ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ ।
ବରୀ ବ୍ଲକ ବୋଦୁଅ ପଞ୍ଚାୟତ ର କନ୍ତିଆ ଗ୍ରାମ ର ୧୦ ନମ୍ବର ୱାର୍ଡ ରେ ଲକ୍ଷ୍ମୀଧର ଜେନା ଙ୍କ ଝିଅ ସୁନିତା ଜେନା (୧୪) ଓ ୨ ପୁଅ ଙ୍କୁ ନେଇ ତାଙ୍କ ପରିବାର । ଲକ୍ଷ୍ମୀଧର ଗାଁ ରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି । ଲକ୍ଷ୍ମୀଧର ଙ୍କ ଝିଅ ସୁନିତା ର ଡାହାଣ ଆଖି ପିଲା ଦିନୁ ଦେଖା ଯାଉନଥିବା ବେଳେ କେବଳ ବାମ ଆଖି ତା ନିତ୍ୟ କର୍ମ ର ସାହା ଭରସା । କିଛି ଦିନ ହେବ ଏହି ବାମ ଆଖି ରେ ଦେଖିବା କମଜୋର ହୋଇ ପଡିଥିବା ପରିବାର ଲୋକ କୁହନ୍ତି । ଚିକିତ୍ସା ପାଇଁ ସାହି ପଡିସା ଙ୍କ ସହଯୋଗ ରେ କଟକ ବଡ ମେଡିକାଲ ପର୍ଯ୍ୟନ୍ତ ଯାଇଥିବା ସତ୍ୱେ କିଛି ସୁଫଳ ହୋଇନଥିବା ଏବଂ ଏହାର ଅପରେସନ ନିମନ୍ତେ ଅଧିକ ଅର୍ଥ ଆବଶ୍ୟକତା ହେଉଥିବା ପରିବାର ପକ୍ଷରୁ ସୂଚନା ଦେଇଛନ୍ତି । ଦିବ୍ୟାଙ୍ଗ ଙ୍କ ପାଇଁ ସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଥିବା କୁହାଯାଉଥିବା ବେଳେ ଏଥିରୁ ସୁନିତା ବାଦ ପଡିଛନ୍ତି ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦ୍ରୁଷ୍ଟି ଦେଲେ ଲକ୍ଷ୍ମୀଧର ଙ୍କ ପରିବାର ଉପକୃତ ହୋଇପାରନ୍ତେ । ସହଯୋଗ ର ହାତ ବଢାଇବା ପାଇଁ ପରିବାର ଅନୁରୋଧ କରିଛନ୍ତି ।