କାଳିଆ କୁ ନେଇ ବଢୁଛି କଳି ।

!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!

ବରୀ ବ୍ଲକ ଅଧିନସ୍ଥ ଅଲିପୁର ଗ୍ରାମପଞ୍ଚାୟତ ରେ ସରକାର ଙ୍କ କାଳିଆ ଯୋଜନା ର ଏକ ନଗ୍ନ ଚିତ୍ର ପ୍ରତିଫଳିତ ହୋଇଛି । ଏହି ଯୋଜନା ରେ ପ୍ରତି ଲୋକ ଉପକୃତ ହେବା କଥା କୁହା ଯାଉଥିବା ବେଳେ ଏଠାରେ ହିତାଧିକାରୀ ସଂଖ୍ୟା ଠାରୁ ଫର୍ମ କମ ରହିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ ବିରେନ୍ଦ୍ର ମିଶ୍ର ଫର୍ମ ଗୁଡିକୁ ଜେରକ୍ସ କରି ହିତାଧିକାରୀ ମାନଙ୍କୁ ବାଣ୍ଟୁଥିବା ଦେଖିବାକୁ ମିଳିଛି । ଯୋଜନା ମାଧ୍ୟମରେ ବିଜେଡି ସରକାର ନିଜର ବଡିମା ପ୍ରକାଶ ପାଇଁ ଲୋକ ଙ୍କୁ ମିଛ କଥା କହି ଠକୁଥିବା ଜନସାଧାରଣ ଅଭିଯୋଗ କରୁଛନ୍ତି ।  ହିତାଧିକାରୀ ଙ୍କ ଫର୍ମ ସଂଗ୍ରହ ନିମନ୍ତେ ସରକାର ପକ୍ଷରୁ ବାକ୍ସ ର ବ୍ୟବସ୍ତା କରାଯାଇଥିବା କୁହାଯାଉଥିବା ବେଳେ ଏଠାକୁ କୌଣସି ବାକ୍ସ ପହଞ୍ଚି ପାରିନଥିବା ଏବଂ ଫର୍ମ ସଂଗ୍ରହ ନିମନ୍ତେ ନିଯୁକ୍ତ କର୍ମଚାରୀ ଏଠାକୁ ଆସୁନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।  ସ୍ଥାନୀୟ ଅପ୍ରୀତିକର ପରିସ୍ଥିତି କୁ ଏଡାଇବା ଲାଗି ସରପଞ୍ଚ ମୋହଦୟ ହିତାଧିକାରୀ ଙ୍କ ଠାରୁ ଫର୍ମ ଗୁଡିକ ସଂଗ୍ରହ କରି ରଖିଥିବା ପ୍ରକାଶ କରିଛନ୍ତି ।  ଏନେଇ ସମ୍ପୃକ୍ତ କତ୍ତୃପକ୍ଷ ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ଆସୁ ଫଳ ପ୍ରଦ ହୋଇପାରୁ ନାହିଁ । ସ୍ଥାନୀୟ ଅଞ୍ଚଳ ରେ ଏହାକୁ ନେଇ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଯଥାଶୀଘ୍ର ଏନେଇ କୌଣସି ବ୍ୟବସ୍ଥା କରାନଗଲେ ଆଗାମୀ ଦିନ ରେ ଏକ ବଡ ଧାରଣ ର ଅଶାନ୍ତ ପରିବେଶ ର ସୂତ୍ରପାତ କୁ ଏଡାଇ ଦିଆଯାଇ ନପାରେ ।

ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍‌ !

ଏଥର ସମ୍ଭାଳ ବ୍ୟୁରୋ (ଦିଲ୍ଲୀ) – ସଂସଦର ବଜେଟ୍‌ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ଯାଏ ଚାଲିବ। ସେହିପରି ମୋଦି ସରକାର ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ପୁଣିଥରେ ବଜେଟ୍‌ ଉପସ୍ଥାପନ କରିବେ। ତେବେ ଏହା ପୂର୍ଣ୍ଣ ବଜେଟ୍‌ ବଦଳରେ ଅନ୍ତରୀଣ ବଜେଟ୍‌ ଭାବେ ଉପସ୍ଥାପନ ହେବ। ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଯୁଗ୍ମ ସଦନରେ ଏଭଳି ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବେ। କ୍ୟାବିନେଟ୍‌ କମିଟି ଅଫ୍‌ ପଲଟିକାଲ ଆଫାୟାର୍ସ (ସିସିପିଏ)ର ଏକ ବୈଠକରେ ଏଭଳି ନିଷ୍ପତ୍ତି ନେଇଛି। ଲୋକସଭା ନିର୍ବାଚନ ଏପ୍ରିଲ-ମେ’ ମାସରେ ହେବାକୁ ଥିବା ବେଳେ ଏଥର ବଜେଟ୍‌ରେ କେନ୍ଦ୍ର ସରକାର କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ, ମହିଳା ଉଦ୍ୟୋଗୀ ଓ ଚାଷୀଙ୍କୁ ଫୋକସରେ ରଖି ବଜେଟ୍‌ ଉପସ୍ଥାପନ କରିବେ ବୋଲି ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି। ଏଥିସହ ବିପିଏଲ୍‌ ପରିବାରଙ୍କ ପାଇଁ ମଧ୍ୟ ମୋଦି ସରକାର ବଡ଼ ଘୋଷଣା କରିପାରନ୍ତି। ଅନ୍ତରୀଣ ବଜେଟ୍‌ ପ୍ରାୟତଃ ପୂର୍ଣ୍ଣ ବଜେଟ୍‌ ସହ ସମାନ। ଏହି ଅନ୍ତରୀଣ ବଜେଟ୍‌ରୁ ଚଳିତ ଆର୍ଥିକ ବର୍ଷର ସ୍ଥିତି ନିରୂପଣ ହେବ। ୨୦୧୪ ଫେବୃଆରୀ ମାସରେ ୟୁପିଏ ସରକାର ପକ୍ଷରୁ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହାପରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜୁଲାଇ ମାସରେ ପୁଣିଥରେ ପୂର୍ଣ୍ଣ ବଜେଟ୍‌ ଉପସ୍ଥାପନ କରିଥିଲେ।

ତାମିଲ ସିନେମା ର ହିରୋ ଭୁମିକା ରେ ପାରଳାଖେମୁଣ୍ଡି ମାଟିର ଯୁବକ ଜଗନ !

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଜୟ ଜଗନ୍ନାଥ ଡେନ୍‍ସ ଷ୍ଟୁଡିଓ ର ମାଷ୍ଟର ଜଗନ ତାମିଲ ଭାଷାଭାଷି ଏକ ଭୟ ଆତଙ୍କ ହରର ସିନେମାରେ ହିରୋ (ନାୟକ) ଭୂମିକାରେ ତାମିଲ ଅଭିନେତ୍ରୀ ଅପେକ୍ଷାଙ୍କ  ସହ ଅଭିନୟ କରିଛନ୍ତି । ସେହି ତାମିଲ ହରର ସିନେମା ସନ୍ତୋଷ ଥିଲ୍‍ କାଲାଭରମ ଆଜି ପାରଳାଖେମୁଣ୍ଡି ସ୍ଥିତ ଜୟା ସିନେମା ହଲରେ ରିଲିଜ ହେଉଛି। ଏହି ଅବସରରେ ଏହି ତାମିଲ ସିନେମାର ହିରୋ ଭୁମିକାରେ ଅଭିନୟ କରିଥିବା ଜଗନ, ପାରଳାଖେମୁଣ୍ଡି ସହରରେ ଯୁବକଳାକାର ମାନଙ୍କୁ ସାମ୍ୱାଦିକ ମାନଙ୍କ ସହଯୋଗରେ ଏ ଦିଗରେ ଉତ୍ସାହିତ କରିବା ସହିତ ନିଜକୁ ପାରଳାବାସୀଙ୍କ ଠାରୁ ଆଉକିଛି ପ୍ରେରଣା ପାଇବା ଉଦ୍ଦେଶ୍ୟ ନେଇ ଜୟା ସିନେମା ହଲ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ହାଇଟେକ ମେଡିକଲ କଲେଜର ଅଧ୍ୟକ୍ଷ ତଥା ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ତଥା ଟି.ପି ଏଣ୍ଟରପ୍ରାଇଜେର୍ସ ଗ୍ରୁପ ଅଧ୍ୟକ୍ଷ ଡ:ତିରୁପତି ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପାରଳା ମାଟି ଅଞ୍ଚଳର ଜଣେ ଯୁବକ ଜଗନ ତାମିଲ ସିନେମାରେ ଅଭିନୟ କରି ଯେଉଁ ପ୍ରତିଭା ପରମ୍ପରା ସୃଷ୍ଟି କରିଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟ ଯୁବ କଳାକାର ମାନଙ୍କ ପାଇଁ ଏକ ଉଦାହରଣ । ଯୁଗଯୁଗରୁ ଏହି ପାରଳା ମାଟି କଳା ସଂସ୍କୃତି ସମେତ ବୀରତା ଓ ସାହସିକତାର ମାଟି । ଏହି ମାଟି ଓ ଜିଲ୍ଲା ମାଟିରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମନୋରମ ଦୃଶ୍ୟ ସବୁ ଭରିରହିଛି ।ଏ ଅଞ୍ଚଳର ସଂସ୍କୃତି ସମେତ ଅନେକ କଳାକାର ମଧ୍ୟ ରହିଛନ୍ତି ଯେଉଁମାନେ କି ସୁଯୋଗର ଅଭାବରେ ଲୁକାୟିତ ପ୍ରତିଭାକୁ ବିକଶିତ  କରିପାରୁନାହାନ୍ତି । ତେଣୁ କରି ଏ ଅଞ୍ଚଳରରେ ଏକ ସିନେମା ଷ୍ଟୁଡିଓର ଅବଶ୍ୟକତା ରହିଛି । ଗଜପତି ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଗଣ୍ଡାହାତୀ ଜଳ ପ୍ରପାତ ଅଞ୍ଚଳର ପାଦଦେଶରେ , ହାଇଦ୍ରାବାଦ ଠାରେ ଥିବା ରାମୋଜୀ ଫିଲିମ ସିଟି ଢାଞ୍ଚାରେ ଏଠାରେ ଏକ ବୃହତ ସିନେମା ଷ୍ଟୁଡିଓ ଓ ମୁଁ ତିରୁପତି ପାଣିଗ୍ରାହୀ କରିବାକୁ ଯାଉଛି । ଏଥିପାଇଁ ରାଜ୍ୟଓଡିଆ ସିନେମା ନିଗମର କୁନାତ୍ରିପାଠୀ ସହିତ କଥାବାର୍ତ୍ତା ସରିଛି । ମୁଖ୍ୟ ଉଦ୍ଦେଶ୍ୟ ଯେ ଏଞ୍ଚଳର ଯୁବ କଳାକାର ମାନଙ୍କୁ ପ୍ରତ୍ସୋହିତ କରି ବାହାର ରାଜ୍ୟ ମାନଙ୍କରେ ସେମାନଙ୍କ କଳା ପ୍ରତିଭାକୁ ବିକଶିତ କରି ପରିଚିତ କରାଇବା  । ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନେଇ କଳା ଓ ଖେଳର ମୁଖ୍ୟ ଧାରା ଭିତରେ ରଖି ସେମାନଙ୍କୁ ଉଚ୍ଚ ସ୍ଥାନରେ ପହଞ୍ଚାଇବା ବ୍ୟବସ୍ଥା କରାଇବା ଏବଂ ଆସନ୍ତା ଚାରି ବର୍ଷ ମଧ୍ୟରେ ଏହି ଜିଲ୍ଲାଞ୍ଚଳର ୯ହଜାର ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ଦେବା ମୋର ଲକ୍ଷ୍ୟ ରହିଛି ବୋଲି ଡ: ତିରୁପତି ପାଣିଗ୍ରାହୀ ପ୍ରକାଶ କରିଥିଲେ ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ଏବଂ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଦାମୋଦର ଉଗର ସଣ୍ଡି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ତାମିଲ ସିନେମାରେ ଅଭିନୟ କରିଥିବା ଜଗନ ଓ ଏହି ହରର ତାମିଲ ସିନେମାର ଭବିଷ୍ୟତ କାମନା କରିଥିଲେ । ସିନେମାର ହିରୋ ଜଗନ, ଏହି ସିନେମା ଚେନାଇ , ବେଙ୍ଗଲୁର ଓ ହାଇଦ୍ରାବାଦରେ ସୁଟିଙ୍ଗ ହୋଇଛି । ଏଥିପାଇଁ ଦୀର୍ଘ ମାସ ଲାଗିଥିଲା ଏବଂ ଏହା ଉଚ୍ଚମାନର ହରର ସିନେମା ବୋଲି କହିଥିଲେ ।

ବିଜେଡି ର ପୂର୍ତ୍ତ ସଚିବ ହେବେ ସମ୍ବଲପୁର ଲୋକସଭା ପ୍ରାର୍ଥୀ !

ଏଥର ସମ୍ଭାଳ ବ୍ୟୁରୋ (ସମ୍ବଲପୁର) – ବିଜେଡି ସରକାର ସରକାରୀ କର୍ମଚାରୀ ଓ ଦଳୀୟ କର୍ମୀଙ୍କ ମଧ୍ୟରେ କୌଣସି ଫରକ ନାହିଁ ବୋଲି ଧରି ନେଇଛନ୍ତି। ଅବଶ୍ୟ ସମସ୍ତେ ଜାଣନ୍ତି, ସମ୍ପ୍ରତି ରାଜ୍ୟ ସରକାରକୁ ବିଜେଡି ଦଳ ବା ଦଳୀୟ ନେତା ନୁହନ୍ତି, ବରଂ ଅଫିସରମାନେ ହିଁ ଚଳାଉଛନ୍ତି। କେହି କିଛି ପ୍ରତିବାଦ ବା ଆପତ୍ତି କରୁନଥିବାରୁ ଏବେ କିଛି ବଡ଼ ଅଫିସର ଆଉ ଲୁଚାଛପାରେ ନୁହେଁ ବରଂ ଖୁଲମଖୁଲା ବିଜେଡି କାମରେ ଲାଗିଛନ୍ତି। ଏହାର ଏକ ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି।  ଓଡ଼ିଶା ସରକାରଙ୍କ ପୂର୍ତ୍ତ ସଚିବ ଭାବେ କାର୍ଯ୍ୟରତ ନଳିନୀକାନ୍ତ ପ୍ରଧାନ ଏବେ ବିଜେଡି ନେତା ପାଲଟିଛନ୍ତି। କେବଳ ସେତିକି ନୁହେଁ ସେ ଏଣିକି ଦଳୀୟ ନେତାଙ୍କ ସହ ପୋଷ୍ଟର ବ୍ୟାନରରେ ଶୋଭା ପାଇଲେଣି।  ବିଜେଡି ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ପ୍ରାର୍ଥୀ କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ନିର୍ବାଚନର ବହୁ ଆଗରୁ ସରକାରୀ ଦାୟିତ୍ୱରେ ଥାଇ ସୁଦ୍ଧା ସେ ପ୍ରଚାର କାମରେ ଭିଡ଼ିଗଲେଣି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଶ୍ରୀ ପ୍ରଧାନଙ୍କ ଫଟୋ ବିଜେଡିର ନେତାମାନଙ୍କ ସହ ପୋଷ୍ଟର ଓ ବ୍ୟାନରରେ ସ୍ଥାନ ପାଇବା ପରେ ସେ ଏବେ ରାଜନୀତିରେ ଏକ ପ୍ରକାର ଯୋଗ  ଦେଇସାରିଥିବା ସ୍ପଷ୍ଟ ହୋଇଛି। ଯଦିଓ ଏବେ ସେ ରାଜ୍ୟ ସରକାରଙ୍କ ପୂର୍ତ୍ତ ସଚିବ ଭାବେ ପ୍ରଶାସନିକ ପଦବୀରେ କାର୍ଯ୍ୟ କରୁଛନ୍ତି ତଥାପି ବିଜେଡି ଏବେ ତାଙ୍କୁ ରାଜନେତା ଭାବେ ସ୍ୱୀକାର କରିସାରିଲାଣି। ଶୁକ୍ରବାର ରେଢ଼ାଖୋଲରେ ବିଜେଡିର ବିକାଶ ସମାବେଶ ପାଇଁ ଲାଗିଥିବା ପୋଷ୍ଟର ଓ ବ୍ୟାନରରେ ଶ୍ରୀ ପ୍ରଧାନଙ୍କୁ ଦଳର ଅନ୍ୟ ନେତାମାନଙ୍କ ସହ ଦେଖିବାକୁ ମିଳିଥିଲା। ଏପରିକି ବ୍ୟାନରରେ ଶ୍ରୀ ପ୍ରଧାନଙ୍କ ଫଟୋଚିତ୍ର ସ୍ଥାନ ପାଇବାରେ କିଛି ଅସୁବିଧା ନାହିଁ ବୋଲି ବିଜେଡି ଓଲଟା ଯୁକ୍ତି ବାଢ଼ିଛି। ଶୁକ୍ରବାର ରେଢାଖୋଲର କଦମ୍ବ ପଡ଼ିଆରେ ଆୟୋଜିତ ବିକାଶ ସମାବେଶ ପାଇଁ ଲାଗିଥିବା ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ସାଂସଦ ପ୍ରତାପ କେଶରୀ ଦେବ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଫଟୋ ସହ ଶ୍ରୀ ପ୍ରଧାନଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଥିଲା। ତେବେ ପୂର୍ତ୍ତ ସଚିବ ପଦବୀରେ ଥାଇ ଶ୍ରୀ ପ୍ରଧାନଙ୍କ ଫଟୋ ଦଳୀୟ ନେତାମାନଙ୍କ ସହ ଲଗାଯିବା ସମ୍ପର୍କରେ ସଫେଇ ଦେଇ ସରକାରୀ ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ଶ୍ରୀ ପୂଜାରୀ କହିଛନ୍ତି ଯେ, ପୋଷ୍ଟରରେ ଦଳୀୟ ଚିହ୍ନ ନାହିଁ। ବିକାଶ ସମାବେଶରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି। ଏଥିରେ କିଛି ଅସୁବିଧା ନାହିଁ।

ସୂଚନା ଅନୁସାରେ ପୂର୍ତ୍ତ ସଚିବ ଶ୍ରୀ ପ୍ରଧାନଙ୍କ ପରିବର୍ଦ୍ଧିତ କାର୍ଯ୍ୟକାଳ ୨୦୧୯ ମାର୍ଚ୍ଚ ମାସରେ ଶେଷ ହେବ। ସେ ୨୦୧୮ ମାର୍ଚ୍ଚ ମାସରେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କ ଚାକିରି ବର୍ଷେ ବଢ଼ାଇଥିଲେ। ଯେତେବେଳେ ବଢ଼ାଇ ଥିଲେ ତାହା ସେତେବେଳେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ରାଜ୍ୟରେ ସାଧାରଣ ନିର୍ବାଚନ ଏପ୍ରିଲରେ ହେବାର ସମ୍ଭାବନା ଥିବାରୁ ଶ୍ରୀ ପ୍ରଧାନ ଏବେଠୁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରି ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛନ୍ତି। ବିଜେଡି ସୂତ୍ର ଅନୁସାରେ ଶ୍ରୀ ପ୍ରଧାନଙ୍କୁ ଦଳ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଗ୍ରୀନ୍ ସିଗନାଲ ଦେଇସାରିଛି। ଏପରିକି ଶ୍ରୀ ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ କରାଯାଉଥିବାର ସନ୍ଦେଶ ଜିଲ୍ଲାର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଦିଆସରିଛି। ତେଣୁ ସେ ଏବେ ପୂର୍ତ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କରି ଅଧିକାଂଶ ସମୟ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିତୁଥିବା ଜଣାପଡ଼ିଛି। ତେବେ ସରକାରୀ ତହବିଲରୁ ମୋଟା ଅଙ୍କର ଦରମା ପାଉଥିବା ଜଣେ ସଚିବ ପାହ୍ୟାର ଅଫିସରଙ୍କ ଫଟୋ କିଭଳି ଦଳୀୟ ବିକାଶ ସମାବେଶ ପାଇଁ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ ଓ ସାଂସଦଙ୍କ ସହ ରହିଲା ଓ ସେ କାହାର ଅନୁମତି ନେଇ ସରକାରୀ କାମ ବଦଳରେ ଦଳୀୟ କାର୍ଯ୍ୟରେ ସମୟ ନିୟୋଜିତ ରହୁଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି।

ଗୁଣପୁର ରେ ୨ ଦିନିଆ ଭାରତ ବନ୍ଦ ସଫଳ !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) –  ମୋଦି ହଟାଓ ଓ ଶ୍ରମିକ ବଞ୍ଚାଓ ଓ ଦେଶ ବଞ୍ଚାଓ ଦାବି ରେ ସି ପି ଆଇ ଏମ ଏଲ ଲିବେରେସନ୍ ପକ୍ଷରୁ ଗୁଣପୁର ଠାରେ ୨ ଦିନିଆ ଭାରତ ବନ୍ଦ ପାଳନ ସଫଳ ହୋଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନ , ସ୍ଵାଧୀନ ଫେଡ଼େରେସନ ଓ ଆସୋସିଏସନ ମାନଙ୍କ ପକ୍ଷରୁ ଏହି ବନ୍ଦ ପାଳନ ଡକାଯାଇଛି । ମଧ୍ୟାହ୍ନ  ଭୋଜନ ପାଚିକା ସହାୟିକା ଙ୍କ ସ୍ଥାୟୀ ନିଯୁକ୍ତି , ସେମାନଙ୍କ ବକେୟା ଦରମା ଲାଗୁ କରିବା , ସର୍ବନିମ୍ନ ମଜୁରୀ ୧୮,୦୦୦ /- ଟଙ୍କା ଧାର୍ଯ୍ୟ କରିବା, ପେନସନ୍ ,୨୮ ମାସ ର ବକେୟା ଦରମା ଓ ବର୍ଷ କୁ ୩ ଟି ସୂତା ଲୁଗା ଯୋଗାଇବା ଦାବିରେ ରେ ପାଚିକା ମହାସଂଘ ର ସଭାନେତ୍ରୀ ଙ୍କ ନେତୃତ୍ୱ ରେ ମହାସଂଘ ର ସମସ୍ତ ପାଚିକା ସହାୟିକା ମାଆ ଉକ୍ତ ଭାରତ ବନ୍ଦ ରେ ସାମିଲ ହୋଇଥିଲେ । ଏହି ଭାରତ ବନ୍ଦ ର ପ୍ରଭାବ ଗୁଣପୁର ଠାରେ ସଂପୂର୍ଣ୍ଣ ମାତ୍ରା ରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ସି ପି ଆଇ ଏମ ଏଲ ର ରାଜ୍ୟ ସମ୍ପାଦକ ଶ୍ରୀ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ସମର୍ଥକ ଓ ପାଚିକା ମାଆ ରାସ୍ତା ରୋକ କରିବା ସହ ଟାୟାର ଜାଳି ବନ୍ଦ ସଫଳ କରିବାକୁ ଡାକରା ଦେଇ ଥିଲେ । ଗୁଣପୁର ଅଞ୍ଚଳ ର ସମସ୍ତ ସ୍କୁଲ , କଲେଜ , ବ୍ୟାଙ୍କ , ଦୋକାନ ବଜାର ଓ ବସ୍ ଚଳାଚଳ ଠପ୍ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ସରକାର ଏହି ସମସ୍ତ ଦାବି ପୁରଣ ନକଲେ ପାଚିକା ମାଆ ମାନେ ଆନ୍ଦୋଳନ କୁ ତୀବ୍ର କରିବା ସହ ଆତ୍ମ ହତ୍ୟା ଭଳି ପନ୍ଥା ଅବଲମ୍ବନ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।

ନିରଞ୍ଜନ ଙ୍କ ଗସ୍ତ ପାଇଁ କଂଗ୍ରେସ ଶିବିର ଚଳ ଚଞ୍ଚଳ ।

ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗଡ କୁହାଯାଉଥିବା ବରୀ କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଗସ୍ତ ନେଇ ରାଜନୈତିକ ମହଲରେ ଚର୍ଚା ଜୋର ଧରିଛି । ବରୀ ର ରାମଚନ୍ଦ୍ରପୁର – ଚନ୍ଦ୍ରଶେଖରପୁର ଦୂର୍ଗା ପଡିଆ ଠାରେ ଜାତୀୟ କଂଗ୍ରେସ ବରୀ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା କୃଷକ ଜାଗରଣ ସମାବେଶ ରେ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଉଥିବା ଜାତୀୟ କଂଗ୍ରେସ ବରୀ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଉମେଶ ଜେନା ପ୍ରକାଶ କରିଛନ୍ତି ।  ବିଗତ ନିର୍ବାଚନ ରେ ବରୀରେ କଂଗ୍ରେସ ର ସ୍ଥିତି ଅତ୍ୟନ୍ତ ନିରାଶ ଜନକ ହୋଇପଡିଥିଲା । ପଞ୍ଚାୟତ ନିର୍ବାଚନରେ ଏଠାର ରତ୍ନଗିରୀ ପଞ୍ଚାୟତ ରେ ହିଁ କଂଗ୍ରେସ ପ୍ରାର୍ଥୀ ସରପଞ୍ଚ ଏବଂ ସମିତି ସଭ୍ୟ ଭୋଟ ପାଇଥଲେ । ଅପର ପକ୍ଷରେ କିଛି ବି.ଜ.ଦ କୁ ଯାଇଥିବାବେଳେ ବହୁ ମାତ୍ରା ରେ ବିଜେପି ଲାଭ ବାନ ହୋଇଥିଲା । ପ୍ରାକ୍ତନ ସମିତି ସଭ୍ୟ ଉମେଶ ଜେନା ସ୍ଥାନୀୟ ଅଞ୍ଚଳ ରେ କଂଗ୍ରେସ କର୍ମୀଙ୍କୁ ଏକଜୁଟ କରାଇବା ସହ କଲେଜ ନିର୍ବାଚନ ପାଇଁ  ବିଦ୍ୟାର୍ଥୀଙ୍କୁ ଏକଜୁଟ କରାଇ ମଙ୍ଗ ସମ୍ଭାଳୁଥିବା ପାର୍ଟି ରେ ଆଲୋଚ୍ୟ ବିଷୟ ହୋଇଛି । ବର୍ତ୍ତମାନ ର ପ୍ରଦେଶ ସଭାପତି ଙ୍କ ଗସ୍ତ ପାଇଁ ଉମେଶ ବାବୁ ଙ୍କୁ କର୍ମକର୍ତ୍ତା ଶ୍ରେୟ ଦେଉଥିବା ଶୁଣିବାକୁ ମିଳିଛି । ହେଲିକେପ୍ଟର ଯୋଗେ ନିରଞ୍ଜନ ବାବୁଙ୍କ ଗସ୍ତର ସୁବିଧା ନିମନ୍ତେ ଉମେଶ ଜେନାଙ୍କ ସମର୍ଥକ ମାନେ ସମସ୍ତ ପ୍ରକାର ବନ୍ଦୋବସ୍ତ କରୁଥିବା କୁହାଯାଉଛି । ସଭା ସ୍ଥଳ କୁ ଯିବାରେ ରାସ୍ତାର ସୁବିଧା ସହିତ ରାସ୍ତାରେ ଗାଡିର ପାର୍କିଂ ଭଳି ବ୍ୟବସ୍ଥା ର ସୁପରିକଳ୍ପନା କରାଯାଇଥିବା ଖବର ମିଳିଛି । ଏପଟେ ଶ୍ରୀକାନ୍ତ ବାବୁଙ୍କ ସମର୍ଥକ ଗୋଷ୍ଟୀ ଏହି ଗସ୍ତ ପ୍ରତି ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷି ରେ ନିରଞ୍ଜନ  ବାବୁଙ୍କ ଗସ୍ତକୁ  ସାଧାରଣରେ କେତେ ସମର୍ଥନ ମେଳୁଛି ଦେଖିବାକୁ ରହିଲା ।

