ରକ୍ତଦାନ ଶିବିର ଅନୁଷ୍ଠିତ…!

!!! ବରଗଡ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର) -ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଏବଂ ବରଗଡ ଯୁବ ଛାତ୍ର ଜନତା ଦଳ ଅନୁକୁଲ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ମାନ୍ୟବର ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବରଗଡ ପିପିଲିପାଲି, ଟିକରାପଡା ବି.ବି.ସି କ୍ଲବରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ଯ ଓ ଓଡିଶା ମୋପରିବାର ର ସଦସ୍ୟ ଗୌରହରୀ ମିଶ୍ର, ବିଜୁ ଯୁବ ଜନତାଦଳ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୀବନ ବିନ୍ଦୁ ସହ ସଂଯୋଜକ ଅଶ୍ଵିନୀ ତ୍ରିପାଠୀ,ରାଜା ମେହେର ଯୋଗ ଦେଇଥିଲେ।

ଏହି ଶିବିର ରେ ବରଗଡ ରକ୍ତସଂଗ୍ରହ ଯାନ ଦ୍ଵାରା ସର୍ବମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରରେ ବଳିଷ୍ଠ ଦୁର୍ଗା, କୈଲାଶ, ସାଗର,ଗୋପୀ,ସୀତୁନ, ଗୋବିନ୍ଦ,ସୁରେଶ, ଇଙ୍ଗ୍ୟେଶ ,ନାଗେଶ,ସୁରଜ,ବିକି, ଅମିତ ସମେତ ବିଜୁ ଯୁବ ଛାତ୍ର ଜନତା ଦଳ ର ସମସ୍ତ କର୍ମକର୍ତ୍ତା ଏବଂ ରକ୍ତ ଦାତା , ସହଯୋଗୀ ଶେଷ ରେ ଗୈାରହରି ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଇଥିଲେ।

ଟାଉନ କ୍ଲବ ଆନୁକୂଲ୍ୟ ରେ ସାମାଜିକ ବନିକରଣ ଉତ୍ସବ ପାଳନ ….!

!!! ବରଗଡ ଜିଲ୍ଲାର ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ(ପଦ୍ମପୁର) –ପଦ୍ମପୁର ଟାଉନ କ୍ଲବ ପକ୍ଷରୁ ସରଶ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଟାଉନ କ୍ଲବ ର ସଭାପତି ଶ୍ରୀ ଶିରିଷ ବହିଦାର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ସଭାପତି ଶ୍ରୀ ଦ୍ଵାଦଶ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ, ଗୁରୁଜୀ ଚୈତନ୍ୟ ଭୋଇ, ଶିକ୍ଷା ବିକାଶ ସମିତି ର ପଶ୍ଚିମ ସଂଭାଗ ସଂଯୋଜକ ସଂଜୟ କୁମାର ମିଶ୍ରଙ୍କ ସହ କ୍ଲବ ର ସମ୍ପାଦକ ପ୍ରତାପ ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ , ସଦସ୍ୟ ଅଶୋକ କୁମାର ମିଶ୍ର, ସୁନୀଲ ଅଗ୍ରୱାଲ ଙ୍କ ସହ ସଦସ୍ୟ ତଥା ଅନ୍ୟ ଆଚାର୍ଯ୍ୟ ଓ ବିଦ୍ୟାଳୟର ଦଶମ ଶ୍ରେଣୀ ସମାବର୍ତ୍ତନ ଉତ୍ସବ ରେ ଉପସ୍ଥିତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଯେଉଁ ଭାବରେ ଗରମ ହେଉଛି ଓ ଅମ୍ଳଜାନ ର ଦରକାର ପଡୁଛି ,ବୃକ୍ଷ ରୋପଣ ନିହାତି ଜରୁରୀ ହୋଇ ପଡୁଛି ଏବଂ ଆମର ଉପସ୍ଥିତ ସମସ୍ତ ସଦସ୍ୟ ବନ୍ଧୁ ମାନଙ୍କ ଦ୍ଵାରା ଏହା ଆୟୋଜିତ ହେବା ଦ୍ୱାରା ସମାଜ ରେ ବୃକ୍ଷ ରୋପଣ ପାଇଁ ସଚେତନତା ମୂଳକ ବାର୍ତ୍ତା ଦେଉଛି ବୋଲି ବାର୍ତ୍ତା ରଖିଥିଲେ ।

କଳା ବେଜ ପିନ୍ଧି ଲେବ ଟେକ୍ନିସିଆନ ଙ୍କ ପ୍ରତିବାଧ ପରିଦର୍ଶନ….!

!!! ବରଗଡ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ପଦ୍ମପୁର) – ସରକାର ଆମର ଦାବୀ ଦୀର୍ଘ ଦିନ ହେଲା କର୍ଣ୍ଣପାତ କରୁନଥିବାରୁ ଆମେ ଆଜି କାର୍ଯ୍ୟ କରିବା ସହିତ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବାପାଇଁ ବାଧ୍ୟ ହୋଇଛୁ। ଆମ ର ମୁଖ୍ୟ ଦାବୀ ହେଲା କ୍ୟାଡର ରୁଲ ର ପରିବର୍ତ୍ତନ। କେନ୍ଦ୍ର ସରକାର,ଦିଲ୍ଲୀ ଓ ପଶ୍ଚିମବଙ୍ଗ ପରି ଲାବୋରେଟୋରି ଟେକନିସିଆନ ରୁ ଟେକନୋଲୋଜିଷ୍ଟ କୁ ପରିବର୍ତ୍ତନ, ଟେକ୍ନିକାଲ ଅଫିସର ଓ ଚିଫ୍ ଟେକ୍ନିକାଲ ଅଫିସର ପଦବୀ ପ୍ରତି ଜିଲ୍ଲା , ମେଡିକାଲ କଲେଜ ଓ ବ୍ଲଡ ବ୍ୟାଙ୍କ ରେ ସୃଷ୍ଟି କରିବା, ନୂଆ ଜିଲ୍ଲା ଓ ମେଡିକାଲ କଲେଜ ,ବ୍ଳଡ ବ୍ୟାଙ୍କ ମାନଙ୍କରେ ପ୍ରମୋସନାଲ ପଦବୀ ସୃଷ୍ଟି କରିବା,DMLT Council ରେ ପଞ୍ଜୀକୃତ ନ ହୋଇଥିବା ଟେକନିସିଆନ ମାନଙ୍କୁ କ୍ୟାଡାର ରୁ ବାଦ ଦେବା,କଣ୍ଟାକଚୁଆଲ ପିରିୟଡ଼ କୁ ପ୍ରମୋସନ କିମ୍ବା RACP/MACP ପାଇଁ ଗଣନା କରିବା ,ସମସ୍ତ ସିନିୟର୍ ଲାବୋରେଟୋରି ଟେକନିସିଆନମାନଙ୍କୁ ବାଧ୍ୟତାମୂଳକ blood component training ଦେବା ପାଇଁ ବ୍ୟବସ୍ଥା କରିବା, କୋଭିଡ ସମୟରେ ଆମେ ରୋଗୀ ସେବାରେ ବ୍ୟାହତ ସୃଷ୍ଟି ନକରି ନୀରବ ପ୍ରତିବାଦ ଜାରି ରଖିବୁ। ସରକାର ଆମର ଦାବୀ ଗୁଡିକ ସହୃଦୟତାର ସହିତ ବିଚାରକୁ ନେବାପାଇଁ ଆମେ ଆଶାବାଦୀ ବୋଲି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରୁ ଟେକନିସିଆନ୍ ଅରୁଣ ପ୍ରସାଦ ଜେନା, ସଂଗ୍ରାମ କେଶରୀ ମହନ୍ତ,ସୁମିତ ସୁମନ ସିହ୍ନା,ସଞ୍ଜୟ ସାହୁ, ସୁବାଷ ଭୋଇ,ଜ୍ୟୋତି ନନ୍ଦ,ସୁପ୍ରଭା ପଣ୍ଡା,ହରିହର ଚାଲାନ ମନ୍ତବ୍ୟ ପ୍ରଦାନ କରିଛନ୍ତି।

ସୁମନ୍ତ ଧରୁଆ ଙ୍କ ମୁହଁ ରେ ଚେନାଏ ହସ ଫୁଟାଇଲେ ଶ୍ରୀ ମହେନ୍ଦ୍ର ବଢ଼େଇ….!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ପାଠ ପଢ଼ା କୁ ଜଳାଞ୍ଜଳି ଦେଇ ନିଜ ପରିବାର ର ମୁହଁ କୁ ଗଣ୍ଡାଏ ଖାଦ୍ୟ ଦେବାପାଇଁ ଶ୍ରୀ ସୁମନ୍ତ ଧରୁଆ ପାଉଁରୁଟି ବିକ୍ରି କରୁଥିବା ଖବର ଆମେ ପ୍ରାରମ୍ଭେ ପ୍ରକାଶନ କଲାପରେ ନିଜ ଅଞ୍ଚଳରେ ଏଭଳି କରୁଣ କାହାଣୀ ର ଚିତ୍ର ସହ ସମ୍ବାଦ ପଢିବା ପରେ ପଦ୍ମପୁର ନିକଟସ୍ଥ ଟାଲ ଗ୍ରାମ ରେ ଜନ୍ମିତ ଶ୍ରୀ ମହେନ୍ଦ୍ର ବଢ଼େଇ, ବର୍ତ୍ତମାନ ଓଡ଼ିଶା ସରକାର ଙ୍କ ପ୍ରଶାସନିକ ଅଧିକାରୀ ଭାବେ ପୁରୀ ଜିଲ୍ଲାର ଡେଲାଙ୍ଗ ରେ ତହସିଲଦାର ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେ ବହୁ ଜଲଦି ପାଇକମାଳ ଅଞ୍ଚଳ ରେ କେତେକ ସମାଜସେବୀ ଙ୍କ ସହ ଯୋଗାଯୋଗ କରି ଶ୍ରୀ ସୁମନ୍ତ ଙ୍କ ଘରକୁ ଯାଇ ତାଙ୍କ ଚଳିବା ପାଇଁ ନିତ୍ୟବ୍ୟବହାର୍ଯ୍ୟ ରାସନ୍ ସାମଗ୍ରୀ ପହଞ୍ଚାଇଥିଲେ।

ଆଗରୁ ମଧ୍ୟ ଅନେକ ଅସହାୟ ପରିବାର ଙ୍କୁ ରାସନ୍ ସାମଗ୍ରୀ ସାହାଯ୍ୟ କରିବାର ଦୃଷ୍ଟାନ୍ତ ମଧ୍ୟ ଶ୍ରୀମାନ ବଢେଇ ଙ୍କ ରହିଛି। ସେ ଜଣେ ନିଷ୍ଠାପର ସମାଜସେବୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ପରିପ୍ରେକ୍ଷୀରେ ପାଇକମାଳ ଅଞ୍ଚଳ ର ସମାଜସେବୀ ସର୍ବଶ୍ରୀ-ଟାଇଲ ଚନ୍ଦ୍ର ଭୋଇ, ଗଣେଶ ପ୍ରଧାନ, ଯୁଧିଷ୍ଠିର ସାହୁ ଏବଂ ମିଠାପାଲି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମାନ ସହଦେବ ଧରୁଆ ସୁମନ୍ତ ର ଅଜାଆଇ ଙ୍କୁ ଭେଟି ଶ୍ରୀମାନ ମହେନ୍ଦ୍ର ବଢ଼େଇ ଙ୍କ ପ୍ରେରିତ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ।

ସିର୍ଜିନା ସାହିତ୍ୟ ଆର ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ର ସମ୍ବଲପୁରୀ ଦିନ ପାଳନ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ସର୍ଗିବାହାଲ ସରସ୍ୱତୀ ଶିଶୁମନ୍ଦିର ରେ ସମ୍ବଲପୁରୀ ଦିନ ପାଳନ କରାଗଲା। କବି ପ୍ରେମାନନ୍ଦ ବେହେରା ମୁଖ୍ୟ ଅତିଥି , ଶ୍ରୀ ଅବନୀ କାନ୍ତ ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦାନ କରିଥିଲେ। ସମ୍ବଲପୁରୀ ସାହିତ୍ୟର ବିଭିନ୍ନ ଦିଗ ଓ ସତ୍ୟନାରାୟଣ ବହିଦାର ଙ୍କ ଜୀବନୀ ଉପରେ ଆଲୋଚକ ମାନେ ଆଲୋଚନା କରିଥିଲେ। ସୁଶ୍ରୀ ଜିତେଶ୍ୱରୀ ଦାଶ ଙ୍କ ସଭାପତିତ୍ବରେ ଶ୍ରୀ ବିରେନ ପାଣ୍ଡେ ଓ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଙ୍କ ସଂଯୋଜନା ରେ ଏକ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା ଶ୍ରୀ ମାଧବ ବରିହା ଅଶୋକ ଓ ତରଣୀ ଭାଇ ଟୁନା ଟୁନି ନାଟକ ପରିବେଷଣ କରିଥିଲେ।

ଦେବ ରଞ୍ଜନ ପଣ୍ଡା ଓ ସରସ୍ୱତୀ ଶିଶୁ ମନ୍ଦିର ର ଭଉଣୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଥିଲେ। ଏହି ଅବସରରେ ସିର୍ଜିନା ଶିଶୁ ଗ୍ରୁପ ଏବଂ ସିର୍ଜିନା ୟୁ ଟୁୟୁବ୍ ସିର୍ଜିନା ଫେସବୁକ୍ କଳାପଟା ର ସୁଭାରଙ୍ଗ କରାଗଲା। ସୋନପୁର ବରଗଡ଼ ସମ୍ବଲପୁର ଜିଲ୍ଲାର ଅନେକ କବି ମାନେ ଆସି ନିଜସ୍ଵ କବିତା ପଠନ କରିଥିଲେ। ଚନ୍ଦନ ସାହୁ ଓ ବେଦବ୍ୟାସ ମେହେର ଙ୍କୁ ପ୍ରଥମ ସିର୍ଜିନା ସେବକାରୀ ସମ୍ମାନ ରେ ସମ୍ମାନିତ କରାଗଲା। ଭୀଷ୍ମଦେଵ ସାହୁ ସଂଜୀବ ସାହୁ ରାଧା ମୋହନ ପୁଝରୀ ଆରଦ୍ରା ବାଘ ଚିତ୍ତ ରଞ୍ଜନ ବିଶି ରମାକାନ୍ତ ସାହୁ ପ୍ରତିମା ବାରିକ କୃଷ୍ଣଚନ୍ଦ୍ର ମଲ୍ଲିକ ଫକୀର ମୋହନ ଦାସ ଶିବ ପ୍ରସାଦ ମେହେର ବିପିନ ପାଣ୍ଡେ ଜୀବନ୍ତ ପଧାନ ଚନ୍ଦ୍ରଭାନୁ ବେହେରା ଯୁଗୀନ୍ଦ୍ର ମେହେର ଆଶିଷ ସାହୁ ଯୁବରାଜ କୁଦେଇ ଶୁଭମ ଶତପଥୀ ପ୍ରମୁଖ କବି ମାନେ ଯୋଗ ଦେଇଥିଲେ। ଶେଷରେ ଶ୍ରୀ ସନ କ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବଲପୁରୀ ଦିନ ପାଳନ;ସଂକଳନ ଲେଦା ଉନ୍ମୋଚନ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ପଶ୍ଚିମ ଓଡ଼ିଶା ର ଭାଷା, ସାହିତ୍ୟ ଓ ସଂସ୍କୃତି ର ପ୍ରବହମାନତା ର ଧାରାରେ “ଅଗଷ୍ଟ-୧ ସମ୍ବଲପୁରୀ ଦିନ୍” ଏକ ଅନନ୍ୟ ପ୍ରୟାସ । ସମ୍ବଲପୁରୀ ଭାଷାର ଉନ୍ନତି ଦିଗରେ ଜୀବନ ସାରା ଅନେକ ପ୍ରଚେଷ୍ଟା କରିଥିବା ଗୁରୁ ସତ୍ୟନାରାୟଣ ବହିଦାର ଏବଂ ଗୁରୁ ଶ୍ରୀଧର ପ୍ରଧାନ ଙ୍କର ପବିତ୍ର ଜନ୍ମଦିନ ଅବସରରେ ପ୍ରତିବର୍ଷ ଅଗଷ୍ଟ-୧ କୁ ସମ୍ବଲପୁରୀ ଦିନ ହିସାବ ରେ ପଶ୍ଚିମ ଓଡ଼ିଶା ର ପୁରପଲ୍ଲୀ ରୁ ଆରମ୍ଭ କରି ସହରାଞ୍ଚଳ ଯାଏ ପାଳିତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ବାଟକଢୁଆଲ କୁଟୁମ୍ବ ବୁବୁଡା ପଦ୍ମପୁର ଙ୍କ ଆୟୋଜନ ରେ ପଦ୍ମପୁର ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ଙ୍କ ସମ୍ପାଦନା ରେ ପ୍ରତିଦିନ ପ୍ରକାଶ ପାଇ ଆସୁଥିବା ଫେସବୁକ କଳାପଟା “ଲେଦା” ର ପ୍ରଥମ ବାର୍ଷିକୀ ସଂକଳନ୨୦୨୧ ର ସଂକଳନ ର ଉନ୍ମୋଚନ ଅବସରରେ ବୁବୁଡା ସ୍ଥିତ କଲ୍ୟାଣମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀମାନ ବିନୋଦ ବୈକାର କବି ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ କବି ବୈରାଗୀ ସାହୁ, କବୟିତ୍ରୀ ଯଶୋବନ୍ତୀ ନାଏକ,କବି ସନ୍ତୋଷ ସ୍ୱାଇଁ, ନାରାୟଣ ପୋଢ,କୁବେର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ସମ୍ପାଦକ ତଥା କବି ନିରଞ୍ଜନ ତ୍ରିପାଠୀ ଯୋଗଦାନ କରି ଉପସ୍ଥିତ କବି ଓ କବୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।  ଗାଁ,ମାଟି,ପାଣି ପବନ ତଥା ଗ୍ରାମ୍ୟ ଜୀବନର ସୁଖ ଦୁଃଖ କୁ ନେଇ ସାହିତ୍ୟ କେମିତି ମର୍ମସ୍ପର୍ଶୀ, ଭାବପୂର୍ଣ୍ଣ ଓ ଯେ ତନୁମନକୁ ଛୁଇଁ ପାରେ,ପୂର୍ବ ସୁରୀ ଙ୍କ ସାହିତ୍ୟ କୃତି ଉପରେ ବକ୍ତା ତଥା ଅତିଥି ମାନେ ଆଲୋକପାତ କରିଥିଲେ। ଏକ ବିରାଟ ଭୂଖଣ୍ଡ ପଶ୍ଚିମ ଓଡ଼ିଶା ର ପ୍ରାଚୀନ ଇତିହାସ ଅତ୍ୟନ୍ତ ଗୈାରବାବହ। ସେ ସବୁକୁ ଖୋଜି ଜନ ସମୁଦାୟ ଙ୍କ ନିକଟକୁ ପହଞ୍ଚାଇବାର ସମୟ ଆସିଛି ବୋଲି ଆହ୍ୱାନ କରାଯାଇଥିଲା। ସାହିତ୍ୟ ସାର୍ବଜନୀନ ତଥା ଗଣମୁଖୀ ହେଲେ କବି ର ସାର୍ଥକତା ବୋଲି ମତପ୍ରକାଶ ପାଇଥିଲା। ମୁଖ୍ୟ ଆକର୍ଷଣ ଭାବେ ବୁଡାମାଲ ଗ୍ରାମର ସ୍ୱାତୀ ପଟେଲ ଯେକି ବର୍ତ୍ତମାନ ନବମ ଶ୍ରେଣୀ ର ଛାତ୍ରୀ ସେ ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ବିମୋହିତ କରିଥିଲେ। ଏହି ସମାରୋହରେ ପଶ୍ଚିମ ଓଡ଼ିଶା ର ବହୁ କବି ଓ କବୟିତ୍ରୀ ଯୋଗଦାନ କରିଥିଲେ।

କବିତା ପାଠୋତ୍ସବ ରେ କବିଶ୍ରୀ- ଧ୍ରୁବଚରଣ ପ୍ରଧାନ,ରିପୁନ ସାହୁ, ଇଶ୍ୱର ସାହୁ, ପ୍ରଶାନ୍ତ ନାଗ, ପ୍ରମୋଦ କଲେତ, ବୈରାଗୀ ସାହୁ,ରୋଜ ପ୍ରଧାନ, ଶ୍ୟାମସୁନ୍ଦର ସିଂ ଯୋଗଦେଇ ନିଜ ସ୍ବରଚିତ କବିତା ପାଠ କରିଥିବାବେଳେ କବୟିତ୍ରୀ ସାଗରିକା ସାହୁ, ଜୟନ୍ତୀ ବରିହା,ଯଶୋବନନ୍ତୀ ନାୟକ ପ୍ରମୁଖ ନିଜନିଜ ରଚିତ ସମ୍ବଲପୁରୀ କବିତା ମାନ ଶ୍ରୋତାଙ୍କୁ ଶୁଣାଇ ବିମୋହିତ କରିପକାଇଥିଲେ। ଶେଷରେ ଏ ଅଞ୍ଚଳର କବୟତ୍ରୀ ମିସ ନମିତା ଦୀପ ଙ୍କ ଆଜି ଜନ୍ମଦିନ ଏଇଠି ପାଳନ କରାଯାଇଥିଲା। ସମ୍ବଲପୁରୀ ଭାଷା ଏକାଡେମୀ ର ଜଣେ ବରିଷ୍ଠ ସଦସ୍ୟ ତଥା ବାଟ କଢୁଆଲ ର ସହ ସମ୍ପାଦକ ଶ୍ରୀମାନ ପୈାଳସ୍ତ୍ୟ ସାହା ଙ୍କ ସଂଯୋଜନା ରେ ଏହି ସୁନ୍ଦର କବିତା ଆସର ଆବେଗମୟ ହୋଇ ଉଠିଥିଲା। ଶେଷରେ ବାଟ କଢୁଆଲ ର ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ଆଜି ହେଉଛି ସମ୍ବଲପୁରୀ ଦିନ୍‌; ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିବ ସଂସ୍କୃତିର ଝଲକ।

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବରଗଡ଼) – କରୋନା କଟକଣା ଯୋଗୁଁ ଏଥର ମଧ୍ୟ ସମ୍ବଲପୁରୀ ଦିନ୍‌ ଉତ୍ସବ ଖୋଲା ମଞ୍ଚରେ ଆୟୋଜନ ହେବ ନାହିଁ । ତେବେ ସାମାଜିକ ଗଣମାଧ୍ୟମରେ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ସଭା ସହ ପୁସ୍ତକ ଉନ୍ମୋଚନ କରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଗୁରୁ ସତ୍ୟନାରାୟଣ ବହିଦାର ଓ ସାଧକ ଶ୍ରୀଧର ପ୍ରଧାନଙ୍କ ପବିତ୍ର ଜନ୍ମ ତିଥି ଅଗଷ୍ଟ ଏକ ତାରିଖକୁ ସମ୍ବଲପୁରୀ ଦିନ୍‌ ଭାବରେ ପାଳନ କରାଯାଉଛି । ୨୦୧୨ ରେ ପ୍ରଥମେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହି ସ୍ୱତନ୍ତ୍ର ଦିବସ ପାଳନ ହେଉଛି । ପୂର୍ବରୁ ସମ୍ବଲପୁର ସହରର ଜେଲ ଛକ ନିକଟରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ ହେଉଥିଲା । କିନ୍ତୁ, ଗତ ବର୍ଷ ଠାରୁ ମହାମାରୀ କରୋନା କଟକଣା ଯୋଗୁଁ ଲୋକେ ଉତ୍ସବକୁ ନିଜ ଘରେ ରହି ପାଳନ କରୁଛନ୍ତି । ଚଳିତ ବର୍ଷ ମଧ୍ୟ ସାମାଜିକ ଗଣମାଧ୍ୟମରେ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି । ସେହପରି ଚଳିତ ବର୍ଷ ବରଗଡ଼ ଜିଲ୍ଲା ସାହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ପଞ୍ଚାୟତ ଦୁମ୍ବେରପାଲି ଗ୍ରାମର ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗୁରୁ ସତ୍ୟନାରାୟଣ ଜାତୀୟ ସମ୍ବଲପରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଦୀପା ବାରିକଙ୍କ ମାଧ୍ୟମରେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସହାୟତା ପାଇଲେ ଭାଗୀରଥୀ ଓରଫ୍ ଗିରିଧାରୀ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବରଗଡ଼) – ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ମାଧ୍ୟମରେ ବରଗଡ଼ ଜିଲ୍ଲାର ଦୁଇଜଣ ଅସହାୟ ରୋଗୀ ଆର୍ଥିକ ସହାୟତା ପ୍ରାପ୍ତ କରିଛନ୍ତି। ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଜଣେ ଇସ୍କନ ଧର୍ମାବଲମ୍ବୀ ସାମାଜିକ କର୍ମୀ ରାଜେଶ କୁମାର, ସେ ଦୀପା ବାରିକଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ଅସହାୟଙ୍କୁ ସହାୟତା କରୁଥିବା ଜାଣି କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଯାହାକୁ କିଛି ଅସହାୟ ଲୋକଙ୍କ ମଧ୍ୟରେ ବଣ୍ଟନ କରିଦେବା ପାଇଁ ଅନୁରୋଧ କରିଥିଲେ ।ସୂଚନା ଅନୁଯାୟୀ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ କୁଲାଣ୍ଟି ଗ୍ରାମର ଗିରିଧାରୀ ଭୋଇଙ୍କ ମୁହଁରେ ଏକ ଆବୁ ବାହାରିଛି ଯାହାର ଅସ୍ତ୍ରୋପଚାର କରିବାର ନିତାନ୍ତ ଆବଶ୍ୟକ ହେଉଛି। ତାଙ୍କୁ ବର୍ତ୍ତମାନ ଭୀମସାର ବୁର୍ଲାରେ ଭର୍ତ୍ତି କରାଯାଇଛି,ଆର୍ଥିକ ରୂପେ ଅସ୍ବଚ୍ଛଳ ଉକ୍ତ ବ୍ୟକ୍ତିଙ୍କ ସହାୟତା ପାଇଁ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହୋଇଥିଲା। ଦୀପା ବାରିକ ଏହି ଖବର ଜାଣିଲା ପରେ ଫୋନ ମାଧ୍ୟମରେ ତାଙ୍କୁ ଯୋଗାଯୋଗ କରି ଫୋନ ପେ ମାଧ୍ୟମରେ ଆର୍ଥିକ ସହାୟତା ଯୋଗେଇଦେଇଛନ୍ତି। ଅଗାମୀ ଦିନରେ ଗିରିଧାରୀଙ୍କ ଅସ୍ତ୍ରୋପଚାର ହେବାର ଅଛି ଯେଉଁଥିପାଇଁ ତାଙ୍କୁ କିଛିଦିନ ବୁର୍ଲାରେ ରହିବାକୁ ପଡ଼ିବ ବୋଲି ସୂଚନା ରହିଛି, ଏହି ସହାୟତା ରାଶି ପାଇବା ଦ୍ୱାରା ଗିରିଧାରୀଙ୍କ ପରିବାର ଦୀପାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଦୁଇଜଣ ଅସହାୟ ରୋଗୀଙ୍କ ପରିବାର ସହାୟତା ପାଇଥିବାରୁ ଦୀପାଙ୍କୁ ତଥା ରାଜେଶ କୁମାରଙ୍କୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

ପ୍ରାକୃତିକ ସୈାନ୍ଦର୍ଯ୍ୟ ଭରା ଧବଳେଶ୍ଵର ଶୈବପୀଠ ଅବହେଳିତ କାହିଁକି ?

!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର ) – ଓଡ଼ିଶା ରାଜ୍ୟ ର ଏକ ଉପାନ୍ତ ଅଞ୍ଚଳ ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଚର୍ଦାପାଲି ଗ୍ରାମପଞ୍ଚାୟତ ଛତିଶଗଡ ସୀମାରେ ବିଖ୍ୟାତ ଶୈବପୀଠ ଅବସ୍ଥିତ । ପାହାଡପର୍ବତ ଘେରା ଏହି ଶୈବପୀଠ ଛତିଶଗଡ ରାଜ୍ୟ ପଟୁ ବୋହି ଆସିଥିବା ସୂରଙ୍ଗୀନଦୀ କୂଳରେ ବାବା ଧବଳେଶ୍ଵର ଋପେ ବହୁ ଆବାହନ କାଳରୁ ପୂଜା ପାଇ ଆସୁଛନ୍ତି। ଓଡିଶା-ଛତିଶଗଡ ସୀମାରେ ଦଣ୍ଡାୟମାନ ଝାଞ୍ଜିପାହାଡ କୁ ଯେଉଁ ସ୍ଥାନରେ ନଦୀ ସୂରଙ୍ଗୀ ଲକ୍ଷ୍ୟଭେଦ କରି ଓଡ଼ିଶା ପଟକୁ ପ୍ରଭାହିତ ହୁଏ,ସେହି ପାହାଡ଼ ବକ୍ଷରେ ଏକ ପ୍ରକାଣ୍ଡ ଗଣ୍ଡ ସୃଷ୍ଟି ହୋଇଛି ଏହାହିଁ ‘ଦେବଦର୍ହା ଗଣ୍ଡ ନାମରେ ପରିଚିତ। ଏହା ଓଡ଼ିଶା ଛତିଶଗଡ ସୀମାରେ ରହିଥିବାରୁ ତଥା ଛତିଶଗଡ କୁ ବର୍ଷର ସବୁଦିନିଆ ଯାତାୟତ ର ସୁବିଧା ଥିବାହେତୁ ଛତିଶଗଡ ରାଜ୍ୟ ର ଶ୍ରଦ୍ଧାଳୁ ଭକ୍ତଙ୍କ ଯାତାୟତ ପ୍ରାୟ ସମୟ ରେ ଲାଗି ରହିଥାଏ। ସୂରଙ୍ଗୀ ନଦୀକୂଳର ପାହାଡ଼ ଦେଶରେ ଏକ ଶିବ ମନ୍ଦିର ନିର୍ମାଣ ହୋଇଛି। ଭାରତ ସ୍ୱାଧୀନତା ର ଅବ୍ୟବହିତ ପୂର୍ବରୁ ଏହି ମନ୍ଦିର କୁ ପଦ୍ମପୁର ରାଜା ଲାଲ ରାଜେନ୍ଦ୍ର ସିଂ ବରିହା ୧୯୧୯ ମସିହାରେ ରେ ମନ୍ଦିର ନିର୍ମାଣ ଆରମ୍ଭ କରି ୧୯୩୨ମସିହାରେ ପୂର୍ଣ୍ଣାଙ୍ଗ ଋପଦେଇଥିବା କିମ୍ବଦନ୍ତୀ କହେ। ତାଙ୍କର ବଂଶଜ ରାଜା ବୀର ବୀକ୍ରମାଦିତ୍ୟ ସିଂ ବରିହା ଯିଏକି ଏ ଅଞ୍ଚଳର ଅନେକ ଥର ବିଧାୟକ, ମନ୍ତ୍ରୀ ରହିଥିବାବେଳେ ବର୍ତ୍ତମାନ ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ମଧ୍ୟ ଉକ୍ତ ବଂଶ ର ଉତ୍ତରାଧିକାରୀ ଅଟନ୍ତି। ଓଡ଼ିଶା ପଟୁ ଗଲେ ପଦ୍ମପୁର ଉପଖଣ୍ଡ ର ମୁଖ୍ୟ କାର୍ଯ୍ୟାଳୟ ଠାରୁ ୧୨ କିଲୋମିଟର ଦୂର ରେ ଲଖମରା ଗ୍ରାମ ପଡ଼େ। ଲଖମରା ଠାରୁ ଅନତି ଦୂରରେ ଅଙ୍ଗନଦୀ ପ୍ରବାହିତ। ଅଙ୍ଗନଦୀ ପାର ହେଲାପରେ ଡାହାଣ ପଟକୁ ଲମ୍ବି ଯାଇଛି ଦେବଦର୍ହା ପର୍ଯ୍ୟନ୍ତ ରାସ୍ତା ପ୍ରାୟ ବ୍ୟବଧାନ ୩କିଲୋମିଟର ତେଣୁ ପଦ୍ମପୁର ରୁ ପ୍ରାୟ ୧୫ କିଲୋମିଟର ଦୂର ରେ ଅବସ୍ଥିତ ଏହି ଦେବଦର୍ହା ଗଣ୍ଡ ଏବଂ ବାବା ଧବଳେଶ୍ଵର ଶୈବପୀଠ। ଚାରିପଟେ ସବୁଜ ବନାନୀ ପାହାଡ଼ ପର୍ବତ ଘେରା ଆଢ଼ୁଆଳରେ ଏହି ଶୈବପୀଠ ର ପ୍ରାକୃତିକ ଦୃଶ୍ୟପଟ ଅତି ରମଣୀୟ। ଜଙ୍ଗଲ ମଧ୍ୟରେ ଅବସ୍ଥିତ ହୋଇଥିଲେ ମଧ୍ୟ ସଂଧ୍ୟା ସମୟରେ ପର୍ଯ୍ୟଟକ ମାନେ ଏହାର ସୈାନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶକୁ ଛାଡି ଫେରିବା ପାଇଁ କୁଣ୍ଠାବୋଧ କରିଥାନ୍ତି।
ମନ୍ଦିର ଠାରୁ ନଦୀ ଭିତର କଡ଼ ଦେଇ କିଛିଦୂର ଅତିକ୍ରମ କଲାପରେ ଅଛି ଅକାତକାତ ପାଣିର ସ୍ତିରତା ର ଦେବଦର୍ହା ଗଣ୍ଡ। ଆଜି ପର୍ଯ୍ୟନ୍ତ କେହି ଏହାର ଗଭୀରତା କେତେ ମାପି ପାରିନାହାନ୍ତି କିମ୍ବା ସରକାରଙ୍କ ଦ୍ୱାରା ମଧ୍ୟ ଏହାର ପ୍ରୟାସ କରାଯାଇନାହିଁ। ଗଣ୍ଡରେ ଅଛନ୍ତି ବିଶାଳକାୟ ମାଛ। କିଛିବର୍ଷ ପୂର୍ବେ ଜଣେ ବୃଦ୍ଧା ମହିଳା ନାମ ତାଙ୍କର ମାତା ବୁଢ଼ୀ ଏଠାରେ ରହୁଥିଲେ ଏବଂ ମାଛ ମାନଙ୍କ ନାମଧରି ଡାକି କିଛି ଖାଦ୍ୟ ପକାଇଲେ ବଡ଼ବଡ଼ ମାଛ ସବୁ ଦେଖାଯାଉଥିଲେ lଉକ୍ତ ମାତାବୁଢୀ ଆଉ ନାହାନ୍ତି। ଏହାର ଆଉ ଏକ ବିଶେଷତ୍ଵ ପୂର୍ଣ୍ଣ ତଥ୍ୟ ରହିଛି ଯେ,ପ୍ରଭୁ ରାମଚନ୍ଦ୍ର,ଭାଇ ଲକ୍ଷ୍ମଣ ଏବଂ ଦେବୀ ସୀତା ଙ୍କ ସହିତ ବନବାସ ପାଇଁ ଏହି ପଥଦେଇ ଗଲାବେଳେ ଏଠାରେ ରାତ୍ରି ଯାପନ କରିଥିଲେ। ସକାଳେ ଦେବୀ ସୀତାଙ୍କ ପାଇଁ ଲକ୍ଷ୍ମଣ ଶରବିଦ୍ଧ କରି ପଥର ଉପରେ ଏକ କୁଣ୍ଡ ନିର୍ମାଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାହା ସୀତାକୁଣ୍ଡ ନାମରେ ବିଦିତ।

ରାତ୍ରୀଯାପନ କରିଥିବା ପାହାଡ଼ ର ନାମ ମଧ୍ୟ ସୀତା ପାହାଡ଼ ଥିବା ଅଞ୍ଚଳ ର ବୟୋବୃଦ୍ଧା ଙ୍କ ମୁଖରୁ ଶୁଣାଯାଇଥିବା ଆଲୋଚନା କରାଯାଏ। ତାହା କାଳକ୍ରମେ ଅପଭ୍ରଂଶ ହୋଇ ବର୍ତ୍ତମାନ ଭତା ଡଙ୍ଗର୍ (ପାହାଡ଼) ନାମରେ ପରିଚିତ।
ସୂରଙ୍ଗୀନଦୀ ଆରପଟେ ଝାଞ୍ଜୀ ପାହାଡ଼। ସ୍ୱାଧିନତା ପୂର୍ବରୁ ମନ୍ଦିର ନିର୍ମାଣ ଶେଷ ହେବାପରେ ପଦ୍ମପୁର ରାଜା ଉକ୍ତ ଝାଞ୍ଜୀ ପାହାଡ଼ ରେ ଏକ ବଙ୍ଗଳା ନିର୍ମାଣ ଆରମ୍ଭ କରିଥିଲେ ତାର ଭଗ୍ନାବଶେଷ ବର୍ତ୍ତମାନ ସୁଦ୍ଧା ରହିଛି। ଏହା ରାଜାଙ୍କ ଏକ ଗ୍ରୀଷ୍ମ ନିବାସ ଋପେ ରହିଥାନ୍ତା ଏବଂ ମନ୍ଦିର ପାଦଦେଶ ରୁ ଗ୍ରୀଷ୍ମ ନିବାସ ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ ର ଯୋଜନା ଥିବା ରାଜାଙ୍କ ଉତ୍ତରାଧିକାରୀ ଙ୍କ ଠାରୁ ଶୁଣିବାକୁ ମିଳେ। ଏହି ମନ୍ଦିର ଟି ବର୍ତ୍ତମାନ ଅଞ୍ଚଳବାସୀ ଙ୍କ ପରିଚାଳନାଧିନ। ବହୁ ଆଡମ୍ବର ନହେଲେ ମଧ୍ୟ ବର୍ଷ ର ପ୍ରତ୍ୟେକ ପର୍ବପର୍ବାଣୀ ରେ ଏଠାରେ ଶ୍ରଦ୍ଧାଳୁଙ୍କ ବିଶେଷ ସମାଗମ ହୁଏ। ଶ୍ରାବଣ ପୂର୍ଣ୍ଣିମା ଏବଂ ଶିବରାତ୍ରି ଏହି ଦୁଇଦିନ ଶ୍ରଦ୍ଧାଳୁଙ୍କ ଭିଡ ଅସମ୍ଭାଳ ହୋଇପଡେ। ଏହି ପରିଚାଳନା କମିଟି ରେ ରାଜାଙ୍କ ଉତ୍ତରାଧିକାରୀ ଶ୍ରୀମାନ ପ୍ରତାପ କେଶରୀ ସିଂ ବରିହା ଏବଂ ତାଙ୍କ ସାନଭାଇ ଶ୍ରୀମାନ ସୁରେନ୍ଦ୍ର ସିଂ ବରିହା ଆବଶ୍ୟକୀୟ ଯୋଗଦାନ ତଥା ସାହାଯ୍ୟ ଦେଇ ଆସୁଛନ୍ତି। ଏହି ଧବଳେଶ୍ଵର ଶୈବପୀଠ ତଥା ଦେବଦର୍ହା ଗଣ୍ଡ ଏଭଳି ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଥିବାରୁ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ର ଦୃଷ୍ଟି କୁ ଆସି ପାରିନାହିଁ। କାରଣ ଅଙ୍ଗନଦୀ ଯାତାୟତ ରେ ବାଧକ ସାଜେ। ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ କତୃପକ୍ଷ ଙ୍କ ସାମାନ୍ୟତମ ଦୃଷ୍ଟି କୁ ଆସିଲେ ଏହା ଓଡିଶାରାଜ୍ୟ ର ଗୈାରବ ଶାଳୀ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହୋଇ ପାରିବ ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ। ସଂପୃକ୍ତ ବିଭାଗ, ବିଭାଗୀୟ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟକ ଯେ’କି ରାଜବଂଶର ଜଣେ ସଦସ୍ୟ ଅଟନ୍ତି ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବୀ ହୁଏ।

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପଦ୍ମପୁର) – ପାଇକମାଲ ବିଦ୍ୟୁତ ବିଭାଗ ଗ୍ରୀଡ଼ ସବ ଷ୍ଟେସନ ପରିସରରେ ଶନିବାର ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଏସ ଡି ଓ ପୁରନ୍ଦର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅତିଥି ଭାବରେ ଜେ ଇ ମନୋଜ କୁମାର ମେହେର, ଅମରେଶ କନ୍ଧ, ବଡ ଶତପଥୀ ଓ ଜଗବନ୍ଧୁ ପୋଥାଳ ପ୍ରମୁଖ ଯୋଗ ଦାନ କରି ପାଇକମାଲ ସେକ୍ସନ ରୁ ଅବସର ନେଉ ଥିବା ବିଦ୍ୟୁତ କର୍ମଚାରୀ ମୋହରମଣୀ କଲେତ ଓ ଶଙ୍କର ମାଝୀ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ।

ମୁଖ୍ୟ କାର୍ଯ୍ୟାଳୟ ରୁ ଆସିଥିବା ପ୍ରମାଣ ପତ୍ର, ଫୋଟୋ, ସର୍ଭିସ ବୂକ, ରିଲିଫ ପ୍ରମାଣପତ୍ର ଓ ସାଲ ଦେଇ ଅବସର ନେଉ ଥିବା ଶ୍ରୀକଲେତ ଓ ଶ୍ରୀ ମାଝୀ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସମସ୍ତ ବିଦ୍ୟୁତ କର୍ମଚାରୀ ମାନେ ଯୋଗ ଦାନ କରିଥିବା ବେଳେ ଶଶାଙ୍କ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।