କୃଷି ମହା ବିଦ୍ୟାଳୟ ପରିସରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ….!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

 

ଏଥର ସମ୍ଭାଳ (ଭବାନୀପାଟଣା) – ସ୍ଥାନୀୟ କୃଷି ମହା ବିଦ୍ୟାଳୟ ପରିସରରେ ଥିବା ଏ ଡି ଆର ଆର ଟି ଟି ଏସ ସଭା ଗୃହରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଉତ୍ସବ ରେ ଅତିରିକ୍ତ କୃଷି ନିର୍ଦ୍ଦେଶକ ତଥା ମୃତ୍ତିକା ରାସାୟନବିତ୍ କଳାହାଣ୍ଡି ସୁଶୀଳ କୁମାର ସେଠୀ ସ୍ଵାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଦୟା ମୟ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ମୃତ୍ତିକା ବିଶେଷଜ୍ଞ କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡି, ସଦର ବ୍ଲକ ଆତ୍ମା ଅଧକ୍ଷ ସଚ୍ଚିଦାନନ୍ଦ ମହାକୁଡ, ଜୁନାଗଡ କୃଷି ଅଧିକାରୀ ପ୍ରମୂଖ ଉପସ୍ଥିତ ରହି ମୃତ୍ତିକା ର ଉପଯୋଗ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଉତ୍ତମ କାର୍ଯ୍ୟ ଦକ୍ଷତା ନିମନ୍ତେ କଲମପୁର ବ୍ଲକ ସହକାରୀ କୃଷି ଅଧିକାରୀ ଅଜୟ କୁମାର ବେମାଲ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ତିଳୋତ୍ତମା ସାହୁ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଉଦଘୋଷିକା ସୁନୀତା ଶର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ମୃତ୍ତିକା ରସାୟନବିତ୍ ସୁଶୀଳ କୁମାର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ; ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ମୀଳନି ଅନୁଷ୍ଠିତ….!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)ସରକାରଙ୍କର ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଅନୁସାରେ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ରୁ ୨୯ ବର୍ଷ ବୟସ୍କ ଯୁବ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସଦରମହକୁମା ସ୍ଥିତ ଟାଉନ୍ ହଲ୍ ଓ ଇ ଟି ସି ରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ,ସମ୍ମାନିତ ଅତିଥିଭାବେ ଉପ ଜିଲ୍ଲାପାଳ, ଭବାନୀପାଟଣା, ପ୍ରଭାତ କୁମାର ପରିଡ଼ା, କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି, ଜୟ ଶଙ୍କର ନାୟକ, ଯୁଗଳ କିଶୋର ପୋଢ଼, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢି (ଏଚ୍ଓଡି) ରାଜନୀତି ବିଜ୍ଞାନ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଭବାନୀପାଟଣା କୈଳାଶ ଚନ୍ଦ୍ର ଦାସ , ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଉମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ଯୋଗଦେଇ ଯୁବ ଉତ୍ସବ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରିବା ସହିତ ଯୁବ ପିଢ଼ି ନିଜର ଉଜ୍ଜ୍ଵଳ ଭବିଷ୍ୟତ ଗଢ଼ିବା ସହିତ ସୁଦୃଢ ଗଣତନ୍ତ୍ର ଓ ବିକଶିତ ରାଷ୍ଟ୍ର ଗଠନରେ ଯୁବକ, ଯୁବତୀ ଙ୍କ ପ୍ରମୂଖ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନୂଆ ଭାବନା ଓ ବିଜ୍ଞାନମେଳା ଅନ୍ତର୍ଗତ ୭ଟି ବିଭାଗରେ ଲୋକଗୀତ(ଦଲଗତ),ଲୋକନୃତ୍ୟ, ଭାଷଣ, କାହାଣୀ ଲିଖନ, କବିତା ଲିଖନ, ଚିତ୍ରାଙ୍କନ, ବିଜ୍ଞାନ ମେଳା ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତା ଭବାନୀପାଟଣା ଟାଉନ ହଲ୍ ଓ ପ୍ରଶିକ୍ଷଣ କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସ୍ତରର ୭ଟି ବିଭାଗର ବିଜେତା ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗଦେବେ। ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମାଈ ଭାରତ କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଅନୁଷ୍ଠାନ ର ସମସ୍ତ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ।

ଗୁଣୁପୁର ପୌର ପରିଷଦର ବିଭିନ୍ନ ୱାର୍ଡ ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) -୨॰୦ର ‘ଅଙ୍ଗୀକାର-୨୦୨୫’ ଅଭିଯାନ ଅଧୀନରେ ଆଜି ଗୁଣୁପୁର ପୌର ପରିଷଦର ବିଭିନ୍ନ ୱାର୍ଡ ରେ ଗୃହ ପ୍ରବେଶ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆବାସ ଯୋଜନା ରେ ସମ୍ପୂର୍ଣ ହୋଇଥିବା ଆଠ ଗୋଟି ହିତାଧିକାରୀ ଙ୍କ ଗୃହ ପ୍ରବେଶ କରାଯାଇଥିଲା |

ଗୁଣୁପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଗୌଡ଼, ପରିଷଦର କାର୍ଯ ନିର୍ବାହୀ ଅଧିକାରୀ, ସମ୍ପୃକ୍ତ ୱାର୍ଡ କାଉନସିଲର, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାରେ କାର୍ଯ୍ୟରତ ସି.ଏଲ. ଟି.ସି. ଶ୍ରୀ ଶୁଭ୍ରଜିତ ସ୍ୱାଇଁ, ସି.ଏଲ. ଟି.ସି. ଅଶୋକ କୁମାର ପଣ୍ଡା, ଏମ ଆଣ୍ଡ ଇ ଏକ୍ସପର୍ଟ ଦୀପକ କୁମାର କୋଠିଆ, ପୌର ପରିଷଦର, ଅମିନ, ଏମ.ଆଇ.ଏସ କମ୍ପୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର, ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ | ପୌର ପରିଷଦର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଗୌଡ଼, ପ୍ରଧାନମନ୍ତ୍ରୀ ଆଦାସ ଯୋଜନା ହିତାକାରୀମାନଙ୍କୁ ଘରର ଚାବି ବଣ୍ଟନ କରିଥିଲେ ଏବଂ ନୂତନ ଗୃହ ପ୍ରବେଶ ପାଇଁ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ; ସଞ୍ଜୟ ଧଙ୍ଗଡାମାଝୀ ସଭାପତି, ସୁନୀଲ ଧଙ୍ଗଡାମାଝୀ ସାଧାରଣ ସମ୍ପାଦକ …!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ବୁଢ଼ୀପଦର ସ୍ଥିତ ଅନୁଷ୍ଠାନର ସଭାଗୃହରେ ଗୁରୁବାର ସନ୍ଧ୍ୟାରେ ଏନେଇ ଆୟୋଜିତ ବୈଠକର ସଭାପତିତ୍ବ କରିଥିଲେ ପୂର୍ବତନ ସଭାପତି ପ୍ରଦୀପ କୁମାର ଧଙ୍ଗଡାମାଝୀ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାବେ ପୁନର୍ବାର ବିଜୟ କୁମାର ଧଙ୍ଗଡାମାଝୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇଛି। ସେହିପରି ଭାବେ ସର୍ବସମ୍ମତିକ୍ରମେ ସଭାପତି ଭାବେରେ ସଞ୍ଜୟ କୁମାର ଧଙ୍ଗଡାମାଝୀ, ଉପସଭାପତି ଭାବେ ଜୟଦ୍ରଥ ଜାଲ, ସାଧାରଣ ସମ୍ପାଦକ ଭାବେ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ଭାବରେ ସୁଧୀର କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଭାବେ ସୁରେଶ କୁମାର ଧଙ୍ଗଡାମାଝୀ, ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ, କ୍ରୀଡ଼ା ସମ୍ପାଦକ ଅନିଲ କୁମାର ଧଙ୍ଗଡାମାଝୀ ଓ ସଂଗଠନ ସମ୍ପାଦକ ଭାବେ ପ୍ରକାଶ ଧଙ୍ଗଡାମାଝୀ ମନୋନୀତ ହୋଇଛନ୍ତି। ଆଗକୁ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୫ ଓ ବାର୍ଷିକ ଉତ୍ସବ ପାଳନ ନେଇ ତାରିଖ ଘୋଷଣା ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି।

କେସିଙ୍ଗା ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟଜଳ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)-  ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରେ ବିଶୁଦ୍ଧ ପାନୀୟଜଳ ସୁଜଳର ଏକ ସଚେତନ କାର୍ଯ୍ୟକ୍ରମ ୬ ତାରିଖଠାରୁ ୧୬ ତାରିଖ ଯାଏ ସଚେତନ କରାଯାଇଛି। ସହରର ୧୨ଟି ଓ୍ବାର୍ଡର ପ୍ରତ୍ୟେକ ଗଳିକନ୍ଦିକୁ ସଚେତନ ରଥ ଯାତ୍ରା କରି ଓ୍ବାର୍ଡବାସୀଙ୍କୁ ଜଳ ହିଁ ଜୀବନ ଲିପ୍‌ଲେଟ୍‌ ବଣ୍ଟନ କରିଥିଲେ। ପାନୀୟ ଜଳର ପ୍ରତ୍ୟେକ ବୁନ୍ଦା ମୂଲ୍ୟବାନ ଏହାର ସଠିକ୍‌ ବ୍ୟବହାର, ଜଳ ସଂରକ୍ଷଣ ସମସ୍ତଙ୍କ ପାଇଁ ଏହା ଏକ ଗୁରୁ ଦାୟିତ୍ୱ ଏବଂ ନିରାପଦ ଏବଂ ଗୁଣାତ୍ମକ ପାଇପ ଜଳ ଯୋଗାଣ, ଟ୍ୟାପ୍‌ରେ ସଫା ପାନୀୟ ଜଳ ରଖିବା ସହିତ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳସାଥୀଙ୍କ ଉପଯୁକ୍ତ ବ୍ୟବହାର ଉପରେ ଓ୍ବାର୍ଡବାସୀଙ୍କୁ ସଚେତନ କରାଯାଇଥିଲା। ଗୁରୁବାର ଉଦ୍‌ଯାପନୀ ଦିବସରେ ହିତାଧିକାରୀଙ୍କୁ ପାନୀୟଜଳ ସଫାସୁତୁରା ରଖିବା ସହ ଟ୍ୟାପ୍‌ ପରିସରରେ ଥିବା ଅଳିଆ ଆବର୍ଜନାକୁ ସଫା କରିବାକୁ ଉକ୍ତ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା। ସହରରେ ପ୍ରତ୍ୟେକ ଗଳିକନ୍ଦିରେ ପାନୀୟଜଳର ସୁବ୍ୟବସ୍ଥା କରାଯାଇଥିବାରୁ ହିତାଧିକାରୀଙ୍କୁ ପାନୀୟ ଜଳକୁ ସଠିକ୍‌ ବ୍ୟବହାର କରିବା ପାଇଁ ସଚେତନ କରାଯାଇଛି।

ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଜିଲ୍ଲା ସ୍ତରୀୟ ଶୁଭାରମ୍ଭ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ତମାଖୁ ସେବନ ଅଧିକାଂଶ ଅଣୁ ସଂକ୍ରାମକ ରୋଗ ଓ କର୍କଟ ରୋଗର ମୁଖ୍ୟ କାରଣ । ତମାଖୁ ବର୍ଜନ ଆଜିର ଯୁବପିଢି ପାଇଁ ଆହ୍ଵାନ୍ । ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ତମାଖୁ ମୁକ୍ତ ସମାଜ ଓ ଜିଲ୍ଲା ଗଠନ ସମ୍ପର୍କରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ବିଶେଷ କରି ଛାତ୍ରଛାତ୍ରୀ,ଯୁବପିଢି କିପରି ସଚେତନ ହୋଇ ତମାଖୁ ସେବନରୁ ନିଜକୁ ଦୂରେଇ ରଖିବେ ସେ ସମ୍ପର୍କରେ ବିଶେଷକରି ସ୍ଵାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଅବକାରୀ, ପୋଲିସ ବିଭାଗ ଓ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଅଧିକ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା ତମାଖୁ ଓ ଏହାର କୁପ୍ରଭାବ ସମ୍ପର୍କରେ ସୂଚନା ଦେଇଥିଲେ । ତମାଖୁ ମୁକ୍ତ ବିଦ୍ୟାଳୟ, ଗ୍ରାମ ଗଠନ ଦିଗରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ପଥପ୍ରାନ୍ତ ନାଟକ, ୱାଲ ପେଣ୍ଟିଙ୍ଗ, ସଚେତନତା ଶୋଭାଯାତ୍ରା, ଡାକବାଜି ଜନ୍ତ୍ର ଦ୍ଵାରା ପ୍ରଚାର, ସ୍କୁଲ କଲେଜ ରେ ସଭାସମିତି ଇତ୍ୟାଦି କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି । ସ୍ଵାସ୍ଥ୍ୟ ଉପରେ ତମାଖୁ ର କୁପ୍ରଭାବ ବିଶ୍ୱରେ ଚିନ୍ତାର କାରଣ ହୋଇଅଛି । ତମାଖୁ ସେବନ ଦ୍ଵାରା ସାରା ବିଶ୍ୱରେ ପ୍ରତିବର୍ଷ ୮୦ ଲକ୍ଷରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥାନ୍ତି । ତମାଖୁ ସେବନ ଦ୍ଵାରା ଭାରତ ବର୍ଷରେ ପ୍ରତିବର୍ଷ କର୍କଟ, ହୃଦରୋଗ, ଶ୍ଵାସ ଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଆଦି ରୋଗରେ ପଡି ୨୮ ଲକ୍ଷରୁ ଉର୍ଦ୍ଦ ବ୍ୟକ୍ତି ମୃତ୍ୟୁମୁଖରେ ପଡିଥାନ୍ତି । ତମାଖୁ ଧୂଆଁରେ ୭ ହଜାର ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥିରୁ ୬୯ ଟି କର୍କଟ ରୋଗର କାରଣ ଅଟେ । ଧୂମହିନ୍ ତମାଖୁରେ ୩ ହଜାର ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥି ମଧ୍ୟରୁ ୨୮ ଟି କର୍କଟ ରୋଗର କାରଣ ଅଟେ ।ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ତମାଖୁ ମୁକ୍ତ ଅଭିଯାନ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା। ତମାଖୁ ମୁକ୍ତ ଯୁବା ଅଭିଯାନ 3.0 ଓଡିଶା ଆସନ୍ତା ଡିସେମ୍ବର 9,2025 ପର୍ଯ୍ୟନ୍ତ ଚାଲିବ। ଡି.ପି.ଏମ୍. ଦିଲୀପ ଦୁବେ କାର୍ଯ୍ୟକ୍ରମ ର ପରିଚାଳନା କରିଥିବାବେଳେ ଏଥିରେ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, ସହକାରୀ ଜିଲ୍ଲା ଶିକ୍ଷା ଅଧିକରୀ ହେମସାଗର ମହାନନ୍ଦ, ଏ.ଡି.ପି.ଏଚ.ଓ. (ଲେପରୋସି) ଡ଼ା. ଟୁଡୁ, ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ସହକାରୀ ପରିଚାଳକ (ଏନ୍.ସି.ଡି.) ସଂଯୁକ୍ତା ବାଗ, ଏଫ୍.ଏସ୍.ଓ. ସନ୍ତୋଷ କୁମାର ମହାପାତ୍ର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନିମନ୍ତେ ଶପଥ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼/ରାମନାଗୁଡା)- ୨୭-୨୧୦-୨୦୨୫ରିଖ ଠାରୁ ଆସନ୍ତା ତା:୦୨-୧୧-୨୦୨୫ରିଖ ପର୍ଯ୍ୟନ୍ତ ରାୟଗଡ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ୨୭-୧୦ତାରିଖ ଦିନ ରାମନାଗୁଡା ବ୍ଲକ ପରିସରରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରାୟଗଡ ଆଶୁତୋଷ କୁଲକର୍ଣ୍ଣି, ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଅଭିଷେକ ଦିଲୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ୍ତ କୁମାର, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାୟଗଡ଼ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଉପସ୍ଥିତିରେ ସମସ୍ତ କର୍ମଚାରୀ ଓ ପଦାଧିକାରୀଙ୍କୁ ଦୁର୍ନୀତି ନିବାରଣ ଉପରେ ମାର୍ଗ ଦର୍ଶନ କରି ଶପଥ ପାଠ କରାଇଥିଲେ l ସେହିପରି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ କର୍ମଚାରୀ ମନେ ଆଜି ଶପଥ ପାଠ କରିଥିଲେ l ଆଜିଠାରୁ ଆରମ୍ଭ ହୋଇଥିବା ସପ୍ତାହେ ବ୍ୟାପି ଜନ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକ, ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଆସନ୍ତା ତା ୨୯/୧୦/୨୦୨୫ରିଖରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

ଲଇତରା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ଗୁରୁବାର ଦିନ ଲଇତରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଲଇତରା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଇତରା ଓ ଲଇତରା ଉଚ୍ଚ ବିଦ୍ୟା ମନ୍ଦିର ଠାରେ ଆନୁଷ୍ଠାନିକ ଭାବେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ର ଉଭୟ ଉଦଯାପନୀ ଓ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲଇତରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଯୋଗ ଦେଇଥିବା ବେଳେ ସଭାପତି ଭାବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ କୁଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର୍ ସଭାପତି ତଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ଦୋରା , ଲଇତରା ଉଚ୍ଚ ବିଦ୍ୟା ମନ୍ଦିର ର ପ୍ରଧାନ ଶିକ୍ଷକ ଶ୍ରୀ ଲମ୍ବୋଦର ପୋଢ଼, ମୁଖ୍ୟ ବକ୍ତା ଭାବେ ଅଧକ୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେସିଙ୍ଗା ଶ୍ରୀ ନୀଳମାଧବ ପଟ୍ଟନାୟକ ଯୋଗ ଦେଇଥିଲେ । ସମସ୍ତଙ୍କ ଦ୍ଵାରା ପ୍ରଭୁ ଗଜାନନ ଙ୍କ ନିକଟରେ ଦ୍ଵିପ ପ୍ରଜ୍ବଳନ ପରେ ସମସ୍ତେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମର ଆବାହକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ତପନ କୁମାର ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସ୍ଵାଗତ ସଙ୍ଗୀତ ଲଇତରା ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମାନେ ସୁନ୍ଦର୍ ଭାବେ ପରିବେଷଣ କରିଥିଲେ ।ଏହା ପରେ ଭୋଜନ ପ୍ରାୟ ୧ ଘଣ୍ଟା ସମୟରେ ହୋଇଥିଲା ଓ ତାହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏଥିରେ ସର୍ବମୋଟ ଆଠ ଗୋଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭି କୁ ମନୋନୀତ ହୋଇଥିଲେ ।ଏହି ବର୍ଷର ମୁଖ୍ୟ ଆଭିମୁଖ୍ୟ ମୋ ଓଡ଼ିଶାର ସ୍ଵପ୍ନ -୨୦୩୬ ଥିଲା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ପୁରସ୍କୃତ ହୋଇ ଛାତ୍ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ସହ ବ୍ଲକ ସ୍ତର କୁ ମନୋନୀତ ଥିଲେ ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ତାପସ ମହଲା,ଶ୍ରୀ ବିଷ୍ଣୁ ଭାଟି,ଶ୍ରୀ ଅମରେଶ ବିଶି,ଶ୍ରୀ ପ୍ରଫୁଲ୍ଲ ବିଶି, ଶ୍ରୀ ବିଶ୍ୱଜିତ୍ ପୋଡ଼, ଶ୍ରୀ ଚନ୍ଦ୍ର ଶେଖର ନାଏକ, ଶ୍ରୀ ଖିରଶିନ୍ଧୁ ଶବର, ଶ୍ରୀ ଆଲୋକ କୁ ଯୋଶୀ,ଶ୍ରୀ ସ୍ୱାଇଁ, ଶ୍ରୀ ସୋନି ଭୋଇ, ଶିକ୍ଷୟତ୍ରୀ ବନ୍ଦନା ଦାଶ , ନଳିନୀ ନାଗ, ତପସ୍ୱିନୀ ବାଗ, ଭାନୁମତୀ ଚୌହାନ, ପ୍ରମିଳା ମାଝି, ପଦ୍ମାବତୀ ଓଝା, ଗୀତାଞ୍ଜଳି ପ୍ରଧାନ , ଗାୟତ୍ରୀ ଭୋଇ, ମୋନାଲି ପ୍ରିୟଦର୍ଶିନୀ , ତମିସା ମହନ୍ତ, ଅମୀନା ଭୋଇ ଇତ୍ୟାଦି ଯୋଗ ଦେଇ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ କେସିଙ୍ଗା ସହରର ଜଣାଶୁଣା ଜାତୀୟ ସ୍ତରର କଳାକାର ଶ୍ରୀ ଦେବ ଓ ଶ୍ରୀ ରଞ୍ଜିତ ବିଚାରକ ଭାବେ ଥିଲେ । ଏହାପରେ ଶେଷରେ ସମସ୍ତଙ୍କୁ ସିଆରସିସି ଶ୍ରୀ ଦାଶ ଧନ୍ୟବାଦ୍ ଦେଇ ସଭାକୁ ସଭାପତିଙ୍କ ଅନୁରୋଧ କ୍ରମେ ସମାପ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ଲୋକେ ଭୂରି ଭୂରି ପ୍ରଶଂସା କରିଥିଲେ ।ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଶ୍ରୀମତୀ ଲିସା ଦାସ ସଂଯୋଜନା କରିଥିଲେ ।

ବିଶ୍ଵ ହାତ ଧୁଆ ଦିବସ ରାୟଗଡା ସି.ଡବ୍ଲ୍ୟୁ.ସ୍ ସହଭାଗୀତାରେ ପାଳିତ…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡା ଜିଲ୍ଲାର ସି.ଡବ୍ଲ୍ୟୁ.ସ୍ ସଂସ୍ଥା ତରଫରୁ ପିତାମହଲ ଓ ତାଡମା ଗ୍ରାମ ପଞ୍ଚାୟତର ସମସ୍ତ ଗାଁ ମାନଙ୍କରେ ଅଙ୍ଗନବାଡି କେନ୍ଦ୍ରରେ ପିଲା ମାନଙ୍କୁ ନେଇ ବିଶ୍ଵ ହାତ ଧୁଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ରାୟଗଡ଼ା ସି.ଡବ୍ଲ୍ୟୁ.ସ୍ community mobiliser ଅଭିଷେକ ଆଚାର୍ଯ୍ଯ, ଏଫ୍.ଇ.ଡବ୍ଲ୍ୟୁ ତପନ  କାଡ୍ରାକା, ସ୍ଵେଚ୍ଛାସେବୀ ହେମଲତା ମେଲେକା ଓ ପୁଷ୍ପା ମେଲେକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ l ଏଥିରେ ସ୍ଵଚ୍ଛତା ଓ ହାତ ସଫା ରଖିବା ନେଇ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା ଓ ସାବୁନ୍ ରେ ହାତ ଧୋଇବା ପ୍ରକ୍ରିୟା ପିଲା ମାନଙ୍କୁ ତଥା ମା ମାନଙ୍କୁ ଶିଖେଇ ଦିଆଯାଇଥିଲା l

Community mobiliser ଅଭିଷେକ ଆଚାର୍ଯ୍ଯ ସଂକ୍ଷିପ୍ତରେ ଏହି କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ରଖିଥିଲେ l FEW ତପନ କାଡ୍ରାକା ଓ ସ୍ଵେଚ୍ଛାସେବୀ ପୁଷ୍ପା ଓ ହେମ ଲତା ସମସ୍ତ ସହୋଯାଗ କରିଥିଲେ l ଏହି ମୂଲ୍ୟବାନ କାର୍ଯ୍ୟକ୍ରମ ଆୟୋଜନ କରିଥିବା ହେତୁ ଗ୍ରାମବାସୀ CWS ର ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦିକ ଧନ୍ୟବାଦ ଜଣାଇଥିଲେ l

ସାଇବର ସୁରକ୍ଷା ସଚେତନତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ….!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ସାମ୍ପ୍ରତିକ ଦୈନ୍ଦନଦିନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏବଂ ଏହାଦ୍ୱାରା ବହୁତ ନିରୀହ ଜନସାଧାରଣ ଶିକାର ହେଉଥିବାରୁ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ ବିର୍ଦେଶ କ୍ରମେ ବ୍ୟାପକ ସଚେତନତା ସୃଷ୍ଟିକରିବା କାର୍ଯ୍ୟକ୍ରମ ଗ୍ରହଣ କରାଯିବ l ଏଥିନିମନ୍ତେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ଭାରଚୁଳ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଆରକ୍ଷୀ ଅଧିକ୍ଷକା ସ୍ୱାତୀ ଏସ କୁମାରଙ୍କ ଉପସ୍ଥିତରେ ଆଲୋଚନା କରିଥିଲେ l ସାଇବର ଅପରାଦ୍ଧ ରୋକିବା ନିମନ୍ତେ ଜଣସଚେତନତା ନିହାତି ଆବଶ୍ୟକ l ଜିଲ୍ଲାସ୍ତରରୁ ଆରମ୍ଭ ହୋଇ ବ୍ଲକ ସ୍ତର ପର୍ଯ୍ୟନ୍ତ ବ୍ୟlପକ ସଚେତନତା କରାଯିବ l ବିଶେଷ କରି ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କରେ ରିଲ ଓ କ୍ଵିଜ ପ୍ରତିଯୋଗିତା ଆୟୋଜକ କରାଯିବ l ମାରାଥନ ଓ ସାଇକ୍ଲଥନ ରାଲି ଆଦି ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ କହିଥିଲେ l ଏହି ବୈଠକରେ ଅତିରକ୍ତ ପୋଲିସ ଅଧିକାରୀ, ଉପଖଣ୍ଡ ପୋଲିସ ଅଧିକାରୀ,ପିଏ ଆଇଟିଡିଏ, ରାୟଗଡ଼ ଓ ଗୁଣପୁର,ସମସ୍ତ ଥାନା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଡିପିଏମ ଓଏଲ ଏମ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦି ଯୋଗଦେଇଥିଲେ l