ଆମେ ତ ପୋଲିସ ବାବୁ ଆମକୁ କିଏ କଣ କରିବ…!
!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରାଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲାରେ ଏକ ବାଇକ ର ଗାଡି ନମ୍ବର ରେ ଚାଲୁଚି ରାଇକିଆ ଥାନାର ବୋଲେରୋ ଗାଡି |ଏହି ବୋଲେରୋ ଗାଡି ଧରି ରାଇକିଆ ଥାନାର ଆଇ.ଆଇ.ସି ତରୁଣ ତପନ ବେହେରା ଏବଂ ତାଙ୍କ ଟିମ ସହ ଜାଣି ସୁଣି ବୁଲୁଥିବା ଦେଖିବାକୁ ମିଳୁଛି |୨୦୨୧ ମସିହା ରୁ ସଡ଼କ ସୁରକ୍ଷା ନିୟମ କିଛି ମାତ୍ରାରେ ବଦଳିଯିବା ପରେ ଜଣେ ବ୍ୟକ୍ତି ଯଦି ହେଲମେଟ ଭି ପିନ୍ଧିନ ଥାଏ ତେବେ ଏକ ହଜାର ଟଙ୍କାର ଫାଇନ ଦେବାକୁ ପଡୁଛି |ଯଦି ସରକାରୀ କର୍ମ ଚାରି ହୋଇ ଏଭଳି ଜାଣି ସୁଣି ଭୁଲ କାମ କରାନ୍ତି ତେବେ ଆଇନ ଏମାନଙ୍କ ପ୍ରତି କେତେ ଫାଇନ ଆଦାୟ କରିବା ଉଚିତ ?.. ଲୋକଙ୍କୁ ଧରି ଫାଇନ ହଜାର ହଜାର ଟଙ୍କା ଯିଏ ଆଦାୟ କରୁଛନ୍ତି ଆଜି ନିଜେହିଁ ଜାଣି ସୁଣି ଭୁଲ କରିଛନ୍ତି | ଏଥି ପାଇଁ ଦାଈ ହେବ କିଏ ସରକାର ନା ରାଇକିଆ ଥାନାର ଆଇ.ଆଇ.ସି ବାବୁ |ପ୍ରକୃତରେ ଏମାନଙ୍କୁ କେତେ ଫାଇନ ହେବା ଦରକାର ??.. ଯଦି ସରକାରୀ କର୍ମ ଚାରି ହୋଇ ଏଭଳି କାର୍ଯ୍ୟ କରାନ୍ତି ତେବେ ଏମାନଙ୍କୁ କାର୍ଯ୍ୟରୁ ନିହାତି ବହିରସ୍କୃତ କରିବା ଆବଶ୍ୟକ ଅଟେ |

କେଡେ ଦୁଃଖର ବିଷୟ ଏହିକି ଯେ ଜଣେ ସରକାରୀ କର୍ମଚାରୀ ହୋଇ ସଚେତନ ଦେବା ଆଶାରେ ଆଜି ନିଜରହି ସଚେତନ ନାହିଁ |ଏଭଳି ନିୟମ କୁ ଉଲଘଂନ କରୁଥିବା ସରକାରୀ କର୍ମଚାରୀଙ୍କୁ ନିହାତି କଠିଣରୁ କଠିନ ଦଣ୍ଡ ମିଳିବା ଦରକାର |ନିରୀହ ଗରିବ ଲୋକୋମାନାକୁ ସରକାର ରାସ୍ତା ଘାଟରେ ସବୁବେଳେ ହଇରାଣ କରୁଛନ୍ତି | କିନ୍ତୁ ଏଠି ଦେଖନ୍ତୁ ପୋଲିସ ବାବୁ ମାନେ ନିୟମକୁ ଉଲଙ୍ଘନ କରି ଚାଲିଛନ୍ତି |ଏମାନଙ୍କୁ କଣ ନିୟମ ନାହିଁକି ନା ସରକାର ଏମାନଙ୍କୁ ଜାଣି ସୁଣି ଖେମା ଦେଇଦେଉଛନ୍ତି ?? ଯଦି ସରକାରଙ୍କର ଏବଂ ପୋଲିସ ବାବୁ ମାନଙ୍କର ମଧୁଚନ୍ଦ୍ରିକା ଏମିତି ହିଁ ବଢି ଚାଲେ ତେବେ ସରକାରଙ୍କ ଉପରେ ଲୋକଙ୍କର ବିଶ୍ୱାସ ତୁଟି ଯିବା ସ୍ୱଭାବିକ |

