ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଏଥର ସମ୍ଭାଳ ବ୍ୟୁରୋ(ବରଗଡ଼) –ଆଜିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ଼ ପାଲଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଲଟିଯିବ ଯମୁନା ନଦୀ । ଆବାଳ ବୃଦ୍ଧବନିତା ପାଲଟିଯିବେ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର । ଧନୁଯାତ୍ରା ପାଇଁ ସାରା ବରଗଡ଼ ସହର ଚଳଚଞ୍ଚଳ ହୋଇପଡ଼ିଛି। ଶାନ୍ତିଶୃଙ୍ଖଳାକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପୁଲିସ ପ୍ରଶାସନ । ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ସହ ୨୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୫୦ ଅଫିସରଙ୍କୁ ମୁତୟନ କରାଯାଇଛି।

ବିଧାୟିକା ଙ୍କ ଲୋକପ୍ରିୟତା କୁ ନେଇ ଅସହିଷ୍ଣୁ ବିରୋଧୀ ।

ଏଥର ସମ୍ଭାଳ ବ୍ୟୁରୋ ( ବରଗଡ ) :- ପଦ୍ମପୁର ଉପନିର୍ବାଚନ ପାଇଁ ହଟାତ ସମସ୍ତଙ୍କୁ ଚକିତ କରିଦେଇ ବିଜୁ ଜନତା ଦଳ ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ସୁପୁତ୍ରୀ ବର୍ଷା ସିଂ ବରିହା ଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ବିରୋଧୀ ମାନଙ୍କର ମନରେ ଅନେକ ପ୍ରକାର ଆଲୋଡନ ସୃଷ୍ଟି ହୋଇଥିଲା । ଯଦିଓ ବର୍ଷା ଙ୍କର ପାଖରେ ରାଜନୈତିକ ଅଭିଜ୍ଞତା ନଥିଲା , କିନ୍ତୁ ଜଣେ ଲୋକପ୍ରିୟ ନେତା ଙ୍କର ଝିଅ ଭାବରେ ତାଙ୍କର ରାଜନୀତି ର ଅନୁଭବ ଥିଲା । ଏହାପରେ ଉପନିର୍ବାଚନ ସମୟରେ ବିରୋଧୀ ତାଙ୍କ ବିରୋଧରେ ନାନା ପ୍ରକାର ଅପପ୍ରଚାର ,ବ୍ୟକ୍ତିଗତ ଆରୋପ ଓ ଆକ୍ଷେପ କରିବା ସତ୍ୱେ ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରି ନିଜର ରାଜନୈତିକ କେରିଅର ଆରମ୍ଭ କରିଥିଲେ । ଉପନିର୍ବାଚନ ସମୟରେ ବିରୋଧୀ ପ୍ରତେକ ମଞ୍ଚରୁ ବର୍ଷା ଙ୍କୁ ଟାର୍ଗେଟ କରି ମୁଖ୍ୟତଃ ଗୋଟିଏ କଥା କହୁଥିଲେ ଯେ ନିର୍ବାଚନ ସରିବା ପରେ ବର୍ଷା ଙ୍କର ଆଉ ଦେଖା ମିଳିବ ନାହିଁ । କିନ୍ତୁ ବିରୋଧୀ ମାନଙ୍କର ଏହି ଉକ୍ତିକୁ ସମ୍ପୂର୍ଣ୍ଣ ଭାବରେ ଭୁଲ ପ୍ରମାଣିତ କରି ଦେଇଛନ୍ତି ବର୍ଷା । ନିର୍ବାଚନ ରେ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବା ପରେ ପ୍ରତେକ ଦିନ ନିଜର ନିର୍ବାଚନ ମଣ୍ଡଳୀ ର ଗାଁ କୁ ଗାଁ ବୁଲି ସିଧାସଳଖ ଲୋକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି । ପ୍ରତେକ ଦିନ ସକାଳୁ ଘରୁ ବାହାରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିଜର ନିର୍ବାଚନ ମଣ୍ଡଳୀ ର ଲୋକଙ୍କ ବିକାଶ ପାଇଁ କଠୋର ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି । ଅଳ୍ପ ଦିନ ମଧ୍ୟରେ ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କ ଅତି ପ୍ରିୟ ଓ ଆପଣାର ହୋଇ ପାରିଛନ୍ତି । ମୂଖ୍ୟତଃ ଯୁବ ସମାଜ ଓ ମହିଳା ମାନଙ୍କ ଭିତରେ ଆଜି ତାଙ୍କର ଲୋକପ୍ରିୟତା ବହୁ ମାତ୍ରାରେ ବଢି ଯାଇଛି । ଯେ କୋଣସି ଗ୍ରାମକୁ ଗଲେ ଗାଁ ର ମାଁ ଭଉଣୀ ମାନେ ତାଙ୍କୁ ଅତି ଆଦରରେ କୋଳେଇ ନେଉଥିବା ଦୃଶ୍ୟ ଓ ଯୁବ ସମାଜ ଭିତରେ ବର୍ଷା ଙ୍କର ଲୋକପ୍ରିୟତା ଦେଖି ବର୍ତ୍ତମାନ ସବୁ ଗୋଷ୍ଠୀ ର ବିରୋଧୀ ଅତି ମାତ୍ରାରେ ଚିନ୍ତିତ ।

