ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ତଉକତେ ବଳ ଜୁଟାଇବାରେ ଲାଗିଛି। ଏବେ ଏହା ଅତି ଭୟୟଙ୍କର ବାତ୍ୟାର ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମାଡ଼ି ଚାଲିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୨୧୦ କିମି ରହିଛି। ଗୁଜରାଟ ଅଭିମୁଖେ ତଉକତେ ଯାଉଥିବା ବେଳେ ମୁମ୍ବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ଗୋଆ ଠାରୁ ଗୁଜରାଟ ଯାଏ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଆଜି ଦିନ ୩.୪୪ରେ ମୁମ୍ବାଇରେ ସମୁଦ୍ର ଜୁଆର ପ୍ରାୟ ୩.୯୪ ମିଟିର ଉଚ୍ଚ ଉଠିବ ବୋଲି ଭାରତୀୟ ପାଣିପାଗ ସତର୍କ କରାଇଛି। ବିଭାଗର ସୂଚନା ଅନୁଯାୟୀ, ପୂର୍ବରୁ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଥିବା ତଉକତେ ଗତ ୬ ଘଣ୍ଟା ହେଲା ଅତି ଭୟଙ୍କର ବାତ୍ୟାର ରୂପ ନେଇ ୧୫ କିମି ବେଗରେ ଆଗକୁ ବଢ଼ୁଛି। ବର୍ତ୍ତମାନ ଏହା ମୁମ୍ବାଇ ଠାରୁ ୧୪୫ କିମି, ଡିଉଠାରୁ ୧୬୫ କିମି ଓ ଗୁଜରାଟର ଭେରଭାଲ ଠାରୁ ୨୫୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି। ତଉକତେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ରାତିରେ ଗୁଜରାଟର ପୋରବନ୍ଦର ଓ ମହୁବା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ।