ଗୁଣପୁର କୋର୍ଟ ପରିସର ରେ ଇ ସେବା ପ୍ରକୋଷ୍ଠ ଉଦ୍ଘାଟିତ ।
!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର କୋର୍ଟ ପରିସର ଠାରେ ଆଜି ଇ ସେବା ପ୍ରକୋଷ୍ଠ ଉଦ୍ଘାଟିତ କରିଥିଲେ । ଏହାକୁ ଅନ୍ ଲାଇନ ମାଧ୍ୟମରେ ଓଡିଶା ଚିଫ୍ ଜଷ୍ଟିସ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ଏସ୍.ଡ଼ି.ଜେ.ଏମ୍ ଶ୍ରୀ ବିଭୂତି ଭୂଷଣ ନାୟକ , ଆସିଷ୍ଟାଣ୍ଟ ସେସନ୍ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକ , ଗୁଣପୁର ଆଇନଜୀବି ସଂଘ ର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ , ଉପ ସଭାପତି ଶ୍ରୀ ସରୋଜ ପାଣିଗ୍ରାହୀ , ସମ୍ପାଦକ ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ , ଯୁଗ୍ମ ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , କୋଷାଧକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ ଆଇନଜିବି ଉପସ୍ଥିତ ରହିଥିଲେ ।


