ନିର୍ଦ୍ୱନ୍ଦ୍ୱରେ ବିଜୟୀ ସରପଞ୍ଚଙ୍କୁ ଗ୍ରହଣ କଲେନି ଲୋକେ; କହିଲେ- ଭୋଟ୍‌ ହେଉ…..!

ଏଥର ସମ୍ଭାଳ ବ୍ୟୁରୋ(ବରଗଡ଼)- ସରପଞ୍ଚ ପଦବୀ ପାଇଁ ୫ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିରୁ ୪ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାରୁ ଜଣେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ। ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେବା ପରେ ତାଙ୍କୁ ସରପଞ୍ଚ ଭାବେ ଗ୍ରହଣ କରୁନାହାନ୍ତି ଗାଁ ଲୋକେ। ଆଉ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଅନୁମତି ଦେବାକୁ ଦାବି କରି ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି ରେମତା ପଞ୍ଚାୟତର ଶତାଧିକ ଲୋକ। ପଞ୍ଚାୟତ ନିର୍ବାଚନା ପାଇଁ ବରପାଲି ବ୍ଲକ୍‌ ରେମତା ପଞ୍ଚାୟତରେ ୫ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନଙ୍କ ଭିତରୁ ୪ ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଥିଲେ। ଯାହାଫଳରେ ଧିରପୁର ଗାଁର ବିନୟ ଗଡ଼ତୀୟାଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷିତ କରାଯାଇଛି। ଯାହାଫଳରେ ଆଉ ସେହି ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ହେବନାହିଁ। ସରପଞ୍ଚ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷିତ ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ଭୋଟ ଦେବା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିବା ଅଭିଯୋଗ ଆଣି ଆଜି ରେମତା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଓ କରିଥିଲେ। ଏଥିସହ ନିର୍ବାଚନକୁ ସ୍ଥଗିତ ରଖି ପୁଣି ଥରେ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଅନୁମତି ଦେବାକୁ ଦାବି କରି ଧାରଣା ଦେଇଥିଲେ। ଗାଁ ଲୋକ ଅଭିଯୋଗ କରିଥିଲେ, ବିଜେଡି ସମର୍ଥିତ ୫ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନେ ନିଜ ଭିତରେ ଆପୋଷ ବୁଝାମଣା କରି ଟଙ୍କା ଲୋଭରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଯାହାଫଳରେ ସାଧାରଣ ଜନତା ଭୋଟ୍‌ ଦେବା ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଖବର ପାଇ ବରଗଡ଼ ଉପଜିଲ୍ଲାପାଳ ଧାରଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଗାଁ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଅନ୍ୟପକ୍ଷରେ ଉପଜିଲ୍ଲାପାଳ ମଧ୍ୟ ଅସହାୟତା ପ୍ରକାଶ କରିଥିଲେ। ଗାଁ ଲୋକେ ବହୁ ସମୟ ଧରି ଧାରଣାରେ ବସିବା ପରେ ଉଠି ପଳାଇ ଯାଇଥିଲେ। ଗାଁ ଲୋକେ ଧମକ ଦେଇ କହିଛନ୍ତି, ଜିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ୱ ନଦେଲେ ଆଗାମୀ ଜିଲ୍ଲାପରିଷଦ ଭୋଟ୍‌କୁ ବର୍ଜନ କରିବା ସହ ଗାଁରେ କୌଣସି ବ୍ୟାନର  ଓ ପୋଷ୍ଟର ଲଗାଇ ଦେବୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେବୁ ବୋଲି ଗାଁ ଲୋକେ ଧମକ ଦେଇଛନ୍ତି। ସେପଟେ ନାମାଙ୍କନ ପ୍ରତ୍ୟାହାର କରିଥିବା ପ୍ରାର୍ଥୀମାନେ ନିଜ ସ୍ୱଇଚ୍ଛାରେ କରିଥିବା କହିଛନ୍ତି।

ଫମ୍ପା ମାଠିଆ ର ଶବ୍ଦ ବେଶି “ସବ୍ କା ସାଥ୍ – ସବ୍ କା ବିକାଶ” ଏଠି ଭେଳିକି ମାତ୍ର…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ଏମାନେ କିଏ ? କଣ ଏମାନଙ୍କର ପରିଚୟ? କଣ ପାଇଁ ଆଜି ଏମାନଙ୍କ ଏଇ ଅବସ୍ଥା।ଥରୁଟିଏ ଏମାନଙ୍କ କଥା କିଏ ବୁଝିବା ପାଇଁ ଚେଷ୍ଟା କରିଛି,ଆଖି ଆଢ଼ୁଆଳ ରେ ଥାଇ ମଧ୍ୟ ମଣିଷ ପଶୁ ଠାରୁ ହିନ ହୋଇ ଜୀବନ ବିତାଉ ଥିବା ହୃଦୟ ବିଦାରକ ଦୃଶ୍ୟ ବାରି ହୋଇ ପଡୁଥିଲେ ମଧ୍ୟ ନିରୀହ ମାନଙ୍କ ପ୍ରତି କାହା ପାଖରେ ସମୟ ନାହିଁ।ସ୍ଥାଣୁ ପ୍ରଶାସନିକ ଅଧିକାରୀ ମାନେ ଦେଖି ନଦେଖିଲା ଭଳି ମୁହଁ ଫେରାଇ ନିଅନ୍ତି।ନେତା ମନ୍ତ୍ରୀ ଙ୍କ ନ କହିବା ଭଲ।ସରକାର ଙ୍କ ଯୋଜନା ଅନେକ ହେଲେ ସରକାର ଙ୍କ ମାଳମାଳ ଯୋଜନା ଏମାନଙ୍କ ପାଇଁ ପ୍ରହସନ ପରି ମନେ ହୁଏ।ସ୍ଵାଧୀନତା ରେ ୭୩ବର୍ଷ ପରେ ଆଜି ବି ମଣିଷ ଟିଏ ମଣିଷ ସମାଜ ରେ ମଣିଷ ହୋଇ ବଞ୍ଚିବାର ଅଧିକାର ନାହିଁ କି ବୋଲି ଉଠଇ ଅନେକ ପ୍ରଶ୍ନବାଚୀ।ଯାହାର ଜ୍ୱଳନ୍ତ ପ୍ରମାଣ ଓଡ଼ିଶା ରାଜ୍ୟ ର ଭାତହାଣ୍ଡି ରୂପେ ବେଶ ପରିଚିତ ଥିବା ବରଗଡ଼ ଜିଲ୍ଲା ରେ ବର୍ଷ ବର୍ଷ ଧରି ବାର ଦୁଆର ଶୁଣ୍ଢିପିଣ୍ଢା ହୋଇ ନିରୀହ ମାନସିକ ରୋଗାଗ୍ରସ୍ତ ରୋଗୀ ଖୋଲା ଆକାଶ ତଳେ, ନୁଖୁରା ଶରୀରରେ ଖରା,ବର୍ଷା,ଶୀତ,କାକର ରେ ପଡିରହିଛି l ଯେମିତି ସକାଳ ପାଉଛି ସେମିତି ସନ୍ଧ୍ୟା ସହ ରାତ୍ରି ପରେ ଦିନ ପରେ ଦିନ ଗଡି ଚାଲିଛି।ଏମାନେ ମଣିଷ ଟିଏ ହୋଇ ଧରା ଧାମରେ ଜନ୍ମ ସିନା ହୋଇଛନ୍ତି ସତ, ହେଲେ ଭାଗ୍ୟ ଏମାନଙ୍କ ପାଇଁ ସାଜେ ବଇରୀ,ଯାହା ପଶୁ ଠାରୁ ମଧ୍ୟ ହିନ ଅବସ୍ଥାରେ ଦିନ କାଟୁଥିବା ଦୃଶ୍ୟ ଦେଖି ଆଖିରୁ ପାଣି ବାହାରି ଯାଏ।ଯିଏ କି ନିଜେ ନିଜର ଅସ୍ତିତ୍ଵ କଣ,ଜୀବନର ମାନେ କଣ ତାଙ୍କୁ ଜଣାନାହିଁ,ଅବା କଣ ଜଣା ସେମାନଙ୍କୁ ଭଲ କି ମନ୍ଦ,ବଡ କି ସାନ ତାଙ୍କ ନଜର ରେ ସମସ୍ତେ ସମାନ।କିଛି ପଚାରିଲେ କିଏ ଗୁଣୁଗୁଣୁ ହୋଇ କହୁଛି ତ ଆଉ କିଏ ଠାର ନାର ରେ ନିଜ ବେଦନା ଭରା କାହାଣୀ ବଖାଣୁଛି l