ବିଜେଡିର ‘ନାଟକ’କୁ ସମାଲୋଚନା ; ରାଜଭବନ ସମ୍ମୁଖରେ ସତ୍ୟାଗ୍ରହ କରିବେ ଅସଲ ଚାଷୀ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ବିଜେଡି ସରକାରର କୁମ୍ଭୀର କାନ୍ଦଣା ଓ ଲୋକଦେଖାଣିଆ ଚାଷୀ ପ୍ରୀତିକୁ ନବନିର୍ମାଣ କୃଷକ ସଂଗଠନ ତୀବ୍ର ସମାଲୋଚନା କରିବା ସହ ଆସନ୍ତାକାଲି ରାଜଭବନ ସମ୍ମୁଖରେ ସତ୍ୟାଗ୍ରହ କରିବ ବୋଲି ଘୋଷଣା କରିଛି।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ପ୍ରାଇସ୍ , ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଦୀର୍ଘ ୯ବର୍ଷ ହେଲା ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ଜାରି ରଖିଛି। ଚାଷୀ ସମସ୍ୟାକୁ ନେଇ ସରକାର ଛଳନାର ନାଟକ କରି ଚାଲିଛନ୍ତି। ରାଜ୍ୟରେ କ୍ଷମତାସୀନ ବିଜେଡି ଧାନ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦାବିରେ ଆସନ୍ତାକାଲି ଏକ ବିକ୍ଷୋଭ କରିବା ପାଇଁ ଦିଲ୍ଲୀ ଯାଇଛି। ଛତିଶଗଡ଼ ସରକାର ଧାନ କ୍ୱିଣ୍ଟାଲ ପିଛା ୭୫୦ଟଙ୍କା ବୋନସ ଘୋଷଣା କରି ୨୫୦୦ଟଙ୍କାରେ ଧାନ କିଣିବାକୁ ନିଷ୍ପତ୍ତି ନେଇଥିବାବେଳେ ଓଡ଼ିଶାରେ ରାଜ୍ୟ ସରକାର କାହିଁକି ନିଜେ ମାନିଥିବା ୨୯୩୦ଟଙ୍କା ଚାଷୀଙ୍କୁ ଦେବାକୁ ବୋନସ ଘୋଷଣା କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସଂଗଠନ ଦାବି କରୁଥିବା ଚାଷୀ ସୁରକ୍ଷା ଭତ୍ତା ଉପରେ କୌଣସି ନିଷ୍ପତ୍ତି ନନେଇ ଦିଲ୍ଲୀ ଯାଇ ଚାଷୀଙ୍କ ପାଇଁ କାନ୍ଦୁଥିବାର ନାଟକ କରୁଛନ୍ତି। ଏହି କାରଣରୁ ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ରାଜଭବନ ସମ୍ମୁଖରେ ୨ହଜାର ଚାଷୀଙ୍କୁ ଧରି ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।

ଫିକା ପଡ଼ିଲାଣି ବୈଜୟନ୍ତ ଙ୍କ ଗେରୁଆ (ବିଜେପି) ପ୍ରେମ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ବିଜେପିକୁ ନାକ ଟେକୁଛନ୍ତି ବୈଜୟନ୍ତ । ଏକଥା ଆମେ କହୁନୁ ଖୋଦ୍ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା ମହାଶୟ ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି । ଦୀର୍ଘ ୭ମାସ ହେବ ବଜେଡିକୁ ବାଏ ବାଏ କହିଥିବା ଉପକୂଳ ଓଡ଼ିଶାର ଏହି ପୁରୁଖା ନେତାଙ୍କୁ ବିଜେପି ବାୟା କରିଥିବା ଦେଖିବାକୁ ମିଳିଥିଲା । ଏପରିକି ବିଜେପି ଦଳରେ ଯୋଗଦେବା ଚର୍ଚ୍ଚା ମଧ୍ୟ ରାଜନୀତି ପାରଦକୁ ବଢ଼ାଇଥିଲା । କିନ୍ତୁ ଏବେ ପାଣିପାଗ ପୁରା ବଦଳି ଯାଇଛି  । କ’ଣ ହେଇଛି କେଜାଣି ପଣ୍ଡା ବାବୁଙ୍କର ମନ୍ତବ୍ୟରୁ ବିଜେପିର ମୋହ ଛାଡ଼ିଗଲା ଭଳି ଅନୁଭବ ହେଉଛି । ଗତକାଲି ଦିଲ୍ଲୀରେ ବୈଜୟନ୍ତ ପଣ୍ଡାଙ୍କ ‘ଲୁଟେଏନ୍ସ ମାଭେରିକ’ ପୁସ୍ତକ ଉନ୍ମୋଚନ ଅବସରରେ ପଣ୍ଡା ବାବୁ ତାଙ୍କର ଆଗାମୀ ରାଜନୀତି ଭବିଷ୍ୟତ ବିଷୟରେ ମନକଥା ବଖାଣିଛନ୍ତି । ବୈଜୟନ୍ତ କହିଛନ୍ତି ଯେ, ବିଜେପି ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେକୁ ଦିତ୍ୱୀୟ ସ୍ଥାନରୁ ହଟାଇ ଚୁପ ବସି ପଡ଼ିଛି । ଏପରିକି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସି ନବୀନଙ୍କ ବିରୋଧରେ ନରମ ଭାବ ଦେଖାଇବା ତାଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିଛି ବୋଲି କହିଛନ୍ତି ବୈଜୟନ୍ତ । ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର କିଛି ତ୍ରୁଟି ଯୋଗୁଁ ତୃତୀୟ ସ୍ଥାନକୁ ଖସିଯାଇଥିବା ବେଳେ ଏବେ ବିଜେପି ମଧ୍ୟ ସମାନ ଭୁଲକୁ କରୁଛି ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ପଣ୍ଡା ବାବୁ । ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଉପେର ବୈଜୟନ୍ତ କହିଛନ୍ତି ଯେ, ଦୀର୍ଘ ୭ ମାସ ହେବ ମୁଁ ବିଜେଡିରୁ ଇସ୍ତଫା ଦେଇଛି । ଏହାରି ମଧ୍ୟରେ ବିଜେପି ପ୍ରତି ମୋର ଦୁବର୍ଳତା ଥିବା କିଛି ଲୋକ ପ୍ରଚାର କରୁଛନ୍ତି । ଏପରିକି ମୋର କିଛି ଆଟିକିଲ୍ ଏବଂ ଟ୍ୱିଟ୍ କୁ ପ୍ରଧାନମନ୍ତ୍ରୀଙ୍କ ପିଆରଓଙ୍କ ଭଳି କିଛି ଲୋକଙ୍କୁ ଲାଗୁଛି । କିନ୍ତୁ ଏହା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜେଡି ଛାଡ଼ିବା ପରେ ମୁଁ ରାଜ୍ୟର ଅନେକ ସ୍ଥାନକୁ  ବୁଲି ଲୋକଙ୍କ ସହ ତୃଣମୂଳ ସ୍ତରରେ ମିଶୁଛି । ମୁଁ ଉଭୟ ବିଜେଡି ଏବଂ ବିଜେପିକୁ ସମାଲୋଚନା କରୁଛି । ନୂଆ ଦଳ ଗଢ଼ିବା ପାଇଁ ଯଥେଷ୍ଟ ସୟମ ମୋ ପାଖରେ ଅଛି । କିନ୍ତୁ ମୁଁ ସେ ବାବଦରେ କୌଣସି ନିଷ୍ପତି ନେଇନାହିଁ । ଆସନ୍ତା ୨ ସପ୍ତାହ ମଧ୍ୟରେ ଆଗାମୀ କାର୍ଯ୍ୟପନ୍ଥା ପାଇଁ ନିଷ୍ପତି  ନେବି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ତେବେ ପଣ୍ଡା ବାବୁଙ୍କୁ ନେଇ ରାଜ୍ୟ ରାଜନୀତିରେ ସସପେନ୍ସ ବଢ଼ୁଥିବା ବେଳେ ପଣ୍ଡା ବାବୁ ଆଗକୁ କେଉଁ ଗୁଗଲୀ ଛାଡ଼ିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସପକ୍ଷରେ ୩୨୩, ବିପକ୍ଷରେ ପଡିଲା ୩ଟି ଭୋଟ୍ ; ଲୋକସଭାରେ ପାସ୍ ହେଲା ସବର୍ଣ୍ଣ ସଂରକ୍ଷଣ ବିଲ୍ !

ଏଥର ସମ୍ଭାଳ ବ୍ୟୁରୋ (ଦିଲ୍ଲୀ) – ଲୋକସଭାରେ ପାରିତ ହୋଇଛି ୧୨୪ ତମ ସମ୍ବିଧାନ ସଂଶୋଧନ ବିଧେୟକ । ଏହି ବିଲରେ ଉଚ୍ଚବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି । ଏହି ବିଲ ପାରିତ କରିବା ପାଇଁ ଭୋଟିଂ ହୋଇଛି । ଏହି ଭୋଟିଂରେ ସଂବିଧାନ ସଂଶୋଧନ ବିଲ ସପକ୍ଷରେ ୩୨୩ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ପଡିଛି ମାତ୍ର ୩ଟି ଭୋଟ୍ । ଏହି ବିଲର ବ୍ୟବସ୍ଥା ଅନୁସାରେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସାଧାରଣବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ବିଜେଡି ସମେତ ଟିଏମସି, ସିପିଆଇ-ଏମ୍, ଏଆଇଡିଏମକେ, ରିପବ୍ଲିକାନ୍ ପାର୍ଟି, ଟିଆରଏସ୍ ଭଳି ପ୍ରମୁଖ ଦଳ ଏହି ବିଲକୁ ସମର୍ଥନ କରିଛନ୍ତି । ଲୋକସଭାରେ ପାରିତ ହୋଇଥିବା ଏହି ବିଲ ରାଜ୍ୟସଭାକୁ ଯିବ । ଉଭୟ ଗୃହରେ ପାରିତ ହେବା ପରେ ଏକ ଚତୁର୍ଥାଂଶ ରାଜ୍ୟର ସ୍ୱିକୃତୀ ପାଇଲେ ଏହି ବିଲ୍ ଆଇନରେ ପରିଣତ ହେବ ।

୨୦୧୮ରେ ଗୁଗୁଲରେ ଅଧିକ ଥର ପାଇଁ ରାହୁଲଙ୍କୁ ପଡିଛି ଖୋଜା ; ମୋଦିଙ୍କୁ ପଛରେ ପକାଇଲେ ରାହୁଲ !

