କୋଭିଡ ଦ୍ବିତିୟ ଲହର ର ସାଢେ ତିନିମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ କଟକଣା ସହ ଖୋଲିଲା ମହାପ୍ରଭୁ ନୃସିଂହନାଥ ମନ୍ଦିର…!
!!! ବରଗଡ଼ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ପଦ୍ମପୁର)– ଦୀର୍ଘ ସାଢେ ତିନିମାସ ବ୍ୟବଧାନ ପରେ ବରଗଡ ଜିଲ୍ଲାପାଳ ଙ୍କର ନିର୍ଦ୍ଦେଶ କ୍ରମେ ଗୁରୁବାର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଖୋଲା ଯାଇଛି । ଦିନ ୧୧ଟା ସମୟରେ ପାଇକମାଳ ତହସିଲଦାର ମନୋଜ କୁମାର ମେହେର, ପାଇକମାଳ ବିଡ଼ିଓ ତଥା ମନ୍ଦିରର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ସୁରେନ୍ଦ୍ର କୁମାର ମେହେର, ମନ୍ଦିର କାୃର୍ଯ୍ୟନିବାହି ଅଧିକାରି ପୁରୁଷୋତ୍ତମ ପ୍ରଧାନ, ବରିଷ୍ଠ ସାମ୍ବାଦିକ ବଡ ଶତପଥୀ, ଥାନା ଆଇଆଇସି ବିଶ୍ୱଜିତ ମନବୋଧ ,ବରିଷ୍ଠ ସେବାୟତ ସୁବୋଧ ପଣ୍ଡା , ଅଞ୍ଚଳ ର ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତ ରେ ନୃସିଂହନାଥ ପରିସରରେ ଥିବା ଅତିଥି ଭ ବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ଦିର ଖୋଲିବା ସମୟରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।

ମନ୍ଦିର ଭିତରରେ ମାକ୍ସ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖାଯିଵା ସହିତ ସାନିଟାଇଜର ଓ ଥର୍ମାଲ ସ୍କନିଂକରାଯିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା । ଶ୍ରଦ୍ଧାଳୁ ମାନେ ଏକ ନିର୍ଦିଷ୍ଟ ଦୁରତାରୁ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ , ମନ୍ଦିର ଭିତରକୁ ପ୍ରସାଦ ସାମଗ୍ରୀ , ଫୁଲ , ଦୀପ ଆଦି ନେଇ ପାରିବେ ନାହିଁ । ବର୍ତମାନ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦଶ ବର୍ଷରୁ କମ, ୬୫ ବର୍ଷରୁ ଅଧିକ କିମ୍ବା ଗର୍ଭବତୀ ମହିଳା ମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ରହିବ । ତେବେ ମନ୍ଦିର କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ନିଶ୍ଚିତ ଭାବରେ ସରକାର ଙ୍କର ଦ୍ୱାରା ନିର୍ଦ୍ଧାରିତ ନିୟମାବଳୀ କୁ ଦୃଢ଼ତା ର ସହିତ ପାଳନ କରିବାକୁ ନିବେଦନ କରିଛନ୍ତି ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି ।











