ଜୀବିକା ଛଡ଼େଇ ନେଇଛି କରୋନା..!

!!! କୋଲନରା ବ୍ଲକରୁ ପୃଥିରାଜ ମହାନ୍ତି ଓ ମୋନଜ ନାଲା ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା)- ମହାମାରୀ କରୋନା ର ଦ୍ଵିତୀୟ ଲହରୀ ସାରା ରାଷ୍ଟ୍ରକୁ ବିଚଳିତ କରିଦେଇଛି । କିଏ ପେଟ ପାଟଣା ପାଇଁ ଗାଁ ଛାଡି ଅନ୍ୟ ରାଜ୍ୟ କୁ ତ କିଏ ଜିଲ୍ଲା ଛାଡ଼ି ଅନ୍ୟ ଜିଲ୍ଲା କୁ ଯାଇ ନିଜ ପରିବାର ପ୍ରତି ପୋଷଣ କରୁଥିବା ଦେଖିବାକୁ ମିଳିଛି ।
ରାୟଗଡା ଜିଲ୍ଲା କୋଲନରା ଠାରେ ଜଣେ ବୃଦ୍ଧ ଲୋକ କଳାହାଣ୍ଡି ଜିଲ୍ଲାର କସୁର ପଡା ଗ୍ରାମର ବାବୁଲାଲ ରହିବାର ବ୍ୟକ୍ତି ଜଣକ ଜୋତା ସିଲେଇ ନିଜର ପରିବାର ଚଳାଉ ଥିବା କହିଛନ୍ତି । ବର୍ତ୍ତମାନ କରୋନା କଟକଣା ଜାରି ହେଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ପ୍ରତିଦିନ ବଜାର କୁ ଯାଇ ଜୋତା ସିଲେଇଲେ ପରିବାର ଚାଲେ । ରାଜ୍ୟ ସରକାର ମାସିକ ୧୦ କେଜି ଚାଉଳ ଦେଉଛନ୍ତି । ୧୦ କେଜି ଚାଉଳ ରେ କେମିତି ଚଳିବ ମୋ ପରିବାର ନିଜେ ଯଦି ଜୋତା ସିଲେଇବା କାମ ନ କରେ ତେବେ ୨୦ ଦିନ ଭୋକିଲା ରହିବାକୁ ପଡ଼ିବ ବୋଲି କହିଛନ୍ତି । ସରକାର ଆମ ପ୍ରତି ନଜର ଦେଇ କଣ ସାହାଯ୍ୟ କରିବେ ଆମେ ଦୁଇ ବୁଢ଼ା ବୁଢ଼ୀ ବଞ୍ଚିପାରିବୁ ବୋଲି ମଧ୍ୟ ରହିଦାର କହିଛନ୍ତି । କରୋନା କଟକଣା ରେ ପୁଣି ଏତେ ବାଟ କଳାହାଣ୍ଡି ଜିଲ୍ଲା ରୁ ରାୟଗଡା ଜିଲ୍ଲା କୁ ଆସି ପେଟ ପାଇଁ ଆସି ନିଜ ଘରକୁ ଫେରି ପାରୁ ନାହାଁନ୍ତି । ଜୀବିକା ଆଶାରେ ରେ ଆସିବା ବେଳେ କରୋନା ଗରିବ ଲୋକମାନଙ୍କ ପାଇଁ ଦାଉ ସାଜି ପେଟରେ ଘଇଟା ମାରୁଛି। କେମିତି ଚଳିବୁ ଚାରିଆଡ଼େ କରୋନା ର ଚିତ୍କାର । ବଞ୍ଚିବା ଆଶା ନେଇ ଏତେ ବାଟ ଆସିଥିଲି । କରୋନା କେତେବେଳେ ଯେ ବାଟ ଅଗାଳି ଜୀବନ ନେଇଯିବ କିଏ ବା କହିବ ସବୁ ଇଶ୍ୱର ଙ୍କ ଇଚ୍ଛା ବୋଲି ଭାଙ୍ଗି ପଡିଛନ୍ତି ରହିଦାର। ମୋର ୫୨ ବର୍ଷ ବୟସରେ ଚାକୁଣ୍ଡେ ପେଟ ପୋଷିବା ପାଇଁ ଏତେ ବାଟ ଆସିଥିଲି ବୋଲି ବିକଳ ହୃଦୟରେ ମର୍ମାହତ ହେଇ ପଡିଛନ୍ତି ବାବୁଲାଲ ରହିବାର ।

Leave a Reply

Your email address will not be published. Required fields are marked *