ମିଳିତ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ ଅନୁଷ୍ଠିତ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ)- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚିରମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ସହ ଆଦିବାସୀ ବହୁଳ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ଓଡ଼ିଶା ସରକାର ଙ୍କ ପାଖରେ ଲିପିବଦ୍ଧ ହୋଇ ରହିଛି lସ୍ୱାଧିନତା ର ଦିର୍ଘ ୭୫ବର୍ଷ ପୂରଣ ହେବାକୁ ଯାଉଥିଲେ ମଧ୍ୟ ବିକାଶ ଠାରୁ ଏହି ଅଞ୍ଚଳ ବହୁ ଦୂରରେ l ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ତଥା ଶିଳ୍ପ ର ଭିତ୍ତିଭୂମି ଏଠାରେ ସ୍ୱପ୍ନ ମାତ୍ର lଅଦ୍ୟାବଧି ରେଲ ମାନଚିତ୍ର ରେ ଏହି ଅଞ୍ଚଳ ସ୍ଥାନ ପାଇପାରିଲା ନାହିଁ lନିକଟସ୍ଥ ରେଲ ଷ୍ଟେସନ ଏଠାରୁ ୮୦ କିଲୋମିଟର ଦୂର ରେ ଅବସ୍ଥିତ lଲୋକେ ୮୦ କିଲୋମିଟର ଯାତ୍ରା ପରେ ରେଲ ଟିଏ ଦେଖିଥାନ୍ତି lଏଭଳି ଅବହେଳିତ ଅଞ୍ଚଳରେ ବିକାଶ ର ନୂଆ ଆଶା ଓ ଆକାଂକ୍ଷା ର ସୃଷ୍ଟି ନିମନ୍ତେ ବିଭିନ୍ନ ସମୟରେ ବରଗଡ-ନୂଆପଡା ଭାୟା-ବିଜେପୁର ପଦ୍ମପୁର ନୂତନ ରେଳପଥ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ ଦିଆଯାଇଛି lବିବରଣୀ ଅନୁଯାୟୀ ସର୍ବପ୍ରଥମେ ୧୯୪୫ ମସିହାରେ ଏହି ଲାଇନ ପାଇଁ ସର୍ଭେ କରାଯାଇଥିଲା ହେଲେ କାର୍ଯ୍ୟକାରୀ ହୋଇପାରିନଥିଲା lପୁନଶ୍ଚ ଭୂତପୂର୍ବ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ କୃପାସିନ୍ଧୁ ଭୋଇ ଏସଟିମେଟ କମିଟି ର ଚେୟାରମେନ ଥିବା ସମୟରେ ଏହି ରେଲଲାଇନ ପାଇଁ ସର୍ଭେ କରାଯିବା ସଙ୍ଗେ ସଙ୍ଗେ ମଞ୍ଜୁରୀ ନିମନ୍ତେ ଲୋକସଭାରେ ଦାବୀ ଉପସ୍ଥାପନ କରିଥିଲେ lବିଭିନ୍ନ ସମୟ ରେ ନିର୍ବାଚିତ ପ୍ରତିନିଧି ମାନେ ଏହି ରେଲୱେ ଲାଇନ ପାଇଁ ଦାବି କରିଆସୁଛନ୍ତି lପଦ୍ମପୁର ଅଞ୍ଚଳବାସୀ ଙ୍କ ନ୍ୟାର୍ଯ୍ୟ ଦାବୀ କୁ ଦୃଷ୍ଟିରେ ରଖି ୨୦୧୫-୧୬ ମସିହାରେ ଆର.ଇ.ଟି ସର୍ଭେ ଅନୁମୋଦନ ହୋଇସାରିଛି lପ୍ରସ୍ତାବିତ ମାଲ ପରିବହନ ଏବଂ ଯାତ୍ରୀ ପରିବହନ ରିପୋର୍ଟ ଆଧାରରେ ଏହି ରେଲ ଲାଇନ ନିମିତ୍ତ ୨୪୦୭.୬୯ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏଇ ରେଲୱେ ଲାଇନ କାର୍ଯ୍ୟକାରୀ ହେଲେ ୧୭%୩୧ ରିଟର୍ଣ୍ଣ ହେବ ବୋଲି ପୂର୍ବତନ ରେଲୱେ ସର୍ଭେ ରିପୋର୍ଟ ରେଲୱେ ବୋର୍ଡ ନୂଆଦିଲ୍ଲୀ କୁ ପ୍ରେରଣ କରି ଏହି ଲାଇନ ମଞ୍ଜୁରୀ ନିମନ୍ତେ ୨୦୧୯ ମସିହାରେ ଅନୁରୋଧ କରାଯାଇଛି lପଦ୍ମପୁର-ବିଜେପୁର -ପାଇକମାଲ ର ଓକିଲ ସଂଘ,ବଣିକ ସଂଘ ଓ ନାଗରିକ କମିଟି କୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ଏ ସଂପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀ, ରେଲୱେ ମନ୍ତ୍ରୀ ଭାରତ ସରକାର,ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ, ନିର୍ବାଚିତ ଲୋକସଭା ଓ ରାଜ୍ୟସଭାର ସାଂସଦ ମାନଙ୍କୁ ଅନେକ ଥର ଦାବୀପତ୍ର ପ୍ରଦାନ କରି ସାରିଛନ୍ତି lମିଳିତ କ୍ରିୟାନୁଷ୍ଠାନ କମିଟି ର ଆବାହକ ଓ ପ୍ରତିନିଧି ମଣ୍ଡଳ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମଧ୍ୟ ସୈାଜନ୍ୟ ମୂଳକ ସାକ୍ଷାତ କରିବା ସଙ୍ଗେ ସଙ୍ଗେ ପୂର୍ବତଟ ରେଲୱେ ର ଜେନେରାଲ ମ୍ୟାନେଜର ଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ lମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀମାନ ପ୍ରଧାନ କମିଟି ର ନ୍ୟାର୍ଯ୍ୟ ଦାବି ଆଧାର ରେ ନିଜେ ଏକ ଚିଠି ରେଲୱେ ମନ୍ତ୍ରୀ ଭାରତ ସରକାର ଙ୍କୁ ପ୍ରଦାନ କରିଥିଲେ lମାତ୍ର ସମସ୍ତ ଚେଷ୍ଟା ସତ୍ୱେ କେନ୍ଦ୍ର ବଜେଟ ରେ ଏହି ନୂତନ ରେଳପଥ ପାଇଁ ଅର୍ଥ ମଞ୍ଜୁରୀ ହୋଇନାହିଁ lମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଇ ରେଳପଥ ର ଆବଶ୍ୟକତା କୁ ଦେଖି ୨୦୧୮-୧୯ ବଜେଟ ରେ ଏହାକୁ ମଞ୍ଜୁର ପାଇଁ ପ୍ରସ୍ତାବ ଦେଇଥିଲେ lକିନ୍ତୁ କେନ୍ଦ୍ର ରେଲ ବିଭାଗ ମନ୍ତ୍ରାଳୟ ଏହାକୁ ଏ ପର୍ଯ୍ୟନ୍ତ ମଞ୍ଜୁର କରିନାହାନ୍ତି lମାତ୍ର ରେଲ ମନ୍ତ୍ରାଳୟ ଏହି ପରିପ୍ରେକ୍ଷୀରେ ଦେଇଥିବା ପତ୍ର ତା-୧୧.୦୬.୨୦୨୦ ଅନୁସାରେ ଯଦି ଓଡ଼ିଶା ସରକାର ଭୂମିଅଧିଗ୍ରହଣ ଓ ବିସ୍ଥାପନ ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବେ ବୋଲି ପୁନର୍ବାର ପ୍ରସ୍ତାବ ରେଲ ମନ୍ତ୍ରାଳୟ କୁ ଦିଅନ୍ତି ତେବେ ସେଇ ପରିପ୍ରେକ୍ଷୀରେ ଏଇ ନୂତନ ରେଳପଥ ମଞ୍ଜୁରୀ କୁ କାର୍ଯ୍ୟାନ୍ନିତ କରାଯିବ ବୋଲି ଦର୍ଶାଇଛନ୍ତି lରାନୈତିକ ଇଚ୍ଛାଶକ୍ତି ର ଅଭାବ ହେଉ ଅବା ଦୃଢଦାବୀ ଉପସ୍ଥାପନ ହୋଇ ନ ପାରିବା ଦୃଷ୍ଟି ରୁ ଏଇ ନୂତନ ଲାଇନ କୁ ଅଦ୍ୟାବଧି ମଞ୍ଜୁରୀ ମିଳିପାରିନାହିଁ lକେନ୍ଦ୍ର ଓ ରାଜ୍ୟ ର ପରସ୍ପର ପ୍ରତି କାଦୁଅ ଫିଙ୍କାଫିଙ୍ଗୀ ଯୋଗୁଁ ଏଇ ସ୍ପପ୍ନ ଆଶାରେ ହିଁ ରହିଯାଇଛି lବରଗଡ-ନୂଆପଡା ଭାୟା ବିଜେପୁର-ପଦ୍ମପୁର ନୂତନ ରେଳପଥ ନିର୍ମାଣ ହେଲେ ବରଗଡ-ରାୟପୁର ମଧ୍ୟ ରେ ୧୦୪ କିଲୋମିଟର ଦୂରତା କମିଯିବ lଏବଂ ବର୍ତ୍ତମାନ ଟିଟିଲାଗଡ଼ ଦେଇ ଯାଉଥିବା ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍ ଗୁଡିକ ସିଧା ନୂଆପଡ଼ା ଯାଇ ରାୟପୁର ତଥା ଅନ୍ୟ ସ୍ଥାନକୁ ଯାଇପାରିବେ lଯଦ୍ୱରା ରେଳବାଇ ର ଅନେକ ଖର୍ଚ୍ଚ କମିଯିବ lସେହିପରି ଏହି ନୂତନ ରେଲଲାଇନ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ନୃସିଂହନାଥ ଓ ହରିଶଙ୍କର କୁ ସଂଯୋଗ କରିବ ଯଦ୍ୱାରା ଏଇ ଉପାନ୍ତ ଅଞ୍ଚଳରେ ପର୍ଯ୍ୟଟନ ର ବିକାଶ ହୋଇପାରିବ lପଦ୍ମପୁର ଉପଖଣ୍ଡ ର ଚାଷୀ ଭାଇମାନେ ତାଙ୍କର ଝାଳବୁହା ଉପାର୍ଜିତ ଫଳ ପନିପରିବା ବାହାର ବଜାର ରେ ବିକ୍ରୟ କରିପାରିବେ l ଏଣୁ ବରଗଡ-ନୂଆପଡା ରେଳପଥ ଏଇ ଉପାନ୍ତ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ରେ ବିଶେଷ ସହାୟକ ହେବ ଏବଂ ରୋଜଗାରର ପନ୍ଥା ସୃଷ୍ଟି କରିପାରିବ lରୋଜଗାର ଅଭାବ ରୁ ଲୋକେ ନିଜ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯାଉଥିବା ଦାଦନ ସମସ୍ୟା ର ମଧ୍ୟ ସମାଧାନ ହୋଇପାରିବ lରେଲପଥ ନିର୍ମାଣ ହେଲେ ଏଇ ଅଞ୍ଚଳ ରେ ଶିଳ୍ପ ଓ କଳକାରଖାନା ର ବିକାଶ ନିଶ୍ଚିତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଶ୍ରୀମାନ ଅଜିତ ଶତପଥି ଜଣାଇଛନ୍ତି lବରଗଡ ନୂଆପଡ଼ା ରେଲୱେ ଲାଇନ ମଞ୍ଜୁରୀ କୁ ତ୍ୱରାନ୍ୱିତ କରିବା ପାଇଁ ପଦ୍ମପୁର ମାରୱାଡି ଧର୍ମଶାଳା ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଜେପୁର, ପାଇକମାଲ ଏବଂ ପଦ୍ମପୁର ର ସମସ୍ତ ଓକିଲ ସଂଘ,ବଣିକ ସଂଘ ଓ ନାଗରିକ କମିଟି ର କର୍ମକର୍ତ୍ତା ତଥା ସମସ୍ତ ସଦସ୍ୟ ମାନେ ଯୋଗଦାନ କରିଥିଲେ lମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଙ୍କ ପ୍ରସ୍ତାବିତ ପଶ୍ଚିମ ଓଡ଼ିଶା ଗସ୍ତ ସମୟରେ ତାଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯିବା ସହିତ ତାଙ୍କୁ ଦିଲ୍ଲୀ ରେ ସାକ୍ଷାତ ଆଲୋଚନା ନିମନ୍ତେ ଅନୁମତି ପାଇଁ ଅନୁରୋଧ କରାଯିବ lମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ମଧ୍ୟ ଏକ ପ୍ରତିନିଧି ଦଳ ସାକ୍ଷାତ କରି ବରଗଡ଼-ନୂଆପଡା ଭାୟା ବିଜେପୁର-ପଦ୍ମପୁର ରେଳପଥ ପାଇଁ ଜମି ଓ ବିସ୍ଥାପନ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବାପାଇଁ ଦାବି କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି ବୋଲି ଆବାହକ ଶ୍ରୀମାନ ଶତପଥୀ ଜଣାଇଛନ୍ତି lଅଞ୍ଚଳ ର ବୃହତ ସ୍ୱାର୍ଥ ତଥା ବିକାଶ ନିମନ୍ତେ ଏହି ରେଲଲାଇନ କୁ ଯଥାଶୀଘ୍ର ମଞ୍ଜୁରୀ କରିବାପାଇଁ ବୈଠକ ରେ ମତ ପ୍ରକାଶ ପାଇଥିଲା lଆଜି ର ବୈଠକ ରେ ପଦ୍ମପୁର ନାଗରିକ କମିଟି ର ସଭାପତି ପ୍ରଫେସର ମହେନ୍ଦ୍ର ଭୋଇ ସଭାପତିତ୍ବ କରିଥିଲେ lପଦ୍ମପୁର ବଣିକ ସଂଘ ର ସଭାପତି ପ୍ରତାପ ମିଶ୍ର, ସଦସ୍ୟ ଗଜାନନ ଅଗ୍ରୱାଲ, ଓକିଲ ସଂଘ ର ସଭାପତି ଗୈାତିଆ କୁମାର ସାହୁ,ବିଜେପୁର ଓକିଲ ସଂଘ ର ଅଶୋକ ମାହାନା, ସୁଶାନ୍ତ ବାରିକ, ରାଜପ୍ରସାଦ ସାହୁ, ବିଜେପୁର ନାଗରିକ କମିଟି ର ଅଜିତ ସାହୁ,ବଣିକ ସଂଘ ର ସଭାପତି ପରିକ୍ଷିତ ମେହେର,ପାଇକମାଲ ନାଗରିକ କମିଟି ର ସଭାପତି ମନୋଜ ତ୍ରିବେଦୀ, ଓକିଲ ସଂଘ ର ସମ୍ପାଦକ ରାଜକିଶୋର ସାହୁ,ପାଇକମାଲ ବଣିକ ସଂଘ ର ସଦସ୍ୟ ପ୍ରେମ ସାଗର ଫୈାଜଦାର, ରମେଶ ଅଗ୍ରୱାଲ, ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ଓ ଟ୍ରକ ମାଲିକ ସଂଘ ର ସଦସ୍ୟ ରମେଶ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ l

ପଦ୍ମପୁର ଏସଡିପିଓ ଭାବେ ଯୋଗଦେଲେ ବିଭୁତିଭୁଷଣ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ)- ପଦ୍ମପୁର ଉପଖଣ୍ତ ପୋଲିସ ଅଧିକାରୀ ଭାବରେ ବିଭୁତି ଭୁଷଣ ଭୋଇ ଯୋଗଦାନ କରିଛନ୍ତି।ଏହା ପୂର୍ବରୁ ଥିବା ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ସଦର ଏସ.ଡି.ପି.ଓ ଭାବରେ ବଦଳି ହେବା ପରେ ଶ୍ରୀ ଭୋଇ ବୁର୍ଲାରୁ ପଦ୍ମପୁରକୁ ଏସ.ଡି.ପି.ଓ ଭାବରେ ଯୋଗଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ଭୋଇ ବରଗଡ଼ ଜିଲ୍ଲାର ପାଇକମାଲ,ସୋହେଲା,ବରଗଡ ଥାନାରେ ସୁନାମ ରଖି କାମ କରିଛନ୍ତି ।ପଦ୍ମପୁର ଉପଖଣ୍ତ ବାସୀ ମଧ୍ୟ ଆଇନଶୃଂଖଳାରେ ବହୁତ ଆଶା ଓ ବିଶ୍ବାସ ରଖିଛନ୍ତି।ନୂତନ ଭାବରେ ଯୋଗଦାନ କରିଥିବା ପୁଲିସ ଅଧିକାରୀଙ୍କୁ ସ୍ବାଗତ କରିବା ସହ ପୂର୍ବ ଅଧିକାରୀ ଶ୍ରୀଯୁକ୍ତ ସାହୁ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଦ୍ମପୁର ଉପଖଣ୍ତର ସମସ୍ତ ଥାନା ଅଧିକାରୀମାନେ ଯୋଗଦାନ କରିଥିଲେ ।

ଅନଲାଇନ ମାଧ୍ୟମ ରେ କବିତା ଆସର ପାଳିତ …!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ)- ରଏବାର ଦିନ “ଘାଏ ଦେଖତ” ଗାଇସିଲେଟ କଲାପଟା ର ତରଫୁଁ ଗାଇସିଲେଟ ବ୍ଲକ ର କବି ଓ ସାହିତ୍ଯିକ ମାନକୁଁ ନେଇ କରୋନା କେ ଆଖିଁ ରଖି ଅନ୍ୟ ଲାଇନ ମାଧ୍ଯମ ଥିଁ କବିତା ଆସର ଟେ ହେଇଥିଲା ଆର ସାହିତ୍ୟ ର ବଡତି ଦିଗେଁ ଆଲୋଚନା ହେଇଥିଲା। ସଭାପତି କୋଶଲ ରତ୍ନ ଭୋଇ ଆଗିଆଁ ଡକ୍ଟର ଜୟକେତନ ତ୍ରିପାଠୀ ପ୍ରଫେସର ଅର୍କୁନ କୁମାର ମହାନ୍ତି ପ୍ରଧାନ ଶିକ୍ଷକ ରୁକୁଣ ଦିଶ୍ରୀ ସଂପାଦକ ବୈରାଗୀ ସାହୁ ଜୁଆନ କବି ପୁସ୍ତମ ଜୁଆଡି କୋଣଲ ଭାରତି ର ସଂପାଦକ ଦିଲ୍ଲିପ ସରାଫ ବଲ୍ଲଭ ସାହୁ ପ୍ରଶାନ୍ତ ପଧାନ ପ୍ରମୋଦ କୁମାର କଲେ ନାରୀ କବି ସାଗରିକା ସାହୁ ଯୋଗଦେଇ ଥିଲେ। ଦିଲ୍ଲିପ ସରାଫ ଭାଇ ଅନ ଲାଇନ ର ସହାୟତା କରି ଧନ୍ଯବାଦ ଦେଇଥିଲେ।

ତାମିଲନାଡୁ ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ:ମୃତଦେହ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ)- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କନଡିହି ଗ୍ରାମର ଦାଦନ ଶ୍ରମିକଙ୍କ ତାମିଲନାଡୁ ଠାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଯାହାଙ୍କ ମୃତଦେହକୁ ଘରକୁ ଆଣିବା ପାଇଁ ପରିବାରବର୍ଗ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଅନୁରୋଧ କରିଛନ୍ତି ।  ସୂଚନା ଅନୁସାରେ କନଡିହି ଗ୍ରାମର ଦେବାନନ୍ଦ ତାଣ୍ଡି ତାମିଲନାଡୁ ରାଜ୍ୟ କାଞ୍ଚିପୁରମ ଜିଲ୍ଲା କେଲାମ୍ପକମ ଥାନା ଅନ୍ତର୍ଗତ ପୁଡୁପକ୍କମ ଠାରେ କାମ କରୁଥିଲେ।  ତାଙ୍କ ସ୍ତ୍ରୀ,ପିଲାମାନେ ଏବଂ ବାପା ମା ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟବାଡ଼ା ଠାରେ ଯାଇ କାମ କରୁଥିଲେ। ଦେବାନନ୍ଦଙ୍କ ସ୍ତ୍ରୀ ଦୁଇଦିନ ପୂର୍ବରୁ ଫୋନ ଯୋଗେ ପିଲାର ଚିକିତ୍ସା ପାଇଁ ପଇସା ପଠେଇଦେବା ପାଇଁ ଅନୁରୋଧ କରିଥିଲେ ତେଣୁ ଦେବାନନ୍ଦ ଏକ ସାଇକେଲ ଯୋଗେ ବ୍ୟାଙ୍କକୁ ଟଙ୍କା ଆଣିବା ପାଇଁ ଯାଇ ଫେରୁଥିବା ବେଳେ ଏକ TN 19 8512 ନମ୍ବର ଥିବା ଟ୍ରାକ୍ଟର ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ତାଙ୍କ ମୃତଦେହ ଚେଙ୍ଗଲପେଟ ସରକାରୀ ଡାକ୍ତରଖାନାରେ ରହିଛି ଯାହାକୁ ଘରକୁ ଆଣିବା ପାଇଁ ପରିବାର ଲୋକେ ଦାବୀ କରିଛନ୍ତି।  ଏହାକୁ ଟ୍ୱିଟ ମାଧ୍ୟମରେ ଦୀପା ବାରିକ ତାମିଲନାଡୁ ସରକାର ଏବଂ ଓଡ଼ିଶା ସରକାର କୁ ଅନୁରୋଧ କରିଛନ୍ତି ।

ଭିଜିଲାନ୍ସ ବିଭାଗ ର ପଞ୍ଜୁରୀ ରେ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ …..!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା)- ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ ଆଜି ଭୋର ରାତ୍ରି ୪ଟା ରୁ ଏକ ଗାଡ଼ିରେ ନିଜ ଘର କଟକ ଜିଲ୍ଲା ଅଭିମୁଖେ ଯାଉଥିବା ସମୟରେ କାର୍ଯ୍ୟାଳୟ ସମ୍ମୁଖରେ ଭିଜିଲାନ୍ସ ବିଭାଗ କଳାହାଣ୍ଡି ର ଡି.ଏସ.ପି ସତ୍ୟବାନ ମହାନନ୍ଦ ଗାଡ଼ି କୁ ଅଟକାଇ ୨ଲକ୍ଷ ୭୭ ହଜାର ଟଙ୍କା ସହ ଶ୍ରୀ ଧଳ ଙ୍କୁ ଗିରଫ କରିଛି l

ବର୍ତ୍ତମାନ ସାରା ରାଜ୍ୟରେ ଭିଜିଲାନ୍ସ ବିଭାଗ ସକ୍ରିୟ ହୋଇ ଲାଞ୍ଚୁଆ ଅଫିସର ମାନଙ୍କୁ କାବୁ କରୁଥିବାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଉଛି lନୂଆପଡା ରେ ୨୪ ଘଣ୍ଟା ନ ପୁରୁଣୁ ପୁଣି ଏକ ଲାଞ୍ଚୁଆ ଅଫିସର ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ କରିବାରେ ସଫଳତା ହାସଲ କରିଥିବାରୁ ବୁଦ୍ଧିଜୀବୀ ମହଲରେ ଭିଜିଲାନ୍ସ ବିଭାଗ କୁ ତାରିଫ୍ କରୁଥିବା ଜଣାଯାଏ l

ସ୍ବର୍ଗତ ଉମାକାନ୍ତ ଦାସ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସିଟି ହସ୍ପିଟାଲ ରୋଡ଼ ସ୍ଥିତ ଜୀବନ କ୍ଳବ ପରିସରରେ ଓଡ଼ିଶାର ବିଶିଷ୍ଟ ଶ୍ରମିକ କର୍ମଚାରୀ ନେତା ତଥା ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ଅନ୍ୟତମ ପ୍ରତିଷ୍ଠାତା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସ୍ବର୍ଗତ ଉମାକାନ୍ତ ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘ ର ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ସଭାପତି ଦେବରାଜ କୋଠିଆ ମୁଖ୍ୟ ଅତିଥି, ପୂର୍ବତନ ଖଣ୍ଡ ସମ୍ପାଦକ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟବକ୍ତା , ଭଞ୍ଜନଗର ଖଣ୍ଡ ସମ୍ପାଦକ ସୁରେନ୍ଦ୍ର କୁମାର ରାଉତ ସମ୍ମାନିତ ଅତିଥି ଏବଂ କାର୍ଯ୍ୟକ୍ରମ ର ସଂଯୋଜକ ଭାବରେ ପୂର୍ବତନ ରାଜ୍ୟ ଉପସଭାପତି ରବି କୁମାର ପାଣିଗ୍ରାହୀ ଯୋଗଦାନ କରି ସ୍ବର୍ଗତ ଉମାକାନ୍ତ ଦାସ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍ବର୍ଗତ ଦାସ ନିଃସ୍ଵାର୍ଥପର ଭାବରେ ଜନସ୍ବାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ କାର୍ଯ୍ୟରତ ହଜାର ହଜାର ଶ୍ରମିକ କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ ପାଇଁ ଅହରହ ଉଦ୍ୟମ କରି ଆସୁଥିଲେ। ସ୍ବର୍ଗତ ଦାସ ସଂଘ ର ପୂର୍ବତନ ଉପଦେଷ୍ଟା ରାଜ୍ୟ ର ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ କଟକ ସାଂସଦ ସ୍ବର୍ଗତ ଶ୍ରୀନିବାସ ମିଶ୍ର ଏବଂ ସଂଘର ପ୍ରାଣ ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ସୁଦାମ ଚରଣ ପାଣିଗ୍ରାହୀଙ୍କ ଦକ୍ଷ ସହଯୋଗୀ ରୂପେ କାର୍ଯ୍ୟ କରି ବହୁ ଆନ୍ଦୋଳନରେ ନେତୃତ୍ବ ନେଇ ଅନେକ ସମସ୍ୟା ର ସମାଧାନ କରିପାରିଥିଲେ ।

ସେ ରାଜ୍ୟ ଜଳସେଚନ ବିଭାଗ କର୍ମଚାରୀ ସଂଘ ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରି ବହୁ ସମସ୍ୟାର ସମାଧାନ କରି ଯାଇଛନ୍ତି ।ସେ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ବ କାଳ ରାଜ୍ୟର ଶ୍ରମିକ କର୍ମଚାରୀ ଙ୍କ ସେବାରେ ନିଜକୁ ନିୟୋଜିତ କରିଆସିଥିଲେ ବୋଲି ମଞ୍ଚାସୀନ ଅତିଥି ମାନଙ୍କ ସମେତ ଅନ୍ୟ ବକ୍ତାମାନେ ମତବ୍ୟକ୍ତ କରି ତାଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଲାଠି ସ୍ଥିତ କୁଷ୍ଠାଶ୍ରମ ଆଶା ନିକେତନ ର ଚାଳିଶି ଜଣ ଅନ୍ତେବାସୀ ମାନଙ୍କ ମଧ୍ୟରେ ଅନ୍ନ ବଣ୍ଟନ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ କର୍ମକର୍ତ୍ତା ଙ୍କ ସମେତ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବଲପୁର ରୁ କାର୍ଯ୍ୟକାରୀ ସଭାପତି ଶେଷଦେବ କାଣ୍ଡ,ପୂର୍ବତନ ରାଜ୍ୟ ଯୁଗ୍ମ ସମ୍ପାଦକ ଦୁର୍ଗାପ୍ରସାଦ ଦାସ, ଉପସଭାପତି ଦଫେବାଗ୍,ଡମ୍ବରୁଧର ସାହୁ,ଢେଙ୍କାନାଳ ରୁ ଉପସଭାପତି ବାଳକୃଷ୍ଣ ବିଶ୍ବାଳ, ଭବାନୀ ପାଟଣା ରୁ ପୂର୍ବତନ ସଭାପତି ଅଶ୍ବିନୀ କୁମାର ପ୍ରଧାନ, ବଲାଙ୍ଗୀର ରୁ ସୀମାଞ୍ଚଳ ପଣ୍ଡା,ବୌଦ୍ଧ ରୁ ସନ୍ତୋଷ କୁମାର ଗୌଡ଼, ଫୁଲବାଣୀ ରୁ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ଭଞ୍ଜନଗରରୁ ଦେବୀ ଦିହୁଡି, ଜି. ଉଦୟଗିରି ରୁ ଅମୂଲ୍ୟ କୃଷ୍ଣ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ସନ୍ତୋଷ କୁମାର ଦାସ ,କୋରାପୁଟ ରୁ ଖଣ୍ଡ ସମ୍ପାଦକ ଭୀମସେନ ଦ୍ବିବେଦୀ, ଛତ୍ରପୁରରୁ ଜି.‍ କାମରାଜ ରେଡ୍ଡୀ, ଭୁବନେଶ୍ୱର ରୁ ଗୋକୁଳାନନ୍ଦ ମହାପାତ୍ର ଙ୍କ ସମେତ ବ୍ରହ୍ମପୁର ଖଣ୍ଡ ସମ୍ପାଦକ ନରସିଂହ ଦାସ, ଶାଖା ସମ୍ପାଦକ ଜି କ୍ରିଷ୍ଣା ରେଡ୍ଡୀ କୋଷାଧ୍ୟକ୍ଷ ରଘୁନାଥ ପାତ୍ର, ରାମକୃଷ୍ଣ ଯେନା,ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର କୋଠିଆ, ସତ୍ୟନାରାୟଣ କର, ବିଜୟ ଚନ୍ଦ୍ର ପଣ୍ଡା, କାଳୁ ପଣ୍ଡା, ନବକୃଷ୍ଣ ପଢିହାରୀ, ଶିଶିର ଗୌଡ଼,ଜି ଗୁରୁ ନାଥ, ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ବାଳକୃଷ୍ଣ ଚୌଧୁରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଧନ୍ୟବାଦ ଅର୍ପଣ କରିଥିଲେ ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର କୁ ଜିଲ୍ଲାପାଳ ଙ୍କ ପରିଦର୍ଶନ….!

!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!  

