୩୦୦ରୁ ଉର୍ଧ୍ଵ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ରାଜରାସ୍ତାରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ । ସ୍କୁଲ ଗୁଡିକ ଉଠାଇ ଦିଆଯାଇ ଅନ୍ୟ ସ୍କୁଲରେ ମିଶାଇ ଦିଆଯିବା ପ୍ରତିବାଦ !

ଏଥର ସମ୍ଭାଳ ବ୍ୟୁରୋ (ଗଜପତି) – ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଡମ୍ୱାଳ ପଞ୍ଚାୟତ ଅନ୍ତର୍ଗତ ସିଣ୍ଡିବା ଓ ବଡସଗାଁ ଗ୍ରାମ ସମେତ ବିଭିନ୍ନ ଗ୍ରାମରେ ବିଦ୍ୟାଳୟ ଗୁଡିକ ସମ୍ପୁର୍ଣ୍ଣ ଉଠାଇ ଦିଆଯାଇ ଅନ୍ୟ ଦୁରଦୂରାନ୍ତ ଗ୍ରାମରେ ଥିବା ବିଦ୍ୟାଳୟ ଗୁଡିକରେ  ମିଶାଇ ଦିଆଯାଉଥିବା ପ୍ରତିବାଦ କରି ରାୟଗଡ ବ୍ଲକର ୨ଗୋଟି ଗ୍ରାମର ୩୦୦ରୁ  ଉର୍ଧ୍ଵ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ରାଜ ରାସ୍ତାରେ ଓହ୍ଲାଇବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍ତାନୀୟ ଜଗନ୍ନାଥ ମନ୍ଦିର ଠାରୁ ସିଣ୍ଡିବା ଓ ବଡସଗାଁ ଗ୍ରାମର ୩୦୦ରୁ ଉର୍ଧ୍ଵ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଓ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଗ୍ରାମାଞ୍ଚଳରେ ବିଦ୍ୟାଳୟ ଗୁଡିକୁ ଉଠାଇ ଅନ୍ୟ ସ୍କୁଲରେ ମିଶ୍ରଣ କରିବା ନୀତି ଅନ୍ୟାୟ ବୋଲି ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ଓ ବିକ୍ଷୋଭ କରି ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରେ ଜିଲ୍ଲାପାଳ ଅନୁପମ ସାହାଙ୍କୁ ସାକ୍ଷାତ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

ଉଭୟ ସିଣ୍ଡିବା ଓ ବଡସଗାଁ ଗ୍ରାମର ଵାର୍ଡ ସଭ୍ୟ ବିଶ୍ୱନାଥ ଭୂୟାଁ ବିଦ୍ୟାଳୟ କମିଟି ସଭାପତି ଶୁକଦେବ ଗମାଙ୍ଗ, ରାଜେଶ କାର୍ଯ୍ୟୀ, ଜଗନ୍ନାଥ ଗମାଙ୍ଗ କୁଟିଆ ମଣ୍ଡଳ, ରୀନା ମଣ୍ଡଳ ପ୍ରମୁଖ ଅଭିଯୋଗ କରି ସାମ୍ୱାଦିକ ମାନଙ୍କୁ କହିଛନ୍ତି ଯେ ସିଣ୍ଡିବା ଗ୍ରାମର ବିଦ୍ୟାଳୟ କୁ ଡମ୍ୱାଳ ଗ୍ରାମର ବିଦ୍ୟାଳୟରେ ଏବଂ ବଡସଗାଁ ଗ୍ରାମର ବିଦ୍ୟାଳୟକୁ ଉଠାଇ  ମଣ୍ଡଳ ସାହି ଗ୍ରାମର ବିଦ୍ୟାଳୟରେ ଏଭଳି ୨୦ରୁ୨୫ଟି ବିଦ୍ୟାଳୟକୁ ଉଠାଇ ଅନ୍ୟତ୍ର ଦୂରଦୂରାନ୍ତରରେ ଥିବା ଗ୍ରାମର ବିଦ୍ୟାଳୟ ଗୁଡିକରେ ମିଶ୍ରଣ କରିଦିଆଯାଇଛି । ସରକାରଙ୍କ ଏଭଳି ନୀତି ହେବା ଫଳରେ ଗତ ସେପ୍‍ଟେମ୍ୱର ମାସ ଠାରୁ ସମ୍ପୃକ୍ତ ସିଣ୍ଡିବା ଓ ବଡସଗାଁ ଗ୍ରାମର ବିଦ୍ୟାଳୟ ବନ୍ଦ ରହିଛି । ତାହା ଏହି ଗ୍ରାମ ଗୁଡିକଠାରୁ ଅତି କମରେ ୩/୪କିମି ଦୁରତାରେ ରହିଛି ତାହା ପୁଣି ଏହା ଦୁର୍ଗମ ଅଞ୍ଚଳରେ ଘାଟିରାସ୍ତା ଦେଇ ଚାଲିଯିବାକୁ ହେବ । ଏଭଳି କ୍ଷେତ୍ରରେ  ଦୁର୍ଗମ ଅଞ୍ଚଳରେ ଏହି କୋମଳମତି ଛୋଟ ଶିଶୁ ମାନେ ବହିବସ୍ତାନି ଧରି ୩/୪କିମି ପର୍ଯ୍ୟନ୍ତ ଦୁରତା ପର୍ଯ୍ୟନ୍ତ ଘାଟିରାସ୍ତାରେ ସ୍କୁଲକୁ ଚାଲିଯିବା ବେଳେ ଯଦି କୌଣସି ଅଘଟଣ ତାହା ହେଲେ ସେଥିପାଇଁ ସରକାର ଦାୟୀ ହେବେକି ବୋଲି ପ୍ରଶ୍ନ କରିଥିଲେ ।

ବର୍ତ୍ତମାନ ଦୂରଦୂରାନ୍ତ ସ୍କୁଲକୁ ଛାତ୍ରଛାତ୍ରୀ ମାନେ ଯାଇ ନ ପାରି ପାଠପଢାରୁ ବଞ୍ଚିତ ଅଛନ୍ତି ଏ  ଦିଗରେ ଶିକ୍ଷା ବିଭାଗ ବିଇଓ କି ଡିଇଓ କେହି ହେଲେ ଏଭଳି ସମସ୍ୟା ଉପରେ ବୁଝିବା ପାଇଁ ଆସିନାହାନ୍ତି । ତେଣୁ ତୁରନ୍ତ ଉପରୋକ୍ତ ବିଦ୍ୟାଳୟ ଖୋଲି କାର୍ଯ୍ୟକ୍ଷମ କରାଯାଉ ନଚେତ ଏହାରପ୍ରତିବାଦରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *