ଆଶ୍ରିର୍ବାଦ ଯାତ୍ରାରେ ପଦ୍ମପୁର ରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ…!

!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ପଦ୍ମପୁର)- ସାରା ଭାରତ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନ ଆଶିର୍ବାଦ ଯାତ୍ରା ଜୋରଦାର ଭାବେ ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଦେଶର କୋଣ ଅନୁକୋଣ କୁ ଯାଇ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଲକ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଇବାରେ ଲାଗିପଡିଛନ୍ତି । ଏପରିପେକ୍ଷୀରେ କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ଓ ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ବିଶେଶ୍ୱର ଟୁଡୁ ନୂଆପଡ଼ା-ପଦ୍ମପୁର ଗସ୍ତରେ ଆସିଥିଲେ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ କୁ ଯାଇ ସେଠାକାର ସମସ୍ୟା ବିଷୟରେ ଅବଗତ ହେଲେ। ବିଜେପି କର୍ମୀ ମାନେ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ମୋଟର ସାଇକେଲ ରାଲିରେ ପାଛୋଟି ଆଣି ପଦ୍ମପୁର ସହରର ଭେଉଁରିଆ ଛକଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପଦ୍ମପୁର ସହରର ଟାଉନ ହଲ ଠାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ପଦ୍ମପୁର ସହରର ନାଗରିକ କମିଟି, ବଣିକ ସଂଘ ତଥା ଅନ୍ୟାନ୍ୟ ସଂଗଠନ ମାନେ ଯୋଗଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ବଭିନ୍ନ ଦାବୀ ଉପସ୍ଥାପନ କରିଥିଲେ । ପଦ୍ମପୁର ଅଂଚଳ ଆଦିବାସୀ ବହୁଳ ଅଂଚଳ,ଏଠାକାର ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ଜୀବନ ଯାପନ କରିଥାନ୍ତି ତେଣୁ ପଦ୍ମପୁର ଅଂଚଳରେ ଏକ ଆଦିବାସୀ ବଜାର କରିବା ପାଇଁ ମୁଖ୍ୟ ଦାବୀ ଉପସ୍ଥାପିତ କରାଯାଇଥିଲା । ଏହା ସହ ପଦ୍ମପୁର ସହର ତଥା ଆଖପାଖ ଅଂଚଳକୁ ପିଇବା ପାଣି ଓ ଜମିକୁ ପାଣି ଯୋଗାଇ ଦେବାକୁ ମୁଖ୍ୟ ଦାବୀ କୁ ପାଥେୟ କରି ପଦ୍ମପୁର ନାଗରିକ କମିଟି ତରଫରୁ ଶ୍ରୀମାନ ଅଜିତ ଶତପଥି ପଢ଼ି ମାନ୍ୟବର ମନ୍ତ୍ରୀ ଙ୍କୁ କର୍ଣ୍ଣଗୋଚର କରିବା ସହିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଭାରତୀୟ ଜନତା ଦଳ ପଦ୍ମପୁର ତରଫରୁ ପଦ୍ମପୁରକୁ ମରୁଡି ଘୋଷଣା ପାଇଁ ମନ୍ତ୍ରୀଙ୍କଠାରେ ଦାବୀ ଜଣାଇଥିଲେ ବିଜେପିର ବିଭିନ୍ନ ମୋର୍ଚ୍ଚା ତରଫରୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣି ନାୟକ, ଗୋବର୍ଦ୍ଧନ ଭୋଏ,ପ୍ରିତେଶ ବହିଦାର ,ଶ୍ରୀକାନ୍ତ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା, ସୌମ୍ୟଜିତ ପାଢୀ, ହରିହର ସିଂ, ପ୍ରତାପ ନାଥ, ସରୋଜ ପାଣିଗ୍ରାହୀ,ଜ୍ୟୋତ୍ସ୍ନାରାଣୀ କର, କୃଷକ ମୋର୍ଚ୍ଚା ର ସଂଯୋଜକ ତଥା ଗଣମାଧ୍ୟମ ର ନିଲାଞ୍ଚଳ ଦରଓ୍ବାନ ତଥା ଅନ୍ୟାନ୍ୟ ଶତାଧିକ ବିଜେପି କର୍ମୀ ଉପସ୍ଥିତି ପରିଲକ୍ଷିତ ହୋଇଥିଲା l

ପ୍ରସ୍ତୁତି ବୈଠକ ଅନୁଷ୍ଠିତ …!

