ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଔଷଧ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିଲା। ତା’ପରେ ପୁଣି ଶଟ୍‌ଡାଉନ୍‌ ସମୟରେ। ଆଜି ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ପରେ ପୁଲିସ ଔଷଧ ଦୋକାନରେ ଚଢ଼ଉ କରି ଗୁଟ୍‌ଖା ଓ ସିଗାରେଟ୍‌ ଜବତ କରିବା ସହିତ ମାଲିକକୁ ଗିରଫ କରିଛି। ରାଜ୍ୟ ବଢ଼ୁଥିବା ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସପ୍ତାହକୁ ଦୁଇଦିନ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ଶନିବାର ଥିବା ଶଟ୍‌ଡାଉନ୍‌ ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟସ୍ଥ ଦିନଦୟାଲ ମେଡ଼ିସିନ୍‌ ଷ୍ଟୋରରେ ଗୁଟଖା ଓ ସିଗାରେଟ୍‌ ବିକ୍ରି ହେଉଥିଲା। ଏ ସମ୍ପର୍କରେ ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ ଟାଉନ ପୁଲିସ ମେଡ଼ିସିନ୍‌ ଦୋକାନରେ ରେଡ୍‌ କରିଥିଲେ। ଏହି ସମୟରେ ଦୋକାନରୁ ଗୁଟଖା ଓ ସିଗାରେଟ୍‌ ମିଳିଥିଲା। ଏହି ମାମଲାରେ ପୁଲିସ ମେଡ଼ିସିନ ଦୋକାନ ମାଲିକ ଓ କର୍ମଚାରୀଙ୍କ ସହ ସହ ୩ଜଣଙ୍କୁ ଗିରଫ କରିଛି। ଏଥିସହ ମେଡ଼ିସିନ ଦୋକାନକୁ ୭ ଦିନ ପାଇଁ ସିଲ୍‌ କରାଯାଇଛି। ଏହାଛଡ଼ା 25,000 ଟଙ୍କା ଜରିମାନା କରିଛନ୍ତି ଉପଜିଲ୍ଲାପାଳ।

LEAVE A REPLY

Please enter your comment!
Please enter your name here