ବେଳେ ବେଳେ ରାଗ ତମ ତମ ହୋଇ ନିଜ ଭିତରେ ଭଡ ଭଡ ହୋଇ ରାଗ ଉତାରି ଦେଇଥାନ୍ତି।ଯିଏ ଯାହା ଦେଲେ ସେଥିରେ କଷ୍ଟେ ମଷ୍ଟେ ଦିନ କାଟି କେତେବେଳେ ଅଇଁଠା ପତ୍ର ଚାଟି ନିଜ ପେଟକୁ ଠକି ଚାଲିଥାନ୍ତି ତ ଆଉ କେତେବେଳେ ବଦାନ୍ୟ ବ୍ୟକ୍ତି ତଥା ଦାତା ମାନଙ୍କ ଠାରୁ ପାଇ ନିଜ ମନକୁ ବୁଝାଇଥାନ୍ତି।ହେଲେ ଏମିତି ଅନେକ ମାନସିକ ରୋଗୀ ଅଛନ୍ତି, ଯାହା ଙ୍କ ଭାଗ୍ୟ ଉପରେ ଦୁଃଖ ର କଲାବାଦଲ ଢାଙ୍କି ହୋଇଥିବା ବେଳେ ଅଜାଣତରେ ଲୋକଙ୍କ ଆକ୍ରୋଶ ର ଶିକାର ମଧ୍ୟ ହୋଇଥାନ୍ତି।ହେଲେ କେତେ ବେଳେ ମଧ୍ୟ ସେମାନଙ୍କ ମନର ବେଦନା ପ୍ରକାଶ ପାଇ ନଥାଏ,କାରଣ ସେମାନେ ଜାଣି ନାହାନ୍ତି ସେମାନେ କିଏ, ସେମାନଙ୍କ ପରିଚୟ କ’ଣ ? ବେଳେବେଳେ ନଜର କୁ ଆସି ଥାଏ ପଶୁ ଠାରୁ ମଧ୍ୟ ହିନ ଜୀବନ ବିତାଉଥିବା ଦୃଶ୍ୟ ଓ ସେଇ ମାନଙ୍କ ମୁହଁରେ ଚେନାଏ ହସ।କେତେବେଳେ ପୁଣି ଗାଁ ଠାରୁ ସହର ଚାରିଆଡ଼େ ସେ ରେଲୱେ ଷ୍ଟେସନ ହେଉ କି ବସଷ୍ଟାଣ୍ଡ ହେଉ ଏଣେତେଣେ ଘୁରିବୁଲି ଲୋକ ହସା ହୋଇଥାନ୍ତି।ଏମାନଙ୍କ କଥା କେବେ ଯଦି କେହି ବୁଝିବାକୁ ଚେଷ୍ଟା କରନ୍ତି ତେବେ ଏମାନେ ନିରୁତ୍ତର।ମଣିଷ ହୋଇ ଜନ୍ମ ହୋଇଥିଲେ ମଧ୍ୟ ମଣିଷ ସମାଜ ର କଥା ଏମାନେ ମାନସିକ ରୋଗାଗ୍ରସ୍ତ ହୋଇ ବେଳେ ବେଳେ ବୁଝି ନଥାଆନ୍ତି।କେବଳ ଠାର ନାର ରେ କିଛି ଟା ମନ କଥା କହିବା ପାଇଁ ଚେଷ୍ଟା କରନ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି ଯେ “ସବ୍ କା ସାଥ୍ ,ସବ୍ କା ବିକାଶ” ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା।”ତେଲିଆ ମୁଣ୍ଡରେ ତେଲ” ଭଳି ଥିଲା ବାଲା ଙ୍କ ପାଇଁ ମାଳମାଳ ଯୋଜନା,ହେଲେ ଏବେବି “କିଏ ନ ପାଏ ଖୁଦ କୁଣ୍ଡା ଆହାର ତ ଆଉ କିଏ ପାଗଳ ହୋଇ ଖାଏ ପ୍ରହାର”।ତେବେ କାହା ପାଇଁ ସରକାର,କାହା ପାଇଁ ସେଇ ସରକାର ଙ୍କ ମାଳମାଳ ଯୋଜନା,ଏମାନେ କଣ ମଣିଷ ନୁହନ୍ତି ନାଁ ଏମାନଙ୍କ ବଞ୍ଚିବାର ଅଧିକାର ନାହିଁ।ରାତି ପାହିଲେ ବରଗଡ଼ ଜିଲ୍ଲା କୁ ପ୍ରଶାସନ,ନେତା ମନ୍ତ୍ରୀ,ଜନ ପ୍ରତିନିଧି ମାନଙ୍କ ସୁଅଛୁଟୁଥିଲେ ସୁଦ୍ଧା ଏମାନେ ଆଡ ନଜର ମଧ୍ୟ ଦେଖନ୍ତି ନାହିଁ l ହେଲେ ବର୍ଷ ବର୍ଷ ଧରି ପ୍ରହରୀ ସାଜି,ଖୋଲା ଆକାଶ ତଳେ ଜୀବନ ବିତାଉଥିବା,ଅଇଁଠା ଖାଇ ଦିନ କାଟୁଥିବା ନିରୀହ ମାନଙ୍କ ଉପରକୁ ଶୁଭ ଦୃଷ୍ଟି କିଭଳି ଭାବରେ ପଡୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ଦେଖା ଯାଉ ଆଉ କେବେ ଏମାନଙ୍କ ପ୍ରତି ସରକାରଙ୍କ ଶୁଭ ଦୃଷ୍ଟି ପଡି ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ ହେଉଛି ନାଁ ଦେଖି ନଦେଖିଲା ବାଲା ଙ୍କ ପାଇଁ ସରକାର ଏୱାର୍ଡ ଘୋଷଣା ପରେ ଘୋଷଣା କରିଚାଲିଥିବାରେ ବ୍ୟସ୍ତ …!

ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ବରଗଡ ଓ ପଦ୍ମପୁର ରେ ବିଜେପି ର ବିରୋଧ ପ୍ରଦର୍ଶନ..!

!!! ବରଗଡରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)-ମୁଖ୍ୟମନ୍ତ୍ରୀ ଙ୍କ ବିଜେପୁର ଗସ୍ତକୁ ଆଜି ବରଗଡ଼ ବିଜେପି ତରଫରୁ ତୀବ୍ର ବିରୋଧ କରାଯାଇଥିଲା।ମମିତା ମେହେର ହତ୍ୟାକାଣ୍ଡ ର ଷଡଯନ୍ତ୍ର ରେ ସଂଶ୍ଲିଷ୍ଟ ଥିବା ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ତଥା ତୋରା ଗ୍ରାମର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣାର ସି.ବି.ଆଇ ତଦନ୍ତ ଦାବିରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ବିରୋଧ କରିବା ପାଇଁ ଶତାଧିକ କାର୍ଯ୍ୟକର୍ତ୍ତା ଏକ ମୋଟର ସାଇକେଲ ରାଲିରେ ବାହାରି ବିଜେପୁର ଯାଉଥିବା ସମୟରେ ବରଗଡ଼ ଟାଉନ ପୋଲିସ ବରଗଡ଼ ସହରର ଭଟଲି ଛକ ଠାରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଅଟକାଇବାରୁ କାର୍ଯ୍ୟକର୍ତ୍ତା ମାନେ ନବୀନ ସରକାର ବିରୋଧରେ ସ୍ଲୋଗାନ ଦେବା ସହିତ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲେ।ଶେଷରେ ପୋଲିସ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଗିରଫ କରି ପୋଲିସ ଅଟକ ରଖିଥିଲା।ପ୍ରକାଶ ଥାଉକି ଆଜି ଭୋର ସକାଳୁ ବରଗଡ଼ ଟାଉନ ପୋଲିସ ,ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ଙ୍କୁ ତାଙ୍କ ବାସଭବନରୁ ଗିରଫ କରିନେଇଯାଇଥିଲାବେଳେ, ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥୀ ,ରବି ନାରାୟଣ ଦାଶ,ଅକୁର ମଲ୍ଲିକ,ଅଶୋକ ପଣ୍ଡା, ଈଶ୍ୱର ବାଗ,ସୁବ୍ରତ ହୋତା, ଅବନିକାନ୍ତ ପଣ୍ଡା, ଅମିତ କୁମାର ପଣ୍ଡା,ନବ କିଶୋର ପାଣିଗ୍ରାହୀ,ବିଜୟ ଦାଶ, ମହେଶ ଦାଶ, ମହେନ୍ଦ୍ର ପୁରୋହିତ, ରତ୍ନାକର ମହାପାତ୍ର,ଯୁଧିଷ୍ଠିର ମେହେର,ବ୍ୟାସଦେବ ନାଏକ,ବ୍ରହ୍ମା ମହାକୁଡ଼,ସୀମା ସିଂ, ମମତା ଅଗ୍ରୱାଲ, ଦେବିକା ସିକା, ଗୀତା ସେଠ,ଶୁକ୍ରୁ ସାହୁ,ସୁଜିତ ସରାଫ, ବ୍ରଜ ନାଏକ, ଅନନ୍ତ ମହାପାତ୍ର,ଲାଲୁ ପଧାନ,ସୁନୀଲ ଶର୍ମା,ବିକାଶ ସାହୁ,ଘନଶ୍ୟାମ ସାହୁ, ସଞ୍ଜୟ ପଧାନ, କୁଶ ସାହୁ, ହେପି ନାଏକ,ପଙ୍କଜ ସେଠ,ରାଜେଶ ପଧାନ,ସୁନୀଲ ସାହୁ,ଦିଲୀପ ସାହୁ, ପ୍ୟାରୀ ସାହୁ,ତଥା ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ଙ୍କୁ ପୋଲିସ ପୂର୍ବରୁ ଅଟଟରଖିଥିଲେ lଠିକ ସେଭଳି ସତିଭଟା ପଡିଆ ରେ ରାଷ୍ଟ୍ରୀୟ ଓବିସି ମୋର୍ଚ୍ଚା ର କାର୍ଯ୍ୟକାରିଣୀ ସଦସ୍ୟା ତଥା ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଙ୍କ ନେତୃତ୍ବରେ ପଦ୍ମପୁର ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ପ୍ରିତେଶ ବହିଦାର, ବରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ବିଭିନ୍ନ ଅଞ୍ଚଳ ର ମଣ୍ଡଳ ର ଦାୟିତ୍ଵ ରେ ଥିବା ସଭାପତି ସର୍ବଶ୍ରୀ:- ଭୀଷ୍ମଦେବ ସାହୁ, ନିରାକାର ବରିହା, ହରେକୃଷ୍ଣ ପଟେଲ,କେତନ ମେହେର, ସୈାକିଲାଲ ସାହା, ସାଂସଦ ପ୍ରତିନିଧି ଆଡଭୋକେଟ ଚିନ୍ମୟ କୁମାର ପଣ୍ଡା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ମେହେର ତଥା ଅନେକ ଦଳୀୟ ସଦସ୍ୟ ଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ କଳାପତାକା ପ୍ରଦର୍ଶନ କଲାସମୟ ରେ ପୋଲିସ କାବୁ କରି ଗିରଫ କରିବା ସହ ଥାନା ରେ ଅଟକ ରଖିଥିଲା

ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଙ୍କ ଟିମ ଦିଲ୍ଲୀ ଦରବାରରେ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ବରଗଡ ଜିଲ୍ଲା ର କେତେକ ଉନ୍ନୟନମୂଳକ କାର୍ଯ୍ୟ କୁ ଦୃଷ୍ଟିରେ ରଖି ଦିଲ୍ଲୀ ଦରବାରରେ ଯାଇ ପହଞ୍ଚିଛନ୍ତି lତାଙ୍କ ସାଥିରେ ବରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାହୁ, ଶଙ୍କର ଖାଲଖୋ,ସଭ୍ୟା କୁମୁଦିନୀ ସାହୁ ସମାଜସେବୀ ଜୟ ନିଗମ, ଗୋପାଳ ପଟେଲ,ମଥୁରା ପଟେଲ ତତ୍ ସଙ୍ଗେ ସଙ୍ଗେ ପଦ୍ମପୁର ଉପଖଣ୍ଡ ର ଜଣାଶୁଣା ଡାକ୍ତର ସୁଦୀପ୍ତ କୁମାର ସାହୁ ଯାଇ ବରଗଡ ଜିଲ୍ଲା ଅଧିନସ୍ଥ ପଛୁଆ ଅଞ୍ଚଳ ଭାବେ ବିବେଚିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ବରଗଡ ରେ ଏକ ସୈନିକ ସ୍କୁଲ ଖୋଲିବା ନେଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି l ଦିଲ୍ଲୀ ଦରବାର ସମ୍ପର୍କରେ ଶ୍ରୀମତୀ ସାହୁ ଙ୍କୁ ଫୋନ ଯୋଗେ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ କହିଲେ ଯେ, ଅନେକ ସମସ୍ୟା ଦାବୀ କୁ ନେଇ ଆମେ ଦିଲ୍ଲୀ କୁ ଆସିଛୁ, ଅପେକ୍ଷା କରନ୍ତୁ ଆଉ କିଛି ସମସ୍ୟା ଏବଂ ଦାବୀ ଏଇ ଦିନେ ଦୁଇଦିନ ମଧ୍ୟରେ ବିଭିନ୍ନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଙ୍କ ସାଥିରେ ସାକ୍ଷାତ ପରେ ଆପଣ ମାନଙ୍କୁ ଜଣାଇଦିଆଯିବ l

 

ମାଟିବନ୍ଧ କଣ୍ଠେଶ୍ୱରପୁର ଡ୍ୟାମ ଭୁଷୁଡିଲା…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନ ଜମରତଲା ପଞ୍ଚାୟତ ରେ ଥିବା କଣ୍ଠେଶ୍ୱରପୁର ଶିବ ମନ୍ଦିର ନିକଟକୁ ଲାଗି ଥିବା କଣ୍ଠେଶ୍ବରପୁର ମାଟିବନ୍ଧ ଡ୍ୟାମ ଟି ରକ୍ଷଣାବେକ୍ଷଣ ଅଭାବରୁ ଭୁଶୁଡ଼ି ଯାଇଛି l ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, କଣ୍ଠେଶ୍ବରପୁର ମାଟିବନ୍ଧରେ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ୩୨୦ ହେକ୍ଟର ଜମି ଜଳ ସେଚିତ ହୋଇଥାଏ ।

ଚଳିତ ଖରିଫ ଋତୁରେ ସ୍ବଳ୍ପ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ସୋଇଯାଇଛି ହେଲେ ଚଳିତ ସେପ୍ଟେମ୍ବର ମାସର ଲଘୁଚାପ ଜନିତ ବର୍ଷା ଯୋଗୁଁ ମାଟିବନ୍ଧରେ ପାଣି ସମ୍ପୁର୍ଣ୍ଣ ଭର୍ତ୍ତି ହୋଇଯାଇଥିଲା କିନ୍ତୁ ଯାହା କିଛି ଧାନ ବଞ୍ଚିଛି lଡ୍ୟାମର ପାଣିରେ ଚାଷ କରିବା ପାଇଁ ଚାଷୀମାନେ ଅନେକ ଆଶା ରଖିଥିଲେ ହେଲେ ଦୀର୍ଘ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବ ରୁ ଆଡି ଭାଙ୍ଗି ଯାଇଛି । ଡ୍ୟାମରେ ଦୁର୍ବଳତା ଥିବା ନେଇ ଅଞ୍ଚଳର ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଏ କାହାକୁ ପଚାରେ ନିତି ପାଇଁ ଆଜି ଚାଷୀ ଙ୍କ ‌ଆଶାତିତ ଡ଼୍ୟାମ ର ଅବସ୍ଥା ଏଇଆ lଦେଖାଯାଉ ପ୍ରତିକାର ପାଇଁ ବିଭାଗୀୟ କତୃପକ୍ଷ କେବେ ଏଇ ଡ଼୍ୟାମ ପ୍ରତି ନଜର ଦେବେ !

