ଟିଏମସି ନେତାଙ୍କ ଗୃହବନ୍ଦୀ ନିର୍ଦ୍ଦେଶକୁ ବିରୋଧ, ସୁପ୍ରିମକୋର୍ଟ ଗଲା ସିବିଆଇ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ ୪ ରାଜନେତାଙ୍କୁ ଗୃହବନ୍ଦୀ କରି ରଖିବାକୁ କ୍ୟାଲକାଟା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରିଛି ସିବିଆଇ। ଏହି ରାୟ ବିରୋଧରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଗିରଫ ୪ ରାଜନେତାଙ୍କ ମଧ୍ୟରେ ଟିଏମସିର ୩ ବରିଷ୍ଠ ନେତା ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଅଛନ୍ତି। ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ରାଜନେତାମାନେ ଜାମିନ ଆବେଦନ କରିଥିଲେ। ଜାମିନ ଆବେଦନର ଶୁଣାଣି ଉପରେ ରୋକ ଲଗାଇ କ୍ୟାଲକାଟା ହାଇକୋର୍ଟ ସମସ୍ତଙ୍କୁ ଜେଲ ବଦଳରେ ଗୃହବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ହାଇକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଜାମିନ ଆବେଦନର ଶୁଣାଣି କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଆଜି ଏହାର ଶୁଣାଣି ଥିବା ବେଳେ ଏହାକୁ ବାତିଲ କରିବା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ।ଗିରଫ ରାଜନେତାଙ୍କ ମଧ୍ୟରେ ମନ୍ତ୍ରୀ ଫିରହଦ ହକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମିଦନ ମିତ୍ର ଓ ଟିଏମସି ଛାଡ଼ି ବିଜେପିରେ ଯୋଗଦେବା ପରେ ମାର୍ଚ୍ଚ ମାସରେ ପଦ୍ମ ଦଳକୁ ବାଏବାଏ କହିଥିବା ସୋଭନ ଚାଟାର୍ଜୀ ରହିଛନ୍ତି। ସିବିଆଇ ତା’ ଚାର୍ଜଶିଟରେ କହିଛି ଯେ ରାଜନେତାମାନେ ଲାଞ୍ଚ ନେଉଥିଲେ କିମ୍ବା ଲାଞ୍ଚ ନେବାକୁ ସହମତି ହୋଇଥିଲେ।

Leave a Reply

Your email address will not be published. Required fields are marked *