ଦିଶା’ ର ତୃତୀୟ ବୈଠକ ଅନୁଷ୍ଠିତ ।

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ବରଗଡ଼) – ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷଠାର ଆଜି ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପରିଚାଳନା ସମିତି ‘ଦିଶା’ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ର ସଫଳ ରୂପାୟନ ସଂପର୍କରେ ଆଲୋଚନା କରାଯିବା ସହ ତାହା ହିତାଧିକାରୀମାନଙ୍କ ନିକଟରେ ଠିକ୍ ଭାବରେ ପହଞ୍ଚି ପାରୁଛି ନା ନାହିଁ ସେ ଉପରେ ସମୀକ୍ଷା ଓ ତଦାରଖ କରାଯାଇ ଥିଲା । ସେହିପରି ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଅଭାବରୁ ଦେଖାଦେଇଥିବା ମରୁଡି ସ୍ଥିତି ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ମଞ୍ଜିଲ ମିଲେଗି ଭଟକ୍କକର୍ ହି ସହି,ଗୁମରାହୋ ତୋ ହେ ଯୋ ଘରସେ ନିକଲେ ହି ନେହିଁ-ମନ୍ତ୍ରୀ ସୁଶାନ୍ତ ସିଂ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଠାରେ ବିଜୁ ଜନତା ଦଳ ଓ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ରେ ଓଡ଼ିଶା ର ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୀବନ ବିନ୍ଦୁ ର ସହ ସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା ସମେତ ଗ୍ରାମର ଯୁବ ବିଜେଡ଼ି କର୍ମୀ ଶ୍ରୀ ସୁଦାମ ପ୍ରଧାନ,ଶ୍ରୀ ତରଣୀ ପ୍ରଧାନ,ଆଦିତ୍ୟ ପ୍ରଧାନ,ମୀନକେତନ ଖମାରୀ,ଚନ୍ଦ୍ର ଭାନୁ ଭୋଇ, ପଞ୍ଚାନନ ଖମାରୀ ,ପଣ୍ଡିତ ସାହୁ ଓ ଯୁବ ଛାତ୍ର ବରିଷ୍ଟ ବୃନ୍ଦ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରରେ ସର୍ବମୋଟ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଆଜି ସୋହେଲା ରେ ସାମାଜିକ ଗଣମାଧ୍ୟମ ରେ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଏକ ସାଏରୀ ସମସ୍ତଙ୍କୁ ଏକ ଉର୍ଜା ଯୋଗାଇଛି “ମଞ୍ଜିଲ୍ ମିଲେଗି ଭଟକ୍କକର୍ ହି ସହି ଗୁମରାହୋ ତୋ ହେ ଯୋ ଘରସେ ନିକଲେ ହି ନେହିଁ” ଶେଷରେ ସମସ୍ତ ରକ୍ତଦାତା ମାନଙ୍କୁ ଅତିଥି ମହୋଦୟ ଓ ଆୟୋଜନ ମାନଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା l

ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ …!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗଡ଼ ବ୍ଳକ ର ଖୁଣ୍ଟପାଲି ଫୁଟବଲ କ୍ଳବ ଦ୍ବାରା ୧୬ ତମ ସରୋଜ ମେମୋରିଆଲ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାର ସଦସ୍ୟ ତଥା ଜିଲ୍ଳା ସଂଯୋଜକ ଶ୍ରୀଯୁକ୍ତ ଗୈାରହରି ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଅକ୍ଷୟ ଯୋଶୀ, ଶ୍ରୀଯୁକ୍ତ ମନୋଜ ଆଚାର୍ଯ୍ୟ (ଅଧ୍ୟକ୍ଷ, ବାବା ବାଲୁଙ୍କେଶ୍ୱର ମହାବିଦ୍ୟାଳୟ, ଖୁଣ୍ଟପାଲି), ଶ୍ରୀଯୁକ୍ତ ଆନନ୍ଦ ଭୋଇ (ପୂର୍ବତନ ଫୁଟବଲ ପରିଚାଳକ, ଖୁଣ୍ଟପାଲି), ଏମ୍ କେ ସବଦର୍ (Secretary,Dist. Football Association, Bargarh), ସମାଜସେବୀ ଶ୍ରୀଯୁକ୍ତ ପ୍ରତାପ ଦାଶ, ସମାଜସେବୀ ଦିବାକର ମାଝୀ, ଆନନ୍ଦ ସାହୁ, ବୃନ୍ଦାବନ କୁମ୍ଭାର ତଥା ଖୁଣ୍ଟପାଲି ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଖେଳାଳି ତଥା ଆୟୋଜକ ମଣ୍ଡଳୀ ଙ୍କୁ ଉତ୍ସାହିତ କରିଥିଲେ ।

ପବିତ୍ର ଗଣପର୍ବ ନୂଆଁଖାଇ ରେ ସମାଜସେବୀ ତଥା ଟୁଇଟର କୁଇନ୍ ରଶ୍ମିତା ମେହେର ସମ୍ମାନିତ …!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ଖରମୁଣ୍ଡା ଠାରେ ମାଁ ବର୍ଲାକଟିଏନ୍ ସାଂସ୍କୃତିକ କଳାପରିଷଦ, ଖରମୁଣ୍ଡା ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ସମ୍ମାନିତ ଅତିଥି ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ,ବ୍ଳକ୍ ବିଜୁ ଯୁବ ଜନତା ଦଳ ସଭାପତି ସର୍ଜନ ଚିର୍ଗୁଣ , ଜିଲ୍ଲା ସୋସିଆଲ୍ ମିଡିଆ ସଂପାଦକ ରଶ୍ମିତା ମେହେର , ଗ୍ରାମର ବୟୋଜ୍ଯଷ୍ଠ ଶିକ୍ଷକ ବିରଞ୍ଚି ମଲ୍ଲିକ ଓ ସଭା ପରିଚାଳକ ପଞ୍ଚାନନ ପ୍ରଧାନ ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଚାଷୀ, ଶିକ୍ଷା, ସମାଜସେବା ତଥା କଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷ ଙ୍କୁ ଅତିଥି ଗଣ ସମ୍ମାନିତ କରିଥିଲ | ବିଶିଷ୍ଟ ଟୁଇଟର ଆକ୍ଟିଭିଷ୍ଟ୍ ତଥା ସମାଜସେବୀ ରଶ୍ମିତା ମେହେର ଙ୍କୁ ସମ୍ମାନିତ କରାଯାଇଥିଲା।

ଗଣପର୍ବ ନୂଆଁଖାଇ ଅବସର ରେ ନାଟକ ‘ଅଭିମନ୍ୟୁର କଥା ‘ ମଞ୍ଚସ୍ଥ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପଦ୍ମପୁର ଉପଖଣ୍ଡ ମେଲଚ୍ଛାମୁଣ୍ଡା ଥାନା ସମାରପାଲି ଗ୍ରାମରେ ଗୋପବନ୍ଧୁ କ୍ଳବର କଳାକାରମାନଙ୍କ ଦ୍ୱାରା କୃଷି ପର୍ବ ନୁଆଁଖେଇ ଭେଟ ଉପଲକ୍ଷେ ନାଟ୍ୟକାର ରାଜକୁମାର ସାହୁଙ୍କ ଦ୍ୱାରା ଲିଖିତ ବହୁ ପ୍ରସିଦ୍ଧ କୃଷି ଓ କୃଷକ ଉପରେ ଆଧାରିତ ନାଟକ ‘ଅଭିମନ୍ୟୁର କଥା ‘ ମଞ୍ଚସ୍ଥ ହୋଇଯାଇଛି l କୃଷକର ଅନ୍ତଃସ୍ୱର ବଖାଣୁଥିବା ଏହି ନାଟକକୁ ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ l ସାମ୍ପ୍ରତିକ ସ୍ଥିତିରେ କୃଷକ ର ସମସ୍ୟା ଅନେକ କିନ୍ତୁ ସେ ଅଭାବ, ଅନାଟନରେ କାଳାତିପାତ କରୁଛି l ବେଳେ ବେଳେ ଚାଷୀ ଆତ୍ମହତ୍ୟା କରୁଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି l ହେଲେ ନାଟ୍ୟକାର ଚାଷୀକୁ ଆତ୍ମହତ୍ୟା ନୁହେଁ ବରଂ ନିଜ ଅଧିକାର ପାଇଁ ଲଢ଼ି ଲକ୍ଷେ ଜୀବଙ୍କୁ ପୋଷିବାକୁ ଅନୁପ୍ରାଣିତ କରିଛନ୍ତି l

ଏହି ଭିନ୍ନ ଧରଣର ନାଟକକୁ ରାଜକୁମାର ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ଶେଷମୋହନ ସାହୁ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ l ବାଦ୍ୟଯନ୍ତ୍ରରେ ସର୍ବଶ୍ରୀ ଲାଲସାହେବ ସାହୁ, ନିରଞ୍ଜନ ସାହୁ, ବିକ୍ରମ ସାହୁ, ଜଗମୋହନ ସାହୁ ଆଦି ଥିବା ବେଳେ ଅଭିନୟରେ ରମାକାନ୍ତ ସାହୁ,ତରଣୀ ସାହୁ,ପଲସ୍ତି ସାହୁ,ଧନଂଜୟ ସାହୁ,ଲିଙ୍ଗରାଜ ସାହୁ କ୍ଷିରୋଦ୍ର ସାହୁ,ଲୋକେଶ୍ବର ସାହୁ,ଲୋକେସ ସାହୁ,ବିକାଶ ସାହୁ,ଟୁନା ସାହୁ ପ୍ରମୁଖ ନିଖୁଣ ଅଭିନୟ ଦେଖାଇଥିଲେ l ଗ୍ରାମର ବାଳିକାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିବା ବେଳେ ଗୌତମ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

ଭାଇଚାରା ଆନନ୍ଦ ଉଲ୍ଲାସର ପର୍ବ ନୂଆଁଖାଇ ପାଳିତ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ସମଗ୍ର ପଶ୍ଚିମାଞ୍ଚଳ ରେ ଅନୁଷ୍ଠିତ ନୂଆଁଖାଇ ପର୍ବ ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି lଏ ପରିପ୍ରେକ୍ଷୀରେ ପାଇକମାଳ ବ୍ଳକ ଅଧିନରେ ଯାଉଥିବା ସୋଢ଼ା ଗ୍ରାମ ରେ ପ୍ରଧାନ ପରିବାର ର ସାତୋଟି ପରିବାର ର ସମୁଦାୟ ୯୦ ଜଣ ସଦସ୍ୟ,ସଦସ୍ୟା ଙ୍କୁ ନେଇ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗୋଟିଏ ଯାଗାରେ ମାଁ ସମଲେଶ୍ଵରୀ ଙ୍କ ପାଖରେ ନୂଆ ଧାନ ର ଚାଉଳକୁ ନେଇ ଭୋଗ ଅର୍ପଣ କଲାପରେ ସମସ୍ତେ ମିଶି ଗୋଟାଏ ଯାଗାରେ ପ୍ରସାଦ ସେବନ କରିଥିଲେ l

ପ୍ରଧାନ ପରିବାର ର ମୁଖ୍ୟ ଭାବେ ସର୍ବଶ୍ରୀ:- ଟଙ୍କଧର, ଯଦୁମଣି, ଜନ୍ମେଜୟ, ମକରଧ୍ବଜ, ସୁରେନ୍ଦ୍ର, ମହେନ୍ଦ୍ର, ବିଶ୍ୱାମିତ୍ର ଅଟନ୍ତି lଗୋଟିଏ ଜାଗାରେ ନୂଆଁଖାଇ ପାଳିବା ପରମ୍ପରା ଆମ ପୂର୍ବପୁରୁଷ ରୁ ରହିଆସିଛି ବୋଲି ପ୍ରଧାନ ପରିବାର ର ମୁଖ୍ୟ ମାନଙ୍କ ଠାରୁ ପ୍ରକାଶ lନୂଆଁଖାଇ ସାରିଲା ପରେ ସମସ୍ତେ ଜୁହାର ଭେଟ ହେବାକୁ ଗାଁ ରେ ପରିଭ୍ରମଣ କରି ବହୁ ଯାକଯମକ ରେ ବହୁ ଉଲ୍ଲାସ ଉଦ୍ଦୀପନା ରେ ଏ ବର୍ଷ ନୂଆଁଖାଇ ପର୍ବ ପାଳନ କରିଥିଲେ l

