!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ତହସିଲ କାର୍ଯ୍ୟାଳୟ ରୁ ଲକ୍ଷ୍ମୀ ନାରାୟଣ ସାବତ ଙ୍କୁ ହଟାଇ ଦେବା ପରେ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଛି ଏହି କାର୍ଯ୍ୟାଳୟ । ଏହି ଅଞ୍ଚଳରେ ବାଲି ମାଫିଆଙ୍କ କାର୍ଯ୍ୟରେ ସହଯୋଗ କରିବା ପାଇଁ ସ୍ଥାନୀୟ ରାଜନୈତିକ ବ୍ୟକ୍ତି ମାନେ ଏହି ତହସିଲ କାର୍ଯ୍ୟାଳୟ ର ଭାର ଜଣେ ଅତିରିକ୍ତ ତହସିଲଦାର ଙ୍କ ହାତକୁ ଟେକି ଦେଇଛନ୍ତି । ବହୁବାର ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେବି ଘୁଞ୍ଚା ଯାଇପାରୁନି ଏଠା ଦାୟିତ୍ୱରେ ଥିବା ବାବୁଙ୍କୁ । ଏହା ମଧ୍ୟରେ ଜଣେ ନିୟମିତ ତହସିଲଦାର ଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଦୀର୍ଘ ମାସ ହେବ ସେ ଏଠାରେ ଯୋଗ ଦେଲେନି, ତଥାପି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅନ୍ୟ ବ୍ୟବସ୍ଥା କରାଯାଇନି । ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା । ଦାୟିତ୍ୱ ରେ ଥିବା ବଡ଼ ବାବୁ ଜଣକ ବାଲି ମାଫିଆଙ୍କ ଠାରୁ ଟଙ୍କା ଆଦାୟ କରି ସ୍ଥାନୀୟ ରାଜନୈତିକ ନେତାଙ୍କ ପାଣ୍ଠି ଭରୁଥିବାରୁ ଏଠୁ ୟାଙ୍କୁ ହଟାଯାଉନି କିମ୍ବା ହଟା ଯାଇପାରିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ତଥାପି ଏହାର ସତ୍ୟତା ନେଇ କେହି ଯାଞ୍ଚ କରିବା ପରିସ୍ଥିତି ରେ ନାହାଁନ୍ତି । କାରଣ ଏନେଇ “ତୁମେ ଗୁହାରି କରିବ ଯାହାକୁ ସେମାନେ ଘଇତା କରିଛନ୍ତି ତାଙ୍କୁ” ବୋଲି ମତ ପ୍ରକାଶ ପାଉଛି ।ବର୍ତ୍ତମାନ ଏହି ତହସିଲ ଏବଂ ତହସିଲଦାରଙ୍କ କାର୍ଯ୍ୟ କଳାପକୁ ନେଇ ସ୍ଥାନୀୟ ଜନସାଧାରଣ ଓ ଅନେକ ସଂଗଠନ ପକ୍ଷରୁ ବହୁ ଅଭିଯୋଗ ହୋଇଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ ଜନତା ଙ୍କ ଅଭିଯୋଗ ଶୁଣୁଛି ନା ତହସିଲ ବାବୁଙ୍କୁ ଘଣ୍ଟ ଘୋଡାଇ ରଖୁଛି ।

LEAVE A REPLY

Please enter your comment!
Please enter your name here