ବଲାଙ୍ଗୀର ରେ ଦୂର୍ବୁର୍ତ୍ତ ଙ୍କ ରାଜ…!

!!! ବଲାଙ୍ଗିର ରୁ ଜିତେଶ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗିର)- ବଲାଙ୍ଗିରସହରରେ ଚାଞ୍ଚଲ୍ୟ । ବଢୁଛି ଦୁର୍ବୃତ୍ତ ଙ୍କ ଆତଙ୍କରାଜ । ଜଣଙ୍କୁ ସର୍ବସାଧାରଣରେ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ରାଜେନ୍ଦ୍ର କଲେଜ ପରିସରରେ ଦୁଇ ଛାତ୍ରଙ୍କ ତଣ୍ଟି କାଟିବା ଘଟଣାକୁ ଦୁଇ ଦିନ ନପରୁଣୁ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି ।ବଲାଙ୍ଗିର ରେଳ ଷ୍ଟେସନ ନିକଟସ୍ଥରେ ଜଣେ ପାନ ଦୋକାନୀଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି । ସଂଘବଦ୍ଧ ଭାବେ ଆକ୍ରମଣ କରି ଯୁବକଙ୍କର ଗୋଡ ଓ ହାତ କାଟି ଦେଇଛନ୍ତି ଦୁର୍ବୃତ୍ତ । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ସ୍ଥାନୀୟ ପେଲେସ ଲାଇନର ପ୍ରେମ ପ୍ରକାଶ ନାୟକ ବୋଲି ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବଲାଙ୍ଗୀର ରେ କଥା କଥାରେ ଖଣ୍ଡା,ତରୁଆଲ,ବନ୍ଧୁକ, ବୁଲିବା ସହରର ଏକ ସାମାନ୍ୟ ଘଟଣା ହେବାରେ ଲାଗିଛି। ପୋଲିସ ନିଷ୍କ୍ରିୟତା, ରାଜନୈତିକ ବ୍ୟକ୍ତି ମାନଙ୍କ ପାଟି ବନ୍ଦ ଯୋଗୁଁ ସାଧାରଣ ଜନତା ଡରି ଡରି ବଞ୍ଚିବା ଗୋଟାଏ ପ୍ରକାର ଦେହସୁହା ହୋଇଗଲାଣି ବୋଲି ଅଭିଯୋଗ ହେଉଛି । ଲୋକେ ଆତଙ୍କିତ ହୋଇ ରହୁଥିବା ବେଳେ ଅନ୍ୟ ସହର ଠାରୁ ଏଠାକୁ ଆସିବା ପାଇଁ ଲୋକେ ଚାହୁଁନଥିବା ଜଣାପଡିଛି। ଏଠାରେ ଶାନ୍ତି ଶୃଙ୍ଖଳା ଏକ ରକମର ଠପ୍ ହୋଇ ପଡ଼ିଛି ବୋଲି ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି।ପୋଲିସ ର କାର୍ଯ୍ୟନୁଷ୍ଠାନ ପ୍ରତି ଅଙ୍ଗୁଳି ଉଠିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ନଜର ଦେବାକୁ ସାଧାରଣରେ ଦାବି ହେଉଛି ।

ଉଛେଦ ପୂର୍ବରୁ ଥଇଥାନ କଲା ପୌରପରିଷଦ  .

  !!! ବଲାଙ୍ଗିର ରୁ ଜିତେଶ ଶତପଥି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବଲାଙ୍ଗିର)- ଲୋକଙ୍କୁ ବାସହୀନ ଆଶ୍ରାହୀନ ଓ ଅସହାୟ କରି ଛାଡିଦେଇ ଧ୍ବସଂସ୍ତୁପ ଉପରେ ବିକାଶ ଆମର ଲକ୍ଷ ନୁହେଁ । ବଲାଙ୍ଗିର ର ସବୁ ବର୍ଗ ର ଲୋକଙ୍କୁ ନେଇ ବିସ୍ତାପନ ପୁର୍ବରୁ ଉଚିତ ଥଇଥାନ କରି ବିକାଶ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ । ଆମେ ରାତି ଅଧିଆ ଉଛେଦ ନ କରି ଲୋକଙ୍କୁ ଜାଗା ମିଶନ ଜରିଆ ରେ ସ୍ଥାନ ଦେଇ ଏକ ସୁନ୍ଦର ବଲାଙ୍ଗିର ଗଠନ କରିବା ଆମର ଲକ୍ଷ୍ଯ ବୋଲି ଆଜି ମହାରାଣୀ ସାଗର ପାଖରେ ଥିବା ତୁଲସୀନଗର ଖ ବସ୍ତି ବାସିନ୍ଦାଙ୍କୁ ବିଷ୍ଣୁମୁଣ୍ଡା ଠାରେଥିବା ଆଦର୍ଶ କଲୋନୀ ରେ ପଟ୍ଟା ପ୍ରଦାନ ଅବସର ରେ ସମସ୍ତ କାଉନସିଲର ଦୃଢ ସ୍ବର ରେ ଏ କଥା କହିଛନ୍ତି । ମହାରାଣୀ ସାଗର ଉନ୍ନତିକରଣ ନାଁ ରେ ଜବର ଦଖଲ କରି ବସ୍ତି ତିଆରି କରିରହୁଥିବା ଲୋକଙ୍କୁ ମହାରାଣୀ ସାଗର ଉନ୍ନତିକରଣ ନାମ ରେ ୨୪ଘଣ୍ଟିଆ, ୪୮ ଘଣ୍ପିଆ ନୋଟିସ ଦେଇ ଉଛେଦ କରାଯାଉଥିବା ଉଦ୍ୟମ କୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ନେତୃତ୍ବ ରେ ସମସ୍ତ କାଉନସିଲର ଦୃଢ ବିରୋଧ କରୀଥିଲେ । ଯଦିଓ ମହାରାଣୀ ସାଗର ର ଉନ୍ନତିକରଣ ପାଇଁ ଟଙ୍କା ଆସିଛି ବୋଲି କୁହାଯାଉଛି ମାତ୍ର ଏହାର ଡିପିଆର ସହିତ ଟେଣ୍ଡର ଏ ପର୍ଯ୍ୟନ୍ତ ହୋଇନଥିବା ବେଳେ ତରବରିଆ ଉଛେଦ ଉଦ୍ୟମ କେବଳ ପୌରପରିଷଦ କୁ ବଦନାମ କରିବା ପାଇଁ ଉଦ୍ଦିଷ୍ଟ ଓ ଏହାର ଚକ୍ରାନ୍ତକାରୀ ଙ୍କୁ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦିଆଯିବା ପରେ ତରବରିଆ ଉଛେଦ ଉଦ୍ୟମ ବନ୍ଦ କରାଯାଇଛି । ପୌରାଧ୍ୟକ୍ଷା ଦେଇଥିବା ପ୍ରତିଶୃତି ଅନୁଯାଇ ମହାରାଣୀ ସାଗର ଆଡିରେ ରହୁଥିବା ୧୬ ଜଣ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଜରିଆ ରେ ସ୍ଥାୟୀ ଜମିପଟ୍ଟା ବଣ୍ଟନ କରାଯାଇଛି।

ଫାଇଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ ।

!!! ବଲାଙ୍ଗୀର ରୁ ଜିତେଶ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗିର) : ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ମଧ୍ୟରେ ଫ୍ୟାଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତ ଜ୍ୱର ଔଷଧ ସେବନ ଦିବସ ପାଳନ କରାଯାଇଛି । ଏହା ମାଧ୍ୟମରେ ସର୍ବତ୍ର ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ଆଜିଠୁଁ ୧୦ ତାରିଖ ରୁ ୧୯ତାରିଖ ନଅ ଦିନ ବ୍ୟାପି ଏହି ଦିବସ ପାଳନ କରାଯିବ । ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅନୁଷ୍ଠିତ କରି ଏହାକୁ ସଠିକ ବିତରଣ ଏବଂ ଏହାପାଇଁ ଉଦ୍ଧିଷ୍ଟ ନିୟମାନୁସାରେ ଔଷଧ ସେବନ ପାଇଁ ପରାମର୍ଶ ଦିଆଯିବାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି lଏହା ଦୀର୍ଘ ନଅ ଦିନ ବ୍ୟାପି ପାଳନ କରିବା ସହ ଔଷଧ ବିତରଣ କରାଯିବାର ବିଧିବଦ୍ଧ ଆୟୋଜନ କରାଯାଇଅଛି ।ଏହାପାଇଁ ନିୟୋଜିତ ଆଶା ଦିଦି, ନର୍ସ , ମହିଳା ଆରୋଗ୍ୟ ସମିତି ସଭ୍ୟା ଗଣ, ସ୍ୱାସ୍ଥ୍ୟ କର୍ମୀ ମାନ ଏହି ଫ୍ୟାଲେରିଆ ଔଷଧ ସେବନ ର ଵିଧି ନିୟମ କୁ ସଭି ଙ୍କୁ ବୁଝାଇବାକୁ ପ୍ରଯତ୍ନ କରିବା ସଙ୍ଗେ, ସଙ୍ଗେ ଶାସ୍ତ୍ରୀ ନଗର ସହରାଞ୍ଚଳ ପରିଧି ମଧ୍ୟରେ ବସବାସ କରୁଥିବା ପ୍ରତ୍ୟକ ବ୍ୟକ୍ତି ଙ୍କୁ ନିୟମାନୁସାରେ ଔଷଧ ବିତରଣ କରାଇବେ |ଜିଲ୍ଲା ର ଏହାଏକ ସ୍ୱତନ୍ତ୍ର ଅଭିଯାନ ହେତୁ ଏହି ବାତଜ୍ୱର ନିରାକରଣ କୁ ସାର୍ବଜନୀନ କରିବା ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ବାର୍ତ୍ତା ମାଧ୍ୟମରେ ସମଗ୍ର ଜିଲ୍ଲା ବାସୀ ଙ୍କୁ ଜଣାଇଛନ୍ତି lଉପରୋକ୍ତ ଅଭିଯାନ ଦିବସ ଉପକ୍ରମରେ ଶାସ୍ତ୍ରୀ ନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ, ସ୍ୱାସ୍ଥ୍ୟ ସେବିକା ଶ୍ରୀମତୀ ମାମି ସିଂଦେଓ, ରୋଜାଲିନ ହୋତା, ରୋନି ବଗର୍ତ୍ତୀ, ସତ୍ୟବ୍ରତ ଷଡ଼ଙ୍ଗୀ, ମଣିଭଦ୍ର ପ୍ରଧାନ, ବିପିନ ସେଠ, ଅଞ୍ଜଳି ନାଗ ଅଞ୍ଚଳ ବାସୀ ଙ୍କୁ ଔଷଧ ସେବନ କରାଇବା ଵିଧି ପ୍ରକ୍ରିୟାରେ ନିଜକୁ ସାମିଲ କରାଇଥିଲେ l ସମସ୍ତ ଅଭିଯାନ ଉତ୍ସବ କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ନିର୍ଦ୍ଧେଶକ ଏବଂ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ପରିଚାଳନା କରାଇଥିବା ବେଳେ ସ୍ୱାସ୍ଥ୍ୟ ମିଶନ ର ସ୍ୱାସ୍ଥ୍ୟ ଅତିରିକ୍ତ ମ୍ୟାନେଜର ଶ୍ରୀ ରାମାନୁଜ ପଣ୍ଡା ଏହାର ସଠିକ ଆୟୋଜନ ପରିମାର୍ଜିତ କରାଇବାରେ ସହାୟକ ହୋଇଥିବାରୁ ଜିଲ୍ଲାପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ତଥା -ଜାତୀୟ ସ୍ୱାସ୍ଥ୍ୟ ମିଶନ ବଲାଙ୍ଗିର ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି l

ଜାଗର ପାଇଁ ପ୍ରସ୍ତୁତି ବୈଠକ …!

!!! ବଲାଙ୍ଗୀର ରୁ ଜୀତେଶ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାକ (ବଲାଙ୍ଗିର) –ଖୁଜେନପାଲି ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବାବାଙ୍କ ଜାଗର ଯାତ୍ରା ପାଇଁ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ତପସ୍ୱୀ କଲ୍ୟାଣ ଦାସ ବାବାଙ୍କ ପ୍ରେରିତ ଓ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ସ୍ୱହସ୍ତେ ସ୍ଥାପିତ ନର୍ମଦୋଶ୍ୱର ଶିବ ଲିଙ୍ଗ ଶ୍ରୀ ଶ୍ରୀ ଧବଳେଶ୍ୱର ବାବାଙ୍କ ଜାଗର ଯାତ୍ରା ପାଇଁ ଆସନ୍ତା ୧୮ ତାରିଖ ଶନିବାର ଦିନ ଅଷ୍ଟ ପ୍ରହରୀ ନାମଯଜ୍ଞ ସହ ମନ୍ଦିରକୁ ଆଲୋକମାଳାରେ ସଜାଇବା ପାଇଁ ବୈଠକ ରେ ସ୍ଥିର କରାଯାଇଛି । ଗତ ୨ ବର୍ଷ କରୋନା ମହାମାରୀ ପାଇଁ ଶ୍ରଦ୍ଧାଳୁଙ୍କ ଉପସ୍ଥିତ କମ୍‌ ଥିବାରୁ ଚଳିତ ବର୍ଷ ବହୁତ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି । ଏଣୁ ପୋଲିସ ବାହିନୀ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିୟୋଜିତ କରାଯିବ । ଏହି ବୈଠକରେ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଭାପତି ଯୁଧିଷ୍ଠିର ସିଂ, ପୂର୍ବତନ ସରପଞ୍ଚ ସତ୍ୟବାନ ସାହୁ, ସୁରେଶ ଚନ୍ଦ୍ର ସିଂ, ସୁଶାନ୍ତ ନାଗ, ଜଗତ ରାମ ସାହୁ, ଖଗେଶ୍ୱର ସାହୁ, ମନ୍ଦିର ପୂଜକ ବିଘ୍ନେଶ୍ୱର ଥନାପତି, ଲାଲଚନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ ।ମହାଦେବ ଙ୍କ ଜାଗର ଯାତ୍ରାକୁ ମହା ଆଡମ୍ବର ସହକାରେ ପାଳନ କରିବା ନିମନ୍ତେ ଉପସ୍ଥିତ ସଦସ୍ୟ ମାନେ ନିଷ୍ପତ୍ତି ନେଇଛନ୍ତି ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପତାକା ଉତ୍ତୋଳନ କଲେ ଆଶା ମାଁ …!

!!! ବଲାଙ୍ଗିର ରୁ ଜୀତେଶ କୁମାର୍ ଶତପଥୀଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବଲାଙ୍ଗିର)- ସ୍ଥାନୀୟ ଶାସ୍ତ୍ରୀ ନଗର ଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସାଧାରଣତନ୍ତ୍ର ଦିବସ ଅବସରରେ ମାତୃଶକ୍ତି ସ୍ୱରୂପା ଆଶା ମାଁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଯେଉଁ ମା ମାନେ ସଦାସର୍ବଦା ସମାଜରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥାନ୍ତି ତାଙ୍କୁ ଉଚିତ ସମ୍ମାନ ଦେବା ଉଦ୍ଧେଶ୍ୟରେ ଆଶା ମା ଙ୍କ ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ର ର ଜାତୀୟ ପତାକା କୁ ଉତ୍ତ୍ୱଳନ କରାଯାଇଥିବା ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳକ ମତବ୍ୟକ୍ତ କରିଛନ୍ତି l ଉପରୋକ୍ତ ଉତ୍ସବ ଦିବସରେ ଅନୁଷ୍ଠାନ ତରଫରୁ ଶ୍ରୀ ରବିରଞ୍ଜନ ପୂଜାରୀ, ଶ୍ରୀ ସତ୍ୟ ରଞ୍ଜନ ମିଶ୍ର, ଡା. ଆଶିଷ ବିଶ୍ୱାସ, ଅନୁଷ୍ଠାନ ର କର୍ମକର୍ତ୍ତା ଓ ଆଶା ମାଆ ସ୍ୱାସ୍ଥ୍ୟ କର୍ମୀ ଗଣ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସକୁ ଉତ୍ସାହର ସହ ପାଳନ କରିଥିଲେ l

ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ।

!!! ବଲାଙ୍ଗୀର ରୁ ଜୀତେଶ୍ କୁମାର୍ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) –  ବଲାଙ୍ଗୀର ମନୋହରପୁର ପୋଲିସ ହାଇସ୍କୁଲଠାରେ ଆଜି ଦୁଇଓଡିଆ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ବିରାଟକେଶରୀ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପ୍ରଗତିବାଦୀର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସମ୍ମାନୀତ ଅତିଥି ଭାବରେ ପ୍ରେରଣା ଖବରକାଗଜର ସଂପାଦକ ରଘୁନନ୍ଦନ  ସିଂହ ଓ ମୁଖ୍ୟବକ୍ତା ଭାବରେ କୁରୁଲ ହାଇସ୍କୁଲର ଶିକ୍ଷକ ତଥା ପ୍ରକୃତିବନ୍ଧୁ ଦିଗାମ୍ବର ନାଏକ ଯୋଗଦେଇଥିଲେ । ଅତିଥିଗଣ  ସ୍ୱଧିନତା ଆନ୍ଦୋଳନର ବୀରସଂଗ୍ରାମୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉଭୟଙ୍କ ସ୍ଵାଧୀନତା ସଂଗ୍ରାମରେ ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ । ବୀର ସୁରେନ୍ଦ୍ର ସାଏ ଖିଣ୍ଡାମାଟିରୁ ପ୍ରଥମ ସ୍ୱାଧୀନତା ଆନ୍ଦୋଳନ କରିଥିବା ବେଳେ ତାଙ୍କର ଦୁର୍ଦ୍ଦର୍ଶ ଗରିଲା ଯୁଦ୍ଧଆଗରେ ବ୍ରୀଟିସ ସୈନିକ ହାର ମାନୁଥିଲେ । ବ୍ରିଟିସମାନେ ଛଳନାକରି ତାଙ୍କୁ ଗିରଫ କରି ଜୀବନର ଅଧା ସମୟ ଜେଲ ଦଣ୍ଡ ଦେଇଥିଲେ । ସେହିପରି ନେତାଜୀ ସୁଭାଷ ବୋଷ କେବଳ ଭାରତୀୟ ମୁକ୍ତିସଂଗ୍ରାମ ନୁହେଁ ସବୁସ୍ଥାନରେ ଗୁଲାମିକୁ ପ୍ରତିବାଦ କରୁଥିଲେ । ସେ ଓଡିଆପୁଅ ଭାବରେ ଓଡିଶାରେ ପାଠପଢି ପରେ କଲିକତା ଓ ତାପରେ ବ୍ରିଟେନଯାଇ ଆଇସିଏସ ପରୀକ୍ଷା ଦେଇ ପାସ ହୋଇଥିଲେ । କିନ୍ତୁ ସ୍ୱାଧିନଚେତା ମଣିଷ ବ୍ରିଟିସସାମ୍ରାଜ୍ୟର ଗୁଲାମ ନହୋଇ ଚାକିରି କରିବାକୁ ବିରୋଧ କରି ଶେଷରେ ସ୍ୱାଧିନତା ଆନ୍ଦୋଳନରେ ଝାସ ଦେଇଥିଲେ ।ବ୍ରିଟିସ ଆଖିରୁ ଖସିଯାଇ ଜର୍ମାନୀରେ ଆଜାଦହିନ୍ଦ ଫୌଜ ଗଠନକରି ଭାରତର ମୁକ୍ତି ପାଇଁ ଯୁଦ୍ଧର ଡାକରା ଦେଇଥିଲେ । ଉଭୟ ସ୍ୱାଧିନତା ସଂଗ୍ରାମୀ ନିଜ ଅଞ୍ଚଳ ତଥା ଦେଶ ପାଇଁ ଅନେକ ପରିଶ୍ରମ କରି କଠୋରଦଣ୍ଡ ଭୋଗିଥିଲେ । ହେଲେ ସ୍ୱାଧିନଚେତା ହୋଇଥିବାରୁ କାହାରି ବଶ୍ୟତା ସ୍ୱୀକାର କରିନଥିଲେ । ଆଜି ମଧ୍ୟ ସେଭଳି ଦେଶଭକ୍ତଙ୍କର ଆବଶ୍ୟକତା ରହିଛି । ସୁଭାଷଙ୍କ ଫୌଜରେ ଯୁବତୀମାନେ ପ୍ରମୁଖ ଭୂମୀକା ନେଇଥିଲେ । ତେଣୁ ଛାତ୍ରଛାତ୍ରୀ ସଂକଲ୍ପନେଇ ପରିଶ୍ରମି ଓ ସ୍ୱାଧିନଚେତା ହେଲେ ଆମ ଦେଶ ଆଗେଇ ଯିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗୀତାର କୃତୀଛାତ୍ରୀ ସୌଦାମିନୀ ଦତ୍ତ ଓ ରୋଜାଲିନ ମହାକୁରଙ୍କୁ ମେମେଣ୍ଟୋଦେଇ ପୁରସ୍କୃତ କରାଯାଇଥିଲା । ନବମ ଶ୍ରେଣୀର ଛାତ୍ରୀ ସୌଦାମିନୀ ଦତ୍ତ ଓ ଦଶମ ଶ୍ରେଣୀଛାତ୍ରୀ ରାଜେଶ୍ୱରୀ ମାଟକାମୀ ବୀର ସୁରେନ୍ଦ୍ର ଓ ନେତାଜୀଙ୍କ ସଂମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଶେଷରେ ସ୍କୁଲର ଶିକ୍ଷକ ସରୋଜ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର କର୍ମଚାରୀ କୃଷ୍ଣପ୍ରୀୟା ପଣ୍ଡା,ଚତୁଥଶ୍ରେଣୀକର୍ମଚାରୀ ଶରତ ନାଗ,ସ୍କୁଲର ପୁରାତନ ଛାତ୍ରସଂଘର ସଭାପତି ଗୋବିନ୍ଦ ବହିଦାର,ସଂପାଦକ ଜୟକୃଷ୍ଣ ରଣା ଓ ଚୈତନ୍ୟ ସା ପ୍ରମୁଖ  ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବଲାଙ୍ଗିର ପାଇଲା “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡ ।

!!! ବଲାଙ୍ଗୀର ପ୍ରତିନିଧି ଜିତେଶ ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) : ସୁଶାସନ ଓ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲାକୁ ମିଳିଛି ଏକ୍ସିଲେନ୍ସ ଇନ ଗଭର୍‌ନାନ୍ସ ଆୱାର୍ଡ । ଭାରତର ସବୁ ଜିଲ୍ଲାକୁ ପଛରେ ପକାଇ ଏହି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସିଲେନ୍ସ ଇନ୍‌ ଗଭରନାନ୍ସ ଆୱାର୍ଡ ପାଇଛି । ବିଶେଷକରି କିନ୍ନରମାନଙ୍କ ପାଇଁ ଥିବା ଯୋଜନାଗୁଡିକର ସଫଳ ରୂପାୟନ ପାଇଁ ବଲାଙ୍ଗୀର ଏହି ପୁରସ୍କାର ଅର୍ଜନ କରିଛି । ଗତ ଦୁଇବର୍ଷ ତଳେ ଜିଲ୍ଲାରେ ତୃତୀୟ ଲିଙ୍ଗୀ କୁହାଯାଉଥିବା କିନ୍ନରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ବୀକୃତି ଯୋଜନା ଭଳି ପଦକ୍ଷେପମାନ ନେଇଥିଲା । ଯାହା ବିଶେଷ ରୂପରେ ସଫଳ ମଧ୍ୟ ହୋଇଛି । ଏହି ଉପଲବ୍ଧି ଯୋଗୁଁ ବଲାଙ୍ଗୀର ଜିଲ୍ଲା ଏବେ ପୁରସ୍କୃତ ହୋଇଛି ।ଏହି ପୁରସ୍କାର ପାଇଁ ବିଭିନ୍ନ ବର୍ଗରେ ଦେଶର ବିଭିନ୍ନ ଜିଲ୍ଲାଗୁଡ଼ିକୁ ସାମିଲ କରାଯାଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ଏହି ପୁରସ୍କାର ଅର୍ଜନ କରିଛି । ରାଜଧାନୀ ଦିଲ୍ଲୀ ସ୍ଥିତ ଓବୋରାୟ ହୋଟେଲରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଙ୍କ ଠାରୁ ଜିଲ୍ଲାପାଳ ଚଞ୍ଚଳ ରାଣା ନିଜେପୁରସ୍କାର ଗ୍ରହଣ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।

ବଲାଙ୍ଗିର ଲୋକଉତ୍ସବ : ମିଳିତ ଭାବେ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି…!

!!! ବଲାଙ୍ଗୀର ରୁ ଦିଲୀପ ମେହେର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର)-ଅନୁଷ୍ଠିତ ହେବାକୁ ଯାଉଛି ୨୧ତମ ବଲାଙ୍ଗିର ଲୋକଉତ୍ସବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷ ପରେ ବଲାଙ୍ଗିର ଲୋକଉତ୍ସବ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସ୍ଥାନକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ନିତିନ କୁଶଲକର ମିଳିତ ଭାବେ ପରିଦର୍ଶନ କରି ଚାଲୁଥିବା କାମ ଗୁଡ଼ିକର ତଦାରଖ କରିଛନ୍ତି । କୋଶଳ କଳାମଣ୍ଡଳ ପଡିଆରେ ଦେଖଣାହାରୀଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇବା ତଥା କୋଶଳ କଳାମଣ୍ଡଳ ପଡିଆରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଉଭୟ ପ୍ରଶାସନିକ ଅଧିକାରୀ । ମଞ୍ଚ ପୂଜା ପରେ ଆରମ୍ଭ ହେବ ୨୧ତମ ଲୋକ ଉତ୍ସବର ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ।

 

ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିର ସଫଳତା…!

!!! ବଲାଙ୍ଗିର ରୁ ଜିତେଶ କୁମାର ଶତପଥୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗିର)- ଗତ ୧୪ ଓ ୧୫ ଦୁଇ ଦିନ ଧରି ପୁରୀର ସତି ରାନୀଘାଟ ସ୍ଥିତ ଟାଇକଣ୍ଡୋ ଟ୍ରେନିଂ ହଲ ଠାରେ ୩୫ ତମ ରାଜ୍ୟସ୍ତରୀୟ ଖିରୋଗି ଓ ୮ତମ ପୁମସାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଏକ ୬ ଜଣିଆ ଟିମ୍ ଭାଗ ନେଇଥିଲେ । ଏଥିରେ ଜୁନିୟର ବାଳିକା ଖିରୋଗି ( ଫାଇଟ) ବିଭାଗରେ କୋଶଲ୍ୟା ଷାଣ୍ଢ (୪୬ କେଜି) ବ୍ରୋଞ୍ଚ ପଦକ, ପ୍ରିୟଙ୍କା ପଶାୟତ ଓ ପରିମିତା ବିଶ୍ୱାଲ (୪୯ କେଜି) ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇ ଏବଂ ରାଜ୍ୟ ଟାଇକଣ୍ଡୋ ସାଧାରଣ ସଂପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉ କି ପରିମିତା ବିଶ୍ୱାଲ ଓ କୌଶଲ୍ୟ ଷାଣ୍ଢ ଚିକଲବାହାଲ ୟୁଜିଏଚଏସ୍ ସ୍କୁଲର ଛାତ୍ରୀ ଥିବା ବେଳେ ପ୍ରିୟଙ୍କା ପଶାୟତ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ । ଏହି ଟାଇକଣ୍ଡୋ ଟ୍ରେନିଂ ପାଇଁ ନିଜସ୍ୱ ଏକ ଇନ୍‌ଡୋର ହଲ୍ ର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କଲେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହି ଜିଲ୍ଲାରୁ ଛାତ୍ର ଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି କୋଚ ଶ୍ରୀ ଭୋଇ ମତପ୍ରକାଶ କରିଛନ୍ତି ।

ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ଉଦଘାଟନ କଲେ ବିଧାୟକ …!

!!! ବଲାଙ୍ଗୀରରୁ ପ୍ରତିନିଧି ଦିଲ୍ଲୀପ ମେହେର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବଲାଙ୍ଗୀର) – ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିନ୍ଟନ ଇନଡୋର ଷ୍ଟାଡିଅମ ଠାରେ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୁପେ ଯୋଗଦେଇ ବିଧିବଦ୍ଧ ଭାବେ ୯, ୧୧,୧୫ ଓ ୧୭ ବର୍ଷ ବର୍ଗର ରାଜ୍ୟ ବ୍ୟାଡମିନ୍ଟନ ର‌୍ୟାଙ୍କିଂ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି । ପ୍ରତିଯୋଗିତାର ସାଗଂଠନିକ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାର ଆୟୋଜିତ ଉଦଘାଟନି କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ, ବହୁ ଶିଘ୍ର ବଲାଙ୍ଗିର ଏକ ସ୍ପୋର୍ଟସ ହବ୍ ରେ ପରିଣତ ହେବ । ଜିଲ୍ଲାରୁ ବିଭିନ୍ନ ଖେଳର ଅନେକ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରୁଛନ୍ତି । କିନ୍ତୁ ଭିତ୍ତିଭୂମୀ ଅଭାବ ଦୃଷ୍ଟିରୁ ସେମାନେ ତାଙ୍କ ଖେଳ ସ୍ତରରେ ଉନ୍ନତି କରି ପାରୁ ନଥିଲେ, କିନ୍ତୁ ବର୍ତ୍ତମାନ ଆଉ ସେ ସ୍ଥିତି ନାହିଁ । ଏହି ଇନଡୋର ଷ୍ଟାଡିଅମ ଆଗାମୀ ଦିନରେ ଅନେକ ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା ଯୋଗ ଦେଇ ବଲାଙ୍ଗିରକୁ ରାଜ୍ୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଲଗାତାର ଦ୍ୱିତୀୟ ଥର ସୁଯୋଗ ଦେଇଥିବା ପାଇଁ ରାଜ୍ୟ ସଂଘ ଓ ଏହି ସୁଯୋଗକୁ ସାମର୍ଥ୍ୟର ସହ ପାଳନ କରୁଥିବା ପାଇଁ ଜିଲ୍ଲା ସଂଘକୁ ସାଧୁବାଦ ଦେଇଥିଲେ । ଆହୁରି ଆଗାମୀ ଦିନରେ ଜାତୀୟ ବ୍ୟଡମିନ୍ଟନ ପ୍ରତିଯୋଗିତା ପାଇଁ ବଲାଙ୍ଗିର ପ୍ରସ୍ତୁତ ଅଛି । ତାହା ପାଇଁ ଆବଶ୍ୟକ ସମସ୍ତ ଆନୁଶଙ୍ଗିକ ବ୍ୟବସ୍ଥା ଯଥା ଶିଘ୍ର ପୁରଣ କରାଯିବ ବୋଲି କହିଥିଲେ । ସେହିପରି ଏସିଆର ସର୍ବବୃହତ ଅଣ୍ଡା ଉତ୍ପାଦନକାରୀ ଫାର୍ମର ପରିଚାଳନା ନିର୍ଦ୍ଦେଶକ ସମରେନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳ ଓ ଖେଳାଳିଙ୍କ ଉନ୍ନତି ଦିଗରେ ସମସ୍ତ ପ୍ରୟାସ କରାଯିବା ସହ ବଲାଙ୍ଗିର ରେ ଜାତୀୟ ସ୍ତର ପ୍ରତିଯୋଗିତା ପାଇଁ ଆୟୋଜକଙ୍କୁ ସମସ୍ତ ସହେଯାଗ ଯୋଗଇ ଦିଆ ଯିବ ବୋଲି କହିଥିଲେ । ବଲାଙ୍ଗିର ଏସପି ନିତିନ କୁଶଲକର ବ୍ୟାଡମିନ୍ଟନ ସଂଘର ଉଦ୍ୟମକୁ ପ୍ରଶଂସା କରିବା ସହ ବ୍ୟାଡମିନ୍ଟନ ପାଇଁ ସମସ୍ତ ସହଯୋଗ ଯୋଗଇ ଦିଅଯିବା ବୋଲି କହିଥିଲେ । ଏଥି ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲ ସଂଘ ସଭାପତି ଗୋପାଲ ପଣ୍ଡା, ଜିଲ୍ଲା ସଂଘ କାଯ୍ୟକାରୀ ସଭାପତି ପବିତ୍ର ବେହେରା, ପିଆର ହାଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନି ସେଠି , ସିଏସି ଅଧ୍ୟକ୍ଷ ମନୋରଞ୍ଜନ ଦାଶ, ରେଫରି ଲଖ୍ୟପତି ନନ୍ଦ ଓ ଡେପୁଟି ରେଫରି ଜୟନ୍ତ ମିଶ୍ର ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଅତିଥିମାନଙ୍କୁ ଜିଲ୍ଲା ସଂଘର କାଯ୍ୟକର୍ତ୍ତାମାନେ ଫୁଲତୋଡା ଦେଇ ସ୍ୱାଗତ କତିବା ସହ ମଞ୍ଚକୁ ପାଛୋଟି ନେଇଥିଲେ । ମଞ୍ଚରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବ ପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଫିତା କାଟି ଖେଳ ଆରମ୍ଭ ଘୋଷଣା କରିଥିଲେ । ପ୍ରଥମ ଦିନରେ ମିନି ଓ ସବ ଜୁନିଅର ବର୍ଗର ସମୁଦାୟ ୮୫ଟି ମ୍ୟାଚ ହେବା ସୁଚନା ରହିଛି । ସହରର ଶହ ଶହ ଛାତ୍ର ଛାତ୍ରୀ, ଖେଳ ପ୍ରେମୀ ପ୍ରତିଯୋଗିତାକୁ ବେଶ ଉପଭୋଗ କରୁଥରବା ଦେଖିବାକୁ ମିଳିଥିଲା ।