ଅନ୍ୟପଟେ ବର୍ତ୍ତମାନ ଉପନିର୍ବାଚନ ସମୟରେ ବିଭିନ୍ନ ଗ୍ରାମରେ ଗ୍ରାମର ବିକାଶ ପାଇଁ ବିଜୁ ଜନତା ଦଳ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବର୍ଷା ଦେଇଥିବା ପ୍ରତିଶ୍ରୁତି ଉପରେ କାମ ଜୋରସୋରରେ ଆରମ୍ଭ ହୋଇ ଗଲାଣି । ପ୍ରତ୍ୟେକ ଦିନ ଗାଁ କୁ ଗାଁ ବୁଲି ଲୋକଙ୍କ ସହିତ ଅଲୋଚନ କରି ଉନ୍ନୟନ ମୂଳକ କାମର ସମୀକ୍ଷା ମଧ୍ୟ କରୁଛନ୍ତି । ବର୍ଷା ଙ୍କର ଏହି ସବୁ କାମ ଏବେ ବିରୋଧୀ ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି । ଲୋକସମ୍ପର୍କ ହେଉ ବା ଉନ୍ନୟନ ମୂଳକ କାମ କରିବା ହେଉ ସବୁଥିରେ ବିରୋଧୀ ମାନଙ୍କ ଠାରୁ ଢେର ଆଗରେ ରହିଛନ୍ତି ବର୍ଷା ।
ଇତି ମଧ୍ୟରେ ଅନେକ ସ୍ଥାନରେ ବିଭିନ୍ନ ମାଧ୍ୟମରେ ବର୍ଷା ଙ୍କୁ ହତୋତ୍ସାହିତ କରିବା ପାଇଁ ହେଉ କି ତାଙ୍କର ଲୋକପ୍ରିୟତା କୁ ସଙ୍କୁଚିତ କରିବା ପାଇଁ ହେଉ ବିରୋଧୀ ମାନଙ୍କ ଦ୍ୱାରା ତାଙ୍କ ବିରୋଧରେ ଅପପ୍ରଚାର ମଧ୍ୟ ଜାରି ରହିଛି । ହେଲେ ବିଧାୟିକା ବର୍ଷା ଙ୍କର ମନ୍ତବ୍ୟ ହେଲା ଯେ ବିରୋଧୀ ମାନେ ତ ବିରୋଧ କରିବେ କିନ୍ତୁ ପଦ୍ମପୁର ଅଞ୍ଚଳ ର ବିକାଶ ପାଇଁ ସେ ସବୁ ପ୍ରକାର ପ୍ରୟାସ ଜାରି ରଖିବେ । ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରତେକ ଲୋକ ତାଙ୍କର ନିଜର ଲୋକ , ନିଜ ଲୋକଙ୍କ ବିକାଶ ପାଇଁ ସେ ବିରୋଧି ଙ୍କର ସବୁ କଟୁ ମନ୍ତବ୍ୟ ଶୁଣିବାକୁ ପ୍ରସ୍ତୁତ । ବିରୋଧୀ ମାନେ ସବୁବେଳ ଅଧା କଥା କିମ୍ବା ମିଛ କଥା କୁ ରଙ୍ଗୀନ କରି ଅପପ୍ରଚାର କରିଥାନ୍ତି , ସେମାନେ କେବେ ବି କୋଣସି ସ୍ଥାନରେ କିମ୍ବା କୋଣସି ମାଧ୍ୟମରେ ପୁରା କଥା ବା ସତ କଥା କୁହନ୍ତି ନାହିଁ । କାରଣ ସତ କଥା କହିଲେ ସେମାନଙ୍କ ମିଛ ଧାରା ପଡିଯିବ । ଏହା ସହିତ ବିଧାୟିକା ଏହା ମଧ୍ୟ କହିଛନ୍ତି ଯେ ପଦ୍ମପୁର ଅଞ୍ଚଳ ର ବିକାଶ ପାଇଁ ବିରୋଧୀ ମାନେ ମଧ୍ୟ ଆଗେଇ ଆସି ସହଯୋଗ କରନ୍ତୁ । ଯାହାଫଳରେ ବିକାଶ କାର୍ୟ୍ଯ ବାଧାପ୍ରାପ୍ତ ହେବ ନାହିଁ ।ଯିଏ ଯାହା କହୁ ପଦ୍ମପୁର r ବିକାଶ ମୋର ଏକ ମାତ୍ର ଲକ୍ଷ୍ୟ ବୋଲି ବିଧାୟିକା ବର୍ଷା ସିଂ ସ୍ପଷ୍ଟ କରାଇଛନ୍ତି ।

ସମସ୍ୟାର ସମାଧାନ ନେଇ ବିଧାୟକ ଙ୍କ ପ୍ରତିଶ୍ରୁତି ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ / ବରପାଲି) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି ବ୍ଲକ କୁମ୍ଭାରୀ ଗ୍ରାମରେ ନାମଯଜ୍ଞ ଅବସରରେ ମୁଖ୍ୟ ଅତିଥି ଭାବରେ ସୁଖଦୁଃଖର ସାଥୀ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ, ସମ୍ମାନିତ ଅତିଥି ର ଭାବରେ ବିଜେଡି ନେତା ପ୍ରଭାତ ଆଦିତ୍ୟ ମିଶ୍ର, ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ନାମଯଜ୍ଞ ଠାରେ ପ୍ରଭୁ ଙ୍କ ଦର୍ଶନ କରିବା ସହ ବିଶ୍ଵ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ତାଙ୍କ ସହ କୁମ୍ଭାରୀ ପେକ୍ସ ସଭାପତି ପ୍ରଫୁଲ୍ଲ ପ୍ରଧାନ, ବରପାଲି ପେକ୍ସ ସଭାପତି ଗୁରୁ ମେହେର, ଆଗଳପୁର ପେକ୍ସ ସଭାପତି ଶ୍ରୀ ବିରୋସେନ୍ ସାହୁ, ପୁର୍ବତନ ସରପଞ୍ଚ ଶ୍ରୀ ରବି କର୍ତ୍ତି,ପୂର୍ବତନ ସରପଂଚ ବିଶି ବାବୁ ପଞ୍ଚାୟତ ର ୱାର୍ଡ ମେମ୍ବର ଗଣ, ସମାଜ ସେବୀ ଶ୍ରୀ ରାଧେ ନାଏକ,ଗୁରୁବାରୁ ପ୍ରଧାନ,ରେମତା ସରପଞ୍ଚ ବିନୟ ପ୍ରଧାନ,ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ସିଂହ ଙ୍କ ଏହି ଗ୍ରସ୍ତ ସମୟରେ କୁମ୍ଭାରି ଗ୍ରାମର ଗ୍ରାମବାସୀ ଗଣ ତାଙ୍କୁ ଅଭୂତପୂର୍ଣ୍ଣ ସ୍ବାଗତ ସମ୍ବର୍ଦ୍ଧନା କରିବା ସଙ୍ଗେ ସଙ୍ଗେ ଗ୍ରାମର ଡାକ୍ତରଖାନା, କେନାଲ ପାଣି,ବଜାର ପ୍ରାଙ୍ଗଣ ର ଉନ୍ନତିକରଣ, ବଡ଼ ବନ୍ଧ ର ସଫେଇକରଣ, ସୋନ୍ଦର୍ୟ୍ଯିକରଣ,କଳା ଗ୍ରାମ ର ଉନ୍ନତି କରଣ, ପାର୍କ ନିର୍ମାଣ ପ୍ରମୁଖ ବିଭିନ୍ନ ସମସ୍ୟା ମାନ ଜଣାଇଥିଲେ l ମାନ୍ୟବର ବିଧାୟକ ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କୁ ଜଣାଇ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ଅଷ୍ଟମ ରାତ୍ରିକାଳୀନ ସ୍ଵର୍ଗତ ବରିହା ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ/ପଦ୍ମପୁର) :- ସ୍ଥାନୀୟ ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆ ଠାରେ ନେହରୁ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଅଷ୍ଟମ ରାତ୍ରିକାଳୀନ ସ୍ଵର୍ଗତ ପ୍ରେମାନନ୍ଦ ସିଂ ବରିହା ଓ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ସାପଲହର ଓ ଭେଉଁରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ପ୍ରଥମେ ସାପଲହର ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର୍ ରେ ୮୬ ରନ ସଂଗ୍ରହ କରିଥିଲେ। ଜବାବ ରେ ଭେଉଁରିଆ ଦଳ ୭ ଓଭରରେ ୮୭ ସଂଗ୍ରହ କରି ବିଜେତା ହୋଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଯୋଗା ଦେଇ ବିଜେତା ଭେଉଁରିଆ ଦଳ କୁ ନଗଦ ୩୦ ହଜାର ଟଙ୍କା ଓ ସମ୍ମାନିତ ଅତିଥି ରୂପେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ଉପ ବିଜେତା ସାପଲହର ଦଳ ଦଳ କୁ ୨୦ ହଜାର ଟଙ୍କା ଓ ଉଭୟ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ ସ୍ଵର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରିବା ସହ ସେ ଜଣେ କେବଳ ନା ନୂହେଁ ବ୍ରାଣ୍ଡ ଥିଲେ ବୋଲି କହିଥିଲେ l ଏହା ସହିତ ଶିକ୍ଷା ଓ କ୍ରୀଡ଼ାର ବିକାଶ ପାଇଁ ଯୁବ ସାମାଜ କୁ ଆଗେଇ ଆସିବା ପାଇଁ ଆହ୍ଵାନ ଦେଇଥିଲେ l ସେହିପରି ସମ୍ମାନିତ ଅତିଥି ନିଜ ବକ୍ତବ୍ୟରେ ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ ବୋଲି କହିବା ସହିତ ଉଭୟ ଦଳ କୁ ସ୍ୱାଗତ୍ ଜଣାଇଥିଲେ l

ବିଜେ ବାବୁ ଆମର ଲାଗି ମହାପୁରୁ ଥିଲେ :- ଲେପର୍ସି କଲୋନୀ ବାସିନ୍ଦା ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ) :- ବରଗଡ ଜିଲ୍ଲା ପଦ୍ମପୁର ସହରରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ତିତ ବାଦୀମାଲ ଲେପର୍ସି କଲୋନୀ । ଏହି କଲୋନୀ ରେ ମାତ୍ର ୧୦ ଗୋଟି ଘର ରହିଛି ।ଆଜି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ନିଜର ସାନ ଭାଇ ଭୋଜରାଜ ସିଂ ବରିହା ଙ୍କୁ ସାଙ୍ଗରେ ନେଇ କ୍ଲବ୍ ଲେପର୍ସି କଲୋନୀ କୁ ପହଂଛି ଥିଲେ । ବିଧାୟିକା ଓ ତାଙ୍କର ଭାଇ ଏହି କଲୋନୀର ପ୍ରତେକ ପରିବାର କୁ ଗୋଟିଏ ଲେଖାଏଁ ଆଲମାରୀ ଓ ଗୋଟିଏ ପଙ୍ଖା ପ୍ରଦାନ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ବିଧାୟକ ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଏହି କଲୋନୀ ବାସୀ ଙ୍କୁ ସ୍ଵତନ୍ତ୍ର ଭାବରେ ଦୃଷ୍ଟି ଦେଉଥିଲେ । ଏହି କଲୋନୀ ରେ ପ୍ରତ୍ୟେକ ପରିବାର ପାଇଁ ଘର ନିର୍ମାଣ କରାଇବା ପାଇଁ ପ୍ରତକ୍ଷ ଭାବରେ ପଦକ୍ଷେପ ଗ୍ରହଣ କରିଥିଲେ । ଏହି କଲୋନି ବାସିନ୍ଦା କେମିତି ଠିକ ଭାବରେ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇବେ ସେଥିପ୍ରତି ସବୁବେଳେ ଯତ୍ନବାନ ରହୁଥିଲେ ସ୍ବର୍ଗତ ଶ୍ରୀ ବରିହା ।

ସ୍ବର୍ଗତ ବରିହା ଙ୍କର ବିୟୋଗ ପରେ ତାଙ୍କର ଏକ ଦଶାହ କାର୍ୟ୍ଯ ଦିନ ସ୍ବର୍ଗତ ଶ୍ରୀ ବରିହା ଙ୍କର ଫୋଟୋ ସମ୍ମୁଖରେ ଅର୍ପଣ କରାଯାଇଥିବା ନଗଦ ଅର୍ଥ କୁ ଲେପର୍ସି କଲୋନୀ ର ବାସିନ୍ଦା ମାନଙ୍କ ଉଦ୍ଧେଶ୍ୟରେ ଖର୍ଚ୍ଚ କରାଯିବାର ସ୍ବର୍ଗତ ବରିହା ଙ୍କର ପରିବାର ତରଫରୁ ନିଷ୍ପତ୍ତି ହୋଇଥିଲା । ଆଜି ସ୍ବର୍ଗତ ବରିହା ଙ୍କର ସୁପୁତ୍ରୀ ବିଧାୟିକା ବର୍ଷା ସିଂ ବରିହା ଓ ତାଙ୍କର ପୁତ୍ର ଶ୍ରୀ ଭୋଜରାଜ ସିଂ ବରିହା , ସ୍ବର୍ଗତ ବରିହା ଙ୍କର ବାଲ୍ୟାବନ୍ଧୁ ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ ପ୍ରମୁଖ କଲୋନୀ କୁ ଯାଇ ପ୍ରତ୍ୟେକ ପରିବାର କୁ ଗୋଟିଏ ଲେଖାଏଁ ଆଲମାରୀ ଓ ଗୋଟିଏ ଲେଖାଏଁ ପଙ୍ଖା ପ୍ରଦାନ କରିଥିଲେ । ପୂର୍ବତନ ବିଧାୟକ ଓ ନିଜର ପ୍ରିୟ ବିଜେ ବାବୁ ଙ୍କର ପରିବାର ତାଙ୍କ ପାଇଁ ଆଣିଥିବା ସାମଗ୍ରୀ ଦେଖି କଲୋନୀ ବାସୀ ଅତ୍ୟନ୍ତ ଖୁସି ଜାହିର କରିଥିଲେ । କଲୋନୀ ର ବୟସ୍କା ମହିଳା ମାନଙ୍କ ଚେହେରା ରେ ସ୍ବର୍ଗତ ବରିହା ଙ୍କର ବିୟୋଗ ରେ ରହିଥିବା ଶୋକ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହେଉଥିଲା ।ବିଧାୟିକା ଓ ତାଙ୍କର ଭାଇ ସେମାନେ ମଧ୍ୟ ତାଙ୍କ ପିତାଙ୍କ ଭଳି ଏହି କଲୋନୀ ବାସୀଙ୍କ ପାଇଁ ଆଗକୁ ମଧ୍ୟ ଯତ୍ନବାନ ହେବେ ବୋଲି କହିଥିଲେ ।

ପ୍ରାୟ ୫ଲକ୍ଷ ଟଙ୍କା ର ନିଷା ଦ୍ରବ୍ୟ ଜବତ କଲା ପଦ୍ମପୁର ପୋଲିସ …!

ଏଥର ସମ୍ଭାଳ ବ୍ୟୁରୋ (ବରଗଡ)- ବରଗଡ଼ ଜିଲ୍ଲା ପଦ୍ମପୁର ର ପୋଲିସ ଙ୍କୁ ମେଳିଛି ବଡ ସଫଳତା । ଫିଲ୍ମ ଷ୍ଟାଇଲ ରେ ଚୋରା ଚାଲାଣ ହେଉଥିବା ବେଳେ ପଦ୍ମପୁର ପୋଲିସ ପାଖା ପାଖି ୫ ଲକ୍ଷ ଟଙ୍କା ର ନିଷା ଦ୍ରବ୍ୟ ଚାଲାଣ ସମୟରେ ଧରିଛି । ଗତ ୧୨ ତାରିଖ ଦିନ ସନ୍ଧ୍ୟାରେ ଓଡି-୧୭-ଭି-୮୬୮୭ ନମ୍ବର ଥିବା ପିକଅଫ ରେ କଟକ ରୁ ବରଗଡ ର ଏକ ବୁକ ଏଜଏନ୍ସି କୁ ନୋଟ ବୁକ ନେବା ବାହାନା ରେ ଅବୈଧ ଭାବରେ ଏସ୍କପ ସିରଫ ଏବଂ ପେଣ୍ଟାଜୋସିନ ମେଡିସିନ ଚାଲାଣ ବେଳେ ପଦ୍ମପୁର ଗାଇସିଲେଟ ରାସ୍ତା ରେ ଏହି ପିକପକୁ ପଦ୍ମପୁର ପୋଲିସ ଧରିଛି । ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ଙ୍କ ସୁଚନା ଅନୁଯାୟି ନୋଟବୁକ ପେଟି ପଛ ରେ ୨୫୬୦ ଟି ସିରଫ ବୋତଲ ଏବଂ ୬୦୦୦ଟି ପେଣ୍ଟାଜୋସିନ ମେଡିସିନ ଜାହାର ମୁଲ୍ୟ ପାଖା ପାଖି ୫ଲକ୍ଷ ୨୦ହଜାର ଟଙ୍କା ହବା ଅନୁମାନ କରାଯାଇଛି । ନୋଟବୁକ ପେଟି ପଛରେ ଲୁଚେଇ ନିଶା କାରବାର ପାଇଁ ଚାଲାଣ କରୁଥିବା ବେଳେ ଖବର ପାଇ ପଦ୍ମପୁର ଗାଇସିଲେଟ ରାସ୍ତା ଠାରେ ପିକଅଫ କୁ ଜବତ କରିବା ସହ ପଦ୍ମପୁର ର ଗୁନନିଧି ସାହୁ ଏବଂ ଅତାବିରା ର ଭୃଗପତି ଭୂଏ ଙ୍କୁ ଅଟକ ରଖି ତଦନ୍ତ କରୁଛି ।

ଏହି ଚାଲାଣ ର ମାଷ୍ଟର ମାଇଣ୍ଡ ପଦ୍ମପୁର ର ରାକେଶ ନାଏକ ଏବଂ ଫକିର ଖାନ ବୋଲି। ଅନୁମାନ କରି ତାଙ୍କୁ ମଧ୍ୟ ଧରିଛି । ପଦ୍ମପୁର ଥାନା କେସ ନମ୍ବର ୭୩ ତା.୧୨.୦୩.୨୦୨୩ ୟୁ/ଏସ ୨୧(ସି)/୨୫/୨୯ ଏନ.ଡି.ପି.ଏସ ଏକ୍ଟ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ସହ ନିଶା ଦ୍ରବ୍ୟ କାରବାର ରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ କେଉଁ ଠାରୁ ସେମାନେ ଟଙ୍କା ଆଣୁଥିଲେ ତାହା ଉପରେ ତଦନ୍ତ ଚଳାଇଥିବା ପଦ୍ମପୁର ପୋଲିସ ପକ୍ଷରୁ କୁହା ଯାଇଛି ।

ନୃସିଂହ ନାଥ ଆୟୁର୍ବେଦ ବିଦ୍ୟାଳୟରେ ରାଷ୍ଟ୍ରୀୟ ସି. ଏମ୍. ଇ କର୍ମଶାଳା ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼) – ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ର ବିଶ୍ଵ ପ୍ରସିଦ୍ଧ ଗର୍ନ୍ଧମାର୍ଦ୍ଦନ ପର୍ବତ ନିକଟରେ ଅବସ୍ତିତ ଶ୍ରି ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହା ବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ନିଜ୍ ଉନ୍ନତ ମାନ ର ଶିକ୍ଷା ଦାନ ସହିତ ଚିକିତ୍ସା ପାଇଁ ଆଜି ସାରା ଦେଶରେ ଉଚ୍ଚ ପ୍ରଶଂସିତ ଆୟୁର୍ବେଦ ଉପରେ ଗହନ ଅଧ୍ୟୟନ ଓ ଗବେଷଣା ପାଇଁ ଏହି ଅନୁଷ୍ଠାନ ର ଅନେକ୍ ବିଶେଷଜ୍ଞ ବିଭିନ୍ନ୍ ସ୍ତରରେ ପୁରସ୍କୃତ ହୋଇ ସାରିଛନ୍ତି l ସରକାର ଙ୍କ ନୀତି ନିୟମ ମୁତାବକ ସବୁ ପ୍ରକାର ନିୟମ ପୂରଣ କରୁଥିବା ରାଜ୍ଯ ର ଏକ୍ ମାତ୍ର୍ ଆୟୁର୍ବେଦ ମହାବିଦ୍ୟାଳୟ ଭାବରେ ଚଳିତ ଶିକ୍ଷା ବର୍ଷ ପାଇଁ ଓଡିଶା ରେ କେବଳ ଏହି ଅନୁଷ୍ଠାନ ରେ ନାମ ଲେଖା ପାଇଁ ଅନୁମତି ପ୍ରଦାନ କରାଯାଇଛି l କେନ୍ଦ୍ର ସରକାର ଙ୍କ ଆୟୁଷ ମନ୍ତ୍ରାଳୟ ଓ ନୂଆ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟାପିଠ ଦ୍ଵାରା ଏହି ପ୍ରତିଷ୍ଠାନ ରେ ଏକ୍ ୬ ଦିନିଆ ସର୍ବ ଭାରତୀୟ ସି.ଏମ୍.ଇ ର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ନେସନାଲ୍ କମିସନ୍ ଅଫ୍ ଇଣ୍ଡିଆନ୍ ସିଷ୍ଟମ୍ ଓ ମେଡିସିନ ର ଅଧ୍ୟକ୍ଷ ଡଃ. ରଘୁ ରାମ ଭଟ୍ଟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ବୁର୍ଲା ଭିମ ସାର୍ ର ପ୍ରଫେସର ଭାଗିରଥ ଙ୍କ ସମେତ ଅନୁଷ୍ଠାନର ସଭାପତି ସତ୍ୟ ଭୂଷଣ ସାହୁ ଓ ପରିଚାଳନା କମିଟି ସମ୍ପାଦକ ଶ୍ରୀ ମୋନଜ କୁମାର ତ୍ରିବେଦୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଏହି କର୍ମଶାଳା ରେ ଓଡ଼ିଶା, ମହାରାଷ୍ତ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ତାମିଲନାଡୁ, ହରିୟାଣା ଓ ଗୁରୁରାଟ ରାଜ୍ଯ ରୁ ପ୍ରାୟ ୨୨ ସହକାରୀ ପ୍ରଫେସର ଏଠାରେ ତାଲିମ୍ ନେବେ l ଅନୁଷ୍ଠାନ ର ଅଧ୍ୟକ୍ଷା ଡାଃ. କେ ଟି ରାଉତ ରାୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଦ୍ରବ୍ୟ ଗୁଣ ବିଭାଗ ର ମୂଖ୍ୟ ଡାକ୍ତର୍ ଶିବ ପ୍ରସାଦ ମହାନ୍ତି ଓ ସହକାରୀ ପ୍ରଫେସର ଡାଃ. ଯୋଗାଣୁ ବର୍ମା ଙ୍କ ସହଯୋଗର ଏହି ସି.ଏମ.ଇ ପରିଚାଳିତ ହେବ l ପ୍ରଥମ ଥର ପାଇଁ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ ର ଗୁରୁ ଦାୟିତ୍ଵ ମିଳି ଥିବାରୁ ପରିଚାଳନା କମିଟି ସଦସ୍ୟ ଓ ମହା ବିଦ୍ୟାଳୟ ର ବ୍ ବିଦ୍ୟାର୍ଥୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l ଗର୍ନ୍ଧମାର୍ଦ୍ଦନ ପର୍ବତରେ ଔଷଧ ଭଣ୍ଡାର ରହିଥିବା ଡାଃ. ରଘୁ ରାମ ଭଟ୍ଟ ମତ୍ତ ବ୍ୟକ୍ତ କରିଛନ୍ତି l

ରସ୍ତା ରୋକ୍ ପାଇଁ କୃଷକ ସଂଗଠନ ର ଚେତାବନୀ ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ) – ଧାନ ବିକ୍ରି କରିବା ନିମନ୍ତେ ବରଗଡ଼ ଜିଲ୍ଲାରେ  ପଞ୍ଜୀକୃତ ହୋଇଥିବା ୧ଲକ୍ଷ ୩୯ ହଜାର  ୫ ଶହ ୫୮ଜଣ  ଚାଷୀ ବର୍ତ୍ତମାନ୍  ସୁଦ୍ଧା ୧ଲକ୍ଷ ୨୭ହଜାର ଚାଷୀ ୬୭ଲକ୍ଷ ୩୩ ହଜାର କ୍ୟୁଣ୍ଟାଲ ଧାନ ବିକ୍ରି କରିଥିବା ଜଣା ପଡ଼ିଛି ।ପରନ୍ତୁ ଏକ ଆକଳନ ଧାନ ମଣ୍ଡି ମାନଙ୍କରେ ଏବେ ସୂଦ୍ଧା ୬ ଲକ୍ଷ ୫୦କ୍ୟୁଣ୍ଟାଲ ଧାନ ମହଜୁଦ ଥିବା ୧୧ ଲକ୍ଷ ବସ୍ତା ପଡିରହିଥିବା ଅଭିଯୋଗ ହେଉଛି । ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ଅତାବିରା ରେ ୯୦ ପ୍ରତିଶତ ରେ। ,ପଦ୍ମପୁର ରେ ୬୫ ପ୍ରତିଶତ,ବରଗଡ଼ ରେ ୮୫ପ୍ରତିଶତ ଧାନ ବିକ୍ରି ହୋଇଥିବା ଖବର ମେଳିଛି।

ବଳକା ଧାନ ବିକ୍ରି ସମସ୍ୟା ନେଇ ରାଜବୋଡାସମ୍ବର କୃଷକ ସଂଗଠନ ଉପଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣା କରିବା ସହ ସମସ୍ୟାର ସମାଧାନ ନହେଲେ ରାସ୍ତ ରୋକ୍ କରିବା ପାଇଁ ଚେତାବନୀ ଦେଇଥିଲା ।ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ଉପ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏହା ସଫଳ କାର୍ଯ୍ୟକାରୀ ନହୋଇଥିବାରୁ ସଂଗଠନ ଏବେ ଆନ୍ଦୋଳନ ନିମନ୍ତେ ଅଣ୍ଟା ଭିଡ଼ି ଥିବା ସୂଚନା ମେଳିଛି। ଚାଷୀ ରାସ୍ତା ଅବରୋଧ କରିବା ପୂର୍ବରୁ ଏମାନଙ୍କ ସମସ୍ୟାର ସମାଧାନ କରିବା ନିମନ୍ତେ ବୁଦ୍ଧି ଜିବୀ ଦାବୀ କରିଛନ୍ତି ।

ଉଦଯାପିତ ହେଲା ସେବା ଶିବିର  ।

ଏଥର ସମ୍ଭାଳ ବ୍ୟୁରୋ (ପାଇକମାଳ) –  ବରଗଡ ଜିଲା ପାଇକମାଳ ବ୍ଲକ ଜର୍ଜଗଡ଼ ଠାରେ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ୭ ଦିନିଆଁ ଏନ ଏନ ଏସ ଶିବିର ଉଦଯାପିତ ହୋଇଯାଇଛି | ଉଦଯାପନୀ ଉତ୍ସବ ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ସଭା କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା କେ.ଟି ରାଉତରାୟ ସଭାପତିତ୍ୱ କରିଥିବା ବେଳେ ଜର୍ଜଗଡ଼ ଗ୍ରାମର ନିମାଇ ନନ୍ଦ ହୋତା, ବଡ ଶତପଥି, ବିଭୁତି ମୁଣ୍ଡ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସେବାବ୍ରତୀ ବିଦ୍ୟାର୍ଥୀ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ | ଡାକ୍ତର ଯଶୋବନ୍ତ ସାହୁ ଙ୍କ ତତ୍ବାଧାନରେ ପଚାଷ ଜଣ ସେବା ବିଦ୍ୟାର୍ଥୀ ସତ ଦିନ ଧରି ବିଭିନ୍ନ ସ୍ଥାନରେ ସଫେଇ, ମାଗଣା ମଧୁମେହ ପରୀକ୍ଷା, ସଡ଼କ ସୁରକ୍ଷା, ନିରାପତ୍ତା ରାଲି , ନିଶା ନିବାରଣ ପାଇଁ ପଥପ୍ରାନ୍ତ ନାଟକ, ରକ୍ତ ପରୀକ୍ଷା ସହ ଜର୍ଜଗଡ଼ ରେ ଘର ଘର ବୁଲି ସୁସ୍ଥ ଓ ନିରୋଗ ରହିବାପାଇଁ ସଚେତନ କରାଇଥିଲେ ।ସଭାରେ ଡାକ୍ତର ଅଭିରାମ ଠାକୁର ଙ୍କ ସମେତ ଜଗବନ୍ଧୁ ମିଶ୍ର , ସୁରେନ୍ଦ୍ର ପଟେଲ, କାମିନୀ କର, ନଳିନୀ ଦାସ, ସଂଯୁକ୍ତା ସେନଗୁପ୍ତା, ଅଖିଳେଶ ସାହୁ, ମୋନାଲିସା ସାହୁ, ଜଗନ୍ନାଥ ସାହୁ ପ୍ରମୁଖ ଡାକ୍ତର ଯୋଗ ଦେଇ ଥିଲେ । ପୋଷ୍ୟ ଗ୍ରାମ ଜର୍ଜଗଡ଼କୁ ମାସକୁ ଥରେ ଡାକ୍ତରୀ ବିଦ୍ୟାର୍ଥୀ ମାନେ ଆସି ପରୀକ୍ଷା ଶିବିର କରିବା ନିମନ୍ତେ ଗ୍ରାମବାସୀ ଅନୁରୋଧ କରିଛନ୍ତି | ସଭା ଶେଷରେ ସଭାପତି ଡ଼ା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଉଦଘାଟିତ ହେଲା ଇକୋ ଟୁରିଜମ ଗେଷ୍ଟ ହାଉସ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବରଗଡ ଜିଲ୍ଲା ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟ ଗନ୍ଧମାର୍ଦ୍ଦନ ପର୍ବତ ରେ ଯାତ୍ରୀ ଓ ପର୍ଯଟକ ମାନଙ୍କର ସୁବିଧା ନିମନ୍ତେ ଗତ ୨୦୦୮/୨୦୦୯ ମସିହା ରୁ ଇକୋ ଟୁରିଜମ ଗେଷ୍ଟ ହାଉସ ର ନିର୍ମାଣ ହୋଇ ଏହାର କାର୍ଯ୍ୟ ଶେଷ ହୋଇଯାଇଛି । ନିର୍ମାଣ କାର୍ଯ୍ୟ ସରିବା ପରଠାରୁ ଅଦ୍ୟାବଧି ଏହି ଗେଷ୍ଟ ହାଉସ ର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ନିର୍ମାଣର ମୂଳ ଖର୍ଚ୍ଚ ଠାରୁ ଢେର ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । କିନ୍ତୁ ଦୀର୍ଘ ୧୪ ବର୍ଷ ହେବ ଏହା କୁ କାର୍ଯ୍ୟକ୍ଷମ କରାଯାଇନଥିବା ଅଭିଯୋଗ ହୋଇ ଆସୁଥିଲା । ପରନ୍ତୁ କାର୍ଯ୍ୟାନୁଷ୍ଠାନ ସୁନ ଥିଲା । ଇତି ମଧ୍ୟରେ ଯେଉଁ ସମୟରେ ଏହି ଗେଷ୍ଟ ହାଉସ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ସେହି ସମୟରେ ଏହି ଅଂଚଳରେ ମାଓବାଦୀ ମାନେ କାୟା ବିସ୍ତାର ଆରମ୍ଭ କରିଦେଇ ଥିଲେ ।

ଗେଷ୍ଟ ହାଉସ ନିର୍ମାଣ ହେବା ପରେ ଆମେ ବାରମ୍ବାର ଏହି ଗେଷ୍ଟ ହାଉସ କୁ ତୁରନ୍ତ ଚାଲୁ କରିବା ପାଇଁ ଅନେକ ଖବର ଲେଖି ଆସିଛୁ । ନିର୍ମାଣ କାର୍ୟ୍ଯ ସରିବ ପରଠାରୁ ଅଦ୍ୟାବଧି ଏହି ଗେଷ୍ଟ ହାଉସ ର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ନିର୍ମାଣର ମୂଳ ଖର୍ଚ୍ଚ ଠାରୁ ଢେର ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ଗତ ବର୍ଷ ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ତଥା ସ୍ଥାନୀୟ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ନୃସିଂହନାଥ ମନ୍ଦିର ପରିଦର୍ଶନ ରେ ଆସିଥିବା ସମୟରେ ଏହି ଗେଷ୍ଟ ହାଉସ ମଧ୍ୟ ପରିଦର୍ଶନ କରିଥିଲେ । ଏହାପରେ ଜଙ୍ଗଲ ବିଭାଗ ଦ୍ଵାରା ତତ୍ପରତା ପ୍ରକାଶ ପାଇ ଦୀର୍ଘ ଦିନରୁ ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଥିବା ଏହି ଭବନର ମରାମତି କାମ ଆରମ୍ଭ କରାଯାଇ ପର୍ଯଟକ ମାନଙ୍କ ଅନ୍ୟାନ୍ୟ ଆବଶ୍ୟକତା ପ୍ରତି ଧ୍ୟାନ ଦେଇ ବ୍ୟବସ୍ଥା ମାନ କରାଯାଇଛି ।

ଗତ କିଛି ଦିନ ତଳେ ସବୁ ଜାର୍ଯ୍ୟ ଶେଷ ହେବା ପରେ ଆଜି ସମ୍ବଲପୁର ବନ ସଂରକ୍ଷକ ଚିତ୍ତ ରଞ୍ଜନ ମିଶ୍ର ଓ ବରଗଡ଼ ଡିଏଫଓ ସନ୍ଦୀପ ପ୍ରାତ୍ତି ଙ୍କର ଦ୍ୱାରା ଏହି କୋଠା ଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଖୁସିର କଥା ଯେ ନିର୍ମାଣ କାର୍ୟ୍ଯସରିବାର ଦୀର୍ଘ ବାର ବର୍ଷ ପରେ ଏହି ଗେଷ୍ଟ ହାଉସ ର ଉଦ୍ଘାଟନ ହେଲା ହେଲେ ଏଠାରେ ଏକ ବିରାଟ ପ୍ରଶ କୋଠାଟିକୁ ଏତେ ବିଳମ୍ବରେ କାହିଁକି ଉଦ୍ଘାଟନ କରାଗଲା ଏହାର ଖବର ଖୋଲ ତାଡ଼ କାଳେ କରିବେ ବୋଲି ଉଦ୍ଘାଟନୀ ଉତ୍ସବ ରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଏଡାଇ ଦିଆ ଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି ।ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ଗେଷ୍ଟ ହାଉସ ର ପରିଚାଳନା ବିଭାଗ ଦ୍ଵାରା କରାଯିବ ନା କୋଣସି ଜଙ୍ଗଲ ସମିତି କୁ ପ୍ରଦାନ କରାଯିବ । ନା ଜଙ୍ଗଲ ସମିତି ନାମରେ ବ୍ୟକ୍ତିଗତ ଭାବରେ ପରିଚାଳନା କରିବା ପାଇଁ ନିର୍ଦିଷ୍ଟ କୋଣସି ବ୍ୟକ୍ତି ବିଶେଷ ଙ୍କୁ ପ୍ରଦାନ କରାଯିବ ?