ଯୁବ ଗାଳ୍ପିକ ଡିଲେଶ୍ଵର ରଣା ଙ୍କ ” ସେଁରରା ” ଲୋକାର୍ପିତ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମରଲିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ସାହିତ୍ୟ ମଣିଷ ଜୀବନକୁ ସରସ ସୁନ୍ଦର କରି ଗଢିଥାଏ ଓ ସମାଜକୁ ନୂତନ ଦିଗଦର୍ଶନ ଦେଇଥାଏ। ବର୍ତ୍ତମାନ ଜୀବନକୁ ଆହୁରି ସାରସ୍ଵତମୟ କରିବାପାଇଁ ସାହିତ୍ୟ ଏକାନ୍ତ ଅପରିହାର୍ଯ୍ୟ।ଏଇ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଉଦୀୟମାନ ଯୁବ ଗାଳ୍ପିକ ଡିଲେଶ୍ଵର ରଣା ଙ୍କ ପ୍ରଥମ ସଂସ୍କରଣ ” ସେଁରରା ” ର ଲୋକାର୍ପଣ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ କଳାହାଣ୍ଡି ଯୁବ ଲେଖକ ସମାବେଶ ଦ୍ଵାରା ଲୋକାର୍ପଣ ହୋଇଯାଇଛି।

ଏଥିରେ ମୂଖ୍ୟ ଅତିଥି ଭାବେ ଡ଼ଃ ବିଜୟ କୁମାର ସାହୁ ଆଞ୍ଚଳିକ ପରିଚାଳକ ଓ ମୂଖ୍ୟ ଏନ୍. ଆଇ.ଡି.ସି. ଭାରତ ସରକାର, ବିଶିଷ୍ଟ ଅତିଥି ସୁଶାନ୍ତ କୁମାର ଚୋପଦାର ଜିଲ୍ଲା ଶିକ୍ଷା ଅଧିକାରୀ, ସୁକାନ୍ତ କୁମାର ସାହୁ ବିଶିଷ୍ଟ କଥାକାର ଓ ସଂପାଦକ, ପରମେଶ୍ବର ମୁଣ୍ଡ ଶିକ୍ଷାବିତ, ସତ୍ୟନାରାୟଣ ମୁଣ୍ଡଛିନା ଅଧ୍ୟକ୍ଷ +୨ ମହାବିଦ୍ୟାଳୟ ଥୁଆମୂଳ ରାମପୁର , ସମ୍ମାନିତ ଅତିଥି ଭବାନୀଶଙ୍କର ନିଆଲ ମୂଖ୍ୟ ସଂପାଦକ “ମହୁରୀ”,ଆଦିତେଶ୍ଵର ମିଶ୍ର ବିଶିଷ୍ଟ କଥାକାର, ଅଧ୍ୟାପକ ଅଖିଳ ନାଏକ କବି ଓ ଔପନ୍ୟାସିକ, ସଭାପତି ଭାବେ ସୁଧୀର କୁମାର ଧଙ୍ଗଡାମାଝୀ ସଂପାଦକ କଳାହାଣ୍ଡି ଯୁବ ଲେଖକ ସମାବେଶ ପ୍ରମୁଖ ଯୋଗଦାନ କରିଥିଲେ। ଯୁବ ଗାଳ୍ପିକ ଶ୍ରୀ ରଣାଙ୍କ ଏହି ସଂକଳନକୁ ମଞ୍ଚାସୀନ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାର ର ବହୁ ସାହିତ୍ୟ ପ୍ରେମୀ ଓ ଲେଖକ ଲେଖିକା ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *