!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ରାୟଗଡା)- ରାୟଗଡ଼ା ରେ ଅମାନିଆ ଦୋକାନୀଙ୍କ ବିରୋଧରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ । କୋଭିଡ ମାର୍ଗଦର୍ଶିକା ଖିଲାପ କରିଥିବାରୁ ଉଲଙ୍ଘନକାରୀଙ୍କୁ ଦଣ୍ଡିତ କରାଯାଇଥିବା ଜଣାପଡିଛି । ସହରରେ ମୋଟ ୪ଟି ଦୋକାନ ପୋଲିସ ଓ ପୌରପାଳୀକା କର୍ମଚାରୀଙ୍କ ଉପସ୍ଥିତିରେ ସିଲ କରାଯାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ କରୋନା ଗ୍ରାଫ ଅଣାୟତ୍ତ ଭାବେ ବୃଦ୍ଧି ହୋଇଥିବାରୁ ଲୋକେ କରୋନା କଟକଣା ଖିଲାପ କରୁଥିବାରୁ ଦୈନିକ ସଂକ୍ରମିତଙ୍କ ତାଲିକା ଶତକ ଛୁଉଁଛି । ତେଣୁ ଅମାନିଙ୍କ ଏଭଳି ଦୌରାତ୍ମିୟ ଓ ସହରର ବିଭିନ୍ନ ଦୋକାନ ମାଲିକ କୋଭିଡ ଆଇନ ମାନୁନଥିବାରୁ ସଂକ୍ରମଣ ସ୍ଥିତି ଦୈନିକ ସହରାଞ୍ଚଳରେ ବିଗୁଡୁଥିବା ଦେଖିବାକୁ ମିଳିଛି ।
ତେବେ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ମଙ୍ଗଳବାର ପୋଲିସ ୪ଟି ଦୋକାନକୁ ସିଲ କରିଛି । ସ୍ଥାନୀୟ ମେନ ମାର୍କେଟ ସ୍ଥିତ ରାଧିକା ଟେକ୍ସଟାଇଲ, ଅଶକା ଗ୍ରୋସରୀ ଦୋକାନ ଓ ଜ୍ୟୋତିମହଲ ସ୍ଥିତ ଜୟରାମ ଏଣ୍ଟରପ୍ରାଇଜେସ ଓ ମହାଲକ୍ଷ୍ମୀ ଫ୍ରୁଟ ଜୁସ ଆଦି ଦୋକାନକୁ ପୋଲିସ ଏସଆଇ ଶିବଶଙ୍କର ସାହୁ, ଏଏସଆଇ ଭି.ରାଭାଣାଙ୍କ ସମେତ ସ୍ଥାନୀୟ ପୌରପାଳୀକା କର୍ମଚାରୀ ଉପସ୍ଥିତିରେ ସିଲ କରିଥିଲେ ।