ଲକଡାଉନ ସମୟରେ ଉନ୍ନୟନ କାର୍ଯ୍ୟ ବନ୍ଦ ହେବ ନାହିଁ – ଜ଼ିଲ୍ଲାପାଳ ; ସୁପର ସ୍ପେଡର ମାନଙ୍କ ପ୍ରତି କଡା ନଜର …!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଛତ୍ରପୁର) – ଜ଼ିଲ୍ଲାରେ କରୋନା ସ୍ଥିତି ଯୋଗୁଁ ଲୋକଙ୍କ ଜୀବିକାକୁ ପ୍ରାଧାନ୍ୟ ଦେବା ଜରୁରୀ । ଏହି ଲକଡାଉନ ସମୟରେ ଜ଼ିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ପୂର୍ଵଭଳି ଚାଲୁ ରଖିବାକୁ ଜ଼ିଲ୍ଲାପାଳ ବୁଧୁବାର ରାତିରେ ଅନୁଷ୍ଠିତ କୋଭିଡ଼ ପରିଚାଳନା ବୈଠକରେ ଜଣାଇ ଥିଲେ । ବୈଠକରେ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇ ଥିଲେ ଯେ,ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରେ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ତାଙ୍କ ଘରକୁ ଚାଉଳ ଯୋଗାଇବା ଦିଗରେ ବ୍ୟବସ୍ଥା କରିବାକୁ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇ ଥିଲେ । ଲକ ଡାଉନ ସମୟରେ ସହରାଞ୍ଚଳ ଗୁଡିକର ପଶୁ ମାନଙ୍କୁ ଖାଦ୍ୟ ଯୋଗାଇବା ର ବ୍ୟବସ୍ଥା କରାଇବେ । ରାଜସ୍ବ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସେବା ବ୍ୟବସ୍ଥା ସକାଶେ ତହସିଲ ଦ୍ୱାରା “ରାଜସ୍ବ ରଥ” ଜରିଆରେ ଲୋକଙ୍କ ନିକଟରେ ସେବା ଯୋଗାଇବାକୁ ନିର୍ଦେଶ ଦେଇଥିଲେ ।ରାତ୍ରି କାଳୀନ ସଫେଇ, ବୃକ୍ଷ ରୋପଣ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ । ଗ୍ରାମାଞ୍ଚଳ ଗୁଡିକରେ ବିଭିନ୍ନ ଗୋଷ୍ଟିଙ୍କୁ ସାମିଲ କରି କୋରନା କାର୍ଯ୍ୟ ପରିଚାଳନା କରାଯାଇ ସମସ୍ତ ଅଞ୍ଚଳ ଗ୍ରୀନ ଜୋନ କରିବା ପାଇଁ ପ୍ରୟାସ ଜାରି ରଖନ୍ତୁ । ସମସ୍ତ ଗ୍ରୀନ ଜୋନ ଗୁଡିକୁ ଗ୍ରୀନ ଜୋନ ହୋଇ ରହିବ ଏବଂ ରେଡ ଜୋନ ଅଞ୍ଚଳକୁ ଗ୍ରୀନ ଜୋନ ରୂପରେ ପରିଣତ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ଅଧିକାରୀ ମାନଙ୍କୁ ଜଣାଇଥିଲେ । ଗ୍ରାମାଞ୍ଚଳ ଗୁଡିକରେ ସୁପର ସ୍ପ୍ରେଡ଼ର ମାନଙ୍କ ପ୍ରତି କଡା ନଜର ରଖନ୍ତୁ । ଏବଂ ସେମାନଙ୍କ ପ୍ରତି କୋଭିଡ ନିୟମ ଉଲଂଘନ ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରନ୍ତୁ l କୋଭିଡ କମିଟି ବୈଠକ କରିବା ଦ୍ୱାରା ଗ୍ରାମାଞ୍ଚଳ ର ସମସ୍ତ ଅସୁବିଧା ଗୁଡିକ ସହଜରେ ସମାଧାନ ହୋଇପାରିବ, ଏଣୁ ବୈଠକ ସକାଶେ ଗୁରୁତ୍ୱ ଦିଅନ୍ତୁ । ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ନିହାତି ଭାବରେ 10 ଗୋଟି ଶଯ୍ୟା ରେ ଅକ୍ସିଜେନ ସୁବିଧା ଥାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ l

ତେବେ ଯାଇ ଲୋକେ ସାମାନ୍ୟ ଅସୁସ୍ଥତାର ଚିକିତ୍ସା ସକାଶେ ବ୍ରହ୍ମପୁର ଏମକେସିଜି କୁ ଯିବେ ନାହିଁ । ଅତି ଆବଶ୍ୟକ ହେଲେ ସଂକ୍ରମିତ ଲୋକଙ୍କୁ ଡାକ୍ତର ରେଫର କଲେ ଯାଇ ଏମକେସିଜି କୁ ଉଚ୍ଚ ଚିକିତ୍ସା ନିମନ୍ତେ ଆସିବାକୁ ଜିଲ୍ଲାବାସି ଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବ୍ରହ୍ମପୁର ଏମକେସିଜିର ଡାକ୍ତର ଗଣ ଙ୍କୁ ନେଇ ଚିକିତ୍ସା ପଦ୍ଧତିକୁ ମାର୍ଜିତ କରିବା ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ତତ୍ୱାବଧାନ ରେ ଗଠିତ କମିଟି ବୈଠକ ଦ୍ୱାରା ଆଲୋଚନା କରିବାକୁ ଜଣାଇଥିଲେ ।ବ୍ରହ୍ମପୁର ସହରରେ ଟୀକାକାରଣ କାର୍ଯ୍ୟକ୍ରମ ର ବ୍ୟବସ୍ଥା ଉତ୍ତମ ମାନର ହୋଇଥିବା ଯୋଗୁଁ ମହାନଗର ନିଗମକୁ ଜନ ସାଧାରଣ ଙ୍କ ଦ୍ୱାରା ପ୍ରଶଂସା କରାଯାଉଥିବା ଜିଲ୍ଲାପାଳ ଅବଗତ କରାଇଥିଲେ । ଆର.ଆର.ଟି ଟିମ ର ସଭ୍ୟ ଓ ସଭ୍ୟା ଗଣ ଠିକ କାର୍ଯ୍ୟ କରି ଲୋକଙ୍କୁ ସଚେତନ କରାଇଲେ ଅନେକ ସମସ୍ୟାର ସମାଧାନ ପ୍ରାଥମିକ ସ୍ତରରେ ହୋଇଯିବ । ଏଣୁ ସେହି ଦିଗପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ । ମନ୍ଦିର ଗୁଡିକ ଖୋଲାଯାଉଥିବା ନଜରକୁ ଆସିଲେ ଉକ୍ତ ମନ୍ଦିର ଗୁଡିକୁ ଲକ ଡାଉନ ଶେଷ ହେବା ପର୍ଯ୍ୟନ୍ତ ସିଲ କରିଦିଆଯିବ । ସ୍ଵାସ୍ତ୍ୟ ଗତ ସମସ୍ୟା, ତାର ଆଶୁ ଚିକିତ୍ସା ଏବଂ ଟୀକାକାରଣ କାର୍ଯ୍ୟ ସୁପରିଚାଳନା ଦିଗରେ ଗୁରୁତ୍ୱ ଦେବାକୁ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।ବୈଠକ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼ଃ ସିଦ୍ଧଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ୱାଷନ,ଡୁଡା ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଓ ଲିନା କୁମାରୀ ଖେସ, ବ୍ରହ୍ମପୁର ଉନ୍ନୟନ ସଚିବ ସମ୍ବିତ ରାଉତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜ଼ିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *