“ଅନ୍ଧାରୀ ମୂଲକ ର ଆଲୋକ” ଦୀପା ଦିଦି…!

!!! ବରଗଡ଼ ଜିଲ୍ଲା ପଦ୍ମପୁର ରୁ ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ରାଜ୍ୟ ସରକାର ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଲୋକମାନେ ସଚେତନତା ଅଭାବରୁ ଅନେକ ଜନହିତକାରି ଯୋଜନାର ଲାଭ ଉଠେଇ ପାରୁନାହାଁନ୍ତି । ଏହିଭଳି ଲୋକଙ୍କ ପାଇଁ ଆଶାର ଆଲୁଅ ପାଲଟିଛନ୍ତି ପାଇକମାଲ ବ୍ଲକ ଉପାନ୍ତ ଅଞ୍ଚଳ ଟେମରି ଗ୍ରାମର ମହିଳା ସ୍ୱେଚ୍ଛାସେବୀ ତଥା ସାମାଜିକ କର୍ମୀ ଦୀପା ବାରିକ ତେଣୁ ତାଙ୍କୁ “ଅନ୍ଧାରୀ ମୂଲକର ଆଲୋକ” ବୋଲି ସମସ୍ତେ କହିଥାନ୍ତି। ଏହିକ୍ରମରେ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋଗୀନ୍ଦ୍ରନାଥପୁର ଗ୍ରାମର ଏକ ଅସହାୟ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଏକ ଶିଶୁକନ୍ୟା ନିକିତା ଗୁଣ୍ଡି ଜନ୍ମଠାରୁ ଦିବ୍ୟାଙ୍ଗ ଭଳି ମୁଣ୍ଡ ଉଠେଇ ପାରୁନାହାନ୍ତି ଏବଂ ଉଠି ବସି ନପାରି ଅଣ୍ଟା ସଳଖ ମଧ୍ୟ କରିପାରନ୍ତି ନାହିଁ। ୨୦୧୯ ମସିହାରେ ଜନ୍ମିତ ଏହି ଶିଶୁର ମାଆ ତେଲେଙ୍ଗାନା ରାଜ୍ୟକୁ ଇଟା ଗଢିବା ପାଇଁ ଯାଇଥିଲେ। ଅତ୍ୟନ୍ତ ଗରୀବ ପରିବାରର ହେଇଥିବାରୁ ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକେ ସର୍ବସ୍ୱାନ୍ତ ହୋଇଯାଇଛନ୍ତିି। ନିଜ ସ୍ୱାମୀ ଦ୍ୱାରା ପ୍ରତାରିତ ହୋଇ ଏହି ଶିଶୁଟିର ମାଆ ବର୍ତ୍ତମାନ ନିଜ ମାଆ ବାପାଙ୍କ ପାଖରେ ରହି କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି।

ଏହି ପରିବାର ର ଅସହାୟ ଅବସ୍ଥା ସମ୍ପର୍କରେ ଜାଣିବା ପରେ ଗତବର୍ଷ ମାର୍ଚ୍ଚ ମାସରେ ଦୀପା ବାରିକ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ଏକ ପତ୍ର ମାଧ୍ୟମରେ ଜଣା କରିଥିଲେ। ଯାହା ପ୍ରଭାବରେ ଉକ୍ତ ଶିଶୁଟିର ସହାୟତା କରିବା ପାଇଁ ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇଥିଲେ ଏବଂ ଉଚ୍ଚତର ଚିକିତ୍ସା ନିମନ୍ତେ ଶିଶୁଟିକୁ କଟକ ନିଆଯାଇଥିଲା। ଏହାଛଡ଼ା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ଶିଶୁଟିକୁ ନିୟମିତ ବ୍ୟବଧାନରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ବରଗଡ଼ ଡିଇଆଇସିକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କରୋନା ମହାମାରୀ ଯୋଗୁଁ ଶିଶୁଟିକୁ ଥରେ ନେବାପରେ ଆଉ ଡାକ୍ତରଖାନା ନିଆଯାଇନାହିଁ। ଏହି ବିଷୟରେ ନିକିତାଙ୍କ ଆଇ ଦ୍ରୌପଦୀ ଗୁଣ୍ଡି ଦୀପା ବାରିକଙ୍କୁ ଜଣେଇବା ପରେ ଦୀପା ଉକ୍ତ ପରିବାର ପାଖକୁ ଯାଇ ଭେଟିଥିଲେ ଏବଂ ସମସ୍ୟା ଗୁଡିକୁ ବୁଝିଥିଲେ। ପାଇକମାଲ ଡାକ୍ତରଖାନାର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂଯୋଜକ କୁ ଯୋଗାଯୋଗ କରି ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଏହା ସହିତ ଦ୍ରୌପଦୀ ଗୁଣ୍ଡିଙ୍କ ସାନ ଝିଅ ପାଠ ପଢ଼ିପାରୁ ନଥିବାରୁ ତାଙ୍କୁ ନିର୍ମାଣ ଶ୍ରମିକ ଛାତ୍ରବୃତ୍ତି ଯୋଜନାରେ ସହାୟତା ଯୋଗେଇଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦୀପାଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ସାଧୁବାଦ ଜ୍ଞାପନ କରିବା ସହ ଉକ୍ତ ଅସହାୟ ପରିବାର ପାଖେ ପ୍ରଶାସନ ପହଞ୍ଚି ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସଚେତନ ନାଗରିକବୃନ୍ଦ ଦାବୀ କରିଛନ୍ତି।

ପ୍ରିୟତମାଙ୍କ ପାଇଁ ପାଟଶାଢ଼ି କିଣିଲେ ମହାରାଜ କଂସ ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼): ମହାରାଣୀ ପଦ୍ମାବତୀଙ୍କ ପାଇଁ ପାଟଶାଢ଼ି କିଣିଲେ ମଥୁରା ନରେଶ ମହାରାଜ କଂସ।  ଆଜି ସେ ପାତ୍ର ଓ ମନ୍ତ୍ରୀଙ୍କ ସହିତ ନଗର ଭ୍ରମଣ  କରିବା ସମୟରେ ଜାତୀୟ ହସ୍ତତନ୍ତ ମେଳା ପରିଦର୍ଶନ କରିଥିଲେ।  ବିଭିନ୍ନ ପ୍ରକାର ପାଟ ଶାଢ଼ି ଦେଖି ମହାରାଣୀ ପଦ୍ମାବତୀଙ୍କ କଥା ତାଙ୍କର ମନେ ପଡ଼ିଥିଲା। ମହାରାଣୀଙ୍କୁ ଖୁସି କରିବାକୁ ତାଙ୍କ ପାଇଁ ପାଟଶାଢ଼ି କିଣିଛନ୍ତି ମହାରାଜ କଂସ।

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ  କମ୍ପୁଛି ମଥୁରା । ମହାରାଜ କଂସଙ୍କ ରାଜୁତିରେ ଆତଯାତ ସମସ୍ତେ । ପରମଶତ୍ରୁ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ ମହାରାଜ ଆୟୋଜନ କରିଛନ୍ତି ଧନୁଯାତ୍ରା । ତେବେ ଆଜି ଭାରତ ବନ୍ଦ ଥିଲେ ବି ଏହି ଧନୁଯାତ୍ରାରେ କୌଣସି ପ୍ରଭାବ ପଡ଼ିନାହିଁ। କାହିଁକିନା ପଶ୍ଚିମ ଓଡ଼ିଶାର ବରଗଡ଼ର ଏହି ପ୍ରସିଦ୍ଧ ପର୍ବ ପାଇଁ କଂସଙ୍କ ଏହି ଧନୁଯାତ୍ରାକୁ ବନ୍ଦରୁ ବାଦ ଦିଆଯାଇଥିଲା।

ଫଳରେ ବରଗଡ଼ରେ ସ୍ୱାଭାବିକ୍‌ ଥିଲା ଜୀବନ ଯାତ୍ରା। ଦୋକାନ ବଜାର ଖୋଲାଥିଲା। ଆଉ ମହାରାଜ କଂସଙ୍କ ଦରବାର ବି ଚାଲିଥିଲା। ଆଉ ସେ ମଥୁରାରେ ରାଜ୍‌ ବି କରିଥିଲେ। ହାତୀରେ ସବାର ହୋଇ ନିଜ ପାରିଷଦ ବର୍ଗଙ୍କୁ ନେଇ କଂସ ମଥୁରାନଗରୀ ବୁଲିଥିଲେ। ଆଉ ଶାସନ ବି କରିଥିଲେ। ଏହା ହିଁ ହେଉଛି ଧନୁ ଯାତ୍ରାର ବିଶେଷତ୍ୱ।

ବିଜେପୁର ରେ ରିତା ସାହୁ ଙ୍କ ବମ୍ଫର ବିଜୟ !

ଏଥର ସମ୍ଭାଳ (ବ୍ୟୁରୋ) – ବିଜେପୁର ଉପନିର୍ବାଚନ ପାଇଁ ଗତ 21 ତାରିଖରେ ଭୋଟ ଗ୍ରହଣ ହେଇଥିଲା ଏବଂ ଆଜି ମତଗଣନା । ଆଜି ମତଗଣନା ର ପ୍ରଥମ ରାଉଣ୍ଡରୁ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ବହୁତ ବେସି ମତ ବ୍ୟବଧାନ ରେ ଆଗୁଆ ରହି ମତ ଗଣନାର ଶେଷ ପର୍ଯନ୍ତ ଆଗୁଆ ଥିଲେ । ଗୋଟେ କଥା ସ୍ପଷ୍ଟ ହେଇଗଲା ଯେ ଯିଏ ଯାହା ବି କହୁ ବିରୋଧୀ ଯେତେବି ପ୍ରଚାର କିମ୍ବା ଅପପ୍ରଚାର କରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଗୋଟିଏ ପଦ କଥା ସମସ୍ତଙ୍କୁ ଆକର୍ଷିତ କରିଛି । ଗତ ସାଧାରଣ ନିର୍ବାଚନରେ ବିଜେପୁର ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପର୍ଥୀ ହେଇଥିଲେ ।ସେ ସମୟରେ ମୁଖ୍ୟ ବିରୋଧୀ ବିଜେପି ପ୍ରାର୍ଥୀଙ୍କୁ ପ୍ରାୟ 54 ହଜାର ଭୋଟ ମିଳିଥିଲା ।କିନ୍ତୁ ଏହି ଉପନିର୍ବାଚନ ରେ ବିରୋଧିଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଇପଡିଛି । ସମସ୍ତେ ଏକା ଥରକେ ଚିତ । ଏଠି ଗୋଟେ କଥା ସ୍ପଷ୍ଟ ଯେ ବିଜେଡି କେବଳ ବିଜେପୁର ର ଭିକାଶ କୁ ଗୁରୁତ୍ୱ ଦେଇ ନିର୍ବାଚନ ପ୍ରଚାର କରିଥିବା ବେଳେ ବୀରୋଧିଙ୍କର ମୁଖ୍ୟ ଅସ୍ତ୍ର ଥିଲା ଯେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡି ବିଜେପୁର ବାସୀଙ୍କର ସହିତ ବିଶ୍ଵାସ ଘାତ କରିଛନ୍ତି । କିନ୍ତୁ ବିଜେପୁର ବାସୀ ବିରୋଧି ଙ୍କର ସବୁ କଥାକୁ ସ୍ପଷ୍ଟ ଓ ଦୃଢତାର ସହିତ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଗତ ଦୁଇ ଦିନ ପୂର୍ବରୁ ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ଯୁବ ନେତା ତଥା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ବିଜେପୁର ଉପ ନିର୍ବାଚନ ର ଫଳାଫଳ ଏକ ପାଖିଆ ହେବ ବସ୍ତବରେ ଆଜି ରିଜଲ୍ଟ ପରେ ଏହା ସ୍ପଷ୍ଟ ହେଇଯାଇଛି । ନିଜେ ରୀତା ସାହୁ ମଧ୍ୟ କହିଥିଲେ ଯେ ତାଙ୍କର କୋଣସି ପ୍ରତିଦ୍ବନ୍ଦୀ ନାହାନ୍ତି । ସେ କଥାବି ପ୍ରମାଣିତ ହେଇଗଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଠାରୁ ଢେର ଅଧିକ ଭୋଟ ବ୍ୟବଧାନ ରେ ବିଜୟୀ ହେଇଛନ୍ତି ଶ୍ରୀମତୀ ରୀତା ସାହୁ । ବିଜେଡି ର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ମୋଟ 1 35 957    ଭୋଟ ପାଇଥିବା ବେଳ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଙ୍କୁ 37967  ଓ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦିଲୀପ ପଣ୍ଡା ଙ୍କୁ 5873  ମିଳିଛି ।ସେହିଭଳି ଅଶୋକ ମିତ୍ତଳ ଙ୍କୁ 1019 ଓ ବୃନ୍ଦାବନ ପୁରୋହିତ ଙ୍କୁ 1053 । ରୀତା ସାହୁ ପ୍ରାୟ 98 ହଜାର ଭୋଟ ବ୍ୟବଧାନରେ ଏହି ନିର୍ବାଚନ ରେ ବିଜୟ ହେଇଛନ୍ତି। ଯାହାକି ଓଡ଼ିଶା ବିଧାନସଭା ପାଇଁ ସର୍ବକାଳୀନ ରେକର୍ଡ ।  ବିଜେଡି ର ବିପୁଳ ବିଜୟରେ ବିଜେଡି କର୍ମୀ ଓ କର୍ମକର୍ତ୍ତା  ତଥା ବିଜେପୁର ଅଂଚଳରେ ବର୍ତ୍ତମାନ ଖୁସିର ମହୋଲ । ଏହି ବମ୍ଫର ବିଜୟ ପାଇଁ ଶ୍ରୀମତୀ ରୀତା ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞାତ ଜଣାଇବା ସହିତ ବିଜେପୁର ବାସୀ ଙ୍କୁ ମଧ୍ୟ କୃତଜ୍ଞାତ ଜଣାଇଛନ୍ତି ।

ବିଜେପୁର ଉପନିର୍ବାଚନ ରେ ପଦ୍ମ ପାଇଁ ଅଡୁଆ ହେବେ କି ଅଶୋକ ?

!!! ପଶ୍ଚିମ ଓଡ଼ିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବରଗଡ଼/ବିଜେପୁର) – ଉପନିର୍ବାଚନ ପାଇଁ ସମସ୍ତ ଦଲୀୟ ପ୍ରାର୍ଥୀ ନିଜ ନିଜର ଷ୍ଟାର ପ୍ରଚାରକ ଙ୍କର ସହିତ ଜୋରସୋରରେ ପ୍ରଚାର କରୁଥିବା ବେଳେ ଗତକାଲି ପୂର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ଘଟଣା ଏବେ ଅଂଚଳରେ ଆଲୋଚନା ର ବିଷୟ ପାଲଟିଛି । ଗତ କିଛିଦିନ ହେଲା ଅଶୋକ ବାରମ୍ବାର ଗଣମାଧ୍ୟମ ଆଗରେ ଦଳ ତାଙ୍କୁ ଓ ତାଙ୍କର କର୍ମୀ ମାନଙ୍କୁ ଅଣଦେଖା କରୁଥିବା କଥା କହିଆସୁଥିଲେ । ଯାହାର ଗୋଟେ ଛୋଟ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା ଗତ 11 ତାରିଖ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ପ୍ରଚାର ସମୟରେ । ଦଲୀୟ ପ୍ରାର୍ଥୀ ଶ୍ରୀ ସନତ ଗଡ଼ତିଆ ଙ୍କର ପାଇଁ ପ୍ରଚାର ରେ ଆସିଥିବା ମାନ୍ୟବର ମନ୍ତ୍ରୀ ଙ୍କର ସହିତ ଅଂଚଳର ତଥା ରାଜ୍ୟର ଅନେକ ନେତା ଓ ଦଲୀୟ ପଦାଧିକାରୀ ଉପସ୍ଥିତ ଥିବା ବେଳେ ଅଶୋକ ପାଣିଗ୍ରାହୀ ଗାୟବ ଥିଲେ ।ଏହି ଘଟଣା ଅଶୋକ ଙ୍କର ଅଭିଯୋଗ କୁ ବହୁ ମାତ୍ରାରେ ବଳ ପ୍ରଦାନ କରୁଥିଲା । ପୂର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀ ଠିକ ଉପ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ଦଳ ତ୍ୟାଗ କରିବା ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି । 2000 ମସିହାରେ ବିଜୁ ଜନତା ଦଳର ଦଲୀୟ ପ୍ରାର୍ଥୀ ଭାବରେ ବିଜେପୁର ରୁ ନିର୍ବାଚନ ଲଢ଼ି ବିଧାୟକ ହେଇଥିବା ଶ୍ରୀ ପାଣିଗ୍ରାହୀ 2014 ମସିହା ସାଧାରଣ ନିର୍ବାଚନରେ ବିଜେପୁର ରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଓ ପରାଜିତ ମଧ୍ୟ ହେଇଥିଲେ । ଏହାପରେ ସେ 18 ଉପନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ଠାରୁ ପରାଜିତ ମଧ୍ୟ ହେଇଥିଲେ । ଗତ ସାଧାରଣ ନିର୍ବାଚନରେ ସେ ପାର୍ଟିର ଦମଦାର ଦବେଦାର ଥିବା ସତ୍ତ୍ୱେ ପାର୍ଟି ସନତ ଙ୍କୁ ଟିକେଟ ପ୍ରଦାନ କରିବା ଅଶୋକ ଙ୍କର ପାଇଁ ଶକ୍ତ ଧକ୍କା ଥିଲା । କେବଳ ଟିକେଟ କଥା ନୁହଁ ଅଶୋକ ଙ୍କର କହିବା ମୁତାବକ ଦଳ ତାଙ୍କୁ କିମ୍ବା ତାଙ୍କର କର୍ମୀ ମାନଙ୍କୁ ସାଧାରଣ ନିର୍ବାଚନ ରେ କୋଣସି ଦାଇତ୍ୱ ମଧ୍ୟ ଦେଇନଥିଲେ । ଏଥର ମଧ୍ୟ ସମାନ ଅବସ୍ଥା । ଏଥିପାଇଁ ତାଂକର କର୍ମୀ ଓ ସହଯୋଗୀ ମାନେ ତାଙ୍କୁ ବିଜେପି ରୁ ଇସ୍ତଫା ଦେବା ପାଇଁ ବାଧ୍ୟ କଲେ ବୋଲି ଅଶୋକ କଥିବା ସହିତ ବିଜେପି ଅଲଗ ଦଳରୁ ଆସିଥିବା ନେତା ମାନଙ୍କୁ ବ୍ୟବହାର କରି ଫିଙ୍ଗି ଦେଉଥିବା କଥା ମଧ୍ୟ କହିଛନ୍ତି । ନିର୍ବାଚନ ସରିବା ପର୍ଯନ୍ତ ସେ ଅନ୍ୟ କୋଣସି ଦଳକୁ ଯିବେ ନାହିଁ ବୋଲି କହିଛନ୍ତି ଏହା ସତ କିନ୍ତୁ ସେ ଓ ତାଙ୍କର କର୍ମୀ କାହାକୁ ସମ୍ମର୍ଥନ କରିବେ ତାହା ଏବେବି ରହସ୍ୟ । ଯଦିଓ ସେ ପୂର୍ବରୁ କହିସାରିଛନ୍ତି ଯେ ବିଜେଡି ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି ,ଏହା ସହିତ ତାଙ୍କ ସମ୍ମର୍ଥକ ମାନେ ଚର୍ଚ୍ଚା ଚଳାଇଛନ୍ତି ଯେ ସେ ପୁଣି ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ଏବେ ଦେଖିବାକୁ ବାକି ରହିଲା ଯେ ନିଜ ପୁରୁଣା ଘରକୁ କେବେ ଓ କିଭଳି ଭାବରେ ଫେରିବେ ନା ଆଉ କିଛି ବାଟ ବାହାର କରିବେ । ଅଶାନ୍ତ 17 ଓ 18 ତାରିଖ ମୁଖ୍ୟମନ୍ତ୍ରୀ ଙ୍କର ବିଜେପୁର ଗସ୍ତ ଥିବା କାରଣରୁ ଏବେ ଅଶୋକଙ୍କୁ ନେଇ ଏବେ ଅଂଚଳ ବାସୀଙ୍କ ଭିତରେ ଅନେକ ପ୍ରଶ୍ନ ।ରାଜନୀତି ରେ ସବୁ କିଛି ସମ୍ଭବ ଦେଖିବାକୁ ବାକି ରହିଲା ଅଶୋକ କାହା ସପକ୍ଷରେ ଯିବେ ଓ କଣ କରିବେ ।

ବାରମ୍ବାର ଦାବି କଲେ ବି ଶୁଣିଲାନି ବିଦ୍ୟୁତ ବିଭାଗ

ଏଥର ସମ୍ଭାଳ (ବରଗଡ) – ପଦ୍ମପୁର ଉପଖଣ୍ଡ କପିସିଲା ଗ୍ରାମ ରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ ଗୁଡିକ ର ଆର୍ଥିଙ୍ଗ ଠିକ ଭାବରେ ନ ହୋଇଥିବାରୁ ଖୋଲାରେ ବିଦ୍ୟୁତ ପାସ ହେଉଛି। ଏଣୁ ଆଜି ସକାଳୁ କପିସିଲା ଗ୍ରାମର ରାଜୁ ରଣାଙ୍କ ଗାଈ ଚରିବା ପାଇଁ ଯାଉ ଥିବା ବେଳେ ବର୍ଷା ପାଣି ଯୋଗୁ ଏହି ବିଦ୍ୟୁତ ଖୁଣ୍ଟର ସଂସ୍ପର୍ଶ ରେ ଆସି ଯାଇଥିଲେ। କୌଣସି ମତେ ଦୁଇଟି ଗାଈ ଙ୍କୁ ରକ୍ଷା କରିଥିଲେ ମଧ୍ୟ ଆଉ ଗୋଟିଏ ଗାଈର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏଣୁ ଏହି ଖୁଣ୍ଟ ବିଷୟରେ ବାରମ୍ବାର ବିଦ୍ୟୁତ ବିଭାଗକୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ। ଏହା ସହ ଆଜି ପଶୁର ଯେପରି ଦୁର୍ଦ୍ଦଶା ହୋଇଛି କାଲି  ଯଦି କୌଣସି ମଣିଷର ହୁଏ ତେବେ ଦାୟିତ୍ବ କାହାର ହେବ ବୋଲି ଯୁକ୍ତି ବଢ଼ିଛନ୍ତି ଗ୍ରାମବାସୀ।

ବିଡ଼ିଓଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା ବିବାଦ : ଦୁଇ ମାସ ପରେ ଖୋଲିଲା ଅଙ୍ଗନବାଡ଼ି ସେଣ୍ଟର

!!! ପଶ୍ଚିମ ଓଡିଶା ଯୋନ୍ ମୁଖ୍ୟ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ) :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚରଦାପାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଙ୍ଗରିଆ ଗ୍ରାମର ଅଙ୍ଗନବାଡି ସେଣ୍ଟର ଗତ ପ୍ରାୟ 2 ମାସ କାଳ ବନ୍ଦ ରହିବା ପରେ ଆଜି ପାଇକମାଲ ବିଡ଼ିଓ ଶ୍ରୀ ସଦାଶିବ ନାୟକ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଏକ ଲମ୍ବା ଆଲୋଚନା ପରେ ଅଙ୍ଗନବାଡି ସେଣ୍ଟର ଖୋଲିଥିଲା । 

        ପ୍ରାପ୍ତ ସୂଚନା ଅନୁସାରେ ଚଙ୍ଗରିଆ ଗ୍ରାମରେ ଥିବା ଅଙ୍ଗନବାଡି ସେଣ୍ଟର ର ସହାୟିକାଙ୍କର ସହିତ ଗ୍ରାମବାସୀ କୋଣସି କଥାକୁ ନେଇ ବିବାଦ ବଢି ଯିବାରୁ ଗ୍ରାମବାସୀ ମାନେ ସହାୟିକା ଙ୍କୁ ବରଖାସ୍ତ କରିବା ଦାବିରେ ଅଙ୍ଗନବାଡି ସେଣ୍ଟର କୁ ତାଲା ବନ୍ଦ କରିଦେଇଥିଲେ । ଅଙ୍ଗନବାଡି ସେଣ୍ଟର ରେ ତାଲା ପଡିଥିବା ଜାଣିବା ପରେ ଆଜି ବିଡ଼ିଓ ଶ୍ରୀ ନାୟକ, WEO ଶ୍ରୀ ଗୁରୁ ଚରଣ ଦାସ ପ୍ରମୁଖ ଚଙ୍ଗରିଆ ଗ୍ରାମବାସୀ ଙ୍କର ସହିତ ପ୍ରାୟ ଚାରିଘଣ୍ଟା ମାରାଥନ ଆଲୋଚ କରିଥିଲେ | ପରେ ବିଡିଓ ଙ୍କର ଅନୁରୋଧ ରକ୍ଷା କରି ଗ୍ରାମବାସୀ ଓ ସହାୟିକା ଙ୍କର ମଧ୍ୟରେ ବୁଝାମଣା ହେବାପରେ ସେଣ୍ଟରର ତାଲା  ଖୋଲିଥିଲେ । ବହୁ ଦିନ ପରେ ବିଡ଼ିଓ ଶ୍ରୀ ନାୟକ ଗ୍ରାମକୁ ପହଂଛି ସମସ୍ୟା ର ସମାଧାନ କରିଥିବାରୁ ଗ୍ରାମବାସୀ ମାନେ ବିଡ଼ିଓ ଶ୍ରୀ ନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ନବୀନ ବାବୁ ଙ୍କ ଡ୍ରିମ ପ୍ରଜେକ୍ଟ ରେ ବିଳମ୍ବ ; ପ୍ରତିବନ୍ଧକ ସାଜିଛନ୍ତି ଅସାଧୁ ଠିକାଦାର…!

!!! ପଶ୍ଚିମ ଓଡ଼ିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବରଗଡ) – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ବାସୀ ଙ୍କର ଉନ୍ନତି ଓ ଗମନାଗମନ ର ସୁବିଧା ପାଇଁ ଏକ ବଡ ସ୍ୱପ୍ନ ଦେଖିଥିଲେ ।ସେ ସ୍ୱପ୍ନ ଟି ହେଲା ବିଜୁ ଏକ୍ସପ୍ରେସ ୱେ । 4 ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ କେବଳ ଗମନାଗମନ ର ମାଧ୍ୟମ ତାହାନୁହେଁ ଏହି ଏକ୍ସପ୍ରେସ ୱେ ଏହି ଅଂଚଳର ଆର୍ଥିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିବ , ଏହି ଚିନ୍ତାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଜୁ ଏକ୍ସପ୍ରେସ ୱେ ର ସ୍ୱପ୍ନ ଦେଖିଥିଲେ । ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ସ୍ୱପ୍ନ ପୂରଣ ହେବା ଏବେ ଅନିଶ୍ଚିତତା ଘେରରେ ।

ପ୍ରଥମେ ବନ୍ଟି ଅଗ୍ରୱାଲ , ଟେଣ୍ଡର ହତେଇବା ପାଇଁ ଅନେକ ଜାଲ TDR ଦେଇ ,ବଣ୍ଟି ର ଜେଲ ଯାତ୍ରା ପରେ , କଲା ତାଲିକା ଭୁକ୍ତ ହେଇଥିଲା ବଣ୍ଟି । ସେ ପାଇଥିବା ସବୁ କାମ ବାତିଲ କରିଥିଲା ବିଭାଗ ।ଏହାପରେ ପୁନର୍ବାର ଟେଣ୍ଡର ପ୍ରକ୍ରିୟା ଓ ତାପରେ କାମ ଆରମ୍ଭ । ଏହି ଭିତରେ ଅନେକ ସମୟ ବର୍ବାଦ ହେଇ ପଡିଥିଲା । ପୁନର୍ବାର ଏହିଭଳି ଏକ କାରନାମା ଦେଖିବାକୁ ମିଳିଛି । ଏଥର ଜଣେ ଠିକାଦାର ଭୁଲ ଷ୍ଟେଟମେଣ୍ଟ ଓ ଡିକଳାରେସନ ଦେଇ ଏହି ବିଜୁ ଏକ୍ସପ୍ରେସ ୱେ ର ଟେଣ୍ଡର ହାତେଇ ଥିଲା । ଭୁଲ ଷ୍ଟେଟମେଣ୍ଟ କଥା ବିଭାଗୀୟ ଚିଫ ଇଂଜିନିୟର ଶ୍ରୀ ଆଦିତ୍ୟ କୁମାର ରାୟ ଙ୍କର ଦୃଷ୍ଟିଗୋଚର ହେବା ମାତ୍ରେ ଶ୍ରୀ ରାୟ ତୁରନ୍ତ ସମ୍ପୃକ୍ତ ଠିକାଦାର କୁ ସୋକଜ ଗତ 12 / 7 /2019 ନୋଟିସ ପଠାଇଥିଲେ । ଶୁଣିବାକୁ ମିଳୁଛି ଏହି ମମାଲଟି ବର୍ତମାନ କୋର୍ଟରେ ବିଚରାଧୀନ ରହିଛି ।

ଏଠି ମୂଖ୍ୟ କଥା ହେଲା ଯେ ଏହିଭଳି ଅସାଧୁ ଠିକାଦାର ମାନଙ୍କ ପାଇଁ ବିଜୁ ଏକ୍ସପ୍ରେସ ୱେ ଭଳିଆ ମହତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ନିଜ ନିର୍ଦ୍ଧାରିତ ସମୟରେ ପୁରଣ ହେଇ ପାରୁନାହିଁ । ଯାହା ଫଳରେ କି ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗ କରିବା ସହିତ ସରକାର ଙ୍କର ଅନେକ ଆର୍ଥିକ କ୍ଷତି ହେଉଛି । ଏଠି ବିଶେଷ ଧନ୍ୟବାଦ ଚିଫ ଇଂଜିନିୟର ଶ୍ରୀ ଆଦିତ୍ୟ କୁମାର ରାୟ ଙ୍କୁ ଯିଏ ଉପଯୁକ୍ତ ସମୟରେ ଠିକାଦାର ର କଲା କାରସାଦି କୁ ଚିନ୍ହି ପାରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଭଳି ଠିକାଦାର ଙ୍କୁ ତୁରନ୍ତ କଳା ତାଲିକା ଭୁକ୍ତ କରାଯିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ଆଜି ଠାରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼) : ଆଜିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏହା ସହ ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ଭାବରେ ରୂପାନ୍ତରିତ ହୋଇଯିବ। ସେହିପରି ମଥୁରାର ସିଂହାସନ ଦଖଲ ପରେ ମହାରାଜା କଂସଙ୍କ ରାଜତ୍ୱରେ ଥରହର ହୋଇପଡିବ ତ୍ରିଭୁବନ। ଏଗାର ଦିନର ଏହି ମହାନାଟକର ଶୁକ୍ରବାର ଉଦଘାଟନକୁ ଅଞ୍ଚଳବାସୀ ଚାହିଁ ରହିଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ତଥା ଧନୁଯାତ୍ରା ମହୋତ୍ସବ ସମିତି ତରଫରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୭୦ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ହାଟପଦାଠାରେ ମହାରାଜା କଂସଙ୍କ ସୃଦୃଶ୍ୟ ରାଜଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।