!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଷୀ !!!
ଏଥର ସମ୍ଭାଳ (ଗୁଣପୁର)- ରାଜ୍ୟ ରେ ହୁହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ଜାରୀକରିଥିବା ନିର୍ଦ୍ଦେଶ ନାମା କୁ ବେଖାତିର୍ କରି ରାୟଗଡ଼ା ଜିଲ୍ଲା ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିଭାଗୀୟ କର୍ମଚାରୀ, ବିହନ ଓ କୀଟନାଶକ ବିକ୍ରେତା ଙ୍କ ସହିତ କିଛି ବିହନ କମ୍ପାନୀ ର କର୍ମଚାରୀଙ୍କୁ ନେଇ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକ ଜିଲ୍ଲା ସଦର ମହକୁମାରେ ଅବସ୍ଥାପିତ ବିଭାଗୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ କରିବା ନିମନ୍ତେ କରାଯାଇଥିବା ଆବେଦନ କୁ ଜିଲ୍ଲାପାଳ ଅଗ୍ରାହ୍ୟ କରିଥିବା ହେତୁ ଗୁଣପୁର ଠାରେ ଏହି କାର୍ଯ୍ୟକ୍ରମ କୁ କରାଇନେବା ପାଇଁ ସ୍ଥାନୀୟ ଅତିରିକ୍ତ କୃଷି ଅଧିକାରୀ ଶ୍ରୀ. ଏଲ୍ ଆନନ୍ଦ ଅଣ୍ଟା ଭିଡ଼ିଥିଲେ ? ଛତିଶଗଡ, ହାଇଦ୍ରାବାଦ,ହରିଆଣା ଓ ମହାରାଷ୍ଟ୍ର ରୁ ଆସିଥିବା ବିହନ ଉତ୍ପାଦନ୍ କମ୍ପାନୀ ସ୍ଥାନୀୟ ବିକ୍ରେତା ଙ୍କୁ ଉତ୍ପାଦିତ ବିହନ ଓ କୀଟନାଶକ ଔଷଧ ର ଏକ୍ ପ୍ରୋମୋସନ ଏହି ବୈଠକ ରେ କରିଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ଅତିଥି ରୂପେ ଯୋଗଦେଇ ଥିଲେ।ସାମାନ୍ୟ କିଛି ଅବହେଳା ରୁ ଗୁଣପୁର ଉପଖଣ୍ଡ ରୁ ହିଁ ଜିଲ୍ଲାରେ କରୋନା ର ଛାୟା ମେଲି ଅନେକ ପ୍ରାଣହାନୀ ଘଟିଥିବା କୁହାଯାଉଥିବା ବେଳେ କିଭଳି ପୁଣି ଗୁଣପୁର ଠାରେ ପୂର୍ବାହ୍ନ ଠାରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିବା ଉତ୍ସବ ଓ ଭୋଜିର ଆସର ଆଗାମୀ ଦିନରେ ଆହୁରି କରୋନା ସଂକ୍ରମଣ କୁ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି। ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ଼ ଟେଷ୍ଟ କରାଯାଉଥିବା ବେଳେ ଏହି ବୈଠକ ରେ ଯୋଗ ଦେବା ପାଇଁ ଆସିଥିବା ବାହାର ରାଜ୍ଯ ର ଲୋକ ଙ୍କ କୋଭିଡ଼ ଟେଷ୍ଟ କରାଯାଇଥିଲା କି ବୋଲି ପ୍ରଶ୍ନ ଉଠୁଛି।
ଏକ ସଙ୍କୀର୍ଣ୍ଣ ସମ୍ମିଳନୀ କକ୍ଷରେ ବହୁ ସଂଖ୍ୟକ ବ୍ୟକ୍ତି ବିନା ମାକ୍ସ ରେ ଏବଂ ପାଖାପାଖି ହୋଇ ବସିଥିବା ଦେଖାଯାଇଥିଲା। ଏହି ବିଷୟ ନେଇ ଗୁଣପୁର ଉପଜିଲ୍ଲାପାଳ ଓ ଥାନା ଅଧିକାରୀ ଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି। ତଥାପି ଉଭୟ ଙ୍କ ପକ୍ଷରୁ ଘଟଣା ସ୍ଥଳରେ ବ୍ୟକ୍ତି ଗତ ଭାବେ କିମ୍ବା ତାଙ୍କ ଅଧୀନସ୍ଥ କର୍ମଚାରୀ ପହଂଚି ନଥିବା ଅଭିଯୋଗ କରି ଘଟଣା ସମ୍ପର୍କରେ ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଜଣାଇବା ପରେ ସ୍ଥାନୀୟ ତହସିଲଦାର ବୈଠକ ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପହଂଚିବାରେ ବିଳମ୍ବ ହୋଇଥିବାରୁ ବୈଠକ ସମାପ୍ତି ହୋଇଯାଇ ଥିଲା କିନ୍ତୁ ଭୋଜିର ଆସର ଚାଲୁଥିଲା ବୋଲି ଖବର ମିଳିଛି। ସଂକ୍ରମଣ ରୋକିବା ପାଇଁ ଆକ୍ସନ ମୁଡ୍ ରେ ଥିବେ ଉପଜିଲ୍ଲାପାଳ ଙ୍କ ଏଥି ପ୍ରତି କୋହଳ ମନୋଭାବ ସାଧରଣରେ ବିସ୍ମୟ ସୃଷ୍ଟି କରିବା ସହ ଚର୍ଚ୍ଚା ର ପରିସରକୁ ଆସିଛି। ଏନେଇ ଏକ ସାକ୍ଷାତକାର ରେ ଯେଉଁ ସରକାରୀ କର୍ମଚାରୀ ଏଭଳି ଏକ ପରିସ୍ଥିତି କୋଭିଡ଼ ନିୟମ ଉଲ୍ଳଘଂନ କରିଛନ୍ତି, ଖୋଦ୍ ଜିଲ୍ଲାପାଳ ତାହାର୍ ନିରପେକ୍ଷ ତଦନ୍ତ କରି ସେମାନଙ୍କ ବିରୁଦ୍ଧରେ କୋଭିଡ଼ – ୧୯ ଗାଇଡଲାଇନ୍ ଅନୁଯାୟୀ କେଶ ଦୟାର କରିବା ଉଚିତ୍ ବୋଲି ଗୁଣପୁର ଓକିଲ ସଂଘ ସମ୍ପାଦକ ଶ୍ରୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ମତ ବ୍ୟକ୍ତ କରିଛନ୍ତି।
ଏଭଳି ଏକ ସମ୍ବେଦନଶୀଳ ଘଟଣା ର ତଦନ୍ତ ଜିଲ୍ଲାପାଳ ଙ୍କ ତତ୍ତ୍ଵାବଧାନରେ କରାଯାଇ କୋଭିଡ଼ ନିୟମ ଉଲ୍ଲଂଘନକାରୀ ସରକାରୀ କର୍ମଚାରୀ ଙ୍କ ବିରୁଦ୍ଧରେ କୋଭିଡ ନିୟମ ଉଲ୍ଲଙ୍ଘନ ନିୟମାନୁଯାୟୀ କେଶ୍ ଦୟାର କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି । ଅପର ପକ୍ଷ ରେ ଘଟଣା କ୍ରମ କୁ ନେଇ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ଉପଖଣ୍ଡ ଶାଖା ଆଇନ ର ଆଶ୍ରୟ ନେବେ ସୂଚନା ମିଳିଛି ।