!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ହିଞ୍ଜିଳିକାଟୁ)- ରାଜ୍ୟର୧୦ଟି ଜିଲ୍ଲାରେ କରୋନା ଗ୍ରାଫ ଉପର ମୁଁହା ସ୍ଥିତିରେ ରହିଛି । ଅବଶିଷ୍ଟ ୨୦ଟି ଜିଲ୍ଲାରେ କରୋନାର ସ୍ଥିତି ସାଙ୍ଘାତିକ ନ ଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ଉପରେ ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୪ ହଜାର ରୁ ଉର୍ଦ୍ଧ୍ବ ପାର ହେଉଥିବା ବେଳେ ଟେଷ୍ଟିଂ,ଟ୍ରେସିଂ ଓ ଟ୍ରିଟିଙ୍ଗ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୫୦ ପାର ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକାବିଲା ସକାଶେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା ସଂକ୍ରମିତକୁ ଭିହ୍ନଟ ସକାଶେ ସ୍ୱାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟାକୁ ପ୍ରାଥମିକତା ପ୍ରଦାନ କରାଯାଇଛି ।
ଏଥିସହିତ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇ କରୋନା ମୁକାବିଲା କ୍ଷେତ୍ରରେ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ଅଧିକ ସଂକ୍ରମଣ ଯେପରି ବୃଦ୍ଧି ନ ହୁଏ ସେଥିପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବ୍ଳକ ସମରଝୋଳ ଗ୍ରାମରେ ମଙ୍ଗଳବାର ସ୍ୱାସ୍ଥ୍ୟ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ସ୍ୱାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ କରିଥିଲେ । ପ୍ରତି ପରିବାରର ସଦସ୍ୟମାନେ ସ୍ୱାସ୍ଥ୍ୟ ପରୀକ୍ଷଣ କରି ଆବଶ୍ୟକୀୟ ସୁରକ୍ଷା ପ୍ରତି ଯତ୍ନଶୀଳ ହେବା ପାଇଁ ଅବଗତ କରାଇଥିଲେ ।
ଏଥିପାଇଁ କ୍ଷେତ୍ରୀୟ ସ୍ତରରେ ନିୟୋଜିତ କର୍ମଚାରୀ ମାନେ ଘରକୁ ଘର ବୁଲି ଚିହ୍ନଟ ପ୍ରକ୍ରିୟାକୁ ନିଷ୍ଠାର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । କରୋନା ସଂକ୍ରମଣ ମୁକାବିଲା କରିବାକୁ ହେଲେ ଗ୍ରାମବାସୀଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ଉପ ଜିଲ୍ଲାପାଳ ଉପସ୍ଥିତ ଲୋକ ମାନଙ୍କୁ ସୂଚନା ଦେଇଥିଲେ । ଉପ ଜିଲ୍ଲାପାଳଙ୍କ ସହ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ସିଡିପିଓ ଶୁଭଶ୍ରୀ ପାତ୍ର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ପରିଚାଳିକା ବନଜା ବେହେରା, ସୋନାଲି ବେହେରା, ଅଙ୍ଗନବାଡି ଓ ଆଶା କର୍ମୀ ଉପସ୍ଥିତ ଥିଲେ ।