ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଗୋଟିଏ ପଟେ କରୋନା ମହାମାରୀ ଲୋକଙ୍କୁ ନୟାନ୍ତ କରିଥିବା ଅନ୍ୟପଟେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଗ୍ରାହକ ଚିନ୍ତାରେ ପଡ଼ିଯାଇଛନ୍ତି। ଦିନକ ବ୍ୟବଧାନରେ ପେଟ୍ରୋଲ ଓ ଡିଜେଲ୍ ଦର ପୁରି ବଢ଼ିଛି। ଆଜି ପେଟ୍ରୋଲ ଦର ଲିଟର୍ ପିଛା ୧୫ରୁ ୧୭ ପଇସା ଏବଂ ଡିଜେଲ୍ ଦର ଲିଟର୍ ୨୫ରୁ ୨୯ ପଇସା ବୃଦ୍ଧି ପାଇଛି। ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ୍ ଦର ପୂର୍ବରୁ ହିଁ ୧୦୦ ଟଙ୍କା ଅତିକ୍ରମ କରିସାରିଛି।ଗତ ୧୨ ଦିନ ଧରି ଧିରେ ଧିରେ ପେଟ୍ରୋଲ୍ ଦର ଲିଟର୍ ପିଛା ୨.୬୯ ଟଙ୍କା ବଢ଼ିଥିବା ବେଳେ ଡିଜେଲ୍ ଦର ଲିଟର୍ ପିଛା ୩.୦୭ ଟଙ୍କା ବଢ଼ିଛି। ଆଜିର ବୃଦ୍ଧି ସହ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପିଛା ୯୩.୨୧ ଟଙ୍କା ଓ ଡିଜେଲ୍ ଦର ଲିଟର୍ ପିଛା ୮୪.୦୭ ଟଙ୍କାରେ ପହଞ୍ଚିଛି । ନୂଆ ଦର ଅନୁଯାୟୀ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପେଟ୍ରୋଲ୍ ଦର ୯୯.୪୯ ଟଙ୍କା ଓ ଡିଜେଲ୍ ଦର ୯୧.୩୦ ଟଙ୍କା ହୋଇଛି । ଏହାବ୍ୟତୀତ କୋଲକାତାରେ ପେଟ୍ରୋଲ୍ ଦର ୯୩.୨୭ ଟଙ୍କା ଓ ଡିଜେଲ୍ ଦର ୮୬.୯୧ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ୍ ଲିଟର୍ ପିଛା ୯୪.୮୬ ଟଙ୍କା ଓ ଡିଜେଲ୍ ଦର ଲିଟର୍ ପିଛା ୮୮.୮୭ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ୍ ଦର ଲିଟର ପିଛା ୯୬.୩୧ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୮୯.୧୨ ଟଙ୍କା ହୋଇଛି ।

Leave a Reply

Your email address will not be published. Required fields are marked *