!!! ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ ଜିଲ୍ଲା ପାଇକମାଳ- ପବିତ୍ର ଶ୍ରୀଶ୍ରୀ ନୃସିଂହନାଥ ପବିତ୍ର ସ୍ଥାନ ରେ ଗଢିଉଠିଥିବା ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ର ଶାରଦୀୟ ରାମଚଣ୍ଡୀ ପୂଜା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଶ୍ରୀମାନ ଭୋଲାନାଥ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି lପ୍ରତିବର୍ଷ ଭଳି ଚଳିତ ବର୍ଷ ରେ ଦଶହରା ପୂର୍ଣ୍ଣିମା ତା ୨୦.୧୦.୨୦୨୧ ରିଖ ବୁଧବାର ଦିବସରେ ରୀତିନୀତି ଅନୁସାରେ ପାଳନ କରାଯିବ lକିନ୍ତୁ ସରକାର ଙ୍କ ଦ୍ଵାରା ଘୋଷିତ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରିଦିଆଯାଇଛି l ପ୍ରଶାସନ ର ନିର୍ଦ୍ଦେଶ ମୁତାବକ ପୂଜନୋତ୍ସୋବ ପାଳନ କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଛି lଉକ୍ତ ପ୍ରଭୃତି ବୈଠକ ରେ ପଦ୍ମପୁର କାର୍ଯ୍ୟକାରିଣୀ ସମ୍ପାଦକ ଶ୍ରୀଯୁକ୍ତ ଟାଇଲ ଚନ୍ଦ୍ର ଭୋଇ,ବରଗଡ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ହେମସାଗର ସାହୁ,ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ପ୍ରଧାନ,ଚଣ୍ଡିଭଟା କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ବାସୁଦେବ ପ୍ରଧାନ, ଗୈାଡମାଲ କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ରସାନନ୍ଦ ପ୍ରଧାନ,କୋତନା କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ତୁଳାରାମ ପ୍ରଧାନ,ଭଣ୍ଡାରପୁରୀ କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ହାରାଧନ ପ୍ରଧାନ,ମଲଦା କେନ୍ଦ୍ର ସଭାପତି ଶ୍ରୀଯୁକ୍ତ କୁବେର ପ୍ରଧାନ,ସଭ୍ୟ ଉପେନ୍ଦ୍ର ବାରିକ, ହେମନ୍ତ ସାହୁ, ଟଙ୍କଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

ବ୍ୟାସ କବି ସାହିତ୍ୟ ସଂସଦର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

!!! ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବୁଧବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ ବ୍ଯାସ କବି ସାହିତ୍ୟ ସଂସଦ, ନୀଳଗିରି, ବାଲେଶ୍ଵର ତରଫରୁ ତୃତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସଙ୍ଗୀତା ବାରିକ୍ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସଭାପତି ଶ୍ରୀଯୁକ୍ତ ବିପିନ ବିହାରୀ ବାରିକ ବାର୍ଷିକ ପତ୍ରିକା ଓ ବାର୍ଷିକ ଉତ୍ସବ ବିଷୟର ଆଲୋଚ୍ୟ ବିଷୟ ବସ୍ତୁ ଉପସ୍ଥାପନା କରିଥିଲେ। ଉପଦେଷ୍ଟା ଇଂ ଅଭୟ କୁମାର ସୁତାର, ଶ୍ରୀଯୁକ୍ତ ସୋମନାଥ ନାୟକ, ଶ୍ରୀଯୂକ୍ତ, ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ପରିଡା, ଡକ୍ଟର ଶରତ କୁମାର ବିଶ୍ଵାଳ, ଶ୍ରୀଯୁକ୍ତ ବଲରାମ ପୂଜାରୀ ଉପସଭାପତି ଶ୍ରୀଯୁକ୍ତ ଗୋଦାବରିଶ ଦାସ, ଶ୍ରୀଯୁକ୍ତ କରୁଣାକର ମଲ୍ଲିକ, ଶ୍ରୀଯୁକ୍ତ ସାରଦା ପ୍ରସାଦ ଆଚାର୍ଯ୍ୟ, କାର୍ଯ୍ୟକାରି ସମ୍ପାଦକ ଶ୍ରୀମାନ୍ ରଶ୍ମିରଞ୍ଜନ ଦାସ ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଅଜିତ୍ କୁମାର ତ୍ରିପାଠୀ, ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଭୋଇ, ଅଧ୍ୟକ୍ଷ ନବ କିଶୋର ସାମନ୍ତରାୟ,ମହିଳା ମଞ୍ଚ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସରସ୍ଵତୀ ବାରିକ ସମ୍ମାନିତ ଅତିଥି ଶ୍ରୀମତୀ ନୂରାମତୀ ସାହୁ, ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଶବର, ପରିଚାଳକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନନ୍ଦୀ, ଶ୍ରୀଯୁକ୍ତ ପ୍ରଦୀପ ସରକାର, ଶ୍ରୀଯୁକ୍ତ ବାଲାଜୀ ସେଠି, ଶ୍ରୀମତୀ ରୋଜାଲିନ ତ୍ରିପାଠୀ, ଶ୍ରୀଯୁକ୍ତ ଧ୍ରୁବ ମୁଦୁଲି, ଶ୍ରୀମାନ୍ ଅରୁଣ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନିରଞ୍ଜନ ତ୍ରିପାଠୀ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ରଞ୍ଜନ କୁମାର ପଣ୍ଡା, ଶ୍ରୀଯୁକ୍ତ ଭାଗିରଥୀ ସିଂହ, ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ଶ୍ରୀଯୁକ୍ତ ରଞ୍ଜନ କୁମାର ନାୟକ, ଶ୍ରୀଯୁକ୍ତ ନିଧି ସାହୁ ଆଦି ଅନଲାଇନ୍ ବୈଠକ ରେ ଯୋଗ ଦେଇ ବାର୍ଷିକ ଉତ୍ସବ ଓ ବାର୍ଷିକ ପତ୍ରିକା ପାଇଁ ଚୁଡାନ୍ତ ନିଷ୍ପତ୍ତି ନେଇଥିଲେ। ଯାନ୍ତ୍ରିକ ତୃଟି ଯୋଗୁ ରାଜ୍ଯ ସଂଯୋଜକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଶେଷ ସମୟରେ ଯୋଗ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

ଏଇତ ଆରମ୍ଭ ମାତ୍ର ଫିଲ୍ମ ଦେଖିବାକୁ ବାକିରହିଲା;ବିଜେପି ର ଶତାଧିକ କର୍ମୀ ବିଜେଡି ରେ ସାମିଲ …. !

!!! ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପଦ୍ମପୁର ଅଞ୍ଚଳ ର ବିଜୁଜନତା ଦଳ ର ହେବିୱେଟ ନେତା ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ଓଡ଼ିଶା ର ପୁରପଲ୍ଲୀ ରେ ବେଶ ଚର୍ଚ୍ଚିତ ଚେହେରା lସେ ଯାହାକୁ ଯାହା ପ୍ରତିଶୃତି ଦିଅନ୍ତି ତାକୁ ପାଳନ ରେ କେବେ ହେଳା କରନ୍ତି ନାହିଁ lତାଙ୍କ ବ୍ୟକ୍ତିତ୍ୱ କୁ ସମସ୍ତେ ସମ୍ମାନ ଦେଇ ଆସିଛନ୍ତି lତାଙ୍କ କାର୍ଯ୍ୟ କଳାପ ରେ ଅତ୍ୟନ୍ତ ସନ୍ତୁଷ୍ଟ ପ୍ରକାଶ ସହ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବଢୁଥିବା ଲୋକପ୍ରିୟତା କୁ ପାଥେୟ କରି ଭଟଲି ନିର୍ବାଚନମଣ୍ଡଳୀ ର ଅମ୍ବାଭୋନା ଅଞ୍ଚଳ ର ଶତାଧିକ ଭାରତୀୟ ଜନତା ପାର୍ଟିର କର୍ମୀ ସ୍ୱତଃ ପ୍ରବୃତ ଭାବେ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ସୋହେଲା-ହଲଦିପାଲି ସ୍ଥିତ କାର୍ଯ୍ୟାଳୟ କୁ ଆସି ବିଜୁଜନତା ଦଳ ରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି l

ନିଜ ନିର୍ବାଚନ ମଣ୍ଡଳୀ ର ସାମୁହିକ ବିକାଶ ଦିଗରେ ସଦାସର୍ବଦା ମୋର ଚେଷ୍ଟା ଜାରି ରହିଥିବ ଏବଂ ଆପଣମାନଙ୍କ ଅସୁବିଧା ସମୟ ରେ ସଦାବେଳେ ସାମିଲ ହୋଇରହିଥିବି ବୋଲି ଦୃଢ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ମନ୍ତ୍ରୀ ଶ୍ରୀ ସିଂ lଏଠାରେ ଉଲ୍ଲେଖନୀୟ ଯେ, ପିପିଲି ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ସମୟରେ ସେ ଯାଇ ତାଙ୍କ ଗୋଟିଚାଳନା କରି ବିଜେଡି ଦଳର ପ୍ରାର୍ଥୀ ଙ୍କୁ ଜିତାଇବାରେ ସକ୍ଷମ ହୋଇଥିଲେ lତାଙ୍କୁ ପଶ୍ଚିମାଞ୍ଚଳ ର ଗୋପବନ୍ଧୁ କହିଥିଲେ ଅତ୍ୟୁକ୍ତି ହେବନାହିଁ lସେ ସଦାବେଳେ ପଶ୍ଚିମ ଓଡ଼ିଶା ର କୋଣ ଅନୁକୋଣ ର ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହରାଞ୍ଚଳ ର ଲୋକ ଙ୍କ ଦୁର୍ଦ୍ଦିନ ପରିସ୍ଥିତି ରେ ତାଙ୍କ ପାଖରେ ପହଞ୍ଚି ଲୋକଙ୍କ ସେବାରେ ଭାଗୀଦାର ହୋଇ ପ୍ରତିବିମ୍ବ ଭାବେ ଲୋକମାନସ ରେ ସବୁ ଦିନପାଇଁ ରହିଥିବେ ବୋଲି ଅଞ୍ଚଳବାସୀ ଙ୍କ ଦୃଢ ବିଶ୍ବାସ ରହିଛି l

ଗାନ୍ଧୀ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର…..!

!!! ବରଗଡ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ମଣିଷ ଥକି ପଡିନି, ଆଗେଇ ଚାଲିଛି ଦିନ ଦରିଦ୍ର, ଏପରି କି ଗୋପାଏ ରକ୍ତପାଇଁ ମଣିଷ ଏପଟସେପଟ ହେଉଥିବାବେଳେ ଓଡିଶା ମୋ ପରିବାର ର ସଦସ୍ୟ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର ଆଗକୁ ଆଗକୁ ରକ୍ତଦାନ ଶିବିର ଆୟୋଜନ ରେ ବ୍ୟସ୍ତ lଏ ପରିପ୍ରେକ୍ଷୀରେ ଆଜି ବରଗଡ ସହରର ଓ୍ୱାର୍ଡ ନଂ ୧୪ରେ ଓଡ଼ିଶା ମୋ ପରିବାର,ବିଜୁ ଯୁବ ଜନତା ଦଳ ବରଗଡ ଏବଂ ବିଜୁ ଛାତ୍ର ଜନତା ଦଳ ର ମିଳିତ ଆୟୋଜନ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି lମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

ଏହି ରକ୍ତ ଦାନ ଶିବିର ରେ ସମୁଦାୟ ୩୪ ପ୍ୟାକେଟ ରକ୍ତ ସଂଗ୍ରହ କରାଯାଇଥିଲା lଠିକ ସେ ଭଳି ଭଟଲି ବ୍ଳକ ଅନ୍ତର୍ଗତ ନାରଙ୍ଗପୁର ଠାରେ ଥିବା ଗାନ୍ଧୀଜୀ କ୍ଳବ୍ ଏବଂ ଓଡ଼ିଶା ମୋ ପରିବାର ର ମିଳିତ ଆନୁକୁଲ୍ୟରେ ଆୟୋଜିତ ରକ୍ତଶିବିର କୁ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଯୋଗଦାନ କରି ପ୍ରାରମ୍ଭେ ରକ୍ତଦାନ ଶିବିର କୁ ତାଙ୍କ କୋମଳ ହସ୍ତରେ ଉଦଘାଟନ କରି ରକ୍ତଦାତା ଙ୍କୁ ଦମ୍ଭ ଓ ସାହାସ ବଢ଼ାଇଥିଲେ l ଏଇ ଶିବିର ରେ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା

ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ….!

!!! ବରଗଡ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପଦ୍ମପୁର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳ ପକ୍ଷରୁ ପ୍ରତିବର୍ଷ ଭଳି ଆସନ୍ତା ତା ୦୪.୧୦.୨୦୨୧ରିଖ ଦିନ ପବିତ୍ର ଶ୍ରୀ ନୃସିଂହନାଥ ତୀର୍ଥକ୍ଷେତ୍ର ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ସହଭାଗୀ ବିକାଶ ଅଭିଯାନ ର ସଭାଗୃହ ଠାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ପୂର୍ବତନ ବିଧାୟକ ଶ୍ରୀମାନ ସତ୍ୟଭୂଷଣ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ଦଳ ର ଟାଣୁଆ ନେତା ତଥା ପଶ୍ଚିମାଞ୍ଚଳ ର ଟାଇଗର ଶ୍ରୀମାନ ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଜଜ୍ଞଶ୍ୱର ବାବୁ,ବରଗଡ ପ୍ରଭାରୀ ରାଜକିଶୋର ଷଡ଼ଙ୍ଗୀ, ବରଗଡ଼ ଜିଲ୍ଲା କଂଗ୍ରେସ ଦଳ ର ସଭାପତି ନିହାର ମହାନନ୍ଦ, ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ଦେବତା ଏବଂ ବରଗଡ ଲୋକସଭା ଅଧିନସ୍ଥ ସମସ୍ତ ବିଧାୟକ ପ୍ରାର୍ଥୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀମାନ ସାହୁ ଙ୍କ ଠାରୁ ପ୍ରକାଶ l ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାଯାଏ lଏହି ବୈଠକ ରେ ପାଇକମାଳ ବ୍ଳକ କଂଗ୍ରେସ ଦଳ ର ସଭାପତି ଶ୍ରୀମାନ ବିନୋଦ ବିହାରୀ ବିଶ୍ବାଳ ସମେତ ପଦ୍ମପୁର ବ୍ଳକ ତଥା ସହରାଞ୍ଚଳ ସଭାପତି, ଝାରବନ୍ଧ ବ୍ଲକ କଂଗ୍ରେସ ଦଳ ର ସଭାପତି ଙ୍କ ସମେତ ବରିଷ୍ଠ ନେତା ମାନଙ୍କ ଉପସ୍ଥିତି ରେ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି l

ପୋଲିସ ବିଭାଗ ପ୍ରତି ଭରସା ନାହିଁ, ଗାଁ ଦାଣ୍ଡର ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ରେ ଦଣ୍ଡ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପଦ୍ମପୁର ଉପଖଣ୍ଡ ସିମାନ୍ତବର୍ତ୍ତୀ ଗାଇସିଲାଟ ଥାନା ଅଂଚଳରୁ ଆସିଛି ଏକ କଙ୍ଗାରୁ କୋର୍ଟର ଅଭାବନୀୟ ଘଟଣା । ଯେଉଁଠି ଚାରି ଜଣ ଯୁବକଙ୍କୁ ଚୋରି ଅଭିଯୋଗରେ ଗାଁ ଦାଣ୍ଡର ଖୁଣ୍ଟରେ ହାତ ଗୋଡ ବାନ୍ଧି ବାସହ ଗାଁ ଦାଣ୍ଡରେ ବୁଲା ଯାଉଥିବାର ଦୃଶ୍ୟ ସାମନାକୁ ଆସିଛି । ଗାଇସିଲେଟ ଥାନା ରାଇସଲପଦର ଗାଁରେ ଚାଷ ଜମିର ମୋଟର ପମ୍ପ ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ କରି ଗ୍ରାମବାସୀ ଚାରି ଜଣ ଯୁବକଙ୍କୁ ଦଣ୍ଡିତ କରିବା, ସେହି ଚାରି ଜଣ ଯୁବକଙ୍କୁ ଗାଁ ଦାଣ୍ଡର ଖୁଣ୍ଟରେ ବାନ୍ଧି ଅପମାନିତ କରାଯାଇଛି ଏବଂ ପରେ ଆହୁରି ଅପମାନିତ କରିବା ପାଇଁ ତଥା ଦଣ୍ଡିତ କଲା ପରି ସେହି ଚାରି ଜଣ ଯୁବକଙ୍କ ହାତକୁ ଦଉଡି ରେ ବାନ୍ଧି ଗାଁ ସାରା ବୁଲାଇଛନ୍ତି ।

ବର୍ତ୍ତମାନ ସମୟରେ ଲୋକ ମାନେ ଆଇନକୁ ହାତକୁ ନେବା ସହ କଙ୍ଗାରୁ କୋର୍ଟରେ ଦଣ୍ଡିତ କରିବା ପୋଲିସ ପ୍ରଶାସନ ଉପରେ ଭରସା ନଥିବା ଭଳି ମନେ ହେଉଛି । ଏଭଳି ଭାବରେ କଙ୍ଗାରୁ କୋର୍ଟରେ ଦଣ୍ଡିତ କଲା ପରେ ଗ୍ରାମବାସୀ ଗାଇସିଲେଟ ପୋଲିସକୁ ଖବର କରି ଚୋର ମାନଙ୍କୁ ପୋଲିସ ହାତରେ ଦେଇଛନ୍ତି । ଏହି କଙ୍ଗାରୁ କୋର୍ଟରେ ଦଣ୍ଡିତ କଳା ଭିଡିଓ ଏବେ ଗାଇସିଲାଟ ଓ ପଦ୍ମପୁର ଅଂଚଳରେ ଘୁରି ବୁଲୁଛି । ଗାଇସିଲାଟ ପୋଲିସ କହିବା ମୁତାବକ ସେହି ଚାରିଜଣ ବ୍ୟକ୍ତିଙ୍କ ପାଖରୁ କିଛି ଚୋରି ସାମଗ୍ରୀ ଜବତ କରାଯାଇଛି । ହେଲେ ଏପରି ଗାଁ ଦାଣ୍ଡରେ ଲୋକଙ୍କୁ ଦଣ୍ଡିତ କରିବା ପ୍ରଥା କେବେ ବନ୍ଦ ହେବ ତାହା ଚିନ୍ତାର ବିଷୟ ପାଲଟିଛି ।

ଆଞ୍ଚଳିକ କୃଷକ ଶ୍ରମିକ ସଂଘର ସଭା ଅନୁଷ୍ଠିତ…!

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ସର୍ଗିବାହାଲ ଠାରେ ଆଞ୍ଚଳିକ କୃଷକ ଶ୍ରମିକ ସଂଘର ଏକ ସଭା ଅନୁଷ୍ଠିତ ହୋଇଥିଲା । ସଂଘ ର ସଭାପତି ଶ୍ରୀମାନ ଗୋବର୍ଦ୍ଧନ ଭୋଏ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଲକ୍ଷଣ କୁମାର ସାହୁ, ରୂପଧର ପ୍ରଧାନ, ସରୋଜ କୁମାର ବେହେରା, ବାମନ ଧରୁଆ, ଗହଲ ମହାନନ୍ଦ, ଲଲିତ ସାହୁ, ଦେବେନ୍ଦ୍ର ସାହୁ, ନେପାଲ ପଧାନ, ସଂଜୟ ସ୍ବାଇଁ, ରମେଶ ନାୟକ, ଭରତ ବଢେଇ ସହିତ ପଦ୍ମପୁର ଉପଖଣ୍ଡ ର ବହୁତ ଚାଷୀ ଯୋଗଦାନ କରିଥିଲେ ।

ଉକ୍ତ ସଭାରେ ଅଞ୍ଚଳର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଏବଂ ପରିଶେଷରେ ମରୁଡ଼ି ର ସ୍ଥାୟୀ ପ୍ରତିକାର, ପଦ୍ମପୁର ଉପଖଣ୍ଡ କୁ ମରୁଡ଼ି ଘୋଷଣା ଓ ତତ୍କାଳୀନ ସହାୟତା ପ୍ରଦାନ, ଶସ୍ୟ ବିମା ପ୍ରଦାନ, କୃଷିରୁଣ ଛାଡ, କୃଷକ ଙ୍କୁ ପେନସନ ଓ ସମ୍ମାନ ପ୍ରଦାନ ଏବଂ ବୋରଓ୍ବେଲ ମାନଙ୍କ ବିଦ୍ୟୁତ ବିଲ ଛାଡ ଆଦି ଦାବି ଗୁଡ଼ିକ ସରକାରଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

କଡୁମ୍ବେରବାହାଲ ସ୍କୁଲରେ ବିଦ୍ୟାଳୟ ପରିଚାଳନା କମିଟି ତାଲିମ ଶିବିର ଅନୁଷ୍ଠିତ…!

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପାଇକମାଲ ବ୍ଲକ ମାଣ୍ଡୋସିଲ କ୍ଲଷ୍ଟର ଅନ୍ତର୍ଗତ ଡୁମ୍ଵେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତିନିଦିନିଆ ବିଦ୍ୟାଳୟ ପରିଚାଳନା କମିଟି ତାଲିମ ଶିବିର ୨୦୨୧ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଚେରେଙ୍ଗାଝାଞ୍ଜ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଦାନନ୍ଦ ସାହୁ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଡୁମ୍ବେରବାହାଲ ସ୍କୁଲ ପରିଚାଳନା କମିଟି ସଭାପତି ବନବସ ସାହୁ ସ୍ବାଗତ ଭାଷଣ ଦେଇଥିଲେ ।

ଏଥିରେ ଡୁମ୍ଵେରବାହାଲ ସ୍କୁଲର ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ଓ ଢେଙ୍କିମୁଣ୍ଡା ସ୍କୁଲର ସହକାରୀ ଶିକ୍ଷକ ବାବୁଲାଲ ଧରୁଆ ପ୍ରଶିକ୍ଷକ ଭାବେ ଯୋଗ ଦେଇ ତିନିଦିନ ଧରି ଏହି ଶିବିରକୁ ପରିଚାଳନା କରିବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ଆବଶ୍ୟକତା, ଭୂମିକା ସମ୍ପର୍କରେ ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ମାଣ୍ଡୋସିଲ ସିଆରସିସି ରାଧେଶ୍ୟାମ ପଟେଲ ପ୍ରତିଦିନ ଏହାକୁ ତଦାରଖ କରୁଥିଲେ । ଏହି ଶିବିରରେ ଡୁମ୍ବେରବାହାଲ, ଦର୍ଲିପଡା, ଚୁହୁରିପଡା ଓ ନୂଆପଡ଼ା ସ୍କୁଲର ଶିକ୍ଷକ ଏବଂ ପରିଚାଳନା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ ।

ପରିଦର୍ଶନ ରେ ପୁଝାରୀ ପାଲି ଗ୍ରାମ୍ୟ ସ୍କୁଲ…!

!!! ବରଗଡ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବିଦ୍ୟାଳୟ ପରିଚାଳନା କମିଟି ତାଲିମ ଶିବିର କୁ ଅଧିକ ସଫଳ କରିବା ପାଇଁ ଅଦ୍ଯ ତାରିଖ ୨୯.୯.୨୧ ବୁଧବାର ଦିନ ଲଖମରା ପଂଚାୟତର ସମସ୍ତ ବିଦ୍ୟାଳୟ ର ସ୍କୁଲ ପରିଚାଳନା କମିଟି ର ସମସ୍ତ ସଦସ୍ୟ ମାନେ ପୁଝାରୀ ପାଲି ଗାଁ ର ବାସ୍ତବତା ପରିଦର୍ଶନ କରି ଥିଲେ। ଉକ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ସି.ଆର.ସି.ସି ସୁବାସ ଚନ୍ଦ୍ର ସାହୁ, ଶିକ୍ଷକ ଛାୟା କାନ୍ତ ଦେବତା,ରୋଶନ ବନିଆ,ପୁରୁଷୋତ୍ତମ ରାଉତ, ସେନ କୁମାର ସାହୁ, ସୁରେଶ ସାହୁ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିତାଞ୍ଜଳୀ ଭୋଇ ଜଣେ ଆଦର୍ଶ ବିଦ୍ୟାଳୟ ଗଢିବା ପାଇଁ ପରିଚାଳନା କମିଟି କଣ ଦାୟିତ୍ଵ ରହିଛି ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆସିଥିବା ସମସ୍ତ ବିଦ୍ୟାଳୟ ର ସଦସ୍ୟ ସଦସ୍ୟା ମାନେ ପୁଝାରୀ ପାଲି ଗାଁ ଓ ବିଦ୍ୟାଳୟ ସରସ, ସୁନ୍ଦର,ସ୍ବଛ,ଶୈକ୍ଷକ ପରିବେଶ ସଭି ଙ୍କ ମନ ମୁଗ୍ଧ କରିଥିଲା ପରିଶେଷରେ ସମସ୍ତ ବିଦ୍ୟାଳୟକୁ କିପରି ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ଗଢିବା ତୋଳିବା ନେଇ ପ୍ରତିଶୃତିବଦ୍ଧ ହୋଇଥିଲେ।