପୁଅ । ଅବୁଝା ପୁଅମାନେ କାଳେ କଥା ଶୁଣନ୍ତିନି । ଏଣୁ ସବୁ କଥାରେ ଗେଲ୍ହା ପୁଅମାନେ ବଳୀ ପଡନ୍ତି । ରାଜ୍ୟ ରେ ଆଇନ ଶୃଙ୍ଖଳା ବିପର୍ଜିସ୍ତ ହୋଇ ପଡିଛି …;ଏଣୁ ସମ୍ପୃକ୍ତ ଦାଇତ୍ଵରେ ଥିବା ମୁଖିଆ ଇସ୍ତଫା ଦିଅନ୍ତୁ କହି ଯେଉଁ ନାରାବାଜି ଉଠୁଛି ଏହାକୁ ରୋକିବାକୁ ଗେଲ୍ହା ପୁଅ ବଳୀ ପଡିଲେକି ଆଉ ? ଚର୍ଚା ହୁଏ ନିଜ ଆଡୁ ଇସ୍ତଫା ଦେବା କଥାକୁ ଗଲେ ଏହା ଏକ ହାସ୍ୟାସ୍ପଦ କଥା ନୁହେଁ କି ? ଏମିତି ଯଦି କହିବାର  ଥିଲା ତେବେ ଘଟଣାକୁ ନେଇ କଥାଟା ଏତେ ଦୂରକୁ ଯିବା ଆଗରୁ ଇସ୍ତଫା ଦେଲେଣି କିଆଁ ? କେନ୍ଦ୍ର ମୁଖିଆ ଆସି ଗର୍ଜିବା ପରେ ଏମନ୍ତ ପଦକ୍ଷେପ କିଆଁ ?

ସେଯାହା ହେଉନା କାହିଁକି , ଏବେ ଟିକିଏ ଆଡେଇ ଦେଖିବା ନବୀନ ବାବୁଙ୍କ ମନ୍ତ୍ରୀ ମଣ୍ଡଳ ଆଡକୁ । ମନ୍ତ୍ରୀ ମଣ୍ଡଳର କୃଷି ବିଭାଗ ଏକ ଅଭିସପ୍ତ  ? ବିଭାଗରେ କୌଣସି ବ୍ୟକ୍ତି ସେମାନଙ୍କ ମନ୍ତ୍ରୀତ୍ଵ ର କାର୍ଯ୍ୟ କାଳ ସଂପୂର୍ଣ୍ଣ ରୂପେ ପୂରଣ କରିପାରି ନାହାନ୍ତି । ସଭିଙ୍କ ପଛରେ ଉଠିଛି କୌଣସି ନା କୌଣସି ଏକ ବିବାଦର କାହାଣୀ । ଏହାକୁ ବ୍ୟାଖ୍ୟା କରି ବୁଝିବା ଲୋକ ଠିକ ଜାଣିଥିଲେ ନିଶ୍ଚିତ ଭାବେ ନିର୍ବାଚନୀ ପୂର୍ବରୁ ମହାରଥୀଙ୍କୁ ହରାଇବାକୁ ପଡିବ ମନ୍ତ୍ରୀ ପଦ । ଯଦି ଏହି ବିଭାଗ ନବୀନ ସରକାରରେ ଏକ ଅଭିଶପ୍ତ ବିଭାଗ  ଧରିନେବା,  ତେବେ ବର୍ତ୍ତମାନ ଦାଇତ୍ଵ ବହନ କରିଥିବା ମନ୍ତ୍ରୀ ……

ଆରମ୍ଭ ହେଲା ମକ ଭୋଟିଂ , ଇଭିଏମ ଓ ଭିଭିପାଟର ବ୍ୟବହାର ନେଇ ଭୋଟର ସଚେତନତା ଅଭିଯାନର ଶୁଭାରମ୍ଭ

ଏଥର ସମ୍ଭାଳ ବ୍ୟୁରୋ (ପଦ୍ମପୁର) – ଆଉ ମାସ କେଇଟା ପରେ ପୂରା ଦେଶରେ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ରାଜ୍ୟ ମୁଖ୍ୟ ନିବାର୍ଚନୀ ଅଧିକାରୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଖାସକରି ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପାଟର ବ୍ୟବହାର କରାଯିବ । ପୂର୍ବରୁ ଭୋଟର ମାନେ କେବଳ ଇଭିଏମରେ ଭୋଟ ଦେଇଥିବା ବେଳେ ଚଳିତ ଥର ନିର୍ବାଚନରେ ଉଭୟ ଇଭିଏମ ଓ ଭିଭିପାଟର ବ୍ୟବହାର ଦେଖିବାକୁ ମିଳିବ । ତେଣୁ ଇସିଙ୍କ ପକ୍ଷରୁ ଇଭିଏମ ଓ ଭିଭିପାଟର ବ୍ୟବହାର ନେଇ ଭୋଟରଙ୍କୁ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ଇଭିଏମ ଓ ଭିଭିପାଟର ବ୍ୟବହାର ସର୍ମ୍ପକରେ ଭୋଟର ମାନଙ୍କୁ ସଚେତନ କରିବାକୁ ଅଭିଯାନ ଆରମ୍ଭ  କରାଯାଇଛି । ଯେହେତୁ ଚଳିତ ନିର୍ବାଚନରେ ଭିଭିପାଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି ତେଣୁ ସେ ସର୍ମ୍ପକରେ ଭୋଟର ମାନଙ୍କୁ ଆଗୁଆ ସଚେତନ କରୁଛି ନିର୍ବାଚନ ଆୟୋଗ । ଭିଭିପାଟର ବ୍ୟବହାର ଦ୍ୱାରା ଇଭିଏମ ଟ୍ୟାମ୍ପରି ନେଇ ଯେଉଁ ଅଭିଯୋଗ ଆସୁଥିଲା ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିବ ।କାରଣ ଭିଭିପାଟ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ଭୋଟର ଜାଣିପାରିବେ ସେ କାହାକୁ ଭୋଟ ଦେଇଛନ୍ତି । ଭୋଟ ଦେବାର ୭ ସେକେଣ୍ଡ ପର୍ଯ୍ୟନ୍ତ ଭିଭିପାଟ ମେସିନର ସ୍କ୍ରିନରେ ଭୋଟର ଦେଖିପାରିବେ ସେ କାହାକୁ ଭୋଟ ଦେଇଛନ୍ତି । ଏପରିକି ଭୋଟ ଦେଇ ସାରିବା ପରେ ଏକ ସ୍ଲିପ ବାହାରିବ ଯେଉଁଥିରେ ଭୋଟର କାହାକୁ ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ ରହିବ । ଯାହାକୁ ଭୋଟ ଗଣତି ସମୟରେ ମଧ୍ୟ ବ୍ୟବହାର କରାଯାଇପାରିବ । ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ରଥ ପ୍ରତ୍ୟେକ ଗାଁ ବୁଲିବ । ପ୍ରତ୍ୟେକ ଗାଡି ପାଇଁ ୨ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଯେଉଁମାନେ ପ୍ରତ୍ୟେକ ଗାଁରେ ୧୦୦ରୁ ୧୨୦ଟି ଭୋଟିଂ କରି ପୂରା ଭୋଟଗ୍ରହଣର ଡେମୋ ଦେଖାଇବେ । ଏହି କ୍ରମରେ ଆଜି ଉପଜିଲ୍ଲାପାଳ ଶ୍ରୀ ଦୌଳତ ଚନ୍ଦ୍ରକାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଂଚଳ ପରିଦର୍ଶନ କରି ତଦାରଖ କରିଥିଲେ।