କୃଷକ ଙ୍କ ନ୍ୟାର୍ଯ୍ୟ ହକ ପାଇଁ,ଏକତା ର ଆବଶ୍ୟକତା ରହିଛି – ଅଶୋକ କୁମାର ସାହୁ

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବିଗତ ୨୦ବର୍ଷ ହେବ ନଅନଅ ଥର ମରୁଡି ର କରାଳ ବକ୍ଷରେ ପତିତ ହୋଇ ରାଜବୋଡାସମ୍ବର ଅଞ୍ଚଳ ଏକ ଅନ୍ଧକାର ମଧ୍ୟ ରେ ଗତିକରିବାରେ ଲାଗିଛି lସ୍ୱଳ୍ପ ବୃଷ୍ଟିପାତ ଏହାର ମୁଖ୍ୟ କାରଣ lଯେତେ ଚେଷ୍ଟା କଲେ ମଧ୍ୟ କୃଷକ ର ଅଣ୍ଟା ସଳଖି ପାରୁନି lଓଡିଶା ବରଗଡ ଜିଲ୍ଲା କୁ ନେଇ ଗର୍ବ କରେ ଏବଂ ପରିଚୟ ଦେଇ ଆସିଛି ଓଡିଶା ର ବରଗଡ଼ ଜିଲ୍ଲା ହେଉଛି ସମଗ୍ର ରାଜ୍ୟର ଭାତହାଣ୍ଡି ବୋଲି lଏଇ ଜିଲ୍ଲା ମଧ୍ୟରେ ଯାଏ ପଦ୍ମପୁର ନିର୍ବାଚନ ମଣ୍ଡଳୀ କିନ୍ତୁ ୨୦ ବର୍ଷ ମଧ୍ୟରେ ଏଇ ଅଞ୍ଚଳ ରେ ଅନେକ ବିଧାନ ସଭା କୁ ପ୍ରତିନିଧିତ୍ଵ କରିବା ସକାଶେ ନିର୍ବାଚିତ ହୋଇ ଯାଇଛନ୍ତି lଇଚ୍ଛାଶକ୍ତି ର ଅଭାବ କାରଣ ରୁ କେହି ଜଣେ ହେଲେ ମଧ୍ୟ କୃଷକ ଙ୍କ ସ୍ଥାନୀୟ ସମସ୍ୟା କୁ ନେଇ ବିଭିନ୍ନ ଅଞ୍ଚଳରେ ସ୍ଥାୟୀ ଭାବେ ପ୍ରୋଜେକ୍ଟ ଟିଏ ମଧ୍ୟ କରିନାହାନ୍ତି lଯାହା ଆଜି ଚାଷୀଙ୍କ ମେରୁଦଣ୍ଡ କୁ ଦୁର୍ବଳ କରିଛି lସ୍ୱାଧିନତା ର ପରବର୍ତ୍ତୀ ୭୫ବର୍ଷ ପରେ ମଧ୍ୟ ପଦ୍ମପୁର ଉପଖଣ୍ଡ ର ସମସ୍ତ ବ୍ଳକର ସମୁଦାୟ ଜଳସେଚନ ର ସ୍ଥିତି ଦେଖିବାକୁ ଗଲେ ମାତ୍ର ୨୭% lଅନେକ ନଇ,ନାଳ,ଝରଣା ଗୁଡିକ ବହିଯାଉଛି କୂଳୁକୂଳୁ ନାଦରେ lହେଲେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ,ଦଳିୟ ନେତାମାନଙ୍କ ନିଜସ୍ୱ ସ୍ୱାର୍ଥ ପାଇଁ ଅଞ୍ଚଳଟି ବଳି ପଡ଼ିଯାଇଛି l

ଯତ୍ କିଞ୍ଚିତ ଜଳସେଚନ ର ବ୍ୟବସ୍ଥା ଯଦିଓ କାଁଭା ଅଛି ତାହା ନଗଣ୍ୟ l ମରୁଡି ସମୟେ କାମକୁ ନୁହଁ l ବିଦ୍ୟୁତ ସଂଯୋଗ କରାଯାଇ ଗଭୀର ନଳକୂପ ଖନନ କରି ଜଳସେଚନ ର ସୁବିଧା ହୋଇଥାଇପାରେ ସତ କିନ୍ତୁ ଚାଷୀ ଙ୍କୁ ବିଦ୍ୟୁତ ଶୁଲ୍କ, ବିଜୁଳି ର ମନମୁତାବକ ଲୁଚକାଳି ଖେଳ, ଅହେତୁକ ଦରଦାମ ବୃଦ୍ଧି ଇତ୍ୟାଦି ଅଣ୍ଟା କୁ ସବଳ କରି ପାରୁନି l ଚଳିତ ୨୦୨୧ ଖରିଫ ଫସଲର ଅବଧି ଯାଇ ଦଶହରା ମାସ କେଇଟା ଦିନ ଗଲେ ସମାପ୍ତ ହୋଇଯିବ ଅଥଚ ରାଜ୍ୟ ସରକାର ଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ କେବେ lବରଗଡ ଜିଲ୍ଲା ପ୍ରଶାସନ ସବୁ ଜାଣି ଶୁଣି ନିରବଦ୍ରଷ୍ଟା ସାଜିବା ଅଜଣା ଚାଉଳ ରେ ଭାତ ଖାଇଲା ଭଳି ସଦୃଶ l ମରୁଡି ଅଞ୍ଚଳ ଭାବେ ଆଜିଯାଏଁ ଘୋଷଣା କରାଯାଇନି lଏ ସବୁ କୁ ଭିତ୍ତିକରି ରାଜବୋଡାସମ୍ବର କୃଷକ ସଂଗଠନ,ପଦ୍ମପୁର ଆସନ୍ତା ତା ୨୨.୧୦.୨୦୨୧ରିଖ ରେ ପଦ୍ମପୁର ଗୋରୁ ବଜାର ଠାରେ ବିରାଟ କୃଷକ ସମାବେଶ କରିବାପାଇଁ ପ୍ରସ୍ତୁତି କରିସାରିଛି lଚାଷୀ ଙ୍କ ହିତଦୃଷ୍ଟିକୁ ଆଖି ଆଗରେ ରଖି ୮ ଦଫା ସମ୍ବଳିତ ଦାବିସମୁହ କୁ ନେଇ ରାଜବୋଡାସମ୍ବର ପଦ୍ମପୁର ଉପଖଣ୍ଡ ଚାଷୀ ମାନେ ସମୟ ସକାଳ ୯ ଘଟିକା ସମୟ ରେ ଉପସ୍ଥିତ ହେବାକୁ ରାଜବୋଡାସମ୍ବର କୃଷକ ସଂଗଠନ ର ସଭାପତି ବାଞ୍ଛାନିଧି ନାୟକ ଏବଂ ଆବାହକ ଅଶୋକ ସାହୁ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି l

ବରଗଡ଼ ଟାଉନଥାନା ପୋଲିସ ହେପାଜତରେ ତୋରା ଗାଁ ଗୋବିନ୍ଦ କୁମ୍ଭାର ଙ୍କ ମୃତ୍ୟୁ ଘଟଣା ରେ ଗୋବିନ୍ଦ ଙ୍କ ପରିବାର ଙ୍କୁ ନ୍ଯାୟ ପ୍ରଦାନ ଦାବିରେ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଘାସି ସମାଜ ର ସମର୍ଥନ ।ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ ସଫେଇ କାମ ବନ୍ଦ କରି ଦିନିକିଆ ଆନ୍ଦୋଳନ ଓ ରେଲି କରିଛନ୍ତି ।

ଘାସି ସମାଜ ର ଆବାହକ ନିଲ ସିନ୍ଧିରିଆ ଓ ସମ୍ପାଦକ ଉମେଶ ସୁନା ଙ୍କ ନେତୃତ୍ବରେ ପଦ୍ମପୁର ଘାସି ସମାଜ ଏକତ୍ରିତ ହୋଇ ମୃତ ଗୋବିନ୍ଦ କୁମ୍ଭାର ଓ ତାଙ୍କ ପତ୍ନୀ ରୁବି କୁମ୍ଭାର ଓ ତାଙ୍କ ଦୁଇ ନାବାଳିକା ଶିଶୁ ଙ୍କ ସମେତ ଗୋବିନ୍ଦ ଙ୍କ ମାତା ପିତା ଙ୍କ ଭରଣପୋଷଣ ସହ ଅଭିଯୁକ୍ତ ଙ୍କୁ ଗିରଫ ଦାବି କରିଛନ୍ତି ।

ଅଲ୍ ଓଡିଶା ମିଟର ରିଡର ଆସୋସିଏସନ୍ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ବରଗଡ଼ ଜିଲ୍ଲା ପଦ୍ମପୁର ସହରସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ଅଲ୍ ଓଡିଶା ମିଟର ରିଡର୍ ଆସୋସିଏସନ୍ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ତପନ କୁମାର ଅଗସ୍ତି ସାଧାରଣ ସମ୍ପାଦକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରଗଡ ଜିଲ୍ଲା ରେ କାର୍ଯ୍ୟରତ ମିଟର ରିଡର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା l ଉପସ୍ଥିତ ସଦସ୍ୟ ମାନେ ସେମାନଙ୍କ ସର୍ବନିମ୍ନ ମଜୁରୀ,ଇ.ପି.ଏଫ ଲାଗୁ,ଇଏସଆଇ ,ବୋନସ, ନିଯୁକ୍ତିପତ୍ର ସାଙ୍ଗକୁ ପରିଚୟପତ୍ର ଇତ୍ୟାଦି ମିଳୁଥିବା ସମ୍ପର୍କ ରେ ନିଜ ନିଜ ସୁଚିନ୍ତିତ ମତପ୍ରଦାନ କରିଥିଲେ lସାଧାରଣ ସମ୍ପାଦକ ଉକ୍ତ ଘଟଣା ଉପରେ ବିଶଦ ଆଲୋଚନା ସହ ମିଟର ରିଡର ମାନଙ୍କ ବକେୟା ପାଉଣା ସହ ଅନ୍ୟାନ୍ୟ ମୈାଳିକ ପ୍ରାପ୍ୟ ଗୁଡ଼ିକ କିପରି ଅତିଶିଘ୍ର ପୁରଣ ହୋଇପାରିବ ସେ ବିଷୟରେ ତୁରନ୍ତ ସମାଧାନ ଦିଗରେ ପ୍ରୟାସ କରିବେ ବୋଲି ମତବ୍ୟକ୍ତ ସହ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ l

ଏହି ସାଧାରଣ ସଭାରେ ବରଗଡ ଜିଲ୍ଲା ରୁ ୪୦ ରୁ ଉର୍ଦ୍ଧ ମିଟର ରିଡର ଆସୋସିଏସନ୍ ରେ ଯୋଗଦାନ କରି ସଦସ୍ୟତା ହାସଲ କରିଥିଲେ l ଏଇ କ୍ରମରେ ଉକ୍ତ ସଭାରେ ପ୍ରମୁଖ ଭାବେ ଆସୋସିଏସନ୍ ର ସାଧାରଣ ସମ୍ପାଦକ ତପନ କୁମାର ଅଗସ୍ତି,ବରୁଣ ସାହୁ, ରଜନୀକାନ୍ତ ସାହୁ, ବସନ୍ତ କୁମାର ପଟେଲ, ପ୍ରକାଶ ଚନ୍ଦ୍ର ସାହୁ,ସମୀର ସେଠ,ସୁରଜ ମିଶ୍ର, ଜୟନ୍ତ କୁମାର ପଣ୍ଡା, ଜିତେନ୍ଦ୍ର ପଣ୍ଡା, ରମେଶ ମାଝୀ, ଚୈତନ୍ୟ ସାହା, ପ୍ରଶାନ୍ତ ବାଗ, ଦେବାନନ୍ଦ ସାହୁ, ତୋଫାନ ସିଂ ବରିହା,ଆଜାଦ ସାହୁ, ଶେଷଦେବ ସାହୁ, ଜୟନ୍ତ ସାହୁ, ଶେଷଦେବ ମିଶ୍ର,ରୋଶନ ସାହା, ଦେବେନ୍ଦ୍ର ମାଝୀ ପ୍ରମୁଖ ନିଜ ନିଜର ମତବ୍ୟକ୍ତ କରିଥିଲେ l

ବିଧାୟକ ବିଜୟ ରଂଜନ ସିଂ ବରିହା ଙ୍କ ପରାମର୍ଶ ରେ ରକ୍ତଦାନ ଶିବିର ଅନୁଷ୍ଠିତ….!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ଓ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୌରହରି ମିଶ୍ର ଙ୍କ ଉପସ୍ଥିତି ରେ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିପା ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଭାବରେ ବିଜୁ ଯୁବ ଜନତଦଳ ବରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଭୋଜରାଜ ସିଂ ବରିହା ଯୋଗଦାନ ପୂର୍ବକ ଶିବିର କୁ ଉଦଘାଟନ କରିଥିଲେ ।

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର , ବିଜୁ ଜନତା ଦଳ ପାଇକମାଲ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ , ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ , ବିଜୁ ଯୁବ ଜନତାଦଳ ପାଇକମାଲ ବ୍ଲକ ସଭାପତି ଗୌତମ ସିଂ , ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାବ ମହମ୍ମଦ , ବିଜୁ ମହିଳା ଜନତାଦଳ ପାଇକମାଲ ବ୍ଲକ ସଭାନେତ୍ରୀ ତଥା ମାଣ୍ଡିଆଢିପା ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ କୁମାରୀ ବରିହା , ଭୈରବ ସେଠ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ କେନ୍ଦ୍ର ରେ ସର୍ବମୋଟ ୨୯ ୟୁନିଟ ସଂଗ୍ରହ କରାଯାଇ ପଦ୍ମପୁର ରକ୍ତ ଭଣ୍ଡାର କୁ ପ୍ରଦାନ କରାଗଲା ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ମୋ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିବାପରେ ସମଗ୍ର ଓଡିଶାରେ ରକ୍ତାଭାବ ବିଶେଷ ଦେଖାଯାଉନାହିଁ lଏହି ମହତ ପ୍ରୟାସ ପାଇଁ ଜନସାଧାରଣ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବିନ ପଟ୍ଟନାୟକ ବେଶ ପ୍ରଶଂସିତ ହେବାରେ ଲାଗିଛନ୍ତି ବୋଲି ମାଣ୍ଡିଆଢ଼ିପା ଅଂଚଳ ର ଲୋକେ ପ୍ରଶଂସା କରୁଛନ୍ତି l

ହକ୍ ପ୍ରାପ୍ୟ ନ ମିଳିବାରୁ ବ୍ଳକ ଅଫିସ ସମ୍ମୁଖରେ ନ୍ୟାୟ ପାଇଁ ଆମରଣ ଅନଶନ ବସିଲେ ଗ୍ରାମବାସୀ …!

!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ପଦ୍ମପୁର)- ଗରିବ ଜନସାଧାରଣ ପାଇଁ ସରକାର ଅନେକ ପ୍ରକାର ର ସୁବିଧା ଦେଇଛନ୍ତି ହେଲେ କେତେ ଜଣ ଦୁର୍ନୀତି ଗ୍ରସ୍ତ ଅଫିସର ଓ ନେତା ମାନଙ୍କର ଆକ୍ରୋଶ ମନୋଭାବ ଯୋଗୁଁ ଗରିବ ଖଟି ଖିଆ ଲୋକ ମାନେ ଦିନ ରାତି ଝାଳବୁହା ପରିଶ୍ରମ କରି ତାଙ୍କର ନ୍ୟାୟୋଚିତ ପ୍ରାପ୍ୟ ରୁ ବଞ୍ଚିତ ହୋଇ ଶୋଚନୀୟ ଅବସ୍ଥା ରେ ପଡିଛନ୍ତି l ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରବନ୍ଧ ପଞ୍ଚାୟତ ଠାରୁ ଦୁଇ କିଲୋମିଟର ଶକ୍ତି ଗ୍ରାମ ରେ ଅନେକ ମହିଳା-ପୁରୁଷ ଆଜି ବାଧ୍ୟ୍ୟ ହୋଇ ବ୍ଲକ ଅଫିସ ଭିତରେ ଆମରଣ ଅନଶନ ରେ ବସିଛନ୍ତି ତାଙ୍କର ଦାବି ହେଲା MGNRGS କାମ, ବିଲ ରେ ଖାତ ଖୋଲା, କଲୋନୀଘର, ମୋ ବଗିଚା ପରି ଅନେକ କାମ ର ପ୍ରାପ୍ୟ ବର୍ଷ ବର୍ଷ ଧରି ପାଇଁ ନାହାନ୍ତି l ଜେସିବି ରେ ପୋଖରୀ ଖୋଳି ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଗ୍ରାମ କମିଟି ସଭାପତି ବିକ୍ରମ ବନଛୋର ଙ୍କ ନେତୃତ୍ବରେ ଶକ୍ତି ଗ୍ରାମବାସୀ ବ୍ଲକ ଅଫିସ ଭିତରେ ଆମରଣ ଅନଶନ ରେ ବସିଛନ୍ତି lଦେଖାଯାଉ ପ୍ରଶାସନ କଣ କରୁଛି !