ଏଥର ସମ୍ଭାଳ ବ୍ୟୁରୋ (କୋଲକାତା) –  ପଶ୍ଚିମବଙ୍ଗରେ ଚାରି ଟିଏମସି ନେତାଙ୍କୁ ଦୁର୍ନିତି ଅଭିଯୋଗରେ ଆଜି ସିବିଆଇ ବାନ୍ଧିଛି। ଆଉ ଏହାକୁ ନେଇ ଆରମ୍ଭ ହୋଇଛି ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗିରଫଦାରୀକୁ ବିରୋଧ କରି ସିବିଆଇ ଅଫିସ ଉପରେ ଚାପ ପ୍ରୟୋଗ କରିବାକୁ ଆରମ୍ଭ କରିଛନ୍ତି ପ୍ରୟାସ।

ରାଜ୍ୟରେ କରୋନା ପାଇଁ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଖୋଦ୍ ମମତା ଏବଂ ତାଙ୍କ ସମର୍ଥକ ସିବିଆଇ ଅଫିସକୁ ଘେରିଛନ୍ତି। ଆଉ ଟିଏମସି କର୍ମୀ ସିବିଆଇ ଅଫିସ ଉପରକୁ ଢେଲା, ପଥର ମାଡ଼ କରିଛନ୍ତି।

ଏଭଳି ବିଶୃଙ୍ଖଳାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖର ମଧ୍ୟ ମମତାଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟପାଳ ଟ୍ୱିଟ୍ କରି କହିଛନ୍ତି, ଯେଉଁ ଅପ୍ରିତିକିର ସ୍ଥିତି ଉପୁଜିଛି ତାହା ଆଶ୍ଚର୍ଯ୍ୟଜନକ। କୋଲକାତା ଓ ରାଜ୍ୟ ପୁଲିସ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ଆଣିବା ପରିବର୍ତ୍ତେ ନିରବ ହୋଇ ରହିବା ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସାମ୍ୱିଧାନିକ ପଦ୍ଧତିକୁ ପାଳନ କରିବା ଦରକାର ବୋଲି ରାଜ୍ୟପାଳ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ମସିହାର ହାଇପ୍ରୋଫାଇଲ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ତଦନ୍ତ ପାଇଁ ନିକଟରେ ରାଜ୍ୟପାଳଙ୍କ ଅନୁମତି ମାଗିଥିଲା ସିବିଆଇ। ଆଉ ରାଜ୍ୟପାଳ ଏହାକୁ ଅନୁମତି ଦେଇଥିଲେ। ଏହାପରେ ଆଜି ସିବିଆଇ ଟିଏମସି ନେତା ଫିରହାନ, ମଦନ ମିତ୍ର, ସୁବ୍ରତ ମୁଖାର୍ଜୀ ଓ ସୋଭନ ଚାଟାର୍ଜୀଙ୍କୁ ବାନ୍ଧିଛି। ଆଉ ଏହା କୌଣସି ଅଟକ ନୁହେଁ କିମ୍ୱା ଜେରା ପାଇଁ ବରଂ ସମ୍ପୂର୍ଣ୍ଣ ଭାବରେ ଗିରଫ କରାଯାଇଛି ବୋଲି ସିବିଆଇ କହିଛି। ଏହି ମାମଲାରେ ସିବିଆଇ ଏକ ୨୮ ପୃଷ୍ଠାର ପ୍ରାଥମିକ ଚାର୍ଜଶିଟ୍ ଦାଖଲ କରିଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here