ରାକେଶ ଟିକାୟତ କହିଲେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛୁ କିନ୍ତୁ ବର୍ତ୍ତମାନ ଯାଏଁ କିଛି ଉତ୍ତର ଆସିନି..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମେ ୨୬ରେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ଧାରଣାକୁ ୬ ମାସ ପୂରଣ ହେବ। ଏହି ଅବସରରେ ଆନ୍ଦୋଳନରତ ଚାଷୀ କଳା ଦିବସ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଆନ୍ଦୋଳନରତ ଚାଷୀ ସରକାରଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ଗାଜିପୁର ସୀମାରେ ଥିବା ଭାରତୀୟ କିସାନ ୟୁନିଅନର ମୁଖପାତ୍ର ରାକେଶ ଟିକାଇତ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ବୁଝାମଣା ପାଇଁ ଗୋଟିଏ ଫୋନ୍ କଲର ଦୂରତା ରହିଛି। ଏବେ କିନ୍ତୁ ତାଙ୍କ ଆଡୁ ଆଲୋଚନା ପାଇଁ ସରକାରଙ୍କୁ ଚିଠି ଲେଖିଛନ୍ତି ବୋଲି ସେ କହିଛନ୍ତି। ସରକାର କିନ୍ତୁ କୌଣସି ଉତ୍ତର ଦେଇ ନାହାନ୍ତି ନାହିଁ ବୋଲି ସେ କହିଛନ୍ତି। ସରକାର ଅଭିଯୋଗ କରୁଥିଲେ ଯେ ଚାଷୀମାନେ ଆଲୋଚନା କରିବାକୁ ରାଜି ହେଉ ନାହାନ୍ତି। କିନ୍ତୁ ଆମେ ଆଲୋଚନା କରିବା ପାଇଁ ଏବେ ଏକାଠି ଚିଠି ଲେଖୁଛୁ। ଯଦି ଏହାରି ଭିତରେ ଆଲୋଚନା ସଫଳ ନହେବ ତାହେଲେ ମେ ୨୬ରେ କୃଷକଙ୍କ ଆନ୍ଦୋଳନ ୬ ମାସ ପୂରଣ କରିବ। ଏହାପରେ ଚାଷୀ କଳା ଦିବସ ପାଳନ କରିବେ ବୋଲି ସେ କହିଛନ୍ତି। ରାକେଶ ଟିକାଇତ କହିଛନ୍ତି ଯେ ଟିକାକରଣ ନେଇ ତାଙ୍କ ପାଖକୁ କୌଣସି ଟିମ୍ ଆସି ନାହିଁ। ସେ ନିଜେ ମଧ୍ୟ ଟିକା ନେଇ ନାହାନ୍ତି। ଗୋଟିଏ କ୍ୟାମ୍ପ କରି ଆନ୍ଦୋଳନରତ ଚାଷୀଙ୍କୁ ସ୍ୱତନ୍ତ୍ର ଭାବରେ ଟିକା ଦେବା ପାଇଁ ସେ ଅନୁରୋଧ କରିଥିବା କହିଛନ୍ତି। ସଂକ୍ରମଣର ଭୟାବହତା ଜାରି ରହିଛି। ତେଣୁ ଯେଉଁମାନେ ଗାଁରୁ ଆସୁଛନ୍ତି ଆନ୍ଦୋଳନରେ ସାମିଲ୍ ହେବା ପାଇଁ ସେମାନଙ୍କୁ ୧୫ ଦିନ ପୃଥକ ଭାବରେ କ୍ୱାରେଣ୍ଟାଇନରେ ରଖାଯାଉଛି। ଯଦି କୌଣସି ଲକ୍ଷଣ ଥିବାର ନଜିର ନଥିବ ତାହେଲେ ସେହି ବ୍ୟକ୍ତି ଆନ୍ଦୋଳନରେ ସାମିଲ୍ ହେଉଛନ୍ତି ବୋଲି ରାକେଶ କହିନ୍ତି।

Leave a Reply

Your email address will not be published. Required fields are marked *