!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା) – ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରେ କୋରଣା କାହା ପାଇଁ ସର୍ବନାଶ ପାଲଟିଥିଲା ବେଳେ କାହା ପାଇଁ ପୁସମାସ ଚାଲିଛି। ବର୍ତ୍ତମାନ ମହାମାରୀ ମହାଗତି ରେ ରାଜ୍ୟ ତଥା ଜିଲ୍ଲାରେ ମାଡି ଚାଲିଥିବା ବେଳେ, ସରକାରଙ୍କ ପକ୍ଷରୁ କିଛି କଟକଣା ଲାଗୁ କରାଯାଇଛି। ଏହାର ଫାଇଦା ଉଠାଇ ବ୍ୟବସାୟୀ ମାନେ ତମାଖୁ ଜାତ ସାମଗ୍ରୀର କଲାବଜାରୀ କରି ମାଲା ମାଲ ହେଉଛନ୍ତି। ସଫଳ ଗୁଟଖା ପକେଟ ପିଛା୧୩୦ ଟଙ୍କା ଆଗରୁ ଥିବା ବେଳେ ଏବେ ୪୫୦ ଟଙ୍କା, ସେପରି ଭାଙ୍ଗ ପକେଟ ପିଛା୧୦୦ ଟଙ୍କା ଥିବା ବେଳେ ଏବେ ୩୫୦ ଟଙ୍କା ମସଲା ଜାତ ସାମଗ୍ରୀକୁ ଲୁଚେଇ ରଖି ବଜାରରେ କୁତ୍ରିମ ଅଭାବ ସୃଷ୍ଟି କରାଯାଇଛି। ଫଳରେ ପେକେଟ ପିଛା ତିନିଗୁଣା ଦରରେ ବିକ୍ରି କରୁଛନ୍ତି।

୫ ଟଙ୍କାର ଗୁଟଖା ପାଉଚକୁ ୧୫ ଟଙ୍କା,୫ ଟଙ୍କାର ଭାଙ୍ଗ ପାଉଚ କୁ ୩୦ ଟଙ୍କା ରେ ବିକ୍ରି କରୁଛନ୍ତି। ସେହିପରି ମାର୍କେଟ ରେ ଖାଇବା ତେଲ ମଧ୍ୟ ମିଶ୍ରଣ କରି ବଡ଼ ବଡ଼ ହୋଲସେଲ ମାର୍କେଟରେ ଛାଡୁଛନ୍ତି। ଡାଲି ଜାତୀୟ ଦ୍ରବ୍ୟ ମଧ୍ୟ ଛଡ଼ା ଦରରେ ବିକ୍ରି କରାଯାଉଛି। ଯାହା ଦ୍ୱାରା ଏଥିରେ ସାଧାରଣ ଲୋକ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ,ଅସାଧୁ ବ୍ୟବସାୟୀ ମାନେ ମାଲା ମାଲ ହେଉଛନ୍ତି। ବର୍ତ୍ତମାନ ନିଜର କୋଠର ପଦକ୍ଷେପ ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଏ ନେଇ ଅସାଧୁ ବ୍ୟବସାୟୀ ମାନଙ୍କୁ ଚିହ୍ନଟ କରି ତାଙ୍କ ପ୍ରତି ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here