ଏଥର ସମ୍ଭାଳ ବ୍ୟୁରୋ (ଦିଲ୍ଲୀ)

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ଅଧିକ ଖୋଜା ଯାଇଥିବା ରାଜନେତାଙ୍କ ମଧ୍ୟରେ ମୋଦିଙ୍କୁ ପଛରେ ପକାଇ ଫ୍ରଣ୍ଟଫୁଟକୁ ଆସିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଗୁଗୁଲ ଟ୍ରେଣ୍ଡ ଅନୁଯାୟୀ, ୧ ଜାନୁଆରୀ ୨୦୧୮ରୁ ୬ ଜାନୁଆରୀ ୨୦୧୯ ମଧ୍ୟରେ ଗୁଗୁଲରେ ଖୋଜା ପଡିଥିବା ନେତାଙ୍କ ମଧ୍ୟରେ ରାହୁଲ ୧୦୦ ପଏଣ୍ଟରୁ ୪୫ ହାସଲ କରିଥିବା ବେଳେ ମୋଦି ମାତ୍ର ୩୪ ପଏଣ୍ଟରେ ସୀମିତ ରହିଛନ୍ତି ।

ଡିସେମ୍ବର ୨୦୧୮ର ଟ୍ରେଣ୍ଡରେ ମଧ୍ୟ ମୋଦିଙ୍କୁ ମାତ୍ ଦେଇ ରାହୁଲ ଉପରେ ରହିଛନ୍ତି । ଏହି ସମୟରେ ଗୁଗୁଲ ନ୍ୟୁଜରେ ଖୋଜା ପଡିଥିବା ନେତାଙ୍କ ମଧ୍ୟରେ ରାହୁଲଙ୍କୁ ବିଶ୍ୱସ୍ତରର ଟ୍ରେଣ୍ଡ ଅନୁଯାୟୀ ୪୪ ପଏଣ୍ଟ ମିଳିଥିବା ବେଳେ ଭାରତରେ ୪୯ ପଏଣ୍ଟ ମିଳିଛି । ସେହିଭଳି ମୋଦିଙ୍କୁ ବିଶ୍ୱସ୍ତରରେ ୩୫ ପଏଣ୍ଟ ମିଳିଥିବା ବେଳେ ଭାରତରେ ୩୮ ପଏଣ୍ଟ ମିଳିଛି । ଆଉ ଏହା ଦର୍ଶାଉଛି କିଭଳି ସମୟ ବିତିବା ସହ ରାହୁଲଙ୍କ ଲୋକପ୍ରିୟତା ବଢୁଛି । ଆଉ ଏହାମଧ୍ୟ ସ୍ପଷ୍ଟ ଦର୍ଶାଉଛି ଯେ, ୨୦୧୯ ସାଧାରଣ ନିର୍ବାଚନ ଯୁଦ୍ଧ ମୋଦିଙ୍କ ପାଇଁ ଏତେ ସହଜ ହେବ ନାହିଁ । ୨୦୧୪ରେ ଯେଉଁଭଳି ଲୋକପ୍ରିୟତାର ଶୀର୍ଷରେ ରହି ମୋଦି ଏକପାଖିଆ ନିର୍ବାଚନରେ ବାଜିମାତ୍ କରିଥିଲେ ତାହାର ପୁନରାବୃତ୍ତି ୨୦୧୯ରେ ଦେଖିବାକୁ ମିଳିବ ନାହିଁ ।

ମୋଦି ଓ ରାହୁଲଙ୍କ ନାଁ ନେଇ ନେଇ ୟୁଜର୍ସ ସର୍ଚ୍ଚ କରିଥିବାର ପୂରା ଡାଟା ଓ ରେକର୍ଡକୁ ଗ୍ରାଫ ଚାର୍ଟ  ମାଧ୍ୟମରେ ଦର୍ଶାଯାଇଛି । ଆଉ ସର୍ଚ୍ଚ ଅନୁଯାୟୀ, ଏହି ଦୁଇ ହେଭିୱେଟ ନେତାଙ୍କୁ ୦ରୁ ୧୦୦ ମଧ୍ୟରେ ରେଟିଂ ଦିଆଯାଇଛି ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟ ନେତା ଭାବେ ୧୦୦ରୁ ୩୭ ରେଟିଂ ପାଇଥିଲେ । ତେବେ ମୋଦିଙ୍କ ତୁଳନାରେ ସେତେବେଳେ ରାହୁଲ ଏହି ରେସରେ ବହୁତ ପଛରେ ପଡିଯାଇଥିଲେ । ମାତ୍ର ୪ ପଏଣ୍ଟ ରେଟିଂ ସହ ମୋଦିଙ୍କ ଠାରୁ ବହୁତ ପଛରେ ଥିଲେ । ସେତେବେଳେ ସୋସିଆଲ ମିଡିଆରେ ରାହୁଲଙ୍କୁ ‘ପପୁ’ ବୋଲି କୁହାଯାଉଥିଲା । କିନ୍ତୁ ମୋଦି ପ୍ରଧାନମନ୍ତ୍ରୀ ହେବାର ସାଢେ ୪ ବର୍ଷ ପରେ ଏହି ଟ୍ରେଣ୍ଡରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି ।