ବିଭିନ୍ନ ସ୍ଥାନରେ ପୋଲିସର ମାସ୍କ ଚେକିଂ..!
!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡ଼ା)- କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଠିରେ ରଖି ପୁଣି ଥରେ କୋଭିଡ ନିୟମକୁ କଡାକଡି କରାଯାଇଛି । ଆଜି ବେଗୁନିଆପଡ଼ା ଫାଣ୍ଡି ଓ କୋଦଳା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ବିନା ମାସ୍କ ଧାରୀ ମାନଙ୍କୁ ମାସ୍କ ଦେଇ ସଚେତନତା କରୁଛନ୍ତି । ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ତାଗିତ କରାଯିବା ସହ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।

