ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ବ୍ୟବସାୟରେ ବାକିଥିବା ଅର୍ଥପ୍ରାପ୍ତି ହେବା ସହ ଭଲ ଲାଭ ପାଇବେ। ପାରିବାରିକ ମାମଲା ବହୁତ ଆନନ୍ଦ ଦାୟକ ରହିବ। ବନ୍ଧୁବାନ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିପାରନ୍ତି। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ଇଚ୍ଛା ପୂରଣ ପାଇଁ କୌଣସି ଏକ ଭଲ କାମ କରି ପ୍ରଶଂସା ପାଇପାରନ୍ତି। ସନ୍ତାନମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରା କରନ୍ତୁ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ: ଶିକ୍ଷାକୁ ଉଚିତ ମନେକରି ପାଠ ପଢାରେ ମନଯୋଗ ଦେବେ। କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସହଯୋଗୀଙ୍କ ପ୍ରତି ସତର୍କ ନରହିଲେ କ୍ଷତି ସହିବେ। ପ୍ରତିକାର- କୁଆ ବା ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ: ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେଇପାରେ। କାରବାରରେ ସୁଧାର ଆସିବା ଫଳରେ ମାନସିକ ଶାନ୍ତି ମିଳିବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁଯୋଗ ପାଇ ପାରନ୍ତି। ପ୍ରତିକାର- ମାଆ-ବାପା, ଓ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

LEAVE A REPLY

Please enter your comment!
Please enter your name here