ଜିଲ୍ଲାପରିଷଦ ଅଧ୍ୟକ୍ଷା ଙ୍କ ଅଚାନକ ପରିଦର୍ଶନ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ଆଜି ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ବରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀମାନ ମଦନ ଦୀପ ଝାରବନ୍ଧ ବ୍ଲକ ଅଞ୍ଚଳ କୁ ତୋଫାନୀ ଗ୍ରସ୍ତ ରେ ବାହାରିବା ସମୟ ରେ ପାଇକମାଳ ବ୍ଳକ ଅନ୍ତର୍ଗତ ଲଖମରା ଡାକ୍ତରଖାନା ରେ ପ୍ରବଳ ଲୋକଗହଳି କୁ ଦେଖି ଗାଡିରୁ ଓଲ୍ହାଇ ଡାକ୍ତରଖାନା ପରିଦର୍ଶନ କରିଥିଲେ। କୋଭିଡ ଭେକସିନ ନେବା ପାଇଁ ଲୋକେ ଆଗ୍ରହର ସହ ଏଭଳି ଭିଡ଼ ହୋଇଥିବା ଜାଣିବାକୁ ପାଇଥିଲେ ।

ହେଲେ ପର୍ଯ୍ୟାପ୍ତ ପରିମାଣ ର ଭେକସିନ ନଥିବା ହେତୁ ଲୋକେ ଠେଲାପେଲା ହୋଇ ଭେକସିନ ନେବାକୁ ଆଶା କରୁଥିବାବେଳେ ମାତ୍ର ୨ ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ଏବଂ ୧୬୦ ଡୋଜ ଭେକସିନ କୁ ନେଇ ଶ୍ରୀମତୀ ସାହୁ କ୍ଷୋଭ ପ୍ରକାଶ କରିବା ସହିତ ସ୍ଥାନୀୟ ମେଡିକାଲ ଅଫିସର ଡାକ୍ତର ଅତିଷ ପୁଞ୍ଜି ଙ୍କ ସହ ଆଲୋଚନା କରିସାରିଲା ପରେ ତହସିଲଦାର,ଏସ.ଡି.ଏମ.ଓ ପଦ୍ମପୁର ଙ୍କ ସହ ଏ ବିଷୟରେ ଅବଗତ କରିଥିଲେ। ଭେକସିନ ସେଣ୍ଟର ମାନଙ୍କ ରେ ୨ ଜଣ ଯାଗାରେ ୪ ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ଯୋଗାଇବା ସ‌ହିତ ପର୍ଯ୍ୟାପ୍ତ ପରିମାଣ ର କୋଭିଡ ଭେକସିନ ଯୋଗାଇଦେବାକୁ ଶ୍ରୀମତୀ ସାହୁ ଦାବୀ କରିଛନ୍ତି। 

ସର୍ଗିଜୁରୀ ଠାରେ ବିଜେପିର ଅଟଳ ଜୀଙ୍କ ତିରୋଧାନ ଦିବସ ପାଳିତ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମ ଠାରେ ଭାରତୀୟ ଜନତାପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ବରିକେଲ ମଣ୍ଡଳ ସଭାପତି ଶ୍ରୀ ସୌକିଲାଲ ସାହାଙ୍କ ନେତୃତ୍ବରେ ଓ ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ,ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କୁମରମଣି ନାଏକ,ଜିଲ୍ଲା ସମ୍ପାଦିକା ତଥା ସମିତି ସଭ୍ଯ ଶ୍ରୀମତୀ ସରସ୍ଵତୀ ସାହୁ,ଯୁବ ମୋର୍ଚ୍ଚା ରାଜ୍ଯ ସଂପାଦକ ଶ୍ରୀ ପ୍ରିତେଶ ବହିଦାର,ଯୁବ ମୋର୍ଚ୍ଚା ସଂପାଦିକା କୁମାରୀ ଅର୍ଚ୍ଚିନା ବାଗ,ଆଦିବାସୀ ମୋର୍ଚ୍ଚା ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ଭୁଏ,କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର,ଶ୍ରୀ ହରିହର ସାହୁ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ ସମୟରେ ଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା,ପରମାଣୁ ବୋମା ପରୀକ୍ଷଣ ଓ ମହିଳା ସେଲ ଗ୍ରୁପକୁ ପ୍ରୋତ୍ସାହନ ଦିଆ ଯାଇଥିଲା ବୋଲି ବକ୍ତାମାନେ ମତ ପୋଷଣ କରିବା ସହ ବାଜପେୟୀ ଜୀଙ୍କୁ ସବୁଦିନ ପାଇଁ ଏ ଦେଶବାସୀ ମନେ ରଖିବେ ବୋଲି ମତ ପ୍ରକାଶ ପାଇଥିଲା ।

ଏହି ଅବସରରେ ବିଜୁ ଜନତା ଦଳର ସମିତି ସଭ୍ୟ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ସମେତ ଅନେକ ଉତ୍ସାହି ଯୁବକ ସର୍ବଶ୍ରୀ ଛତ୍ରପତି ସେଠ, ଶଙ୍କର ବେହେରା, ସୁନ୍ଦରମଣି ମର୍ହି,ଯିତୁ ମର୍ହି, ଯୁଧିଷ୍ଠିର ରଣା, ଅମୃତ ରଣା, ଗୌତମ ସିକା, ଅନନ୍ତ ବରିହା, ଶଙ୍କର ବରିହା, ତରଣୀସେନ ଜାଳ, ଭୀଷ୍ମ ଜାଲ,ଯଦୁମଣି ନେଗି,ରାଜେଶ ବେହେରା , ଟିଫିନ୍ ଛତର, ଜୟନ୍ତ ବେଣ୍ଟକାର, ଉଦ୍ଧବ ବେଣ୍ଟେକାର, ଜଗନ୍ନାଥ ପଟେଲ,ଭୀମା ବେଣ୍ଟକାର, ଆକାଶ ପଟେଲ, ରାଜେଶ ପଟେଲ, ରମେଶ ମେହେର, ରତନ ଧରୁଆ, ଶ୍ରୀମତି ସାବିତ୍ରୀ ବୁଡ଼େକ, ଝିଲି ପ୍ରଧାନ, ସବିତା ନେଗୀ, ଚୁଲା ବଢି କମାତି, ସାବିତ୍ରୀ ନେଗୀ , ପଦ୍ମା ବୁଡ଼େକ ଆଦି ଉତ୍ସାହର ସହ ଭାରତୀୟ ଜନତା ପାଟି ରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଲଖମରା ମଣ୍ତଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁ,ଜଗଦଲପୁର ମଣ୍ତଳ ସଭାପତି ଶ୍ରୀ ହରେକୃଷ୍ଣ ପଟେଲ,ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ଶ୍ରୀ ସାମନ୍ତ ଶେଖର ମୁନା,କୃଷକ ମୋର୍ଚ୍ଚା କୋଡିନେଟର ଶ୍ରୀ ଯୋଗେନ୍ଦ୍ର ଭୋଇ ଆଦି ସକ୍ରିୟ ଭୂମିକା ନେଇଥିଲେ । ଶେଷରେ ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ବରିହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧନା ଉତ୍ସବ ପାଳିତ।

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବରିକେଲ ଠାରେ ଗୋପବନ୍ଧୁ କଲ୍ୟାଣ ସମିତି ବରିକେଲ ଆନୁକୂଲ୍ୟରେ କୋଭିଡ ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବ ସ୍ୱାଧୀନତା ଦିବସ ଅବସରରେ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସାଧିକାରୀ ଡାକ୍ତର ତ୍ୟାଗରାଜ ସିଂ, ସମ୍ମାନିତ ଅତିଥି ଭାବେ ବରିକେଲ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୈାଦାମିନୀ ମେହେର, ମୁଖ୍ୟବକ୍ତା ଭାବେ ଭେଉଁରିଆ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଜନୀ ସାହୁ ଏବଂ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଅବସର ପ୍ରାପ୍ତ ପ୍ରଫେସର ଶ୍ରୀମାନ ରଜନୀ କୁମାର ମହାନ୍ତି ମଞ୍ଚାସୀନ ଥିଲେ। ଗୋପବଂଧୁ ଜନକଲ୍ୟାଣ ସମିତି ର ଉପଦେଷ୍ଟା ଶ୍ରୀମାନ କୃଷ୍ଣ ଚନ୍ଦ୍ର ଚୈାହାନ, ସଭାପତିତ୍ବରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ନିୟନ୍ତ୍ରୀତ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ। ନିୟନ୍ତ୍ରୀତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ପ୍ରାରମ୍ଭେ ସ୍ୱାଗତ କରିଥିଲେ ରେହାନ ସାମନ୍ତରାୟ, ସୈାମ୍ୟରଞ୍ଜନ ସାହୁ, ନାରାୟଣ ପ୍ରସାଦ ସାହୁ, ମୁଖ୍ୟ ଅତିଥି ଡାକ୍ତର ତ୍ୟାଗରାଜ ଭାରତ ମାତା ତଥା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପରେ ଦୀପ ପ୍ରଜ୍ବଳନ କରିଥିଲେ। ମୁଖ୍ୟବକ୍ତା ଶ୍ରୀମତୀ ସାହୁ ଦିର୍ଘ ଦେଢବର୍ଷ ହେଲା ସ୍ୱାସ୍ଥ୍ୟ ବିଭାଗ ର ଡାକ୍ତର,ନର୍ସ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଦିବାରାତ୍ର କୁ ଏକାକାର କରି ଅକ୍ଲାନ୍ତ ପରିଶ୍ରମ କରି ନିଜ ଜୀବନ କୁ ବାଜି ଲଗାଇ ବିଶ୍ୱମହାମାରୀ କରୋନା ସହ ଲଢେ଼ଇ କରି ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ, ରୋଗୀ ପରିକ୍ଷଣ, ଜଳସେଚନତା, ଟୀକାକରଣ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ମାନବ ଜଗତକୁ କରୋନା ଦାଉରୁ ରକ୍ଷା କରିବାର ପ୍ରୟାସ କୁ ଭୂୟସୀ ପ୍ରଶଂସା କରି ଜନସାଧାରଣଙ୍କୁ ମଧ୍ୟ ସାଂପ୍ରତିକ ପରିସ୍ଥିତି ରେ ବିପଦ କରିନଥିବା ତଥା ମାକ୍ସ ପରିଧାନ, ସାମାଜିକ ଦୂରତା ବଜାୟ ରଖିବା, ବିଳାସପୂର୍ଣ୍ଣ ଜନଗହଳି ବା ସାମାଜିକ କାମ ସୀମିତ ଲୋକଙ୍କୁ ନେଇ ସମ୍ପୁର୍ଣ୍ଣ କରିବା,ହାତକୁ ସାନିଟ୍ରାଇଜ କରିବା ଉପରେ ଗୁରୁତ୍ୱାରୋପ ପୂର୍ବକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଡାକ୍ତର ତ୍ୟାଗରାଜ ସିଂ,କେବଳ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କୋଭିଡ ଯୋଦ୍ଧା ନୁହଁନ୍ତି’କି କେବଳ ସେମାନେ ଚାହିଁଲେ କିମ୍ବା ସରକାର ଚାହିଁଲେ ମହାମାରୀ କରୋନା କୁ ମୁକାବିଲା କରିବା ଅସମ୍ଭବ। ଯେ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ସଚେତନ ନ ହେବେ ସେ ପର୍ଯ୍ୟନ୍ତ ଏହା ସମ୍ଭବ ହୋଇପାରିବ ନାହିଁ।

ଜନସାଧାରଣ ଙ୍କ ସଚେତନତା, ସହଭାଗିତା, ସହଯୋଗ ଓ ସତର୍କତା ଫଳରେ ଆମ୍ଭେ କରୋନାକୁ ପ୍ରତିହତ କରିପାରିବା ବୋଲି ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ବକ୍ତା ଶ୍ରୀମାନ ମହାନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ ନିଜର ଏକମାତ୍ର ପୁତ୍ର ରୋଗଶଯ୍ୟାରେ ପିଡିତ ଥିବାବେଳେ ଡଙ୍ଗା ରେ ଚଢି ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିଥିବାବେଳେ ନିଜ ପୁତ୍ର ର ମୃତ୍ୟୁ ହୋଇଯାଇଥିବା ଓ ପରିବାର ଛାଡ଼ି ଅନ୍ୟ ୧୦୦ ପରିବାର କୁ ରକ୍ଷା କରିବା ବିଷୟ ଉପସ୍ଥାପନ କରି କରୋନାଯୋଦ୍ଧା ତଥା ସ୍ୱାସ୍ଥ୍ୟ ବିଭାଗ ର କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କୁ ଉତ୍ସାହିତ କରିବା ପାଇଁ ତଥ୍ୟ ଉପସ୍ଥାପନ କରିଥିଲେ। ସରପଞ୍ଚ ଶ୍ରୀମତୀ ରଜନୀ ସାହୁ ଓ ଶ୍ରୀମତୀ ସୈାଦାମିନୀ ମେହେର ଗୋପବନ୍ଧୁ ଜନକଲ୍ୟାଣ ସମିତି ପ୍ରଦତ୍ତ ମାନପତ୍ର ଓ ଉପଢ଼ୌକନ ମୁଖ୍ୟ ଅତିଥି ଡାକ୍ତର ତ୍ୟାଗରାଜ ସିଂ, ମହିଳା ସ୍ବାସ୍ଥ୍ୟକର୍ମୀ ବାସନ୍ତୀ ଭୋଇ, ନିବେଦିତା ପୁରୋହିତ,କୁଞ୍ଜଲତା ନାଏକ,ରତ୍ନାବତୀ ମେହେର, ଆଶାକର୍ମୀ ଯଶୋବନ୍ତୀ ଡୁଡକା,ରୋଗପରୀକ୍ଷଣ କରୁଥିବା ସଞ୍ଜୟ ସାହୁ, ଶ୍ରୀକାନ୍ତ ସାହୁ, ଆମ୍ବୁଲାନ୍ସ ଡ଼୍ରାଇଭର ବିଜୟ କୁମ୍ଭାର ଙ୍କୁ ସମ୍ମାନିତ କରିଥିଲେ। ଅନୁଷ୍ଠାନ ର ଅନ୍ୟତମ ସଦସ୍ୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ର ଶିକ୍ଷକ ମୋହନ ବନଛୋର୍ ମଞ୍ଚାସୀନ ଅତିଥି ତଥା ଉପସ୍ଥିତ ସମ୍ମାନିତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସର୍ବଶ୍ରୀ. ଅଶୋକ କୁମାର ସାହୁ, ପ୍ରମୋଦ ସାମନ୍ତରାୟ, ପ୍ରଫୁଲ୍ଲ ମେହେର, ପ୍ରଦୀପ୍ତ ମହାନ୍ତି, ଚତୁର୍ଭୁଜ ମହାନ୍ତି,ବିଜୁ ସାହୁ,ସୁବ୍ରତ ସାମନ୍ତରାୟ,ରାଜେଶ କୁମାର ସାହୁ ଦିବାକର ବାଙ୍କ ପ୍ରମୁଖ ସୁ-ପରିଚାଳନା କରିଥିଲେ। 

ଝାରବନ୍ଧ ଫରେଷ୍ଟର ଙ୍କ ଘରେ ଭିଜିଲାନ୍ସ ବିଭାଗ ର ଚଢ଼ାଉ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସ ରେ ଏକକାଳୀନ ଭାବରେ ଭିଜିଲାନ୍ସର ଦୁଇଟି ଟିମ ଚଢା କରିଥିଲେ ।

ବରଗଡ଼ ଭିଜିଲାନ୍ସ ଡି.ଏସ.ପି ଶ୍ରୀମାନ ଦାଶରଥି ସେଠୀଙ୍କ ନେତୄତ୍ବରେ ଦୁଇଟି ଟିମରେ ୧୨ ଜଣ ସଦସ୍ୟ ଦୁଇଟି ଜାଗାରେ ଚଢାଉ କରିଛନ୍ତି ।ହେଲେ କେତେ ସମ୍ପତ୍ତି ର ମାଲିକ ଅଟନ୍ତି ଫରେଷ୍ଟର ଦାଶ ତାହା ଆକଳନ ପରେ ଜଣାପଡ଼ିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ଛି।

ଏକ ନିଆରା ବ୍ୟକ୍ତି ଶ୍ରୀମାନ ମହେନ୍ଦ୍ର ବଢ଼େଇ…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଟାଲ ଗ୍ରାମରେ ଜନ୍ମିତ ଶ୍ରୀମାନ ମହେନ୍ଦ୍ର ବଢ଼େଇ ଏକ ଅନ୍ୟାନ୍ୟ ପ୍ରତିଭା l ଜୀବନରେ ସେ ଅନେକ ଉତଥାନ ପତନ ତଥା ଝଡଝଞ୍ଜା ମଧ୍ୟରେ ଗତିକରି ଆଜି ସେ ପୁରୀ ଜିଲ୍ଲାର ଡେଲାଙ୍ଗ ରେ ତହସିଲଦାର ଭାବେ ବର୍ତ୍ତମାନ କାର୍ଯ୍ୟରତ lଓଡିଶା ସରକାର ଙ୍କ ଜଣେ ସୁଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବେଶ ଆଦର ରହିଛି lବଡବଡ ମହାବିପତ୍ତି ଦୁର୍ନୀତି ସ୍ଥିତି ସହ କରୋନା ମହାମାରୀ ସମୟ ରେ ନିଜ ଜନ୍ମ ମାଟି ପାଇଁ ସେ ନିଜକୁ ଜଳାଞ୍ଜଳି ଦେଇ ଅସହାୟ ଲୋକଙ୍କ ପାଖରେ ରାସନ୍ ସାମଗ୍ରୀ ସହ ଅକସିଜେନ ଅଭାବ ସମୟ ରେ ଗ୍ରାମ ମାନଙ୍କୁ ଅକସିଜେନ ସିଲିଣ୍ଡର,ଅକ୍ସିମିଟର ସହ କରୋନା ସମ୍ଭନ୍ଧୀୟ ବିଭିନ୍ନ ମୂଲ୍ୟବାନ ଓୈାଷଧ ପେଟି ପେଟି ପଠାଇ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟ ହୋଇପାରିଛନ୍ତି lଏଇ କିଛିଦିନ ତଳେ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଶତାଧିକ ରୋଗୀ ଙ୍କ ସମାଗମ ହେଲେ ମୃଦୁ ପାନୀୟ ଜଳ ର ବ୍ୟବସ୍ଥା ନଥିବାରୁ ଅଞ୍ଚଳ ର ଅନେକ ଲୋକ ତଥା ବୀର ସାବରକର ଯୁବକ ସଂଘ ପକ୍ଷରୁ ଏନେଇ ଶ୍ରୀମାନ ବଢେଇ ଙ୍କୁ ଲେଖି ଜଣାଇଥିଲେ l

ଏ ଭଳି ଜନସାଧାରଣ ସେବାରେ ଲେଖି ଜଣାଇଥିବାରୁ ସେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଏକ ଉନ୍ନତମାନର ମୃଦୁ ଥଣ୍ଡା ପାନୀୟ ଜଳ ସକାଶେ ଭୋଲଟାସ୍ କମ୍ପାନୀ ର ୱାଟର୍ ଫ୍ରୀଜ ଦାନ ସୂତ୍ରରେ ଜନସାଧାରଣ ସେବାରେ ଉତ୍ସର୍ଗୀକୃତ କରି ଜନ ମାନସରେ ଏକ ମହାନ୍ ବ୍ୟକ୍ତି ଭାବେ ସଦାସର୍ବଦା ପୂଜ୍ୟ ହୋଇ ରହିଥିବେ lଏ ପରିପ୍ରେକ୍ଷୀରେ ଶ୍ରୀମାନ ବଢେଇ ନିଜ ହାତରେ ଉଦଘାଟନ କଲାପରେ ଜଣେ ରୋଗୀଙ୍କୁ ମୃଦୁ ପାନୀୟ ପିଆଇଥିଲେ lଏହି କାର୍ଯ୍ୟକ୍ରମ ରେ ବୁକୁରାମୁଣ୍ଡା ଅଞ୍ଚଳ ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଅନେକ ମାନ୍ୟଗଣ୍ୟ ବ୍ୟକ୍ତି,ବୀର ସାବରକର ଯୁବକ ସଂଘ ର ସମସ୍ତ ପ୍ରତିନିଧି ସମେତ ଡାକ୍ତରଖାନା ରେ ଜଡିତ ସମସ୍ତ କର୍ମଚାରୀ ବୃନ୍ଦ ଉତ୍ସାହ ର ସହ ଶ୍ରୀମାନ ମହେନ୍ଦ୍ର ବଢ଼େଇ ଙ୍କୁ ସମ୍ବର୍ଦ୍ଧନା ସହ ଫୁଲତୋଡା ପ୍ରଦାନ କରି ସୁ-ସ୍ୱାଗତ କରିଥିଲେ l

ସ୍ୱାଧୀନତା ଦିବସ ରେ ସମ୍ମାନିତ ….!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ୭୫ ତମ ସ୍ବାଧିନତା ଦିବସ ଅବସରରେ ଆଜି ବରଗଡ ଜଜ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଭବ୍ୟ ସମାରୋହରେ ଓଡିଶା ରାଜ୍ୟ ସରକାର ଙ୍କ ଅର୍ଥମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀମାନ ନିରଞ୍ଜନ ପୂଜାରୀ ଯୋଗଦାନ କରି ପତାକା ଉତ୍ତୋଳନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗୁଣଗାନ କରିବା ସହିତ ବିଶ୍ୱଦରବାର ରେ କୋଭିଡ ନିୟନ୍ତ୍ରଣ ରେ ଓଡ଼ିଶା ବେଶ ପ୍ରଶଂସିତ ହୋଇଛି l

ଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଡାକ୍ତର ସୁଦିପ୍ତ କୁମାର ସାହୁ, ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ, ଆଶାକର୍ମୀ ଶ୍ରୀମତୀ ଗିତାଞ୍ଜଳୀ ଠାକୁର ଙ୍କ କୋଭିଡ ସମୟ ର କାର୍ଯ୍ୟଦକ୍ଷତା ସକାଶେ ବରଗଡ ଜିଲ୍ଲାପାଳ ଶ୍ରୀମତୀ ମନିଷା ବାନାର୍ଜୀ ଙ୍କ ଆମନ୍ତ୍ରଣ କ୍ରମେ କରୋନାଯୋଦ୍ଧା ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀମାନ ନିରଞ୍ଜନ ପୂଜାରୀ ବେଷ୍ଟ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରିଥିଲେ l କରୋନା ଯୋଦ୍ଧା ଭାବେ ସମ୍ମାନୀତ ହୋଇଥିବା ଡାକ୍ତର ଶ୍ରୀମାନ ସାହୁ, ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଦାଶ ଏବଂ ଆଶାକର୍ମୀ ଶ୍ରୀମତୀ ଠାକୁର ଦିବାରାତ୍ର କୁ ଏକାକାର କରି ନିଜ ଜୀବନ କୁ ବାଜି ଲଗାଇ ଜନସାଧାରଣ ଙ୍କ ସେବାକାର୍ଯ୍ୟ ନିଜକୁ ସମର୍ପିତ କରିଥିବା ହେତୁ ଏଇ ଏର୍ଯ୍ୟାଦା ପୂର୍ଣ୍ଣ ସମ୍ମାନ ଦିଆଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ଙ୍କ ଠାରୁ ପ୍ରକାଶ ହୋଇଛି ।

ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ବିଜେଡି ର କର୍ମୀ ସମ୍ମିଳନୀ …!

!!! ବରଗଡ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)-ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ପ୍ରିତମ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଢେ଼ଙ୍କାନାଳ ବିଧାୟକ ସୁଧିର ସାମଲ ଯୋଗଦେଇ ରାଜ୍ୟ ସରକାରଙ୍କ ଉନ୍ନତି ମୂଲକ କାର୍ଯ୍ୟ ବିଷୟରେ ଅବଗତ କରିଥିଲେ । ଏହା ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଅଧିକ ରୁ ଅଧିକ ଭୋଟରେ ବିଜୟ କରିବା ପାଇଁ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ:- ଭୋଜରାଜ ସିଂ ବରିହା, ପରମାନନ୍ଦ ଶାହା, ପ୍ରଶାନ୍ତ ମହାନ୍ତି, ପାଇକମାଳ ବ୍ଳକ ଅଧ୍ୟକ୍ଷ ଅଲତାବ ମହମ୍ମଦ, ବିଜୟ କେତନ ପ୍ରଧାନ, ଯତିନ ହାତୀ,ହୄଦାନନ୍ଦ ବାରିକ,ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ବିଜୁ ମହିଳା ଦଳ ପଦ୍ମପୁର ବ୍ଳକ ସଭାନେତ୍ରୀ ରଜନୀ ସାହୁ, ପାଇକମାଲ ବ୍ଳକ ସଭାନେତ୍ରୀ କୁମାରୀ ବରିହା, ଝାରବନ୍ଧ ବ୍ଳକ ସଭାନେତ୍ରୀ ହାରାବତୀ ଗଡତିଆ ତଥା ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

ପଶ୍ଚିମ ଓଡ଼ିଶା ର ବହୁଦିନ ର ସ୍ୱପ୍ନ ସାକାର ହେଲା…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବରଗଡ)- ବରଗଡ଼ ଠାରେ ଏକ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ବହୁଦିନରୁ ଦାବି ରହି ଆସୁଥିଲା । କାରଣ ବରଗଡ଼ ଅଂଚଳ ରେ କର୍କଟ ରୋଗୀଙ୍କ ସଂଖ୍ୟା ବହୁ ଉଚ୍ଚରେ l କର୍କଟ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇଁ ସୁଦୂର କଟକସ୍ଥିତ ଆଚାର୍ଯ୍ୟ ହରିହର କେନସର ଚିକିତ୍ସାଳୟ ଯାହାକି ସରକାରୀ, କିମ୍ବା ରାଜ୍ୟ ବାହାରକୁ ଯାଇ ଅତ୍ୟନ୍ତ ଖର୍ଚ୍ଚାନ୍ତ ଓ ଅନେକ ହଇରାଣ ଭୋଗିଥାଆନ୍ତି । ହେଲେ ଆଜି ରାଜ୍ୟ ସରକାର ଙ୍କର ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଶ୍ଚିମ ଓଡ଼ିଶା ଙ୍କ ପାଇଁ ଆଣିଛନ୍ତି ଏକ ଖୁସିର ଲହର। ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ପତ୍ର ସଂଖ୍ୟା ୨୨୮୧୭ ତାରିଖ୧୧/୦୮/୨୧ ଅନୁସାରେ ବରଗଡ଼ ରେ ନବେ କୋଟି ସତେଇଶ ଲକ୍ଷ ଟଙ୍କା ବ୍ୟୟରେ ଜି+୫ କ୍ୟାନ୍ସର କେୟାର ହସ୍ପିଟାଲ ନିର୍ମାଣ କରାଯିବାର ଘୋଷଣା କରାଯାଇଛି ।

ଏହି ହସ୍ପିଟାଲରେ ଗ୍ରାଉଣ୍ଡ ଫ୍ଲୋର ସହିତ ସମୁଦାୟ ଛଅ ଗୋଟି ଫ୍ଲୋର ରହିବ । ରୋଗୀଙ୍କର ପାଇଁ ଅଲଗା ଅଲଗା ଫ୍ଲୋରରେ ଅଲଗା ଅଲଗା ବ୍ୟବସ୍ଥା କରାଯିବ । ବରଗଡ଼ ଜିଲ୍ଲାବାସୀ ଙ୍କର ଦାବୀ କୁ ହୃଦୟର ସହିତ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କ୍ରମେ ରାଜ୍ୟ ସରକାର ଙ୍କର ଦ୍ୱାରା ଘୋଷଣା କରାଯାଇଥିବା ଏହି ହସ୍ପିଟାଲର କାର୍ଯକ୍ଷମ ହେଲେ ବରଗଡ଼ ସହିତ ଆଖପାଖ ଜିଲ୍ଲା ର ଅନେକ ରୋଗୀ ଉପକୃତ ହେବେ । ବରଗଡ଼ ଜିଲ୍ଲାରେ ହେବାକୁ ଥିବା ଏହି ହସ୍ପିଟାଲ ପାଇଁ ବରଗଡ଼ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶା ରାଜ୍ୟ ର ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ରାଜ୍ୟସଭା ସଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ବିଧାୟିକା ଶ୍ରୀମତୀ ରୀତା ସାହୁ , ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଓ ଶ୍ରୀ ଦେବେଶ ଆଚାର୍ଯ୍ୟ ଙ୍କୁ ମଧ୍ୟ ତାଙ୍କର ପ୍ରୟାସ ପାଇଁ ଅନେକ ଅଭିନନ୍ଦନ ସହ କୃତଜ୍ଞତା ଜଣାଇଛନ୍ତି l

କ୍ରିଡ଼ା ପ୍ରେମୀ ମାନଙ୍କ ସ୍ୱପ୍ନ ସାକାର କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:-ସୁଶାନ୍ତ ସିଂ

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)-ଯୁବ ସମାଜ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ଏବଂ ରାଜ୍ୟ ସୁଦୃଢ ହେଲେ ଦେଶ ସୁଦୃଢ ହେବ । ତେଣୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବଗୋଷ୍ଠୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ କିପରି ସୁଦୃଢ ହେବେ ସେ ନେଇ ଯୋଜନା ମାନ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବକ ମାନେ କ୍ରିଡା କ୍ଷେତ୍ରରେ କିପରି ଆଗକୁ ଯାଇ ରାଜ୍ୟ ତଥା ଦେଶର ନାମ ଗର୍ବିତ କରିବେ ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ “ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ” ତିଆରି ପାଇଁ ଅନୁମୋଦନ କରିଛନ୍ତି । ଏହି କ୍ରମରେ ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳର ଯୁବକ ମାନେ କ୍ରିଡା କ୍ଷେତ୍ରରେ ଅଗ୍ରଗତି ପାଇଁ ପଦ୍ମପୁର ସହରରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୬ କୋଟି ୧୪ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ।

ଆଜି ପଦ୍ମପୁର ଅଞ୍ଚଳର ଯୁବକ ମାନେ ତଥା କ୍ରିଡାପ୍ରେମୀ ମାନେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୄତଜ୍ଞତା ସଭା ବରିଷ୍ଠ ପୂର୍ବତନ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀମା ପ୍ରିତମ ମେହେରଙ୍କ ନେତୄତ୍ବରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ “ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ” ତିଆରି ହେଲେ ଯୁବ ପିଢି କିପରି କ୍ରିଡା କ୍ଷେତ୍ରରେ ଅଗ୍ରଗତି ହେବେ ସେ ବିଷୟରେ କ୍ରିଡାବିତ ମାନଙ୍କୁ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ:- ଭୋଜରାଜ ସିଂ ବରିହା , ପ୍ରଶାନ୍ତ ମହାନ୍ତି,ହୄଦାନନ୍ଦ ବାରିକ,ପରମାନନ୍ଦ ସାହା,ଉମେଶ ସାହୁ ତଥା ଅନେକ କ୍ରିଡାବିତ ଓ କ୍ରିଡାପ୍ରେମୀ ମାନେ ଯୋଗଦାନ କରିଥିଲେ l

ଲୋକଙ୍କ ସମସ୍ୟା ଦୂର କରିବା ମୋର ପ୍ରଥମ କର୍ତ୍ତବ୍ୟ – ଉପାଞ୍ଜଳୀ ମାଝି

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ଗରଗଡ ଜିଲ୍ଲା ପାଇକମାଳ ବ୍ଲକ  ରେ ନୁତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଉପାଞ୍ଜଳୀ ମାଝି ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ସେ ଟିଟିଲାଗଡ ର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କୋଭିଡ ଦାୟିତ୍ୱ ରେ ଥିଲେ । ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦାନ କଲାପରେ ପାଇକମାଳ ବ୍ଲକ ଆସି ନିଜ ଦାୟିତ୍ୱ ପୂର୍ବ ବି.ଡି.ଓ ସୁରେନ୍ଦ୍ର ମେହେରଙ୍କ ଠାରୁ ନେଇଛନ୍ତି । ପାଇକମାଳ ରେ ଥିବା ବି.ଡି.ଓ ଶ୍ରୀ ମେହେର ଭୁବନେଶ୍ବର ଓଡ଼ିଶା ସରକାର ଙ୍କ ରାଜସ୍ବ ବିଭାଗକୁ ବଦଳି ହୋଇଛି । ନୂତନ ବି.ଡି.ଓ ଯୋଗଦାନ ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରେ ଲୋକଙ୍କ ସମସ୍ୟା ଦୂର କରିବା ମୋର ପ୍ରଥମ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ l