ବଣିକ ସଂଘ ଖୋଲିଲା ଅକ୍ସିଜେନ୍‌ ବ୍ୟାଙ୍କ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ବଲାଙ୍ଗିର) – ବଲାଙ୍ଗିର ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ହୋମ୍‌ ଆଇସୋଲେସନ୍‌ରେ ଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ ଦରକାର ପଡୁଛି। ଏଥିପାଇଁ ବିଭିନ୍ନ ସଂଗଠନ ତରଫରୁ ଅକ୍ସିଜେନ ବ୍ୟାଙ୍କ ଆରମ୍ଭ କରାଯାଇଛି। ଏଥିରେ ଯୋଡ଼ି ହୋଇ ଯାଇଛି ଜିଲ୍ଲା ବଣିକ ସଂଘ। ଆଜି ସଂଘ ପକ୍ଷରୁ ସ୍ଥାନୀୟ ସାମ୍ୱାଦିକ ଭବନଠାରେ ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଭାର୍ଚୁଆଲ୍‌ରେ ଏହାକୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଅତିଥି ଭାବେ ବଲାଙ୍ଗିର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ ଯୋଗଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୨୦ଟି ଅକ୍ସିଜେନ ସିଲିଣ୍ଡରକୁ ନେଇ ଅକ୍ସିଜେନ ବ୍ୟାଙ୍କ ଆରମ୍ଭ କରିଛି ବଣିକ ସଂଘ। ଆଗାମୀ ଦିନରେ ଅଧିକ ସିଲିଣ୍ଡର ଷ୍ଟକ୍‌ ରଖିବା ପାଇଁ ଯୋଜନା କରାଯିବ। ସଂଘର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ପୌର କାର୍ଯ୍ୟାନିର୍ବାହୀ ଅଧିକାରୀ ବିପିନଦୀପ।

Leave a Reply

Your email address will not be published. Required fields are marked *