 

ଏଥର ସମ୍ଭାଳ (ପଦ୍ମପୁର)– ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟ କୁ ଓଡିଶା ସରକାର ବିଦ୍ୟାଳୟ ରୂପାନ୍ତିକରଣ ଯୋଜନା ରେ ସାମିଲ କରିଛନ୍ତି। ଏହି ପରିପ୍ରେକ୍ଷୀ ରେ ବିଦ୍ୟାଳୟ ର ଭିତ୍ତି ସଂରଚନା ର ତଦାରଖ କରିବା ପାଇଁ ଆଜି ବରଗଡ ଜିଲ୍ଲାପାଳ ମନୀଷା ବେନାର୍ଜୀ ଆଇ॰ଏ॰ଏସ ବିଦ୍ୟାଳୟ ପରିଦର୍ଶନ ରେ ପହଞ୍ଚିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇ ଙ୍କ ନେତୃତ୍ୱ ରେ ବିଦ୍ୟାଳୟ ପରିସର ର ସଜ୍ଜିକରଣ କୁ ମାନ୍ୟବର ଜିଲ୍ଲାପାଳ ପ୍ରସଂଶା କରିଥିଲେ। ଦଶମ ଶ୍ରେଣୀ ନିରୀକ୍ଷଣ କରି ଝିଅ ମାନଙ୍କ ସହ କିଛି ସମୟ ବିତେଇଥିଲେ। ରୂପାନ୍ତରିଣ ଯୋଜନା ରେ ଏକ ଇ॰ଲାଇବ୍ରେରୀ , ଏକ କମ୍ପୁଟର ଲ୍ୟାବ, ବିଜ୍ଞାନ ପରିକ୍ଷାଗର, ଚାରିଗୋଟି ସ୍ମାର୍ଟ କ୍ଳାସ  ଓ ଏକ ୟୁରିନାଲ ଗୃହ ନିର୍ମାଣ କରିବା ପାଇଁ ଗୋଷ୍ଠୀ ଉନ୍ନୟବ ଅଧିକାରୀ ଶ୍ରୀଯୁକ୍ତ ଶଙ୍କର୍ଷଣ ବେହେରା ଙ୍କୁ ନିର୍ଦେଶ ଦେଇଥିଲେ। ତାଙ୍କ ସହିତ ଭେଟ ହୋଇ ଛାତ୍ରୀ ମାନେ ବହୁତ ଉତ୍ସାହିତ ଜଣାପଡୁଥିଲେ।

ବିଦ୍ୟାଳୟ ର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଙ୍କୁ କୋଭିଡ ସମୟରେ ଛାତ୍ରୀ ମାନଙ୍କର ବିଶେଷ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ କୁ ଆସି ସମସ୍ତ ଙ୍କୁ ଉତ୍ସାହିତ କରିଥିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ , ପରିଚାଳନା କମିଟି ସଦସ୍ୟ, ସଦସ୍ୟା , ଆଲୁମିନି ସଦସ୍ୟା ମାନଙ୍କ ତରଫ ରୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜ୍ଞାପନ କରା ଯାଉଛି। ବିଦ୍ୟାଳୟ ରେ ଜ୍ୟୋତ୍ସ୍ନାରାଣୀ ସାହୁ, ଚିନ୍ତାମଣି ସାହୁ,ପ୍ରେମାନନ୍ଦ ବେହେରା,ଜୀବନନନ୍ଦ ସାହୁ,ମିନତୀ ଦାସ, ମାନସ ରଞ୍ଜନ ଶତପଥୀ,ସୁରେଶ ଚନ୍ଦ୍ର ଚୌହାନ,ସୁରେନ୍ଦ୍ର କୁମାର ଭୋଇ ନିଲିମାରାଣୀ ମହାନ୍ତି, ଜ୍ୟୋତିରେଖା ମହାନନ୍ଦ,ଦୀପ୍ତିରଞ୍ଜନ ମଲ୍ଲିକ, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ଉପସ୍ଥିତ ଥିଲେ।

ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ….!

!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!  

ଏଥର ସମ୍ଭାଳ (ପଦ୍ମପୁର)– ଆଜି ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ରଜାପଡା ଅଙ୍ଗନବାଡ଼ି ସେଣ୍ଟର ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ଃ ତହସିଲ ସାହୁ ,ହସ୍ପିଟାଲ ମେନେଜର ଦିବ୍ୟ ମେହେର, ମହିଳା ସ୍ୱାସ୍ଥ୍ୟ କର୍ମୀ ଅଦିତି ପୁରୋହିତ, ବିଶ୍ୱଲୟା ସାହୁ ଓ ମିନତୀ ସାହୁ ଯୋଗଦାନ କରି ସ୍ତନ୍ୟପାନ ର ଗୁରୁତ୍ୱ ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି, ସୁପରଭାଇଜର ତିଲୋତାମା ଦାସ ,ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦି ଯୋଗ ଦେଇଥିଲେ।ସଭା ଶେଷରେ ଏକ ସଚେତନ ରାଲି ରଜାପଡା ସ୍କୁଲ ରୁ ବାହାରି ସମଗ୍ର ରଜାପଡା ଅଞ୍ଚଳରେ ପରିକ୍ରମା କରିଥିଲା l

ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ବୈଠକ..!

!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!  

ଏଥର ସମ୍ଭାଳ (ପଦ୍ମପୁର)– ଆସନ୍ତା ରବିବାର ଦିନ ୧୦ ଘଣ୍ଟା ୩୦ ମିନିଟ ସମୟରେ ପଦ୍ମପୁର ସ୍ଥିତ ମାରୱାଡି ଧର୍ମଶାଳା ଠାରେ ପଦ୍ମପୁର ନାଗରିକ କମିଟି, ବ୍ୟବସାୟୀ ସଂଘ ଏବଂ ଓକିଲ ସଂଘ କୁ ନେଇ ଏକ ଜରୁରୀ ବୈଠକ ବସିବ । ଆଗାମୀ ଦିନ ରେ ବରଗଡ-ନୂଆପଡା ଭାୟା ବିଜେପୁର, ପଦ୍ମପୁର, ପାଇକମାଳ ରେଲଲାଇନ ସମ୍ପର୍କରେ କ’ଣ କ’ଣ ପଦକ୍ଷେପ ନିଆଯିବ ଏ ନେଇ ବିଷଦ ଆଲୋଚନା ସହ ରଣନିତୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବ ବୋଲି ରେଲୱେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଅଜିତ କୁମାର ଶତପଥୀ ଜଣାଇବା ସଙ୍ଗେ ସଙ୍ଗେ ବିଜେପୁର, ପଦ୍ମପୁର ଏବଂ ପାଇକମାଳ ର ବିଭିନ୍ନ ସଂଗଠନ ଯଥା-ବଣିକସଂଘ, ନାଗରିକ କମିଟି ଏବଂ ଓକିଲ ସଂଘ ର କର୍ମକର୍ତ୍ତା ଙ୍କୁ ସୂଚିତ ସହ ଆମନ୍ତ୍ରଣ କରାଯାଉଅଛିଯେ, ନିର୍ଦ୍ଧାରିତ ଦିବସ ଓ ସମୟରେ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିବାହେବେ ।

ବାରିକ ସମାଜର ଵନ୍ଧୁ ମିଳନ…!

!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!  

ଏଥର ସମ୍ଭାଳ (ପଦ୍ମପୁର)– ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମା ସମଲେଇ ମନ୍ଦିର ପ୍ରାଙ୍ଗଣରେ ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟି ର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭାବେ ଶ୍ରୀଯୁକ୍ତ ହାରାଧନ ବାରିକ ଓ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ରଘୁନାଥ ବାରିକ ଉପସ୍ଥିତ ରହିଥିଲେ । ଉକ୍ତ ଅଧିବେଶନରେ ବିଭିନ୍ନ ଅଞ୍ଚଳର ବେହେରା ମାନେ ମଜୁବୁତ କରିବା ପାଇଁ ବେହେରା ମାନଙ୍କ ସମର୍ପିତ କରି ସେମାନଙ୍କର ମତାମତ ଗୁଡିକ ପ୍ରକାଶ କରିଥିଲେ । ବାରିକ ସମାଜରେ ବିଭିନ୍ନ କାର୍ଯ୍ୟକ୍ରମରେ
ସମ୍ପୁର୍ଣ୍ଣ ରୂପେ ସହଯୋଗ କରିବୁବୋଲି ମତବ୍ୟକ୍ତ କହିଥିଲେ । ଅତାବିରା ବାରିକ ସମାଜର ମୂଳରୁ ଶକ୍ତିଶାଳୀ କରିବା ପାଇଁ ୫ଟି ଶାଖାରେ ବିଭକ୍ତ କରାଯାଇଥିଲା । ଏବଂ ପ୍ରତ୍ୟେକ ଶାଖାରେ ଗୋଟେ ଗୋଟେ କମିଟି ରଖିବା ପାଇଁ ସ୍ଥିର କରାଯାଇଥିଲା । ଉକ୍ତ ବାରିକ ସମାଜ ତରଫରୁ ସାମ୍ବାଦିକ ତଥା ସମାଜ ସେବି ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କୁ ଉପଢୌକନ ଦେଇ କରୋନା ଯୋଦ୍ଧା ଭାବେ ସମାଜର ସଭାପତି ହାରାଧନ ବାରିକ ସମ୍ମାନିତ କରିଥିଲେ । ” ସମାଜ ମୁଖ୍ୟ ” ନବ କିଶୋର , ସତ୍ୟ ନାରାୟଣ ବେହେରା, ଭରତ ବେହେରା, ଯଶୋବନ୍ତ ପସାୟତ, ରାମଚନ୍ଦ୍ର ବେହେରା, ଝସକେତନ ବେହେରା, ଲଳିତ ବେହେରା, ଦେବନନ୍ଦ ବେହେରା, ଦେବାର୍ଚ୍ଚନ ପସାୟତ, ସତ୍ୟ ପସାୟତ, ଜୀବର୍ଦ୍ଧନ ପସାୟତ, ଯଦୁମଣି ପସାୟତ, ନିତ୍ୟାନନ୍ଦ ପସାୟତ, ମାଟୁ ପସାୟତ, କିଶୋର ପସାୟତ, ମନୋହର ପସାୟତ, ସରୋଜ ବାରିକ, ଶଙ୍କର ପସାୟତ, ମନୋରଞ୍ଜନ ପସାୟତ ଓ କପିଳ ବାରିକ ଏବଂ ଶେଷରେ ” ସମ୍ପାଦକ କାର୍ତ୍ତିକ ପସାୟତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଅଂଶଗ୍ରହଣ କରିଥିଲେ, ବାରିକ ସମାଜ ସଦସ୍ୟ ମାନେ ନିଜନିଜ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ l