ସାଂସଦ ରୁଦ୍ର ପାଣି ଙ୍କ ତାଳଚେର ଗସ୍ତ

!!! ତାଳଚେର ରୁ ମନୋଜ ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ତାଳଚେର) – ଢେଙ୍କାନାଳ ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି ଶନିବାର ଦିନିକିଆ ତାଳଚେର ଗସ୍ତ କରିଛନ୍ତି।ଶନିବାର ସକାଳେ ତାଳଚେର ହାଟ ତୋଟା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ପହଞ୍ଚି ବା ପରେ ତାଙ୍କୁ ବିଜେପି ପକ୍ଷରୁ ଉତ୍ସର୍ଗୀକୃତ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା।କିଛି ସମୟ ପାଇଁ ଉପସ୍ଥିତ କାର୍ଯ୍ୟକର୍ତା ଙ୍କ ସାଂସଦ ଶ୍ରୀ ପାଣି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ବରିଷ୍ଠ ବିଜେପି ନେତା ତଥା ଏନ ଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ଅନୁଗୁଳ ଜୋନାଲ ମିଡ଼ିଆସେଲ ସଂଯୋଜକ ପର୍ଶୁରାମ ବାରିକ, ରାଜ୍ୟ ପରିଷଦ ସଦସ୍ୟ ଆଖିଳ ସାମଲ, ମଣ୍ଡଳ ସଭାପତି ରାଜେନ୍ଦ୍ର ସିଂହ, ବରୁଣ ସାହୁ ଓ ନରେନ୍ଦ୍ର ସାହୁ, ପୌର ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ,ଜ୍ଞାନେନ୍ଦ୍ରିୟ ସେଠି, କାଳନ୍ଦି ପ୍ରଧାନ,ଗୋପାଳି ସାହୁ,ଖଇରା ପ୍ରଧାନ, କାଉନସିଲର ସ୍ୱାଧୀନ ଥମ୍ବ ଓ ଅନିତା ବିଶ୍ୱାଳ, ରଙ୍ଗାଧର ନାହାକ, ବିଭୁତି ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ସାଂସଦ ଶ୍ରୀ ପାଣି ସେଠାରୁ ତାଳଚେର ସ୍ବୟଂ ଶାସିତ ମହା ବିଦ୍ୟାଳୟ କୁ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ପରେ କଣିହାଁ ବ୍ଲକ ରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଆଠମଲ୍ଲିକ ଠାରେ କରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

!!! ଅନୁଗୁଳ ରୁ ଜିଲ୍ଲା ପ୍ରତିନିଧି ହରେକୃଷ୍ଣ ନାୟକ ଙ୍କ ରିପୋର୍ଟ୍.!!!

ଏଥର ସମ୍ଭାଳ (ଆଠମଲ୍ଲିକ) – ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତର ବେଲାଦୁଲା ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ତରଫରୁ କରୋନା ଭାଇରସ ପାଇଁ ସଚେତନ କରାଯାଇଛି । ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ପ୍ରତାପ ମେହେର ଙ୍କ ନେତୃତ୍ୱ ରେ ଅନୁଷ୍ଠାନ ସଭାପତି ସମେତ ସମସ୍ତ ସଦସ୍ୟ ସାମିଲ୍ ହୋଇଥିଲେ । ଗାଁ ରେ ଘର ଘର ବୁଲି ସମସ୍ତଙ୍କୁ କହିଥିଲେ – କରୋନା ଏକ ମହାମାରୀ ରୂପ ନେଲାଣି ଏହାଠୁ ଦୂରରେ ରହିବା ପାଇଁ ସବୁବେଳେ ସାବୁନ୍ ରେ ହାତ ଧୋଇବା , ସାଧାରଣ ଲୋକଙ୍କ ଠାରୁ ୧ ମିଟର ଦୂରରେ ରହିବା । କାଶ , ଥଣ୍ଡା ଯଦି ବହୁତ୍ ଦିନ ହେଲାଣି ଲାଗି ରହିଛି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ।

ଅଧିକ ସୂଚନା ପାଇଁ ୧୦୪ ନମ୍ବର୍ ରୁ ଯୋଗାଯୋଗ କରିବା । ଯଦି କେହି ରାଜ୍ୟ ବାହାରୁ ଗାଁ କୁ ଆସିଛି ତାଙ୍କୁ ସରକାର ଙ୍କ ନିକଟରେ ପଞ୍ଜିକରଣ କରନ୍ତୁ । ଅଯଥା ଗୁଜବ ପ୍ରଚାର ଶୁଣନ୍ତୁ ନାହିଁ । କେବଳ ସରକାରଙ୍କ ସୂଚନା ଶୁଣନ୍ତୁ ଓ ବିଶ୍ୱାସ କରନ୍ତୁ । ତା ସହିତ ସମସ୍ତଙ୍କୁ କରନା ସମ୍ପର୍କିତ ସଚେତନ ବାର୍ତ୍ତା ଓ ହାତ ଧୋଇବା ପାଇଁ ସାନିଟାଇଜର ଦେଇଥିଲେ ।

ସଂକ୍ରମିତ ଭାଇରସ କୁ ନେଇ ସଚେତନ କାର୍ଯ୍ୟକ୍ରମ ।

!!! ଅନୁଗୁଳ ଜିଲ୍ଲା ରୁ ହରେକୃଷ୍ଣ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଆଠମଲ୍ଲିକ) – ବଇଣ୍ତା ଆରପିଏଫ ଫାଣ୍ତି ଅଧିକାରୀ ଏକେ ଗଡନାୟକ ଙ୍କ ତତ୍ବାବଧାନରେ ବଇଣ୍ତା ରେଳଷ୍ଟେସନ ଠାରେ ଆଜି ରେଳଯାତ୍ରୀ ଙ୍କୁ କରୋନା ଭାଇରସ ସମ୍ପର୍କ ରେ ସଚେତନତା କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଅସହାୟ ସହାୟତା କମିଟି ଆବାହକ ପ୍ରଦୀପ ଘିୱାଲା ,ବଣିନାଳୀ ବିଶ୍ବଯୁବକେନ୍ଦ୍ର ର ନିର୍ଦ୍ଦେଶକ ମନୋଜ ମହାପାତ୍ର ଏବଂ କଦଳୀମୁଣ୍ତା ଫ୍ରେଣ୍ତସ କ୍ଲବ ର ସମ୍ପାଦକ ବିଶ୍ବଜିତ ପଟ୍ଟନାୟକ ଏବଂ ଅନେକ ସ୍ବେଛାସେବୀ ଯୋଗଦେଇ ରେଳଯାତ୍ରୀ ମାନ ଙ୍କୁ ସଚେତନ କରାଇଥିଲେ ||

ହାତୀ ଆକ୍ରମଣରେ କମରେଇ ଗ୍ରାମ ର ଦେବକୀ ବେହେରା ମୃତ୍ୟୁ…!

!!! ଅନୁଗୁଳ ରୁ ଜିଲ୍ଲା ପ୍ରତିନିଧି ହରେକୃଷ୍ଣ ନାୟକ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଆଠମଲ୍ଲିକ) – ଅନଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କମରେଇ ଗ୍ରାମ ର ଦେବକୀ ବେହେରା ନାମକ ଜଣେ ବୃଦ୍ଧା ଙ୍କୁ ହାତୀ ମରିଦେଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଗତ କାଲି ରାତିରେ ବୃଦ୍ଧା ଜଣକ ଖାଇ ସାରି ଘରେ ଶୋଇ ଥିବା ବେଳେ ଆଜି ଭୋର 4 ଟା ସମୟରେ ଅଚାନକ ହାତୀ ଆସି ଆକ୍ରମଣ କରି ଥିଲା । ବୃଦ୍ଧା ଜଣକ ହାତୀ ର କବଳରୁ ଖସି ପାରି ନଥିଲେ ।ଯାହା ଫଳରେ ମୃତ୍ୟୁ ବରଣ କରିଥିଲେ।

ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଆଜି ଆରମ୍ଭ ହୋଇଛି ପକ୍ଷୀ ଗଣନା !

!!! ଅନୁଗୁଳ ରୁ ଜିଲ୍ଲା ପ୍ରତିନିଧି ହରେକୃଷ୍ଣ ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଅନୁଗୁଳ) : ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଆରମ୍ଭ ହୋଇଛି ଆଜି ପକ୍ଷୀ ଗଣନା। ସାତକୋଶିଆର ଚିକରପଡ଼ା ମହାନଦୀ ଗଣ୍ଡ ପଠାରେ ବହୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ବିଶେଷ କରି ବ୍ରାହ୍ମଶୀ ଡକ୍‌, ଇଣ୍ଡିଆନ ସ୍କିମର, ପୋଚାର୍ଡ, ବାର ହେଡେଡ ଗିଜ ଆଦି ପକ୍ଷୀଙ୍କ ସମାଗମ ହୋଇଛି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ। ଏହି ଗଣନା କାର‌୍ୟ୍ୟକ୍ରମରେ ୪୦ଜଣ ବନବିଭାଗର କର୍ମଚାରୀଙ୍କ ସହ ପରିବେଶବିତ ସାମିଲ ହୋଇଛନ୍ତି। ସେହିପରି ଆସନ୍ତା ୯ତାରିଖରୁ ୧୧ତାରିଖ ମଧ୍ୟରେ ହେବ କୁମ୍ଭୀର ଗଣନା। ଗତବର୍ଷ କୁମ୍ଭୀର ଗଣନାରେ ୪୩ଟି ମଗର ପ୍ରଜାତିର କୁମ୍ଭୀର ସହ ୫ଟି ଘଡ଼ିଆଳ ଥିବା ଜଣାପଡ଼ିଛି। ଗଣନା ସମୟରେ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ବାରଣ କରାଯାଇଛି। ଏହି ଗଣନା ପାଇଁ ୨ସପ୍ତାହ ସାତକୋଶିଆ ଅଭୟାରଣ୍ୟ ପର‌୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ। ସେହିପରି ଆଠଗଡ଼ ବନଖଣ୍ଡରେ ମଧ୍ୟ ପକ୍ଷୀଗଣନା ସର୍ଭେ ଆରମ୍ଭ ହୋଇଛି। ଅଂଶୁପା ସମେତ ୫୮ଟି ସ୍ଥାନରେ ବିଦେଶାଗତ ପକ୍ଷୀମାନଙ୍କର ଗଣନା ଚାଲିଛି। ଅଂସୁପା, ମହାନଦୀ ପଠା, ମଧୁସୂଦନ ସେତୁ ପଠା, କନ୍ଦରପୁର, ଓସ୍ତିଆ ଆଦି ସ୍ଥାନରେ ପକ୍ଷୀଗଣନା ଚାଲିଛି। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ବନବିଭାଗ କର୍ମଚାରୀ ସଜାଗ ରହିଛନ୍ତି। ତେବେ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ କମ ପକ୍ଷୀ ଆସିଥିବା ଜଣାପଡ଼ିଛି।