ଭାଇଚାରାର ପ୍ରତିକ ନୂଆଁଖାଇ ଗଣପର୍ବ ଅବସର ରେ ଏବିସିଡି ପକ୍ଷରୁ ଭେଟଘାଟ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ମହାମାରୀ କରୋନା ର କଟକଣା ରେ ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଁଖାଇ ଭେଟଘାଟ ଏବିସିଡ଼ି ଆନୁକୂଲ୍ୟରେ ସୀମିତ ସଦସ୍ୟଙ୍କ ମଧ୍ୟରେ ଘର ଭିତରେ ନୀତିକାନ୍ତି ରେ ସମାପନ ହୋଇଯାଇଛି ।ସର୍ବପ୍ରଥମେ ଝାଙ୍କର ସୁରେଶ ସମଳେଇ ମାଁ ଙ୍କ ପୂଜାର୍ଚ୍ଚନା କରିଥିଲେ ।ଶ୍ରୀଯୁକ୍ତ କେଶରଞ୍ଜନ ପଧାନ ସ୍ୱାଗତ ଭାଷଣ ଦେଇଥିଲେ,ଶ୍ରୀଯୁକ୍ତ ଅଶୋକ ବହିଦାର ମଞ୍ଚ ପରିଚାଳନା କରିଥିଲେ ।ଏଥିରେ ଅନୀଲ ବେହେରା,,ପ୍ରତାପ ନାଥ,ସୁରେଶ ମିଶ୍ର, ଲିଙ୍ଗରାଜ ସାହୁ,ଅମୀୟ ପୁରୋହିତ,ରବୀନ୍ଦ୍ର ଦାସ,ଇନ୍ଦ୍ରମଣି ପୁରୋହିତ,ସରୋଜ ଦାନୀ, ସରୋଜ ଯୋଶୀ,ଶାନ୍ତସଂଗ୍ରାମ ଭୋଇ,ତୁଷାର ପଧାନ,ସୁମନ୍ତ ସାହୁ,ସହଦେଵ ମେହେର ସହଯୋଗ କରିଥିଲେ ।ପରିଶେଷରେ ରଘୁନାଥ ପୁରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ଯୁକ୍ତ ଦୁଇ ରାଜନୀତି ବିଜ୍ଞାନ ଦ୍ଵିତୀୟ ସଂକରଣ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର…!

!!! ବରଗଡ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ଝାରବନ୍ଧ ଶାଖାର ଆବାହକ ଲୋକନାଥ ରାଉତ ଙ୍କ ଆହ୍ୱାନ ରେ ଝାରବନ୍ଧ ବ୍ଲକ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି lଏହି ସଭାରେ ଅତିତ ରେ ବାଲକୋ ଆନ୍ଦୋଳନ ର ମିଥ୍ୟା ଇତିହାସ ର ସଂଶୋଧନ ର ପ୍ରତିବାଦ କରି ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା lଭୂଲ ତଥ୍ୟ ର ସଂଶୋଧନ କରିବା ‌ହେଉ lଗନ୍ଧମାର୍ଦ୍ଦନ ପର୍ବତ କୁ ଜାତୀୟ ସମ୍ପତ୍ତି ରୂପେ ଘୋଷଣା କରି ସାମ୍ବିଧାନିକ ଭାବେ ସୁରକ୍ଷା କରାଯାଉ lପର୍ବତ ର ବିପୁଳ ଜଳ ସମ୍ପଦ ଓ ବନୈାଷଧି ସଦପଯୋଗ କରି ସ୍ଥାନୀୟ ଲୋକଙ୍କୁ ରୋଜଗାର ଦିଆଯାଉ  l ବାଲକୋ ହଟାଓ-ଗନ୍ଧମାର୍ଦ୍ଦନ ବଚାଓ ଇତିହାସ ର ତର୍ଜମାପୂର୍ବକ ଶିକ୍ଷା ଅନୁଷ୍ଠାନ ସ୍ୱତନ୍ତ୍ର ସ୍ଥାନ ଦିଆଯାଉ ଏଭଳି ବିଭିନ୍ନ ଦାବୀ କୁ ନେଇ ଝାରବନ୍ଧ ବି.ଡି.ଓ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ସର୍ବଶ୍ରୀ :-ହୃଷିକେଶ ବରି‌ହା,କେଶରଞ୍ଜନ ବେହେରା, ସନ୍ତୋଷ ବେହେରା, ବିଦ୍ୟୁତ ପ୍ରଧାନ, ଗୋବିନ୍ଦ ପଟେଲ,ଯତିନ ହାତୀ,ରୋସନ ଅଗ୍ରୱାଲ ପ୍ରମୁଖ ଆନ୍ଦୋଳନ ପରିଚାଳନା କରିଥିଲେ lଦାବୀ ପୂରଣ ନ ହେଲେ ଆଗକୁ ଭୟାବହ ଜନ ଆନ୍ଦୋଳନ ମୁଣ୍ଡଟେକିବ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ମତ ପ୍ରକାଶ ପାଇଛି l

ପଞ୍ଚାୟତ ସ୍ତରୀୟ କମିଟି ଗଠିତ …!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ(ପଦ୍ମପୁର)- ଆଗକୁ ପଞ୍ଚାୟତ ନିର୍ବାଚନ lଏହାକୁ ଆଖି ଆଗରେ ରଖି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଅଞ୍ଚଳରେ ବିଜୁ ମହିଳା ଜନତା ଦଳ ର ପଞ୍ଚାୟତ ସ୍ତରୀୟ କମିଟି ମାନ ଗଠନକରା ଚାଲିଛି l ଏହିକ୍ରମରେ ପଦ୍ମପୁର ବ୍ଳକ ର ଟାଲ ଗ୍ରାମପଞ୍ଚାୟତ ର ପଞ୍ଚାୟତ ସ୍ତରୀୟ ଶହସ୍ରାଧିକ ମହିଳା କର୍ମୀ ଙ୍କୁ ନେଇ ସାଂଗଠନିକ କମିଟି ଗଠନ ହୋଇଯାଇଛି lମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ର ସଫଳ ଋପାୟନ ଏବଂ ଏଇ ଯୋଜନା ର ଭରପୁର ଫାଇଦା ଜନସାଧାରଣ ଙ୍କ ପାଖରେ କିପରି ପହଞ୍ଚିବ ସେ ନେଇ ବିଷଦ ଆଲୋଚନା ହୋଇଥିଲା l

ପଦ୍ମପୁର ର ବିଜେଡି ର ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା, ବ୍ଳକ ବିଜେଡି ସଭାପତି ପରମାନନ୍ଦ ସାହା, ବ୍ଳକ ମହିଳା ଜନତାଦଳ ର ସଭାପତି ଗୁଡ୍ଡିଆ ସାହୁ, ବ୍ଳକ ଯୁବ ବିଜେଡି ସଭାପତି ମନୋରଂଜନ ପୁରୋହିତ, ବ୍ଳକ ଛାତ୍ର ବିଜେଡ଼ି ସଭାପତି ଲୋକନାଥ ମେହେର ଙ୍କ ସମେତ ଶତାଧିକ ମହିଳା ଯୁବ ଛାତ୍ର ସଦସ୍ୟା ଏହି ପଞ୍ଚାୟତ ସ୍ତରୀୟ କମିଟି ଗଠନ କାର୍ଯ୍ୟକ୍ରମ ରେ ସାମିଲ ଥିଲେ l

ଅସହାୟ ନିରାଶ୍ରୟ ସୁମିତ୍ରା ସରକାରୀ ଯୋଜନା ରୁ ବଞ୍ଚିତ …!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ(ପଦ୍ମପୁର)- ବିଜେପୁର ବ୍ଲକ ଟି-ଗଣ୍ଡପାଲି ପଞ୍ଚାୟତ ଧୁମାପାଲି ଗ୍ରାମ ର ସୁମିତ୍ରା ରାୟ ସ୍ବାମୀ ଆରପାରିକୁ ଚାଲିଗଲା ପରେ ଦୀର୍ଘ ଏକବର୍ଷ ହେଲା ବାରମ୍ବାର ଭତ୍ତା ପାଇଁ ଓ ଘର ଖଣ୍ଡେ ପାଇଁ କାକୁତି ମିନତି ହେଲେ ଭି କିଛି ଫଲ ମିଳିପାରିନାହିଁ l ତାଙ୍କର ଦୁଇଟି ଛୋଟ ଛୋଟ ଛୁଆ ଅଛନ୍ତି।ସେ ଗୋଟିଏ ଦିନ କାମ କରିବା ଗଲେ ଖାଇବା କୁ ମିଳେ ‌। ଏମିତି ସେ ବିଧବା ମା ନିଜର ପରିବାର ର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ପରିବାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ। ତେଣୁ ଘର ଖଣ୍ଡେ ତିଆରି କରିବା ପାଇଁ ସକ୍ଷମ ନୁହନ୍ତି। ସେ ପଟେ ସୁମିତ୍ରା ରାୟ ଙ୍କ ମାଟି ଘର ।

ବର୍ଷା ଟିକିଏ ହେଲେ ଘରେ ରହିବାର ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚ , ବିଡ଼ିଓ ତାଙ୍କୁ ଦୁଷ୍ଟି ଆକର୍ଷଣ କରୁନାହାନ୍ତି। ମାଟି ଘରେ ରହିବା ପାଇଁ ଉପଯୁକ୍ତ ନୁହେଁ। କୋଡିଏ ବାଇଶଦିନ ହେବ ତାଙ୍କ ଦେଢଶ୍ବଶୁର ଦିବ୍ଯଙ୍କ ପଦ୍ଯୁନ ମଧ୍ଯ ଆରପାରିକୁ ଚାଲିଗଲେ।ତାର ଶବ ସତ୍କାର ପାଇଁ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାର ସହାୟକ ମଧ୍ଯ ମିଳିନାହି।ଏହି ପରିବାର ପ୍ରତି ନ୍ୟାୟ ସଙ୍ଗତ ଲୋକେ ପଦକ୍ଷେପ ନେବାକୁ ଲୋକେ ପ୍ରଶାସନ ର ଦୁଷ୍ଟି ଆକର୍ଷଣ କରୁଛନ୍ତି।